ଜାତୀୟ |

୪ବର୍ଷରେ ରାଜନୈତିକ ଦଳଙ୍କ ପାଣ୍ଠିରେ ୪ଗୁଣା ବୃଦ୍ଧି

୪ବର୍ଷରେ ରାଜନୈତିକ ଦଳଙ୍କ ପାଣ୍ଠିରେ ୪ଗୁଣା ବୃଦ୍ଧି
ନୂଆଦିଲ୍ଲୀ, ୩୧।୧: ଗତ ୪ବର୍ଷ ମଧ୍ୟରେ ଇଲୋକ୍ଟ୍ରାର ଟ୍ରଷ୍ଟ୍‌ ମାଧ୍ୟମରେ ଦେଶର ରାଜନୈତିକ ଦଳ ଗୁଡିକର ପାଣ୍ଠିରେ ୪ ଗୁଣା ବୃଦ୍ଧି ହୋଇଛି। ଏସମ୍ପର୍କରେ ଆସୋସିଏସନ୍‌ ଫର ଡୋମୋକ୍ରାଟିକ୍‌ ରିଫର୍ମ ପକ୍ଷରୁ ଉପସ୍ଥାପନ କରାଯାଇଥିବା ରିପୋର୍ଟରେ ସୂଚିତ କରାଯାଇଛି। ଭାଜପା ଖାତାକୁ ଟ୍ରଷ୍ଟ ମାଧ୍ୟମରେ ସିଂହଭାଗ ଅର୍ଥ ଯାଇଛି। ସଂଗୃହୀତ ପାଣ୍ଠିର ୭୭ ପ୍ରତିଶତ ଭାଜପା ହାତେଇଛି। ଫଳରେ ଏହାର ପାଣ୍ଠି ପରିମାଣ ୪୮୮.୯୪ କୋଟି ଟଙ୍କାରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଭାରତୀୟ ଜାତୀୟ କଂଗ୍ରେସ ଖାତାକୁ ୮୬.୬୫ କୋଟି ଟଙ୍କା ଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। କେନ୍ଦ୍ରୀ ପ୍ରତ୍ୟେକ୍ଷ ଟିକସ ବୋର୍ଡ(ସିବିଡିଟି) ନିକଟରେ ପଞ୍ଜିକୃତ ହୋଇଥିବା ୨୧ଟି ଇଲୋକ୍ଟ୍ରାର ଟ୍ରଷ୍ଟ୍‌ ମଧ୍ୟରୁ ୨୦୧୬-୧୭ରେ ୬ଟି ଟ୍ରଷ୍ଟ ରାଜନୈତିକ ଦଳଗୁଡିକୁ ପାଣ୍ଠି ଯୋଗାଇଛନ୍ତି। ସେମାନଙ୍କ ମଧ୍ୟରେ ପ୍ରୁଡେଣ୍ଟ୍‌ ଇଲୋକ୍ଟ୍ରାର ଟ୍ରଷ୍ଟ୍‌, ଜନତା ନିର୍ବାଚନ ଇଲୋକ୍ଟ୍ରାର ଟ୍ରଷ୍ଟ୍‌, ନିୟୁ ଡେମୋକ୍ରାଟିକ୍‌ ଇଲୋକ୍ଟ୍ରାର ଟ୍ରଷ୍ଟ୍‌, ସମାଜ ଇଲୋକ୍ଟ୍ରାର ଟ୍ରଷ୍ଟ୍‌, ପରିବର୍ତ୍ତନ ଇଲୋକ୍ଟ୍ରାର ଟ୍ରଷ୍ଟ୍‌, ଟ୍ରୁଇମ୍ଫ୍‌ ଇଲୋକ୍ଟ୍ରାର ଟ୍ରଷ୍ଟ୍‌ ଆଦି ରହିଛି। ଏହି ଟ୍ରଷ୍ଟ୍‌ଗୁଡିକ ଯଥାକ୍ରମେ ୨୮୩.୭୫ କୋଟି, ୨୫ କୋଟି, ୧୨.୦୩ କୋଟି, ୪.୦୮ କୋଟି, ୦.୫୧ କୋଟି ଓ ୦.୧୦ କୋଟି ଟଙ୍କାର ପାଣ୍ଠି ଯୋଗାଇ ଦିଆଯାଇଛି। ଏହି ଟ୍ରଷ୍ଟ୍‌ଗୁଡିକୁ ଭାରତୀ ଏୟାର ଟେଲ୍‌, ଏସାର୍‌, ଅଲ୍ଟାଟେକ୍‌ ସିମେଣ୍ଟ, ଗ୍ରାସିମ୍‌ ପ୍ରଭୃତି କର୍ପୋରେଟ୍‌ ସଂସ୍ଥା ଅନୁଦାନ ଯୋଗାଇ ଦେଇଥିବା ରିପୋର୍ଟରେ ଦର୍ଶାଯାଇଛି। ୨୦୧୪, ୨୦୧୫, ୨୦୧୬ ଓ ୨୦୧୭ରେ ଟ୍ରଷ୍ଟ୍‌ଗୁଡିକ ଦ୍ୱାରା ଯଥାକ୍ରମେ ୮୫. ୩୭ କୋଟି, ୧୭୭.୪୦ କୋଟି, ୪୯.୫୦ କୋଟି ଓ ୩୨୫.୨୭ କୋଟି ଟଙ୍କାର ପାଣ୍ଠି ଯୋଗାଡ କରାଯାଇଥିବା ରିପୋର୍ଟରେ କୁହାଯାଇଛି।
All Right Reserved By

ଜାତୀୟ |

ହସ୍ପିଟାଲରୁ ଗର୍ଭବତୀଙ୍କୁ ବାହାର କଲେ କର୍ମଚାରୀ: ରାସ୍ତାରେ ଜନ୍ମ ହେଲା ଶିଶୁ କନ୍ୟା

ହସ୍ପିଟାଲରୁ ଗର୍ଭବତୀଙ୍କୁ ବାହାର କଲେ କର୍ମଚାରୀ: ରାସ୍ତାରେ ଜନ୍ମ ହେଲା ଶିଶୁ କନ୍ୟା

ଲକ୍ଷ୍ନୌ,୨୪।୧: ଉତ୍ତରପ୍ରଦେଶରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ଥାନୀୟ ଜାଲୌନ ଜିଲାର ବାବଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସବ ପାଇଁ ସିରସାରୁ ଆସିଥିବା ଜଣେ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ କର୍ମଚାରୀ ଜୋର୍‌ ଜବରଦସ୍ତ ବାହାରକୁ ତଡ଼ି ଦେଇଥିଲେ। 

ଏଥର କିଏ ହେବେ ସାଧାରଣତନ୍ତ୍ର ଦିବସର ଅତିଥି

ଏଥର କିଏ ହେବେ ସାଧାରଣତନ୍ତ୍ର ଦିବସର ଅତିଥି

ନୂଆଦିଲ୍ଲୀ,୨୪।୧: ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ବା ୨୬ ଜାନୁୟାରୀକୁ ସାରାଦେଶ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରିବାକୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରି ସାରିଛି। ରାଜଧାନୀ ଦିଲ୍ଲୀରେ ଆୟୋଜିତ ପରେଡ ୯୦ ମିନିଟ୍‌ ଅବଧିର ହେବ ବୋଲି ସୂଚନା ମିଳିଛି।

୨ ରୁଷିଆ ଜାହାଜରେ ଅଗ୍ନିକାଣ୍ଡ ଘଟଣା: ୬ ମୃତ ଭାରତୀୟଙ୍କ ମଧ୍ୟରେ ସମ୍ବଲପୁରର ଓଡ଼ିଆ ପୁଅ ସିଦ୍ଧାର୍ଥ

୨ ରୁଷିଆ ଜାହାଜରେ ଅଗ୍ନିକାଣ୍ଡ ଘଟଣା: ୬ ମୃତ ଭାରତୀୟଙ୍କ ମଧ୍ୟରେ ସମ୍ବଲପୁରର ଓଡ଼ିଆ ପୁଅ ସିଦ୍ଧାର୍ଥ

ନୂଆଦିଲ୍ଲୀ/ମସ୍କୋ,୨୪।୧: ରୁଷିଆର ୨ ଜାହାଜରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ମୃତକଙ୍କ ମଧ୍ୟରେ ୬ ଭାରତୀୟ ଥିଲେ। ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଅଛନ୍ତି।

କୁମ୍ଭମେଳାରେ ସନାତନ ଧର୍ମ ଗ୍ରହଣ କଲେ ବିଦେଶୀ ପର୍ଯ୍ୟଟକ

କୁମ୍ଭମେଳାରେ ସନାତନ ଧର୍ମ ଗ୍ରହଣ କଲେ ବିଦେଶୀ ପର୍ଯ୍ୟଟକ

ପ୍ରୟାଗରାଜ,୨୪।୧: ବିଶ୍ୱର ସର୍ବବୃହତ୍ତ ଧାର୍ମିକ କୁମ୍ଭମେଳା ପରିଦର୍ଶନ କରିବାକୁ ଆସିଥିବା ଅନେକ ପର୍ଯ୍ୟଟକ ସନାତନ ଧର୍ମ ଗ୍ରହଣ କରିଥିବା ଜଣାପଡିଛି। ମୋକ୍ଷ ପ୍ରାପ୍ତି ପାଇଁ ଏମାନେ ଏହି ଧର୍ମ ଗ୍ରହଣ କରିଥିବା କୁହାଯାଉଛି। 

୧୪ ବର୍ଷରେ ରାଜନୈତିକ ଦଳଗୁଡ଼ିକୁ ମିଳିଛି ୮ ହଜାର ୭ ଶହ ୨୧ କୋଟି ଗୁପ୍ତଚାନ୍ଦା

୧୪ ବର୍ଷରେ ରାଜନୈତିକ ଦଳଗୁଡ଼ିକୁ ମିଳିଛି ୮ ହଜାର ୭ ଶହ ୨୧ କୋଟି ଗୁପ୍ତଚାନ୍ଦା

ନୂଆଦିଲ୍ଲୀ, ୨୪।୧: ଗତ ୧୪ ବର୍ଷ ମଧ୍ୟରେ ଦେଶର ବିଭିନ୍ନ ରାଜନୈତିକ ଦଳଗୁଡ଼ିକୁ ୮,୭୨୧.୧୪ କୋଟି ଟଙ୍କା ଗୁପ୍ତଚାନ୍ଦା ମିଳିଛି। ୨୦୧୭-୧୮ରେ ଏଭଳି ୬୮୯.୪୪ କୋଟି ଟଙ୍କା ଚାନ୍ଦା ମିଳିଛି। ଏହାମଧ୍ୟରୁ ଭାଜପା ଖାତାକୁ ୮୦ ପ୍ରତିଶତ ଚାନ୍ଦା ଯାଇଛି। 

ରାଷ୍ଟ୍ରୀୟ ବାଳିକା ଦିବସ

ରାଷ୍ଟ୍ରୀୟ ବାଳିକା ଦିବସ

ନୂଆଦିଲ୍ଲୀ,୨୪।୧: ପ୍ରତିବର୍ଷ ଜାନୁୟାରୀ ୨୪କୁ ରାଷ୍ଟ୍ରୀୟ ବାଳିକା ଦିବସ ବା ‘ନ୍ୟାଶନାଲ ଗର୍ଲ ଚାଇଲ୍ଡ ଡେ’ ଭାବେ ପାଳନ କରାଯାଇଥାଏ। ସମାଜରେ ଦିନକୁ ଦିନ ବାଳିକାଙ୍କ ହାର କମିଯାଉଥିବାରୁ ଏହାର ସମାନତା ଉଦ୍ଦେଶ୍ୟରେ ପ୍ରଥମେ ୨୦୦୮ରେ ଏହି ଦିବସ ପାଳନ କରାଯାଇଥିଲା।

ଜେଟଲୀଙ୍କର ହେଲା ଅପରେଶନ

ଜେଟଲୀଙ୍କର ହେଲା ଅପରେଶନ

ନ୍ୟୁୟର୍କ/ନୂଆଦିଲ୍ଲୀ,୨୪।୧: କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କର ମଙ୍ଗଳବାର ଆମେରିକାର ନ୍ୟୁୟର୍କରେ ଅପରେଶନ ହୋଇଛି। ଏହାପରେ ତାଙ୍କୁ ୨ ସପ୍ତାହ ଆରମ ନେବାକୁ ଡାକ୍ତମାନେ ପରାମର୍ଶ ଦେଇଛନ୍ତି। 

ବାବା ରାମଦେବଙ୍କ ବିବାଦୀୟ ବୟାନ

ବାବା ରାମଦେବଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୨୪।୧: ଯୋଗଗୁରୁ ବାବା ରାମଦେବ ଦେଶର ଜନସଂଖ୍ୟାକୁ ନେଇ ବେଶ୍‌ ଚିନ୍ତିତ। ବୁଧବାର ଉତ୍ତର ପ୍ରଦେଶର ଆଲିଗଡ଼ରେ ଥିବା ସମୟରେ ସେ ଏକ ବୟାନ ଦେଇଛନ୍ତି। ଯାହା ଏବେ ବିବାଦୀୟ ହୋଇପଡିଛି। 

ଭୁଶୁଡ଼ିଲା ନିର୍ମାଣଧୀନ ୪ ମହଲା ବିଲ୍ଡିଂ: ମାଟିତଳେ ଦବିଗଲେ ୮ ଜଣ

ଭୁଶୁଡ଼ିଲା ନିର୍ମାଣଧୀନ ୪ ମହଲା ବିଲ୍ଡିଂ: ମାଟିତଳେ ଦବିଗଲେ ୮ ଜଣ

ଗୁରୁଗ୍ରାମ୍‌,୨୪।୧: ହରିୟାଣ ଗୁରୁଗ୍ରାମ୍‌ରେ ଗୁରୁବାର ଭୋର୍‌ ୫ଟାରେ ଘଟିିଛି ଏକ ଅଭାବନୀୟ ଘଟଣା। ଏଠାରେ ଏକ ନିର୍ମାଣଧୀନ ୪ ମହଲା ବିଲ୍ଡିଂ ଭୁଶୁଡି ପଡ଼ିଛି। 

ଗୋୟଲଙ୍କୁ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ୱ

ଗୋୟଲଙ୍କୁ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ୱ

ନୂଆଦିଲ୍ଲୀ,୨୪ା୧(ପି.ଟି.): ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ବୁଧବାର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। 

ଭାଜପା, ଶିବସେନାକୁ ଏକାଠି କରିବ ‘ଠାକ୍‌ରେ’

ଭାଜପା, ଶିବସେନାକୁ ଏକାଠି କରିବ ‘ଠାକ୍‌ରେ’

ମୁମ୍ବାଇ,୨୪ା୧ :ଭାଜପା ଓ ଏହାର ସହଯୋଗୀ ଦଳ ଶିବସେନା ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ୨୦୧୪ରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ କ୍ଷମତାକୁ ଆସିବା ପରଠାରୁ ଉଭୟ ଦଳ ମଧ୍ୟରେ ରାଜନୈତିକ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। 

ଅଭିନେତା ହେବା ପାଇଁ ଆସି ସୁଭାଷ ଘାଇ ପାଲଟି ଗଲେ ନିର୍ଦ୍ଦେଶକ

ଅଭିନେତା ହେବା ପାଇଁ ଆସି ସୁଭାଷ ଘାଇ ପାଲଟି ଗଲେ ନିର୍ଦ୍ଦେଶକ

ମୁମ୍ବାଇ,୨୪।୧: ବଲିଉଡ୍‌କୁ ଅଭିନେତା ହେବା ପାଇଁ ଆସି ଶେଷରେ ସୁଭାଷ ଘାଇ ପାଲଟି ଥିଲେ ନିର୍ଦ୍ଦେଶକ। ଗୁରୁବାର ସେ ୭୪ତମ ଜନ୍ମ ଦିନ ପାଳନ କରୁଛନ୍ତି। ୧୯୪୫ ଜାନୁୟାରୀ ୨୪ରେ ନାଗପୁରଠାରେ ତାଙ୍କର ଜନ୍ମ ହୋଇଥିଲା।