ଜାତୀୟ |

ରାହୁଲଙ୍କ ପୋଷାକକୁ ନେଇ ଭାଜପାର ରାଜନୀତି, ଘେରିଲେ ଲୋକେ

ରାହୁଲଙ୍କ ପୋଷାକକୁ ନେଇ ଭାଜପାର ରାଜନୀତି, ଘେରିଲେ ଲୋକେ

ଶିଲୋଂ, ୩୧।୧: ଆଗାମୀ ଦିନରେ ମେଘାଳୟରେ ହେବାକୁ ଥିବା ନିର୍ବାଚନକୁ ନେଇ ଏବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ଶିଲୋଂ ରେ ପହଞ୍ଚିଛନ୍ତି। ଏହି ଅବସରରେ ସେ ସେଠାରେ ଥିବା ଏକ କନସର୍ଟରେ ଗୀତ ଗାଇଥିଲେ। ତେବେ ସେଠାକୁ ରାହୁଲ ଏକ କଳା ରଙ୍ଗର ଜ୍ୟାକେଟ ପରିଧାନ କରିଯାଇଥିଲେ। ଏହାକୁ ନେଇ ରାଜ୍ୟ ଭାଜପା ତାଙ୍କୁ ଟାର୍ଗେଟ କରିଛି। ରାହୁଲ ପିନ୍ଧିଥିବା ଜ୍ୟାକେଟ୍‌ର ମୂଲ୍ୟ ୬୩ହଜାର ଟଙ୍କା ବୋଲି ମେଘାଳୟ ଭାଜପାର କାର୍ଯ୍ୟାଳୟର ଟୁଇଟର ଆକାଉଣ୍ଟରେ ସ୍ପଷ୍ଟ କରାଯାଇଛି। ରାହୁଲଙ୍କ ଶୁଟ-ବୁଟ ଏବଂ ମେଘାଳୟ ସରକାର ଭ୍ରଷ୍ଟାଚାରରେ ଲିପ୍ତ ବୋଲି ପୋଷ୍ଟ ଟିରେ ଉଲ୍ଲେଖ କରାଯାଇଛି। କଂଗ୍ରେସ ସରକାର ଏହାର ରିପୋର୍ଟ କାର୍ଡ ଦେଖାଇବା ଉଚିତ୍‌ ବୋଲି ମଧ୍ୟ ପୋଷ୍ଟରେ କୁହାଯାଇଛି। ଭାଜପାର ଏଭଳି ବୟାନ ପରେ ଟୁଇଟରରେ ଲୋକମାନେ ଘେରିବା ଆରମ୍ଭ କରିଥିଲେ। ଜଣେ ବ୍ୟବହାରକାରୀ ଏପରି କରିବାରେ କ’ଣ ଭୁଲ ରହିଛି କହିଥିବା ବେଳେ ଅନ୍ୟଜଣେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଟ୍‌ଠାରୁ ଏହାର ମୂଲ୍ୟ କମ୍‌ ବୋଲି ପ୍ରତିକ୍ରିୟା ଦେଇଥିଲେ। ସାଧାରଣ ଜନତାଙ୍କୁ ସେମାନେ ବୋକା ଭାବନ୍ତୁ ନାହିଁ, ବରଂ ରୋଜଗାର ଦେବାରେ ମନ ଦିଅନ୍ତୁ। ଏପରି ମୂଲ୍ୟହୀନ କଥା ଶୁଣିବାର କାହାର ଇଚ୍ଛା ନାହିଁ ବୋଲି ଅନ୍ୟ ଜଣେ ବ୍ୟବହାରକାରୀ ପ୍ରକାଶ କରିଛନ୍ତି। ପ୍ରକାଶ ଯେ, ମଙ୍ଗଳବାର ଅପରାହ୍ନରେ ରାହୁଲ କଂଗ୍ରେସର ନେତାମାନଙ୍କ ସହ କନ୍‌ସର୍ଟରେ ଭାଗ ନେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୁକୁଲ ସଙ୍ଗମା ଏବଂ ଅନ୍ୟ ନେତା ମାନେ ସେଠାରେ ଉପସ୍ଥିତ ଥିଲେ।

All Right Reserved By
I&PR

Model This Week

ସନ୍ତୋଷ

ଜାତୀୟ |

ଜମ୍ମୁ-କଶ୍ମୀରରେ ସଡ଼କ ଦୁର୍ଘଟଣା: ୫ ମୃତ

ଜମ୍ମୁ-କଶ୍ମୀରରେ ସଡ଼କ ଦୁର୍ଘଟଣା: ୫ ମୃତ

ଶ୍ରୀନଗର,୨୬।୫: ଜମ୍ମୁ-କଶ୍ମୀରର ସାମ୍ବାରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୭ଜଣ ଆହତ ହୋଇଛନ୍ତି।

ମୁସଲମାନ ବ୍ୟକ୍ତିଙ୍କୁ ରକ୍ଷା କରି ମନ ଜିଣିଲେ ଶିଖ୍‌ ପୋଲିସ

ମୁସଲମାନ ବ୍ୟକ୍ତିଙ୍କୁ ରକ୍ଷା କରି ମନ ଜିଣିଲେ ଶିଖ୍‌ ପୋଲିସ

ନୂଆଦିଲ୍ଲୀ,୨୬।୫: ମୁସଲମାନ ବ୍ୟକ୍ତିଙ୍କୁ ଆକ୍ରମଣ ହେଉଥିବା ସମୟରେ ଜଣେ ଶିଖ୍‌ ପୋଲିସ ଅଫିସର ତାଙ୍କୁ ବଞ୍ଚାଇବା ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମୋଦି ସରକାରଙ୍କ ୪ବର୍ଷ ପୂର୍ତ୍ତି: କଂଗ୍ରେସ ପାଳୁଛି ‘ବିଶ୍ୱାସଘାତ ଦିବସ’

ମୋଦି ସରକାରଙ୍କ ୪ବର୍ଷ ପୂର୍ତ୍ତି: କଂଗ୍ରେସ ପାଳୁଛି ‘ବିଶ୍ୱାସଘାତ ଦିବସ’

ନୂଆଦିଲ୍ଲୀ,୨୬।୫: ମୋଦି ସରକାରଙ୍କ ୪ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଅନ୍ୟପଟେ କଂଗ୍ରେସ ଏହାକୁ ନେଇ ପାଳୁଛି ‘ବିଶ୍ୱାସଘାତ ଦିବସ’।

‘ମେକୁନୁ’କୁ ନେଇ ସତର୍କତା ଜାରି

‘ମେକୁନୁ’କୁ ନେଇ ସତର୍କତା ଜାରି

ମହାରାଷ୍ଟ୍ର,୨୬।୫:‘ମେକୁନୁ’ ଘୂର୍ଣ୍ଣିଝଡକୁ ନେଇ ମହାରାଷ୍ଟ୍ର-ଗୋଆ ଉପକୂଳରେ ଇଣ୍ଡିଆନ ମେଟେରୋଲୋଜିକାଲ ଡିପାର୍ଟମେଣ୍ଟ(ଆଇଏମ୍‌ଡି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ସୀମାରେ ଅନୁପ୍ରବେଶ ଉଦ୍ୟମ: ୫ ଆତଙ୍କବାଦୀ ମୃତ

ସୀମାରେ ଅନୁପ୍ରବେଶ ଉଦ୍ୟମ: ୫ ଆତଙ୍କବାଦୀ ମୃତ

ଶ୍ରୀନଗର.୨୬।୫: ଜମ୍ମୁ-କଶ୍ମୀରର ତାଙ୍ଗଧାର ସେକ୍ଟରରେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଶନିବାର ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୫ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

ପ୍ରକାଶ ପାଇବ ସିବିଏସ୍‌ଇ ଦ୍ୱାଦଶ ଫଳ

ପ୍ରକାଶ ପାଇବ ସିବିଏସ୍‌ଇ ଦ୍ୱାଦଶ ଫଳ

ଭୁବନେଶ୍ୱର, ୨୬।୫(ବ୍ୟୁରୋ) : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇବ। ସିବିଏସ୍‌ଇର ଓ୍ବେବ୍‌ସାଇଟ୍‌ cbseresults.nic.in କିମ୍ବା cbse.nic.inରେ ଫଳାଫଳ ଉପଲବ୍ଧ ହେବ।

କୁମାରସ୍ବାମୀଙ୍କୁ ମିଳିଲା ବହୁମତ

କୁମାରସ୍ବାମୀଙ୍କୁ ମିଳିଲା ବହୁମତ

ବାଙ୍ଗାଲୋର,୨୫।୫: ସବୁ କଳ୍ପନାଜଳ୍ପନା ପରେ ଶେଷରେ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କୁ କର୍ନାଟକ ବିଧାନସଭାରେ ମିଳିଛି ବହୁମତ। ବହୁମତ ମିଳିବା ପୂର୍ବରୁ ଗୃହରେ ସମ୍ବୋଧନ ଦେଇ କୁମାରସ୍ବାମୀ କହିଥିଲେ ଜନାଦେଶ ଭାଜପା ପାଇଁ ନ ଥିଲା।

କିପରି କରିବେ କୌନ ବନେଗା କରୋଡପତିରେ ରେଜିଷ୍ଟ୍ରେଶନ

କିପରି କରିବେ କୌନ ବନେଗା କରୋଡପତିରେ ରେଜିଷ୍ଟ୍ରେଶନ

ନୂଆଦିଲ୍ଲୀ,୨୫।୫: କୌନ ବନେଗା କରୋଡପତି(କେବିସି) ସିଜନ୍‌ ୧୦ର ରେକର୍ଡିଂ କାମ ଆରମ୍ଭ ହୋଇଛି। ଶୁକ୍ରବାର ରେକର୍ଡିଂ ଆରମ୍ଭ ହୋଇଥିବା ନେଇ ଅମିତାଭ ଟୁଇଟ୍‌ କରି ଜଣାଇଛନ୍ତି।

ଆଣ୍ଡାମାନରେ ମୌସୁମୀ

ଆଣ୍ଡାମାନରେ ମୌସୁମୀ

ଭୁବନେଶ୍ୱର/ନୂଆଦିଲ୍ଲୀ,୨୫।୫: ଆଣ୍ଡାମାନ ନିକୋବର ଦ୍ୱୀପରେ ମୌସୁମୀ ବାୟୁ ପହଞ୍ଚିଛିି ବୋଲି ଶୁକ୍ରବାର ଭୁବନେଶ୍ୱର ପାଣିବାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରବାଭରେ ଦକ୍ଷିଣ ଆଣ୍ଡାମାନ ଓ ନିକୋବରରେ ସକାଳେ ବର୍ଷା ହୋଇଥିବା ସୂଚନା ମିଳିଛି।

ଓହରିଗଲା ଭାଜପା, କେ.ଆର୍‌.ରମେଶ କୁମାର ହେଲେ ବାଚସ୍ପତି

ଓହରିଗଲା ଭାଜପା, କେ.ଆର୍‌.ରମେଶ କୁମାର ହେଲେ ବାଚସ୍ପତି

ବାଙ୍ଗାଲୋର,୨୫।୫: କଂଗ୍ରେସ-ଜେଡିଏସ୍‌ ନୋମିନି କେ.ଆର୍‌.ରମେଶ କୁମାର ଶେଷରେ କର୍ନାଟକ ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି।

ମେ’୩୦ରୁ ଭାରତ-ନେପାଳ ମିଳିତ ସମରାଭ୍ୟାସ

ମେ’୩୦ରୁ ଭାରତ-ନେପାଳ ମିଳିତ ସମରାଭ୍ୟାସ

ନୂଆଦିଲ୍ଲୀ/କାଠମାଣ୍ଡୁ,୨୫।୫ : ଭାରତ-ନେପାଳ ମିଳିତ ସମରାଭ୍ୟାସ ସୂର୍ଯ୍ୟକିରଣ-୧୩ ମେ’୩୦ ତାରିଖଠାରୁ ଆରମ୍ଭ ହେବ। ଏହା ଜୁନ୍‌ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଉତ୍ତରାଖଣ୍ଡର ପିଥୋରାଗଡ଼ରେ ଏହା ଅନୁଷ୍ଠିତ ହେବ।

ରାସ୍ତା ଛାଡି ଘରେ ପଶିଗଲା କାର: ୨ ମୃତ, ୩ ଗୁରୁତର

ରାସ୍ତା ଛାଡି ଘରେ ପଶିଗଲା କାର: ୨ ମୃତ, ୩ ଗୁରୁତର

ଭୋପାଳ,୨୫।୫: ମଧ୍ୟପ୍ରଦେଶର ଗୁନା ଜିଲା ଅନ୍ତର୍ଗତ ପିଞ୍ଚି ନିକଟରେ ଗୁରୁବାର ହୋଇଥିବା ଏକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହେବା ସହ ୩ ଗୁରୁତର ହୋଇଛନ୍ତି। ଉଜ୍ଜୟିନୀରୁ ଶିବପୁରୀ ଯାଉଥିବା ଏକ କାର ପିଞ୍ଚି ନିକଟରେ ରାସ୍ତାରୁ ଯାଇ ସିଧାସଳଖ ରାସ୍ତା ପାର୍ଶ୍ୱରେ ଥିବା ଏକ ଘରର କାନ୍ଥ ଭାଙ୍ଗି ଭିତରକୁ ପଶି ଯାଇଥିଲା।