ଜାତୀୟ |

କେନ୍ଦ୍ରୀୟ ବଜେଟ: ପୁରୁଣା ପ୍ରତିଶ୍ରୁତିକୁ ନୂଆ ଢ଼ଙ୍ଗରେ ଉପସ୍ଥାପନ

କେନ୍ଦ୍ରୀୟ ବଜେଟ: ପୁରୁଣା ପ୍ରତିଶ୍ରୁତିକୁ ନୂଆ ଢ଼ଙ୍ଗରେ ଉପସ୍ଥାପନ
ନୂଆଦିଲ୍ଲୀ, ୧।୨: ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର ଗୁରୁବାର ୨୦୧୮-୧୯ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପୁରୁଣା ପ୍ରତିଶ୍ରୁତିକୁ ନୂଆଢ଼ଙ୍ଗରେ ଉପସ୍ଥାପନ କରିଥିବା ବିରୋଧୀ ଦଳ କହିଛନ୍ତି। ବଜେଟରେ କୃଷି ଓ ଗ୍ରାମ୍ୟ ଉନ୍ନୟନକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ୨୦୨୨ ସୁଦ୍ଧା କୃଷକଙ୍କ ଆୟ ୨ଗୁଣା କରିବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଥିବା ଅର୍ଥମନ୍ତ୍ରୀ କହିଛନ୍ତି। ସେହିପରି ଖରିଫ୍‌ଋତୁରେ ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣା ଅଧିକ କରାଯିବ। ଏହାର ଲାଭ ଯେପରି କୃଷକଙ୍କ ହାତକୁ ଯାଇପାରିବ ସେନେଇ ଯୋଜନା ପ୍ରସ୍ତୁତ କରାଯିବ। ବାଉଁଶ ଶିଳ୍ପର ବିକାଶ ପାଇଁ ୧୨୯୦ କୋଟି ଟଙ୍କାର ପ୍ରୋତ୍ସାହନ ଯୋଗାଇ ଦିଆଯିବ। ଗ୍ରାମ୍ୟ ସଡ଼କ ଯୋଜନା, ପଶୁପାଳନ ଓ ମତ୍ସ୍ୟପାଳନକୁ ଗୁରୁତ୍ୱ ଦିଆଯିବ। ପଶୁପାଳନ ଓ ମତ୍ସ୍ୟପାଳନରେ ଚାଷୀଙ୍କୁ କିଷାନ କ୍ରେଡିଟ୍‌ କାର୍ଡ ଯୋଗାଇ ଦିଆଯିବ। ଏଥିପାଇଁ ୧୦ ହଜାର କୋଟିର କର୍ପସ ପାଣ୍ଠି ଉପଲବ୍ଧ ହେବ। ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାରେ ଗ୍ରାମୀଣ ଅଞ୍ଚଳକୁ ବିଦ୍ୟୁତ୍‌ ଯୋଗାଣରେ ୧୬ ହଜାର କୋଟି ଟଙ୍କା ବ୍ୟୟ ହେବ। ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଇଁ ୧୪.୩୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ଖାଦ୍ୟପ୍ରକ୍ରିୟା କରଣ ଶିଳ୍ପର ବିକାଶ ପାଇଁ ଦେଶରେ ୪୨ଟି ଫୁଡ୍‌ ପାର୍କ ସ୍ଥାପିତ ହେବ। ଏହି କ୍ଷେତ୍ରରେ ୧୪ଶହ କୋଟି ଟଙ୍କା ବିନିଯୋଗ କରାଯିବ। ଉଜ୍ଜଳା ଯୋଜନାରେ ୮କୋଟି ମହିଳାଙ୍କୁ ମାଗଣା ଗ୍ୟାସ୍‌ ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ସୂଚିତ କରିଛନ୍ତି। ସେହିପରି ୪ କୋଟି ଗରିବ ପରିବାରଙ୍କୁ ମାଗଣା ବିଦ୍ୟୁତ୍‌ ଯୋଗାଇ ଦିଆଯିବ। ସ୍ବଚ୍ଛ ଭାରତ ଯୋଜନା ଅନ୍ତର୍ଗତ ୬ କୋଟି ଶୌଚାଳୟ ସ୍ଥାପନ କରାଯିବ। ଆସନ୍ତା ୨ ବର୍ଷ ମଧ୍ୟରେ ୨ କୋଟି ଶୌଚାଳୟ ସ୍ଥାପିତ ହେବ। ସେହିପରି ୨୦୨୨ ସୁଦ୍ଧା ସମସ୍ତଙ୍କୁ ବାସଗୃହ ଯୋଗାଇ ଦିଆଯିବ। ଆଗାମୀ ଦିନରେ ୫୧ ଲକ୍ଷ ପକ୍କା ଘର ଯୋଗାଇ ଦିଆଯିବ। ଅପରେସନ୍‌ ଗ୍ରୀନ୍‌ ଯୋଜନାରେ ୫ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ଶିକ୍ଷାର ବିକାଶ ପାଇଁ କଳାପଟା ବଦଳରେ ଡିଜିଟାଲ ବ୍ଲାକ୍‌ବୋର୍ଡକୁ ଗୁରୁତ୍ୱ ପ୍ରଦାନ। ସେହିପରି ଆସନ୍ତା ୪ବର୍ଷରେ ଶିକ୍ଷାର ବିକାଶ ପାଇଁ ୧ଲକ୍ଷ କୋଟି ଟଙ୍କା ବ୍ୟୟ ହେବ ବୋଲି ଅର୍ଥମନ୍ତ୍ରୀ ସୂଚିତ କରିଛନ୍ତି। ପ୍ରତି ୩ଟି ସଂସଦୀୟ ଅଞ୍ଚଳ ପାଇଁ ଗୋଟିଏ ନୂଆ ମେଡିକାଲ କଲେଜ ଏବଂ ୨୪ଟି ଜିଲା ସ୍ତରୀୟ କଲେଜ ସ୍ଥାପିତ ହେବ। ସ୍ବାସ୍ଥ୍ୟ ଯୋଜନାରେ ୧୦ କୋଟି ପରିବାରଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ। ଗରିବ ପରିବାରଙ୍କୁ ମାଗଣା ଔଷଧ ପାଇଁ ୧୨ ଶହ କୋଟି ଟଙ୍କାର ଯୋଜନା। ସେହିପରି ୩୬ ହଜାର କିଲୋମିଟର ରେଳ ଷ୍ଟେଶନର ନବୀକରଣ ପାଇଁ ଯୋଜନା ବଜେଟରେ ରହିଛି। ଏହାସହିତ ୬ ଶହ ରେଳ ଷ୍ଟେଶନର ପୁର୍ନବିକାଶ କରାଯିବ। ୨୦୨୦ ସୁଦ୍ଧା ୫୦ ଲକ୍ଷ ଯୁବକଙ୍କୁ ଦକ୍ଷତା ବିକାଶ ତାଲିମ୍‌ ସୁବିଧା ଉପଲବ୍ଧ କରାଯିବ। ସେହିପରି ୭୦ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ୯୯ଟି ସ୍ମାର୍ଟ ସିଟିର ବିକାଶ ପାଇଁ ୨.୦୪ ଲକ୍ଷ କୋଟି ଟଙ୍କାର ଯୋଜନା ଅର୍ଥମନ୍ତ୍ରୀ ଉପସ୍ଥାପନ କରିଛନ୍ତି। ମହିଳାଙ୍କ ଇପିଏଫ୍‌ ପ୍ରଦାନ ଦେୟ ୧୨ ପ୍ରତିଶତରୁ ୮ ପ୍ରତିଶତକୁ ହ୍ରାସ କରାଯାଇଛି। ସମ୍ପ୍ରତି ଜିଡିପି ୬.୨ ପ୍ରତିଶତ ଥିବାବେଳେ ଏହା ୭ରୁ ୭.୫ପ୍ରତିଶତରେ ପହଞ୍ଚିବାର ଆଶା ରହିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
All Right Reserved By

ଜାତୀୟ |

ରାଜ୍‌ ବବରଙ୍କ ନାମରେ ଓ୍ବାରେଣ୍ଟ ଜାରି

ରାଜ୍‌ ବବରଙ୍କ ନାମରେ ଓ୍ବାରେଣ୍ଟ ଜାରି

ଲକ୍ଷ୍ନୌ,୨୧।୧୧: ଏକ ଅପରାଧୀକ ମାମଲାରେ କୋର୍ଟରେ ଅନୁପସ୍ଥିତ କାରଣରୁ କଂଗ୍ରେସ ଉତ୍ତରପ୍ରଦେଶ ଅଧ୍ୟକ୍ଷ ରାଜ୍‌ ବବରଙ୍କ ନାମରେ ଓ୍ବାରେଣ୍ଟ ଜାରି ହୋଇଛି। 

ସମୁଦ୍ରରେ ବର୍ଜ୍ୟ ପ୍ଲାଷ୍ଟିକ୍‌ ସାମଗ୍ରୀ:  ସଙ୍କଟରେ ତିମି ବଂଶ

ସମୁଦ୍ରରେ ବର୍ଜ୍ୟ ପ୍ଲାଷ୍ଟିକ୍‌ ସାମଗ୍ରୀ: ସଙ୍କଟରେ ତିମି ବଂଶ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୧୧: ସମୁଦ୍ରରେ ଅଦରକାରୀ ପ୍ଲାଷ୍ଟିକ୍‌ ସାମଗ୍ରୀକୁ ପକାଇବା ଯୋଗୁ ତିମି ବଂଶ ପାଇଁ ସୃଷ୍ଟି ହୋଇଛି ସଙ୍କଟ। 

ମାଧ୍ୟାକର୍ଷଣ ଶକ୍ତି ଫେଲ୍‌ ମାରିବାରୁ କେଜରିଓ୍ବାଲଙ୍କ ଆଖିରେ ପଡିଲା ଲଙ୍କାଗୁଣ୍ଡ: ଉମର ଅବଦୁଲ୍ଲା

ମାଧ୍ୟାକର୍ଷଣ ଶକ୍ତି ଫେଲ୍‌ ମାରିବାରୁ କେଜରିଓ୍ବାଲଙ୍କ ଆଖିରେ ପଡିଲା ଲଙ୍କାଗୁଣ୍ଡ: ଉମର ଅବଦୁଲ୍ଲା

ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଉପରକୁ ହୋଇଥିବା ଲଙ୍କାଗୁଣ୍ଡ ମାଡକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା।

ନୌସେନାର ବଢ଼ିବ ଶକ୍ତି: ରୁଷିଆ ସହଯୋଗରେ ନିର୍ମିତ ହେବ ଯୁଦ୍ଧପୋତ

ନୌସେନାର ବଢ଼ିବ ଶକ୍ତି: ରୁଷିଆ ସହଯୋଗରେ ନିର୍ମିତ ହେବ ଯୁଦ୍ଧପୋତ

ନୂଆଦିଲ୍ଲୀ/ମସ୍କୋ,୨୧।୧୧: ଭାରତ ନୌସେନାର ଶକ୍ତି ବୃଦ୍ଧି ପାଇଁ ରୁଷିଆ ସହିତ ହାତ ମିଳାଇଛି। ଏନେଇ ଗୋଆ ଶିପ୍‌ୟାର୍ଡ ଲିମିଟେଡ୍‌ ଏବଂ ରୁଷିଆର ସରକାରୀ କମ୍ପାନୀ ରୋସୋବୋରୋନ ଏକ୍ସପୋର୍ଟ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଛି। 

ଟ୍ରେନ୍‌ ଟ୍ରାକରେ ଗଳିପଡିଲା ଶିଶୁ: ଭିଡିଓ ଭାଇରାଲ

ଟ୍ରେନ୍‌ ଟ୍ରାକରେ ଗଳିପଡିଲା ଶିଶୁ: ଭିଡିଓ ଭାଇରାଲ

ଲକ୍ଷ୍ନୌ,୨୧।୧୧: ଉତ୍ତର ପ୍ରଦେଶର ମଥୁରାରେ ମଙ୍ଗଳବାର ଘଟିଛି ଏକ ଅଭାବନୀୟ ଘଟଣା। ମା’ କୋଳରୁ ଟ୍ରେନ୍‌ ଟ୍ରାକ୍‌ ଉପରକୁ ଖସି ପଡିଥିବା ଏକ ବର୍ଷର ଶିଶୁକନ୍ୟା ଜୀବିତ ଉଦ୍ଧାର ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ବିମୁଦ୍ରିକରଣ ଚାଷୀଙ୍କୁ କରିଛି ପ୍ରଭାବିତ: କୃଷି ମନ୍ତ୍ରଣାଳୟ

ବିମୁଦ୍ରିକରଣ ଚାଷୀଙ୍କୁ କରିଛି ପ୍ରଭାବିତ: କୃଷି ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୧।୧୧: ବିମୁଦ୍ରିକରଣ ପ୍ରଭାବ ଦେଶର ଚାଷୀଙ୍କ ଉପରେ ଅଧିକ ପଡ଼ିଛି। ଏନେଇ କୃଷି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

 ଦିଲ୍ଲୀରେ ୨ ସନ୍ଦିଗ୍ଧ ଆତଙ୍କବାଦୀ: ପୋଲିସ ପକ୍ଷରୁ ଫଟୋ ଜାରି

ଦିଲ୍ଲୀରେ ୨ ସନ୍ଦିଗ୍ଧ ଆତଙ୍କବାଦୀ: ପୋଲିସ ପକ୍ଷରୁ ଫଟୋ ଜାରି

ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀରେ ପ୍ରବେଶ କରିଛନ୍ତି ୨ ସନ୍ଦିଗ୍ଧ ଆତଙ୍କବାଦୀ। ସେମାନେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି କୁହାଯାଉଛି। 

ଆଗାମୀ ନିର୍ବାଚନରେ ଲଢିବେ ନାହିଁ ସୁଷମା

ଆଗାମୀ ନିର୍ବାଚନରେ ଲଢିବେ ନାହିଁ ସୁଷମା

ନୂଆଦିଲ୍ଲୀ,୨୦।୧୧: ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଆସନ୍ତା ୨୦୧୯ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ନାହିଁ ବୋଲି କହିଛନ୍ତି। ତେବେ ଦଳ ଯାହା ନିଷ୍ପତ୍ତି ନେବ ତାକୁ ସେ ସମ୍ମାନ ଦେବେ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି। 

ମୁଖ୍ୟମନ୍ତ୍ରୀଙ୍କ ବୋହୂ ଅଧିକ ଧନୀ

ମୁଖ୍ୟମନ୍ତ୍ରୀଙ୍କ ବୋହୂ ଅଧିକ ଧନୀ

ହାଇଦ୍ରାବାଦ,୨୦।୧୧: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର୍‌)ଙ୍କ ବୋହୂ କେ ଶୈଲିମା ତାଙ୍କ ସ୍ବାମୀ ତଥା ତେଲେଙ୍ଗାନାର ପ୍ରଯୁକ୍ତି ମନ୍ତ୍ରୀ କେଟି ରାମା ରାଓ(କେଟିଆର୍‌)ଙ୍କଠାରୁ ଅଧିକ ଧନୀ ବୋଲି ଜଣାପଡିଛି।

ଭାଜପା ବିଧାୟକଙ୍କୁ ଜୋତାମାଳ: ଭିଡିଓ ଭାଇରାଲ

ଭାଜପା ବିଧାୟକଙ୍କୁ ଜୋତାମାଳ: ଭିଡିଓ ଭାଇରାଲ

ଭୋପାଳ,୨୦।୧୧: ମଧ୍ୟପ୍ରଦେଶର ନଗଡା ସହରରେ ଭାଜପା ବିଧାୟକ ତଥା ବର୍ତ୍ତମାନ ନିର୍ବାଚନର ପ୍ରାର୍ଥୀ ଦିଲ୍ଲୀପ ଶେଖାଓ୍ବତଙ୍କୁ ଜଣେ ବ୍ୟକ୍ତି ଜୋତାମାଳ ପିନ୍ଧାଇବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ହୁରିୟତ ନେତା ହଫିଜୁଲ୍ଲାଙ୍କୁ ଗୁଳି କରି ହତ୍ୟା

ହୁରିୟତ ନେତା ହଫିଜୁଲ୍ଲାଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର,୨୦।୧୧: ଦକ୍ଷିଣ କଶ୍ମୀରରେ ହୁରିୟତ ନେତା ହଫିଜୁଲ୍ଲା ମୀର୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଛି।

ଇଞ୍ଜିନିୟରିଂ ତୁଳନାରେ ଏମବିଏ ଶିକ୍ଷାର୍ଥୀ ଅଧିକ ବେକାର

ଇଞ୍ଜିନିୟରିଂ ତୁଳନାରେ ଏମବିଏ ଶିକ୍ଷାର୍ଥୀ ଅଧିକ ବେକାର

ନୂଆଦିଲ୍ଲୀ,୨୦।୧୧: ଇଞ୍ଜିନିୟରିଂ ତୁଳନାରେ ଏମବିଏ ଶିକ୍ଷାର୍ଥୀ ଅଧିକ ବେକାର ରହୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଏମବିଏ ସ୍ନାତକ ନିଯୁକ୍ତି ଲାଗି ହେଉଥିବା ପ୍ରତିଯୋଗୀତା ପରୀକ୍ଷାରେ ଆବଶ୍ୟକ ଯୋଗ୍ୟତା ପୂରଣ କରିବାକୁ ସକ୍ଷମ ହୋଇପାରୁ ନାହାଁନ୍ତି।