Dharitri News
ମେଟ୍ରୋ |

ସିଏମ୍‌ସି କାଉନ୍‌ସିଲ ବୈଠକ: ଜାଇକାକୁ ନେଇ ପ୍ରବଳ ହଟ୍ଟଗୋଳ

ସିଏମ୍‌ସି କାଉନ୍‌ସିଲ ବୈଠକ: ଜାଇକାକୁ ନେଇ ପ୍ରବଳ ହଟ୍ଟଗୋଳ କଟକ ଅଫିସ, ୩୧।୧- ସହର ସମସ୍ୟାକୁ ନେଇ କଟକ ମହାନଗର ନିଗମ (ସିଏମ୍‌ସି) କାଉନ୍‌ସିଲ ବୈଠକରେ ବୁଧବାର ସରଗରମ ଆଲୋଚନା ହୋଇଥିଲା। ଶାସକ, ବିରୋଧୀଙ୍କ ସ୍ବର ଏକ ହୋଇଯାଇଥିଲା। ସମସ୍ତେ ମିଳିତ ଭାବେ ସିଏମ୍‌ସି ପ୍ରଶାସନକୁ ଟାର୍ଗେଟ କରି ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଜାଇକାର ମନମାନି କାର୍ଯ୍ୟକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଜାଇକା ଅଧିକାରୀଙ୍କ ସହ ଏକ ସ୍ବତନ୍ତ୍ର ବୈଠକ ଡାକିବାକୁ କର୍ପୋରେଟରମାନେ ଅଡ଼ି ବସିଥିଲେ। ଅପରପକ୍ଷରେ ଭାଜପା କର୍ପୋରେଟରମାନେ ସହର ସମସ୍ୟା ସମାଧାନରେ ମେୟରଙ୍କ ବିଫଳତାକୁ ଦାୟୀ କରି ବୈଠକ ତ୍ୟାଗ କରିଥିଲେ। ନଭେମ୍ବର ଓ ଡିସେମ୍ବର ମାସରେ ଟିଫା ମେଶିନ ସାହାଯ୍ୟରେ ମଶାଧୂଅଁା ଛଡ଼ାଯାଏ। ଜାନୁୟାରୀ ଶେଷ ହୋଇଥିଲେ ବି ସହରରେ ସମସ୍ତ ଅଞ୍ଚଳରେ ଅନ୍ତତଃ ଥରେ ଲେଖାଏ ମଶାଧୂଅଁା ଛଡ଼ାଗଲା ନାହିଁ। ବୋଲି କଂଗ୍ରେସ କର୍ପୋରେଟର ଗିରିବାଳା ବେହେରା ଅଭିଯୋଗ କରିଥିଲେ। ବିଜେଡି କର୍ପୋରେଟର ତଥା ଲାଇସେନ୍ସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିକାଶ ରଞ୍ଜନ ବେହେରା ଅଳିଆ ପଡ଼ୁଥିବା ପଏଣ୍ଟଗୁଡ଼ିକ ସଫା ନ ହେବା କାରଣରୁ ମଶା ବଂଶ ବୃଦ୍ଧି ପାଉଥିବା କହିଥିଲେ। ମଶା ତେଲ ଟେମିଫସ୍‌ ୨୦୦ ବଦଳରେ ୩୦୦ ବ୍ୟବହାର କରାଯିବା ଓ ଏହାକୁ କଲିକତାରୁ କିଣାଯିବା ଉପରେ ସେ ଜୋର୍‌ ଦେଇଥିଲେ। ବିଭିନ୍ନ ପ୍ରକଳ୍ପ କେବଳ ଫଳକରେ ସୀମିତ ରହୁଛି। ଗତ ୪ ବର୍ଷ ହେବ ଜାଇକା ପକ୍ଷରୁ ନିୟମିତ ଡ୍ରେନ୍‌ ସଫେଇ କରାଯାଉନାହିଁ। ବିଜୁ ପଟ୍ଟନାୟକ ଛକଠାରୁ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଡ୍ରେନ୍‌ ନିର୍ମାଣ ପାଇଁ ଜମି ଚିହ୍ନଟ କାର୍ଯ୍ୟ ଶେଷ ହେଉନାହିଁ। ଆଗାମୀ ବର୍ଷାଋତୁ ପୂର୍ବରୁ ଏଠାରେ ଡ୍ରେନ ନିର୍ମାଣ ହୋଇନପାରିଲେ ପୁଣି ସମ୍ପୃକ୍ତ ଅଞ୍ଚଳ ଜଳମଗ୍ନ ହେବା ନିଶ୍ଚିତ। ୩ବର୍ଷ ହେବ ଗୋଟିଏ ସେକ୍ସନରେ କରି କିରାଣୀମାନେ ମନଇଚ୍ଛା କାମ କରୁଛନ୍ତି। ଲାଇସେନ୍ସ ସେକ୍‌ସନରେ ରାଜସ୍ବ ବୃଦ୍ଧି ପାଇଁ ଅଧିକାରୀଙ୍କ ଇଛାଶକ୍ତି ନାହିଁ। ଷ୍ଟାଣ୍ଡିଂ କମିଟି ବୈଠକକୁ ଅଧିକାରୀମାନେ ଆସୁନାହାନ୍ତି ବୋଲି ବେହେରା କହିଥିଲେ। କଂଗ୍ରେସ କର୍ପୋରେଟର ଅରୁଣ କୁମାର ସେଠୀ କହିଲେ, ବୈଠକ ନିୟମିତ ହେଉ ନ ଥିବାରୁ ସରକାରୀ ଯୋଜନାଗୁଡ଼ିକ ସମ୍ପର୍କରେ କର୍ପୋରେଟରମାନେ ଜାଣିପାରୁନାହାନ୍ତି। ସିଏମ୍‌ସି ସ୍ବାସ୍ଥ୍ୟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳ କହିଲେ, ୫୦ ଲକ୍ଷ ଟଙ୍କାର କାମ ପାଇଁ ୮ ମାସ ବିତିଗଲା। ଏଲଇଡି ଲାଇଟ୍‌ କେବେ ଲାଗିବ ତୁରନ୍ତ ପ୍ରତି ୱାର୍ଡର କର୍ପୋରେଟରଙ୍କୁ ଜଣାଯାଉ। ଅମୃତ, ଜାଇକା ଏବଂ ଓପିଟିସିଏଲ୍‌ ପକ୍ଷରୁ ଅଲଗା ଭାବେ ଗୋଟିଏ ରାସ୍ତାକୁ ତିନି ଥର ଖୋଳାଯାଉଛି। ଲୋକେ ହଇରାଣ ହେଉଛନ୍ତି। ସରକାରୀ ଅର୍ଥ ବରବାଦ ହେଉଛି। ଏ ସମସ୍ତଙ୍କୁ ନେଇ ଏକତ୍ର ବୈଠକ କରାଯାଇ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରାଯାଉ। ବିଶ୍ୱନାଥ ପଣ୍ଡିତ ପାଠାଗାରର ମରାମତି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ। ପ୍ରତି ୱାର୍ଡରେ ହୋର୍ଡିଂ ବାବଦରୁ ଆସୁଥିବା ଆୟ ସମ୍ପର୍କରେ କର୍ପୋରେଟରମାନଙ୍କୁ ଜଣାଇବାକୁ ବିଶ୍ୱାଳ କହିଥିଲେ। କଂଗ୍ରେସ କର୍ପୋରେଟର ବୈଶାଳୀ ବେହେରା ତାଙ୍କ ୱାର୍ଡରେ ଥିବା ମେଡିକାଲରେ ୧ ବର୍ଷ ହେବ ଡାକ୍ତର ପଦ ଖାଲିପଡ଼ିଥିବାରୁ ତୁରନ୍ତ ପୂରଣ ପାଇଁ ଦାବି କରିଥିଲେ। ବିଜେଡି କର୍ପୋରେଟର ରଞ୍ଜିତା ବିଶ୍ୱାଳ ଓ ରମଜାନ୍‌ ଖାନ୍‌ ସଫେଇ କାର୍ଯ୍ୟ ଠିକ୍‌ ଭାବେ ହେଉ ନ ଥିବା ଓ ଯୋଗ୍ୟ ହିତାଧିକାରୀଙ୍କୁ ରାଶନ କାର୍ଡ ଯୋଗାଇଦେବାକୁ କହିଥିଲେ। କେତେକ ବ୍ୟକ୍ତି ସିଏମ୍‌ସି ଗୃହକୁ ନେଇ ଭଡ଼ାରେ ଲଗାଉଥିବା ଅଭିଯୋଗ ଉଠିଥିଲା। ପବ୍ଲିକ ୱାର୍କ୍ସ କମିଟି ଅଧ୍ୟକ୍ଷ ଚିରଞ୍ଜୟ ସାହୁ ଅଚଳ ଆମ୍ବୁଲାନ୍ସ, ବୁସ୍‌ କଟର ମରାମତି କରିବା, ସିଏମ୍‌ସିରେ ଥିବା ସମସ୍ତ ଗାଡ଼ିର ନମ୍ବର କର୍ପୋରେଟରଙ୍କୁ ଦେବା ସମ୍ପର୍କରେ କହିଥିଲେ। ମେୟର ମୀନାକ୍ଷୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡେପୁଟି ମେୟର ଅଜୟ କୁମାର ବାରିକ ଧନ୍ୟବାଦ ଦେଇଥିଲେ। କମିଶନର ବିକାଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବିଭାଗୀୟ ଅଧିକାରୀ ଓ କର୍ପୋରେଟରମାନେ ଯୋଗଦେଇଥିଲେ। ଭାଜପା କର୍ପୋରେଟରଙ୍କ ଧାରଣା: ଭାଜପା କର୍ପୋରେଟର ନୀରଦ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଦଳୀୟ କର୍ପୋରେଟରମାନେ ବୈଠକ ବର୍ଜନ କରିଥିଲେ। ସେମାନେ ସହର ସମସ୍ୟା ସମାଧାନ ପାଇଁ ମେୟରଙ୍କୁ ଦାୟୀ କରିଥିଲେ। ବିଜୟ ଦଳେଇ, ରାଜକୁମାରୀ ସ୍ବାଇଁ, ବୈଦେଶ୍ୱର ପଣ୍ଡା, ହେମନ୍ତ ବେହେରା ପ୍ଲାକାର୍ଡ ଧରି ସମ୍ମିଳନୀ କକ୍ଷ ସମ୍ମୁଖରେ ଧାରଣା ଦେଇଥିଲେ। ମେୟର, କମିଶନର ସେମାନଙ୍କ ନିକଟକୁ ପୃଥକ ଭାବେ ଆସି ଆଲୋଚନା କରିଥିଲେ ବି ସେମାନେ ବୈଠକରେ ଯୋଗଦେଇ ନ ଥିଲେ।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ସ୍ୱପ୍ନା

ମେଟ୍ରୋ |

ଅଙ୍ଗନଓ୍ବାଡି କର୍ମୀଙ୍କ ଗୋଡ ଉପରେ ଚଢ଼ିଗଲା ହାଇଓ୍ବା

ଅଙ୍ଗନଓ୍ବାଡି କର୍ମୀଙ୍କ ଗୋଡ ଉପରେ ଚଢ଼ିଗଲା ହାଇଓ୍ବା

ରଘୁନାଥପୁର, ୨୫।୨(ଡି.ଏନ.ଏ.): କିଶୋରନଗର ଥାନା ଅନ୍ତର୍ଗତ ଉତ୍ତରକୂଳ ଷ୍ଟେଟବ୍ୟାଙ୍କ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏକ ବାଲି ବୋଝେଇ ହାଇଓ୍ବା ବାଇକ୍‌କୁ ଧକ୍କା ଦେବା ଫଳରେ ବାଇକ୍‌ରେ ବସିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ରଘୁନାଥପୁର କପାଳେଶ୍ୱର ଗ୍ରାମର ଗୀତାଞ୍ଜଳି ବେହେରା। ତାଙ୍କ ଗୋଡର ଆଣ୍ଠୁର ତଳଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତାଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ପଠାଯାଇଛି।

କେନ୍ଦ୍ରର ଶ୍ରମିକ ମାରଣ ନୀତିକୁ ବିରୋଧ

କେନ୍ଦ୍ରର ଶ୍ରମିକ ମାରଣ ନୀତିକୁ ବିରୋଧ

ପୁରୀ ଅଫିସ, ୨୫।୨:ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ହେଉଛନ୍ତି ଶ୍ରମିକ ବିରୋଧୀ। ଶ୍ରମିକମାନଙ୍କ ଆର୍ଥିକ ମାନଦଣ୍ଡର ବିକାଶ ଲାଗି ସରକାରଙ୍କ ପକ୍ଷରୁ କୌଣସି ଗୁରୁତ୍ୱ ଦିଆଯାଉନାହିଁ। ନିକଟରେ କେନ୍ଦ୍ର ସରକାର ଆଗତ କରିଥିବା ବଜେଟରେ ପୁଞ୍ଜିପତିମାନଙ୍କୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଶ୍ରମିକ ଓ ସାଧାରଣ ଗରିବମାନଙ୍କ ପାଇଁ ସେଭଳି କୌଣସି ବ୍ୟବସ୍ଥା କରାଯାଇନାହିଁ ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରବିବାର ଆୟୋଜିତ ଏକ ଗଣ ସମାବେଶରେ କମିଟିର ଆବାହକ ଶ୍ରୀକାନ୍ତ ପରିଜା କହିଛନ୍ତି।

ଯାଦବ ମହାସଭାର ରାଜ୍ୟସ୍ତରୀୟ ସମ୍ମିଳନୀ

ଯାଦବ ମହାସଭାର ରାଜ୍ୟସ୍ତରୀୟ ସମ୍ମିଳନୀ

ପୁରୀ ଅଫିସ, ୨୫।୨: ପୁରୀ ଓ ଭୁବନେଶ୍ୱର ଯାଦବ ମହାସଭା ଆନୁକୂଲ୍ୟରେ ସ୍ଥାନୀୟ ଗୋପବନ୍ଧୁ ଆୟୁର୍ବେଦ କଲେଜ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଜିଲାରୁ ଯାଦବ ଓ ଆଇନଜୀବୀମାନେ ଅଂଶଗ୍ରହଣ କରିଛନ୍ତି। ଯାଦବ ଗୋପାଳଚନ୍ଦ୍ର ବେହେରା ଏଥିରେ ସଭାପତିତ୍ୱ କରିଥିଲେ।

ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର

କଟକ ରୋଡ, ୨୫।୨(ଡି.ଏନ.ଏ.): ରବିବାର ଲକ୍ଷ୍ମୀସାଗର ଥାନା ପୋଲିସ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ସେ ହେଲେ ଭଦ୍ରକ ଜିଲା ସୋର ଅଞ୍ଚଳରେ ରହୁଥିବା ଲିଲି ଜେନା(୨୫)।

ବିଚ୍‌ କାର୍ନିଭାଲ: ନାଚି ନଚାଇଲେ ପ୍ରକୃତି

ବିଚ୍‌ କାର୍ନିଭାଲ: ନାଚି ନଚାଇଲେ ପ୍ରକୃତି

ପୁରୀ ଅଫିସ,୨୪।୨: ପୁରୀ ବିଚ୍‌ କାର୍ନିଭାଲର ଶନିବାର ଚତୁର୍ଥ ସନ୍ଧ୍ୟାର ଆକର୍ଷଣ ଥିଲେ ଓଲିଉଡ୍‌ ଅଭିନେତ୍ରୀ ପ୍ରକୃତି ମିଶ୍ର। ବେଳାଭୂମିର ଶୀତୁଆ ସନ୍ଧ୍ୟାରେ ନିଜେ ନାଚି ଦର୍ଶକଙ୍କୁ ନଚାଇଥିଲେ। କାର୍ନିଭାଲ ଗାର୍ଲଙ୍କ ସହ ସବ୍‌କୋ ସ୍ବାଗତ ସଙ୍ଗୀତର ତାଳେ ତାଳେ ମଞ୍ଚକୁ ପ୍ରବେଶ କରିଥିବା ପ୍ରକୃତି ଆଖିରେ ଇସାରା ଦେଇ ଯୁବଗୋଷ୍ଠୀଙ୍କୁ ମତୁଆଲା କରିଥିଲେ।

ବାଏ ଅଫ୍‌ର ଚତୁର୍ଥ ସନ୍ଧ୍ୟା: ଆତ୍ମହତ୍ୟା ସମାଧାନ ନୁହେଁ

ବାଏ ଅଫ୍‌ର ଚତୁର୍ଥ ସନ୍ଧ୍ୟା: ଆତ୍ମହତ୍ୟା ସମାଧାନ ନୁହେଁ

ପୁରୀ ଅଫିସ, ୨୪।୨: ନିକଟରେ ବ୍ଲୁ ହ୍ବେଲ ଗେମ୍‌କୁ ନେଇ ସମଗ୍ର ବିଶ୍ୱରେ ବେଶ୍‌ ଚର୍ଚ୍ଚା ହୋଇଥିଲା। ଏମିତି ଏକ ମୃତ୍ୟୁର ଖେଳକୁ ସହଜରେ ଆପଣାଇଥିଲେ ତରୁଣୀ ତରୁଣ। ଭାରତ ଏପରି କି ଓଡ଼ିଶାରେ ବି ଏହି ମୃତ୍ୟୁର ଖେଳ ତା’ର ଉପସ୍ଥିତି ଜାହିର କରିଥିଲା। ପରିଣତି ବି ଥିଲା ବେଶ୍‌ ଭୟଙ୍କର। କିଏ ହାତ କାଟି ଦେଉଥିଲେ ତ ଆଉ କେହି କୋଠା ଛାତରୁ ଡେଇଁବାକୁ ଭୟ କରୁ ନ ଥିଲେ। ପୁଣି କେହି ରାତି ଅନିଦ୍ରା ହୋଇ ବିଶାଦଗ୍ରସ୍ତ ହୋଇ ଆତ୍ମହତ୍ୟାକୁ ବାଛି ନେଉଥିଲେ।

କଡ଼ା ହେଲା ବୋର୍ଡ

କଡ଼ା ହେଲା ବୋର୍ଡ

ଭୁବନେଶ୍ୱର, ୨୪।୨(ବ୍ୟୁରୋ)- ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ହ୍ବାଟ୍‌ସଆପରେ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ହୋଇଥିଲା। ଏହାପରେ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ କଡ଼ା ଆଭିମୂଖ୍ୟ ଗ୍ରହଣ କରାଯାଇଛି।

ହଳଦୀ, ଚନ୍ଦନରେ ରଙ୍ଗଖେଳ

ହଳଦୀ, ଚନ୍ଦନରେ ରଙ୍ଗଖେଳ

ଭୁବନେଶ୍ୱର, ୨୪।୨(ବ୍ୟୁରୋ)- ଆସନ୍ତା ମାର୍ଚ୍ଚ ୧ରେ ‘ସ୍ବପ୍ନାପତି ହର୍ବାଲ ହୋଲି ୨୦୧୮’ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ହେବ। ସିନ୍ଥେଟିକ୍‌ ଏବଂ ରସାୟନ ରଙ୍ଗ ବଦଳରେ ପ୍ରାକୃତିକ ସାମଗ୍ରୀରୁ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ହର୍ବାଲ ହୋଲି ପ୍ରତି ସହରବାସୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ସ୍ବପ୍ନା ପତି ଫାଉଣ୍ଡେଶନର ମୁଖ୍ୟ ତଥା ଅଭିନେତ୍ରୀ ସ୍ବପ୍ନା ପତି କହିଛନ୍ତି।

ଆରମ୍ଭ ହେଲା ନାଟକର ମହାକୁମ୍ଭ

ଆରମ୍ଭ ହେଲା ନାଟକର ମହାକୁମ୍ଭ

ଭୁବନେଶ୍ୱର, ୨୪।୨(ବ୍ୟୁରୋ)- ବିଶ୍ୱର ସର୍ବବୃହତ ମଞ୍ଚ ନାଟକ ଉତ୍ସବ ୮ମ ଥିଏଟର ଅଲିମ୍ପିକ୍ସ ଶନିବାରଠାରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ସଂସ୍କୃତି ବିଭାଗ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟଅତିଥିଭାବେ ଯୋଗଦେଇ କହିଥିଲେ, ଏଭଳି ଏକ ନାଟକ ମହୋତ୍ସବ ଭୁବନେଶ୍ୱରରେ ଆୟୋଜିତ ହେବା ସମସ୍ତଙ୍କ ପାଇଁ ଖୁସିର ବିଷୟ।

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା, ସ୍ବାମୀ ଫେରାର

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା, ସ୍ବାମୀ ଫେରାର

ବାଲିଅନ୍ତା, ୨୪।୨(ଡି.ଏନ୍‌.ଏ.): ବାଲିଅନ୍ତା ଥାନା ଅଧୀନ କାକରୁଦ୍ରପୁର ଗ୍ରାମର ମଲିକ ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଶୋଇଥିବା ଅବସ୍ଥାରେ ତାଙ୍କ ସ୍ବାମୀ ତଣ୍ଟିଚିପି ହତ୍ୟା କରିଛନ୍ତି। ଅଭିଯୁକ୍ତ ସ୍ବାମୀ ହେଲେ ଛବୀନ୍ଦ୍ର ମଲିକ।

ବିଦ୍ୟାଳୟରେ ଦେଖିଲେଖ ପ୍ରତିଯୋଗିତା

ବିଦ୍ୟାଳୟରେ ଦେଖିଲେଖ ପ୍ରତିଯୋଗିତା

ପୁରୀ ଅଫିସ, ୨୪।୨: ଭ୍ରାମ୍ୟମାଣ ସାହିତ୍ୟ ସଂସ୍ଥା ଟିକିତାରା ପକ୍ଷରୁ ଶନିବାର ଚାରିଶ୍ରୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ଷଷ୍ଠରୁ ନବମ ଶ୍ରେଣୀ ପିଲାଙ୍କ ମଧ୍ୟରେ ଦେଖିଲେଖ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୯୪ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ।

ଆହତ ବୋଝିଆଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ଧାରଣା

ଆହତ ବୋଝିଆଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ଧାରଣା

ପୁରୀ ଅଫିସ, ୨୩।୨: ଶ୍ରୀମନ୍ଦିରରେ ଆହତ ହୋଇ ଚିକିତ୍ସାଧୀନ ଥିବା ଜଣେ ବୋଝିଆଙ୍କ ମୃତ୍ୟୁକୁ ନେଇ ଶୁକ୍ରବାର ବଡ଼ଦାଣ୍ଡରେ ସୃଷ୍ଟି ହୋଇଛି ଅଭାବନୀୟ ପରିସ୍ଥିତି। କ୍ଷତିପୂରଣ ଦାବିରେ ମୃତଦେହକୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ରଖି ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ବୋଝିଆ ଧାରଣା ବସିଥିଲେ। ପରେ ରେଡ୍‌କ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରାଥମିକ ସହାୟତା ପ୍ରଦାନ କରାଯିବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।