Dharitri News
ରାଜ୍ୟ |

କୈଶୋର ସ୍ବାସ୍ଥ୍ୟ ରାଜ୍ୟସ୍ତରୀୟ କମିଟି ବୈଠକ: ସାପ୍ତାହିକ ଆଇରନ୍‌ ବଟିକା ବ୍ୟବହାର ନିୟମିତ କରିବା ଉପରେ ଗୁରୁତ୍ୱାରୋପ

କୈଶୋର ସ୍ବାସ୍ଥ୍ୟ ରାଜ୍ୟସ୍ତରୀୟ କମିଟି ବୈଠକ: ସାପ୍ତାହିକ ଆଇରନ୍‌ ବଟିକା ବ୍ୟବହାର ନିୟମିତ କରିବା ଉପରେ ଗୁରୁତ୍ୱାରୋପ ଭୁବନେଶ୍ୱର, ୩୧।୧(ବ୍ୟୁରୋ): ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡ. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ କୈଶୋର ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ରାଜ୍ୟସ୍ତରୀୟ କମିଟି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସମ୍ପର୍କରେ ବିଷଦ ଆଲୋଚନା କରାଯାଇଛି। ଏଥିସହ ସାପ୍ତାହିକ ଆଇରନ୍‌ ବଟିକା ବ୍ୟବହାରକୁ ନିୟମିତ ତଥା ବ୍ୟାପକ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ପ୍ରକାଶ ଯେ, ଏହି କୈଶୋର ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ଏସ୍‌ସି ଓ ଏସ୍‌ଟି ବିଭାଗ ସହଯୋଗରେ କାର୍ଯ୍ୟକାରୀ କରାଯାଉଛି। ଜିଲା ମୁଖ୍ୟ ଚିକିତ୍ସାଳୟଠାରୁ ଆରମ୍ଭ କରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରସ୍ତରରେ କାର୍ଯ୍ୟକାରୀ ହେଉଛି। ବର୍ତ୍ତମାନସୁଦ୍ଧା ଏହା ୨୧୧ଟି ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟକାରୀ ହେଉଥିବା ବେଳେ ଆଗାମୀ ଦିନରେ ଅନ୍ୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସମ୍ପ୍ରସାରିତ ହେବ। ଏନେଇ କାର୍ଯ୍ୟ କରୁଥିବା ‘ଶ୍ରଦ୍ଧା କ୍ଲିନିକ୍‌କୁ ଯାଉଥିବା କୈଶୋର ମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ୨୦୧୪-୧୫ରେ ୮୨୯୫ ଜଣ କୈଶୋର ଚିକିତ୍ସା ନିମନ୍ତେ ଯାଇଥିବା ବେଳେ ୨୦୧୫-୧୬ରେ ୧,୪୮୦୩ଜଣ, ୨୦୧୬-୧୭ରେ ୪,୦୮୧୨ଜଣ ଏବଂ ୨୦୧୭-୧୮ ୩ୟ କ୍ୱାଟର ସୁଦ୍ଧା ୩,୮୭୯୬ଜଣ ଯାଇଥିବା ଜଣାପଡିଛି। ବୁଧବାର ଆୟୋଜିତ ବୈଠକରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବ ଡ, ବିନୋଦ ମିଶ୍ର, କୈଳାସ ଚନ୍ଦ୍ର ଦାସଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିଭାଗ, ଏସ୍‌ସି ଓ ଏସ୍‌ଟି ବିଭାଗମ୍‌ ଏବଂ ୟୁନିସେଫର ବହୁ ପଦାଧିକାରୀ ଯୋଗ ଦେଇଥିଲେ।

ରାଜ୍ୟ |

ଚିତ୍ରୋତ୍ପଳା ନଦୀରୁ ବେଆଇନ ବାଲିଚାଲାଣକୁ ବିରୋଧ: ଆଖୁଆ-କେନ୍ଦ୍ରାପଡା ରାସ୍ତା ଅବରୋଧ

ଚିତ୍ରୋତ୍ପଳା ନଦୀରୁ ବେଆଇନ ବାଲିଚାଲାଣକୁ ବିରୋଧ: ଆଖୁଆ-କେନ୍ଦ୍ରାପଡା ରାସ୍ତା ଅବରୋଧ

ମାର୍ଶାଘାଇ,୨୨।୨(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ମାର୍ଶାଘାଇ ବ୍ଲକ ଆଖୁଆ ଦଖିଣିଠାରେ ପ୍ରବାହିତ ଚିତ୍ରୋତ୍ପଳା ନଦୀରୁ ବେଆଇନ ବାଲିଚାଲାଣକୁ ବିରୋଧ କରି ଗୁରୁବାର ରାସ୍ତାରୋକୋ କରାଯାଇଛି। ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଆଖୁଆ-କେନ୍ଦ୍ରାପଡା ରାସ୍ତାକୁ ଟାୟାର ଜାଳି ଅବରୋଧ କରିଛନ୍ତି।

ତାଳଚେର ହାଣ୍ଡିଧୁଆ ଛକ ନିକଟରେ ସିରିଜ୍‌ ଦୁର୍ଘଟଣା, ୫ ଗୁରୁତର

ତାଳଚେର ହାଣ୍ଡିଧୁଆ ଛକ ନିକଟରେ ସିରିଜ୍‌ ଦୁର୍ଘଟଣା, ୫ ଗୁରୁତର

ତାଳଚେର, ୨୨।୨(ନି.ପ୍ର.): ତାଳଚେର ହାଣ୍ଡିଧୁଆ ଛକ ନିକଟରେ ଗୁରୁବାର ସିରିଜ୍‌ ଦୁର୍ଘଟଣା ଘଟିଛି। ଏକ କାରଚାଳକଙ୍କ ବେପରୁଆ ଗାଡିଚାଳନା ଯୋଗୁ ଦୁର୍ଘଟଣା ଘଟି ୫ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁରୁତରଙ୍କୁ ସ୍ଥାନୀୟ ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି।

ବଦଳିଲେ ପଦ୍ମପୁର ଏସ୍‌ଡିପିଓ

ବଦଳିଲେ ପଦ୍ମପୁର ଏସ୍‌ଡିପିଓ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବରଗଡ଼ ଜିଲା ପଦ୍ମପୁର ଏସ୍‌ଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ବଦଳି ହୋଇଛି। ଏ ନେଇ ଗୁରୁବାର ଡିଜିପି ଆର୍‌ ପି ଶର୍ମା ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଜୋତାମାଡ଼ ଘଟଣା ପାଇଁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ବିଲରୁ ହାତୀର ମୃତଦେହ ଉଦ୍ଧାର

ବିଲରୁ ହାତୀର ମୃତଦେହ ଉଦ୍ଧାର

ଖୁଣ୍ଟୁଣୀ, ୨୧ା୨ (ଡି.ଏନ୍‌.ଏ.)- ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ ମଞ୍ଚେଶ୍ୱର ପଞ୍ଚାୟତ ପାଇକେରାପୁର ଗ୍ରାମର ବାତ୍ୟା ଆଶ୍ରୟସ୍ଥଳ ନିକଟ ବିଲରେ ବୁଧବାର ସକାଳେ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଖବରପାଇ ବନାଞ୍ଚଳ ଅଧିକାରୀ ରତ୍ନାକର ଦାସ, ଆଠଗଡ ଡିଏଫଓ ଅରୁଣ କୁମାର ସ୍ବାଇଁ, ଏସିଏଫ ରାଜେନ୍ଦ୍ର ପ୍ରସାଦ ଦାସ, ସମ୍ପଦ ମହାପାତ୍ର, ଭୁବନେଶ୍ୱରସ୍ଥିତ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ପ୍ରଫେସର ନିରଞ୍ଜନ ସାହୁ, ଡା. ସୌରଭ ରଞ୍ଜନ ହୋତା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।

ରାଜ୍ୟସ୍ତରୀୟ କାୟାକଳ୍ପ ସମ୍ମାନ: କ୍ୟାପିଟାଲ ହସ୍ପିଟାଲ ସବୁଠୁ ପରିଷ୍କାର

ଭୁବନେଶ୍ୱର,୨୧ା୨ (ବ୍ୟୁରୋ)- ଚଳିତ ବର୍ଷ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ରାଜ୍ୟର ସବୁଠୁ ପରିଷ୍କାର ଡାକ୍ତରଖାନାର ମାନ୍ୟତା ପାଇଛି। ଦ୍ୱିତୀୟ ସ୍ଥାନରେ କଳାହାଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟ ଓ ତୃତୀୟ ସ୍ଥାନରେ ରାଉରକେଲାର ଇସ୍ପାତ ଜେନେରାଲ ହସ୍ପିଟାଲ ରହିଛି। ବୁଧବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କାୟାକଳ୍ପ ସମ୍ମାନ ପ୍ରଦାନ ସମାରୋହରେ ଏ ସମ୍ପର୍କରେ ଘୋଷଣା କରାଯିବା ସହ ପୁରସ୍କୃତ କରାଯାଇଛି।

ଖଣି ଅଞ୍ଚଳ ଗାଁ ପାଇଁ ବିଶୁଦ୍ଧ ପାନୀୟ ଜଳ

ଖଣି ଅଞ୍ଚଳ ଗାଁ ପାଇଁ ବିଶୁଦ୍ଧ ପାନୀୟ ଜଳ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ରାଜ୍ୟର ୩ଟି ଖଣି ପ୍ରଭାବିତ ଜିଲାର ୨୯୩ ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ଏନେଇ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ମୋଟ ୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ସମ୍ପର୍କରେ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ(ଓଏମ୍‌ବିଏଡିସି)ର ଆର୍ଥିକ ସହଯୋଗରେ ଭୂପୃଷ୍ଠ ଜଳକୁ ବିଶୋଧନ କରାଯାଇ ଯାଜପୁର, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲାର ପ୍ରଭାବିତ ଗାଁଗୁଡିକୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯିବ।

ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଜୋତା ଫିଙ୍ଗିବା ଘଟଣା: ରିପୋର୍ଟ ତଲବ କଲେ ମୁଖ୍ୟ ନିର୍ବାଚନ କମିଶନ

ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଜୋତା ଫିଙ୍ଗିବା ଘଟଣା: ରିପୋର୍ଟ ତଲବ କଲେ ମୁଖ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର, ୨୧।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚ ଉପରକୁ ଜୋତା ଫିଙ୍ଗାଯିବା ଓ ନିର୍ବାଚନରେ ଟଙ୍କା ବଣ୍ଟାଯିବା ନେଇ ମୁଖ୍ୟ ନିର୍ବାଚନ କମିଶନ ବୁଧବାର ରିପୋର୍ଟ ତଲବ କରିଛନ୍ତି। ବିଜେଡି ଏମ୍‌ପି ପିନାକୀ ମିଶ୍ର ଏହି ସୂଚନା ଦେଇଛନ୍ତି।

ଲୁଟେରାଙ୍କ କବ୍‌ଜାରେ ରାଜ୍ୟ ରାଜପଥ: ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ସାଢ଼େ ୫ ଲକ୍ଷ ଲୁଟ

ଲୁଟେରାଙ୍କ କବ୍‌ଜାରେ ରାଜ୍ୟ ରାଜପଥ: ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ସାଢ଼େ ୫ ଲକ୍ଷ ଲୁଟ

ଖଣ୍ଡପଡା,୨୧।୨(ସ୍ବ.ପ୍ର.): ବାଘମାରୀ-ଦଶପଲ୍ଲା ରାଜ୍ୟ ରାଜପଥ ଏବେ ଲୁଟେରାଙ୍କ ଚରାଭୂଇଁ ପାଲଟିଛି। ଉକ୍ତ ଅଞ୍ଚଳରେ କେବଳ ରାତିରେ ନୁହେଁ ଦିନରେ ମଧ୍ୟ ଲୁଟେରାମାନେ ସକ୍ରିୟ ହୋଇ ମାରଣାସ୍ତ୍ର ଦେଖାଇ ଲୁଟ କରୁଥିବା ଅଭିଯୋଗ ହେଉଛି। ଏହି କ୍ରମରେ ବୁଧବାର କଣ୍ଟିଲୋ ଅଞ୍ଚଳର ଜଣେ ବ୍ୟବସାୟୀଙ୍କଠାରୁ ମୋବାଇଲ ସହ ସାଢ଼େ ୫ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ଆଚାର୍ଯ୍ୟ ଜୟନ୍ତୀ ଅବସରରେ ଶୋଭାଯାତ୍ରା

ଆଚାର୍ଯ୍ୟ ଜୟନ୍ତୀ ଅବସରରେ ଶୋଭାଯାତ୍ରା

ପୁରୀ ଅଫିସ, ୨୧।୨: ଆଚାର୍ଯ୍ୟ ହରିହର ବ୍ୟାୟାମ ଓ କ୍ରୀଡାନୁଷ୍ଠାନ ଏବଂ ଆଚାର୍ଯ୍ୟ ହରିହର ବିଦ୍ୟାନିକେତନର ମିଳିତ ଆନୁକୂଲ୍ୟରେ ହରିହରଙ୍କ ୧୪୦ ତମ ଜୟନ୍ତୀ ବୁଧବାର ଅନୁଷ୍ଠିତ ହୋଇଯାଇଛି।

ବରଯାତ୍ରୀ ଭ୍ୟାନ୍‌-ଟ୍ରକ୍‌ ଧକ୍କା: ୨ ମୃତ, ୨୪ ଆହତ

ବରଯାତ୍ରୀ ଭ୍ୟାନ୍‌-ଟ୍ରକ୍‌ ଧକ୍କା: ୨ ମୃତ, ୨୪ ଆହତ

ଜୁନାଗଡ, ୨୧।୨(ଡି.ଏନ୍‌.ଏ/ସ୍ବ.ପ୍ର.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ କାଲୋପଲା ନିକଟରେ ୨୬ନଂ ଜାତୀୟ ରାଜପଥ ଉପରେ ମଙ୍ଗଳବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ବ୍ୟାଣ୍ଡପାର୍ଟି ସହ ବରଯାତ୍ରୀକୁ ଧରି ନେଉଥିବା ପିକ୍‌ଅପ୍‌ ଭ୍ୟାନ ସହ ଏକ ଟ୍ରକର ମୁହଁ।ମୁହଁ ଧକ୍କା ହୋଇଛି। ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ଜୟପାଟଣା ବ୍ଲକ ମୁଖିଗୁଡା ପଞ୍ଚାୟତ ମଇପାଣି ଗ୍ରାମର ଗୌତମ ଚଣ୍ଡୀ ଓ ହୃଦାନନ୍ଦ ପୁଟେଲ। ଦୁର୍ଘଟଣାରେ ୨୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ବିଜେପୁର ବିକାଶ ପାଇଁ ବିଜେଡିକୁ ସୁଯୋଗ ମିଳୁ: ମୁଖ୍ୟମନ୍ତ୍ରୀ

ବିଜେପୁର ବିକାଶ ପାଇଁ ବିଜେଡିକୁ ସୁଯୋଗ ମିଳୁ: ମୁଖ୍ୟମନ୍ତ୍ରୀ

ବରଗଡ ଅଫିସ, ୨୧।୨: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଗାଇସିଲଟ ପହଞ୍ଚିଛନ୍ତି। ସ୍ଥାନୀୟ ଗଣେଶ ଦାସ ପଡିଆଠାରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥିନୀ ରିତା ସାହୁଙ୍କ ଉଦ୍ଦେଶ୍ୟରେ ଆୟୋଜିତ ପ୍ରଚାର ସଭାରେ ଯୋଗ ଦେଇଛନ୍ତି। ଏହି ଅବସରରେ ନବୀନ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ରିତା ସାହୁଙ୍କୁ ତାଙ୍କର ସମର୍ଥନ ଅଛି। ଏବେ ବିଜେପୁରବାସୀଙ୍କର ସହଯୋଗ ଦରକାର। ବିଜେପୁର ବିକାଶ ନିମନ୍ତେ ଚଳିତ ନିର୍ବାଚନରେ ବିଜେଡିକୁ ସୁଯୋଗ ଦିଆଯାଉ।

ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାର ନିରବ ପ୍ରତିବାଦ

ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାର ନିରବ ପ୍ରତିବାଦ

ଜୁନାଗଡ଼, ୨୧।୨(ସ୍ବ.ପ୍ର.): ବିଜେପୁର ଉପ ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ କୁମ୍ଭାରୀଠାରେ କରାଯାଇଥିବା ଆକ୍ରମଣକୁ ବିରୋଧକରି ବିଜେଡି ପକ୍ଷରୁ ପୁରୁଣା ବସ ଷ୍ଟାଣ୍ଡ ଗାନ୍ଧୀ ମୂର୍ତ୍ତିଠାରେ ବୁଧବାର ନିରବ ପ୍ରତିବାଦ କରାଯାଉଛି।