ରାଜ୍ୟ | ବାଲେଶ୍ୱର

ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଅଣ୍ଡା ମାଡ଼: ଭାଜପାର ୨ ମହିଳା କର୍ମୀ ଗିରଫ

ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଅଣ୍ଡା ମାଡ଼: ଭାଜପାର ୨ ମହିଳା କର୍ମୀ ଗିରଫ
ଭୋଗରାଇ, ୩୧।୧(ଡି.ଏନ.ଏ.)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବାଲେଶ୍ୱର ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେ ପ୍ରଥମେ ଖଇରା, ବାଲେଶ୍ୱରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଭୋଗରାଇ ତାଳସାରୀଠାରେ ପହଞ୍ଚି ବେଳାଭୂମି ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ସଭାମଞ୍ଚରେ ବକ୍ତବ୍ୟ ରଖୁଥିବା ବେଳେ ବ୍ୟାରିକେଡ୍‌ ପୂର୍ବପଟରୁ ଭାଜପା ମହିଳା କର୍ମୀ ସଭାମଞ୍ଚକୁ ଅଣ୍ଡା ଫିଙ୍ଗିଥିଲେ। ଏହି ସମୟରେ ସୁରକ୍ଷାକର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଘେରି ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦେହରେ ଅଣ୍ଡା ବାଜି ନ ଥିଲେ ମଧ୍ୟ ତିନୋଟି ଅଣ୍ଡା ମଞ୍ଚ ସମ୍ମୁଖ ଏବଂ ସୁରକ୍ଷାକର୍ମୀଙ୍କ ହାତରେ ପଡ଼ିଥିଲା। ପୋଲିସ ଘଟଣାସ୍ଥଳରୁ ୨ଜଣ ମହିଳାଙ୍କୁ ଗିରଫ କରିଥିଲା। ଅପରପକ୍ଷରେ ମହିଳାଙ୍କ ଗିରଫ ଘଟଣାରେ ଭାଜପା ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି। ଭାଜପା ନେତା ପରେଶ ଚନ୍ଦ୍ର ନାୟକ, ମଣ୍ଡଳ ସଭାପତି ସୁନୀଲ କର ଓ ଯୁବନେତା ମାନସ ମହାନ୍ତି ପ୍ରମୁଖ ଛାମୁଆ ନେତା ମହିଳାଙ୍କୁ ପୋଲିସ୍‌ ଦୁର୍ବ୍ୟବହାର ପ୍ରଦର୍ଶନ ସହ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି। ଯୁବ ଭାଜପା ନେତା ଦିଲୀପ କାମିଳାଙ୍କୁ ପୋଲିସ୍‌ ରାତିଅଧିଆ ବିନା କାରଣରେ ଗିରଫ କରିବା ସହ କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଚେତେଇ ଦେବାକୁ ଅଣ୍ଡା ମାଡ଼ ଦ୍ୱାରା ପ୍ରତିବାଦ କରାଗଲା ବୋଲି ଭାଜପା ନେତାମାନେ ପ୍ରକାଶ କରିଛନ୍ତି।
All Right Reserved By

ରାଜ୍ୟ | ବାଲେଶ୍ୱର

ପୂର୍ଣ୍ଣ ଓ ପ୍ରତ୍ୟକ୍ଷ ଅନୁଦାନ ଦାବି: ବ୍ଲକ ଗ୍ରାଣ୍ଟ ସ୍କୁଲ କଲେଜ ମିଳିତ ମଞ୍ଚ ପକ୍ଷରୁ ପାଟଣା ବ୍ଲକରେ ବାଇକ୍‌ ରାଲି

ପୂର୍ଣ୍ଣ ଓ ପ୍ରତ୍ୟକ୍ଷ ଅନୁଦାନ ଦାବି: ବ୍ଲକ ଗ୍ରାଣ୍ଟ ସ୍କୁଲ କଲେଜ ମିଳିତ ମଞ୍ଚ ପକ୍ଷରୁ ପାଟଣା ବ୍ଲକରେ ବାଇକ୍‌ ରାଲି

ପାଟଣା,୧୯।୯(ସ୍ବ.ପ୍ର.): ରାଜ୍ୟ ବ୍ଲକ ଗ୍ରାଣ୍ଟ ସ୍କୁଲ କଲେଜ ମିଳିତ ମଞ୍ଚ ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କ ଆହ୍ବାନରେ ବୁଧବାର ପାଟଣା ଓ ସାହାରପଡ଼ା ବ୍ଲକର  ବ୍ଲକ ଗ୍ରାଣ୍ଟ ପ୍ରାପ୍ତ ଶିକ୍ଷକ, ଅଧ୍ୟାପକ, କର୍ମଚାରୀମାନେ   ବୁଧବାର ଏକ ବିରାଟ ମୋଟର ସାଇକେଲ ରାଲିରେ ବାହାରିଥିଲେ। ସେମାନେ ପାଟଣା ମୁଖ୍ୟାଳୟ ସ୍ଥିତ  ପରମେଶ୍ୱର ମହାଦେବ ମନ୍ଦିରଠାରୁ   ବାହାରି  ବିଭିନ୍ନ ପଞ୍ଚାୟତ ପରିକ୍ରମା କରିଛନ୍ତି।

୨୩ରେ ଓଡ଼ିଆ ବିଶ୍ବବିଦ୍ୟାଳୟ ଶିଳାନ୍ୟାସ ଉତ୍ସବ: ପ୍ରସ୍ତୁତି ଆରମ୍ଭ

୨୩ରେ ଓଡ଼ିଆ ବିଶ୍ବବିଦ୍ୟାଳୟ ଶିଳାନ୍ୟାସ ଉତ୍ସବ: ପ୍ରସ୍ତୁତି ଆରମ୍ଭ

ସାକ୍ଷୀଗୋପାଳ, ୧୯।୯(ଡି.ଏନ୍‌.ଏ.): ଓଡ଼ିଆ ଭାଷା, ସାହିତ୍ୟ ଓ ସ୍ବାଧୀନତା ଆନ୍ଦୋଳନଠାରୁ ପରାଧୀନ ଭାରତରେ ଶିକ୍ଷା, ସଂସ୍କାର ଓ ସେବାର ଅନ୍ତୁଡିଶାଳ ପଞ୍ଚସଖାଙ୍କ ସତ୍ୟବାଦୀ ବନ ବିଦ୍ୟାଳୟ ନିକଟରେ ଐତିହାସିକ ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବ। 

ପିଜି ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ ଘଟଣା: ଗିରଫ ପରେ ଅଭିଯୁକ୍ତ କୋର୍ଟଚାଲାଣ

ପିଜି ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ ଘଟଣା: ଗିରଫ ପରେ ଅଭିଯୁକ୍ତ କୋର୍ଟଚାଲାଣ

ବ୍ରହ୍ମପୁର ଅଫିସ, ୧୯।୯: ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ପିଜି ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ବୈଦ୍ୟନାଥପୁର ଥାନା ପୋଲିସ କମାପଲୀଖଳା ସାହିର ଜଣେ ଯୁବକଙ୍କୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ସେ ହେଲେ ପିଣ୍ଟୁ ଦୋରା। 

ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି: ନବ ନିର୍ମାଣ  ସେନା ପକ୍ଷରୁ ଶୋଭାଯାତ୍ରା

ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି: ନବ ନିର୍ମାଣ ସେନା ପକ୍ଷରୁ ଶୋଭାଯାତ୍ରା

ବାସୁଦେବପୁର,୧୯।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ନବ ନିର୍ମାଣ  ସେନା ପକ୍ଷରୁ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଛି। ଏହା ଏ.ବି.କଲେଜ ଫାଟକ ସମ୍ମୁଖରୁ ବାହାରି ବାସୁଦେବପୁର ସହର ପରିକ୍ରମା କରିଛି।

ଖେଳୁଥିବା ବେଳେ ପୋଖରୀରେ ପଡ଼ି ୨ ଶିଶୁପୁତ୍ରଙ୍କ ମୃତ୍ୟୁ, ଉତ୍ତରବାହା ଗ୍ରାମରେ ଶୋକାକୂଳ ପରିବେଶ

ଖେଳୁଥିବା ବେଳେ ପୋଖରୀରେ ପଡ଼ି ୨ ଶିଶୁପୁତ୍ରଙ୍କ ମୃତ୍ୟୁ, ଉତ୍ତରବାହା ଗ୍ରାମରେ ଶୋକାକୂଳ ପରିବେଶ

ତିହିଡ଼ି,୧୯।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ଅଚକ ପଞ୍ଚାୟତ ଅଧୀନ ଉତ୍ତରବାହା ଗ୍ରାମରେ ବୁଧବାର ପୂର୍ବାହ୍ନରେ ଏକ ଅଘଟଣ ଘଟିଛି। ଗ୍ରାମର ୨ଜଣ ଶିଶୁ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ସେମାନେ ହେଲେ ଗଣେଷ ମଲ୍ଲିକଙ୍କ ପୁଅ ସ୍ବାଗତ(୩) ଓ ସଞ୍ଜିତ ମଲ୍ଲିକଙ୍କ ପୁଅ ସମରଜିତ୍‌(୩)। 

ଚିଲିକାରେ ହେଲିକପ୍ଟର ଉଡ଼ାଣ ଘଟଣା: ହାଜର ହେଲେ ଇମ୍ଫାର ୫ଜଣିଆ ଟିମ୍‌, ଆସିଲେନି ବୈଜୟନ୍ତ ଓ ୨ ସହଯାତ୍ରୀ

ଚିଲିକାରେ ହେଲିକପ୍ଟର ଉଡ଼ାଣ ଘଟଣା: ହାଜର ହେଲେ ଇମ୍ଫାର ୫ଜଣିଆ ଟିମ୍‌, ଆସିଲେନି ବୈଜୟନ୍ତ ଓ ୨ ସହଯାତ୍ରୀ

ପୁରୀ ଅଫିସ, ୧୯।୯: ଚିଲିକା ଉପରେ ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡା ହେଲିକପ୍ଟର ଉଡ଼ାଇବା ଘଟଣାରେ ଇମ୍ଫାର ଏକ ୫ ଜଣିଆ ଟିମ୍‌ ବୁଧବାର ପୁରୀ ସଦର ଥାନାକୁ ଆସି ଅରଖକୁଦା ସାମୁଦ୍ରୀକ ଥାନା ଅଧିକାରୀଙ୍କ ନିକଟରେ ହାଜର ହୋଇଛନ୍ତି। ହେଲିକପ୍ଟର ଉଡ଼ାଣ  ସମ୍ପର୍କରେ ସେମାନେ ସବିଶେଷ ତଥ୍ୟ ରଖିଥିବା ଜଣାପଡ଼ିଛି।

୯୫ ବର୍ଷରେ ବି ମିଳୁନି ବାର୍ଦ୍ଧକ୍ୟ ଭତ୍ତା: ଆବେଦନ କଲେ ବି କର୍ଣ୍ଣପାତ କରୁ ନାହାନ୍ତି ଅଧିକାରୀ

୯୫ ବର୍ଷରେ ବି ମିଳୁନି ବାର୍ଦ୍ଧକ୍ୟ ଭତ୍ତା: ଆବେଦନ କଲେ ବି କର୍ଣ୍ଣପାତ କରୁ ନାହାନ୍ତି ଅଧିକାରୀ

ମୋରଡ଼ା,୧୯।୯: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକର ଗଡ଼ିଘାଟି ପଞ୍ଚାୟତ ଅଧୀନ ବରହମ୍‌ପୁରା ଗ୍ରାମରେ ଅଧିକାଂଶ ବୃଦ୍ଧାବୃଦ୍ଧଙ୍କ ପାଇଁ ଭତ୍ତା ସାତସପନ ପାଲଟିଛି। ଏହି ଗ୍ରାମର ତିଳୋତ୍ତମା ସାମଲଙ୍କ ବୟସ ୯୫। ଏବେ ସେ ଠିକ୍‌ ଭାବେ ଚାଲି ପାରୁ ନାହାନ୍ତି। ବାଡ଼ି ହିଁ ତାଙ୍କ ସାହାରା ପାଲଟିଛି। ହେଲେ ଆଜି ପର୍ଯ୍ୟନ୍ତ ସେ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି।

ଭିଜିଲାନ୍ସ ଜାଲରେ ଆଦିବାସୀ ଉନ୍ନୟନ ସଂସ୍ଥାର କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଆଦିବାସୀ ଉନ୍ନୟନ ସଂସ୍ଥାର କନିଷ୍ଠ ଯନ୍ତ୍ରୀ

ବ୍ରହ୍ମପୁର ଅଫିସ,୧୯।୯: ଆୟ ବହିର୍ଭୁତ ସମତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଜିଲା ଗୁଣୁପୁର ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର କନିଷ୍ଠ ଯନ୍ତ୍ରୀ ଗଗନ ବିହାରୀ ପତିଙ୍କ ଘରେ ବୁଧବାର ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।

ଅନ୍ତୁଡ଼ିଶାଳରେ ଅସୁରକ୍ଷିତ ଅଲିଭ୍‌ରିଡ୍‌ଲେ: ଟ୍ରଲର ଆସୋସିଏଶନ ସହ ବନ ବିଭାଗ କର୍ତ୍ତୃପକ୍ଷଙ୍କ କୋଟି କୋଟି ଟଙ୍କାର  ଡିଲ

ଅନ୍ତୁଡ଼ିଶାଳରେ ଅସୁରକ୍ଷିତ ଅଲିଭ୍‌ରିଡ୍‌ଲେ: ଟ୍ରଲର ଆସୋସିଏଶନ ସହ ବନ ବିଭାଗ କର୍ତ୍ତୃପକ୍ଷଙ୍କ କୋଟି କୋଟି ଟଙ୍କାର ଡିଲ

କେନ୍ଦ୍ରାପଡ଼ା ଅଫିସ, ୧୯।୯-ସାମୁଦ୍ରିକ କଇଁଛ ଅଲିଭ୍‌ରିଡଲେଙ୍କ ଅନ୍ତୁଡିଶାଳ ଭାବେ ପରିଚିତ ଜାତୀୟ ଉଦ୍ୟାନ ଭିତରକନିକାସ୍ଥିତ ଗହୀରମଥା ଏବେ ଅସୁରକ୍ଷିତ ହୋଇପଡ଼ିଛି। ଗହୀରମଥାକୁ ନିରାପଦ ସ୍ଥାନ ଭାବି ଯୋଜନ ଯୋଜନ ପଥ ଅତିକ୍ରମ କରି ଅଲିଭ୍‌ରିଡଲେ କଇଁଛ ଏଠାକୁ ଅଣ୍ଡାଦାନ କରିବାକୁ ଆସିଥାନ୍ତି। ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରତି ବର୍ଷ ନଭେମ୍ବର ୧ରୁ ମେ ୩୧ ପର୍ଯ୍ୟନ୍ତ ଗହୀରମଥାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥାଏ। 

ପ୍ଲାଷ୍ଟିକ ନିଷେଧ ଲାଗି ସଚେତନତା ଶୋଭାଯାତ୍ରା

ପ୍ଲାଷ୍ଟିକ ନିଷେଧ ଲାଗି ସଚେତନତା ଶୋଭାଯାତ୍ରା

ପୁରୀ ଅଫିସ, ୧୯ା୯: ଅକ୍ଟୋବର ୨ରୁ ରାଜ୍ୟ ସରକାର ପ୍ଲାଷ୍ଟିକ ବ୍ୟବହାରକୁ ନିଷିଦ୍ଧ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ଲାଷ୍ଟିକ ଓ ପଲିଥିନର ବିକ୍ରୟ ଓ ବ୍ୟବହାର ବନ୍ଦ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।

ଚିଲିକାରେ ହେଲିକପ୍ଟର ଉଡ଼ାଣ ଘଟଣା: ବୈଜୟନ୍ତଙ୍କ ସମେତ ୩ ଜଣଙ୍କୁ ନୋଟିସ

ଚିଲିକାରେ ହେଲିକପ୍ଟର ଉଡ଼ାଣ ଘଟଣା: ବୈଜୟନ୍ତଙ୍କ ସମେତ ୩ ଜଣଙ୍କୁ ନୋଟିସ

ପୁରୀ ଅଫିସ, ୧୯ା୯: ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ କରି ହରଡ଼ଘଣାରେ ପଡିଛନ୍ତି ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡା। ଉକ୍ତ ହେଲିକପ୍ଟରରେ ବୈଜୟନ୍ତ ପାଇଲଟ ଥିବାବେଳେ ତାଙ୍କ ସହ ଅଭିଜିତ ଆୟର ମିତ୍ର ଏବଂ ଆରତୀ ଟିକୋ ରହିଥିଲେ। ବୁଧବାର ମଧ୍ୟାହ୍ନ ୧୨ଟା ବେଳେ କେସ୍‌ର ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ପୁରୀ ପୋଲିସ ଉକ୍ତ ୩ ଜଣଙ୍କୁ ନୋଟିସ ଜାରି କରିଛି। 

ଶ୍ରୀମନ୍ଦିର ଅଞ୍ଚଳରେ ଉଡ଼ିଛି ବୈଜୟନ୍ତଙ୍କ ଚୋପର: ସିଂହଦ୍ୱାର ଥାନାରେ ୨ ଏତଲା

ଶ୍ରୀମନ୍ଦିର ଅଞ୍ଚଳରେ ଉଡ଼ିଛି ବୈଜୟନ୍ତଙ୍କ ଚୋପର: ସିଂହଦ୍ୱାର ଥାନାରେ ୨ ଏତଲା

ପୁରୀ ଅଫିସ, ୧୯ା୯: ଚିଲିକା ଉପରେ ହେଲିକପ୍ଟର ଉଡାଣ ଘଟଣାର ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି। ଉକ୍ତ ହେଲିକପ୍ଟରରେ ବୈଜୟନ୍ତଙ୍କ ସହ ଥିବା ଅଭିଜିତ ଆୟର ମିତ୍ର ତାଙ୍କ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରିଥିବା ଭିଡିଓରୁ ଏହି ସୂଚନା ମିଳିଛି। ଶ୍ରୀମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟମନ୍ଦିର ଉପରେ ହେଲିକପ୍ଟର ଉଡାଣ କରୁଥିବା ଭିଡିଓକୁ ସେ ଟୁଇଟରରେ ଅପଲୋଡ କରିଛନ୍ତି।