ମେଟ୍ରୋ |

ପୁରୀରେ ଅଗ୍ନିଶମ ବିଭାଗର ଯାଞ୍ଚ: ୨୪ ପ୍ରତିଷ୍ଠାନକୁ ଜାରି ହେବ ନୋଟିସ

ପୁରୀରେ ଅଗ୍ନିଶମ ବିଭାଗର ଯାଞ୍ଚ: ୨୪ ପ୍ରତିଷ୍ଠାନକୁ ଜାରି ହେବ ନୋଟିସ
ପୁରୀ ଅଫିସ, ୩୧।୧: ଅଗ୍ନିଶମ ବିଭାଗ ପକ୍ଷରୁ ବୁଧବାର ପୁରୀ ସହରର ୨୩ ଏବଂ ସତ୍ୟବାଦୀର ଗୋଟିଏ ପ୍ରତିଷ୍ଠାନ କୋଠାର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯାଇଛି। ଏଥିରେ ୧୨ଟି ହୋଟେଲ, ୫ଟି ହସ୍‌ପିଟାଲ, ୩ଟି ମଲ୍‌ ଓ ୪ଟି ଆପାର୍ଟମେଣ୍ଟ ରହିଛି। ଏଗୁଡିକରୁ କାହାର ବି ଅଗ୍ନି ନିରାପତ୍ତା ବ୍ୟବସ୍ଥା ସନ୍ତୋଷଜନକ ନୁହେଁ। ଆଗାମୀ ୭ଦିନ ମଧ୍ୟରେ ଏହି ୨୪ଟିକୁ ଅଗ୍ନିଶମ ବିଭାଗ ପକ୍ଷରୁ ନୋଟିସ ଜାରି କରାଯିବ। ସେମାନଙ୍କ କ’ଣ ସମସ୍ୟା ଏବଂ କ’ଣ ପଦକ୍ଷେପ ନେବାକୁ ପଡିବ ତାହା ଦର୍ଶାଯିବ। ଆବଶ୍ୟକ ପଦକ୍ଷେପ ନେବାକୁ ଉକ୍ତ କୋଠା ମାଲିକଙ୍କୁ ୨ରୁ ୩ ମାସ ସମୟ ଦିଆଯିବ। ଏହି ସମୟ ମଧ୍ୟରେ କୌଣସି ପଦକ୍ଷେପ ନ ନେଲେ ଫାୟାର ପ୍ରିଭେନ୍‌ଶନ ଆଣ୍ଡ ଫାୟାର ସେଫ୍ଟି ରୁଲ୍‌ସ ୨୦୧୭ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଥମେ ସେଗୁଡିକର ବିଜୁଳି ଓ ପାଣି ସଂଯୋଗ ଛିନ୍ନ ହେବ। ଏହାପରେ ଲାଇସେନ୍ସ ବାତିଲ ଲାଗି ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଚିଠି କରାଯିବ। ଏପରି କି ଆବଶ୍ୟକ ପଡିଲେ ଉକ୍ତ କୋଠାକୁ ମଧ୍ୟ ସିଲ୍‌ କରି ଦିଆଯାଇପାରିବ ବୋଲି ରାଜ୍ୟ ମୁଖ୍ୟ ଅଗ୍ନିଶମ ଅଧିକାରୀ (ଫାୟାର ପ୍ରିଭେନ୍‌ଶନ୍‌) ବ୍ରଜେନ୍ଦୁ ଭୂଷଣ ଦାସ ସୂଚନା ଦେଇଛନ୍ତି। ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଯାଞ୍ଚ ପାଇଁ ପୁରୀର ୨୪ଟି ପ୍ରତିଷ୍ଠାନକୁ ନୋଟିସ ଜାରି କରାଯାଇଥିଲା। ଏଥିଲାଗି ୧୨ଟି ଟିମ୍‌ ଗଠନ କରାଯାଇଥିଲା। ପ୍ରତି ଟିମ୍‌ରେ ୮ଜଣ ଲେଖାଏ ଅଧିକାରୀ ଓ କର୍ମଚାରୀ ରହିଥିଲେ। ବୁଧବାର ମଧ୍ୟାହ୍ନ ୧୨ଟାରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ପୁରୀର ଅନନ୍ୟା ପ୍ରାଇଡ୍‌ ରିସୋର୍ଟ, ହୋଟେଲ ହଲିଡେ ରିସୋର୍ଟ, ଦି ହଂସକୋକପାମ୍‌, ରୟାଲ ହେରିଟେଜ୍‌, ହୋଟେଲ ବଙ୍ଗଲକ୍ଷ୍ମୀ, ତୋଷାଳି ସ୍ୟାଣ୍ଡ ରିସୋର୍ଟ ଲିଃ, ହୋଟେଲ ଏମ୍ପାୟର, ହୋଟେଲ ମେ ଫେୟାର, ଦି ଚାରିୟଟ୍‌ ରିସୋର୍ଟ, ପୁରୀ ହୋଟେଲ, ହୋଟେଲ ବ୍ଲୁ ଲିଲି, ହୋଟେଲ ଗୋଲ୍‌ଡେନ ପ୍ୟାଲେସ, ବଜାର କୋଲ୍‌କାତା, ଗୁରୁ ଏମ୍ପାୟର, ବିଶାଲ ଶପିଙ୍ଗ୍‌ ମଲ୍‌, ଜେନା ଆପାର୍ଟମେଣ୍ଟ, ଶାନ୍ତି ଆପାର୍ଟମେଣ୍ଟ, ତୁଳସୀ ଆପାର୍ଟମେଣ୍ଟ, ଶ୍ରୀ ପ୍ୟାଲେସ, ଇ-୨୪ ହସ୍‌ପିଟାଲ, ଶ୍ରୀକୃଷ୍ଣ ହେଲ୍‌ଥ କେୟାର, ସଞ୍ଜୀବନୀ ହସ୍‌ପିଟାଲ, ଶରଧା ନର୍ସିଂହୋମ ଏବଂ ସତ୍ୟବାଦୀର ଗୋପୀନାଥ ହସ୍‌ପିଟାଲରେ ଯାଞ୍ଚ କରାଯାଇଛି। ଏହି ଯାଞ୍ଚ ବେଳେ ୨ଟି ସ୍ଥାନରେ ଅଗ୍ନିଶମ ବାହିନୀ ହୋଟେଲ କର୍ତ୍ତୃପକ୍ଷଙ୍କ ବିରୋଧର ସମ୍ମୁଖୀନ ହୋଇଥିବା ଜଣାପଡିଛି। କୌଣସି ଗୋଟିଏ ବି ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ସନ୍ତୋଷଜନକ ନୁହେଁ ବୋଲି ଯାଞ୍ଚ ବେଳେ ସ୍ପଷ୍ଟ ହୋଇଛି। ଅଧିକାଂଶ ପ୍ରତିଷ୍ଠାନର ପ୍ରସ୍ଥାନ ପଥ ଠିକ୍‌ ଭାବେ ରଖାଯାଇନାହିଁ। ଯେଉଁଠି ବି ପ୍ରସ୍ଥାନ ପଥ, ଏସ୍‌କେପ୍‌ ରୁଟ୍‌, ଓପନ୍‌ ସ୍ପେସ୍‌ ଓ କରିଡର ଆଦି ରହିଛି, ତାହାକୁ ଅବରୋଧ କରାଯାଇଥିବା ମୁଖ୍ୟ ଅଗ୍ନିଶମ ଅଧିକାରୀ ଦାସ କହିଛନ୍ତି। ଯାଞ୍ଚ ବେଳେ ଏକ ପ୍ରତିଷ୍ଠାନକୁ ପିକେଡିଏ ପକ୍ଷରୁ ଜି ପ୍ଲସ୍‌ ୨ କମର୍ସିଆଲ କମ୍‌ ରେସିଡେନ୍ସିଆଲ କୋଠା କରିବାକୁ ଅନୁମତି ଦିଆଯାଇଥିଲା। ଉକ୍ତ କୋଠାରେ ବର୍ତ୍ତମାନ ହୋଟେଲ ଚାଲିଥିବା ଯାଞ୍ଚରୁ ଜଣାପଡିଛି। ଚକ୍ରତୀର୍ଥ ରୋଡ୍‌ର ଏକ ପ୍ରତିଷ୍ଠିତ ହୋଟେଲରେ ଶିଶୁମାନଙ୍କ ପାଇଁ ରହିଥିବା ଗେମ୍‌ ପାର୍ଲର ନିକଟରେ ୫ଶହ କେଭି କ୍ଷମତାସମ୍ପନ୍ନ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଥିବା ସେ କହିଛନ୍ତି। ଏପରି କି ଏହି ଯାଞ୍ଚ ବେଳେ ଏକ ହୋଟେଲରେ ଇଲେକ୍ଟ୍ରିକ୍‌ ପ୍ୟାନେଲ ନିକଟରେ ଦହନଶୀଳ ପଦାର୍ଥ ରଖାଯାଇଥିବା ଦେଖିବାକୁ ମିଳିଥିଲା। ଏହି ସବୁ ଅବ୍ୟବସ୍ଥା ରହିଥିବା ହୋଟେଲ ଗୁଡିକର ନାମ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରକାଶ କରାଯାଇନାହିଁ। ନୋଟିସ ଜାରି ବେଳେ ନାମ ପ୍ରକାଶ କରାଯିବ ବୋଲି ମୁଖ୍ୟ ଅଗ୍ନିଶମ ଅଧିକାରୀ କହିଛନ୍ତି। ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୨୭୦ଟି ହୋଟେଲର ତାଲିକା ପ୍ରସ୍ତୁତ ହୋଇଛି। ଖୁବ୍‌ଶୀଘ୍ର ସେମାନଙ୍କୁ ନୋଟିସ ଜାରି କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଗତ ୨୩ତାରିଖରେ ଭିଆଇପି ରୋଡ୍‌ସ୍ଥିତ ଅନନ୍ୟା ପ୍ରାଇଡ୍‌ ରିସୋର୍ଟର ଚତୁର୍ଥ ମହଲାସ୍ଥିତ ପ୍ୟାଣ୍ଟ୍ରି ୟୁଟିଲିଟି ଷ୍ଟୋରରେ ନିଆଁ ଲାଗିଥିଲା। ଅଗ୍ନିଶମ ବିଭାଗ ପକ୍ଷରୁ ଯାଞ୍ଚ ବେଳେ ଉକ୍ତ କକ୍ଷକୁ ସିଲ୍‌ କରି ଦିଆଯାଇଥିବା ଦାସ ସୂଚନା ଦେଇଛନ୍ତି।
All Right Reserved By

ମେଟ୍ରୋ |

ମହିଳା ପୋଲିଂ ଅଫିସରଙ୍କ ପାଇଁ ସ୍ବତନ୍ତ୍ର ସୁବିଧା

ମହିଳା ପୋଲିଂ ଅଫିସରଙ୍କ ପାଇଁ ସ୍ବତନ୍ତ୍ର ସୁବିଧା

କଟକ ସଦର,୨୪।୨(ଡି.ଏନ.ଏ.): ଚଳିତ ନିର୍ବାଚନରେ ମହିଳା କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା। ସେମାନଙ୍କ ପାଇଁ ନିର୍ବାଚନ ଆୟୋଗ ସ୍ବତନ୍ତ୍ର ନିୟାମବଳୀ ପ୍ରସ୍ତୃତ କରିଛନ୍ତି। 

ଧର୍ମେନ୍ଦ୍ରଙ୍କୁ ବିଜେଡିର ୨୦ ପ୍ରଶ୍ନ

ଧର୍ମେନ୍ଦ୍ରଙ୍କୁ ବିଜେଡିର ୨୦ ପ୍ରଶ୍ନ

ଭୁବନେଶ୍ୱର,୨୪ା୨(ବ୍ୟୁରୋ):ରାଜ୍ୟର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହାର ଜବାବରେ ବିଜେଡି ପକ୍ଷରୁ ଖବରଦାତା ସମ୍ମିଳନୀ କରାଯାଇ କେନ୍ଦ୍ରମନ୍ତ୍ରୀଙ୍କୁ ୨୦ଟି ପ୍ରଶ୍ନ ପଚରାଯାଇଛି।

ଚୌଦ୍ୱାର-କଟକ ବିଧାନସଭା ନିର୍ବାଚନମଣ୍ଡଳୀ:ସବୁ ଦଳରୁ ଏକାଧିକ ଆଶାୟୀ

ଚୌଦ୍ୱାର-କଟକ ବିଧାନସଭା ନିର୍ବାଚନମଣ୍ଡଳୀ:ସବୁ ଦଳରୁ ଏକାଧିକ ଆଶାୟୀ

କଟକ ଅଫିସ, ୨୪।୨:୨୦୦୯ରେ ନିର୍ବାଚନମଣ୍ଡଳୀ ସୀମା ପୁନର୍ଗଠନ ପରେ ରାଜ୍ୟ ରାଜନୈତିକ ମାନଚିତ୍ରରୁ ଟାଙ୍ଗୀ-ଚୌଦ୍ୱାର ନିର୍ବାଚନମଣ୍ଡଳୀ ଲିଭି ଯାଇଥିଲା। 

୬୦ରୁ ଊର୍ଦ୍ଧ୍ୱ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌:ବାଂଲାଦେଶୀ ହ୍ୟାକରଙ୍କ ହାତ ସନ୍ଦେହ

୬୦ରୁ ଊର୍ଦ୍ଧ୍ୱ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌:ବାଂଲାଦେଶୀ ହ୍ୟାକରଙ୍କ ହାତ ସନ୍ଦେହ

ଭୁବନେଶ୍ୱର,୨୪ା୨ (ବ୍ୟୁରୋ):ରାଜ୍ୟର ୬୦ରୁ ଊର୍ଦ୍ଧ୍ୱ ଓ୍ବେବ୍‌ସାଇଟ୍‌ ଶନିବାର ହ୍ୟାକ୍‌ ହୋଇଛି। ହ୍ୟାକର ସମସ୍ତ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌  କରିବା ପରେ ହୋମ୍‌ ପେଜ୍‌ରେ ‘ମ୍ୟାଡ୍‌ ଟାଇଗର’ ଲେଖିଛନ୍ତି। ଏହିସବୁ ଓ୍ବେବ୍‌ସାଇଟ୍‌ ଖୋଲିବା ମାତ୍ରେ ସେଥିରେ ମ୍ୟାଡ୍‌ ଟାଇଗର ଲେଖା ଆସୁଛି। ଓଡ଼ିଶା ପ୍ରଶାସନିକ ସେବା ଆସୋସିଏଶନ, ଶ୍ରୀମନ୍ଦିର ଦଇତାପତି ନିଯୋଗ ସମେତ ଏକାଧିକ ସରକାରୀ କଲେଜର ଓ୍ବେବ୍‌ସାଇଟ୍‌ ଏବଂ ଅନେକ ସରକାରୀ ଅଫିସ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ ହୋଇଛି। 

ଶ୍ରୀମନ୍ଦିର ସଂସ୍କାର ମାମଲା: ଆମିକସ୍‌ କ୍ୟୁରିଙ୍କ ସହ ଆଲୋଚନା ପରେ ସେବାୟତ ଆଶ୍ୱସ୍ତ

ଶ୍ରୀମନ୍ଦିର ସଂସ୍କାର ମାମଲା: ଆମିକସ୍‌ କ୍ୟୁରିଙ୍କ ସହ ଆଲୋଚନା ପରେ ସେବାୟତ ଆଶ୍ୱସ୍ତ

ପୁରୀ ଅଫିସ,୨୪ା୨: ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ସେବାକୁ ମିଳିପାରେ ସୁରକ୍ଷା। ହେଲେ ଏଥିରେ କିଛିଟା ସଂସ୍କାର ଅଣାଯିବ। ଏପରି କି ସଂଖ୍ୟା ମଧ୍ୟ ସୀମିତ କରାଯାଇପାରେ। ଶ୍ରୀମନ୍ଦିର ସଂସ୍କାର ମାମଲାର ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ବିଭିନ୍ନ ପକ୍ଷଙ୍କ ସହ ବୈଠକ ପରେ ଏଭଳି ସୂଚନା ମିଳିଛି।

ପାରାଦୀପରେ ହେବ ବିମାନବନ୍ଦର: ଖର୍ଚ୍ଚ ହେବ ୯୦୦କୋଟି ଟଙ୍କା

ପାରାଦୀପରେ ହେବ ବିମାନବନ୍ଦର: ଖର୍ଚ୍ଚ ହେବ ୯୦୦କୋଟି ଟଙ୍କା

ଭୁବନେଶ୍ୱର, ୨୪।୨(ବ୍ୟୁରୋ)- ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ରାଜ୍ୟରେ ହେବ ଆଉ ଏକ ବିମାନବନ୍ଦର। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଛାଡ଼ିଦେଲେ ଝାରସୁଗୁଡ଼ା ବିମାନବନ୍ଦର ମାର୍ଚ୍ଚରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ଏବଂ ରାଉରକେଲା, ଉତ୍‌କେଲା, ଜୟପୁର ବିମାନବନ୍ଦର କିଛିମାସ ପରେ ପୂର୍ଣ୍ଣାଙ୍ଗ ରୂପ ନେବ। 

ଶ୍ରୀମନ୍ଦିର ସମସ୍ୟାକୁ ଧ୍ୟାନ ଦେଇନାହାନ୍ତି ସରକାର: ଗଜପତି

ଶ୍ରୀମନ୍ଦିର ସମସ୍ୟାକୁ ଧ୍ୟାନ ଦେଇନାହାନ୍ତି ସରକାର: ଗଜପତି

ପୁରୀ ଅଫିସ,୨୪ା୨: ଶ୍ରୀମନ୍ଦିର ଏକ ମହାନ୍‌ ସଂସ୍ଥା। ମହାପ୍ରଭୁଙ୍କର ସବୁ ମହାନ୍‌, ତାଙ୍କ ସମସ୍ୟା ବି ମହାନ୍‌। ତେଣୁ ଶ୍ରୀମନ୍ଦିରରେ କିଛି ପରିବର୍ତ୍ତନ ଆଣିବାକୁ ହେଲେ ପ୍ରଥମେ ସବୁକିଛି ବୁଝିବାକୁ ହେବ। 

ସାବାସ୍‌ ସାହସୀ ଅଭିଜିତା: ଲୁଟେରାଙ୍କ ସହ ଲଢ଼ି ଜଣଙ୍କୁ କାବୁକଲେ

ସାବାସ୍‌ ସାହସୀ ଅଭିଜିତା: ଲୁଟେରାଙ୍କ ସହ ଲଢ଼ି ଜଣଙ୍କୁ କାବୁକଲେ

ଭୁବନେଶ୍ୱର, ୨୪।୨(ବ୍ୟୁରୋ): ଅସ୍ତ୍ରଶସ୍ତ୍ରଧାରୀ ଦୁଇଜଣ ଲୁଟେରାଙ୍କ ସହ ଲଢ଼ି ଚର୍ଚ୍ଚାକୁ ଆସିଛନ୍ତି ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଜିଜିପି କଲୋନୀ ମଳୟବିହାରରେ ରହୁଥିବା ମହିଳା ଅଭିଜିତା ମହାପାତ୍ର। ତାଙ୍କ ସାହାସିକତାକୁ ନେଇ ଏବେ ସବୁଠି ମିଳିଛି ସାବାସି।

ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ସତ୍ୟାନନ୍ଦ ଆଚାର୍ଯ୍ୟଙ୍କ ପରଲୋକ

ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ସତ୍ୟାନନ୍ଦ ଆଚାର୍ଯ୍ୟଙ୍କ ପରଲୋକ

ଭୁବନେଶ୍ୱର, ୨୪।୨(ବ୍ୟୁରୋ)- ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସତ୍ୟାନନ୍ଦ ଆଚାର୍ଯ୍ୟ (୮୪)ଙ୍କ ଶୁକ୍ରବାର ପରଲୋକ ହୋଇଛି। ରାତି ୯ଟା ୪୫ରେ ନୟାପଲ୍ଲୀସ୍ଥିତ ବାସଭବନରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।  

ବେହତର୍‌ ଇଣ୍ଡିଆ ଅଭିଯାନ: ଗୌରବ ଆଣିଲେ ଓଡ଼ିଆ ଛାତ୍ର ରିଷଭ

ବେହତର୍‌ ଇଣ୍ଡିଆ ଅଭିଯାନ: ଗୌରବ ଆଣିଲେ ଓଡ଼ିଆ ଛାତ୍ର ରିଷଭ

ଭୁବନେଶ୍ୱର, ୨୪।୨(ବ୍ୟୁରୋ)- ପୁଣି ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ପୁଅ ରିଷଭ। ଭୁବନେଶ୍ୱରର କିଟ୍‌ ଇଣ୍ଟରନ୍ୟାଶନାଲ୍‌ ସ୍କୁଲର ଛାତ୍ର ରିଷଭ ସୁଆର ବେହତର ଇଣ୍ଡିଆ ଅଭିଯାନରେ ବାତାବରଣ ବର୍ଗରେ ତୃତୀୟ ସ୍ଥାନ ହାସଲ କରିଛନ୍ତି। 

ଏସ୍‌ସିବି ମେଡିକାଲ: ୬ ବିଭାଗରେ ଯନ୍ତ୍ରପାତି ଅଭାବ: ଠିକ୍‌ ଚିକିତ୍ସା ନ ପାଇ ଫେରୁଛନ୍ତି ରୋଗୀ

ଏସ୍‌ସିବି ମେଡିକାଲ: ୬ ବିଭାଗରେ ଯନ୍ତ୍ରପାତି ଅଭାବ: ଠିକ୍‌ ଚିକିତ୍ସା ନ ପାଇ ଫେରୁଛନ୍ତି ରୋଗୀ

କଟକ ଅଫିସ,୨୪।୨- ଫେବୃୟାରୀ ପହିଲାରୁ ରାଜ୍ୟରେ ଚିକିତ୍ସା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ମାଗଣା କରାଯାଇଛି। କେବଳ କ୍ୟାବିନ୍‌କୁ ଛାଡିଦେଲେ ଅନ୍ୟ କୌଣସି  ବାବଦରେ ରୋଗୀଙ୍କୁ ଗୋଟିଏ ଟଙ୍କା ଦେବାକୁ ପଡିବ ନାହିଁ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ବୋର୍ଡର କଡା ଆଭିମୁଖ୍ୟ : ୧୧ ନିଲମ୍ବିତ, ୫ ଗିରଫ

ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ବୋର୍ଡର କଡା ଆଭିମୁଖ୍ୟ : ୧୧ ନିଲମ୍ବିତ, ୫ ଗିରଫ

କଟକ ଅଫିସ/ ନୂଆପଡ଼ା ଅଫିସ, ୨୪।୨- ମାଟ୍ରିକ ପରୀକ୍ଷା ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କର୍ତ୍ତୃପକ୍ଷ। ଶୁକ୍ରବାର ୪ଜଣ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ ସମେତ ୭ଜଣ ନିଲମ୍ବିତ ହୋଇଥିଲାବେଳେ ଶନିବାର ଆଉ ୪ଜଣଙ୍କୁ ନିଲମ୍ବିତ କରାଯାଇଛି।