

ରାଜ୍ୟ |

ବୁଝାମଣା ନୁହେଁ, ଆନ୍ଦୋଳନ କରିବ ଏସ୍ୟୁସିଆଇ(ସି)
ଭୁବନେଶ୍ୱର,୧୫।୨(ବ୍ୟୁରୋ)- ଭାରତର ପ୍ରମୁଖ ସାମ୍ୟବାଦୀ ଦଳ ଏସ୍ୟୁସିଆଇ(ସି) ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନିଜ ରଣନୀତି ପ୍ରସ୍ତୁତ କରିଛି। ନିର୍ବାଚନ ଅପେକ୍ଷା ଜନଜୀବନ ସମସ୍ୟା ନେଇ ନ୍ୟାୟସଙ୍ଗତ ବାମପନ୍ଥୀ ଆନ୍ଦୋଳନ ଗଢିବା ଦଳର ମୁଖ୍ୟ ଉଦ୍ଦେଶ୍ୟ।

ବିପୁଳ ପରିମାଣର ମଦ, ମହୁଲ ପୋଚ ଜବତ
ପାଟଣାଗଡ, ୧୫।୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ପାଟଣାଗଡ ବ୍ଲକର ରେଙ୍ଗାଲି ଏବଂ ଛେଲଖାଇ ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ଦେଶୀ ରନ୍ଧାମଦ ଏବଂ ମହୁଲ ପୋଚ ଜବତ କରିଛି।

ଅବକାରୀ ବିଭାଗ ଚଢ଼ାଉ: ଦେଶୀ ମଦ ଜବତ, ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ପାଟଣାଗଡ଼,୧୫।୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକର ରେଙ୍ଗାଲି ଏବଂ ଛେଲଖାଇ ଗ୍ରାମରେ ଅବକାରୀ ବିଭାଗ ଶୁକ୍ରବାର ଚଢ଼ାଉ କରିଛିି। ଏହି ଚଢ଼ାଉରେ ଜଣେ ମହିଳା ସମେତ ୫ ଜଣଙ୍କୁ ଗିରଫ କରାଯିବା ବେଳେ ୧୭୬ ଲିଟର ଦେଶୀ ରନ୍ଧା ମଦ, ୧୨୦ କେଜି ମହୁଲ ଏବଂ ରେଙ୍ଗାଲି ଜଙ୍ଗଲରୁ ୩.୫ କୁଇଣ୍ଟାଲ ମହୁଲ ପୋଚ ଜବତ କରିଥିଲେ।

ଦୁର୍ଘଟଣାରେ ମୃତ ଯୁବକଙ୍କ ଚକ୍ଷୁଦାନ
ଖଣ୍ଡପଡ଼ା,୧୫ା୨(ସ୍ବ.ପ୍ର.)-ନୟାଗଡ଼ ଜିଲା କଣ୍ଟିଲୋ ପଞ୍ଚାୟତ ଅନ୍ତର୍ଗତ ଫକୀର ଅତିବୁଦ୍ଧିପାଟଣାର ରନତ୍ାକର ଖଟୁଆ ଓରଫ ବଜରଙ୍ଗୀ(୧୯)ଙ୍କ ବୁଧବାର ଅପରାହ୍ନରେ ଭୁବନେଶ୍ୱରଠାରେ ବସ୍ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଏଭଳି ଏକ ଦୁଃଖଦ ଘଟଣା ପରେ ମଧ୍ୟ ତାଙ୍କ ପରିବାର ଲୋକେ ମୃତପୁଅଙ୍କ ଚକ୍ଷୁଦାନ କରିଛନ୍ତିି।

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି: ପିଠା କାର୍ଯ୍ୟକ୍ରମରେ ୨ମିନିଟ୍ ନୀରବ ପ୍ରାର୍ଥନା
କାକଟପୁର, ୧୫।୨(ଡି.ଏନ୍.ଏ.): ପୁରୀ ଜିଲା କାକଟପୁର ବ୍ଲକ ଜଳେଶ୍ୱରପଡ଼ା ପଞ୍ଚାୟତ ପକ୍ଷରୁ ସ୍ଥାନୀୟ ଶୁକପୋଖରୀଠାରେ ସତ୍ୟନାରାୟଣ ହାଇସ୍କୁଲ ପରିସରରେ ପିଠା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଛି।

ସଚିବାଳୟରୁ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୫।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସଚିବାଳୟରୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରିଛନ୍ତି।

ସଧାରଣ ନିର୍ବାଚନ ନେଇ ପ୍ରସ୍ତୁତି ଜୋରଦାର
କାମାକ୍ଷାନଗର,୧୫।୨(ଡି.ଏନ୍.ଏ.): ସାଧାରଣ ନିିର୍ବାଚନକୁ ନେଇ ଢେଙ୍କାନାଳ ଜିଲା କାମାକ୍ଷାନଗର ମହାବିଦ୍ୟାଳୟରେ ଶୁକ୍ରବାର ପୋଲିଂ ଓ ପ୍ରିଜାଇଡିଂ ଅଫିସରମାନଙ୍କୁ ତାଲିମ ଦିଆଯାଇଛି ।

ପୁଲଓ୍ବାମା ଆକ୍ରମଣରେ ଦୁଇ ଓଡ଼ିଆ ଶହୀଦଙ୍କ ପରିବାର ସହ କଥାହୋଇ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୫।୨(ବ୍ୟୁରୋ): ଜମ୍ମୁ-କଶ୍ମୀରର ପୁଲଓ୍ବାମାଠାରେ ଗୁରୁବାର ସନ୍ଧ୍ୟାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଛନ୍ତି ୨ ଓଡ଼ିଆ। ସେମାନେ ହେଲେ ଜଗତସିଂହପୁର ଜିଲା ନାଉଗାଁ ବ୍ଲକ ଶିଖର ପଞ୍ଚାୟତ ପାରିଶିଖର ଗ୍ରାମର ପ୍ରସନ୍ନ କୁମାର ସାହୁ ଓ କଟକ ଜିଲା ନିଆଳି ରତନପର ଗ୍ରାମର ମନୋଜ କୁମାର ବେହେରା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଶହୀଦ ଓଡ଼ିଆ ଯବାନଙ୍କ ପରିବାର ସହ କଥା ହେବା ସହ ସମବେଦନା ଜଣାଇଛନ୍ତି।

ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟାପକ
ସୋର,୧୫।୨(ଡି.ଏନ୍.ଏ.): ବାଲେଶ୍ୱର ଜିଲା ସୋରସ୍ଥିତ ତଳନଗର କଲେଜର ଅଧ୍ୟାପକ ରାମଚନ୍ଦ୍ର ଉପାଧ୍ୟାୟଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି।

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ୨ ଓଡ଼ିଆ ଯବାନ ଶହୀଦ
ନାଉଗାଁ,୧୫।୨: ଜମ୍ମୁ-କଶ୍ମୀର ପୁଲଓ୍ବାମାଠାରେ ଗୁରୁବାର ସନ୍ଧ୍ୟାରେ ଆତଙ୍କବାଦୀ ସଂଗଠନ ଦ୍ୱାରା ହୋଇଥିବା ଆକ୍ରମଣରେ ୪୪ ଯବାନ ଶହୀଦ ହୋଇଛନ୍ତି।

ମିନିଟ୍ରକ ବାଇକ ମୁହଁ।ମୁହିଁ, ଜଣେ ମୃତ
ବାଲେଶ୍ୱର ଅଫିସ,୧୫।୨: ବାଲେଶ୍ୱର ସୁନହଟ ସ୍ଥିତ ହେମକାପଦା ବ୍ଲକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତକଲେ ହାଇକୋର୍ଟ
କଟକ ଅଫିସ, ୧୫।୨: ଷ୍ଟେଟ୍ ଆଡମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ (ସ୍ୟାଟ୍)ରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ୪ ସପ୍ତାହ ମଧ୍ୟରେ ପୂରଣ କରିବାକୁ ପୂର୍ବରୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସରକାର ଏ କ୍ଷେତ୍ରରେ ବିଫଳ ହୋଇଛନ୍ତି।