ମେଟ୍ରୋ |

ଚନ୍ଦ୍ରଗ୍ରହଣ: ଦୁଇଥର ହେଲା ରୋଷହୋମ

ଚନ୍ଦ୍ରଗ୍ରହଣ: ଦୁଇଥର ହେଲା ରୋଷହୋମ

ପୁରୀ ଅଫିସ, ୩୧।୧: ଶ୍ରୀମନ୍ଦିରରେ ବୁଧବାର ଦୁଇଥର ହୋଇଛି ରୋଷହୋମ। ରାହୁଗ୍ରସ୍ତ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଯୋଗୁ ରୋଷହୋମ, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା ବି ଦୁଇଥର ଲେଖାଏ ହୋଇଛି। ମଙ୍ଗଳବାର ରାତି ୧ଟାରେ ମଙ୍ଗଳ ଆଳତି ପରେ ୧ଟା ୨୫ରେ ରୋଷହୋମ, ୨ଟା ୨୨ରେ ସୂର୍ଯ୍ୟପୂଜା ଏବଂ ୨ଟା ୩୫ରେ ଦ୍ୱାରପାଳ ପୂଜା ହୋଇଥିଲା। ଏହାପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇଥିଲା। ସୂର୍ଯ୍ୟୋଦୟ ପୂର୍ବରୁ ଦ୍ୱିପ୍ରହର ଧୂପ ବଢ଼ି ନୀତି ବନ୍ଦ ରହିଥିଲା। ଗ୍ରହଣ ସ୍ପର୍ଶ ହେବା ପରେ ଗ୍ରହଣ ମହାସ୍ନାନ ଓ ଭୋଗ ହୋଇ ଅନ୍ୟାନ୍ୟ ନୀତି ଚାଲିଥିଲା। ଏହାପରେ ପୁଣି ସନ୍ଧ୍ୟା ୭ଟା ୩୫ରେ ରୋଷହୋମ, ୭ଟା ୪୫ରେ ସୂର୍ଯ୍ୟପୂଜା ଏବଂ ରାତି ୮ଟା ୧୦ରେ ଦ୍ୱାରପାଳ ପୂଜା ହୋଇଥିଲା।
ଏ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି, ଯେଉଁଦିନ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ହୋଇଥାଏ, ସେଦିନ ପାକତ୍ୟାଗର ବହୁ ପୂର୍ବରୁ ମହାପ୍ରଭୁଙ୍କ ଦ୍ୱାରଫିଟା ନୀତିଠାରୁ ଆରମ୍ଭ କରି ରୋଷହୋମ ଇତ୍ୟାଦି ସମ୍ପନ୍ନ ହୁଏ। ଗ୍ରହଣ କିମ୍ବା ପରାଗ ଲାଗିଲେ ମହାପ୍ରଭୁଙ୍କ ନୀତି ଆରମ୍ଭ ହୋଇଥାଏ। ଏଥିରେ ପୂଜାପଣ୍ଡା ଠାକୁରମାନଙ୍କ ଗ୍ରହଣ ମହାସ୍ନାନ କରିଥାନ୍ତି। ଏହିଦିନ ପୁଣିଥରେ ରୋଷ ହୋମ ହୁଏ। ଏଥିରୁ ଅଗ୍ନି ଯାଇ ମହାପ୍ରଭୁଙ୍କ ନିମନ୍ତେ ପାକ ପ୍ରସ୍ତୁତ କରାଯାଇଥାଏ।

All Right Reserved By
Karnatak Exit Poll

Model This Week

ସନ୍ତୋଷ

ମେଟ୍ରୋ |

ମୂଷାନଈ ପୁନରୁଦ୍ଧାର ସ୍ବପ୍ନ ଆରମ୍ଭ ହୋଇପାରୁନି କାମ

ମୂଷାନଈ ପୁନରୁଦ୍ଧାର ସ୍ବପ୍ନ ଆରମ୍ଭ ହୋଇପାରୁନି କାମ

ପୁରୀ ଅଫିସ, ୨୨ା୫: ଶ୍ରୀକ୍ଷେତ୍ରର ପ୍ରବେଶ ପଥରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ମୂଷାନଈ। ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ଲାଗି ଯୋଜନା ପରେ ଯୋଜନା ହେଉଥିଲେ ହେଁ ସଫଳ ରୂପାୟନ ଅଭାବରୁ ଶେଷରେ ଫେଲ୍‌ ମାରୁଛି। ଏବେ ପୁଣି ମୂଷାନଈ ପୁନରୁଦ୍ଧାର ଲାଗି କସରତ ଚାଲିଛି। ପ୍ରାୟ ୨୬ କୋଟି ଟଙ୍କାର ଅଟକଳ ମଧ୍ୟ ପ୍ରସ୍ତୁତ ହୋଇଛି। ନେତା ଓ ପ୍ରଶାସନିକ ଅଧିକାରୀଙ୍କ ବିଲୁଆ ବିଚାର ଲାଗି କାର୍ଯ୍ୟ ଆଗେଇ ପାରୁନି। ଜମି ଅଧିଗ୍ରହଣ ପାଇଁ ଆରମ୍ଭ ହୋଇଥିବା ପ୍ରକ୍ରିୟା ବାତିଲ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ହୁଳୁହୁଳିଆଠାରୁ ଅଠରନଳା ପର୍ଯ୍ୟନ୍ତ ପୁନରୁଦ୍ଧାର ଲାଗି ୩ମାସ ତଳୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲ ଏ ପର୍ଯ୍ୟନ୍ତ ଚୂଡାନ୍ତ ହୋଇପାରୁନାହିଁ। ମୂଷାନଈକୁ ନେଇ ନେତା ଓ ଅଧିକାରୀ ନୂଆ ନୂଆ ସ୍ବପ୍ନ ଦେଖୁଛନ୍ତି। ବର୍ତ୍ତମାନ ପୁଣି ନିର୍ଦ୍ଧାରିତ ଜମିଠାରୁ ଅଧିକ ଜମି ଅଧିଗ୍ରହଣ କରାଯିବା ସହିତ ସମୁଦାୟ ମୂଷାନଈ ଦୁଇ ପାର୍ଶ୍ୱରେ ପଥର ପ୍ୟାକିଂ ଦିଆଯିବାକୁ ଚିନ୍ତା ଚାଲିଛି। ଯଦି ଏହି କାର୍ଯ୍ୟ କରାଯାଏ ତେବେ ଅଟକଳ ଆହୁରି ୯କୋଟି ଟଙ୍କା ବୃଦ୍ଧି ପାଇବ ବୋଲି ଜଣାପଡିଛି।

ମୁହଁାଟ, ଚଉତା ବିନ୍ଧ ଅନୁକୂଳ

ମୁହଁାଟ, ଚଉତା ବିନ୍ଧ ଅନୁକୂଳ

ପୁରୀ ଅଫିସ, ୨୧ା୫: ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ରଥ ନିର୍ମାଣକୁ ଇତିମଧ୍ୟରେ ୩୩ ଦିନ ବିତିଲାଣି। ରଥଖଳାରେ ନିର୍ମାଣ କାମକୁ ଆଗେଇ ନେଉଛନ୍ତି ମହାରଣା, ଭୋଇ ଓ ରୂପକାର ସେବକ। ସୋମବାର ରଥଖଳାରେ ତିନିରଥର ମୁହଁାଟ ଓ ଚଉତା ବିନ୍ଧ ଅନୁକୂଳ ହୋଇଛି। ମୁଖ୍ୟ ବିଶ୍ୱକର୍ମା ଏହାକୁ ଅନୁକୂଳ କରିବା ପରେ ମହାରଣା ସେବକମାନେ ମୁହଁାଟ ଏବଂ ଚଉତାରେ ବିନ୍ଧ କରୁଛନ୍ତି। ତିନିରଥର ଚାରିନାହାକା ଶେଷ ହୋଇଥିବା ବେଳେ ରଥଖଳାରେ ପ୍ରତି ରଥ ପାଇଁ ପଡିଥିବା ୨ଟି ଲେଖାଏ ଗରଗରା କାଠକୁ ହଣାଯାଇ ସାଇଜ କରାଯାଉଛି।

ମହେଶ୍ୱର ହତ୍ୟା ମାମଲା

ମହେଶ୍ୱର ହତ୍ୟା ମାମଲା

ପୁରୀ ଅଫିସ, ୨୨ା୫: ପାଣି ପାଇପ୍‌ ମିସ୍ତ୍ରି ମହେଶ୍ୱର ମାର୍ଥା ହତ୍ୟା ମାମଲାରେ ଟାଉନ ଥାନା ପୋଲିସ ସୋମବାର ଜଣଙ୍କୁ ଗିରଫ କରିଛନ୍ତି। ସେ ହେଲେ ବଳିଆପଣ୍ଡା ମହାରଣା ସାହିର ଗଜାନନ ଓରଫ ନିରଞ୍ଜନ ମହାରଣା(୨୩)। ଅଭିଯୁକ୍ତଙ୍କଠାରୁ ହତ୍ୟାରେ ବ୍ୟବହୃତ ରକ୍ତଭିଜା ଖଣ୍ଡା ଜବତ ହୋଇଛି। ହତ୍ୟାକାଣ୍ଡରେ ୪ଜଣଙ୍କ ସମ୍ପୃକ୍ତି ରହିଛି। ଅନ୍ୟ ତିନିଜଣ ଫେରାର ଅଛନ୍ତି। ଅଭିଯୁକ୍ତଙ୍କଠାରୁ ହସ୍ତଗତ ହୋଇଥିବା ତଥ୍ୟ ଆଧାରରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ବୋଲି ଥାନା ଅଧିକାରୀ ଉମାଶଙ୍କର ସିଂ କହିଛନ୍ତି।

ଜେଲ୍‌ରେ ମହିଳା ବନ୍ଦୀଙ୍କ ସହ ରହୁଥିବା ଶିଶୁ ଅବହେଳିତ ନିଜ ଆଡ଼ୁ ବିଚାର ପାଇଁ ଗ୍ରହଣ କଲେ ଏନ୍‌ଏଚ୍‌ଆର୍‌ସି

କଟକ ଅଫିସ, ୨୧ା୫- ଜେଲ୍‌ରେ ମହିଳା ବନ୍ଦୀଙ୍କ ସହିତ ରହୁଥିବା ସେମାନଙ୍କ ଶିଶୁ ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ଅବହେଳିତ ଅବସ୍ଥାରେ ରହୁଛନ୍ତି। ଏ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ପାଳନ କରାଯାଉ ନାହିଁ। ଏ ସମ୍ପର୍କିତ ପ୍ରକାଶିତ ଖବରକୁ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଗୁରୁତ୍ୱ ଦେବାସହ ନିଜ ଆଡୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକର ସରକାରଙ୍କୁ ଜବାବ ଦାଖଲ ପାଇଁ ନୋଟିସ ଜାରି କରିଛନ୍ତି। ଜେଲ୍‌ଗୁଡ଼ିକରେ କେତେଜଣ ମହିଳା ବନ୍ଦୀ ଅଛନ୍ତି ଓ ସେମାନଙ୍କ ପାଖରେ କେତେଜଣ ପିଲା ରହୁଛନ୍ତି, ଉକ୍ତ ପିଲାମାନଙ୍କ ପାଇଁ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ସବିଶେଷ ତଥ୍ୟ ୬ ସପ୍ତାହ ମଧ୍ୟରେ ପ୍ରଦାନ କରିବାକୁ ଏନ୍‌ଏଚ୍‌ଆର୍‌ସି ତାଙ୍କ ଆଦେଶରେ ସ୍ପଷ୍ଟ କରିଦେଇଛନ୍ତି।

ସପ୍ତମ ଶ୍ରେଣୀ ଛାତ୍ରୀ ୫ ମାସର ଗର୍ଭବତୀ: ଉଦ୍ଧାର କଲା ଜିଲା ଶିଶୁ ସୁରକ୍ଷା ୟୁନିଟ୍‌

ସପ୍ତମ ଶ୍ରେଣୀ ଛାତ୍ରୀ ୫ ମାସର ଗର୍ଭବତୀ: ଉଦ୍ଧାର କଲା ଜିଲା ଶିଶୁ ସୁରକ୍ଷା ୟୁନିଟ୍‌

ଖୋର୍ଦ୍ଧା ଅଫିସ,୨୧।୫: ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା କୁହୁଡ଼ି ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ୫ ମାସର ଗର୍ଭବତୀ ହୋଇଛନ୍ତି । ଖବର ଜଣାପଡ଼ିବା ପରେ ଜିଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଟାଙ୍ଗୀ ସିଡିପିଓଙ୍କ ସହଯୋଗରେ ସୋମବାର ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି।

କୁହୁଡ଼ିରେ ଲବଣ ସତ୍ୟାଗ୍ରହ ସ୍ମାରକୀ ଦିବସ

କୁହୁଡ଼ିରେ ଲବଣ ସତ୍ୟାଗ୍ରହ ସ୍ମାରକୀ ଦିବସ

କାକଟପୁର, ୨୧।୫(ଡି.ଏନ୍‌.ଏ.): ପୁରୀ ଜିଲା ଅସ୍ତରଙ୍ଗ ବ୍ଳକ କୁହୁଡ଼ି ଗ୍ରାମରେ ସୋମବାର ୮୮ତମ ଲବଣସତ୍ୟାଗ୍ରହ ସ୍ମାରକୀ ଦିବସ ପାଳିତ ହୋଇଯାଇଛି। ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଉତ୍କଳ ସଂଗ୍ରାମୀ ସ୍ମୃତି ସମିତିର ମିଳିତ ଆୟୋଜନରେ ଏହା ଅନୁଷ୍ଠିତ ହୋଇଥିଲା।

ସୁନ୍ଦରଗଡ଼ ହେମଗିର ଜଙ୍ଗଲରେ ଠାବ ହେଲା ଓଡିଶାର ପ୍ରଥମ କଳାବାଘ

ସୁନ୍ଦରଗଡ଼ ହେମଗିର ଜଙ୍ଗଲରେ ଠାବ ହେଲା ଓଡିଶାର ପ୍ରଥମ କଳାବାଘ

ସୁନ୍ଦରଗଡ଼,୨୧।୫(ଡି.ଏନ୍‌.ଏ.) ସୁନ୍ଦରଗଡ଼ ଜିଲା ହେମଗିର ଜଙ୍ଗଲରେ ଓଡିଶାର ପ୍ରଥମ କଲରାପତ୍ରିଆ ପ୍ରଜାତିର କଳାବାଘ (ବ୍ଲାକ ପାନ୍ଥର) ବନବିଭାଗ ପକ୍ଷରୁ ଠାବ କରାଯାଇଛି। ବନବିଭାଗ ପକ୍ଷରୁ ଜଙ୍ଗଲରେ ଲଗା ଯାଇଥିବା ସିସି ଟିଭି କ୍ୟାମେରାରେ ମାସେ ତଳେ କଏଦ୍‌ ହୋଇଥିବା ଫଟୋ ଚିତ୍ର ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କ ନିକଟକୁ ପଠାଯିବା ପରେ ଯାଞ୍ଚ୍‌ରୁ ଏହା ଏକ କଲରାପତ୍ରିଆ ପ୍ରଜାତିର କଳାବାଘ ବୋଲି ଜଣାପଡିଛି

ଐତିହାସିକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର

ଐତିହାସିକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର, ୨୧।୫(ବ୍ୟୁରୋ): ବିଜେଡି ସରକାର ୪ର୍ଥ ପାଳିର ୪ ବର୍ଷ ପୂରଣ ହୋଇଛି। ଏହି ଅବସରରେ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ଯୋଗ ଦେଇଥିଲେ। ବୈଠକ ଶେଷରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜେଡି ସରକାର ଲୋକମାନଙ୍କ ପାଇଁ ଉତ୍ସର୍ଗୀକୃତ।

ବିକାଶ ନୁହେଁ, ବିନାଶ ରାସ୍ତାରେ ନେଉଛନ୍ତି ସରକାର: ନିରଞ୍ଜନ

ବିକାଶ ନୁହେଁ, ବିନାଶ ରାସ୍ତାରେ ନେଉଛନ୍ତି ସରକାର: ନିରଞ୍ଜନ

ଭୁବନେଶ୍ୱର, ୨୧।୫(ବ୍ୟୁରୋ): ଓଡ଼ିଶାକୁ ବିକାଶ କରିବା ଅପେକ୍ଷା ବିନାଶ ରାସ୍ତାରେ ନେଉଛନ୍ତି ରାଜ୍ୟ ସରକାର। ସାଧାରଣ ଜନତାଙ୍କୁ ଦେଖାଇଥିବା ସ୍ବପ୍ନ ପୂରଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ପେଟ୍ରୋଲ ପମ୍ପ୍‌ରେ ଠକେଇ ଅଭିଯୋଗ: ଜିଲା ଯୋଗାଣ ବିଭାଗ ପକ୍ଷରୁ ଚଢାଉ

ପେଟ୍ରୋଲ ପମ୍ପ୍‌ରେ ଠକେଇ ଅଭିଯୋଗ: ଜିଲା ଯୋଗାଣ ବିଭାଗ ପକ୍ଷରୁ ଚଢାଉ

ଗୋପ, ୨୧।୫ (ଡି.ଏନ୍‌.ଏ.): ପୁରୀ ଜିଲା ଗୋପ, ଗଣେଶ୍ୱରପୁର, ଜମରା ସମେତ ଅନ୍ୟ କେତେକ ପେଟ୍ରୋଲ ପମ୍ପ୍‌ରେ ଅପମିଶ୍ରିଣ ପେଟ୍ରୋଲ, ଡିଜେଲ ବିକ୍ରି ହେବା ସହ ସାଧାରଣ ଲୋକଙ୍କୁ ଠକେଇ ହେଉଥିବା ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇ ଆସୁଥିଲା।

୩ ଦଫା ଦାବି ନେଇ ଏସିପିଙ୍କ କାର୍ଯ୍ୟାଳୟ ଘେରାଉ

୩ ଦଫା ଦାବି ନେଇ ଏସିପିଙ୍କ କାର୍ଯ୍ୟାଳୟ ଘେରାଉ

କଟକରୋଡ଼, ୨୧।୫(ଡି.ଏନ୍‌.ଏ.): ଅଭିଯୁକ୍ତଙ୍କୁ ବାଲିଅନ୍ତା ପୋଲିସର ଅନୁକମ୍ପା ପ୍ରତିବାଦରେ ସୋମବାର ବହୁସଂଖ୍ୟକ ଦଳିତ ଆଦିବାସୀ ମହାସଂଘ କର୍ମକର୍ତ୍ତା କମିଶନରେଟ ପୋଲିସ ଜୋନ୍‌-୪ ଏସିପିଙ୍କ ଲକ୍ଷ୍ମୀସାଗରସ୍ଥିତ କାର୍ଯ୍ୟାଳୟ ଘେରାଉ କରିଛନ୍ତି।

ବିଡିଏଠାରୁ ଘର କିଣିଥିବା ବ୍ୟକ୍ତି ଆଶ୍ୱସ୍ତ: ବିକ୍ରି ହୋଇପାରିବ ଘର

ବିଡିଏଠାରୁ ଘର କିଣିଥିବା ବ୍ୟକ୍ତି ଆଶ୍ୱସ୍ତ: ବିକ୍ରି ହୋଇପାରିବ ଘର

ଭୁବନେଶ୍ୱର, ୨୧।୫(ବ୍ୟୁରୋ): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଠାରୁ ଘର କିଣିଥିବା ବ୍ୟକ୍ତି କିମ୍ବା ସଂସ୍ଥା ଏଣିକି ଅନ୍ୟ ଜଣଙ୍କୁ ନିଜର ସମ୍ପତ୍ତି ବିକ୍ରି କରି ପାରିବେ। ଏ ନେଇ ପୂର୍ବରୁ ଥିବା କଟକଣାକୁ ହଟାଇ ଦିଆଯାଇଛି। ବିିଡିଏର ଗତ ଅଥରିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଯଦି ଜଣେ ବ୍ୟକ୍ତି ବିଡିଏ ଠାରୁ ଘର କିମ୍ବା ଜମି କିଣି ୫ ବର୍ଷ ଦଖଲରେ ରହି ଥିବେ ସେ ଏହାକୁ ଅନ୍ୟକୁ ହସ୍ତାନ୍ତର କରି ପାରିବେ।