ଖେଳ |

ରାଇଡୁ ୨ଟି ମ୍ୟାଚ୍‌ରୁ ବାସନ୍ଦ

ରାଇଡୁ ୨ଟି ମ୍ୟାଚ୍‌ରୁ ବାସନ୍ଦ
ହାଇଦ୍ରାବାଦ, ୩୧।୧- ହାଇଦ୍ରାବାଦ୍‌ ରଣଜୀ ଦଳର ଅଧିନାୟକ ଅମ୍ବାତି ରାଇଡୁଙ୍କୁ ୨ଟି ମ୍ୟାଚ୍‌ରୁ ବାସନ୍ଦ କରାଯାଇଛି। ବିଶୃଙ୍ଖଳା ଗତ କାରଣରୁ ତାଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ବୁଧବାର ଏପରି ଦଣ୍ଡାଦେଶ ଦିଆଯାଇଛି। ଏହି ଦଣ୍ଡାଦେଶକୁ ସେ ସ୍ବୀକାର କରିଛନ୍ତି। ଏଣୁ ଆଗାମୀ ୫ ତାରିଖଠାରୁ ଆରମ୍ଭ ହେବାକୁ ଥିବା ବିଜୟ ହଜାରେ ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚ୍‌ରୁ ରାଇଡୁ ବାଦ୍‌ ପଡ଼ିବା ନିଶ୍ଚିତ। ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଶେଷ ହୋଇଥିବା ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟର କର୍ନାଟକ ଓ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ରାଇଡୁ ଶୃଙ୍ଖଳା ଭଙ୍ଗ କରିଥିଲେ। ଏହି ମ୍ୟାଚ୍‌ରେ କର୍ନାଟକ ବ୍ୟାଟିଂ କରୁଥିବାବେଳେ ହାଇଦ୍ରାବାଦ୍‌ ଖେଳାଳି ମେହଦି ହାସନ ଏକ ଚୌକାକୁ ରୋକିବାକୁ ଉଦ୍ୟମ କରୁଥିବାବେଳେ ସେ ବାଉଣ୍ଡାରି ଲାଇନ୍‌ ସ୍ପର୍ଶ କରିଥିଲେ। କିନ୍ତୁ ଫିଲ୍ଡ ଅମ୍ପାୟର ଉଲହାସ ଗାନ୍ଧେ ଏହାକୁ ଚୌକା ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ କର୍ନାଟକ ଅଧିନାୟକ ବିନୟ କୁମାର ଅମ୍ପାୟରଙ୍କୁ ଏ ସମ୍ପର୍କରେ ଜଣାଇବା ପରେ ହାଇଦ୍ରାବାଦ୍‌ ପିଛା କରୁଥିବା ୨୦୩ ରନ୍‌ର ଟାର୍ଗେଟରେ ୨ ରନ୍‌ ବୃଦ୍ଧି କରାଯାଇଥିଲା। ପରେ ହାଇଦ୍ରାବାଦ୍‌ ଧାର୍ଯ୍ୟ ଓଭର୍‌ରେ ୯ ଉଇକେଟ୍‌ ହରାଇ ୨୦୩ ରନ୍‌ କରିଥିଲା। ଏଥିଯୋଗୁୁ ରାଇଡୁ ସୁପର ଓଭର୍‌ ପାଇଁ ଦାବି କରିଥିଲେ। ମାତ୍ର ଏହାକୁ ଅମ୍ପାୟର ଖାରଜ କରିଥିଲେ। ପରେ ମ୍ୟାଚ୍‌ ଅମ୍ପାୟର ଗାନ୍ଧେ, ଅଭିଜିତ୍‌ ଦେଶମୁଖ ଓ ୩ୟ ଅମ୍ପାୟର ଅନିଲ ଦାନ୍ଦେକର ରାଇଡୁଙ୍କ ନାମରେ ବିଶୃଙ୍ଖଳା ଅଭିଯୋଗ ଆଣିଥିଲେ।
All Right Reserved By

ଖେଳ |

କୋଚ୍‌ଙ୍କୁ ଛାଡ଼ିଲେ କର୍ବର

କୋଚ୍‌ଙ୍କୁ ଛାଡ଼ିଲେ କର୍ବର

ବର୍ଲିନ, ୧୭ା୧୦ (ଏ.ଏଫ୍‌.ପି.)- ଓ୍ବିମ୍ବେଲଡନ ଚାମ୍ପିୟନ ଆଞ୍ଜେଲିକ୍‌ କର୍ବରଙ୍କର ତାଙ୍କ କୋଚ୍‌ ଓ୍ବିମ୍‌ ଫିସେଟ୍‌ଙ୍କ ସହ ବିଚ୍ଛେଦ ଘଟିଛି। ଖେଳାଳିଙ୍କ ନିକଟତମ ମହଲରୁ ଏହା ଜଣାପଡ଼ିଛି। ଫିସେଟଙ୍କ ତତ୍ତ୍ୱାବଧାନରେ କର୍ବର ସିଜନ ଆରମ୍ଭରୁ ଭଲ ପ୍ରଦର୍ଶନ କରିଆସିଛନ୍ତି। ମାତ୍ର ଭବିଷ୍ୟତକୁ ନେଇ ମତପାର୍ଥକ୍ୟ ଯୋଗୁ ତାଙ୍କୁ ଏହି ପଦକ୍ଷେପ ନେବାକୁ ପଡ଼ିଛି। କିମ୍‌ କ୍ଲାଇଷ୍ଟର୍ସ (୨୦୦୯-୧୧), ବର୍ତ୍ତମାନ ବିଶ୍ୱର ନମ୍ବର ଓ୍ବାନ୍‌ ସିମୋନା ହାଲେପ (୨୦୧୪) ଏବଂ ଭିକ୍ଟୋରିଆ ଆଜାରେଙ୍କା (୨୦୧୫-୧୬)ଙ୍କ କୋଚ ଭାବେ କାର୍ଯ୍ୟ କରିଥିବା ଫିସେଟ୍‌ ୨୦୧୭ ନଭେମ୍ବରରେ କର୍ବରଙ୍କ ସହିତ ଯୋଗଦାନ କରିଥିଲେ। ଏହି ବେଲିଜିଆନଙ୍କ ସହିତ ୩୦ ବର୍ଷୀୟ କର୍ବର ୨୦୧୬ରେ ନମ୍ବର ଓ୍ବାନ୍‌ ର଼୍ୟାଙ୍କିଙ୍ଗ ହାସଲ କରିପାରିଥିଲେ। ବର୍ତ୍ତମାନ କିନ୍ତୁ ସେ ୩ନମ୍ବର ସ୍ଥାନରେ ଅଛନ୍ତି। ଓ୍ବିମ୍ବେଲଡନ ଜିତିବା ପୂର୍ବରୁ ସେ ଅଷ୍ଟ୍ରେଲିଆନ ଓପନ ସେମିଫାଇନାଲରେ ପ୍ରବେଶ କରିଥିଲେ।

ଭିନୁ ମଙ୍କଡ ଟ୍ରଫି: ବିହାର, ଉତ୍ତରାଖଣ୍ଡ, ନାଗାଲାଣ୍ଡ ବିଜୟୀ

ଭିନୁ ମଙ୍କଡ ଟ୍ରଫି: ବିହାର, ଉତ୍ତରାଖଣ୍ଡ, ନାଗାଲାଣ୍ଡ ବିଜୟୀ

ଭୁବନେଶ୍ୱର, ୧୭।୧୦(ସ୍ପୋଟର୍‌ସ ବ୍ୟୁରୋ)- ୧୯ ବର୍ଷରୁ କମ୍‌ ଭିନୁ ମଙ୍କଡ ଟ୍ରଫିରେ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ୍‌ଗୁଡିକରେ ବିହାର, ଉତ୍ତରାଖଣ୍ଡ ଓ ନାଗାଲାଣ୍ଡ ବିଜୟ ହାସଲ କରିଛନ୍ତି। କିଟ୍‌ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ବିହାର ୨୭୭ ରନରେ ସିକ୍କିମ୍‌କୁ ହରାଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂକରି ବିହାର ପୀୟୂଷ କୁମାରଙ୍କ ୧୪୫ ରନର ଶତକୀୟ ପାଳି ବଳରେ ୫୦ ଓଭରରେ ୨ ଉଇକେଟ ହରାଇ ୩୫୪ ରନ ସଂଗ୍ରହ କରିଥିଲା। ଜବାବରେ ସିକ୍କିମ ୮ ଉଇକେଟ ହରାଇ ୭୭ ରନରେ ସୀମିତ ରହି ପରାସ୍ତ ହୋଇଥିଲା। 

୮ ଫୁଟ୍‌ ଉଚ୍ଚତା ବିଶିଷ୍ଟ ହକି ବିଶ୍ୱକପ୍‌ ଟ୍ରଫି ପ୍ରତିକୃତି ଉନ୍ମୋଚିତ

୮ ଫୁଟ୍‌ ଉଚ୍ଚତା ବିଶିଷ୍ଟ ହକି ବିଶ୍ୱକପ୍‌ ଟ୍ରଫି ପ୍ରତିକୃତି ଉନ୍ମୋଚିତ

ଭୁବନେଶ୍ୱର, ୧୬।୧୦(ସ୍ପୋଟର୍‌ସ ବ୍ୟୁରୋ)- ହକି ବିଶ୍ୱକପ୍‌ ଆରମ୍ଭ ହେବାକୁ ଆଉ ମାତ୍ର କେତେ ସପ୍ତାହ ବାକିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ହକିକୁ ନେଇ କ୍ରେଜ୍‌ ବଢିବାରେ ଲାଗିଛି। ମଙ୍ଗଳବାର ସ୍ଥାନୀୟ ୟୁନିଟ-୨ ମାର୍କେଟ ବିଲ୍ଡିଂରେ ୮ ଫୁଟ ଉଚ୍ଚତା ବିଶିଷ୍ଟ ଏକ ବିଶ୍ୱକପ୍‌ ଟ୍ରଫି ଉନ୍ମୋଚିତ ହୋଇଛି। ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଏହି ବିଶାଳକାୟ ଟ୍ରଫିକୁ ଉନ୍ମୋଚିତ କରିଥିଲେ। ବିଶ୍ୱକପ୍‌ ଆରମ୍ଭ ହେବା ପର୍ଯ୍ୟନ୍ତ ଅର୍ଥାତ୍‌ ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ପ୍ରଶଂସକମାନେ ଏହି ଟ୍ରଫିକୁ ପାଖରୁ ଦେଖିବାର ସୁଯୋଗ ହାସଲ କରିବେ। 

ଆଇ ଲିଗ୍‌: ଇଣ୍ଡିଆନ ଆରୋଜର ନୂଆ ଘରୋଇ ସହର ଭୁବନେଶ୍ୱର

ଆଇ ଲିଗ୍‌: ଇଣ୍ଡିଆନ ଆରୋଜର ନୂଆ ଘରୋଇ ସହର ଭୁବନେଶ୍ୱର

ଭୁବନେଶ୍ୱର,୧୭।୧୦(ସ୍ପୋଟର୍‌ସ ବ୍ୟୁରୋ)- ଆଇ ଲିଗ୍‌ର ଆଗାମୀ ୨୦୧୮-୧୯ ସିଜନ ପାଇଁ ଜଣାଶୁଣା କ୍ଳବ୍‌ ଇଣ୍ଡିଆନ ଆରୋଜ୍‌ ଭୁବନେଶ୍ୱରକୁ ତା’ର ଘରୋଇ ସହର ରୂପେ ବାଛିଛି। ମଙ୍ଗଳବାର ଦଳ ତା’ର ପ୍ରଥମ କ୍ୟାମ୍ପ ପାଇଁ ଭୁବନେଶ୍ୱରରେ ପହଞ୍ଚିଛି। ୨୦୧୭ରେ ଖେଳାଯାଇଥିବା ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ରେ ଭାରତୀୟ ଦଳ ପାଇଁ ପ୍ରତିନିଧିତ୍ୱ କରିଥିବା ଫୁଟବଲରମାନଙ୍କ ସମେତ ଅନ୍ୟ ଖେଳାଳିମାନେ ମଧ୍ୟ ଆରୋଜ ଦଳରେ ସାମିଲ ରହିଛନ୍ତି। ଏହି ଖେଳାଳିମାନେ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଏକାଡେମୀର ଗ୍ରାଜୁଏଶନ କରିଛନ୍ତି। ଏହି ଦଳ ଆଗାମୀ ହିରୋ ଆଇ ଲିଗ୍‌ରେ ଇଣ୍ଡିଆନ ଆରୋଜ ହିସାବରେ ଅଂଶଗ୍ରହଣ କରିବ। 

ଓ୍ବେଷ୍ଟଇଣ୍ଡିଜ କୋଚ୍‌ ଷ୍ଟୁଆର୍ଟ ଲ ଦୁଇଟି ଦିନିକିଆରୁ ବାସନ୍ଦ

ଓ୍ବେଷ୍ଟଇଣ୍ଡିଜ କୋଚ୍‌ ଷ୍ଟୁଆର୍ଟ ଲ ଦୁଇଟି ଦିନିକିଆରୁ ବାସନ୍ଦ

ହାଇଦ୍ରାବାଦ, ୧୭।୧୦(ପି.ଟି.)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଓ୍ବେଷ୍ଟଇଣ୍ଡିଜ୍‌ କୋଚ୍‌ ଷ୍ଟୁଆର୍ଟ ଲଙ୍କୁ ମଙ୍ଗଳବାର ଦୁଇଟି ଦିନିକିଆରୁ ବାସନ୍ଦ କରିଛି। ଫଳରେ ସେ ଭାରତ ବିପକ୍ଷ ଆଗାମୀ ଦୁଇଟି ଦିନିକିଆ ମ୍ୟାଚ୍‌ରେ ଦାୟିତ୍ୱରେ ରହିବେ ନାହିଁ। ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଲଜ୍ଜାଜନକ ଭାବେ ପରାସ୍ତ ହେବା ପରେ ସେ ମ୍ୟାଚ୍‌ ଅଫିସିଆଲଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଆଇସିସି ଆଚରଣବିଧୀ ଉଲ୍ଲଂଘନ କରିବା ସହ ବାସନ୍ଦାଦେଶର ସମ୍ମୁଖୀନ ହୋଇଛନ୍ତି। ଷ୍ଟୁଆର୍ଟଙ୍କ ଉପରେ ମ୍ୟାଚ୍‌ ଫି’ର ଶତପ୍ରତିଶତ ଜରିମାନା ଧାର୍ଯ୍ୟ କରାଯାଇଛି।

ଦିନିକିଆ ଦଳକୁ ଉମେଶଙ୍କ ପ୍ରତ୍ୟାବର୍ତ୍ତନ

ଦିନିକିଆ ଦଳକୁ ଉମେଶଙ୍କ ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ,୧୬।୧୦(ପି.ଟି.)- ଦ୍ରୁତ ବୋଲର ଉମେଶ ଯାଦବ ଦିନିକିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ୧୦ ଉଇକେଟ ସଫଳତା ପାଇବା ପରେ ତାଙ୍କୁ ଦିନିକିଆ ଦଳରେ ସ୍ଥାନ ମିଳିଛି। ଆହତ ହୋଇଥିବା ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁରଙ୍କ ବଦଳରେ ତାଙ୍କୁ ଏହି ସୁଯୋଗ ମିଳିଛି। ଆଗକୁ ଖେଳାଯିବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ଦିନିକିଆର ସିରିଜର ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ ଚୟନକର୍ତ୍ତାମାନେ ଦଳ ଘୋଷଣା କରିଥିଲେ। ତେବେ ଆହତ ହେବାରୁ ଠାକୁର ପୂରା ସିରିଜରୁ ବାଦ ପଡିଛନ୍ତି। 

ଦ୍ୱିତୀୟ ଟେଷ୍ଟ: ପାକିସ୍ତାନ ୨୮୨ରେ ଅଲଆଉଟ୍‌

ଦ୍ୱିତୀୟ ଟେଷ୍ଟ: ପାକିସ୍ତାନ ୨୮୨ରେ ଅଲଆଉଟ୍‌

ଆବୁଧାବି,୧୬।୧୦ (ଏଏଫ୍‌ପି)- ସ୍ଥାନୀୟ ଶେଖ ଜାୟେଦ ଷ୍ଟାଡିୟମରେ ପାକିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ଟସ୍‌ ଜିତି ପାକିସ୍ତାନ ପ୍ରଥମ ଇନିଂସରେ ଓପନର ଫକାର ଜମାନ ଓ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କ ଅର୍ଦ୍ଧଶତକୀୟ ପାଳି ସହ ୮୧ ଓଭରରେ ୨୮୨ ରନ କରି ଅଲଆଉଟ ହୋଇଛି। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ଅଷ୍ଟ୍ରେଲିଆ ପ୍ରଥମ ଦିନ ଖେଳ ଶେଷସୁଦ୍ଧା ପ୍ରାରମ୍ଭିକ ବପର୍ଯ୍ୟୟର ସମ୍ମୁଖୀନ ହୋଇ ୭ ଉଭରରେ ଦୁଇ ଉଇକେଟ ହରାଇ ୨୦ ରନ ସଂଗ୍ରହ କରିଛି।  ୮ ଉଇକେଟ ହାତରେ ଥାଇ ଅଷ୍ଟ୍ରେଲିଆ ୨୬୨ ରନ ପଛରେ ରହିଛି। ଷ୍ଟମ୍ପ ଅପସାରଣ ବେଳକୁ ଓପନର ଅରୋନ ଫିଞ୍ଚ୍‌ ୧୩ ରନ କରି ଅପରାଜିତ ରହିଛନ୍ତି। ପ୍ରଥମ ଟେଷ୍ଟରେ ଦମ୍‌ଦାର ପ୍ରଦର୍ଶନ କରିଥିବା ତାରକା ଓପନର ଉସ୍‌ମାନ ଖ୍ବାଜା ୩ ଓ ପିଟର ସିଡଲ ୪ ରନ କରି ମହମ୍ମଦ ଆବାସଙ୍କ ଦ୍ୱାରା ଆଉଟ ହୋଇ ପ୍ୟାଭିଲିୟନ ଫରିଛନ୍ତି। 

୫୦୦୦ ମି. ରେସ୍‌ରେ ପାନଓ୍ବାରଙ୍କୁ ରୌପ୍ୟ

୫୦୦୦ ମି. ରେସ୍‌ରେ ପାନଓ୍ବାରଙ୍କୁ ରୌପ୍ୟ

ବୁଏନ୍ସ ଏରିଜ,୧୬।୧୦ (ପି.ଟି.)- ସୁରାଜ ପାନଓ୍ବାର ଚଳିତ ୟୁଥ ଅଲିମ୍ପିକ୍ସର ୫୦୦୦ ମି. ରେସ୍‌ ଓ୍ବାକ ଇଭେଣ୍ଟରେ ରୌପ୍ୟ ପଦକ ଜିତି ଆଥ୍‌ଲେଟିକ୍ସ ବିଭାଗରେ ଭାରତର ପଦକ ଖାତା ଖୋଲିଛନ୍ତି

ପ୍ରଥମ ରାଉଣ୍ଡରୁ ସିନ୍ଧୁ ବିଦା

ପ୍ରଥମ ରାଉଣ୍ଡରୁ ସିନ୍ଧୁ ବିଦା

ଓଡେନସେ(ଡେନମାର୍କ),୧୬।୧୦(ପି.ଟି.)- ଭାରତୀୟ  ଷ୍ଟାର ମହିଳା ଶଟଲର ପି. ଭି. ସିନ୍ଧୁ ଏଠାରେ ଚାଲିଥିବା ଡେନମାର୍କ ଓପନରେ ବିପର୍ଯ୍ୟୟର ଶିକାର ହୋଇଛନ୍ତି। ସେ ପ୍ରଥମ ରାଉଣ୍ଡରେ ପରାଜୟ ସହ ଟୁର୍ନାମେଣ୍ଟର ବିଦାୟ ନେଇଛନ୍ତି। 

ସାଇ କୋଚ୍‌ଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ,୧୬।୧୦- ସ୍ଥାନୀୟ ସ୍ପୋଟର୍‌ସ ଅଥ୍‌ରିଟି ଅଫ୍‌ ଇଣ୍ଡିଆ (ସାଇ) କେନ୍ଦ୍ରରେ ୧୩ ବର୍ଷୀୟ ବାଳିକା ଆଥ୍‌ଲେଟଙ୍କୁ ଦୁର୍ବ୍ୟବହାର କରି ବିତାଡ଼ିତ ହୋଇଥିବା ସିନିୟର କବାଡ଼ି କୋଚ୍‌ ରୁଦ୍ରାପ୍ପା ଭି ହୋସାମାନି ଆତ୍ମହତ୍ୟା କରିଛନ୍ତି। ପୋଲିସ ତାଙ୍କ ମୃତଦେହକୁ ସୋମବାର ଠାବ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। 

ସଚିନଙ୍କ ରେକର୍ଡ ଭାଙ୍ଗିବେ କୋହଲି

ସଚିନଙ୍କ ରେକର୍ଡ ଭାଙ୍ଗିବେ କୋହଲି

ନୂଆଦିଲ୍ଲୀ,୧୬।୧୦- ଭାରତୀୟ ଅଧିନାୟକ ବିରାଟ କୋହଲି ଆଗାମୀ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ନିକଟରେ ରହିଛନ୍ତି। ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଦିନିକିଆ ଇତିହାସରେ ସର୍ବାଧିକ ରନ୍‌ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ ହେବା ଲାଗି କୋହଲିଙ୍କୁ ୧୮୬ ରନ୍‌ ଦରକାର।

ମାଲଟା କ୍ଲବ ପକ୍ଷରୁ ବୋଲ୍ଟଙ୍କୁ ପ୍ରସ୍ତାବ

ମାଲଟା କ୍ଲବ ପକ୍ଷରୁ ବୋଲ୍ଟଙ୍କୁ ପ୍ରସ୍ତାବ

ସିଡ୍‌ନୀ,୧୬।୧୦-  ସ୍ପ୍ରିଣ୍ଟ କିଙ୍ଗ୍‌ ଉସେନ ବୋଲ୍ଟ ୟୁରୋପରେ ଫୁଟ୍‌ବଲ ଖେଳିପାରନ୍ତି। ତାଙ୍କୁ ମାଲଟା ଫୁଟ୍‌ବଲ କ୍ଲବ ପକ୍ଷରୁ ଦୁଇ ବର୍ଷଲାଗି ଚୁକ୍ତି ପ୍ରସ୍ତାବ ଦିଆଯାଇଛି। ଏ ନେଇ ମଙ୍ଗଳବାର ସୂଚନା ମିଳିଛି।