ରାଜ୍ୟ |

ରାଜ୍ୟପାଳଙ୍କ ନାମରେ ଏତଲା

ରାଜ୍ୟପାଳଙ୍କ ନାମରେ ଏତଲା

ଭୁବନେଶ୍ୱର, ୧।୨(ବ୍ୟୁରୋ): ଓଡ଼ିଶାର ରାଜ୍ୟପାଳ ଡ. ଏସ୍‌.ସି ଜମିର ନିଜ ଇଚ୍ଛାଧିନ କ୍ଷମତାର ଅପବ୍ୟବହାର କରୁଥିବା ନେଇ ଗୁରୁବାର କଳିଙ୍ଗ ସେନା ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ଅଭିଯୋଗ ଅନୁଯାୟୀ, ଓଡ଼ିଶାର ଗରିବ ରୋଗୀମାନେ ରାଜ୍ୟ ସରକାରଙ୍କଠାରୁ କୌଣସି ସହାୟତା ପାଉ ନ ଥିବା ବେଳେ ନାଗାଲାଣ୍ଡକୁ ସମସ୍ତ ସହୟତା ମିଳୁଛି। ପ୍ରକାଶ ଯେ, ୨୦୧୪ ଜୁଲାଇରୁ ଡିସେମ୍ବର ମାସ ମଧ୍ୟରେ ଓଡ଼ିଶାର ୩ ଗରିବ ରକ୍ତ କର୍କଟ ରୋଗୀ ଓ ଜଣେ ହୃଦ୍‌ରୋଗୀ ଚିକିତ୍ସା ପାଇଁ ରାଜ୍ୟପାଳଙ୍କଠାରୁ ଆର୍ଥିକ ସହାୟତା ଲୋଡିଥିଲେ। ମାତ୍ର ସେମାନଙ୍କୁ ରାଜ୍ୟପାଳଙ୍କ ପ୍ରକୋଷ୍ଠରୁ ଟଙ୍କାଟିଏ ମଧ୍ୟ ସହାୟତା ମିଳି ନ ଥିଲା। କିନ୍ତୁ ସେହି ବର୍ଷ ନାଗାଲାଣ୍ଡର କେତେକ ଅନୁଷ୍ଠାନ, ବ୍ୟକ୍ତି ବିଶେଷ ଓ କ୍ଲବ ବିଭିନ୍ନ କାର୍ଯ୍ୟ ଲାଗି ସହାୟତା ଲୋଡିଥିଲେ। ଏମାନଙ୍କୁ ରାଜ୍ୟପାଳ ହାତଖୋଲି ଅର୍ଥ ଦେଇଥିଲେ। ଓଡ଼ିଶା ରାଜ୍ୟପାଳଙ୍କଠାରୁ ଅର୍ଥ ପାଇଥିବା ଏହି ସଂସ୍ଥାଗୁଡିକ ମଧ୍ୟରେ ମୋକୋ କୁଚଙ୍ଗ ଭିଲେଜ କାଉନ୍‌ସିଲ୍‌ ଉନ୍ନୟନ କାର୍ଯ୍ୟ ଲାଗି ୨୦ ହଜାର ଟଙ୍କା ନେଇଥିବା ବେଳେ ଗୋଟିଏ କ୍ଲବ ଉନ୍ନୟନ କାର୍ଯ୍ୟ ପାଇଁ ୧୦ ହଜାର ଟଙ୍କା ନେଇଛି। ସେହିପରି ମିଆଙ୍ଗ୍‌ ନାମକ ଜଣେ ବ୍ୟକ୍ତି ଚିକିତ୍ସା ଲାଗି ୨୫ ହଜାର ଟଙ୍କା ନେଇଛନ୍ତି। ପୁସ୍‌ରମ ନଗଡେ ନାମକ ଜଣେ ବ୍ୟକ୍ତିଙ୍କୁ ୨୦୧୫ରେ ୫୦ ହଜାର ଟଙ୍କା ଦିଆଯାଇଥିଲା। ମାତ୍ର କ’ଣ ପାଇଁ ସେ ଏହି ଅର୍ଥ ନେଇଛନ୍ତି ତାହା ଉଲ୍ଲେଖ ନାହିଁ। ଚିକିତ୍ସା ପାଇଁ ଟଲି ନାମ୍ନୀ କେହି ଜଣେ ୩୦ ହଜାର ଟଙ୍କା ନେଇଛନ୍ତି। ତାଙ୍କର ରୋଗ କିମ୍ବା ଦରଖାସ୍ତ ଆବେଦନର ତାରିଖ ନାହିଁ। ରାଜ୍ୟବାସୀଙ୍କ ପ୍ରତି ରାଜ୍ୟର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଥିବା ରାଜ୍ୟପାଳଙ୍କ ଏଭଳି ମନୋଭାବ ଆଦୌ ଗ୍ରହଣୀୟ ନୁହେଁ।

All Right Reserved By
I&PR

Model This Week

ସନ୍ତୋଷ

ରାଜ୍ୟ |

ତାକରଡ଼ାରେ ଶହୀଦ ଦିବସ ପାଳିତ

ତାକରଡ଼ାରେ ଶହୀଦ ଦିବସ ପାଳିତ

ଶେରଗଡ଼, ୨୪।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ତାକରଡ଼ା ଗ୍ରାମସ୍ଥିତ ଶହୀଦ ପୀଠରେ ଗୁରୁବାର ୭୦ତମ ଶହୀଦ ଦିବସ ପାଳିତ ହୋଇଯାଇଛି। ଶତାଧିକ କର୍ମୀ ଏକଜୁଟ ହୋଇ ୭ ଶହୀଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ସେମାନେ ହେଲେ ସ୍ବର୍ଗତ ହେମବର୍ତ୍ତିଆ ସୁବେଇନ ବେହେରା, କନ୍ଧୁଣି ଡାକୁଆ, ରାହାସ ଦାସ, ଅର୍ଜୁନ ବରାଡ଼, ବାଉରି ବରାଡ଼ ଓ ଗୋବିନ୍ଦ ପ୍ରଧାନ।

ଭିଜିଲାନ୍ସ ହାତରେ ହାଟଡିହି ବିଇଓ ଅଫିସ ମୁଖ୍ୟ କିରାଣି

ଭିଜିଲାନ୍ସ ହାତରେ ହାଟଡିହି ବିଇଓ ଅଫିସ ମୁଖ୍ୟ କିରାଣି

ହାଟଡିହି, ୨୪।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହି ବ୍ଲକ ବିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣି ପ୍ରଦୀପ କୁମାର ସାହୁ ଲାଞ୍ଚ ନେଉଥିବା ବେଳେ ଗୁରୁବାର ସକାଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ଦନ୍ତାହାତୀ ମୃତ, କାରଣ ଅସ୍ପଷ୍ଟ

ଦନ୍ତାହାତୀ ମୃତ, କାରଣ ଅସ୍ପଷ୍ଟ

ଜମନକିରା,୨୪।୫(ଡି.ଏନ୍‌.ଏ) ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ବଡ଼ରମା ରେଞ୍ଜ ଅନ୍ତର୍ଗତ ଟନସରା ଗାଁ ନିକଟ ନାଳାରୁ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଗୁରୁବାର ଅପରାହ୍ନରେ ମୃତଦେହ ବ୍ୟବଚ୍ଛେଦ ପରେ କାରଣ ଜଣାପଡ଼ିବ।

ପୁରୀ ଜିଲାର ୪୮୬ ସ୍କୁଲରେ ନାହିଁ କିଚେନ୍‌ ସେଟ୍‌

ପୁରୀ ଜିଲାର ୪୮୬ ସ୍କୁଲରେ ନାହିଁ କିଚେନ୍‌ ସେଟ୍‌

ପୁରୀ ଅଫିସ, ୨୪।୫: ପୁରୀ ଜିଲାର ୪୮୬ ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ ଲାଗି କିଚେନ୍‌ ସେଟ୍‌ ନ ଥିବା ସର୍ବଶିକ୍ଷା ଅଭିଯାନ ତଥ୍ୟରୁ ଜଣାପଡିଛି। ଜିଲାରେ ୧୨୮୮ ପ୍ରାଥମିକ ବିଦ୍ୟାଳୟ, ୮୨୦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ୩୫୬ ହାଇସ୍କୁଲ ରହିଛି।

ମହାରାଣୀ ସାଗରରେ ଲାଟ୍ରିନ୍‌ ଟାଙ୍କି, ଡ୍ରେନ୍‌ ପାଣି: ଜବରଦଖଲ ଉଚ୍ଛେଦକୁ ନେଇ ମ୍ୟୁନିସିପାଲିଟି ନରମ

ମହାରାଣୀ ସାଗରରେ ଲାଟ୍ରିନ୍‌ ଟାଙ୍କି, ଡ୍ରେନ୍‌ ପାଣି: ଜବରଦଖଲ ଉଚ୍ଛେଦକୁ ନେଇ ମ୍ୟୁନିସିପାଲିଟି ନରମ

ବଲାଙ୍ଗୀର ଅଫିସ,୨୪।୫- ବଲାଙ୍ଗୀର ସହରର ବୃହତ୍‌ ଜଳାଶୟ ମହାରାଣୀ ସାଗରରେ ପ୍ରତ୍ୟହ ହଜାର ହଜାର ଲୋକ ସ୍ନାନ କାର୍ଯ୍ୟ ସମାପନ କରିଥାନ୍ତି। ଜଳାଶୟରୁ ପୂଜାର୍ଚ୍ଚନା ପାଇଁ କଳସ ଶୋଭାଯାତ୍ରା କରାଯାଇଥାଏ।

ଫୁର୍ଲିଝରଣ ଜଳପ୍ରପାତ: ପ୍ରାୟ ଏକ ବର୍ଷ ହେବ ବନ୍ଦ ପଡ଼ିଛି, ପୁନରୁଦ୍ଧାର ପାଇଁ କାହାରି ଦୃଷ୍ଟିନାହିଁ

ଫୁର୍ଲିଝରଣ ଜଳପ୍ରପାତ: ପ୍ରାୟ ଏକ ବର୍ଷ ହେବ ବନ୍ଦ ପଡ଼ିଛି, ପୁନରୁଦ୍ଧାର ପାଇଁ କାହାରି ଦୃଷ୍ଟିନାହିଁ

ଭବାନୀପାଟଣା,୨୪।୫(ଡି.ଏନ.ଏ.)- ପର୍ଯ୍ୟାଟନସ୍ଥଳି ଫୁର୍ଲିଝରଣର ପୁନରୁଦ୍ଧାର ପାଇଁ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ୧୧ ଦଫା ଦାବିପତ୍ର ଦେବା ସହ ବୁଧବାର ସାଇନିଙ୍ଗ କଳାହାଣ୍ଡିର ଅଧ୍ୟକ୍ଷ ଭବାନୀଶଙ୍କର ନିଆଲ ଭୁବନେଶ୍ୱରରେ ପିସିସିଏଫଙ୍କୁ ଭେଟି ଉକ୍ତ ଦାବି ସମ୍ପର୍କରେ ଆଲୋଚନା କରିଛନ୍ତି।

ଦେବୋତ୍ତର ବିଭାଗ ସାବତପୁଅ

ଦେବୋତ୍ତର ବିଭାଗ ସାବତପୁଅ

ପୁରୀ ଅଫିସ, ୨୪ା୫: ଠାକୁର ହେଉଛନ୍ତି ନାବାଳକ। ମଠ, ମନ୍ଦିର ଆଦି ହିନ୍ଦୁ ଧାର୍ମିକ ଅନୁଷ୍ଠାନ ତଥା ଠାକୁରଙ୍କ ସ୍ଥାବର, ଅସ୍ଥାବର ସମ୍ପତ୍ତିର ସୁରକ୍ଷା, ରକ୍ଷଣାବେକ୍ଷଣ ଓ ପରିଚାଳନା ଲାଗି ରହିଛି ଦେବୋତ୍ତର ବିଭାଗ। ଏହି ବିଭାଗରେ ୧୯୦ ପଦବୀ ମଧ୍ୟରୁ ୧୧୬ଟି ଖାଲି ପଡିଛି। ନିଜସ୍ବ ୱେବ୍‌ସାଇଟ ମଧ୍ୟ ନାହିଁ। କର୍ମଚାରୀ ଓ ଉପଯୁକ୍ତ ଭିତ୍ତିଭୂମିର ଅଭାବ ଯୋଗୁ ଦେବୋତ୍ତର ବିଭାଗ ନିଜର ସ୍ଥିତି ଖୋଜୁଛି। ଆଇନ ବିଭାଗ ଅଧୀନସ୍ଥ ଏହି ବିଭାଗ ରାଜ୍ୟ ସରକାରଙ୍କ ସାବତପୁଅ ପାଲଟିଛି।

ଗଞ୍ଜେଇ ସହ ୨ ବାଇକ ଜବତ,୪ ଗିରଫ

ଗଞ୍ଜେଇ ସହ ୨ ବାଇକ ଜବତ,୪ ଗିରଫ

କଣ୍ଟାମାଳ, ୨୪।୫ (ଡି.ଏନ.ଏ.) ବୌଦ୍ଧ ଜିଲା କଣ୍ଟାମାଳ ଥାନା ଅନ୍ତର୍ଗତ ମାତାକୁପା ଘାଟି ରାସ୍ତାର ବୁଢାଖୋଲ ଘାଟି ଛକରେ ବୁଧବାର ସକାଳୁ ସ୍ଥାନୀୟ ପୋଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଥିବାବେଳେ ଦୁଇଟି ବାଇକ୍‌କୁ ଜେରା ବେଳେ ସେମାନଙ୍କ ନିକଟରୁ ଗଞ୍ଜେଇ ସହ ଗାଡି ଜବତ କରିଛନ୍ତି ।

ହସ୍ପିଟାଲରେ ଭୂତ: ଭିଡିଓ ଭାଇରାଲ, ଥାନାରେ ଏତଲା

ହସ୍ପିଟାଲରେ ଭୂତ: ଭିଡିଓ ଭାଇରାଲ, ଥାନାରେ ଏତଲା

ଝାରସୁଗୁଡ଼ା ଅଫିସ,୨୪।୫- ଝାରସୁଗୁଡ଼ା କଲେକ୍ଟରେଟ୍‌ ରୋଡ୍‌ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭୂତ ଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭୂତଟି ହସ୍ପିଟାଲ ପରିସର ଏକ କାନ୍ଥରେ ଚଢ଼ି ତଳ ମହଲାରୁ ଉପର ମହଲାକୁ ଉଠୁଥିବା ଭିଡିଓରେ ଦେଖାଯାଉଛି।

ଆସିଲାନି ନଳକୂପ ଖନନ ଗାଡ଼ି : ଅଧାରେ ରହିଲା ଡୁଣ୍ଡାବାସୀ ସ୍ବପ୍ନ

ଆସିଲାନି ନଳକୂପ ଖନନ ଗାଡ଼ି : ଅଧାରେ ରହିଲା ଡୁଣ୍ଡାବାସୀ ସ୍ବପ୍ନ

ଜୁନାଗଡ,୨୪।୫(ଡି.ଏନ.ଏ.)- କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଦୁନ୍ଦେଲମାଲ ପଞ୍ଚାୟତ ବଣପାହାଡ ଘେରରେ ଲୁଚିରହିଥିବା ଡୁଣ୍ଡା ଗ୍ରାମରେ ନଳକୂପ ଖନନ କରାଯିବ ବୋଲି ପଞ୍ଚାୟତ ପକ୍ଷରୁ ସବୁଜ ସଙ୍କେତ ମିଳିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା।

କୁମ୍ଭୀରକାନ୍ଦଣା ନୁହେଁ, କାର୍ଯ୍ୟାନୁଷ୍ଠାନ ନିଅ  ମହାନଦୀ ମହାସୁରକ୍ଷା ସମାବେଶ

କୁମ୍ଭୀରକାନ୍ଦଣା ନୁହେଁ, କାର୍ଯ୍ୟାନୁଷ୍ଠାନ ନିଅ ମହାନଦୀ ମହାସୁରକ୍ଷା ସମାବେଶ

ସମ୍ବଲପୁର,୨୪ ା୫(ବ୍ୟୁରୋ) ମହାନଦୀର ସୁରକ୍ଷା ପାଇଁ ରାଜ୍ୟ ବ୍ୟାପୀ ଜନସମର୍ଥନ ଅଭିଯାନ ଜୋର୍‌ଦାର୍‌ ହୋଇଥିଲା ବେଳେ ମହାନଦୀ ସୁରକ୍ଷା ସମିତି ସମ୍ବଲପୁରର ଆହ୍ବାନ କ୍ରମେ ବୁଧବାର ମହାନଦୀ କୂଳରେ ମହାସମାବେଶ ଆୟୋଜିତ ହୋଇଯାଇଛି। ଏହି ସମାବେଶ ପ୍ରାର୍ଥନାରୁ ଆରମ୍ଭ ହୋଇ ଚେତାବନୀରେ ଶେଷ ହୋଇଛି।

ଗଣବଳତ୍କାର ଶିକାର ନାବାଳିକାଙ୍କ ଆତ୍ମହତ୍ୟା

ଗଣବଳତ୍କାର ଶିକାର ନାବାଳିକାଙ୍କ ଆତ୍ମହତ୍ୟା

ସମ୍ବଲପୁର,୨୪ା୫ (ବ୍ୟୁରୋ) ସମ୍ବଲପୁର ଜିଲା ଶାସନ ଥାନା ଅଞ୍ଚଳରେ ସାହାଯ୍ୟ କରିବା ଆଳରେ ଜଣେ ନାବାଳିକାଙ୍କୁ ଟେକି ନେଇ ଗଣବଳାତ୍କାର କରାଯାଇଥିଲା। ସେହି ପୀଡ଼ିତା ନାବାଳିକାଜଣକ ବୁଧବାର ଘରେ କେହି ନ ଥିବା ସମୟରେ ସନ୍ଧ୍ୟାରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।