ମେଟ୍ରୋ |

ଛାତ୍ରୀଙ୍କୁ ନିଶା ଦେଇ ଅଶ୍ଳୀଳ ଭିଡିଓ ପ୍ରସ୍ତୁତି ଉଦ୍ୟମ ଘଟଣା: ପୀଡ଼ିତାଙ୍କ କଥାରେ ତାଳମେଳ ରହୁନି

ଭୁବନେଶ୍ୱର, ୩୧।୧(ବ୍ୟୁରୋ)- ଖାରବେଳନଗର ଥାନା ଅଞ୍ଚଳର ଏକ ସରକାରୀ କଲେଜରେ ଜଣେ ଛାତ୍ରୀଙ୍କୁ ନିଶା ଦେଇ ଅଶ୍ଳୀଳ ଭିଡିଓ ପ୍ରସ୍ତୁତି ଉଦ୍ୟମ ଘଟଣା ଏବେ ଭିନ୍ନ ମୋଡ ନେଇଛି। ଛାତ୍ରୀ ଜଣକ ଡାକ୍ତର ଏବଂ ପୋଲିସକୁ ଦେଇଥିବା ବୟାନରେ ତାଳମେଳ ରହୁନାହିଁ। ସେ ଡାକ୍ତରଙ୍କୁ ଗୋଟିଏ କଥା କହିଥିବାବେଳେ ପୋଲିସକୁ ଆଉ ଗୋଟିଏ କଥା କହିଛନ୍ତି। ତେଣୁ କେଉଁଟା ସତ ତାହାକୁ ନେଇ ପୋଲିସ ଦ୍ୱନ୍ଦ୍ୱରେ ପଡ଼ିଛି। ଏହାସହ ଛାତ୍ରୀ ଜଣକ ଅଭିଯୁକ୍ତ ସମୀର ମହାନ୍ତି ବୋଲି ଯେଉଁ ପିଲାଟିର ନଁା କହିଛନ୍ତି ତାଙ୍କୁ ମଧ୍ୟ ପୋଲିସ ଖୋଜି ପାଉନି। ସମୀରଙ୍କୁ ସହଯୋଗ କରିଥିବା ଯେଉଁ ସହପାଠୀଙ୍କ ନାମ କହିଥିଲେ, ସେଭଳି ନାମରେ କେହି ପିଲା ଉକ୍ତ କଲେଜରେ ପଢ଼ୁ ନ ଥିବା ଥାନା ଅଧିକାରୀ ଅନୁପ କାନୁନ୍‌ଗୋ କହିଛନ୍ତି। ଏହିଭଳି ସ୍ଥିତିରେ ଉକ୍ତ ଛାତ୍ରୀଙ୍କର ଏକ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିବା ଚର୍ଚ୍ଚା ହେଉଛି। ଏହି ଭିଡିଓକୁ କିଏ ଭାଇରାଲ କଲା ସେନେଇ ଏବେ ପ୍ରଶ୍ନ ଉଠୁଛି। ବୁଧବାର ଛାତ୍ରୀ ଜଣକ ସୁସ୍ଥ ହେବା ପରେ ଗଣମାଧ୍ୟମକୁ କହିଥିଲେ ଯେ, ୨୦୧୬ରେ ସମୀର ମହାନ୍ତି ନାମକ ଛାତ୍ର ରାଜଧାନୀର ଏକ କଲେଜରେ ପଢୁଥିଲେ। ସମୀର ଯେଉଁଠି କୋଚିଂ ନେଉଥିଲେ ସେ ମଧ୍ୟ ସେଠାକୁ କୋଚିଂ ପାଇଁ ଯାଉଥିଲେ। ୨୦୧୬ରେ କୋଚିଂ ସେଣ୍ଟର ପିଲାଙ୍କ ସହ ସେ ମୟୂରଭଞ୍ଜ ପିକ୍‌ନିକ୍‌ ଯାଇଥିଲେ। ସେହି ସମୟରେ ସମୀର ତାଙ୍କର ଅଶ୍ଳୀଳ ଭିଡିଓ ସୁଟ୍‌ କରିଥିଲେ। କେବଳ ତାଙ୍କର ନୁହେଁ, ତାଙ୍କ ସାଙ୍ଗର ମଧ୍ୟ କରିଥିଲେ। ସମୀର ତାଙ୍କୁ ବହୁ ସମୟରେ ଉକ୍ତ ଭିଡିଓ ଦେଖାଇ ଟଙ୍କା ଦେବାକୁ ବ୍ଲାକ୍‌ ମେଲ୍‌ କରନ୍ତି। ସେ କଲେଜ ଫି’ ନଁାରେ ଘରୁ ଟଙ୍କା ଆଣି ତାଙ୍କୁ ଦିଅନ୍ତି। ଅନ୍ୟପଟେ ବୁଧବାର ପୋଲିସ କଲେଜରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା। ଯାଞ୍ଚବେଳେ ଜଣାପଡିଥିଲା ଯେ ଛାତ୍ରୀ ଜଣକ କ୍ଲାସ ରୁମ୍‌ ନିକଟରେ ଜଣେ ଯୁବକଙ୍କ ସହ କଥା ହେଉଥିଲେ। ଏହାପରେ ତାଙ୍କର ଅଧ୍ୟକ୍ଷ ଆସି କ’ଣ ଗୋଟେ କହିବା ପରେ ଛାତ୍ରୀ ଜଣକ ସୁସ୍ଥ ଅବସ୍ଥାରେ ଚାଲି ଚାଲି ଯାଉଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା। ସମୀର ଓ ଛାତ୍ରୀଙ୍କ ସହପାଠୀ ନାମରେ କେହି ପିଲା ମିଳୁ ନ ଥିବାରୁ ପୋଲିସ ପାଇଁ ଚିନ୍ତା ବଢିଛି। ଏହି ଘଟଣା ପଛରେ ଏକ ବଡ ରହସ୍ୟ ଥିବା ଚର୍ଚ୍ଚା ହେଉଛି। ପୋଲିସ ଏହି ରହସ୍ୟ ଉପରୁ ପରଦା ହଟାଇବାକୁ ତଦନ୍ତକୁ ଜୋରଦାର କରିଛି। ସୂଚନାଯୋଗ୍ୟ, ଗତ ସୋମବାର ସମ୍ପୃକ୍ତ ଛାତ୍ରୀଙ୍କୁ ଜଣେ ସହପାଠୀ ନିଶା ଦେଇ ତାଙ୍କର ଅଶ୍ଳୀଳ ଭିଡିଓ ପ୍ରସ୍ତୁତି ପାଇଁ ଉଦ୍ୟମ କରିଥିବା ଛାତ୍ରୀଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ।
All Right Reserved By

ମେଟ୍ରୋ |

ଭାଜପା, କଂଗ୍ରେସ କର୍ମୀ ବିଜେଡିରେ ସାମିଲ

ଭାଜପା, କଂଗ୍ରେସ କର୍ମୀ ବିଜେଡିରେ ସାମିଲ

ଭୁବନେଶ୍ୱର,୨୦-୧(ବ୍ୟୁରୋ):କୋରାପୁଟ ଜିଲା କୋଟପାଡ଼ ନିର୍ବାଚନ ମଣ୍ଡଳୀର ବୋରିଗୁମ୍ମା ବ୍ଲକର ବହୁ ଭାଜପା ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶନିବାର ଏହି କର୍ମୀମାନେ ବିଜେଡିରେ ଯୋଗ ଦେଇଛନ୍ତି।

ଶ୍ରୀକାନ୍ତ, ସଗରିଆ କଂଗ୍ରେସରୁ ବହିଷ୍କୃତ

ଶ୍ରୀକାନ୍ତ, ସଗରିଆ କଂଗ୍ରେସରୁ ବହିଷ୍କୃତ

ଭୁବନେଶ୍ୱର,୨୦-୧(ବ୍ୟୁରୋ):ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବଂ ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣ ସଗରିଆଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି। ଏନେଇ ଶନିବାର ବିଳମ୍ବିତ ରାତିରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

‘ମାଗଣା କମ୍ବଳ ପାଇଁ ଉଲ୍‌ କାହିଁ’

‘ମାଗଣା କମ୍ବଳ ପାଇଁ ଉଲ୍‌ କାହିଁ’

ପିଲାଦିନେ କାହାଣୀ ଶୁଣିଥିଲୁ। ଶୀତଦିନେ ସକାଳୁ ଉଠି ରାଜା ଝରକା ବାହାରକୁ ଅନାଇଲେ। ମେଣ୍ଢାପଲ ଜାଡରେ ଚରିବାର ଦେଖି ରାଜାଙ୍କର ହୃଦୟ ବିଚଳିତ ହେଲା। ନିର୍ଦ୍ଦେଶ ଦେଲେ ସବୁ ମେଣ୍ଢାଙ୍କୁ ମାଗଣାରେ କମ୍ବଳ ଯୋଗାଇ ଦିଆଯାଉ। 

ଘନ କୁହୁଡ଼ି: ବିମାନ ଚଳାଚଳ ବାଧାପ୍ରାପ୍ତ

ଘନ କୁହୁଡ଼ି: ବିମାନ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର, ୨୦|୧(ବ୍ୟୁରୋ)- ଭୁବନେଶ୍ୱରରେ ଶନିବାର ସକାଳେ ଘନ କୁହୁଡ଼ି ଯୋଗୁ ବିମାନସେବା ବାଧାପ୍ରାପ୍ତ ହୋଇଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନଗୁଡିକ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଚଳାଚଳ କରିଛି।  

ଲୋକଙ୍କ ନିକଟତର ହୋଇ ସମସ୍ୟା ସମାଧାନ କର: ମୁଖ୍ୟମନ୍ତ୍ରୀ

ଲୋକଙ୍କ ନିକଟତର ହୋଇ ସମସ୍ୟା ସମାଧାନ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦|୧ (ବ୍ୟୁରୋ)- ଗୁରୁବାରଠାରୁ ଆରମ୍ଭ ହୋଇଥିବା ତିନିଦିନିଆ ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀ ଶନିବାର ଶେଷ ହୋଇଛି। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପୋଲିସ ଅଧିକାରୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି।

ଜେଇଇ ମେନ୍‌ ୨୦୧୯:  ଓଡ଼ିଶା ଟପ୍ପର ହେଲେ ଶିବାଶିଷ

ଜେଇଇ ମେନ୍‌ ୨୦୧୯: ଓଡ଼ିଶା ଟପ୍ପର ହେଲେ ଶିବାଶିଷ

ଭୁବନେଶ୍ୱର, ୨୦|୧(ବ୍ୟୁରୋ)- ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ଜେଇଇ ମେନ୍‌ ୨୦୧୯ର ପେପର-୧ ଫଳ ଶନିବାର ପ୍ରକାଶ ପାଇଛି।

ପୁରୀ ବନ୍ୟପ୍ରାଣୀ ବନଖଣ୍ଡରେ ଡଲ୍‌ଫିନ ଶୂନ:  ଗତବର୍ଷ ଚିହ୍ନଟ ହୋଇଥିଲେ ୫; ଗଣତିରେ କୁହୁଡ଼ି ସାଜିଲା ବାଧକ

ପୁରୀ ବନ୍ୟପ୍ରାଣୀ ବନଖଣ୍ଡରେ ଡଲ୍‌ଫିନ ଶୂନ: ଗତବର୍ଷ ଚିହ୍ନଟ ହୋଇଥିଲେ ୫; ଗଣତିରେ କୁହୁଡ଼ି ସାଜିଲା ବାଧକ

ପୁରୀ ଅଫିସ/କାକଟପୁର/ବ୍ରହ୍ମଗିରି/କୋଣାର୍କ,(ଡି.ଏନ.ଏ.)୨୦ା୧: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ ଡଲ୍‌ଫିନ ନାହାନ୍ତି। ଶନିବାର ହୋଇଥିବା ଗଣତିରୁ ଏହା ସ୍ପଷ୍ଟ ହୋଇଛି। ପୁରୀ ବନଖଣ୍ଡ ଅଧୀନରେ ୫ଟି ରେଞ୍ଜ୍‌ ବ୍ରହ୍ମଗିରି, ବାଲୁଖଣ୍ଡ, କୋଣାର୍କ, ଗୋପ ଓ ଅସ୍ତରଙ୍ଗ ରହିଛି। 

ମୁକୁଳା ଫାଟକ ଦେଇ ଚାଲିଲା ତପସ୍ବିନୀ ଏକ୍ସପ୍ରେସ: କାର୍ଯ୍ୟରେ ଅବହେଳା ପାଇଁ ୨ ନିଲମ୍ବିତ

ମୁକୁଳା ଫାଟକ ଦେଇ ଚାଲିଲା ତପସ୍ବିନୀ ଏକ୍ସପ୍ରେସ: କାର୍ଯ୍ୟରେ ଅବହେଳା ପାଇଁ ୨ ନିଲମ୍ବିତ

ପୁରୀ ଅଫିସ,୨୦ା୧: ରେଳ ବିଭାଗରେ ପୁଣି ଏକ ଖାମଖିଆଲି ଘଟଣା ପଦାକୁ ଆସିଛି। ସର୍ବଦା ଚଳଚଞ୍ଚଳ ରହୁଥିବା ସିଦ୍ଧମହାବୀର ଲେଭଲ କ୍ରସିଂରେ ଶନିବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। 

ଯୋଜନାର ସ୍ଥିତି ପରଖିଲେ ରାଜ୍ୟପାଳ:  ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଉପରେ ଗୁରୁତ୍ୱ; ବାକି କାମ ନିର୍ବାଚନ ଆଚରଣବିଧି ଲାଗୁ ପୂର୍ବରୁ ଆରମ୍ଭ କରିବାକୁ ନିର୍ଦ୍ଦେଶ

ଯୋଜନାର ସ୍ଥିତି ପରଖିଲେ ରାଜ୍ୟପାଳ: ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଉପରେ ଗୁରୁତ୍ୱ; ବାକି କାମ ନିର୍ବାଚନ ଆଚରଣବିଧି ଲାଗୁ ପୂର୍ବରୁ ଆରମ୍ଭ କରିବାକୁ ନିର୍ଦ୍ଦେଶ

ପୁରୀ ଅଫିସ,୨୦ା୧: କେନ୍ଦ୍ର ଏବଂ ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣ ଯୋଜନା କରୁଛନ୍ତି। ଏହି ଯୋଜନାଗୁଡ଼ିକର ସୁଫଳ ଯେପରି ରାଜ୍ୟର ସବୁ ସାଧାରଣ ଲୋକ ପାଇପାରିବେ, ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। 

ନକଲି ଚାପତି ବ୍ୟବସାୟୀ ଗିରଫ

ନକଲି ଚାପତି ବ୍ୟବସାୟୀ ଗିରଫ

ବାରଙ୍ଗ,୧୯।୧(ଡି.ଏନ୍‌.ଏ.)- ନକଲି ଚାପତି ପ୍ୟାକେଟକରି ବିକ୍ରି କରିବା ଅଭିଯୋଗରେ ଶନିବାର ନନ୍ଦନକାନନ ଥାନା ପୋଲିସ ଜଣେ ବ୍ୟବସାୟୀଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। 

ପିସିରେ ପେଷି ହେଉଛି ପକ୍କାଘର, ଲକ୍ଷ୍ୟ ରଖିଥିବା ସଂଖ୍ୟା ବି ଛୁଇଁପାରିଲେନି ରାଜ୍ୟ ସରକାର

ପିସିରେ ପେଷି ହେଉଛି ପକ୍କାଘର, ଲକ୍ଷ୍ୟ ରଖିଥିବା ସଂଖ୍ୟା ବି ଛୁଇଁପାରିଲେନି ରାଜ୍ୟ ସରକାର

ଭୁବନେଶ୍ୱର, ୧୯।୧(ସୁନିତ୍‌ ମିଶ୍ର): ୨୦୧୯ ସୁଦ୍ଧା ରାଜ୍ୟର ସମସ୍ତ କଚ୍ଚା ଘରକୁ ପକ୍କା ଘର କରାଯିବ। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ପ୍ରତିଶ୍ରୁତି ଦେଇ ବିଜେଡି ନିଜ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିଲା।

ରାଜ୍ୟପାଳଙ୍କ ସମୀକ୍ଷା ବୈଠକ

ରାଜ୍ୟପାଳଙ୍କ ସମୀକ୍ଷା ବୈଠକ

ପୁରୀ ଅଫିସ, ୧୯।୧: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶନିବାର ପୁରୀ ଜିଲାର ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ସର୍କିଟ ହାଉସରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟପାଳ ମୁଖ୍ୟତଃ ୪ଟି ଯୋଜନା ଉପରେ ଫୋକସ୍‌ କରିଥିଲେ। ଶିକ୍ଷା, ସ୍ବାସ୍ଥ୍ୟ ପାନୀୟ ଜଳ  ଏକ ଆବାସ ଯୋଜନାଗୁଡ଼ିକ କିପରି ଠିକ୍‌ ସମୟରେ କାର୍ଯ୍ୟକାରୀ ହେବ ତା’ଉପରେ ଗୁରୁତ୍ୱ ଦେଇଥିଲେ।