Dharitri News
ଅନ୍ତର୍ଜାତୀୟ |

ଆଫଗାନୀସ୍ତାନର ୭୦ ପ୍ରତିଶତ ଅଞ୍ଚଳରେ ତାଲିବାନ ସକ୍ରୀୟ

 ଆଫଗାନୀସ୍ତାନର ୭୦ ପ୍ରତିଶତ ଅଞ୍ଚଳରେ ତାଲିବାନ ସକ୍ରୀୟ ଓ୍ବାଶିଂଟନ, ୩୧।୧: ଆଫଗାନୀସ୍ତାନର ୭୦ ପ୍ରତିଶତ ଅଞ୍ଚଳରେ ତାଲିବାନ ଆତଙ୍କବାଦୀ ସକ୍ରୀୟ ରହିଛନ୍ତି ବୋଲି ଆମେରିକା ପକ୍ଷରୁ ସୂଚିତ କରାଯାଇଛି। ଗତ ୧୬ ବର୍ଷ ଧରି ଆଫଗାନୀସ୍ତାନ ସରକାର ଓ ତାଲିବାନ ମଧ୍ୟରେ ଗୃହଯୁଦ୍ଧ ଜାରି ରହିଛି। ଆଫଗାନୀସ୍ତାନ ସରକାର ଦେଶର ୩୦ ପ୍ରତିଶତ ଅଞ୍ଚଳକୁ ନିଜ ନିୟନ୍ତ୍ରଣରେ ରଖିପାରିଛନ୍ତି। ତେବେ ଏଥିପାଇଁ ଆଫାଗାନୀସ୍ତାନ ସରକାରଙ୍କୁ ଅଧିକ ସହାୟତାର ଆବଶ୍ୟକତା ରହିଛି ବୋଲି ଆମେରିକା କହିଛି। ଗୃହଯୁଦ୍ଧ ଯୋଗୁ ଦେଶର ବିକାଶ ବାଧାପ୍ରାପ୍ତ ହେବା ସହିତ ସାଧାରଣ ଜନତାଙ୍କ ଜୀବନ ବିପର୍ଯ୍ୟସ୍ତ ହୋଇପଡିଥିବା ଆମେରିକା ସୂଚିତ କରିଛି।

ଅନ୍ତର୍ଜାତୀୟ |

ଆଫଗାନୀସ୍ତାନରେ ସୁରକ୍ଷାବଳ-ତାଲିବାନ ମୁହାଁମୁହିଁ: ୯ ପୋଲିସ କର୍ମଚାରୀ ମୃତ

ଆଫଗାନୀସ୍ତାନରେ ସୁରକ୍ଷାବଳ-ତାଲିବାନ ମୁହାଁମୁହିଁ: ୯ ପୋଲିସ କର୍ମଚାରୀ ମୃତ

କାବୁଲ, ୨୦।୨: ଆଫଗାନୀସ୍ତାନରେ ସୁରକ୍ଷାବଳ ଓ ତାଲିବାନ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୯ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଦେଶର ପଶ୍ଚିମ ଓ ପୂର୍ବ ପ୍ରାନ୍ତରେ ଜାରି ରହିଥିବା ସର୍ଚ୍ଚ ଅପରେଶନ ସମୟରେ ଏହା ଘଟିଥିବା ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି। ଏଥିରେ ୧୩ ଜଣ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି।

 ପାକିସ୍ତାନରେ ଉପନିବେଶ ସ୍ଥାପନ କରୁଛି ଚାଇନା

ପାକିସ୍ତାନରେ ଉପନିବେଶ ସ୍ଥାପନ କରୁଛି ଚାଇନା

ଇସଲାମାବାଦ୍‌, ୨୦।୨: ଚାଇନା ପାକିସ୍ତାନରେ ଉପନିବେଶ ସ୍ଥାପନ କାର୍ଯ୍ୟ ତ୍ୱରାନ୍ବିତ କରିବାରେ ଲାଗିଛି। ସମ୍ପ୍ରତି ପାକିସ୍ତାନ ସିନେଟ୍‌ରେ ଚାଇନାର ମନ୍ଦାରିନ୍‌ ଭାଷାକୁ କେତେକ କାର୍ଯ୍ୟାଳୟରେ ବ୍ୟବହାର ପାଇଁ ସ୍ବୀକୃତି ଦିଆଯାଇଛି। ଚାଇନାରେ କୈଟୋନିଜ୍‌ ତଥା ଅନ୍ୟ କେତେକ ଭାଷା ବହୁଳ ଭାବେ ପ୍ରଚଳିତ ହୋଇଥାଏ। ତେବେ ଅଧିକ ଲୋକ ମନ୍ଦାରିନ୍‌ ଭାଷାରେ ହିଁ କଥାବାର୍ତ୍ତା ହୋଇଥାନ୍ତି।

 ସିରିଆରେ ବାୟୁସେନାର ବୋମାମାଡ଼: ଶହେରୁ ଅଧିକ ମୃତ

ସିରିଆରେ ବାୟୁସେନାର ବୋମାମାଡ଼: ଶହେରୁ ଅଧିକ ମୃତ

ଦାମାସ୍‌କସ୍‌, ୨୦।୨: ସିରିଆରେ ଆତଙ୍କବାଦୀଙ୍କ ବିରୋଧରେ ସରକାରଙ୍କ ପକ୍ଷରୁ ଅପରେଶନ ଜାରି ରହିଛି। ବାୟୁସେନା ପକ୍ଷରୁ ଦାମାସ୍‌କସ୍‌ ନିକଟରେ ଥିବା ଇଷ୍ଟର୍ଣ୍ଣ ଘୋୟୁଟ୍‌ ଅଞ୍ଚଳରେ ହୋଇଥିବା ବୋମାମାଡରେ ଶହେରୁ ଅଧିକ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୩୨୫ରୁ ଅଧିକ ଲୋକ ଆହତ ହୋଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚିତ କରାଯାଇଛି। ଗତ ଡିସେମ୍ବରଠାରୁ ଦେଶରେ ଆତଙ୍କବାଦୀ ବିରୋଧି ଅପରେଶନରେ ୫ ଶହରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ ହଜାରରୁ ଅଧିକ ଲୋକ ଆହତ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।

ମେକ୍ସିକୋରେ ଭୂକମ୍ପ

ମେକ୍ସିକୋରେ ଭୂକମ୍ପ

ମେକ୍ସିକୋ, ୧୯।୨: ମେକ୍ସିକୋରେ ସୋମବାର ସକାଳେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୧ ଥିଲା ବୋଲି ଆମେରିକା ପାଣିପାଗ ବିଭାଗ ପକ୍ଷରୁ ସୂଚିତ କରାଯାଇଛି। ଭୂକମ୍ପର କେନ୍ଦ୍ର ଓକ୍ସାକାର ପୂର୍ବଠାରୁ ୪୩ କିଲୋମିଟର ଦୂରରେ ତଥା ଭୂଗର୍ଭର ୧୦ କିଲୋମିଟର ତଳେ ଥିଲା ବୋଲି ଅନୁମାନ କରାଯାଉଛି।

ଇମ୍ରାନଙ୍କ ହାଟ୍ରିକ୍‌ ବିବାହ

ଇମ୍ରାନଙ୍କ ହାଟ୍ରିକ୍‌ ବିବାହ

ଲାହୋର, ୧୯।୨: ପାକିସ୍ତାନ କ୍ରିକେଟ ତାରକା ଇମ୍ରାନ୍‌ ଖାଁ ତୃତୀୟ ଥର ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ହେଉଛନ୍ତି ଇମ୍ରାନ୍‌ଙ୍କ ଆଧ୍ୟାତ୍ମିକ ମାଗଦର୍ଶକ ବୁଶ୍ରା ମାନେକା। ବୁଶ୍ରାଙ୍କର ୫ ସନ୍ତାନ ଅଛନ୍ତି।

 ଫେବୃୟାରୀ ୨୧ରେ ସ୍ପେସ୍‌ ଏକ୍ସ ଛାଡିବ ଫାଲକନ୍‌ ୯ ରକେଟ

ଫେବୃୟାରୀ ୨୧ରେ ସ୍ପେସ୍‌ ଏକ୍ସ ଛାଡିବ ଫାଲକନ୍‌ ୯ ରକେଟ

ସାନ୍‌ ଫ୍ରାନ୍ସିସ୍‌କୋ, ୧୯।୨: ଆମେରିକା ଘରୋଇ କମ୍ପାନି ସ୍ପେସ୍‌ ଏକ୍ସ ମହାକାଶକୁ ଫେବୃୟାରୀ ୨୧ରେ ଫାଲକନ୍‌ ୯ ରକେଟ ଛାଡିବ। ଫେବୃୟାରୀ ୧୭ରେ ଏହାକୁ ମହାକାଶକୁ ପ୍ରେରଣ କରାଯିବାର ଯୋଜନା କରାଯାଇଥିଲା। ତେବେ ଏହାର ଉତ୍‌କ୍ଷେପଣ ତାରିଖକୁ ୪ ଦିନ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଫେବୃୟାରୀ ୭ରେ ଏହି କମ୍ପାନୀ ୬୩.୮ ଟନ୍‌ ଓଜନ ୨୩୦ ଫୁଟ୍‌ ଲମ୍ବ ଓ ୪୦ ଫୁଟ୍‌ ପ୍ରସ୍ଥ ବିଶିଷ୍ଟ ଶକ୍ତିଶାଳୀ ରକେଟ୍‌ ଫାଲକନ୍‌ ହେଭିକୁ ମହାକାଶକୁ ପଠାଇଥିଲା।

ସାମାଜିକ କର୍ମୀଙ୍କୁ ମୁକ୍ତ ପାଇଁ କରାଚିରେ ବିକ୍ଷୋଭ

ସାମାଜିକ କର୍ମୀଙ୍କୁ ମୁକ୍ତ ପାଇଁ କରାଚିରେ ବିକ୍ଷୋଭ

ଇସଲାମାବାଦ୍‌, ୧୯।୨: ସାମାଜିକ କର୍ମୀଙ୍କୁ ମୁକ୍ତ କରିବା ପାଇଁ ପାକିସ୍ତାନ କରାଚିରେ ଗିଲଗିଟ୍‌ ବଲ୍ଟିସ୍ତାନ ଯୁବ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେମାନେ ସୋମବାର କରାଚି ପ୍ରେସ୍‌ କ୍ଲବ୍‌ ସମ୍ମୁଖରେ ସରକାର ବିରୋଧୀ ସ୍ଲୋଗାନ୍‌ମାନ ଦେଇଛନ୍ତି।

ଇସ୍ରାଏଲ୍‌ ବିମାନର ବୋମା ମାଡ: ୨ ମୃତ

ଇସ୍ରାଏଲ୍‌ ବିମାନର ବୋମା ମାଡ: ୨ ମୃତ

ଜେରୁଜେଲମ୍‌, ୧୯।୨: ଇସ୍ରାଏଲ୍‌ ବିମାନର ବୋମା ମାଡରେ ଗାଜା ଅଞ୍ଚଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ପାଲେଷ୍ଟାଇନ୍‌ ନାଗରିକ ବୋଲି ଜଣାପଡିଛି। ସେମାନଙ୍କ ବୟସ ୧୭ ବର୍ଷ। ହାମାସ୍‌ ଆତଙ୍କବାଦୀ ଶିବିରକୁ ଲକ୍ଷ୍ୟ କରି ବୋମା ମାଡ କରାଯାଉଥିବାବେଳେ ଏଥିରେ ଏହି ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀ ବିରୋଧୀ ଅପରେଶନ ଅନ୍ତର୍ଗତ ଇସ୍ରାଏଲ୍‌ ୧୮ଟି ହାମାସ୍‌ ଶିବିର ଉପରେ ଆକ୍ରମଣ କରିଛି।

ମୁକୁଳିଲେ ୮୦ ରାଜନୈତିକ ବନ୍ଦୀ

ମୁକୁଳିଲେ ୮୦ ରାଜନୈତିକ ବନ୍ଦୀ

ଖାରଟୋମ୍‌, ୧୯।୨: ସୁଦାନରେ ୮୦ ଜଣ ରାଜନୈତିକ ବନ୍ଦୀଙ୍କୁ ସରକାର ମୁକ୍ତ କରିଛନ୍ତି। ଦେଶରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଉଥିବାରୁ ସାଧାରଣ ଜନତାଙ୍କ ସହିତ ଅନେକ ରାଜନେତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସରକାର ସେମାନଙ୍କୁ ଗିରଫ କରିଥିଲେ।

ଇରାନ ବିମାନ ଦୁର୍ଘଟଣା: ୬୬ ମୃତ

ଇରାନ ବିମାନ ଦୁର୍ଘଟଣା: ୬୬ ମୃତ

ତେହରାନ,୧୮।୨(ପି.ଟି.): ଇରାନର ଏକ ଘରୋଇ ବିମାନ ରବିବାର ସକାଳେ ଦେଶର ଜାଗ୍ରୋସ୍‌ ପାର୍ବତ୍ୟ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ସମସ୍ତ ୬୦ ଯାତ୍ରୀ ଓ ୬ ବିମାନ କର୍ମଚାରୀ ପ୍ରାଣ ହରାଇଛନ୍ତି। ଆସ୍‌ମାନ୍‌ ଏୟାରଲାଇନ୍ସର ଯାତ୍ରୀବାହୀ ବିମାନ ଇପି୩୭୦୪ ରାଜଧାନୀ ତେହେରାନସ୍ଥିତ ମେହରାବାଦ ବିମାନବନ୍ଦରରୁ ସ୍ଥାନୀୟ ସମୟ ସକାଳ ୮ଟାରେ ଉଡାଣ ଆରମ୍ଭ କରିଥିଲା। ତେହେରାନର ୫୦୦ କି.ମି. ଦକ୍ଷିଣରେ ଅବସ୍ଥିତ ୟସୁଜ୍‌ ସହର ଅଭିମୁଖେ ଯାତ୍ରା କରୁଥିବାବେଳେ ଉଡାଣର ୪୫ ମିନିଟ ପରେ ଏହା ରାଡାର ବାହାରକୁ ଚାଲିଯାଇଥିଲା।

ଆମେରିକା ଡ୍ରୋନ୍‌ ଆକ୍ରମଣରେ ୭ ଆଇଏସ୍‌ ଆତଙ୍କବାଦୀ ମୃତ

ଆମେରିକା ଡ୍ରୋନ୍‌ ଆକ୍ରମଣରେ ୭ ଆଇଏସ୍‌ ଆତଙ୍କବାଦୀ ମୃତ

କାବୁଲ,୧୮।୨: ଆଫଗାନିସ୍ତାନର ଉତ୍ତରପୂର୍ବ କୁନାର ଅଞ୍ଚଳରେ ରବିବାର ଆମେରିକାର ଡ୍ରୋନ ଆକ୍ରମଣରେ ୭ ଆଇଏସ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଇରାନ ବିମାନ ଦୁର୍ଘଟଣାଗ୍ରସ୍ତ : ୬୬ ମୃତ

ଇରାନ ବିମାନ ଦୁର୍ଘଟଣାଗ୍ରସ୍ତ : ୬୬ ମୃତ

ତେହେରାନ,୧୮।୨: ଆସେମନ୍‌ ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୬୬ ଜଣଙ୍କର ମୃତ୍ୟୁ ଘଟିଛି। ବିମାନଟି ମଧ୍ୟ ଇରାନର ଏକ ପାହାଡିଆ ଅଞ୍ଚଳରେ ଖସି ପଡିବା ଯୋଗୁ ଦୁର୍ଘଟଣା ଘଟିଛି।