ରାଜ୍ୟ |

ପଞ୍ଚମ ଶ୍ରେଣୀ ବିଜ୍ଞାନ ବହିରେ ତ୍ରୁଟି ସଂଶୋଧନ: ବଦଳିଲା ସାପ କାମୁଡ଼ାର ପ୍ରାଥମିକ ଚିକିତ୍ସା ପଦ୍ଧତି

ପଞ୍ଚମ ଶ୍ରେଣୀ ବିଜ୍ଞାନ ବହିରେ ତ୍ରୁଟି ସଂଶୋଧନ: ବଦଳିଲା ସାପ କାମୁଡ଼ାର ପ୍ରାଥମିକ ଚିକିତ୍ସା ପଦ୍ଧତି

ଭୁବନେଶ୍ୱର, ୩୧।୧(ବ୍ୟୁରୋ)- ପଞ୍ଚମ ଶ୍ରେଣୀ ପରିବେଶ ବିଜ୍ଞାନ ବହିରେ ସାପ କାମୁଡ଼ାର ପ୍ରାଥମିକ ଚିକିତ୍ସା ପଦ୍ଧତି ସମ୍ପର୍କିତ ତଥ୍ୟ ଭୁଲ ରହିଥିଲା। ଗଣଶିକ୍ଷା ବିଭାଗ ପକ୍ଷରୁ ଏହାକୁ ସଂଶୋଧନ କରାଯାଇଛି। ନୂତନ ବହି ଛପାଯାଇଛି। ଫେବୃୟାରୀ ଶେଷ ସୁଦ୍ଧା ବହି ବଜାରକୁ ଆସିବ ବୋଲି ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ, ଗଣଶିକ୍ଷା ବିଭାଗ ତରଫରୁ ପ୍ରକାଶିତ ୫ମ ଶ୍ରେଣୀ ବିଜ୍ଞାନ ବହିରେ ସାପ କାମୁଡ଼ିଲେ କିପରି ପ୍ରାଥମିକ ଚିକିତ୍ସା କରାଯିବ ସେନେଇ ତଥ୍ୟ ଉଲ୍ଲେଖ କରାଯାଇଥିଲା। କ୍ଷତସ୍ଥାନକୁ ଜୋରରେ ଦଉଡ଼ିରେ ବାନ୍ଧିବା, ଯେପରି ରକ୍ତ ସଞ୍ଚାଳନ ବନ୍ଦ ହେବ। ସାପ କାମୁଡ଼ିଥିବା ସ୍ଥାନର ଆଖପାଖରେ ବାହ୍ୟଚାପ ପ୍ରୟୋଗ କରି ରକ୍ତ ବାହାର କରିବା ଉଚିତ। କିନ୍ତୁ ଏହି ପଦ୍ଧତି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ପ୍ରୋଟୋକଲ ଅନୁଯାୟୀ ଠିକ୍‌ ନୁହେଁ। ଏହା ଜଣାପଡ଼ିବା ପରେ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ନେକ୍‌ ହେଲ୍‌ପ ଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ସହାୟତା ଲୋଡ଼ାଯାଇଥିଲା। ଏହାପରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ପ୍ରୋଟୋକଲ ଅନୁଯାୟୀ ଆବଶ୍ୟକ ସଂଶୋଧନ କରାଯାଇଥିଲା। ସାପ କାମୁଡ଼ିବା ପରେ କ’ଣ ସବୁ କରିବା ଉଚିତ ଏବଂ କ’ଣ କରିବା ଅନୁଚିତ ସେନେଇ ସମ୍ପୂର୍ଣ୍ଣ ତଥ୍ୟ ନୂଆ ବହିରେ ଦିଆଯାଇଛି।

All Right Reserved By

Model This Week

ସୌମ୍ୟ

ରାଜ୍ୟ |

କଟକର ଚା ଦୋକାନୀଙ୍କୁ ମୋଦିଙ୍କ ପ୍ରଶଂସା

କଟକର ଚା ଦୋକାନୀଙ୍କୁ ମୋଦିଙ୍କ ପ୍ରଶଂସା

କଟକ ଅଫିସ, ୨୭।୫-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍‌ କୀ ବାତ୍‌ରେ ଶୁଣିବାକୁ ମିଳିଛି କଟକର ଚା ଦୋକାନୀ ଡି. ପ୍ରକାଶ ରାଓଙ୍କ ଗୁଣଗାନ। ଗତ ୨୬ ତାରିଖରେ ମୋଦି କଟକ ଆସିଥିବା ବେଳେ ପ୍ରକାଶ ତାଙ୍କୁ ସଭାମଞ୍ଚ ନିକଟରେ ନିର୍ମିତ କ୍ୟାମ୍ପ ଅଫିସରେ ଭେଟିଥିଲେ।

ପୋଷ୍ଟକାର୍ଡ ଅଭିଯାନ ଚଳାଇବାକୁ ନିଷ୍ପତ୍ତି

ପୋଷ୍ଟକାର୍ଡ ଅଭିଯାନ ଚଳାଇବାକୁ ନିଷ୍ପତ୍ତି

ବାରିପଦା ଅଫିସ,୨୭।୫- ଏସସି,ଏସଟି ଆଟ୍ରୋସିଟି ଆକ୍ଟକୁ ଅଚଳ କରିବା ଏବଂ ସମ୍ବିଧାନର ୧୫ନମ୍ବର ଆର୍ଟିକିଲକୁ ଉଠାଇ ଦେବା ଲାଗି ଚକ୍ରାନ୍ତ ହେଉଥିବା ନେଇ ଆଦିବାସୀ ଇନ୍‌ଟେକଚୁଆଲ ଫୋରମର ବୈଠକରେ ଅଭିଯୋଗ କରାଯାଇଛି ।

ଜୟଦେବ ଯେନାଙ୍କ ସ୍ତ୍ରୀଙ୍କ ପରଲୋକ

ଜୟଦେବ ଯେନାଙ୍କ ସ୍ତ୍ରୀଙ୍କ ପରଲୋକ

ହାଟଡିହୀ, ୨୭।୫(ଡି.ଏନ.ଏ.): ପୂର୍ବତନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ତଥା କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ଜୟଦେବ ଯେନାଙ୍କ ଧର୍ମପନପତ୍ନୀ ମମତା ମଞ୍ଜରୀ ଯେନାଙ୍କର ରବିବାର ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ।

ମୋଦିଙ୍କ ଭାଷଣକୁ ବିଭ୍ରାନ୍ତିକର କହିଲେ ବିଜୟ

ମୋଦିଙ୍କ ଭାଷଣକୁ ବିଭ୍ରାନ୍ତିକର କହିଲେ ବିଜୟ

ଭୁବନେଶ୍ୱର,୨୭।୫(ବ୍ୟୁରୋ): କଟକ କିଲ୍ଲା ପଡିଆଠାରେ ଶନିବାର ଅନୁଷ୍ଠିତ ଭାଜପାର ଜନକଲ୍ୟାଣ ସମାବେଶ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନଦୀ ପ୍ରସଙ୍ଗରେ ସ୍ପଷ୍ଟ ମତ ରଖି ନ ଥିବା ଦଳର ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ମହାନଦୀ ଓଡ଼ିଶାବାସୀଙ୍କର ସ୍ପର୍ଶକାତର ବିଷୟ। ରାଜ୍ୟବାସୀ ଯାହା ଆଶା କରିଥିଲେ, ମୋଦି ତାଙ୍କ ଭାଷଣରେ ସେଭଳି କିଛି କହିଲେ ନାହିଁ।

ପୁରୁଷୋତ୍ତମପୁର ଏନ୍‌ଏସି: ସମର୍ଥକଙ୍କ ସହ ଦଳ ଛାଡ଼ିଲେ ୨ କଂଗ୍ରେସ ନେତା

ପୁରୁଷୋତ୍ତମପୁର ଏନ୍‌ଏସି: ସମର୍ଥକଙ୍କ ସହ ଦଳ ଛାଡ଼ିଲେ ୨ କଂଗ୍ରେସ ନେତା

ପୁରୁଷୋତ୍ତମପୁର,୨୭।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ୨ ଜଣ କଂଗ୍ରେସ ନେତା ସେମାନଙ୍କ ସମର୍ଥକଙ୍କ ସହ ଦଳ ଛାଡ଼ିଛନ୍ତି। ଏନ୍‌ଏସିର ପୂର୍ବତନ ଉପନଗରପାଳ ବିଘ୍ନରାଜ ପାଢ଼ୀ ଓ ପୂର୍ବତନ ନଗର କଂଗ୍ରେସ ସଭାପତି ଅଶୋକ କୁମାର ସାମନ୍ତରା ସେମାନଙ୍କର ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ସମର୍ଥକଙ୍କୁ ନେଇ ରବିବାର କନକା ଠାକୁରାଣୀ ପୀଠ ନିକଟରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

ଦେଢକୋଟି ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ଦେଢକୋଟି ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ମାଲକାନଗିରି, ୨୭।୫(ସ୍ବ.ପ୍ର)- ଏକ ଲୁଣ ବୋଝେଇ ଟ୍ରକରେ ମାଲକାନଗିରି ଜିଲାରୁ ମହାରାଷ୍ଟ୍ରର ନାସିକକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ବାଲିମେଳା ଛକଠାରେ ଓର୍କେଲ ପୋଲିସ ଓ ନାର୍କୋଟିସ କଣ୍ଟ୍ରୋଲ ବୋର୍ଡ ମିଳିତ ଭାବେ ଚଢାଉ କରି ୧୫୯୮ କେଜି ଗଞ୍ଜେଇ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ କୋଟି ଟଙ୍କା ହେବ ବୋଲି ଜଣାପଡିଛି।

ପାସେଞ୍ଜର ଟ୍ରେନରୁ ୧୫୦ କେଜି ଚନ୍ଦନ କାଠ ଜବତ

ପାସେଞ୍ଜର ଟ୍ରେନରୁ ୧୫୦ କେଜି ଚନ୍ଦନ କାଠ ଜବତ

ସେମିଳିଗୁଡା,୨୭।୫(ସ୍ବ.ପ୍ର): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାତୁଆ ରେଲ ଷ୍ଟେସନ ନିକଟରେ ବିଶାଖାପାଟଣାରୁ କେରେଣ୍ଡୁଳ ଅଭିମୁଖେ ଯାଉଥିବା ପାସେଞ୍ଜର ଟ୍ରେନରୁ ୧୫୦ କେଜି ଚନ୍ଦନ କାଠ ବନବିଭାଗ ଜବତ କରିଛି। କୋରାପୁଟ ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ବାଲଡା ରେଞ୍ଜର ସିକୁନ ଗୁଣ୍ଠା ସଦଳବଳ ପାତୁଅ ରେଳ ଷ୍ଟେସନ ନିକଟରେ ପହଞ୍ଚିଥିଲେ। ପାସେଞ୍ଜର ଟ୍ରେନ ପହଞ୍ଚିବା ପରେ ତଲାସୀ କରିଥିଲେ। ମୋଟ ୯ଟି ପ୍ୟାକେଟରେ ୧୫୦ କେଜି ଚନ୍ଦନ କାଠ ଜବତ କରିଥିଲେ। ଚନ୍ଦନ କାଠ ମାଫିଆ ଧରା ପଡି ନଥିଲେ। ଏହି ଚନ୍ଦନ କାଠର ମୂଲ୍ୟ ୨ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି।

 ସୋସିଆଲ ମିଡିଆ ଗୁଜବ: ପିଲାଚୋରି ସନ୍ଦେହରେ ୨ ଯୁବକଙ୍କୁ ମାଡ

ସୋସିଆଲ ମିଡିଆ ଗୁଜବ: ପିଲାଚୋରି ସନ୍ଦେହରେ ୨ ଯୁବକଙ୍କୁ ମାଡ

ନୟାଗଡ ଅଫିସ,୨୭।୫- ବିହାରରୁ ଆସିଥିବା କିଛି ଯୁବକ ରାଜ୍ୟରେ ପିଲାଚୋରି କରୁଥିବା ନେଇ ସୋସିଆଲ ମିଡିଆରେ ପ୍ରଚାରିତ ହେଉଛି। ଏହି ଗୁଜବକୁ ଭିତ୍ତିକରି ପିଲାଚୋରି ସନ୍ଦେହରେ ନୟାଗଡ ଜିଲାର ୨ଟି ସ୍ଥାନରେ ୨ ଜଣ ଯୁବକଙ୍କୁ ରବିବାର ସ୍ଥାନୀୟ ଲୋକେ ମାଡ ମାରିଛନ୍ତି।

ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ରକ୍ତଦାନ ଶିବିର

ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ରକ୍ତଦାନ ଶିବିର

ଭଣ୍ଡାରିପୋଖରୀ,୨୭।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ କୁଲଣାଠାରେ ପୁରାତନ ଛାତ୍ରସଂଘ ପକ୍ଷରୁ ବିଶୋଳ କୁଲଣା ମୈତ୍ରୀ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟରେ ରବିବାର ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଛି।

ବାରାପାଳରେ ଅଗ୍ନିକାଣ୍ଡ: ୪ ବଖରା ଧ୍ୱଂସ

ବାରାପାଳରେ ଅଗ୍ନିକାଣ୍ଡ: ୪ ବଖରା ଧ୍ୱଂସ

ରୂପ୍‌ସା,୨୭।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ରୂପ୍‌ସା ଥାନା ରାଉତପଡା ପଞ୍ଚାୟତ ଅନ୍ତର୍ଗତ ବାରାପାଳ ଗ୍ରାମରେ ଶନିବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୁଇ ଭାଇ ନୁରୁଦ୍ଦିନ ଖାନ୍‌ ଏବଂ ଜହରୁଦ୍ଦିନ ଖାନ୍‌ଙ୍କର ୪ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଏଥିସହ ଘରେ ଥିବା ୩ଟି ବତକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ହାଇଓ୍ବା ଧକ୍କାରେ ଛାତ୍ର ମୃତ

ହାଇଓ୍ବା ଧକ୍କାରେ ଛାତ୍ର ମୃତ

ଭଞ୍ଜନଗର,୨୭।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ କଳିଙ୍ଗପଦରଠାରେ ରବିବାର ପୂର୍ବାହ୍ନରେ ଏକ ହାଇଓ୍ବା ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଟିମ୍ବରଖଣି ଗ୍ରାମର ସନ୍ତୋଷ ବାରିକ(୧୫)।

ପରିବେଶ ପ୍ରଦୂଷଣ ରୋକିବା ପାଇଁ ଘଣ୍ଟପିଟା ଶେଭାଯାତ୍ରା: ସାମିଲ ହେଲେ ଶିକ୍ଷାବିତ୍‌, ଜନପ୍ରତିନିଧି

ପରିବେଶ ପ୍ରଦୂଷଣ ରୋକିବା ପାଇଁ ଘଣ୍ଟପିଟା ଶେଭାଯାତ୍ରା: ସାମିଲ ହେଲେ ଶିକ୍ଷାବିତ୍‌, ଜନପ୍ରତିନିଧି

ବାଲିପଡ଼ା,୨୭।୫(ଡି.ଏନ୍‌.ଏ.): ପରିବେଶ ପ୍ରଦୂଷଣରୁ ଜୀବଜଗତକୁ ରକ୍ଷା କରିବା ଏବଂ ବୃକ୍ଷରୋପଣ କରିବା ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କିଛି ଶିକ୍ଷାବିତ୍‌ ଏବଂ ଜନପ୍ରତିନିଧି ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରେ ରବିବାର ଘଣ୍ଟପିଟି ଶେଭାଯାତ୍ରା କରିଛନ୍ତି।