ମେଟ୍ରୋ |

ବିବାଦରେ ଆଉ ଏକ କଳା ଶିକ୍ଷାନୁଷ୍ଠାନ: ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଦୁର୍ବ୍ୟବହାର

ଭୁବନେଶ୍ୱର, ୩୧।୧(ବ୍ୟୁରୋ)- ଏକ ସରକାରୀ କଳା ଶିକ୍ଷାନୁଷ୍ଠାନରେ ଜଣେ ଛାତ୍ରୀଙ୍କୁ ନିଶାଦେଇ ଅଶ୍ଳୀଳ ଫଟୋ ଉଠାଯିବା ଘଟଣାର ୨ ଦିନ ନ ବିତୁଣୁ ବିବାଦକୁ ଆସିଛି ରାଜଧାନୀର ଆଉ ଏକ କଳା ଶିକ୍ଷାନୁଷ୍ଠାନ। ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଅଧ୍ୟାପକ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଦୁର୍ବ୍ୟବହାରର ଶିକାର ଛାତ୍ରୀ ଏ ନେଇ ବିଭାଗୀୟ ମନ୍ତ୍ରୀ, ସଚିବ ଏବଂ ନିର୍ଦ୍ଦେଶକଙ୍କ ନିକଟକୁ ଚିଠି ଲେଖି ଅଭିଯୋଗ କରିଛନ୍ତି। ଏହି ଚିଠି ‘ଧରିତ୍ରୀ’ର ହସ୍ତଗତ ହୋଇଛି। ସଂସ୍କୃତି ବିଭାଗ ଅଧୀନରେ ଏହି ଦୁଇ ଶିକ୍ଷାନୁଷ୍ଠାନ ରହିଥିଲେ ହେଁ ବିଭାଗୀୟ ଅଧିକାରୀମାନେ ସବୁ ଜାଣି ଚୁପ୍‌ ବସିଛନ୍ତି।
ଛାତ୍ରୀ ଜଣକ ଚିଠିରେ ଉଲ୍ଲେଖ କରିଛନ୍ତି, ସେ ସଂସ୍କୃତି ବିଭାଗ ଅଧୀନରେ ଥିବା ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଚିତ୍ରକଳା ବିଭାଗର ୪ର୍ଥ ବର୍ଷ ଛାତ୍ରୀ। ଗତ ୪ ତାରିଖରେ ମହାବିଦ୍ୟାଳୟ ଫାଟକ ନିକଟରେ ସେ ସାଙ୍ଗମାନଙ୍କ ସହ ସ୍କୁଟି ଧରି ଛିଡା ହୋଇଥିଲେ। ଏହି ସମୟରେ ତାଙ୍କ ବିଭାଗର ଜଣେ ଅଧ୍ୟାପକ ଅନ୍ୟ ଜଣେ ଛାତ୍ରଙ୍କ ସହ ବାଇକ୍‌ରେ ଆସି ହଠାତ୍‌ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏପରିକି ତାଙ୍କ ପରିବାର ଲୋକଙ୍କ ନାମ ନେଇ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହିତ ପିଅନ ଘର ଝିଅ ଭଳି କାହିଁକି ହେଉଛୁ ବୋଲି କହିଥିଲେ। ଏହା ପରେ ସେ ଘଟଣା ସମ୍ପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଲିଖିତ ଆକାରରେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ମହାବିଦ୍ୟାଳୟର ଅନ୍ୟ ଅଧ୍ୟାପକମାନଙ୍କ ସହ ଅଧ୍ୟକ୍ଷ ବୈଠକ କରିଥିଲେ ମଧ୍ୟ ସମସ୍ତେ ସମ୍ପୃକ୍ତ ଅଧ୍ୟାପକଙ୍କୁ ସମର୍ଥନ କରିଥିଲେ। ଶେଷରେ ତାଙ୍କୁ ସମାଧାନ ପାଇଁ ବାଧ୍ୟ କରିଥିଲେ। କିନ୍ତୁ ସେ ଏଥିରେ ସନ୍ତୁଷ୍ଟ ନ ହୋଇ ସିଧାସଳଖ ସଂସ୍କୃତି ବିଭାଗକୁ ପତ୍ର ଲେଖିଥିବା କହିଛନ୍ତି। ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କୁ ପଚାରିବାରେ ସେ କହିଛନ୍ତି, ଅଭିଯୋଗ ସମ୍ପର୍କିତ ଚିଠି ଆମ ପାଖରେ ପହଞ୍ଚତ୍ବା ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ସମ୍ପୃକ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ସହିତ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କୁ କୁହାଯାଇଛି। ଯଦି ଅଭିଯୋଗରେ ସତ୍ୟତା ଥାଏ ତା’ହେଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

All Right Reserved By

Model This Week

ସୌମ୍ୟ

ମେଟ୍ରୋ |

ଶ୍ରୀମନ୍ଦିରରେ ଖସାପଡ଼ା ନୀତି ଆଜି : ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ଶ୍ରୀମନ୍ଦିରରେ ଖସାପଡ଼ା ନୀତି ଆଜି : ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ ଅଫିସ,୨୭।୫: ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ। ଏ ସମ୍ପର୍କରେ ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି, ଏହା ଏକ ଗୁପ୍ତ ନୀତି। ତେଣୁ ଏହି ସମୟରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ।

ସରିଲା ଅଖ କାମ

ସରିଲା ଅଖ କାମ

ପୁରୀ ଅଫିସ,୨୭।୫: ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ରଥକାମ ଇତିମଧ୍ୟରେ ୩୯ ଦିନରେ ପହଞ୍ଚତ୍ଛି। ରଥଖଳାରେ ଗୋଟିଏ ପରେ ଗୋଟିଏ କାମ ଆଗେଇ ନେଉଛନ୍ତି ମହାରଣା ସେବକ। ଭୋଇ ସେବକ, କରତି ସେବକ ଓ କମାର ସେବକ ସହଯୋଗ କରୁଛନ୍ତି।

ମୋଦିଙ୍କ ଭାଷଣକୁ ବିଭ୍ରାନ୍ତିକର କହିଲେ ବିଜୟ

ମୋଦିଙ୍କ ଭାଷଣକୁ ବିଭ୍ରାନ୍ତିକର କହିଲେ ବିଜୟ

ଭୁବନେଶ୍ୱର,୨୭।୫(ବ୍ୟୁରୋ): କଟକ କିଲ୍ଲା ପଡିଆଠାରେ ଶନିବାର ଅନୁଷ୍ଠିତ ଭାଜପାର ଜନକଲ୍ୟାଣ ସମାବେଶ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନଦୀ ପ୍ରସଙ୍ଗରେ ସ୍ପଷ୍ଟ ମତ ରଖି ନ ଥିବା ଦଳର ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ମହାନଦୀ ଓଡ଼ିଶାବାସୀଙ୍କର ସ୍ପର୍ଶକାତର ବିଷୟ। ରାଜ୍ୟବାସୀ ଯାହା ଆଶା କରିଥିଲେ, ମୋଦି ତାଙ୍କ ଭାଷଣରେ ସେଭଳି କିଛି କହିଲେ ନାହିଁ।

ସୋସିଆଲ ମିଡିଆରେ ପିଲାଚୋର ଗ୍ୟାଙ୍ଗ ଘୂରି ବୁଲୁଥିବା ଘଟଣା ଗୁଜବ: ଡିଜି

ସୋସିଆଲ ମିଡିଆରେ ପିଲାଚୋର ଗ୍ୟାଙ୍ଗ ଘୂରି ବୁଲୁଥିବା ଘଟଣା ଗୁଜବ: ଡିଜି

ଭୁବନେଶ୍ୱର,୨୭।୫(ବ୍ୟୁରୋ): ଗତ କିଛି ଦିନ ଧରି ସୋସିଆଲ ମିଡିଆରେ କିଛି ପିଲାଚୋର ଗ୍ୟାଙ୍ଗ ରାୟଗଡାକୁ ଆସିଥିବା ଖବର ଭାଇରାଲ ହେବାରେ ଲାଗିଛି। ଏହା ଫେସ୍‌ବୁକ ତଥା ହ୍ବାଟ୍ସଆପ୍‌ରେ ଘୂରିବୁଲିବା ସହ ଲୋକଙ୍କୁ ଆତଙ୍କିତ କରୁଛି। ତେବେ ଏହା ଉପରେ ଡିଜି ଆର ପି ଶର୍ମା ରବିବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଉକ୍ତ ଖବର ସମ୍ପୂର୍ଣ୍ଣ ମିଥ୍ୟା।

ଶିଶୁଙ୍କ ଉପରେ ଯୌନ ନିର୍ଯାତନା ରୋକିବାକୁ ପୋଲିସର ପ୍ରୟାସ: ଉନ୍ମୋଚନ ହେଲା  ‘ପରୀ ପାଇଁ କଥାଟିଏ’ର ଲୋଗୋ, ଅଡିଓ

ଶିଶୁଙ୍କ ଉପରେ ଯୌନ ନିର୍ଯାତନା ରୋକିବାକୁ ପୋଲିସର ପ୍ରୟାସ: ଉନ୍ମୋଚନ ହେଲା ‘ପରୀ ପାଇଁ କଥାଟିଏ’ର ଲୋଗୋ, ଅଡିଓ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ରାଜ୍ୟରେ କୋମଳମତି ଶିଶୁକନ୍ୟାଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ତଥା ବଳାତ୍କାରକୁ ରୋକିବା ପାଇଁ ଓଡ଼ିଶା ପୋଲିସର ଅଭିନବ ପ୍ରୟାସ। ଲୋକଙ୍କୁ ସଚେତନ କରିବା ପାଇଁ ‘ପରୀ ପାଇଁ କଥାଟିଏ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ନିଶାରୁ ପେସା: ଘରେ ସାପ ପଶିଲେ ଖୋଜାପଡ଼ନ୍ତି ବ୍ରଜକିଶୋର

ନିଶାରୁ ପେସା: ଘରେ ସାପ ପଶିଲେ ଖୋଜାପଡ଼ନ୍ତି ବ୍ରଜକିଶୋର

କାକଟପୁର,୨୭।୫(ଡି.ଏନ୍‌.ଏ.): ପିଲାଟି ଦିନରୁ ସାପ ଧରିବା ଆଗ୍ରହ ଧୀରେ ଧୀରେ ନିଶା ପାଲଟିଥିଲା। ଆଉ ଏବେ ଏହି ନିଶା ପେସା ପାଲଟିଛି। ନିଜ କୌଳିକ ବୃତ୍ତିକୁ ନ ଆପଣାଇ ସାପ ଧରିବାକୁ ବୃତ୍ତି କରିଥିବା ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି କାକଟପୁର ବ୍ଲକ ବାଜପୁର କୃଷ୍ଣନଗର ପାଟଣା ଗ୍ରାମର ବ୍ରଜ କିଶୋର ସାହୁ(୪୬)।

ହୋପ୍‌ ଇଜ୍‌ ଲାଇଫ୍‌ର ସଫେଇ କାର୍ଯ୍ୟକ୍ରମ

ହୋପ୍‌ ଇଜ୍‌ ଲାଇଫ୍‌ର ସଫେଇ କାର୍ଯ୍ୟକ୍ରମ

ପୁରୀ ଅଫିସ,୨୭।୫: ହୋପ୍‌ ଇଜ୍‌ ଲାଇଫ୍‌ ତରଫରୁ ପୁରୀ ବଡ଼ଶଙ୍ଖ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

କାନ୍ଥ ଭୁଶୁଡ଼ି ଶିଶୁ ମୃତ: ମା’ବାପା ଗୁରୁତର

କାନ୍ଥ ଭୁଶୁଡ଼ି ଶିଶୁ ମୃତ: ମା’ବାପା ଗୁରୁତର

ଚୌଦ୍ୱାର,୨୭।୫(ଡି.ଏନ୍‌.ଏ.): କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ଆଗ୍ରାହାଟ ପଞ୍ଚାୟତ ଭରାଣ୍ଡି ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗ୍ରାମରେ ଟନି ପୁର୍ଲିଙ୍କ ଘରର କାନ୍ଥ ଭୁଶୁଡ଼ି ତାଙ୍କ ୫ ବର୍ଷୀୟ ପୁଅର ମୃତ୍ୟୁ ଘଟିଛି।

ପୁରୀରେ ପୁଣି ଭକ୍ତଙ୍କୁ ମାଡ଼ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ମୁଣ୍ଡ ଫାଟିଲା

ପୁରୀରେ ପୁଣି ଭକ୍ତଙ୍କୁ ମାଡ଼ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ମୁଣ୍ଡ ଫାଟିଲା

ପୁରୀ ଅଫିସ, ୨୭।୫: ପୁରୀରେ ଅସୁରକ୍ଷିତ ହୋଇପଡିଛନ୍ତି ଭକ୍ତ। କେତେବେଳେ ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଡ଼ ମରାଯାଇ ଲହୁଲୁହାଣ କରାଯାଉଛି ତ ପୁଣି କେତେବେଳେ ହୋଟେଲରେ ପର୍ଯ୍ୟଟକଙ୍କୁ ଆକ୍ରମଣ ହେଉଛି। ଦିନକୁ ଦିନ ଶ୍ରୀକ୍ଷେତ୍ର ମାଟିରେ ଏଭଳି ଲଜ୍ଜାଜନକ ଘଟଣା ବଢିବାରେ ଲାଗିଛି। ଶନିବାର ବଡ଼ଦାଣ୍ଡରେ ଘଟିଛି ଏମିତି ଏକ ଅଭାବନୀୟ ଘଟଣା।

୧୮ ଦୁର୍ବଳ ନଦୀବନ୍ଧ ଉପରେ ରହିବ ସତର୍କ ନଜର

୧୮ ଦୁର୍ବଳ ନଦୀବନ୍ଧ ଉପରେ ରହିବ ସତର୍କ ନଜର

ପୁରୀ ଅଫିସ, ୨୭।୫: ବର୍ତ୍ତମାନ ରାଜ୍ୟରେ ଚାଲିଛି କାଳବୈଶାଖୀର ତାଣ୍ଡବ। ଆଗକୁ ଆସୁଛି ବର୍ଷା। ଏହାକୁ ଦୃଷ୍ଟିରେ ରଖି ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ ନିମନ୍ତେ ଶନିବାର ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଡକାଯାଇଥିଲା। ଜିଲାରୁ ପ୍ରତିନିଧିତ୍ୱ କରୁଥିବା ୬ ବିଧାୟକ ଏବଂ ୨ ଏମ୍‌ପି ମଧ୍ୟ ଅନୁପସ୍ଥିତ ଥିଲେ। ବୈଠକ ଆରମ୍ଭ ହେବାର ଘଣ୍ଟାଏ ବିଳମ୍ବରେ ଆସି ଅଧ୍ୟକ୍ଷତା କରିଥିଲେ ଜିଲାପାଳ ଅରବିନ୍ଦ ଅଗ୍ରଓ୍ବାଲ।

କଂଗ୍ରେସର ବିଶ୍ୱାସଘାତକ ଦିବସ : ମୋଦି ଦେଶବାସୀଙ୍କୁ ପ୍ରତାରଣା କରିଛନ୍ତି

କଂଗ୍ରେସର ବିଶ୍ୱାସଘାତକ ଦିବସ : ମୋଦି ଦେଶବାସୀଙ୍କୁ ପ୍ରତାରଣା କରିଛନ୍ତି

ପୁରୀ ଅଫିସ, ୨୭।୫: ଲୋକଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ଏନ୍‌ଡିଏ ସରକାର ନିର୍ବାଚନରେ ବିଜୟୀ ହୋଇ କ୍ଷମତାସୀନ ହୋଇଛି। ମାତ୍ର ଗୋଟିଏ ବି ପ୍ରତିଶ୍ରୁତି କାର୍ଯ୍ୟକାରୀ ନ କରି କେନ୍ଦ୍ର ସରକାର ଦେଶବାସୀଙ୍କୁ ପ୍ରତାରଣା କରିଛନ୍ତି ବୋଲି ପୁରୀ ଜିଲା କଂଗ୍ରେସ ଅଭିଯୋଗ କରିଛି।

ହୁଭାଷୀ ସିନ୍ଧୀ, ଓଡ଼ିଆ ନାଟ୍ୟ ସମାରୋହ ଅନ୍ନପୂର୍ଣ୍ଣାରେ ସିନ୍ଧୀ ନାଟକ ଅଧୁ ଆବାଦୀ

ହୁଭାଷୀ ସିନ୍ଧୀ, ଓଡ଼ିଆ ନାଟ୍ୟ ସମାରୋହ ଅନ୍ନପୂର୍ଣ୍ଣାରେ ସିନ୍ଧୀ ନାଟକ ଅଧୁ ଆବାଦୀ

ପୁରୀ ଅଫିସ, ୨୭।୫: ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଅନୁଷ୍ଠିତ ହେଉଛି ବହୁଭାଷୀ ସିନ୍ଧୀ, ଓଡ଼ିଆ ନାଟ୍ୟ ସମାରୋହ। ଏହି ଅବସରରେ ଶନିବାର ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଛି ସିନ୍ଧୀ ନାଟକ ଅଧୁ ଆବାଦୀ। ଛତିଶଗଡ଼ ବିଳାସପୁରର କଳାକାରଙ୍କ ଦ୍ୱାରା ପରିବେଷିତ ଏହି ନାଟକର ଲେଖକ ଏବଂ ନିର୍ଦ୍ଦେଶକ ଥିଲେ ଶତ୍ରୁଘ୍ନ ଦେସୱାନୀ।