ମେଟ୍ରୋ |

ଟ୍ରକ୍‌ ପଛରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା: ହତ୍ୟା ଅଭିଯୋଗ କରିବାରୁ ଥାନାରୁ ଫେରାଇଦେଲେ

ଭୁବନେଶ୍ୱର, ୩୧।୧(ବ୍ୟୁରୋ)- ଦିନ ଦ୍ୱିପ୍ରହରରେ ଜଣେ ପୁଅକୁ ହତ୍ୟା କରି ଟ୍ରକ୍‌ ପଛରେ ଟାଙ୍ଗିଦେଲେ। କିନ୍ତୁ ଏହାର କୌଣସି ପ୍ରତ୍ୟକ୍ଷଦର୍ଶୀ ନ ଥିବାରୁ ପୋଲିସ ଘଟଣାକୁ ଚାପିଦେଲା। ଆତ୍ମହତ୍ୟା ଦର୍ଶାଇଲା। ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କଲେ ବି ତାହାର ତଦନ୍ତ କରିବା ଦୂରର କଥା, ଅଭିଯୋଗ ଗ୍ରହଣ କରାଗଲା ନାହିଁ। ମାମଲା ଭାର କମାଇବାକୁ ଏଭଳି କାରସାଦି କରିଛି ମଞ୍ଚେଶ୍ୱର ପୋଲିସ। ମୃତକଙ୍କ ବାପା ସୁଧାଚରଣ ଭୋଇ ବୁଧବାର ଦିନସାରା ଥାନାରେ ବସି ବସି ଫେରିବା ବେଳେ ଗଣମାଧ୍ୟମ ନିକଟରେ ଏଭଳି ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଗତ ୨୮ ତାରିଖରେ ମଞ୍ଚେଶ୍ୱର ଥାନା ଭେଙ୍କେଟେଶ୍ୱର ସ୍କୁଲ ନିକଟରେ ଏକ ଟ୍ରକ୍‌ ପଛରୁ କଟକ ଗୋବିନ୍ଦପୁର ବ୍ରାହ୍ମଣସାହିର ସୂର୍ଯ୍ୟକାନ୍ତ ଭୋଇଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ସୁଧାଚରଣଙ୍କ ଅଭିଯୋଗ ଅନୁଯାୟୀ, ୨ ବର୍ଷ ହେବ ତାଙ୍କ ପୁଅ ସୂର୍ଯ୍ୟକାନ୍ତ ଗଁାର ଜଣେ ଝିଅକୁ ପ୍ରେମ ବିବାହ କରିଥିଲେ। ବିବାହର କିଛିଦିନ ବିତିବା ପରେ ଉଭୟଙ୍କ ମଧ୍ୟରେ ଝଗଡା ଲାଗିବାରୁ ବୋହୂ ବାପଘରକୁ ଆସି ରହିଥିଲେ। ସୂର୍ଯ୍ୟକାନ୍ତଙ୍କ ଶଳା ଭୁବନେଶ୍ୱରରେ ଚାକିରି କରିଥିବାରୁ ଯୋଜନା କରି କାମ ଦେବା ନଁାରେ ତାଙ୍କୁ ଏଠାକୁ ନେଇ ଆସିଥିଲେ। ଭିଏସ୍‌ଏସ୍‌ ନଗରରେ ଶଳା ପାଖରେ ରହି ସୂର୍ଯ୍ୟକାନ୍ତ ମଜୁରିଆ ଭାବେ କାମ କରୁଥିଲେ। ହେଲେ ବିଭିନ୍ନ ସମୟରେ ତାଙ୍କ ଶଳା ସମ୍ପତ୍ତି ପାଇଁ ସୂର୍ଯ୍ୟକାନ୍ତଙ୍କୁ ନିର୍ଯାତନା ଦେଉଥିଲେ। ଯେଉଁଦିନ ସୂର୍ଯ୍ୟକାନ୍ତଙ୍କ ମୃତ ଦେହ ମିଳିଥିଲା ସେହିଦିନ ସକାଳେ ସୂର୍ଯ୍ୟକାନ୍ତ ଭୟଭୀତ ଅବସ୍ଥାରେ ଦୌଡ଼ି ଦୌଡ଼ି ଆସି ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ ଯେ, ତାଙ୍କ ଜୀବନ ପ୍ରତି ବିପଦ ରହିଛି, ତେଣୁ ତାଙ୍କୁ ଥାନାରେ ରଖି ଦିଅନ୍ତୁ। ସୂର୍ଯ୍ୟକାନ୍ତଙ୍କ ଏଭଳି କଥା ଶୁଣି ପୋଲିସ ତାଙ୍କୁ ମାନସିକ ବିକାରଗ୍ରସ୍ତ କହି ଫେରାଇ ଦେଇଥିଲା। ଅପରାହ୍ନ ପ୍ରାୟ ୩ଟାରେ ଭେଙ୍କେଟେଶ୍ୱର ସ୍କୁଲ ନିକଟରେ ଏକ ଟ୍ରକ୍‌ ପଛରେ ଝୁଲନ୍ତା ଅବସ୍ଥାରେ ସୂର୍ଯ୍ୟକାନ୍ତଙ୍କ ମୃତଦେହ ମିଳିଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ସୂର୍ଯ୍ୟକାନ୍ତଙ୍କ ଶରୀରର ଅର୍ଦ୍ଧାଧିକ ଅଂଶ ଭୂମିରେ ଲୋଟିଥିଲା। ଅଣ୍ଟାଠାରୁ ଉପରକୁ ଟ୍ରକ ଡାଲାରେ ଏକ ଗାମୁଛାରେ ଝୁଲୁଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ସୁଚିନ୍ତିତ ହତ୍ୟା ବୋଲି ଜଣାପଡ଼ୁଥିଲେ ହେଁ ପୋଲିସ ତାହାକୁ ଆତ୍ମହତ୍ୟା ଦର୍ଶାଇଥିଲା। ବୁଧବାର ସୁଧାଚରଣ ଥାନାକୁ ଆସି ସୂର୍ଯ୍ୟକାନ୍ତଙ୍କୁ ସମ୍ପତ୍ତି ପାଇଁ ତାଙ୍କ ଶଳା ହତ୍ୟା କରିଥିବା ଅଭିଯୋଗ କରିଥିଲେ। ଥାନାର ଡିସିଓଙ୍କୁ ଅଭିଯୋଗ କପି ଦେଇଥିଲେ। କିନ୍ତୁ ଡିସିଓ ତାହାକୁ ଗ୍ରହଣ କରି ନ ଥିଲେ। ବରଂ ଆମ ବହି କହୁଛି ଏହା ଆତ୍ମହତ୍ୟା ବୋଲି କହି ତାଙ୍କୁ ଫେରାଇ ଦେଇଥିଲେ। ଦିନ ଦ୍ୱିପ୍ରହରରେ ଜଣେ ଖୋଲା ସ୍ଥାନରେ କ’ଣ ପାଇଁ ଆତ୍ମହତ୍ୟା କରିବ ଏବଂ ତାହାକୁ କିପରି କେହି ଦେଖିପାରିଲେ ନାହିଁ ବୋଲି ସୁଧାଚରଣ ପ୍ରଶ୍ନ କରିଛନ୍ତି। ଦିନ ମଜୁରିଆ ହୋଇଥିବାରୁ ପୋଲିସ ମାମଲାକୁ ଚାପି ଦେବାକୁ ବସିଛି ବୋଲି ସେ କହିଛନ୍ତି। ମଞ୍ଚେଶ୍ୱର ଥାନା ଅଧିକାରୀ କୃଷ୍ଣପ୍ରସାଦ ମିଶ୍ର କହିଛନ୍ତି ଯେ, ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚାଲିଛି। ଯୁବକ ଜଣକ ଅତ୍ୟଧିକ ମଦ ପିଇ ଟ୍ରକ୍‌ ପଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ।

All Right Reserved By
I&PR

Model This Week

ସନ୍ତୋଷ

ମେଟ୍ରୋ |

ବର୍ଷ ଶେଷ ସୁଦ୍ଧା ସବୁ ଜିଲା ହେବ ବାହ୍ୟ ମଳତ୍ୟାଗମୁକ୍ତ ଅଞ୍ଚଳ

ବର୍ଷ ଶେଷ ସୁଦ୍ଧା ସବୁ ଜିଲା ହେବ ବାହ୍ୟ ମଳତ୍ୟାଗମୁକ୍ତ ଅଞ୍ଚଳ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଚଳିତବର୍ଷ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଜିଲାକୁ ବାହ୍ୟ ମଳତ୍ୟାଗମୁକ୍ତ କରିବା ଲକ୍ଷ୍ୟ ରଖାଯାଇଛି। ଝାରସୁଗୁଡା ଏବଂ ଦେଓଗଡ଼କୁ ବର୍ତ୍ତମାନସୁଦ୍ଧା ବାହ୍ୟ ମଳତ୍ୟାଗ ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି।

ମହିଳା ଏଜେଣ୍ଟଙ୍କଠାରୁ ୯୪ହଜାର ଲୁଟ

ମହିଳା ଏଜେଣ୍ଟଙ୍କଠାରୁ ୯୪ହଜାର ଲୁଟ

ନିରାକାରପୁର,୨୪।୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଦିଆ ପଞ୍ଚାୟତ କୋଳାସାହି-ବାଲିଗାଁ ରାସ୍ତା ମଝିରେ ଗୁରୁବାର ଅପରାହ୍ନରେ ଭାରତ ଫାଇନାନ୍ସ ନାମକ ଏକ ସଂସ୍ଥାର ମହିଳା ଏଜେଣ୍ଟଙ୍କଠାରୁ ଲୁଟ ହୋଇଛି।

ରାଜ୍ୟ ଭାଟ୍‌ କମାଇଲେ ତେଲ ଦର କମିବ: ଧର୍ମେନ୍ଦ୍ର

ରାଜ୍ୟ ଭାଟ୍‌ କମାଇଲେ ତେଲ ଦର କମିବ: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୪।୫(ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ରାଜ୍ୟ ସରକାର କେନ୍ଦ୍ର ଉପରେ ଦୋଷାରୋପ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଗୋଆ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ୧୨% ଭାଟ ନେଉଥିବା ବେଳେ ଓଡ଼ିଶା ସରକାର ୨୬% ଲାଗୁ କରିଛନ୍ତି। ତେଣୁ ଭାଟ କମାଇଦେଲେ ତେଲ ଦର ହ୍ରାସ ପାଇବ ବୋଲି ସେ ପ୍ରକାଶ କରିଛନ୍ତି।

ଟାଙ୍ଗୀ ଗଲା ୩ ରଥ ଚକ

ଟାଙ୍ଗୀ ଗଲା ୩ ରଥ ଚକ

ପୁରୀ ଅଫିସ,୨୪ା୫: ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଜଗନ୍ନାଥ ବିରାଜିତ ତିନିରଥର ତିନୋଟି ଚକ ଗୁରୁବାର କଟକ ଜିଲା ଟାଙ୍ଗୀର ନିମାଇସାପୁର ଗ୍ରାମକୁ ଯାଇଛି। ସଂକୀର୍ତ୍ତନ ଶୋଭାଯାତ୍ରାରେ ନିମାଇସାପୁର ଗ୍ରାମବାସୀ ରଥ ଚକକୁ ସାଥୀରେ ନେଇଯାଇଛନ୍ତି ।

ଭୁବନେଶ୍ୱର ବିମାନବନ୍ଦର ଉଡାଇଦେବାକୁ ଟେଲିଫୋନରେ ଧମକ

ଭୁବନେଶ୍ୱର ବିମାନବନ୍ଦର ଉଡାଇଦେବାକୁ ଟେଲିଫୋନରେ ଧମକ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ମିଷ୍ଟର ପରିଡା ନାମକ ଖଣ୍ଡଗିରି ଅଞ୍ଚଳର ଜଣେ ବ୍ୟକ୍ତି ୭୮୭୩୬୦୫୯୩୩ ନମ୍ବର ଟେଲିଫୋନରୁ ଭୁବନେଶ୍ୱର ବିମାନବନ୍ଦର ଅଧିକାରୀଙ୍କୁ ବାରମ୍ବାର ଧମକ ଦେଉଛନ୍ତି। ସେ ବିମାନବନ୍ଦରରେ ବିସ୍ଫୋରଣ ଘଟାଇବେ ବୋଲି କହୁଛନ୍ତି। ଏ ସମ୍ପର୍କରେ ବିମାନବନ୍ଦର କର୍ତ୍ତୃପକ୍ଷ କମିଶନରେଟ ପୋଲିସକୁ ଜଣାଇବା ପରେ ଏୟାରଫିଲ୍‌ଡ଼ ଥାନା ଏହାର ତଦନ୍ତ ଆରମ୍ଭ କରିଛି।

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଆଇନଜୀବୀ, ଛାତ୍ର

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଆଇନଜୀବୀ, ଛାତ୍ର

ଭୁବନେଶ୍ୱର,୨୪।୫(ବ୍ୟୁରୋ): ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ କରିବା ପାଇଁ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ସେହିପରି ଆଇଜୀବୀମାନଙ୍କ କଲ୍ୟାଣ ପାଣ୍ଠିନେଇ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।

ପାଣି ପାଇଁ ମହାନଦୀରେ ବନ୍ଧ ବାନ୍ଧିଲେ ଲୋକେ

ପାଣି ପାଇଁ ମହାନଦୀରେ ବନ୍ଧ ବାନ୍ଧିଲେ ଲୋକେ

ରଘୁନାଥପୁର, ୨୪।୫(ଡି.ଏନ୍‌.ଏ.): ଭାଜପା ନେତୃତ୍ୱାଧୀନ ଛତିଶଗଡ଼ ସରକାରଙ୍କ ଓଡ଼ିଶା ପ୍ରତି ଅନ୍ୟାୟ ଚରମ ସୀମାରେ ପହଞ୍ଚିଛି। ଚିରସ୍ରୋତା ମହାନଦୀର ଜଳପ୍ରବାହକୁ ଛତିଶଗଡ଼ରେ ୨୨ଟି ବ୍ୟାରେଜ ନିର୍ମାଣ କରି ବନ୍ଦ କରି ଦିଆଯାଇଥିବାରୁ ଓଡ଼ିଶାବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ତଳମୁଣ୍ଡରେ ପାଣିଟୋପାଏ ପାଇଁ ଅଞ୍ଚଳବାସୀ ହନ୍ତସନ୍ତ ହେଉଥିବାର ପରିଲକ୍ଷିତ ହୋଇଛି।

ଖାଦ୍ୟ ସୁରକ୍ଷା ଆଇନରେ ଅଧିକ ହିତାଧିକାରୀ ସାମିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଖାଦ୍ୟ ସୁରକ୍ଷା ଆଇନରେ ଅଧିକ ହିତାଧିକାରୀ ସାମିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର,୨୪।୫(ବ୍ୟୁରୋ): ରାଜ୍ୟରେ ଜନସଂଖ୍ୟା ବୃଦ୍ଧି ପାଇଛି। ତେଣୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା(ଏନ୍‌ଏଫ୍‌ଏସ୍‌ଏ)ର ହିତାଧିକାରୀ ସଂଖ୍ୟା ବୃଦ୍ଧି କରିବାର ଆବଶ୍ୟକତା ରହିଛି। ଓଡ଼ିଶା ପାଇଁ ଅତିରିକ୍ତ ୩୪.୪୪ ଲକ୍ଷ ହିତାଧିକାରୀ ଅନୁମୋଦନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭିଜିଲାନ୍ସ ହାତରେ ହାଟଡିହି ବିଇଓ ଅଫିସ ମୁଖ୍ୟ କିରାଣି

ଭିଜିଲାନ୍ସ ହାତରେ ହାଟଡିହି ବିଇଓ ଅଫିସ ମୁଖ୍ୟ କିରାଣି

ହାଟଡିହି, ୨୪।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହି ବ୍ଲକ ବିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣି ପ୍ରଦୀପ କୁମାର ସାହୁ ଲାଞ୍ଚ ନେଉଥିବା ବେଳେ ଗୁରୁବାର ସକାଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ପୁରୀ ଜିଲାର ୪୮୬ ସ୍କୁଲରେ ନାହିଁ କିଚେନ୍‌ ସେଟ୍‌

ପୁରୀ ଜିଲାର ୪୮୬ ସ୍କୁଲରେ ନାହିଁ କିଚେନ୍‌ ସେଟ୍‌

ପୁରୀ ଅଫିସ, ୨୪।୫: ପୁରୀ ଜିଲାର ୪୮୬ ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ ଲାଗି କିଚେନ୍‌ ସେଟ୍‌ ନ ଥିବା ସର୍ବଶିକ୍ଷା ଅଭିଯାନ ତଥ୍ୟରୁ ଜଣାପଡିଛି। ଜିଲାରେ ୧୨୮୮ ପ୍ରାଥମିକ ବିଦ୍ୟାଳୟ, ୮୨୦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ୩୫୬ ହାଇସ୍କୁଲ ରହିଛି।

ଦେବୋତ୍ତର ବିଭାଗ ସାବତପୁଅ

ଦେବୋତ୍ତର ବିଭାଗ ସାବତପୁଅ

ପୁରୀ ଅଫିସ, ୨୪ା୫: ଠାକୁର ହେଉଛନ୍ତି ନାବାଳକ। ମଠ, ମନ୍ଦିର ଆଦି ହିନ୍ଦୁ ଧାର୍ମିକ ଅନୁଷ୍ଠାନ ତଥା ଠାକୁରଙ୍କ ସ୍ଥାବର, ଅସ୍ଥାବର ସମ୍ପତ୍ତିର ସୁରକ୍ଷା, ରକ୍ଷଣାବେକ୍ଷଣ ଓ ପରିଚାଳନା ଲାଗି ରହିଛି ଦେବୋତ୍ତର ବିଭାଗ। ଏହି ବିଭାଗରେ ୧୯୦ ପଦବୀ ମଧ୍ୟରୁ ୧୧୬ଟି ଖାଲି ପଡିଛି। ନିଜସ୍ବ ୱେବ୍‌ସାଇଟ ମଧ୍ୟ ନାହିଁ। କର୍ମଚାରୀ ଓ ଉପଯୁକ୍ତ ଭିତ୍ତିଭୂମିର ଅଭାବ ଯୋଗୁ ଦେବୋତ୍ତର ବିଭାଗ ନିଜର ସ୍ଥିତି ଖୋଜୁଛି। ଆଇନ ବିଭାଗ ଅଧୀନସ୍ଥ ଏହି ବିଭାଗ ରାଜ୍ୟ ସରକାରଙ୍କ ସାବତପୁଅ ପାଲଟିଛି।

ଜଗମୋହନରେ ସିସିଟିଭି ପ୍ରସଙ୍ଗ ସେବାୟତ-ପ୍ରଶାସନ ଆଲୋଚନା ଖୁବ୍‌ଶୀଘ୍ର ଲାଗିବ ୨ ସିସିଟିଭି

ଜଗମୋହନରେ ସିସିଟିଭି ପ୍ରସଙ୍ଗ ସେବାୟତ-ପ୍ରଶାସନ ଆଲୋଚନା ଖୁବ୍‌ଶୀଘ୍ର ଲାଗିବ ୨ ସିସିଟିଭି

ପୁରୀ ଅଫିସ, ୨୪ା୫: ଶ୍ରୀମନ୍ଦିର ଜଗମୋହନରେ ସିସିଟିଭି ଲଗାଇବା ନେଇ ବୁଧବାର ଶ୍ରୀମନ୍ଦିର ପ୍ରଶାସନ ଭିତର ସେବାୟତଙ୍କ ସହ ଆଲୋଚନା କରିଛି। ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ଜିଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସିସିଟିଭି ଲଗାଯିବା ସଂକ୍ରାନ୍ତରେ ସବିଶେଷ ଆଲୋଚନା କରାଯାଇଛି।