ରାଜ୍ୟ |

ଆଇନ ଅନୁଯାୟୀ ମୁଁ ବିରୋଧୀ ଦଳ ନେତାର ମାନ୍ୟତା ହରାଇଛି: ନରସିଂହ

ଆଇନ ଅନୁଯାୟୀ ମୁଁ ବିରୋଧୀ ଦଳ ନେତାର ମାନ୍ୟତା ହରାଇଛି: ନରସିଂହ
ଭୁବନେଶ୍ୱର, ୩୧।୧(ବ୍ୟୁରୋ): ସୁନ୍ଦରଗଡ ବିଧାୟକ ଯୋଗେଶ ସିଂହ ହାଇକୋର୍ଟଙ୍କ ଦ୍ୱାରା ମଙ୍ଗଳବାର ଅଯୋଗ୍ୟ ଘୋଷିତ ହେବା ପରେ ବିରୋଧୀ ଦଳର ନେତା ହେବାର ମାନ୍ୟତା ହରାଇଥିବା ନରସିଂହ ମିଶ୍ର ପ୍ରକାଶ କହିଛନ୍ତି। ବିରୋଧୀ ଦଳ ନେତା ହେବା ପାଇଁ ଏକ ଦଶମାଂଶ ସିଟ୍‌ ଅର୍ଥାତ୍‌ ୧୫ଜଣ ବିଧାୟକଙ୍କର ଆବଶ୍ୟକତା ରହିଛି। ମାତ୍ର ଯୋଗେଶଙ୍କ ପଦକୁ ରଦ୍ଦ କରାଯିବା ପରେ କଂଗ୍ରେସର ବିଧାୟକ ସଂଖ୍ୟା ୧୪କୁ ଖସି ଆସିଛି। ତେଣୁ ଆଇନ ଅନୁଯାୟୀ ସେ ବିରୋଧୀ ଦଳ ନେତା ହେବାର ମାନ୍ୟତା ହରାଇଛନ୍ତି ବୋଲି ବୁଧବାର ନରସିଂହ ମତ ପ୍ରକାଶ କରିଛନ୍ତି। ତେବେ ଏହା ତାଙ୍କର ବ୍ୟକ୍ତିଗତ ମତ। ସରକାର ଏନେଇ କ’ଣ ନିଷ୍ପତ୍ତି ନେବେ ତାହା ସେ ଜାଣନ୍ତି ନାହିଁ। ହାଇକୋର୍ଟଙ୍କ ରାୟ ବିରୋଧରେ ଯୋଗେଶ ସୁପ୍ରିମକୋର୍ଟ ଯିବାପରେ ଏବଂ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଦେବାପରେ କିଛି ଅସୁବିଧା ହେବ ନାହିଁ ବୋଲି ମଧ୍ୟ ନରସିଂହ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୪ ନିର୍ବାଚନରେ କଂଗ୍ରେସ ୧୬ଟି ଆସନରେ ଜିତିଥିଲା। ସୁବଳ ସାହୁଙ୍କ ମୃତ୍ୟୁ ପରେ ଏହି ସଂଖ୍ୟା ୧୫କୁ ଖସି ଆସିଥିଲା। ମଙ୍ଗଳବାର ମିଥ୍ୟା ଜାତିଗତ ପ୍ରମାଣପତ୍ରକୁ ନେଇ ଯୋଗେଶଙ୍କୁ ହାଇକୋର୍ଟ ଅଯୋଗ୍ୟ ଘୋଷଣା କରିବା ପରେ ଏହି ସଂଖ୍ୟା କମି ୧୪ ହୋଇଛି।
All Right Reserved By

ରାଜ୍ୟ |

ଗ୍ରୀନ୍‌ପିସ ଇଣ୍ଡିଆର ଅଧ୍ୟକ୍ଷ ହେଲେ ବିଶ୍ୱଜିତ ମହାନ୍ତି

ଗ୍ରୀନ୍‌ପିସ ଇଣ୍ଡିଆର ଅଧ୍ୟକ୍ଷ ହେଲେ ବିଶ୍ୱଜିତ ମହାନ୍ତି

ଭୁବନେଶ୍ୱର, ୨୦।୮(ବ୍ୟୁରୋ)- ବେଙ୍ଗାଲୁରୁସ୍ଥିତ ଗ୍ରୀନପିସ୍‌ ଇଣ୍ଡିଆର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ପରିବେଶବିତ୍‌ ଡ. ବିଶ୍ୱଜିତ୍‌ ମହାନ୍ତି। ପ୍ରଥମ ଓଡ଼ିଆ ଭାବେ ସେ ଏହି ଅନ୍ତର୍ଜାତୀୟ ସ୍ତରୀୟ ଏନ୍‌ଜିଓର ଅଧ୍ୟକ୍ଷ ହେବାରେ ଗୌରବ ଅର୍ଜନ କରିଛନ୍ତି। 

ବସ୍‌ରୁ ଓହ୍ଲାଇବାବେଳେ ଦୁର୍ଘଟଣା,  ବୃଦ୍ଧ ମୃତ

ବସ୍‌ରୁ ଓହ୍ଲାଇବାବେଳେ ଦୁର୍ଘଟଣା, ବୃଦ୍ଧ ମୃତ

ବରଗଡ଼ ଅଫିସ୍‌,୨୦।୮-
୬ ନମ୍ବର ଜାତୀୟ ରାଜପଥର ବରଗଡ଼ ଜିଲା ଅତାବିରା ଥାନା ସୁକୁଟାପାଲି ଛକଠାରେ ସୋମବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ରୁ ଓହ୍ଲାଉଥିବା ସମୟରେ ଜଣେ ବୃଦ୍ଧଙ୍କୁ ଅନ୍ୟ ଏକ ଗାଡ଼ି ଧକ୍କା ଦେଇଛି। ଘଟଣାସ୍ଥଳରେ ହିଁ ବୃଦ୍ଧଙ୍କ ଜୀବନ ଯାଇଛି।

ଗଇଲୋ ଘାଟିରେ ଦୁର୍ଘଟଣା : ଓଲଟିଲା ୪୦୭ ଗାଡି, ଶିଶୁ ସମେତ ୧୨ ଆହତ

ଗଇଲୋ ଘାଟିରେ ଦୁର୍ଘଟଣା : ଓଲଟିଲା ୪୦୭ ଗାଡି, ଶିଶୁ ସମେତ ୧୨ ଆହତ

ଦେବଗଡ଼,୨୦।୮(ସ୍ବ.ପ୍ର.) 
ଶ୍ରାବଣ ମାସ ଶେଷ ସୋମବାର ଶୁଭ ସକାଳରେ ଦେବଗଡ଼ ଜିଲା ତିଲେଇବଣି ବ୍ଲକ ଗଇଲୋ ଘାଟି ରାସ୍ତାରେ ଘଟିଛି ଅଶୁଭ ଘଟଣା। ଏକ ୪୦୭ ଗାଡ଼ି (ନଂ.ଓଡି-୨୮-ଇ-୨୨୫୪) ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିଟି ଓଲଟି ପଡ଼ିବାରୁ ଜଣେ ଶିଶୁଙ୍କ ସମେତ ୧୨ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କ ପରିଚୟ ମିଳିଛି। ସେମାନେ ହେଲେ ତୁଳା ରାଉତ(୪୫), ଗୌରୀ ରାଉତ(୧୪), ପଦ୍ମିନୀ ଅଢା (୨୨),  ୪ ବର୍ଷର ଶିଶୁ ଲଭଲୀ ଅଢା, ଈଶ୍ୱରୀ ଦେହୁରୀ(୧୫), ବବିତା ମିଞ୍ଜ୍‌ ‌(୧୮), ନାଗେଶ୍ୱରୀ ଅଢା(୧୭), ରୀତା ଦେହୁରୀ(୧୪), ପ୍ରମିଳା ପ୍ରଧାନ(୬୦), ତରସିୟସ ବାଡା(୧୯), କାର୍ମିଲା ବାଡା(୧୫), ସୁନିତା କାଲୋ(୧୭)। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି। ଆହତ ଶିଶୁ ଲଭଲୀ, ତାଙ୍କ ମା ପଦ୍ମିନୀ, ନାଗେଶ୍ୱରୀ ଅଢା ଏବଂ ଈଶ୍ୱରୀ ଅଢାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

କେରଳରେ ବନ୍ୟା:  ଦିନକର ଦରମା ଦେଲେ ଓଡ଼ିଶା ଆଇଏଏସ୍‌, ଆଇପିଏସ୍‌ ସଂଘ

କେରଳରେ ବନ୍ୟା: ଦିନକର ଦରମା ଦେଲେ ଓଡ଼ିଶା ଆଇଏଏସ୍‌, ଆଇପିଏସ୍‌ ସଂଘ

ଭୁବନେଶ୍ୱର, ୨୦।୮(ବ୍ୟୁରୋ): ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ସଂଘ, ଓଡ଼ିଶା ପକ୍ଷରୁ କେରଳ ବନ୍ୟା ପୀଡ଼ିତଙ୍କ ଲାଗି ଗୋଟିଏ ଦିନର ଦରମା ଦାନ କରାଯାଇଛି। ସୋମବାର ମଧ୍ୟାହ୍ନରେ ସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି। 

ସୁଶାନ୍ତ ଧଳସାମନ୍ତଙ୍କୁ ୫୦ ହଜାର ଜରିମାନା ସହ ୫ ବର୍ଷ ଜେଲ ଦଣ୍ଡ

ସୁଶାନ୍ତ ଧଳସାମନ୍ତଙ୍କୁ ୫୦ ହଜାର ଜରିମାନା ସହ ୫ ବର୍ଷ ଜେଲ ଦଣ୍ଡ

କଟକ ଅଫିସ, ୨୦।୮: ପୋଲିସକୁ ଆକ୍ରମଣ ମାମଲାରେ କଟକ ବିଡାନାସୀ ଥାନାରେ ସୁଶାନ୍ତ ଧଳସାମନ୍ତଙ୍କ ନାଁରେ ଏକ ମାମଲା ରହିଥିଲା। 

ଗୁଆଲିରେ ୫ଜଙ୍ଗଲୀ ହାତୀଙ୍କ ଉତ୍ପାତ: ମକା ଚାଷ ନଷ୍ଟ କଲେ, ଭାଙ୍ଗିଲେ ଘର

ଗୁଆଲିରେ ୫ଜଙ୍ଗଲୀ ହାତୀଙ୍କ ଉତ୍ପାତ: ମକା ଚାଷ ନଷ୍ଟ କଲେ, ଭାଙ୍ଗିଲେ ଘର

ବଡ଼ବିଲ,୨୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ବନାଞ୍ଚଳ ତଥା ରୁଗୁଡ଼ି ଥାନା ଅନ୍ତର୍ଗତ ଗୁଆଲି ଗ୍ରାମରେ ସୋମବାର ସକାଳେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ୫ଟି ଜଙ୍ଗଲୀ ହାତୀ ଗ୍ରାମରେ ପଶି ଆସି ଜଣେ ଗ୍ରାମବାସୀଙ୍କ ଘର, ଅନ୍ୟଜଣଙ୍କ ପାଚେରୀ ଭାଙ୍ଗିଥିବାବେଳେ, ୮ ଜଣଙ୍କ ମକାଚାଷକୁ ନଷ୍ଟ କରିଥିବା ଜଣାପଡ଼ିଛି। ଖବର ପାଇ ବନ ବିଭାଗ କର୍ମଚାରୀମାନେ ଗ୍ରାମରେ ପହଞ୍ଚିଛନ୍ତି। 

ପ୍ରାକ୍‌ ନିର୍ବାଚନୀ ହିଂସା: ବିଜେବି କଲେଜରେ ୨ ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ୫ ଆହତ

ପ୍ରାକ୍‌ ନିର୍ବାଚନୀ ହିଂସା: ବିଜେବି କଲେଜରେ ୨ ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ୫ ଆହତ

ଭୁବନେଶ୍ୱର, ୨୦।୮(ବ୍ୟୁରୋ): ଆଗକୁ ନିର୍ବାଚନ। ଏହା ପୂର୍ବରୁ  ବିଜେବି କଲେଜରେ ଉତ୍ତେଜନା ଦେଖିବାକୁ ମିଳିଛି। ୨ ଛାତ୍ର ଗୋଷ୍ଠୀ ସୋମବାର ସକାଳେ ମୁହାଁମୁହିଁ ହୋଇଛନ୍ତି। 

ଛାତ୍ରୀଙ୍କୁ ପାଠ ପଢ଼ାଇଲେ ଚିତ୍ରକୋଣ୍ଡା ବିଧାୟକ

ଛାତ୍ରୀଙ୍କୁ ପାଠ ପଢ଼ାଇଲେ ଚିତ୍ରକୋଣ୍ଡା ବିଧାୟକ

ମାଥିଲି,୨୦।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ବଳଦିଆଗୁଡ଼ା ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗ ବାଳିକା ବିଦ୍ୟାଳୟରେ ସୋମବାର ଚିତ୍ରକୋଣ୍ତା ବିଧାୟକ ଡମ୍ବରୁ ଶିଶା ଛାତ୍ରୀଙ୍କୁ ପାଠ ପଢାଇଛନ୍ତି । ଏଥିସହ ସେ ଛାତ୍ରୀମାନଙ୍କ ସମସ୍ୟା ପଚାରି ବୁଝିବା ସହ ଭଲ ପାଠ ପଢ଼ିବାକୁ ପରାମର୍ଶ ଦେଇଥିଲେ। 

ଶ୍ରାବଣ ଶେଷ ସୋମବାର: ଲୋକନାଥ ପୀଠରେ ୧୭ ହଜାର କାଉଡ଼ିଆ

ଶ୍ରାବଣ ଶେଷ ସୋମବାର: ଲୋକନାଥ ପୀଠରେ ୧୭ ହଜାର କାଉଡ଼ିଆ

ପୁରୀ ଅଫିସ,୨୦।୮: ଶ୍ରାବଣ ମାସର ଶେଷ ସୋମବାର। ଜଳଲାଗି ପାଇଁ ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥଙ୍କ ମନ୍ଦିରରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ଜମିଛି। ରାଜ୍ୟର ବିଭିନ୍ନ ନଦୀରୁ ଜଳ ଆଣି ଶ୍ରୀଲୋକନାଥଙ୍କୁ ୧୭ ହଜାର କାଉଡ଼ିଆ ଜଳଲାଗି କରିଛନ୍ତି।

ପାଣି ଜମି ଜାତୀୟ ରାଜପଥରେ ଗର୍ତ୍ତ: ୫ ଘଣ୍ଟା ଧରି ଅଟକି ରହିଛି ହଜାର ହଜାର ଯାନବାହନ

ପାଣି ଜମି ଜାତୀୟ ରାଜପଥରେ ଗର୍ତ୍ତ: ୫ ଘଣ୍ଟା ଧରି ଅଟକି ରହିଛି ହଜାର ହଜାର ଯାନବାହନ

ବଅଁରପାଳ,୨୦।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡସରଠାରେ ୫୫ନଂ ଜାତୀୟ ରାଜପଥରୁ ପାଣି ନିଷ୍କାସନ ହୋଇପାରୁନାହିଁ। ରାସ୍ତାରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। 

ମାଥିଲି ବ୍ଲକ ଅଞ୍ଚଳରେ ବନ୍ୟା: ପାଙ୍ଗାମା, କିଆଙ୍ଗ ବ୍ରିଜ ଉପରେ ବନ୍ୟାଜଳ, ୬ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

ମାଥିଲି ବ୍ଲକ ଅଞ୍ଚଳରେ ବନ୍ୟା: ପାଙ୍ଗାମା, କିଆଙ୍ଗ ବ୍ରିଜ ଉପରେ ବନ୍ୟାଜଳ, ୬ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

ମାଥିଲି, ୨୦।୮(ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ମାଓବାଦୀପ୍ରବଣ ତଥା ଦୁର୍ଗମ ଅଞ୍ଚଳରେ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି। ପ୍ରବଳ ବର୍ଷାରେ ବ୍ଲକର ୬ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି।

 ଅବପାତ ରୂପ ନେଲା ଲଘୁଚାପ: ୪୮ ଘଣ୍ଟା ପ୍ରବଳ ବର୍ଷିବ

ଅବପାତ ରୂପ ନେଲା ଲଘୁଚାପ: ୪୮ ଘଣ୍ଟା ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୦ା୮(ବ୍ୟୁରୋ) ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପ ନେଇଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।