ରାଜ୍ୟ |

ବଢ଼ିଲା ତଦନ୍ତ ପରିସର

ବଢ଼ିଲା ତଦନ୍ତ ପରିସର
ଭୁବନେଶ୍ୱର,(ବ୍ୟୁରୋ)/କଟକ ଅଫିସ/ନୂଆଦିଲ୍ଲୀ,୩୧।୧(ସ୍ବ.ପ୍ର.): କୁନ୍ଦୁଲି ଗଣବଳାତ୍କାର ସହ ଆତ୍ମହତ୍ୟା ଘଟଣାର ମଧ୍ୟ ବିଚାର ବିଭାଗୀୟ ତଦନ୍ତ ହେବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଗତ ନଭେମ୍ବର ୮ରେ ଗଣବଳାତ୍କାର ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏବେ ଉଭୟ ଘଟଣାର ବିଚାର ବିଭାଗୀୟ ତଦନ୍ତ ଏକାସଙ୍ଗେ ଚାଲିବ। ମାମଲାର ସବିଶେଷ ତଦନ୍ତ ରିପୋର୍ଟ ୬ ସପ୍ତାହ ମଧ୍ୟରେ ଦେବାକୁ ଜାତୀୟ ମାନବ ଅଧିକାର କମିଶନ(ଏନ୍‌ଏଚ୍‌ଆରସି) ବୁଧବାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ କର୍ମୀ ଓ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ଆବେଦନ ଉପରେ ତତ୍ପରତା ପ୍ରକାଶ କରି ଏନ୍‌ଏଚ୍‌ଆର୍‌ସି ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି। ନିର୍ଦ୍ଦେଶ ମୁତାବକ, ଏନ୍‌ଏଚ୍‌ଆର୍‌ସିର ଏକ ତଦନ୍ତକାରୀ ଟିମ୍‌ କୁନ୍ଦୁଲି ଯାଇ ସରଜମିନ ତଦନ୍ତ କରି ୧୫ ଦିନ ମଧ୍ୟରେ ମଧ୍ୟବର୍ତ୍ତିକାଳୀନ ରିପୋର୍ଟ ଦେବ। ରାଜ୍ୟ ସରକାର ତଦନ୍ତକାରୀ ଟିମ୍‌କୁ ପୀଡ଼ିତାଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଯୋଗାଇବେ। ଏପରି କି ସ୍ବାସ୍ଥ୍ୟ ବିଭାଗ, ପୋଲିସ, ଫରେନ୍‌ସିକ, କ୍ରାଇମ୍‌ବ୍ରାଞ୍ଚ ଓ ସମାଜ କଲ୍ୟାଣ ବିଭାଗର ରିପୋର୍ଟ ତଦନ୍ତକାରୀ ଦଳକୁ ରାଜ୍ୟ ସରକାର ଦେବେ। ତଦନ୍ତକାରୀ ଟିମ୍‌ ଏହିସବୁ ତଥ୍ୟ ସହିତ ପୀଡ଼ିତାଙ୍କ ପରିବାର ଲୋକଙ୍କ ବୟାନ, କେଉଁ ପରିସ୍ଥିତି ପୀଡ଼ିତାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କଲା ଆଦି ସମସ୍ତ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ତର୍ଜମା କରି କମିଶନ୍‌ଙ୍କ ନିକଟରେ ଚୂଡ଼ାନ୍ତ ରିପୋର୍ଟ ଦେବ। ପୀଡ଼ିତାଙ୍କଠାରୁ ଜବତ ହୋଇଥିବା ଅନ୍ତଃବସ୍ତ୍ରରୁ ସଂଗୃହୀତ ନମୁନାକୁ ସାନି ପରୀକ୍ଷା ପାଇଁ କଲିକତାସ୍ଥିତ ସେଣ୍ଟ୍ରାଲ ଫରେନ୍‌ସିକ ସାଇନ୍ସ ଲାବରେଟୋରି (ସିଏଫ୍‌ଏସ୍‌ଏଲ୍‌)କୁ କ୍ରାଇମବ୍ରାଞ୍ଚ ପଠାଇଛି। ପୂର୍ବରୁ ରାଜ୍ୟ ଫରେନ୍‌ସିକ ସାଇନ୍ସ ଲାବରେଟୋରି (ଏସ୍‌ଏଫ୍‌ଏସ୍‌ଏଲ୍‌)ର ପ୍ରଥମ ରିପୋର୍ଟରେ ବଳାତ୍କାର ହୋଇଥିବା ଦର୍ଶାଯାଇଥିବାବେଳେ ତାହାକୁ ପରବର୍ତ୍ତୀ ସମୟରେ ବଦଳାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ପ୍ରଥମ ରିପୋର୍ଟରେ ପୀଡ଼ିତାଙ୍କ ଅନ୍ତଃବସ୍ତ୍ରରେ ୨ ଜଣଙ୍କ ସିମେନ୍‌ ଲାଗିଥିବା ଉଲ୍ଲେଖ ରହିଥିଲା ବୋଲି ଏକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏନେଇ ବିବାଦ ଉପୁଜିବାରୁ ଉକ୍ତ ନମୁନାର ସାନି ପରୀକ୍ଷା ପାଇଁ ସିଏଫ୍‌ଏସ୍‌ଏଲ୍‌କୁ ପଠାଇବାକୁ ଡିଜିପି କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଆଧାରରେ ନମୁନା ସିଏଫ୍‌ଏସ୍‌ଏଲ୍‌କୁ ପଠାଯାଇଛି ବୋଲି ଏକ ପ୍ରେସ୍‌ ବିଜ୍ଞପ୍ତିରେ ବୁଧବାର କ୍ରାଇମବ୍ରାଞ୍ଚ ଏସ୍‌ପି-୧ ପ୍ରଶାନ୍ତ ଜେନା ସୂଚନା ଦେଇଛନ୍ତି। ପୀଡ଼ିତାଙ୍କୁ ଗଣବଳାତ୍କାର ଅଭିଯୋଗ ପରେ କୋରାପୁଟ ଜିଲା ପଟାଙ୍ଗୀ ଥାନାରେ ଆଇପିସି ଦଫା ୩୭୬(ଡି), ୩୭୭ ସହ ୬ ପୋକ୍‌ସୋ ଆକ୍ଟ ଅନୁଯାୟୀ ଗତ ଅକ୍ଟୋବର ୧୦ରେ ମାମଲା ରୁଜୁ ହୋଇଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ଗ୍ରହଣ କରିଥିଲା। ତଦନୁଯାୟୀ କ୍ରାଇମ୍‌ବ୍ରାଞ୍ଚ ସମାନ ଦଫାରେ ଏକ ମାମଲା (ନଂ. ୨୦/୨୦୧୭) ଗତ ନଭେମ୍ବର ୮ରେ ରୁଜୁ କରିଥିଲା। ପଟାଙ୍ଗୀ ପୋଲିସ ପୀଡ଼ିତାଙ୍କଠାରୁ ଜବତ କରିଥିବା ଅନ୍ତଃବସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀକୁ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲା। ଅନ୍ତଃବସ୍ତ୍ରର ନମୁନାକୁ ପରୀକ୍ଷା ପାଇଁ ଏସ୍‌ଏଫ୍‌ଏସ୍‌ଏଲ୍‌କୁ ପଠାଯାଇଥିଲା। ଏସ୍‌ଏଫ୍‌ଏସ୍‌ଏଲ୍‌ର ନିର୍ଦ୍ଦେଶକଙ୍କ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ୨୦୧୭ ଅକ୍ଟୋବର ୨୩ ତାରିଖରେ ଜୟପୁର ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ଦାଖଲ କରାଯାଇଥିଲା। ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ଏସ୍‌ଏଫ୍‌ଏସ୍‌ଏଲ୍‌ର ଉକ୍ତ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ହେଲେ ରିପୋର୍ଟକୁ ପରବର୍ତ୍ତୀ ସମୟରେ ବଦଳାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଯେ, ଗତ ଅକ୍ଟୋବର ୧୦ ତାରିଖରେ ପୀଡ଼ିତାଙ୍କୁ ଯବାନ ପୋଷାକ ପିନ୍ଧା ୪ଜଣ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଗତ ୨୨ ତାରିଖରେ ପୀଡ଼ିତା ଆତ୍ମହତ୍ୟା କରିଥିଲେ।
All Right Reserved By

ରାଜ୍ୟ |

ହକି ବିଶ୍ୱକପ୍‌ ସମ୍ପର୍କିତ ତଥ୍ୟ ସର୍ବସାଧାରଣରେ ପ୍ରକାଶ ଦାବିରେ ବିକ୍ଷୋଭ

ହକି ବିଶ୍ୱକପ୍‌ ସମ୍ପର୍କିତ ତଥ୍ୟ ସର୍ବସାଧାରଣରେ ପ୍ରକାଶ ଦାବିରେ ବିକ୍ଷୋଭ

ଭୁବନେଶ୍ୱର, ୧୭।୧(ବ୍ୟୁରୋ)- ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ହକି ବିଶ୍ୱକପ ସମ୍ପର୍କିତ ତଥ୍ୟ ରାଜ୍ୟ ସରକାର ସୂଚନା ଅଧିକାର ଆଇନ ବଳରେ ଦେଉନାହାନ୍ତି। ଫଳରେ ହକି ଖେଳ ଆୟୋଜନ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥରୁ କୋଟି କୋଟି ଟଙ୍କା ବାଟମାରଣା ହୋଇଛି ବୋଲି ଅଭିଯୋଗ କରିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ। 

ପିପିଲି ଗଣବଳାତ୍କାର, ହତ୍ୟା ମାମଲା: ତଳକୋର୍ଟଙ୍କ ରାୟ ବିରୋଧରେ କ୍ରାଇମବ୍ରାଞ୍ଚ ହାଇକୋର୍ଟଙ୍କ ଦ୍ୱାରସ୍ଥ

ପିପିଲି ଗଣବଳାତ୍କାର, ହତ୍ୟା ମାମଲା: ତଳକୋର୍ଟଙ୍କ ରାୟ ବିରୋଧରେ କ୍ରାଇମବ୍ରାଞ୍ଚ ହାଇକୋର୍ଟଙ୍କ ଦ୍ୱାରସ୍ଥ

କଟକ ଅଫିସ, ୧୭।୧- ବହୁଚର୍ଚ୍ଚିତ ପିପିଲି ଗଣବଳାତ୍କାର ଓ ହତ୍ୟା ମାମଲା ଏବେ ହାଇକୋର୍ଟରେ ପହଞ୍ଚତ୍ଛି। ଭୁବନେଶ୍ୱର ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ୍‌ଙ୍କ ରାୟ ବିରୋଧରେ କ୍ରାଇମବ୍ରାଞ୍ଚ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ତଳ କୋର୍ଟଙ୍କ ରାୟକୁ ରଦ୍ଦ କରିବା ସହିତ ନିର୍ଦ୍ଦୋଷରେ କୋର୍ଟରୁ ମୁକୁଳିଥିବା ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଦଣ୍ଡବିଧାନ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଛି। 

ଆଇପିଏସ୍‌ ସମ୍ମିଳନୀ ଆରମ୍ଭ: ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ

ଆଇପିଏସ୍‌ ସମ୍ମିଳନୀ ଆରମ୍ଭ: ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ

ଭୁବନେଶ୍ୱର, ୧୭ା୧(ବ୍ୟୁରୋ)- ଆଗକୁ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଏହା ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ହେବ। କିଭଳି ନିର୍ବାଚନକୁ ସୁରୁଖୁରୁରେ ସମାପନ କରିହେବ ସେଥିଲାଗି ପୋଲିସକୁ ସ୍ବତନ୍ତ୍ର ରଣକୌଶଳ ଆପଣାଇବାକୁ ପଡିବ। 

ନାବାଳିକା ବଳାତ୍କାର ମାମଲା: ୨ ଦୋଷୀଙ୍କୁ ୨୦ବର୍ଷ ଲେଖାଏଁ ଜେଲ୍‌

ନାବାଳିକା ବଳାତ୍କାର ମାମଲା: ୨ ଦୋଷୀଙ୍କୁ ୨୦ବର୍ଷ ଲେଖାଏଁ ଜେଲ୍‌

ବାଲେଶ୍ୱର ଅଫିସ, ୧୭।୧-ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ବାଲେଶ୍ୱର ଅତିରିକ୍ତ ଦୌରାଜଜ୍‌ କମ୍‌ ପୋକ୍ସୋ ସ୍ପେଶାଲ ଜଜ୍‌ ଅଜନ୍ତା ଷଡ଼ଙ୍ଗୀ ଗୁରୁବାର ୨ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଉଭୟଙ୍କୁ ୨୦ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ଆଦେଶ ଦିଆଯାଇଛି। ଜରିମାନା ଅନାଦେୟ ଆଉ ୩ମାସ ଜେଲ୍‌ ଭୋଗିବାକୁ ରାୟରେ କୁହାଯାଇଛି। 

ପ୍ରେସର କୁକର୍‌ ଫାଟି ମାଇଁ ଭାଣିଜୀ ଗୁରୁତର

ପ୍ରେସର କୁକର୍‌ ଫାଟି ମାଇଁ ଭାଣିଜୀ ଗୁରୁତର

ଖୋର୍ଦ୍ଧା ଅଫିସ,୧୭ା୧: ଖୋର୍ଦ୍ଧା ଜିଲା ବୋଲଗଡ଼ ଥାନା ବାଙ୍କୋଇ ଫାଣ୍ଡି ବେଣାଗାଡିଆ ଗାଁରେ ଗୁରୁବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଏକ ଅଘଟଣ ଘଟିଛି। ଗ୍ରାମର ଏକ ପରିବାରର ମାଇଁ ଓ ଭାଣିଜୀ 

ମିଲର୍ସଙ୍କୁ ନିର୍ଦ୍ଦେଶ: ୪ ମଣ୍ଡିରୁ ଧାନ କଷ୍ଟମ ମିଲିଂ ଭାବେ ନିଆଯିବ

ଜୟପୁର,୧୭।୧(ଡି.ଏନ୍‌.ଏ.) କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ କାମତା ଲ୍ୟାମ୍ପର ପୋଡ଼ାପଦର, କୁମୁଲି, କାମତା, ତରାଭଟ୍ଟା ମଣ୍ଡିରେ ଚାଷୀଙ୍କ ଧାନ କ୍ରୟ ପରେ କଷ୍ଟମ ମିଲିଂ ଭାବେ ନେବେ ମିଲର୍ସ। ଜିଲା ପ୍ରଶାସନ ଏନେଇ କଡ଼ା ନିର୍ଦ୍ଦେଶ ଦେଇଛି।  ସ୍ଥାନୀୟ ଉପଜିଲାପାଳ ଲୋକନାଥ ଦଳବେହେରା ନିଜ କାର୍ଯ୍ୟାଳୟରେ ଚାଷୀ ଓ ମିଲ ମାଲିକଙ୍କ ସହ ଆଲୋଚନା କରିଛନ୍ତି । 

‘କାଳିଆ’ ଯୋଜନାରେ ସାମିଲ ହୋଇ ନାହାନ୍ତି ଆଖୁଚାଷୀ, ଏବେ ବରଗଡ଼ ସୁଗାର ମିଲ୍‌ ଉପରେ ସରକାରଙ୍କ ଆଖି: ସାଧୁ ନେପାକ

‘କାଳିଆ’ ଯୋଜନାରେ ସାମିଲ ହୋଇ ନାହାନ୍ତି ଆଖୁଚାଷୀ, ଏବେ ବରଗଡ଼ ସୁଗାର ମିଲ୍‌ ଉପରେ ସରକାରଙ୍କ ଆଖି: ସାଧୁ ନେପାକ

ଭୁବନେଶ୍ୱର/ବରଗଡ଼ ଅଫିସ, ୧୭।୧(ବ୍ୟୁରୋ): ବରଗଡ଼ ଜିଲାରେ ୪୦/୫୦ ବର୍ଷ ପୂର୍ବରୁ କଂଗ୍ରେସ ଅମଳରେ ପ୍ରତିଷ୍ଠିତ ସିମେଣ୍ଟ କାରଖାନାକୁ ବିକ୍ରି, ସୂତାକଳ, ସାର କାରଖାନା, ତେଲ ମିଲ, ପାଓ୍ବାରଲୁମ୍‌ ଆଦିକୁ ବନ୍ଦ କରିଦେବା ପରେ ଏବେ ସୁଗାର ମିଲ ଉପରେ ସରକାର ଆଖି ପକାଇଛନ୍ତି। ବରଗଡ଼ ପୂର୍ବ ବିଧାୟକ ସାଧୁ ନେପାକ କ୍ଷୋଭ ପ୍ରକାଶ କରି ଏହା କହିଛନ୍ତି। 

ପ୍ରହସନ ପାଲଟିଛି ମଧୁବାବୁ ପେନସନ ଯୋଜନା : ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଭତ୍ତା

ପ୍ରହସନ ପାଲଟିଛି ମଧୁବାବୁ ପେନସନ ଯୋଜନା : ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଭତ୍ତା

ରାୟଗଡ଼ (ଗଜପତି), ୧୭ା୧(ଡି.ଏନ.ଏ)-୬୦ବର୍ଷ ବୟସରୁ ଊର୍ଦ୍ଧ୍ୱ ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରାଇ ଭତ୍ତା ଦେବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। ମାତ୍ର ଗଜପତି ଜିଲା ରାୟଗଡ ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ୬୦ବର୍ଷ ବୟସ ଟପିବା ପରେ ବି ଅନେକ ବୃଦ୍ଧାବୃଦ୍ଧ ଏହି ଯୋଜନାରୁ ବଞ୍ଚତ୍ତ ଅଛନ୍ତି। 

ହଜିବାର ୪ ଘଣ୍ଟା ପରେ ମନିପର୍ସ ଫେରିପାଇଲେ ସୁଲତା

ହଜିବାର ୪ ଘଣ୍ଟା ପରେ ମନିପର୍ସ ଫେରିପାଇଲେ ସୁଲତା

ବ୍ରହ୍ମପୁର ଅଫିସ,୧୭ା୧: ବ୍ରହ୍ମପୁର ବଡ଼ ମେଡିକାଲ ପରିସରରେ ଜଣେ ରୋଗୀଙ୍କ ସମ୍ପର୍କୀୟ ଗୁରୁବାର ନିଜର ମନିପର୍ସ ସହ କିଛି ମେଡିକାଲ ରିପୋର୍ଟ ହଜାଇ ଦେଇଥିଲେ। ମାତ୍ର ଏହାର ୪ ଘଣ୍ଟା ପରେ ସେ ନିଜର ହଜିଥିବା ପର୍ସଟି ଖୋଜି ପାଇଛନ୍ତି। ବଡ଼ ମେଡିକାଲ ଫାଣ୍ଡି ପୋଲିସର ସହାୟତା ଯୋଗୁ ଏପରି ଘଟିବା ସମ୍ଭବ ହୋଇଥିବାରୁ ରୋଗୀଙ୍କ ସମ୍ପର୍କୀୟଜଣଙ୍କ ନିଜର ଖୁସି ପ୍ରକାଶ କରିଛନ୍ତି।

ଗଦାଧର ଭୋଇଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି: ଜାତୀୟ ଦଳିତ ଆଦିବାସୀ ମହାସଂଘ ପକ୍ଷରୁ ସତ୍ୟବାଦୀ ଥାନା ଘେରାଉ

ଗଦାଧର ଭୋଇଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି: ଜାତୀୟ ଦଳିତ ଆଦିବାସୀ ମହାସଂଘ ପକ୍ଷରୁ ସତ୍ୟବାଦୀ ଥାନା ଘେରାଉ

ସାକ୍ଷୀଗୋପାଳ, ୧୭।୧(ଡି.ଏନ୍‌.ଏ)- ଦଳିତ ବର୍ଗର ଲୋକମାନଙ୍କ ଉପରେ କରାଯାଉଥିବା ନିର୍ଯାତନା ଅସହ୍ୟ ହେଲାଣି। ସତ୍ୟବାଦୀ ଥାନା ମହାବଳପଡା ଗ୍ରାମର ଗଦାଧର ଭୋଇଙ୍କୁ ଗତ ୭ମାସ ତଳେ ସେହି ଗ୍ରାମର କେତେକ ମୁଷ୍ଟିମେୟ ଲୋକ ଅପହରଣ କରି ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। 

ମକର ବୁଲିବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌:୨ ମୃତ, ୪୦ରୁ ଊର୍ଦ୍ଧ୍ୱ ଆହତ

ମକର ବୁଲିବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌:୨ ମୃତ, ୪୦ରୁ ଊର୍ଦ୍ଧ୍ୱ ଆହତ

ବାରିପଦା ଅଫିସ,୧୭।୧: ମୟୁରଭଞ୍ଚ ଜିଲା ଖୁଣ୍ଟା ଥାନା ଅଧୀନସ୍ଥ କହ୍ନୋଇନ୍ଦ ଧାନଘେରା ରାସ୍ତାରେ  ଗୁରୁବାର ଏକ ପିକ୍‌ ଅପ୍‌ ଭ୍ୟାନ ଓଲଟି ପଡ଼ିବା ଫଳରେ ୨ଜଣ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।  ଏଥିସହ  ଡ୍ରାଇଭର ସମେତ ୪୦ ରୁ ଉର୍ଦ୍ଧ ଆହତ ହୋଇଛନ୍ତି ।

ଆର୍‌ପିଡିଏସି ବୈଠକ ବର୍ଜନ କଲେ ଜନ ପ୍ରତିନିଧି

ଆର୍‌ପିଡିଏସି ବୈଠକ ବର୍ଜନ କଲେ ଜନ ପ୍ରତିନିଧି

ଅନୁଗୋଳ ଅଫିସ,୧୭।୧: ଏନ୍‌ଟିପିସି-ଟିଏସ୍‌ଟିପିଏସ୍‌ କଣିହାଁ ଓ ଏନ୍‌ଟିପିସି-ଟିଟିପିଏସ୍‌ ତାଳଚେରର ୮ମ ଆର୍‌ପିଡିଏସି ବୈଠକକୁ ବର୍ଜନ କଲେ ଜନ ପ୍ରତିନିଧି। ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହେଉଥିଲା। ତେବେ ୨୦୧୬ ମସିହା ଏପ୍ରିଲ ମାସରେ ହୋଇଥିବା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଉପରେ କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଜନ ପ୍ରତିନିଧିମାନେ ବୈଠକ ବର୍ଜନ କରିଥିବା ଜଣାପଡ଼ିଛି।