ମେଟ୍ରୋ |

ନନ୍ଦନକାନନ କର୍ମଚାରୀଙ୍କ ହେପାଜତରେ ଅଙ୍କିତା ବାଘୁଣୀର ଛୁଆ

ନନ୍ଦନକାନନ କର୍ମଚାରୀଙ୍କ ହେପାଜତରେ ଅଙ୍କିତା ବାଘୁଣୀର ଛୁଆ

ବାରଙ୍ଗ,୩୧।୧(ଡି.ଏନ୍‌.ଏ.): ଗତ ୧୨ତାରିଖରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘୁଣୀ ଅଙ୍କିତା ଦୁଇଟି ଶାବକ ଜନ୍ମ ଦେଇଥିଲା। ପ୍ରଥମ ଥର ପାଇଁ ଅଙ୍କିତା ମାତୃତ୍ୱ ଲାଭ କରିଥିବାରୁ ନନ୍ଦନକାନନରେ ଆନନ୍ଦର ଲହରି ଖେଳିଯାଇଥିଲା। ହେଲେ ଜନ୍ମର ଅଳ୍ପ କେଇ ଘଣ୍ଟା ପରେ ନବଜନ୍ମିତ ଶାବକଦ୍ୱୟ ମଧ୍ୟରୁ ଅଣ୍ଡିରା ଶାବକର ମୃତ୍ୟୁ ଘଟିଥିଲା। ଏହି ଅଘଟଣ ପରେ କର୍ମଚାରୀମାନେ ମାଈ ଶାବକଟିକୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ପରେ ତାକୁ ମା’ଠାରୁ ଅଲଗା କରାଯାଇ ପରିସରସ୍ଥ ଡାକ୍ତରଖାନାରେ ଆଣି ରଖାଯାଇଥିଲା। ସେବେଠୁ ନବଜନ୍ମିତ ଛୁଆଟି ଜଣେ କର୍ମଚାରୀଙ୍କ ଦାୟିତ୍ୱରେ ରହିଥିବା ବେଳେ ଲାଳନପାଳନ ସମୟର କେତେକ ଫଟୋକୁ ବୁଧବାର କର୍ତ୍ତୃପକ୍ଷ ସର୍ବସାଧାରଣରେ ପ୍ରକାଶ କରିଛନ୍ତି।
ଜାନୁୟାରୀ ୧୨ ତାରିଖ। ରାତି ୧୦ଟା ୧୨ ଏବଂ ୧୦ଟା ୪୦ରେ ଅଙ୍କିତା ଗର୍ଭରୁ ଦୁଇଟି ଶାବକ ଜନ୍ମ ହୋଇଥିଲେ। ୧୩ ତାରିଖ ସକାଳେ ଶାବକଦ୍ୱୟ ସାଧାରଣ ରଙ୍ଗର ବୋଲି ଜଣାପଡ଼ିଥିଲା। ସିସିଟିଭି ଦ୍ୱାରା ଅଙ୍କିତାର ପ୍ରସବ ଅନୁଧ୍ୟାନ କରାଯାଇଥିଲା। କିନ୍ତୁ ସନ୍ଧ୍ୟା ପରେ ଅଣ୍ଡିରା ଶାବକଟି ମରିଯାଇଥିବା ଦେଖିବାକୁ ମିଳିଥିଲା। ଫଳରେ କର୍ତ୍ତୃପକ୍ଷ ମାଈ ଛୁଆକୁ ମା’ଠୁ ଅଲଗା କରିବା ପାଇଁ ବିଳମ୍ବିତ ରାତିରେ ଉଦ୍ୟମ ଆରମ୍ଭ କରିଥିଲେ। ଡାକ୍ତରଖାନାରେ ଜଣେ କର୍ମଚାରୀଙ୍କ ଦାୟିତ୍ୱରେ ବାଘ ଛୁଆକୁ ଛାଡ଼ିଥିଲେ। ସେହିଦିନଠାରୁ କର୍ମଚାରୀ ଜଣକ ଛୁଆଟିର ଯତ୍ନ ନେବା ସହ ସ୍ନେହ, ଆଦରରେ ଲାଳନପାଳନ କରୁଥିବା ଦେଖାଯାଇଛି। ବାଘ ଛୁଆ ମଧ୍ୟ କର୍ମଚାରୀଙ୍କ ବୋଲକୁ ମାନି ଆରାମରେ ବୋତଲରୁ କ୍ଷୀର ପିଉଛି। ଛୁଆଟି ଏବେ ସୁସ୍ଥ ଥିବା ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି। ସୂଚନାଥାଉ କି, ହାଇଦ୍ରାବାଦରୁ ଆସିଥିବା ମହାବଳ ବାଘ ‘ସୈଫ୍‌’ ସହ ମିଳନ ଘଟି ଅଙ୍କିତା ଗର୍ଭବତୀ ହୋଇଥିଲା।

All Right Reserved By
I&PR

Model This Week

ସନ୍ତୋଷ

ମେଟ୍ରୋ |

ଜଗମୋହନରେ ସିସିଟିଭି ପ୍ରସଙ୍ଗ ସେବାୟତ-ପ୍ରଶାସନ ଆଲୋଚନା ଖୁବ୍‌ଶୀଘ୍ର ଲାଗିବ ୨ ସିସିଟିଭି

ଜଗମୋହନରେ ସିସିଟିଭି ପ୍ରସଙ୍ଗ ସେବାୟତ-ପ୍ରଶାସନ ଆଲୋଚନା ଖୁବ୍‌ଶୀଘ୍ର ଲାଗିବ ୨ ସିସିଟିଭି

ପୁରୀ ଅଫିସ, ୨୪ା୫: ଶ୍ରୀମନ୍ଦିର ଜଗମୋହନରେ ସିସିଟିଭି ଲଗାଇବା ନେଇ ବୁଧବାର ଶ୍ରୀମନ୍ଦିର ପ୍ରଶାସନ ଭିତର ସେବାୟତଙ୍କ ସହ ଆଲୋଚନା କରିଛି। ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ଜିଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସିସିଟିଭି ଲଗାଯିବା ସଂକ୍ରାନ୍ତରେ ସବିଶେଷ ଆଲୋଚନା କରାଯାଇଛି।

ଦେଶର ୨ ସହର ପାଇଁ ଯୋଜନା ସୌରଶକ୍ତିରେ ଆଲୋକିତ ହେବ କୋଣାର୍କ

ଦେଶର ୨ ସହର ପାଇଁ ଯୋଜନା ସୌରଶକ୍ତିରେ ଆଲୋକିତ ହେବ କୋଣାର୍କ

ପୁରୀ ଅଫିସ, ୨୪ା୫: ସୂର୍ଯ୍ୟମନ୍ଦିର ପାଇଁ ପ୍ରସିଦ୍ଧି ଲାଭ କରିଛି ଓଡ଼ିଶାର କୋଣାର୍କ ଏବଂ ଗୁଜରାଟର ମଧେରା। ଏହି ଦୁଇ ସହରକୁ ସୌରଶକ୍ତିରେ ଆଲୋକିତ କରିବା ପାଇଁ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର। ଏ ନେଇ ନୂଆଦିଲ୍ଲୀରେ ସୋମବାର କେନ୍ଦ୍ର ସରକାରଙ୍କ ନୂତନ ଏବଂ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ଆନୁକୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ବାସୁଙ୍ଗାପାଟ ମାନ ଯାଞ୍ଚ କଲେ ଦଇତା

ବାସୁଙ୍ଗାପାଟ ମାନ ଯାଞ୍ଚ କଲେ ଦଇତା

ପୁରୀ ଅଫିସ, ୨୪ା୫: ମହାପ୍ରଭୁଙ୍କ ବିଭିନ୍ନ ରୀତିନୀତି ପାଇଁ ଆବଶ୍ୟକ ପଡ଼ୁଥିବା ବାସୁଙ୍ଗାପାଟର ମାନ ଯାଞ୍ଚ କରିଛନ୍ତି ଦଇତାପତି ସେବକ। ବୁଧବାର ୧୦ ଜଣ ଦଇତାପତିଙ୍କ ସମେତ ପ୍ରାୟ ୧୫ ଜଣିଆ ଟିମ୍‌ କଟକ ତିଗିରିଆର ନୂଆପାଟଣା ଗସ୍ତରେ ଯାଇଥିଲେ। ସେଠାରେ ବାସୁଙ୍ଗାପାଟର ମାନ ଯାଞ୍ଚ କରି ସନ୍ଧ୍ୟାରେ ପୁରୀ ଫେରିଆସିଛନ୍ତି।

ରଥଖଳାରୁ... ରଥଖଳାକୁ ଭିଜାଇଲା ବର୍ଷା

ରଥଖଳାରୁ... ରଥଖଳାକୁ ଭିଜାଇଲା ବର୍ଷା

ପୁରୀ ଅଫିସ,୨୪ା୫: ଶ୍ରୀନଅର ସମ୍ମୁଖ ରଥଖଳାରେ ତିନିରଥ ନିର୍ମାଣ ଚାଲିଛି। ବୁଧବାର ରଥ କାମ ଆରମ୍ଭ ପୂର୍ବରୁ ରଥଖଳାକୁ ବର୍ଷା ଭିଜାଇ ଦେଇଥିଲା। ମହାରଣା ଏବଂ ଭୋଇ ସେବକ ରଥଖଳାରେ ପହଞ୍ଚତ୍ବା ପରେ ପରେ ଆରମ୍ଭ ହୋଇଯାଇଥିଲା ବର୍ଷା। ଫଳରେ ରଥ ନିର୍ମାଣରେ ନିୟୋଜିତ ସେବକମାନେ ବିଭିନ୍ନ ସ୍ଥାନରେ ଯାଇ ବିଶ୍ରାମ ନେଇଥିଲେ।

ଦର୍ପଦଳନ ରଥ ତୁମ୍ବରେ ଫାଟ ପ୍ରସଙ୍ଗ ତିଆରି ହେବ ପୁଣି ଏକ ଚକ

ଦର୍ପଦଳନ ରଥ ତୁମ୍ବରେ ଫାଟ ପ୍ରସଙ୍ଗ ତିଆରି ହେବ ପୁଣି ଏକ ଚକ

ପୁରୀ ଅଫିସ, ୨୪ା୫: ଦର୍ପଦଳନ ରଥ ପାଇଁ ପୁଣି ଏକ ଚକ ତିଆରି କରାଯିବ। ପୂର୍ବରୁ ଦର୍ପଦଳନ ରଥର ୧୨ଟି ଚକ ମଧ୍ୟରୁ ୧୧ଟି ଚକ ତିଆରି ସରିଥିଲା। ତିଆରି ଶେଷ ହୋଇଥିବା ଏହି ଚକ ମଧ୍ୟରୁ ଗୋଟିଏ ଚକ ତୁମ୍ବରେ ଫାଟ ଜଣାପଡିବା ପରେ ଏହାକୁ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ।

ଉଠା ଦୋକାନରେ ଚଢ଼ାଉ, ବାସିଖାଦ୍ୟ ଜବତ

ଭୁବନେଶ୍ୱର,୨୪ା୫(ବ୍ୟୁରୋ)- ଆଗକୁ ଆସୁଛି ହକି ବିଶ୍ୱ କପ୍‌। ସହରରେ ପରିବେଶ ଓ ଖାଦ୍ୟ ସୁରକ୍ଷା ନିରାପତ୍ତା ନେଇ ବିଏମ୍‌ସି ଅଣ୍ଟା ଭିଡିଛି। ବୁଧବାର ବିଏମ୍‌ସିର ଉତ୍ତରାଞ୍ଚଳ ଜୋନ୍‌ ଡେପୁଟି କମିଶନର ଶୁଭ୍ରାଂଶୁ ମିଶ୍ରଙ୍କ ନେତୃତ୍ୱରେ କିଟ୍‌ ରାସ୍ତା ପାର୍ଶ୍ୱରେ ଥିବା ଉଠାଦୋକାନରେ ଚଢାଉ କରାଯାଇଥିଲା।

ମାର୍ଚ୍ଚରୁ ଦରମା ପାଇନାହାନ୍ତି ପୂର୍ଣ୍ଣ ଅନୁଦାନପ୍ରାପ୍ତ ଅଧ୍ୟାପକ, କର୍ମଚାରୀ

ଭୁବନେଶ୍ୱର, ୨୪ା୫(ବ୍ୟୁରୋ)- ରାଜ୍ୟର ବିଭିନ୍ନ ପୂର୍ଣ୍ଣ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ କାର୍ଯ୍ୟରତ ଅଧ୍ୟାପକ ଓ କର୍ମଚାରୀଙ୍କ ମାର୍ଚ୍ଚ ମାସରୁ ଦରମା ମିଳିନାହିଁ। ଫଳରେ ସେମାନେ ଏବେ ଦୟନୀୟ ଜୀବନଯାପନ କରୁଛନ୍ତି। ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛି ନିଖିଳ ଓଡ଼ିଶା ବେସରକାରୀ ରାଜ୍ୟ ଦରମାପ୍ରାପ୍ତ କଲେଜ ଶିକ୍ଷକ ସଂଘ।

କମିଶନରଙ୍କୁ ଭେଟିଲେ ଜମ୍ମୁ କଶ୍ମୀର ଶିଶୁ ସୁରକ୍ଷା ଦଳ ଓଡ଼ିଶାରୁ ଶିଖିବେ ଶିଶୁ ସୁରକ୍ଷା ଆଇନ

ଭୁବନେଶ୍ୱର,୨୪ା୫(ବ୍ୟୁରୋ)- ଜମ୍ମୁ କଶ୍ମୀରର ଶିଶୁ ସୁରକ୍ଷା ଦଳ ୩ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚତ୍ଛି। ଏହି ଦଳ କମିଶନରେଟ ପୋଲିସ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଶିଶୁ ସୁରକ୍ଷା ଆଇନ୍‌, ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଏବଂ ଜୁଭେନାଇଲ୍‌ ଆକ୍ଟ ସମ୍ପର୍କରେ ଶିକ୍ଷାଗ୍ରହଣ କରିବ।

କ୍ୟାପିଟାଲ ହସ୍ପିଟାଲରେ ଅସମ୍ଭାଳ ସ୍ଥିତି ଘରୋଇ ହସ୍ପିଟାଲରେ ହୋଇପାରେ ବ୍ୟବଚ୍ଛେଦ ବ୍ୟବସ୍ଥା

କ୍ୟାପିଟାଲ ହସ୍ପିଟାଲରେ ଅସମ୍ଭାଳ ସ୍ଥିତି ଘରୋଇ ହସ୍ପିଟାଲରେ ହୋଇପାରେ ବ୍ୟବଚ୍ଛେଦ ବ୍ୟବସ୍ଥା

ଭୁବନେଶ୍ୱର,୨୪ା୫(ବ୍ୟୁରୋ)- ରାଜ୍ୟର ଅନ୍ୟତମ ପ୍ରମୁଖ ସରକାରୀ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦକୁ ନେଇ ଏବେ ଗୁରୁତର ସମସ୍ୟା ଦେଖାଦେଇଛି। ଦିନକୁ ୩୦୦ରୁ ଅଧିକ ମୃତଦେହ ବ୍ୟବଚ୍ଛେଦ ପାଇଁ ଆସୁଛି। ହେଲେ ଆବଶ୍ୟକ ଭିତ୍ତିଭୂମି ସହ ଡାକ୍ତର ଓ କର୍ମଚାରୀ ନାହାନ୍ତି।

ଏମ୍‌ପି ବୈଜୟନ୍ତ ପଣ୍ଡାଙ୍କ ମିଥ୍ୟା ସତ୍ୟପାଠ ମାମଲା କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ

ଏମ୍‌ପି ବୈଜୟନ୍ତ ପଣ୍ଡାଙ୍କ ମିଥ୍ୟା ସତ୍ୟପାଠ ମାମଲା କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ

କଟକ ଅଫିସ, ୨୩।୫- କେନ୍ଦ୍ରାପଡ଼ା ଏମ୍‌ପି ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ସ୍ଥାନୀୟ ଏସ୍‌ଡିଜେଏମ୍‌ ପୋଲିସକୁ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ଙ୍କ ଉକ୍ତ ନିର୍ଦ୍ଦେଶ ଉପରେ ବୁଧବାର ହାଇକୋର୍ଟର ଅବକାଶକାଳୀନ ବିଚାରପତି ବିଦ୍ୟୁତ୍‌ ରଞ୍ଜନ ଷଡଙ୍ଗୀ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି।

ଅନାଥ ଶିଶୁଙ୍କ କିଡ୍‌ନୀ ଉଭାନ

ଅନାଥ ଶିଶୁଙ୍କ କିଡ୍‌ନୀ ଉଭାନ

କଟକ ଅଫିସ, ୨୩।୫- ୧୦ ବର୍ଷର ଅନାଥ ନାବାଳକଙ୍କ ଡାହାଣ ପାର୍ଶ୍ୱ କିଡ୍‌ନୀ ମିଳୁନି। ଅଲଟ୍ରାସାଉଣ୍ଡ ରିପୋର୍ଟରେ ଡାହାଣ ପଟ କିଡ୍‌ନୀ ଅଦୃଶ୍ୟମାନ ଥିବା ଦର୍ଶାଯାଇଥିବାବେଳେ ବାମପଟ କ୍ଷତିଗ୍ରସ୍ତ ଥିବା ରିପୋର୍ଟରେ କୁହାଯାଇଛି। ଏସ୍‌ସିବି ମେଡିକାଲ ଶିଶୁ ରୋଗ ବିଭାଗରେ ସମ୍ପୃକ୍ତ ନାବାଳକ ଜଣକ ଚିକିତ୍ସିତ ହେଉଛନ୍ତି।

ତାଲା କାଟି ଘରୁ ୬୦ ହଜାର ଟଙ୍କା, ସୁନାରୁପା ଅଳଙ୍କାର ଚୋରି

ତାଲା କାଟି ଘରୁ ୬୦ ହଜାର ଟଙ୍କା, ସୁନାରୁପା ଅଳଙ୍କାର ଚୋରି

ବାଲିଅନ୍ତା,୨୩।୫(ଡି.ଏନ୍‌.ଏ.)- ବାଲିଅନ୍ତା ଥାନା ଅଧୀନ ପ୍ରତାପରୁଦ୍ରପୁର ପଞ୍ଚାୟତ ପାରିବାସୁଦେଈପୁର ଗ୍ରାମର ରମେଶ ଚନ୍ଦ୍ର ନନ୍ଦଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ମୁଖ୍ୟ ଗେଟ୍‌ ତାଲା କାଟି ଘରେ ପଶି ନଗଦ ୬୦ହଜାର ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାରୁପା ଅଳଙ୍କାର ଚୋରି କରି ନେଇଛନ୍ତି।