ରାଜ୍ୟ |

୧୫୦ ବର୍ଷ ପରେ ଦେଖାଦେଲା ନୀଳ-ଲାଲ ଚନ୍ଦ୍ର

୧୫୦ ବର୍ଷ ପରେ ଦେଖାଦେଲା ନୀଳ-ଲାଲ ଚନ୍ଦ୍ର
ଭୁବନେଶ୍ୱର, ୩୧।୧(ବ୍ୟୁରୋ)- ବୁଧବାର ମହାକାଶରେ ଦେଖିବାକୁ ମିଳିଥିଲା ଏକ ମହାଜାଗତିକ ଦୃଶ୍ୟ। ସୁପରମୁନ୍‌ ସହିତ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଥିବାରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଚନ୍ଦ୍ରଟି ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ରଠାରୁ ପ୍ରାୟ ୭% ବଡ଼ ଦେଖାଯାଇଥିଲା। ସନ୍ଧ୍ୟା ୬ଟା ୨୧ମିନିଟ୍‌ରୁ ୭ଟା ୩୭ମିନିଟ୍‌ ମଧ୍ୟରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଲାଗିଥିଲା। ଏହି ସମୟରେ ସୁପର ‘ବ୍ଲୁ ମୁନ୍‌’ ବା ‘ନୀଳ ଜହ୍ନ’ଟି ମଳିନ ଲାଲ ଅଥବା ନାରଙ୍ଗି ରଙ୍ଗର ଦେଖାଯାଇଥିଲା। ଗୋଟିଏ ମାସରେ ୨ଟି ସୁପରମୁନ ପଡ଼ୁଥିଲେ, ଶେଷଟିକୁ ‘ବ୍ଲୁ ମୁନ’ କୁହାଯାଏ। ୧୫୦ବର୍ଷ ପରେ ଏହି ବିରଳ ଦୃଶ୍ୟ ଦେଖିବା ପାଇଁ ସାରା ବିଶ୍ୱ ଉତ୍କଣ୍ଠାର ସହ ଚାହିଁ ରହିଥିଲା। ଚନ୍ଦ୍ର ପୃଥିବୀଠାରୁ ନିକଟତର ହୋଇ ପ୍ରାୟ ୩ଲକ୍ଷ ୫୮ହଜାର ୯୯୪କିଲୋମିଟର ଦୂରରେ ରହିଥିଲା। ସନ୍ଧ୍ୟା ୭ଟା ୩୭ମିନିଟ୍‌ ପରେ ଚନ୍ଦ୍ର ଉପରୁ ଧୀରେ ଧୀରେ ପୃଥିବୀର ଛାଇ ଅପସାରିତ ହୋଇ ରାତି ୮ଟା ୩୧ମିନିଟ୍‌ ପରେ ଚନ୍ଦ୍ରଟି ବଡ଼ ଓ ଉଜ୍ଜ୍ୱଳ ଦେଖାଯାଇଥିଲା। ଦୃଶ୍ୟମାନ ହୋଇଥିବା ଏହି ମହାଜାଗତିକ ଘଟଣା ୨୦୧୮ର ଦ୍ୱିତୀୟ ଏବଂ ଚଳିତ ‘୩-ସୁପରମୁନ୍‌ ସିରିଜ’ର ଶେଷ ‘ସୁପରମୁନ୍‌’। ଏହି ସିରିଜର ପ୍ରଥମ ‘ସୁପରମୁନ୍‌’ ଗତ ଡିସେମ୍ବର ୩ରେ ଏବଂ ଦ୍ୱିତୀୟଟି ଗତ ୩ ତାରିଖରେ ଦେଖାଯାଇଥିଲା। ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ଠାରେ ଲୋକମାନଙ୍କୁ ସଚେତନ କରାଯିବା ସହ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ସୁପରମୁନ ଦେଖିବାର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଏଥିସହିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍ସ ଓ ରିଜିଓନାଲ ସାଇନ୍ସ ସେଣ୍ଟରରେ ମଧ୍ୟ ଦେଖିବା ଲାଗି ବ୍ୟବସ୍ଥା ହୋଇଥିଲା। ଏହି ୩ ସ୍ଥାନରେ ପ୍ରାୟ ୩ହଜାର ଲୋକ ସୁପରମୁନ ଦେଖିଥିବା ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।
All Right Reserved By

ରାଜ୍ୟ |

ସରକାର ମାନିଲେ; ବାତ୍ୟା, ବନ୍ୟାରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି, ୩ ଦିନରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ସରକାର ମାନିଲେ; ବାତ୍ୟା, ବନ୍ୟାରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି, ୩ ଦିନରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ)-ସାମୁଦ୍ରିକ ଝଡ ‘ତିତଲି’ ଓ ଏହାର ପରବର୍ତ୍ତୀ ବର୍ଷାରେ ଘଟିଥିବା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ସରକାରୀ ଭାବେ ସୋମବାର ମୃତ୍ୟୁସଂଖ୍ୟା ୧୫ ଥିବାବେଳେ ୩ ଜଣ ନିଖୋଜ ଥିବା କୁହାଯାଇଥିଲା। ମଙ୍ଗଳବାର ମୃତ୍ୟୁସଂଖ୍ୟା ୨୬ରେ ପହଞ୍ଚିଛି। ସେଥିମଧ୍ୟରେ ଗଜପତି ଜିଲାରେ ସର୍ବାଧିକ ୧୮ ଜଣଙ୍କ ମୃତ୍ୟୁ ହୋଇଛି।

#ମିଟୂ: ଚିତ୍ରଶିଳ୍ପୀ ଯତୀନ୍‌ ଦାସଙ୍କ ନାଁରେ ଅଭିଯୋଗ

#ମିଟୂ: ଚିତ୍ରଶିଳ୍ପୀ ଯତୀନ୍‌ ଦାସଙ୍କ ନାଁରେ ଅଭିଯୋଗ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ)- ସାରା ଦେଶରେ ଏବେ #ମିଟୂ ଅଭିଯାନ ଚହଳ ସୃଷ୍ଟି କରିଥିବାବେଳେ ଜଣକ ପରେ ଜଣେ ବିଶିଷ୍ଟ ଲୋକ ଅଭିଯୁକ୍ତଙ୍କ ତାଲିକାରେ ଯୋଡ଼ି ହୋଇଯାଉଛନ୍ତି। ନାନା ପାଟେକର, ଏମ୍‌.ଜେ. ଆକବର, ଚେତନ ଭଗତ, ବିନୋଦ ଦୁଆଙ୍କ ଭଳି ବହୁଚର୍ଚ୍ଚିତ ଚେହେରାଙ୍କ ପରେ ଏବେ ଓଡ଼ିଶା ଜନ୍ମିତ ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମଭୂଷଣ ଯତୀନ ଦାସଙ୍କ ନାଁରେ ଯୌନ ନିର୍ଯାତନା ଭଳି ସଙ୍ଗିନ ଅଭିଯୋଗ ଆସିଛି।

ଶ୍ରୀମନ୍ଦିରରେ ଧାଡ଼ିଦର୍ଶନ; ଚାରିଦ୍ୱାରରେ ଭକ୍ତଙ୍କୁ ଛଡ଼ାଯାଉ: ମହେଶ୍ୱର

ଶ୍ରୀମନ୍ଦିରରେ ଧାଡ଼ିଦର୍ଶନ; ଚାରିଦ୍ୱାରରେ ଭକ୍ତଙ୍କୁ ଛଡ଼ାଯାଉ: ମହେଶ୍ୱର

ପୁରୀ ଅଫିସ,୧୭ା୧୦: ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଲାଗି ଗତ ୧ ତାରିଖଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଧାଡ଼ିଦର୍ଶନ । ଏହାକୁ ବିରୋଧକରି ପୁରୀ ବନ୍ଦ ଡାକରା ଦିଆଯାଇଥିବା ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଛି। ତେବେ ଏହି ଧାଡ଼ିଦର୍ଶନକୁ ନେଇ ପୁଣି ମୁହଁ ଖୋଲିଛନ୍ତି ମନ୍ତ୍ରୀ ମହେଶ୍ୱର ମହାନ୍ତି। 

ଲାଗିବ ମହାପ୍ରସାଦ ଦର ତାଲିକା: ଖର୍ଚ୍ଚ, ଲାଭାଂଶକୁ ଦେଖି ସ୍ଥିର ହେବ ମୂଲ୍ୟ

ଲାଗିବ ମହାପ୍ରସାଦ ଦର ତାଲିକା: ଖର୍ଚ୍ଚ, ଲାଭାଂଶକୁ ଦେଖି ସ୍ଥିର ହେବ ମୂଲ୍ୟ

ପୁରୀ ଅଫିସ,୧୭ା୧୦: ଆନନ୍ଦବଜାର ସମେତ ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ଲଗାଯିବ ମହାପ୍ରସାଦ ଦର ତାଲିକା। ଫଳରେ ଅବଢ଼ା କିଣିବାକୁ ନେଇ କାହାକୁ ଆଉ ମୂଲଚାଲ କରିବାକୁ ପଡ଼ିବ ନାହିଁ କି କେହି ଦୁର୍ବ୍ୟବହାରର ଶିକାର ହେବେ ନାହିଁ। ମହାପ୍ରସାଦ ଦର ନିର୍ଦ୍ଧାରଣ ନେଇ ମଙ୍ଗଳବାର ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରିଛି ଶ୍ରୀମନ୍ଦିର ପ୍ରଶାସନ। 

କଟକ ସହରରେ ଭର୍ତ୍ତି ହୋଇଗଲେଣି ଶିଶୁ ଶ୍ରମିକ, ପୂଜା ଭିଡ଼ରେ ହଜିଯାଉଛି ଶୈଶବର ଖୁସି

କଟକ ସହରରେ ଭର୍ତ୍ତି ହୋଇଗଲେଣି ଶିଶୁ ଶ୍ରମିକ, ପୂଜା ଭିଡ଼ରେ ହଜିଯାଉଛି ଶୈଶବର ଖୁସି

କଟକ ଅଫିସ,୧୭।୧୦-ପୂଜାରେ ଦୁଲୁକି ଉଠୁଛି କଟକ ସହର। ହସଖୁସିରେ ଉଛୁଳି ପଡୁଛି ପରିବାର ଆଉ ଦୋକାନ ବଜାର। ମଉଜ, ମସ୍ତି ସହ ପୂଜା ଖୁସିରେ କଟୁଛି ପିଲାଙ୍କ ଅବସର। ସ୍କୁଲ୍‌ ଛୁଟି ଥିବାରୁ ପୂଜା ବୁଲାକୁ ନେଇ ସେମାନଙ୍କ ମନରେ ଖୁସି କହିଲେ ନ ସରେ।  ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ପୂଜା ବୁଲୁଛନ୍ତି। ହସଖୁସିରେ ମନଲାଖି ଜିନିଷ କିଣୁଛନ୍ତି। ହେଲେ ପୂଜା ଭିଡ଼ ଭିତରେ ଏମାନଙ୍କ ଭଳି ଅନେକ ଶିଶୁଙ୍କ ମୁହଁରୁ ଉଭେଇ ଯାଇଛି ଚେନାଏ ହସ। 

ଗୁଣିଗାରେଡ଼ି ସନ୍ଦେହରେ ଖଟ ବୁଲାଇ ଦଣ୍ଡଦେଲେ, ୫ ଜଣଙ୍କୁ ବିଷ୍ଠା ଖୁଆଇଲେ

ଗୁଣିଗାରେଡ଼ି ସନ୍ଦେହରେ ଖଟ ବୁଲାଇ ଦଣ୍ଡଦେଲେ, ୫ ଜଣଙ୍କୁ ବିଷ୍ଠା ଖୁଆଇଲେ

ଖୋର୍ଦ୍ଧା ଅଫିସ,୧୭।୧୦- ଖୋର୍ଦ୍ଧା ଜିଲା ବାଣପୁର ଥାନା ଭବାନୀପୁର ପଞ୍ଚାୟତ ନାଗାମଠ ଗଁାରେ ବର୍ଷକ ଭିତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଗୋଟିଏ ପରିବାରର ୧୦ଜଣ ସଦସ୍ୟ ରହିଛନ୍ତି। ଏହି ଘଟଣାକୁ ନେଇ ଗାଁରେ ଏକ ପ୍ରକାର ଆତଙ୍କ ଦେଖାଦେଇଥିବାବେଳେ ନିର୍ଦ୍ଦିଷ୍ଟ କେତେଜଣ ଲୋକ ଗୁଣିଗାରେଡି ସନ୍ଦେହ କରି ଖଟ ବୁଲାଇବାକୁ ନିଷ୍ପତ୍ତି ନେଇଥିଲେ।

ଆଇନଜୀବୀଙ୍କ ଆନ୍ଦୋଳନକୁ ଧକ୍କା, ୧୭ ଜଣ ଆଡ୍‌ଭୋକେଟଙ୍କୁ କାରଣଦର୍ଶାଅ ନୋଟିସ

ଆଇନଜୀବୀଙ୍କ ଆନ୍ଦୋଳନକୁ ଧକ୍କା, ୧୭ ଜଣ ଆଡ୍‌ଭୋକେଟଙ୍କୁ କାରଣଦର୍ଶାଅ ନୋଟିସ

କଟକ ଅଫିସ, ୧୭।୧୦- ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ଦେଢ଼ମାସ ହେବ ରାଜ୍ୟର ନ୍ୟାୟିକ ବ୍ୟବସ୍ଥାରେ ଏକ ପ୍ରକାର ଅଚଳାବସ୍ଥା ଜାରି ରହିଛି।  ଏପରିକି ଆଇନଜୀବୀମାନେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନ ମାନି ଜିଦ୍‌ରେ ଅଟଳ ରହିଛନ୍ତି। ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ହାଇକୋର୍ଟ ବାର୍‌ ଆସୋସିଏଶନ ପକ୍ଷରୁ ବାରମ୍ବାର ବୈଠକ ବସୁଥିବାବେଳେ ଏହାଭିତରେ ଆଇନଜୀବୀଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖାଦେଇଛି।

କଟକଣା ସତ୍ତ୍ୱେ ସହରରେ ପଶୁଛି ଭାରିଯାନ: ଟ୍ରକ୍‌ ଧକ୍କାରେ ସ୍କୁଟି ଚାଳକଙ୍କ ଜୀବନ ଗଲା

କଟକଣା ସତ୍ତ୍ୱେ ସହରରେ ପଶୁଛି ଭାରିଯାନ: ଟ୍ରକ୍‌ ଧକ୍କାରେ ସ୍କୁଟି ଚାଳକଙ୍କ ଜୀବନ ଗଲା

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ)- ଦୁର୍ଗାପୂଜା ସମୟରେ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ୧୫ ତାରିଖରୁ ସହରରେ ଭାରିଯାନ ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି। ଅପରାହ୍ନ ୪ଟାରୁ ରାତି ୨ଟା ମଧ୍ୟରେ ସହର ଭିତରକୁ ଭାରିଯାନ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି ସୋମବାର ଏକ ଖବରଦାତା ସମ୍ମିଳନୀରେ କହିଥିଲେ।

କମିଶନରଙ୍କ ଅଫିସରେ ୨ ପୋଲିସ ଅଫିସରଙ୍କ ମଧ୍ୟରେ ମାରପିଟ

କମିଶନରଙ୍କ ଅଫିସରେ ୨ ପୋଲିସ ଅଫିସରଙ୍କ ମଧ୍ୟରେ ମାରପିଟ

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ)- ଧାର ଟଙ୍କାକୁ କେନ୍ଦ୍ରକରି ୨ ଜଣ ଓଏସ୍‌ଏପି ଅଫିସର ମାରପିଟ୍‌ ହୋଇଛନ୍ତି। ମଙ୍ଗଳବାର ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଜଣେ ଅଧିକାରୀଙ୍କ ମାଡ଼ରେ ସୂର୍ଯ୍ୟମଣି ପଣ୍ଡା ନାମକ ଅନ୍ୟ ଜଣେ ଅଧିକାରୀ ଆହତ ହୋଇଛନ୍ତି। ଏହି ଘଟଣା ପୋଲିସ ମୁଖ୍ୟାଳୟରେ ଚର୍ଚ୍ଚାର ବିଷୟ ପାଲଟିଛି। 

ରିଷଭଙ୍କ କାର୍‌ ଉପରକୁ ବୋମାମାଡ଼ ଘଟଣା: ଖୋର୍ଦ୍ଧା ବିଜେଡି ସଭାପତିଙ୍କ ସମେତ ୨ ଜେଲ ଗଲେ

ରିଷଭଙ୍କ କାର୍‌ ଉପରକୁ ବୋମାମାଡ଼ ଘଟଣା: ଖୋର୍ଦ୍ଧା ବିଜେଡି ସଭାପତିଙ୍କ ସମେତ ୨ ଜେଲ ଗଲେ

ଖୋର୍ଦ୍ଧା ଅଫିସ/ବେଗୁନିଆ,୧୭।୧୦(ଡି.ଏନ୍‌.ଏ.)- ରାଜ୍ୟସଭା ସଦସ୍ୟ ତଥା ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭଙ୍କ କାର୍‌ ଉପରକୁ ବୋମାମାଡ଼ ଘଟଣାରେ ଅଟକ ଥିବା ଖୋର୍ଦ୍ଧା ବ୍ଲକ ବିଜେଡି ସଭାପତି ପ୍ରକାଶ ରାଉତରାୟ ଓ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ବେଗୁନିଆ ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଥିଲା।

ନଦୀବାଲିରୁ ନିଖୋଜ ବାଳକର ମୁଣ୍ଡ ଗଣ୍ଡି ଅଲଗା ମୃତଦେହ ଉଦ୍ଧାର: ବଳି ଚର୍ଚ୍ଚା ଜୋର ଧରିଲା

ନଦୀବାଲିରୁ ନିଖୋଜ ବାଳକର ମୁଣ୍ଡ ଗଣ୍ଡି ଅଲଗା ମୃତଦେହ ଉଦ୍ଧାର: ବଳି ଚର୍ଚ୍ଚା ଜୋର ଧରିଲା

ବଲାଙ୍ଗୀର ଅଫିସ/ବଙ୍ଗୋମୁଣ୍ଡା, ୧୬ା୧୦(ଡି.ଏନ୍‌.ଏ.): ତିନିଧରି ନିଖୋଜ ଥିବା ଜଣେ ୯ ବର୍ଷର ବାଳକଙ୍କ ମୁଣ୍ଡ ଗଣ୍ଡି ଅଲଗା ଥିବା ମୃତଦେହ ଉନ୍ଦେର ନଦୀ ବାଲିରେ ଅଧା ପୋତା ଅବସ୍ଥାରେ ମଙ୍ଗଳବାର ଉଦ୍ଧାର ହୋଇଛି ।  ଟିଟିଲାଗଡ ଏସଡିପିଓଙ୍କ ଉପସ୍ଥିତିରେ ସିନ୍ଧେକେଲା ପୋଲିସ ଟିମ୍‌ ଉକ୍ତ ମୃତଦେହକୁ ଉଦ୍ଧାର କଲାପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ବିନା ସଂଯୋଗରେ ବିଦ୍ୟୁତ୍‌ ବିଲ:  କାର୍ଯ୍ୟାଳୟରେ ପ୍ରତିବାଦ କଲେ ଉପଭୋକ୍ତା

ବିନା ସଂଯୋଗରେ ବିଦ୍ୟୁତ୍‌ ବିଲ: କାର୍ଯ୍ୟାଳୟରେ ପ୍ରତିବାଦ କଲେ ଉପଭୋକ୍ତା

ପରଜଙ୍ଗ, ୧୬।୧୦(ଡି.ଏନ.ଏ.)-ଘରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇନି। ଅଥଚ ଆସିଛି ବିଲ୍‌। ଏହାର ପ୍ରତିବାଦ କରିଛନ୍ତି ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତ ଅଧୀନ ଶୁଣ୍ଢିକାଟେଣୀ ଗ୍ରାମରେ ୩୦ରୁ ଊର୍ଦ୍ଧ୍ୱ ଉପଭୋକ୍ତା। ତୁରନ୍ତ ବିଦ୍ୟୁତ୍‌ ସଂଯୋଗ ପ୍ରଦାନ ଏବଂ ବିଲ୍‌ ସଂଶୋଧନ କରିବାକୁ ସମ୍ପୃକ୍ତ ଉପଭୋକ୍ତାମାନେ ମଙ୍ଗଳବାର ବିଭାଗୀୟ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଥିଲେ।