Dharitri News
ଖେଳ |

ବିଦର୍ଭକୁ ପ୍ରଥମ କୁଚ୍‌ ବିହାର ଟ୍ରଫି

ବିଦର୍ଭକୁ ପ୍ରଥମ କୁଚ୍‌ ବିହାର ଟ୍ରଫି ନୂଆଦିଲ୍ଲୀ, ୧।୨- ଚଳିତ ଘରୋଇ କ୍ରିକେଟ ସିଜନରେ ବିଦର୍ଭ ଦଳ ଦମ୍‌ଦାର ପ୍ରଦର୍ଶନ ଜାରି ରଖିଛି। ପ୍ରଥମେ ସମ୍ମାନଜନକ ରଣ୍‌ଜୀ ଟ୍ରଫି ଟାଇଟଲ ଜିତିଥିବା ବିଦର୍ଭ ଏବେ ୧୯ ବର୍ଷରୁ କମ୍‌ କୁଚ୍‌ ବିହାର ଟ୍ରଫି ଜିତିବାର ସୌଭାଗ୍ୟ ଲାଭ କରିଛି। ଫାଇନାଲରେ ମଧ୍ୟପ୍ରଦେଶ ବିପକ୍ଷରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ବିଦର୍ଭ ବିଜୟୀ ଘୋଷିତ ହୋଇଥିଲା। ଏଥିସହ ବିଦର୍ଭ ଦଳ ପ୍ରଥମଥର ଲାଗି କୁଚ୍‌ ବିହାର ଟ୍ରଫି ହାତେଇବାରେ ସମର୍ଥ ହୋଇଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ କରିଥିବା ମଧ୍ୟପ୍ରଦେଶ ପ୍ରଥମ ଇନିଂସରେ ୨୮୯ ରନ କରି ଅଲ୍‌ଆଉଟ୍‌ ହୋଇଥିଲା। ଜବାବରେ ବିଦର୍ଭ ଅଧିନାୟକ ତଥା ଓପନର୍‌ ଅଥର୍ବ ତାଇଡେଙ୍କ ତ୍ରିଶତକ ବଳରେ ୬୧୪ ରନର ବିଶାଳ ସ୍କୋର କରିଥିଲା। ଅର୍ଥବ ୪୮୩ ବଲରୁ ୩୪ ଚୌକା ଓ ଗୋଟିଏ ଛକା ସହାୟତାରେ ୩୨୦ ରନ କରିଥିବାବେଳେ ଏନ୍‌.ଆର୍‌. ଚଭନ ତାଙ୍କୁ ଉପଯୁକ୍ତ ସହାୟତା କରିଥିଲେ। ୩୨୫ ରନ ପଛରେ ଥାଇ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ମଧ୍ୟପ୍ରଦେଶ ଅନ୍ତିମ ଦିବସ ଶେଷ ସୁଦ୍ଧା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୭ ଉଇକେଟ୍‌ ବିନିମୟରେ ୧୭୬ ରନ କରିଥିଲା। ଫଳରେ ପ୍ରଥମ ଇନିଂସ ଅଗ୍ରଣୀ ଯୋଗୁ ବିଦର୍ଭକୁ ବିଜୟୀ ଘୋଷିତ କରାଯାଇଥିଲା।

ଖେଳ |

ଆଇସିସି ର଼୍ୟାଙ୍କିଙ୍ଗ୍‌: ଟେଷ୍ଟ, ଦିନିକିଆରେ କୋହଲିଙ୍କୁ ୯୦୦ ପଏଣ୍ଟ

ଆଇସିସି ର଼୍ୟାଙ୍କିଙ୍ଗ୍‌: ଟେଷ୍ଟ, ଦିନିକିଆରେ କୋହଲିଙ୍କୁ ୯୦୦ ପଏଣ୍ଟ

ଦୁବାଇ,୨୦।୨,(ପି.ଟି.)- ସଦ୍ୟ ପ୍ରକାଶିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ର଼୍ୟାଙ୍କିଙ୍ଗରେ ଭାରତୀୟଙ୍କ ଦବ୍‌ଦବା ଦେଖିବାକୁ ମିଳିଛି। ଅଧିନାୟକ ବିରାଟ କୋହଲିଙ୍କ ସମେତ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ଭାରତ ଯଥାକ୍ରମେ ବ୍ୟାଟିଂ, ବୋଲିଂ ଓ ଦଳୀୟ ତାଲିକାର ଶୀର୍ଷସ୍ଥାନରେ ରହିଛନ୍ତି। ଇତିହାସର ଦ୍ୱିତୀୟ ଖେଳାଳିଭାବେ କୋହଲି ଟେଷ୍ଟ ଓ ଦିନିକିଆ ଫର୍ମାଟରେ ୯୦୦ରୁ ଉର୍ଦ୍ଧ୍ୱ ପଏଣ୍ଟ ହାସଲ କରିଛନ୍ତି।

କ୍ରିକେଟ ଦଳରେ ସ୍ଥାନ ନ  ମିଳିବାରୁ ଆତ୍ମହତ୍ୟା

କ୍ରିକେଟ ଦଳରେ ସ୍ଥାନ ନ ମିଳିବାରୁ ଆତ୍ମହତ୍ୟା

ଇସ୍‌ଲାମାବାଦ୍‌, ୨୦ା୨ (ପି.ଟି.)-ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଆମେର ହନିଫ୍‌ଙ୍କ ପୁତ୍ର ମହମ୍ମଦ ଜାରୟାବ ଆତ୍ମହତ୍ୟା କରିଛନ୍ତି। ୧୯ବର୍ଷରୁ କମ୍‌ କ୍ରିକେଟ ଟିମ୍‌ ପାଇଁ ତାଙ୍କ ମନୋନୟନ କରାଯାଇ ନ ଥିବାରୁ ସେ ଏହି ଚରମ ପଦକ୍ଷେପ ନେଇଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।

 କୋଚ୍‌ ପଦବୀ ବଜାୟ ରଖିଲେ କନଷ୍ଟାଣ୍ଟିନ୍‌

କୋଚ୍‌ ପଦବୀ ବଜାୟ ରଖିଲେ କନଷ୍ଟାଣ୍ଟିନ୍‌

ନୂଆଦିଲ୍ଲୀ, ୨୦ା୨ (ପି.ଟି.)-ଇଂଲଣ୍ଡର ଷ୍ଟିଫେନ କନଷ୍ଟାଣ୍ଟିନ ପୂର୍ବଭଳି ଜାତୀୟ ସିନିୟର ଫୁଟ୍‌ବଲ ଦଳର କୋଚ୍‌ ରହିବେ। ତାଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଦେଇଥିବା ସାନି ଅଫରକୁ ସେ ଗ୍ରହଣ କରିଛନ୍ତି। ଫଳରେ ଅଧିକ ଦିନ ଧରି ସେ ଭାରତୀୟ ଫୁଟ୍‌ବଲ ଦଳର କୋଚ୍‌ ପଦବୀରେ ରହି ଇତିହାସ ସୃଷ୍ଟି କରିବେ।

ବରୋଦା ଦଳରୁ ୟୁସୁଫ୍‌ ପଠାନ ବାଦ୍‌

ବରୋଦା ଦଳରୁ ୟୁସୁଫ୍‌ ପଠାନ ବାଦ୍‌

ନୂଆଦିଲ୍ଲୀ, ୨୦।୨- ବିଜୟ ହଜାରେ ଟ୍ରଫିର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। ଫେବୃୟାରୀ ୨୨ରେ ଅନ୍ତିମ ତଥା ୪ର୍ଥ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ବରୋଦା ଓ ସୌରାଷ୍ଟ୍ର ମଧ୍ୟରେ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ବରୋଦା ଦଳରୁ ଅଭିଜ୍ଞ ଅଲ୍‌ରାଉଣ୍ଡର ୟୁସୁଫ୍‌ ପଠାନଙ୍କୁ ବାଦ୍‌ ଦିଆଯାଇଛି।

ଡେଲରେ ବିଚ୍‌ ଓପନରୁ ରାମକୁମାରଙ୍କ ବିଦାୟ

ଡେଲରେ ବିଚ୍‌ ଓପନରୁ ରାମକୁମାରଙ୍କ ବିଦାୟ

ନୂଆଦିଲ୍ଲୀ, ୨୦।୨(ପି.ଟି.)- ବିଶ୍ୱ ମାନ୍ୟତାର ୧୪୦ତମ ସ୍ଥାନରେ ଥିବା ଭାରତୀୟ ଟେନିସ ଖେଳାଳି ରାମକୁମାର ରମାନାଥନ ଡେଲରେ ବିଚ୍‌ ଓପନ୍‌ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି।

ସୁଲତାନ ଆଜଲାନ ଶାହ କପ୍‌ ହକି: ଭାରତୀୟ ଦଳରେ ୪ ଓଡ଼ିଆ

ସୁଲତାନ ଆଜଲାନ ଶାହ କପ୍‌ ହକି: ଭାରତୀୟ ଦଳରେ ୪ ଓଡ଼ିଆ

ନୂଆଦିଲ୍ଲୀ, ୨୦।୨(ପି.ଟି.)- ମାର୍ଚ୍ଚ ୩ରୁ ୧୧ ତାରିଖ ପର୍ଯ୍ୟନ୍ତ ମାଲେସିଆର ଇଫୋଠାରେ ୨୭ତମ ସୁଲତାନ ଆଜଲାନ ଶାହ କପ୍‌ ହକି ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଏଥିଲାଗି ହକି ଇଣ୍ଡିଆ ପକ୍ଷରୁ ମଙ୍ଗଳବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି।

ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପାଇଁ ବିଶାଖାପାଟଣା ଯାତ୍ରା କଲା ଓଡ଼ିଶା ଦଳ

ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପାଇଁ ବିଶାଖାପାଟଣା ଯାତ୍ରା କଲା ଓଡ଼ିଶା ଦଳ

ବ୍ରହ୍ମପୁର ଅଫିସ, ୨୦।୨: ଆସନ୍ତା ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାଠାରେ ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଭାଗ ନେବା ପାଇଁ ଓଡ଼ିଶା ଦଳ ମଙ୍ଗଳବାର ସକାଳେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରିଛି।

ଆଇସିସିକୁ ଋଣ ପାଇଁ ନିବେଦନ କଲା ଜିମ୍ବାଓ୍ବେ

କରାଚୀ, ୧୯।୨(ପି.ଟି.)-ଜିମ୍ବାଓ୍ବେ କ୍ରିକେଟ ୟୁନିୟନ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ଋଣ ପାଇଁ ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି)କୁ ନିବେଦନ କରିଛି। ଫଳରେ ଏହି ଦେଶକୁ ପାକିସ୍ତାନ ଦଳର ଟୁର୍‌କୁ ନେଇ ସନ୍ଦେହ ଦେଖାଦେଇଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ନଜାମ ସେଠୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଜିମ୍ବାଓ୍ବେ ଟୁର୍‌ ବାତିଲ କରାଯାଇ ନାହିଁ।

ଅଶ୍ୱିନ-ଗିବ୍ସ ଟୁଇଟ ଝଡ଼

ଅଶ୍ୱିନ-ଗିବ୍ସ ଟୁଇଟ ଝଡ଼

ନୂଆଦିଲ୍ଲୀ, ୧୯।୨(ପି.ଟି.)- ପ୍ରମୁଖ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ପ୍ରାକ୍ତନ ଦକ୍ଷିଣ ଆଫ୍ରିକା କ୍ରିକେଟର ହର୍ସେଲ ଗିବ୍ସଙ୍କ ମଧ୍ୟରେ ସୋମବାର ଟୁଇଟରରେ ବାକ୍‌ ଯୁଦ୍ଧ ଦେଖିବାକୁ ମିଳିଛି। ଏଥିରେ ଅଶ୍ୱିନ ନିଜକୁ ନିୟନ୍ତ୍ରଣରେ ରଖି ନ ପାରି ବହୁଚର୍ଚ୍ଚିତ ମ୍ୟାଚ୍‌ ଫିକ୍ସିଂ ଘଟଣାକୁ ଗିବ୍ସଙ୍କୁ ମନେ ପକାଇ ଦେଇଛନ୍ତି।

ଅଷ୍ଟ୍ରେଲିଆ ମହିଳା କ୍ରିକେଟର ଆଲେକ୍ସଙ୍କ ଅବସର

ଅଷ୍ଟ୍ରେଲିଆ ମହିଳା କ୍ରିକେଟର ଆଲେକ୍ସଙ୍କ ଅବସର

ସିଡ୍‌ନୀ, ୧୯।୨(ଏଏଫ୍‌ପି)- ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଉପଅଧିନାୟିକା ତଥା ସର୍ବାଧିକ ମ୍ୟାଚ୍‌ ଖେଳିବାର ରେକର୍ଡ କରିଥିବା ଆଲେକ୍ସ ବ୍ଲାକଓ୍ବେଲ ସୋମବାର ଅନ୍ତର୍ଜାତୀୟ ଓ ଷ୍ଟେଟ୍‌ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩୪ ବର୍ଷୀୟା ଏହି ଡାହାଣହାତୀ ବ୍ୟାଟ୍ସଓମ୍ୟାନ ୨୦୦୩ରେ ଇଂଲଣ୍ଡ ବିପକ୍ଷରେ ଖେଳି ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ।

୪-୧ରେ ସିରିଜ ଜିତିଲା ଆଫଗାନିସ୍ତାନ

୪-୧ରେ ସିରିଜ ଜିତିଲା ଆଫଗାନିସ୍ତାନ

ଶାରଜା, ୧୯।୨(ଏଏଫ୍‌ପି)- ଯୁବ ଲେଗ୍‌-ସ୍ପିନର ରଶିଦ ଖାଁଙ୍କ ଦମ୍‌ଦାର ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ଆଫଗାନିସ୍ତାନ ଏଠାରେ ଅନୁଷ୍ଠିତ ଅନ୍ତିମ ତଥା ୫ମ ଦିନିକିଆ ମ୍ୟାଚ୍‌ରେ ଜିମ୍ବାଓ୍ବେକୁ ୧୪୬ ରନର ବୃହତ ରନ ବ୍ୟବଧାନରେ ପରାସ୍ତ କରିଛି।

ଜାମସେଦପୁର ଏଫ୍‌ସି ପହଞ୍ଚିଲା

ଜାମସେଦପୁର ଏଫ୍‌ସି ପହଞ୍ଚିଲା

ଭୁବନେଶ୍ୱର, ୧୯।୨(କ୍ରୀଡ଼ା ପ୍ରତିନିଧି) ହକି, ଆଥଲେଟିକ୍ସ ପରେ ଏବେ ଭୁବନେଶ୍ୱରରେ ଫୁଟବଲ ପାଇଁ ଉଷ୍ମତା ବଢ଼ିଛି। ଚଳିତ ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ) ସିଜନରେ ଜାମସେଦପୁର ଏଫସି କଳିଙ୍ଗ ଷ୍ଟାଡିୟମକୁ ଏହାର ଦ୍ୱିତୀୟ ହୋମ୍‌ ଭେନ୍ୟୁ କରିଛି। ଫଳସ୍ବରୂପ ଦଳ ଆଗାମୀ ୨୫ ତାରିଖରେ ଏଠାରେ ବେଙ୍ଗାଲୁରୁ ଏଫସି ସହିତ ଏକ ମ୍ୟାଚ ଖେଳିବ ଜାମସେଦପୁର ଏଫ୍‌ସି। ଲିଗ୍‌ କ୍ରମେ ଅନ୍ତିମ ପର୍ଯ୍ୟାୟ ଆଡ଼କୁ ଗତି କରୁଥିବାରୁ ଏହି ମ୍ୟାଚ ଜାମସେଦପୁର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।