ମେଟ୍ରୋ |

ଯୁବକଙ୍କୁ ଗଳାକାଟି ନିର୍ମମ ହତ୍ୟା: ସ୍ପଷ୍ଟ ଦିବାଲୋକରେ ଗୋଡେଇ ହାଣିଲେ

ଯୁବକଙ୍କୁ ଗଳାକାଟି ନିର୍ମମ ହତ୍ୟା: ସ୍ପଷ୍ଟ ଦିବାଲୋକରେ ଗୋଡେଇ ହାଣିଲେ

ପୁରୀ ଅଫିସ, ୩୧।୧: ପୁରୀ ସହର ଉପକଣ୍ଠ ମାଳତୀପାଟପୁର ନିକଟସ୍ଥ ଜଗନ୍ନାଥ ବଲ୍ଲଭ ଛକରେ ସ୍ପଷ୍ଟ ଦିବାଲୋକରେ ବୁଧବାର ଘଟିଛି ବର୍ବର ହତ୍ୟାକାଣ୍ଡ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅର୍ଜୁନ ବରାଳ(୩୮) ନାମକ ଯୁବକଙ୍କୁ ୪ଜଣ ଯୁବକ ସଂଘବଦ୍ଧ ଭାବେ ଗୋଡାଇ ଗୋଡାଇ ଖଣ୍ଡାରେ ହାଣିବା ସହ ଗଳା କାଟି ହତ୍ୟା କରିଛନ୍ତି। ମୃତକଙ୍କ ଘର ବୀରହରେକୃଷ୍ଣପୁର ଗୋଳାସାହିରେ। ପୁରୀ ସଦର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟବାତାବରଣ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ପ୍ରକାରେ, ଅର୍ଜୁନଙ୍କ ସହିତ ସ୍ଥାନୀୟ କେତେଜଣ ଯୁବକଙ୍କ ପୂର୍ବରୁ ଶତ୍ରୁତା ରହିଥିଲା। ବୁଧବାର ସକାଳେ ଅର୍ଜୁନ ତାଙ୍କ ଝିଅକୁ ବୀରହରେକୃଷ୍ଣପୁର ସ୍ଥିତ ଘରୋଇ ସ୍କୁଲରେ ଛାଡିଥିଲେ। ସ୍କୁଲ ଛୁଟି ହେଲେ ମୁଁ ଆସି ନେବି ବୋଲି ଝିଅକୁ କହି ଫେରିଥିଲେ ଅର୍ଜୁନ। ପୂର୍ବାହ୍ନ ୧୦ଟା ବେଳେ ସେ ତାଙ୍କ ବାଇକ୍‌ (ଓଆର୧୩ଡି-୧୪୧୦)ରେ ଝିଅକୁ ସ୍କୁଲରୁ ଆଣିବାକୁ ବାହାରିଥିଲେ। ହେଲେ ବିଧିର ବିଧାନ ଥିଲା ବିଚିତ୍ର। ସେ ଆଉ ସ୍କୁଲ ନିକଟରେ ପହଞ୍ଚତ୍ ପାରି ନ ଥିଲେ। ଅଧାବାଟରେ ସେ ହତ୍ୟାକାଣ୍ଡର ଶିକାର ହେଲେ। ଜଗନ୍ନାଥ ବଲ୍ଲଭ ଗ୍ରାମର ଛକ ନିକଟରେ ୪ଜଣ ଯୁବକ ଦୁଇଟି ବାଇକରେ ତାଙ୍କ ପିଛା କରି ଆସି ପଛପଟୁ ଖଣ୍ଡାରେ ଆକ୍ରମଣ କଲେ। ପ୍ରଥମେ ତାଙ୍କ ପିଠିକୁ ଚୋଟ ପକାଇଥିଲେ। ସେ ତଳେ ପଡି ଯାଇଥିଲେ। ଏହାପରେ ୪ ଯୁବକ ଖଣ୍ଡାରେ ହାଣିବା ସହିତ ଶେଷରେ ତଣ୍ଟିରେ ଚୋଟରେ ପକାଇଥିଲେ। ଖବରପାଇ ସଦର ଥାନା ଅଧିକାରୀ ଗୌରାଙ୍ଗ ପୃଷ୍ଟି, ସଦର ଏସଡିପିଓ ସୁଶୀଲ ମିଶ୍ର, ଅତିରିକ୍ତ ଏସ୍‌ପି ଜଗନ୍ନାଥ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଏହାପରେ ସାଇଣ୍ଟିଫିକ ଟିମ ପହଞ୍ଚତ୍ ଅନୁଧ୍ୟାନ କରିଥିଲା। ଘଟଣାସ୍ଥଳରୁ ରକ୍ତଭିଜା ମାଟି, ବାଇକ୍‌ ଆଦି ପୋଲିସ ଜବତ କରିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଥାନାରେ ଅଭିଯୋଗ ହୋଇ ନାହିଁ।
ଘଟଣା ସମ୍ପର୍କରେ ଅତିରିକ୍ତ ଏସ୍‌ପି ପ୍ରଧାନ କୁହନ୍ତି , ୨୦୧୨ ମସିହାରେ କାଠ ବ୍ୟବସାୟକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କ ସହ ଅର୍ଜୁନଙ୍କର ପୂର୍ବ ଶତ୍ରୁତା ରହିଥିଲା। ଅର୍ଜୁନ ତାଙ୍କୁ ଆକ୍ରମଣ କରିଥିଲେ। ଏ ସଂକ୍ରାନ୍ତରେ ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ତେଣୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ଜଡିତ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ମିଳିଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।

All Right Reserved By

ମେଟ୍ରୋ |

୪ ମାସ ପୂର୍ବରୁ ୧୪ ହଜାର ହୋଟେଲ ରୁମ୍‌ ବୁକ୍‌

୪ ମାସ ପୂର୍ବରୁ ୧୪ ହଜାର ହୋଟେଲ ରୁମ୍‌ ବୁକ୍‌

ଭୁବନେଶ୍ୱର, ୧୯ା୬(ବ୍ୟୁରୋ)-ଏସିଆନ୍‌ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜନ କରି ଦେଶର କ୍ରୀଡ଼ା ରାଜଧାନୀରେ ପରିଣତ ହୋଇଥିବା ଓଡ଼ିଶା ଏବେ ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟର ଆୟୋଜକ ଭାବେ ଇତିହାସ ରଚିବାକୁ ଯାଉଛି।

ଜାତୀୟ ଜଳବାୟୁ ଚାମ୍ପିୟନ ଆଖ୍ୟା ପାଇଲେ ଓଡ଼ିଶାର ସାତ୍ତ୍ୱିକ

ଭୁବନେଶ୍ୱର, ୧୯ା୬(ବ୍ୟୁରୋ)- ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ସୋସିଓଲୋଜି ବିଭାଗ ଛାତ୍ର ସାତ୍ତ୍ୱିକ ପଟ୍ଟନାୟକ ଦିଲ୍ଲୀସ୍ଥିତ ଆମେରିକା ଦୂତାବାସ ତରଫରୁ ଆୟୋଜିତ ‘ଜଳବାୟୁ ପରିବର୍ତ୍ତନ ଓ ଏହାର ପ୍ରଭାବ’ ଶ୍ରୀର୍ଷକ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି।

ବସ୍ତି ପିଲାଙ୍କ ପାଇଁ ଆଧାର କାର୍ଡ ଆବେଦନ ଶିବିର

ଭୁବନେଶ୍ୱର, ୧୯ା୬(ବ୍ୟୁରୋ)- ଆଶଁାୟେ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ବସ୍ତିର ଅବହେଳିତ ପିଲାଙ୍କ ପାଇଁ ଆଧାର କାର୍ଡ ଆବେଦନ ଶିବିର ଆୟୋଜିତ ହୋଇଯାଇଛି।

‘ଆର୍ଟ ପିଲ୍‌ଗ୍ରୀମ୍‌’ ଉଦ୍‌ଯାପିତ

ଭୁବନେଶ୍ୱର, ୧୯ା୬(ବ୍ୟୁରୋ)- ବନାରସର ଆନନ୍ଦ ବନ ଚିତ୍ରକଳା ସଙ୍ଗଠନର ୨୦ଜଣ ଶିଳ୍ପୀଙ୍କୁ ନେଇ ପୁରୀଠାରେ ଆୟୋଜିତ ହୋଇଥିବା କଳା ଶିବିର ‘ଆର୍ଟ ପିଲ୍‌ଗ୍ରୀମ୍‌’ର ଉଦ୍‌ଯାପନୀ ସମାରୋହ ସୋମବାର ଟଙ୍କପାଣି ରୋଡ୍‌ସ୍ଥିତ ସୁଭଦ୍ରା ଆର୍ଟ ଗ୍ୟାଲେରି ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଚିଟ୍‌ଫଣ୍ଡ୍‌ ମାମଲାର ସମୀକ୍ଷା କଲେ ସିବିଆଇ ସ୍ବତନ୍ତ୍ର ନିର୍ଦ୍ଦେଶକ

ଭୁବନେଶ୍ୱର,୧୯ା୬(ବ୍ୟୁରୋ) - ଚିଟ୍‌ଫଣ୍ଡ୍‌ ମାମଲାର ସମୀକ୍ଷା ପାଇଁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସିବିଆଇର ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା। ସୋମବାର ସକାଳେ ସେ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ପହଞ୍ଚତ୍ବା ପରେ ତାଙ୍କୁ ସ୍ବାଗତ କରାଯାଇଥିଲା।

ହକି ବିଶ୍ୱକପ୍‌ରେ ଅତିଥିଙ୍କ ପାଇଁ ମଦ ବ୍ୟବସ୍ଥାକୁ ବିରୋଧ

ହକି ବିଶ୍ୱକପ୍‌ରେ ଅତିଥିଙ୍କ ପାଇଁ ମଦ ବ୍ୟବସ୍ଥାକୁ ବିରୋଧ

ଭୁବନେଶ୍ୱର,୧୯ା୬(ବ୍ୟୁରୋ)- ନଭେମ୍ବର ୨୮ରୁ ଆରମ୍ଭ ହେଉଛି ହକି ବିଶ୍ୱକପ୍‌। ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ବିଶ୍ୱକପ୍‌ ପାଇଁ ବିଦେଶରୁ ଆସୁଥିବା ସ୍ବତନ୍ତ୍ର ଅତିଥିଙ୍କ ପାଇଁ ମଦ ବ୍ୟବସ୍ଥା କରାଯାଇଛି।

ଇଂଲିଶ ମିଡିୟମ ସ୍କୁଲ୍‌ ଅଧ୍ୟକ୍ଷଙ୍କୁ ଶିକ୍ଷା ସଚବିଙ୍କ ପରାମର୍ଶ:‘ଅଭିନବ ଚିନ୍ତାଧାରାକୁ ପ୍ରୋତ୍ସାହନ ଦିଅ’

ଇଂଲିଶ ମିଡିୟମ ସ୍କୁଲ୍‌ ଅଧ୍ୟକ୍ଷଙ୍କୁ ଶିକ୍ଷା ସଚବିଙ୍କ ପରାମର୍ଶ:‘ଅଭିନବ ଚିନ୍ତାଧାରାକୁ ପ୍ରୋତ୍ସାହନ ଦିଅ’

ଭୁବନେଶ୍ୱର, ୧୯ା୬(ବ୍ୟୁରୋ)- ଆମ ଶିକ୍ଷା ପରିବେଶରେ ସମସ୍ତ ଭଲ ଜିନିଷ ଯେପରିକି ଶିକ୍ଷା ପ୍ରଣାଳୀ ହେଉ କିମ୍ବା କିଛି ନୂତନ ତଥା ଅଭିନବ ଚିନ୍ତାଧାରାକୁ ପ୍ରୋତ୍ସାହନ ଦେବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ଅନିଲ ସ୍ବରୂପ ଇଂଲିଶ୍‌ ମିଡିୟମ ସ୍କୁଲ ଅଧ୍ୟକ୍ଷମାନଙ୍କୁ ପରାମର୍ଶ ଦେଇଛନ୍ତି।

୫ଟି ପ୍ରଶ୍ନ: ପୁରୀ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚନ୍ଦ୍ର ମାଝି

୫ଟି ପ୍ରଶ୍ନ: ପୁରୀ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚନ୍ଦ୍ର ମାଝି

‘ଅଭିଯୋଗ ନେଇ ଆସୁଥିବା ଲୋକଙ୍କୁ ନିଜ ଗାଁର ଭାବି ନ୍ୟାୟ ଦେବାକୁ ଗୁରୁତ୍ୱ ଦେଇଥାଏ’ ୧୯୮୭ ବ୍ୟାଚ୍‌ର ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀ ଡ. ଉଦ୍ଧବ ଚନ୍ଦ୍ର ମାଝି। କଳାହାଣ୍ଡିରୁ ଟ୍ରେନିଂ ରିଜର୍ଭ ଅଫିସର ଭାବେ ସେ ଚାକିରି ଜୀବନ ଆରମ୍ଭ କରିଥିଲେ।

ଭୁବନେଶ୍ୱର ରେଳ ଷ୍ଟେଶନରୁ ଶିଶୁ ଶ୍ରମିକ ଉଦ୍ଧାର: ଘରେ ରଖି ନିର୍ଯାତନା ଦେଉଥିଲେ ଡିସିପିଓ

ଭୁବନେଶ୍ୱର,୧୯।୬ (ବ୍ୟୁରୋ)- ଜଣେ ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ୮ବର୍ଷର ଜଣେ ନାବାଳିକାଙ୍କୁ ନିଜ ଘରେ ରଖି ନିର୍ଯାତନା ଦେଇ ଆସୁଥିବା ଘଟଣା ପଦାକୁ ଆସିଛି। ପୋଲିସ ଓ ଚାଇଲ୍ଡ ଲାଇନ ଉକ୍ତ ନାବାଳିକାଙ୍କୁ ରବିବାର ରାତିରେ ଭୁବନେଶ୍ୱର ଷ୍ଟେଶନରୁ ଉଦ୍ଧାର କରିଛି।

ପୁଣି ବିବାଦରେ ସୋନା:‘ଆହେ ନୀଳଶଇଳ’କୁ ବିକୃତ କରିଥିବା ଅଭିଯୋଗ

ପୁଣି ବିବାଦରେ ସୋନା:‘ଆହେ ନୀଳଶଇଳ’କୁ ବିକୃତ କରିଥିବା ଅଭିଯୋଗ

ଭୁବନେଶ୍ୱର,୧୮।୬(ବ୍ୟୁରୋ)- ଓଡ଼ିଶାର ଘରେ ଘରେ ପରିଚିତ ଲୋକପ୍ରିୟ ଭଜନ ‘ଆହେ ନୀଳଶଇଳକୁ’ ବିକୃତ ଭାବେ ଗାଇ ବିବାଦରେ ଫସିଛନ୍ତି କଣ୍ଠଶିଳ୍ପୀ ସୋନା ମହାପାତ୍ର। ଭକ୍ତ ସାଲବେଗଙ୍କ ଦ୍ୱାରା ଲିଖିତ ଏହି ପ୍ରସିଦ୍ଧ ଓଡ଼ିଆ ଭଜନର କେତୋଟି ଶବ୍ଦକୁ ସୋନା ଭିନ୍ନ ଭାବେ ଉଚ୍ଚାରଣ କରି ଗାଇବା ପରେ ବିବାଦ ସୃଷ୍ଟି ହୋଇଛି।

ସ୍ବଚ୍ଛ ହେବ ସିବିଏସ୍‌ଇ ପରୀକ୍ଷା:ଖୋଲିବ ସେଣ୍ଟର ଅଫ୍‌ ଏକ୍ସଲେନ୍ସ, ଶିକ୍ଷକଙ୍କୁ ଦିଆଯିବ ପ୍ରଶିକ୍ଷଣ

ସ୍ବଚ୍ଛ ହେବ ସିବିଏସ୍‌ଇ ପରୀକ୍ଷା:ଖୋଲିବ ସେଣ୍ଟର ଅଫ୍‌ ଏକ୍ସଲେନ୍ସ, ଶିକ୍ଷକଙ୍କୁ ଦିଆଯିବ ପ୍ରଶିକ୍ଷଣ

ଭୁବନେଶ୍ୱର, ୧୮ ।୬(ବ୍ୟୁରୋ)- ନୂତନ ଟେକ୍ନୋଲୋଜି ବ୍ୟବହାର କରାଯାଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ପରୀକ୍ଷାକୁ ଆହୁରି ସ୍ବଚ୍ଛ କରାଯିବ। ଏଥିପାଇଁ ଖୁବ୍‌ଶୀଘ୍ର ସେଣ୍ଟର ଅଫ୍‌ ଏକ୍ସଲେନ୍ସ ୟୁନିଟ୍‌ ଖୋଲାଯିବ। ଏଥିରେ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ସାରା ଦେଶରେ ୪ଟି ସେଣ୍ଟର ଅଫ୍‌ ଏକ୍ସଲେନ୍ସ ଖୋଲିବା ପାଇଁ ସ୍ଥିର କରାଯାଇଛି।

ଘର ଜାଳିଦେଇ ଜେଲ୍‌ ପଠାଇଲା ବନ ବିଭାଗ

ଭୁବନେଶ୍ୱର,୧୮ା୬(ବ୍ୟୁରୋ)- ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁମୁଣ୍ଡି ମୌଜାରେ ରହୁଥିବା ୧୨ ଆଦିବାସୀ ପରିବାର ସୋମବାର ନ୍ୟାୟ ପାଇଁ ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବନ ବିଭାଗ ସେମାନଙ୍କ ଘର ପୋଡ଼ିବା, ଗୃହ ଉପୋକରଣ ଲୁଟ୍‌ କରିବା, ମାଡ଼ ମାରିବା ସହ ପରିବାର ସଦସ୍ୟଙ୍କୁ ଜେଲ୍‌ ପଠାଇଥିବା ଅଭିଯୋଗ ଆଣି ସେମାନେ ଘଟଣାର ନିରପେକ୍ଷ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି।

Model This Week

ପ୍ରଭାତ