ଖେଳ |

ପ୍ୟାରୀଙ୍କ ୫ ଗୋଲ: ଓଡ଼ିଶାର ବୃହତ୍‌ ବିଜୟ

ପ୍ୟାରୀଙ୍କ ୫ ଗୋଲ: ଓଡ଼ିଶାର ବୃହତ୍‌ ବିଜୟ

କଟକ ଅଫିସ,୩୧ା୧- ବାରବାଟୀ ଷ୍ଟାଡିୟମରେ ଚାଲିଥିବା ୨୩ତମ ଜାତୀୟ ସିନିୟର ମହିଳା ଫୁଟବଲ ଚାମ୍ପିୟନଶିପ୍‌ରେ ବୁଧବାର ଘରୋଇ ଓଡ଼ିଶା ଦଳ ୧୦-୦ ଗୋଲରେ ଗୁଜରାଟକୁ ପରାସ୍ତ କରିଛି। ଦଳ ପକ୍ଷରୁ ପ୍ୟାରୀ ଖାଖା ହ୍ୟାଟ୍ରିକ ସହ ମୋଟ୍‌ ୫ଟି ଗୋଲ ଦେଇ ଦଳକୁ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ଓଡ଼ିଶାର ଏହା ଥିଲା ପ୍ରଥମ ମ୍ୟାଚ୍‌। ୨ ତାରିଖରେ ପରବର୍ତ୍ତୀ ମ୍ୟାଚ୍‌ରେ ମଧ୍ୟ ଦଳ ଗୁଜରାଟକୁ ଭେଟିବ। ଟିକିନା ସାମଲଙ୍କ ନେତୃତ୍ୱାଧୀନ ଓଡ଼ିଶା ପୂରା ମ୍ୟାଚରେ ଏକତରଫା ଭାବେ ବଲ୍‌କୁ ନିଜ ନିୟନ୍ତ୍ରଣରେ ରଖିବା ସହ ଗୁଜରାଟ ଦଳ ଉପରେ ଚାପ ପକାଇ ଖେଳିଥିଲା। ପ୍ରଥମାର୍ଦ୍ଧର ୯ମ ମିନିଟ୍‌ରେ ମିଡ଼୍‌ଫିଲ୍ଡର ସିନୁଲତା ସାହୁ ଏକ ଗୋଲ ଦେଇଥିଲେ। ଏହାପରେ ଓଡ଼ିଶା ଖେଳାଳିମାନେ ଗୁଜରାଟ ଗୋଲ ପୋଷ୍ଟ ଉପରେ ବାରମ୍ବାର ଆକ୍ରମଣ ଜାରି ରଖିଥିଲେ। ମାତ୍ର ଗୁଜରାଟ ଗୋଲରକ୍ଷକ ତଥା ଅଧିନାୟିକା ବେଭବୀ ଜୋସି ଓଡ଼ିଶାର ସମସ୍ତ ପ୍ରଚେଷ୍ଟାକୁ ବିଫଳ କରିଥିଲେ। ୩୧ତମ ମିନିଟ୍‌ରେ ପ୍ୟାରୀ ଖାଖା ଗୁଜରାଟର ଗୋଲପୋଷ୍ଟ ନିକଟରୁ ବଲକୁ ସଫଳଭାବେ ଗୋଲରେ ପରିଣତ କରି ଦଳ ନିମନ୍ତେ ଦ୍ୱିତୀୟ ସ୍କୋର କରିଥିଲେ। ଏହାର କିଛି ମିନିଟ୍‌ ପରେ ଓଡ଼ିଶାକୁ ଏକ ଫ୍ରିକିକ୍‌ ମିଳିଥିଲା। ସିନୁଲତା ବଲକୁ ସିଧାସଳଖ ଗୁଜରାଟ ଗୋଲ ପୋଷ୍ଟକୁ ମାରିଥିଲେ ମଧ୍ୟ ଦୁଃର୍ଭାଗ୍ୟବଶତଃ ବଲ୍‌ଟି ବାର୍‌ରେ ବାଜି ଫେରି ଆସିଥିଲା। ପରେ ୪୩ତମ ମିନିଟ୍‌ରେ ବନ୍ୟା କବିରାଜଙ୍କ ଏକ ପାସ୍‌କୁ ପ୍ୟାରୀ ଗୋଲରେ ପରିଣତ କରିବା ସହ ଦଳକୁ ୩-୦ରେ ଅଗ୍ରଣୀ କରିଥିଲେ। ୪୪ତମ ମିନିଟ୍‌ରେ ପ୍ୟାରୀ ଆଉ ଏକ ଗୋଲ ଦେଇ ହ୍ୟାଟ୍ରିକ ଅର୍ଜନ କରିବା ସହ ପ୍ରଥମାର୍ଦ୍ଧରେ ଦଳକୁ ୪-୦ରେ ଅଗ୍ରଣୀ ରଖିବାରେ ସହାୟକ ହୋଇଥିଲେ। ପ୍ରଥମାର୍ଦ୍ଧରେ ୪ଟି ଗୋଲ ଦେଇଥିବା ଓଡ଼ିଶା ଦ୍ୱିତୀୟାର୍ଦ୍ଧରେ ୬ଟି ଗୋଲ ସ୍କୋର କରି ମ୍ୟାଚ୍‌କୁ ଏକତରଫା ଭାବେ ଜିତିଥିଲା। ଦ୍ୱିତୀୟାର୍ଦ୍ଧର ୪୭ତମ ମିନିଟ୍‌ରେ ସିନୁଲତା ଏକ ଗୋଲ ଦେଇଥିଲେ। ଗୁଜରାଟ ଗୋଲ ରକ୍ଷକ ବୈଭବୀଙ୍କ ତ୍ରୁଟି ଯୋଗୁଁ ଏହି ଗୋଲଟି ହୋଇଥିଲା। ପରେ ୫୩ତମ ଓ ୬୫ତମ ମିନିଟ୍‌ରେ ପ୍ୟାରୀ ୨ଟି ଗୋଲ ଦେବା ସହ ବ୍ୟକ୍ତିଗତ ଗୋଲ ସଂଖ୍ୟାକୁ ୫ରେ ପହଞ୍ଚାଇଥିଲେ। ୫୯ତମ ମିନିଟ୍‌ରେ ସିନୁଲତା ଆଉ ଏକ ଗୋଲ ଦେବାରୁ ତାଙ୍କର ବ୍ୟକ୍ତିଗତ ଗୋଲ ୩ରେ ପହଞ୍ଚତ୍ଥିଲା। ବଦଳ ଖେଳାଳି ଭାବେ ପଡ଼ିଆକୁ ଆସିଥିବା ମେନକା ମଲ୍ଲିକ ୮୨ ଓ ୮୯ତମ ମିନିଟ୍‌ରେ ୨ଟି ଗୋଲ ଦେଇଥିଲେ। ବୁଧବାର ଖେଳାଯାଇଥିବା ଅନ୍ୟ ୩ଟି ମ୍ୟାଚ୍‌ରେ ପଶ୍ଚିମବଙ୍ଗ ୧୦-୦ ଗୋଲରେ ମିଜୋରାମକୁ, କେରଳ ୩-୦ ଗୋଲରେ ବିହାରକୁ, ପଣ୍ଡିଚେରୀ ୧୪-୩ ଗୋଲରେ ମଧ୍ୟପ୍ରଦେଶକୁ ହରାଇଛି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ଓ ମିଜୋରାମ ମ୍ୟାଚ୍‌ ବେଳେ ସାମାନ୍ୟ ବିଶୃଙ୍ଖଳା ହୋଇଥିବା ଜଣାପଡ଼ିଛି।

All Right Reserved By

Model This Week

ସନ୍ତୋଷ

ଖେଳ |

ଡାଇମଣ୍ଡ ଲିଗ୍‌: ନିରଜଙ୍କୁ ୬ଷ୍ଠ ସ୍ଥାନ

ଡାଇମଣ୍ଡ ଲିଗ୍‌: ନିରଜଙ୍କୁ ୬ଷ୍ଠ ସ୍ଥାନ

ୟୁଜିନ(ୟୁଏସ୍‌ଏ),୨୬।୫(ପି.ଟି.)- ଭାରତର ଜାଭେଲିନ ଥ୍ରୋୟର ନିରଜ ଚୋପ୍ରା ଏଠାରେ ଚାଲିଥିବା ଡାଇମଣ୍ଡ ଲିଗ୍‌ର ୩ୟ ଲେଗ୍‌ ସିରିଜ୍‌ରେ ୬ଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି।

ଜାପାନ ଜିତିଲା ଉବର କପ୍‌

ଜାପାନ ଜିତିଲା ଉବର କପ୍‌

ବ୍ୟାଙ୍କକ୍‌,୨୬।୫(ଏଏଫ୍‌ପି) - ଜାପାନ ମହିଳା ଦଳ ଚଳିତ ଉବର କପ୍‌ ଟୁର୍ନାମେଣ୍ଟରେ ଟାଇଟଲ ହାସଲ କରିଛି। ଉଭୟ ବିଭାଗର ଶୀର୍ଷ ର଼୍ୟାଙ୍କଧାରୀ ଖେଳାଳିଙ୍କୁ ନେଇ ଗଠିତ ଜାପାନ ଦଳ ଦୀର୍ଘ ୩୭ ବର୍ଷର ବ୍ୟବଧାନ ପରେ ଇତିହାସର ପୁନରାବୃତ୍ତି କରିଛି।

ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଉତ୍ସର୍ଗ କଲେ ରସିଦ

ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଉତ୍ସର୍ଗ କଲେ ରସିଦ

କଲିକତା,୨୬।୫- ନିକଟରେ ଆଫଗାନିସ୍ତାନ କ୍ରିକେଟ ମ୍ୟାଚ୍‌ବେଳେ ଷ୍ଟାଡିୟମ୍‌ରେ ଘଟିଥିବା ବିସ୍ଫୋରଣରେ ୮ ଜଣ ପ୍ରାଣ ହରାଇଥିଲେ। ସେମାନଙ୍କ ପାଇଁ ସନରାଇର୍ଜ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ରସିଦ ଖାଁ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଉତ୍ସର୍ଗ କରିଛନ୍ତି।

ଏସିଆନ୍‌ ଗେମ୍ସରୁ ବାଦ୍‌ ପଡ଼ିପାରନ୍ତି ବବିତା ଫୋଗତ

ଏସିଆନ୍‌ ଗେମ୍ସରୁ ବାଦ୍‌ ପଡ଼ିପାରନ୍ତି ବବିତା ଫୋଗତ

ନୂଆଦିଲ୍ଲୀ,୨୬।୫- ଜାତୀୟ ରେଶଲିଂ ଶିବିରରେ ଗୀତା, ରିତୁ ଓ ସଙ୍ଗୀତା ଫୋଗତଙ୍କୁ ଅଂଶଗ୍ରହଣ କରିବାକୁ ଅନୁମତି ମିଳିଛି। କିନ୍ତୁ ବବିତା ଫୋଗତଙ୍କୁ ବାଦ୍‌ ଦିଆଯାଇଛି। ତାଙ୍କୁ ବିଶୃଙ୍ଖଳା ଆଚରଣ ପାଇଁ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ପକ୍ଷରୁ ବାସନ୍ଦ କରାଯାଇଛି।

ଚଳିତ ଆଇପିଏଲ୍‌ରେ ଇଡେନ ଗାର୍ଡେନ ଶ୍ରେଷ୍ଠ ଗ୍ରାଉଣ୍ଡ

କଲିକତା,୨୬।୫(ପି.ଟି.)- କଲିକତା ନାଇଟ ରାଇଡର୍ସ (କେକେଆର) ଦଳ ଚଳିତ ଆଇପିଏଲ୍‌ରେ ଅଭିଯାନ ଶେଷ କରିସାରିଛି। କିନ୍ତୁ ଏହାର ହୋମ ଭେନ୍ୟୁକୁ ଚଳିତ ଆଇପିଏଲର ଶ୍ରେଷ୍ଠ ଗ୍ରାଉଣ୍ଡ ମାନ୍ୟତା ମିଳିଛି। ଏ ନେଇ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଟୁଇଟରରେ ପ୍ରକାଶ କରି ଗ୍ରାଉଣ୍ଡ ଷ୍ଟାଫ୍‌ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଜାତୀୟ ମହିଳା ହକି ଶିବିରରେ ୬ ଓଡ଼ିଆ

ନୂଆଦିଲ୍ଲୀ,୨୬।୫(ପି.ଟି.)- ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଚଳିତ ମାସ ୨୮ରୁ ଜୁନ ୯ ତାରିଖ ପର୍ଯ୍ୟନ୍ତ ଜାତୀୟ ସିନିୟର ମହିଳା ହକି ଶିବିରରେ ଆୟୋଜନ କରାଯାଉଛି। ଏହି ଶିବିରରେ ଯୋଗ ଦେବା ପାଇଁ ଘୋଷିତ ୪୮ ଜଣ ଖେଳାଳିଙ୍କ ତାଲିକାରେ ୬ ଓଡ଼ିଆଙ୍କ ନାମ ରହିଛି।

‘ଡିଭିଲର୍ସଙ୍କ ଅବସର କ୍ରିକେଟ ପାଇଁ ବୃହତ କ୍ଷତି’

‘ଡିଭିଲର୍ସଙ୍କ ଅବସର କ୍ରିକେଟ ପାଇଁ ବୃହତ କ୍ଷତି’

ନୂଆଦିଲ୍ଲୀ,୨୬।୫- ଆର୍ବାହମ ବେଞ୍ଜାମିନ ଡିଭିଲର୍ସ ଗତ ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ତାଙ୍କ ଅବସର କ୍ରିକେଟ ପାଇଁ ଏକ ବଡ଼ କ୍ଷତି ଥିବା କହିଛନ୍ତି ଭାରତୀୟ ଦଳର ପ୍ରାକ୍ତନ କୋଚ୍‌ ଅନୀଲ କୁମ୍ବଲେ।

ଇଂଲଣ୍ଡ ଗସ୍ତରୁ ବାବର ବାଦ୍‌

ଇଂଲଣ୍ଡ ଗସ୍ତରୁ ବାବର ବାଦ୍‌

ଲଣ୍ଡନ,୨୬।୫- ଚଳିତ ଇଂଲଣ୍ଡ ବିପକ୍ଷ ଗସ୍ତରୁ ପାକିସ୍ତାନ ଦଳର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ବାବର ଆଜାମ ବାଦ୍‌ ପଡ଼ିଛନ୍ତି। ଲଡର୍‌ସଠାରେ ଚାଲିଥିବା ଟେଷ୍ଟର ୨ୟ ଦିବସରେ ୨୩ ବର୍ଷୀୟ ବ୍ୟାଟ୍ସମ୍ୟାନ ଆହତ ହୋଇଛନ୍ତି।

ତୀରନ୍ଦାଜୀ ବିଶ୍ୱକପ୍‌: ଭାରତକୁ ଡବଲ ପଦକ

ତୀରନ୍ଦାଜୀ ବିଶ୍ୱକପ୍‌: ଭାରତକୁ ଡବଲ ପଦକ

ଆଣ୍ଟାଲ୍ୟା,୨୬।୫(ପି.ଟି.)- ଏଠାରେ ଆରମ୍ଭ ହୋଇଥିବା ତୀରନ୍ଦାଜୀ ବିଶ୍ୱକପ୍‌ ୨ୟ ପର୍ଯ୍ୟାୟରେ ଭାରତ ଡବଲ ପଦକ ସହ ଅଭିଯାନ ଆରମ୍ଭ କରିଛି। ଭାରତୀୟ ମହିଳା କମ୍ପାଉଣ୍ଡ ଦଳ ରୌପ୍ୟ ପଦକ ଜିତିଥିବା ବେଳେ ଅଭିଷେକ ବର୍ମା ଓ ଜ୍ୟୋତିଙ୍କୁ ନେଇ ଗଠିତ ମିକ୍ସଡ୍‌ ଯୋଡ଼ି ବ୍ରୋଞ୍ଜ ପଦକ ଜିତିଛନ୍ତି।

ପ୍ରାଜନେଶ ବିଫଳ

ପ୍ରାଜନେଶ ବିଫଳ

ପ୍ୟାରିସ,୨୫।୫(ପି.ଟି.)- ଭାରତୀୟ ପୁରୁଷ ସିଙ୍ଗଲ୍ସ ଟେନିସ୍‌ ଖେଳାଳି ପ୍ରାଜନେଶ ଗୁଣେଶ୍ୱରନଙ୍କୁ କୌଣସି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ମୁଖ୍ୟ ପର୍ଯ୍ୟାୟରେ ଖେଳିବା ପାଇଁ ଆହୁରି ଅପେକ୍ଷା କରିବାକୁ ପଡ଼ିବ। ସେ ଆଗାମୀ ଫ୍ରେଞ୍ଚ ଓପନ ଟୁର୍ନାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟର ଅନ୍ତିମ ରାଉଣ୍ଡକୁ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି।

ଏଫ୍‌ଆଇଏଚ୍‌ ଚାମ୍ପିୟନ୍ସ ଟ୍ରଫି: ଜାତୀୟ ଶିବିରରେ ଯୋଗଦେବେ ୪ ଓଡ଼ିଆ

ନୂଆଦିଲ୍ଲୀ,୨୫।୫(ପି.ଟି.)- ନେଦରଲାଣ୍ଡର ବ୍ରେଡାଠାରେ ହେବାକୁ ଥିବା ଏଫ୍‌ଆଇଏଚ୍‌ ଚାମ୍ପିୟନ୍ସ ଟ୍ରଫି ଟୁର୍ନାମେଣ୍ଟ ପାଇଁ ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ପ୍ରସ୍ତୁତି ଶିବିର ଆରମ୍ଭ ହେବ। ଆସନ୍ତା ୨୮ ତାରିଖରୁ ହେବାକୁ ଥିବା ଜାତୀୟ ଶିବିରରେ ଯୋଗଦେବା ପାଇଁ ୪୮ ଜଣଙ୍କ ନାମ ପ୍ରକାଶ କରାଯାଇଛି। ଏଥିରେ ୪ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି।

ଓ୍ବେଷ୍ଟ ଇଣ୍ଡିଜ୍‌ ଦଳରେ ଡେଭୋନ ସ୍ମିଥ

ଓ୍ବେଷ୍ଟ ଇଣ୍ଡିଜ୍‌ ଦଳରେ ଡେଭୋନ ସ୍ମିଥ

କିଙ୍ଗ୍‌ଷ୍ଟନ,୨୫।୫- ଦୀର୍ଘ ବର୍ଷର ବ୍ୟବଧାନ ପରେ ବାମହାତୀ ବ୍ୟାଟ୍ସମ୍ୟାନ ଡେଭୋନ ସ୍ମିଥ୍‌ ଜାତୀୟ ଦଳକୁ ଫେରିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ୩ଟିକିଆ ଟେଷ୍ଟ ସିରିଜ୍‌ ପାଇଁ ଘୋଷିତ ୧୩ ଜଣିଆ ଓ୍ବେଷ୍ଟଇଣ୍ଡିଜ୍‌ ଦଳରେ ତାଙ୍କୁ ସ୍ଥାନ ମିଳିଛି। ଚଳିତ ଘରୋଇ ଟୁର୍ନାମେଣ୍ଟରେ ଉନ୍ନତ ପ୍ରଦର୍ଶନ କାରଣରୁ ତାଙ୍କ ଜାତୀୟ ଦଳରୁ ଡାକରା ମିଳିଛି।