ଖେଳ |

ଜାତୀୟ ସିନିୟର ମହିଳା ହକି ପାଇଁ ଗାଙ୍ଗପୁର-ଓଡ଼ିଶା ଦଳ

ଜାତୀୟ ସିନିୟର ମହିଳା ହକି ପାଇଁ ଗାଙ୍ଗପୁର-ଓଡ଼ିଶା ଦଳ

ଭୁବନେଶ୍ୱର, ୩୧।୧(କ୍ରୀଡ଼ା ପ୍ରତିନିଧି)- ରାଞ୍ଚତ୍ଠାରେ ଫେବୃୟାରୀ ୧ରୁ ୧୧ ପର୍ଯ୍ୟନ୍ତ ହେବାକୁଥିବା ୮ମ ଜାତୀୟ ସିନିୟର ମହିଳା ହକି (ଡିଭିଜନ-ଏ) ଚାମ୍ପିୟନଶିପ୍‌ ପାଇଁ ବୁଧବାର ହକି ଗାଙ୍ଗପୁର-ଓଡ଼ିଶା ଦଳ ଘୋଷିତ ହୋଇଛି। ଦଳସହ କୋଚ୍‌ ବିଜୟ କୁମାର ଲାକ୍ରା ଓ ମ୍ୟାନେଜର ସୁସ୍ମିତା କେର୍କେଟା ରାଞ୍ଚତ୍ ଯାତ୍ରା କରିଛନ୍ତି। ଗାଙ୍ଗପୁର ଦଳ ଏହାର ପ୍ରଥମ ମ୍ୟାଚ ଗୁରୁବାର ମଧ୍ୟପ୍ରଦେଶ ହକି ଏକାଡେମୀ ବିପକ୍ଷରେ ଖେଳିବ। ପ୍ରତିଯୋଗିତାରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରିଛନ୍ତି। ଏମାନଙ୍କୁ ୪ଟି ଗ୍ରୁପରେ ବିଭକ୍ତ କରାଯାଇଛି। ପ୍ରତି ଗ୍ରୁପର ଶ୍ରେଷ୍ଠ ୨ ଦଳ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହେବେ। ହକି ଗାଙ୍ଗପୁର ଦଳ: ରିଙ୍କି କୁଜୁର(ଅଧିନାୟିକା), ମାଧୁରୀ କିଣ୍ଡୋ(ଉପ-ଅଧିନାୟିକା), ରାହିଲ ତିର୍କୀ, ବିନିତା କୁଜୁର, ଲକ୍ଷ୍ମୀ ଏକ୍କା, ସୁଶାନ୍ତି ମିଞ୍ଜ୍‌, ଫିଲିସିଆ ଟପ୍ପୋ, ନିକିତା ଟପ୍ପୋ, ରୋଜିତା କୁଜୁର, ମନୀଷା ଓରାମ, ନାନ୍ଦିନୀ ନାଏକ, ରେସ୍‌ମା ଲାକ୍ରା, ସମୀରା ଲାକ୍ରା, ନର୍ମତା ଜସମିନ ବାରା, ଏଲିନ ଲାକ୍ରା, ସୋନିଆ ଟପ୍ନୋ, ଆଞ୍ଜେଲା ଟପ୍ପୋ, ସାଇନାଜ ଖାତୁନ(ଗୋଲକିପର)।

All Right Reserved By

ଖେଳ |

ସ୍ଥିତି ବଦଳାଇବାର ଦକ୍ଷତା ଭାରତର ରହିଛି

ସ୍ଥିତି ବଦଳାଇବାର ଦକ୍ଷତା ଭାରତର ରହିଛି

ଲଣ୍ଡନ, ୧୫।୮(ପି.ଟି.)- ପ୍ରଥମ ଦୁଇଟି ମ୍ୟାଚ୍‌ ହାରି ଭାରତୀୟ ଦଳ ଦୁର୍ବଳ ହୋଇଯାଇଥାଇପାରେ। କିନ୍ତୁ ଇଂଲଣ୍ଡ ୫-୦ରେ ସିରିଜ କ୍ଲିନ ସୁଇପ୍‌ କରିବା କହିବା ଏବେଠୁ ଠିକ୍‌ ନୁହେଁ ବୋଲି ଦଳର ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ଜନ୍ନୀ ବେୟାରଷ୍ଟୋ କହିଛନ୍ତି। 

ପରାଜୟ ସହ ବେଙ୍ଗାଲୁରୁର ସ୍ପେନ ଗସ୍ତ ଶେଷ

ପରାଜୟ ସହ ବେଙ୍ଗାଲୁରୁର ସ୍ପେନ ଗସ୍ତ ଶେଷ

ବାର୍ସିଲୋନା, ୧୫।୮(ପି.ଟି.)- ବାର୍ସିଲୋନା ‘ବି’ ଦଳଠାରୁ ପରାଜୟବରଣ କରିବା ସହ ବେଙ୍ଗାଲୁରୁ ଦଳ ତା’ର ସ୍ପେନ ଗସ୍ତ ସମାପ୍ତ କରିଛି। ସ୍ଥାନୀୟ ମିନି ଏଷ୍ଟାଡି ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍‌ରେ ବାର୍ସିଲୋନା ‘ବି’ ଦଳ ୩-୦ ଗୋଲରେ ବେଙ୍ଗାଲୁରୁକୁ ପରାସ୍ତ କରିଥିଲା।

ଅବସର ଘୋଷଣା କଲେ ଫର୍ନାଣ୍ଡୋ

ଅବସର ଘୋଷଣା କଲେ ଫର୍ନାଣ୍ଡୋ

ମାଡ୍ରିଡ୍‌, ୧୫।୮- ଦୁଇଥର ବିଶ୍ୱ ଚାମ୍ପିୟନ ସ୍ପାନିଶ ଡ୍ରାଇଭର ଫର୍ନାଣ୍ଡୋ ଆଲୋନସୋ ଫର୍ମୁଲା-୧ରୁ ଅବସର ଘୋଷଣା କରିଛନ୍ତି। ଚଳିତ ସିଜନ ସମାପ୍ତ ପରେ ସେ ଫର୍ମୁଲା-୧ରୁ ସନ୍ନ୍ୟାସ ନେବେ ବୋଲି ବୁଧବାର ଘୋଷଣା କରିଛନ୍ତି। 

ଆର୍ଜେଣ୍ଟିନା ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବେନି ମେସି

ଆର୍ଜେଣ୍ଟିନା ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବେନି ମେସି

ବୁଏନ୍ସ ଏରିସ୍‌, ୧୫।୮(ଏଏଫ୍‌ପି)- ଅଧିନାୟକ ଲିଓନେଲ ମେସି ଆର୍ଜେଣ୍ଟିନାର ଆଗାମୀ ୪ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବେ ନାହିଁ ବୋଲି ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଦୁଇଥର ବିଶ୍ୱବିଜେତା ଆର୍ଜେଣ୍ଟିନା ସେପ୍ଟେମ୍ବର ୭ରେ ଗୁଏତ୍‌ମାଳ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍‌ ଲସ୍‌ ଆଞ୍ଜେଲ୍ସଠାରେ ଖେଳାଯିବ। 

ଇଣ୍ଡିଆ ବ୍ଲୁ’କୁ ହରାଇଲା ଇଣ୍ଡିଆ ଗ୍ରୀନ୍‌

ଇଣ୍ଡିଆ ବ୍ଲୁ’କୁ ହରାଇଲା ଇଣ୍ଡିଆ ଗ୍ରୀନ୍‌

ବେଙ୍ଗାଲୁରୁ, ୧୫।୮- ସ୍ଥାନୀୟ କର୍ନାଟକ ଷ୍ଟେଟ୍‌ କ୍ରିକେଟ ଗ୍ରାଉଣ୍ଡରେ ବୁଧବାର ଅନୁଷ୍ଠିତ ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫିର ଏକ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଇଣ୍ଡିଆ ଗ୍ରୀନ୍‌ ଭିଜେଡି ପଦ୍ଧତିରେ ୭ ଉଇକେଟ୍‌ରେ ଇଣ୍ଡିଆ ବ୍ଲୁ’କୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି।

କ୍ରୋଏସିଆ ବିଶ୍ୱକପ୍‌ ହିରୋ ମଣ୍ଡଜୁକିକ୍‌ଙ୍କ ଅବସର

କ୍ରୋଏସିଆ ବିଶ୍ୱକପ୍‌ ହିରୋ ମଣ୍ଡଜୁକିକ୍‌ଙ୍କ ଅବସର

ପ୍ୟାରିସ, ୧୫।୮(ଏଏଫପି)- କ୍ରୋଏସିଆ ବିଶ୍ୱକପ୍‌ ହିରୋ ତଥା ଷ୍ଟାର୍‌ ଷ୍ଟ୍ରାଇକର ମାରିଓ ମଣ୍ଡଜୁକିକ୍‌ ଅନ୍ତର୍ଜାତୀୟ ଫୁଟ୍‌ବଲରୁ ଅବସର ଘୋଷଣା କରିଛନ୍ତି। ମଣ୍ଡଜୁକିକ୍‌ଙ୍କ ଅବସର ନେଇ କ୍ରୋଏସିଆ ଫୁଟ୍‌ବଲ ଫେଡେରେଶନ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ୩୨ ବର୍ଷୀୟ ମଣ୍ଡଜୁକିକ୍‌ଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ କ୍ରୋଏସିଆ ଗତମାସରେ ରୁଷିଆରେ ଶେଷ ହୋଇଥିବା ଫିଫା ବିଶ୍ୱକପ୍‌ ଫାଇନାଲକୁ ପ୍ରଥମଥର ଲାଗି ପ୍ରବେଶ କରିଥିଲା। 

ଗ୍ୟାରୀ ଷ୍ଟିଡ୍‌ ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ନୂଆ ପ୍ରଶିକ୍ଷକ

ଗ୍ୟାରୀ ଷ୍ଟିଡ୍‌ ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ନୂଆ ପ୍ରଶିକ୍ଷକ

ଓ୍ବେଲିଂଟନ, ୧୫।୮(ଏଏଫ୍‌ପି)- ପ୍ରାକ୍ତନ ଟେଷ୍ଟ ବ୍ୟାଟ୍ସମ୍ୟାନ ଗ୍ୟାରୀ ଷ୍ଟିଡ୍‌ଙ୍କୁ ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍‌ଜେଡ୍‌) ଜାତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ବୁଧବାର ନିଯୁକ୍ତ କରିଛି। ଆଗାମୀ ଦୁଇବର୍ଷ ପର୍ଯ୍ୟନ୍ତ ୪୬ ବର୍ଷୀୟ ଷ୍ଟିଡ୍‌ ଏହି ଗୁରୁତ୍ୱପୂର୍ଣ୍ଣ ପଦରେ ରହିବେ। 

ଫେଡେରରଙ୍କ ସହଜ ବିଜୟ

ଫେଡେରରଙ୍କ ସହଜ ବିଜୟ

ସିନ୍‌ସିନ୍ନାଟି, ୧୫।୮(ଏଏଫ୍‌ପି)- ବର୍ଷର ଅନ୍ତିମ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତା ୟୁଏସ୍‌ ଓପନ୍‌ ପୂର୍ବରୁ ତାରକା ଟେନିସ ଖେଳାଳି ରୋଜର ଫେଡେରର ଭଲ ପ୍ରସ୍ତୁତି ଆରମ୍ଭ କରିଛି। ଏଠାରେ ଚାଲିଥିବା ଏଟିପି ସିନ୍‌ସିନ୍ନାଟି ମାଷ୍ଟର୍ସ ପ୍ରତିଯୋଗିତାରେ ସୁଇଜରଲାଣ୍ଡ ଖେଳାଳି ଫେଡେରର ୬-୪, ୬-୪ ସିଧାସଳଖ ସେଟ୍‌ରେ ଜର୍ମାନୀର ପିଟର ଗୋଜୋଓ୍ବଜିକଙ୍କୁ ପରାସ୍ତ କରିଛନ୍ତି। 

ଶ୍ରୀଲଙ୍କା ୩ ଉଇକେଟରେ ବିଜୟୀ

ଶ୍ରୀଲଙ୍କା ୩ ଉଇକେଟରେ ବିଜୟୀ

କଲମ୍ବୋ, ୧୫ା୮-ସ୍ଥାନୀୟ ପ୍ରେମାଦାସା ଷ୍ଟାଡିୟମଠାରେ ମଙ୍ଗଳବାର ଖେଳାଯାଇଥିବା ଏକମାତ୍ର ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ଶ୍ରୀଲଙ୍କା ୩ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏଥିରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୧୬.୪ ଓଭରରେ ୯୮ରନ କରି ଅଲଆଉଟ ହୋଇଯାଇଥିଲା। ଉଇକେଟକିପର ତଥା ଓପନର କ୍ୱିଣ୍ଟନ ଡି’କକ୍‌ ସର୍ବାଧିକ ୨୦ ରନ କରିଥିଲେ।  ଜବାବରେ ଶ୍ରୀଲଙ୍କା ୧୬ ଓଭରରେ ୭ ଉଇକେଟ ବିନିମୟରେ ୯୯ ରନ କରି ମ୍ୟାଚ ଜିତି ନେଇଥିଲା। ଦଳ ପକ୍ଷରୁ ଉଇକେଟକିପର ଦୀନେଶ ଚାଣ୍ଡିମଲ ୩୬ କରି ଅପରାଜିତ ରହିଥିବାବେଳେ ଧନଞ୍ଜୟ  ଡି’ ସିଲ୍‌ଭା ୩୧ ରନ କରିଥିଲେ। 

ଡୋପ୍‌ ମାମଲାରୁ ଛାଡ଼ ପାଇଲେ ଜିଥିନ ପଲ୍‌

ଡୋପ୍‌ ମାମଲାରୁ ଛାଡ଼ ପାଇଲେ ଜିଥିନ ପଲ୍‌

ନୂଆଦିଲ୍ଲୀ, ୧୫ା୮ (ପି.ଟି.)- ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି (ନାଡା)ର ଅପିଲ ପ୍ୟାନେଲ ମଙ୍ଗଳବାର ୪୦୦ ମିଟର ହର୍ଡଲର ଜିଥିନ ପଲ୍‌ଙ୍କୁ ଡୋପିଙ୍ଗ ଅଭିଯୋଗରୁ ମୁକ୍ତ କରିଛନ୍ତି। ଏଥିସହିତ  ୪ବର୍ଷ ବାସନ୍ଦ ଦଣ୍ଡକୁ ପ୍ରତ୍ୟାହାର କରିନେଇଛନ୍ତି। ନାଡାର ଶୃଙ୍ଖଳା ପ୍ୟାନେଲ ଏହି ଦଣ୍ଡବିଧାନ କରିଥିଲା। ଭାରତର ଅନ୍ତର୍ଜାତୀୟ ଆଥ୍‌ଲେଟ ପଲ୍‌ ଏଣିକି  ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ।  

ସନ୍ତୋଷ ଏମଏଏଫଆଇ ଉପସଭାପତି

ସନ୍ତୋଷ ଏମଏଏଫଆଇ ଉପସଭାପତି

ଭୁବନେଶ୍ୱର, ୧୫।୮(କ୍ରୀଡ଼ା ପ୍ରତିନିଧି)-ମାଷ୍ଟର୍ସ ଆଥଲେଟିକ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ(ଏମଏଏଫଆଇ)ର ବାର୍ଷିକ ସାଧାରଣ ବୈଠକ ଓ ନିର୍ବାଚନ ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ମାଷ୍ଟର୍ସ ଆଥଲେଟିକ୍‌ ଆସୋସିଏଶନ ସମ୍ପାଦକ ସନ୍ତୋଷ କୁମାର ଦାସ ଏହାର ଉପସଭାପତିଭାବେ ନିର୍ବାଚିତ ହୋଇଛନ୍ତି। ଆସନ୍ତା ୫ ବର୍ଷ ପାଇଁ ସେ ଏହି ପଦବୀରେ ରହିବେ। ଏସ.ଏସ.ଧିଲେଁା ଓ ଡେଭିଡ ପ୍ରେମନାଥ ଯଥାକ୍ରମେ ସଭାପତି ଓ ସମ୍ପାଦକଭାବେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ସମୟରେ ଓ୍ବାଲର୍‌ଡ ମାଷ୍ଟର୍ସ ଆଥଲେଟିକ୍‌ ଫେଡେରେଶନର ଉପସଭାପତି ଓ୍ବିଲିୟମ ପର୍ଯ୍ୟବେକ୍ଷକଭାବେ ଉପସ୍ଥିତ ଥିଲେ।

ସର୍ବଭାରତୀୟ ଆମନ୍ତ୍ରଣୀୟ କରାଟେରେ ଉତ୍କଳ କରାଟେ ସ୍କୁଲର ସଫଳତା

ସର୍ବଭାରତୀୟ ଆମନ୍ତ୍ରଣୀୟ କରାଟେରେ ଉତ୍କଳ କରାଟେ ସ୍କୁଲର ସଫଳତା

ଭୁବନେଶ୍ୱର, ୧୫।୮(କ୍ରୀଡ଼ା ପ୍ରତିନିଧି)-ଦିଲ୍ଲୀର ତାଲକୋଟ୍ରା ଉନ୍‌ଡୋର ଷ୍ଟାଡିୟମରେ ଗତ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ୧୪ତମ ସର୍ବଭାରତୀୟ ସ୍ବାଧୀନତା କପ୍‌ କରାଟେ ପ୍ରତିଯୋଗିତାରେ ଉତ୍କଳ କରାଟେ ସ୍କୁଲର ଛାତ୍ରୀଛାତ୍ରମାନେ ସଫଳତା ଅର୍ଜନ କରିଛନ୍ତି। ସବ୍‌ଜୁନିୟର କାଟାରେ ରିତେଶ ମହାନ୍ତି ସ୍ବର୍ଣ୍ଣ, କୁମିତେରେ ରୌପ୍ୟ, ସାଇ ସ୍ବରୂପ ବେବ୍ରତା କୁମିତେରେ ସ୍ବର୍ଣ୍ଣ, କାଟାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

Model This Week

ଯସ୍ମିନ୍