ଅନ୍ତର୍ଜାତୀୟ |

ସିରିଆ ହସ୍ପିଟାଲ ଉପରେ ରୁଷିଆ ଆକ୍ରମର: ନାପସନ୍ଦ କଲା ଜାତିସଂଘ

 ସିରିଆ ହସ୍ପିଟାଲ ଉପରେ ରୁଷିଆ ଆକ୍ରମର: ନାପସନ୍ଦ କଲା ଜାତିସଂଘ

ଜେନେଭା, ୩୧।୧: ସିରିଆରେ ଏକ ହସ୍ପିଟାଲ ଉପରେ ରୁଷିଆ ବାୟୁସେନା ପକ୍ଷରୁ କରାଯାଇଥିବା ଆକ୍ରମଣକୁ ଜାତିସଂଘ ପକ୍ଷରୁ ନାପସନ୍ଦ କରାଯାଇଛି। ଏହି ଘଟଣାରେ ଅନେକ ସାଧାରଣ ଲୋକ ପ୍ରଭାବିତ ହୋଇଛନ୍ତି। ଏହି ହସ୍ପିଟାଲ ୫୦ ହଜାରରୁ ଅଧିକ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଉଥିଲା। ତେବେ ଆକ୍ରମଣ ପରେ ଏହା ସମ୍ଭବ ହୋଇପାରୁନାହିଁ। ଗତ ୭ ବର୍ଷ ଧରି ସିରିଆରେ ଆତଙ୍କବାଦୀ ଓ ସରକାରଙ୍କ ମଧ୍ୟରେ ଗୃହଯୁଦ୍ଧ ଜାରି ରହିଛି। ରୁଷିଆ ପକ୍ଷରୁ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରାଯାଉଥିବା କୁହାଯାଉଥିଲେ ମଧ୍ୟ ଏହାଦ୍ୱାରା ଅନେକ ସାଧାରଣ ଲୋକଙ୍କ ମୃତ୍ୟୁ ଘଟୁଥିବାରୁ ଜାତିସଂଘ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯାଇଛି। ଡିସେମ୍ବର ୧୫ ତାରିଖରୁ ଜାନୁୟାରୀ ୨୪ ତାରିଖ ମଧ୍ୟରେ ୨,୭୨,୩୪୫ ଲୋକଙ୍କୁ ସୁରକ୍ଷା ଦୃଷ୍ଟିରୁ ସ୍ଥାନାନ୍ତର କରାଯାଇଥିବା ଜାତିସଂଘ ରିପୋର୍ଟରେ ଦର୍ଶାଯାଇଛି।

All Right Reserved By
Karnatak Exit Poll

Model This Week

ସଂଗୀତ

ଅନ୍ତର୍ଜାତୀୟ |

କୃଷ୍ଣ ମନ୍ଦିର ପାଇଁ ପାକିସ୍ତାନ ସରକାର ଦେଲେ ୨କୋଟି

କୃଷ୍ଣ ମନ୍ଦିର ପାଇଁ ପାକିସ୍ତାନ ସରକାର ଦେଲେ ୨କୋଟି

ନୂଆଦିଲ୍ଲୀ/ଇସ୍‌ଲାମାବାଦ,୨୦।୫: ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ଥିବା ରାଓ୍ବଲପିଣ୍ଡିର କୃଷ୍ଣ ମନ୍ଦିରର ସୌନ୍ଦର୍ଯ୍ୟ କରଣ ଓ ବିସ୍ତାର ପାଇଁ ପାକିସ୍ତାନ ସରକାର ୨ କୋଟି ଟଙ୍କା ପ୍ରଦାନ କରିଥିବା ସୂଚନା ମିଳିଛି।

ଦକ୍ଷିଣ ଚାଇନା ସାଗରରେ ଚାଇନା ମୁତୟନ କଲା ବୋମା ବର୍ଷି ବିମାନ

ଦକ୍ଷିଣ ଚାଇନା ସାଗରରେ ଚାଇନା ମୁତୟନ କଲା ବୋମା ବର୍ଷି ବିମାନ

ବେଜିଂ,୨୦।୫: ଚାଇନା ବିବାଦୀୟ ଦକ୍ଷିଣ ଚାଇନା ସାଗରରେ ପ୍ରଥମ ଥରଲାଗି ବୋମାବର୍ଷି ବିମାନ ମୁତୟନ କରିଛି। ଏହାକୁ ନେଇ ଆମେରିକା କ୍ଷୋଭ ପ୍ରକାଶ କରିଛି। ଏହାଦ୍ୱାରା ସୀମାନେ ଆଶାନ୍ତି ଓ ଅସ୍ଥିରତା ବଢିବ ବୋଲି ଆମେରିକା କହିଛି।

ଆମେରିକା ସାଜିଛି ଖଳନାୟକ: ୟୁରୋପିଆନ୍‌ ସଂଘ

ଆମେରିକା ସାଜିଛି ଖଳନାୟକ: ୟୁରୋପିଆନ୍‌ ସଂଘ

ଓ୍ବାଶିଂଟନ, ୨୦।୫ : ଆମେରିକା ସମଗ୍ର ଦୁନିଆ ପାଇଁ ଖଳନାୟକ ସାଜିଛି ବୋଲି ୟୁରୋପିଆନ୍‌ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଆଣବିକ ଚୁକ୍ତି ଉଲ୍ଳଂଘନର ସାହାରା ନେଇ ଅଯଥାରେ ବିଭିନ୍ନ ରାଷ୍ଟ୍ର ମଧ୍ୟରେ ଆମେରିକା କଳହ ସୃଷ୍ଟି କରୁଛି। ସେହିପରି ଜେରୁଜେଲମ୍‌ ଘଟଣାରେ ଅଯଥା ହସ୍ତକ୍ଷେପ କରୁଛି।

ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପାଇଁ ଇଫତାର ଫାର୍ଟି

ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପାଇଁ ଇଫତାର ଫାର୍ଟି

ଅଙ୍କାରା,୨୦।୫: ରମଜାନ ମାସ ଅବସରରେ ବାଂଲାଦେଶରେ ଶରଣ ନେଇଥିବା ରୋହିଙ୍ଗ୍ୟାମାନଙ୍କ ପାଇଁ ତୁର୍କିର ଏକ ସ୍ବେଚ୍ଛାସେବୀ ସଙ୍ଗଠନ ଇଫତାର ପାର୍ଟିର ଆୟୋଜନ କରିଛି।

୪୪୮ ବର୍ଷ ତଳେ ତିଆରି ହୋଇଥିଲା ପ୍ରଥମ ମାନଚିତ୍ର ପୁସ୍ତକ

୪୪୮ ବର୍ଷ ତଳେ ତିଆରି ହୋଇଥିଲା ପ୍ରଥମ ମାନଚିତ୍ର ପୁସ୍ତକ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୫ : ପ୍ରାୟ ୪୪୮ ବର୍ଷ ତଳେ ପୃଥିବୀର ପ୍ରଥମ ମାନଚିତ୍ର ପୁସ୍ତକ ବା ଆଟଲାସ୍‌ ତିଆରି ହୋଇଥିଲା। ୧୫୭୦ ମସିହା ମେ ୨୦ ତାରିଖରେ ଭୁଗୋଳବିଦ୍‌ ଆବ୍ରାହମ୍‌ ଓରଟେଲିୟସ୍‌ ମ୍ୟାପ୍‌ ପ୍ରଥମେ ଏହା ତିଆରି କରିଥିଲେ। ଆବ୍ରାହମ୍‌ ୧୫୨୭ ଏପ୍ରିଲ୍‌ ୪ ତାରିଖରେ ବେଲଜିୟମ୍‌ର ଆଣ୍ଟଓ୍ବେର୍ପ୍‌ ଠାରେ ଜନ୍ମଗ୍ରହଣ କରିଥିଲେ।

ଭାରତ-ଭିଏତନାମ୍‌ ମିଳିତ ନୌଭ୍ୟାସ

ଭାରତ-ଭିଏତନାମ୍‌ ମିଳିତ ନୌଭ୍ୟାସ

ନୂଆଦିଲ୍ଲୀ/ହନୋଇ,୨୦।୫ : ଭାରତ-ଭିଏତନାମ୍‌ ମଧ୍ୟରେ ସୋମବାରଠାରୁ ପ୍ରଥମଥର ପାଇଁ ଆରମ୍ଭ ହେବ ମିଳିତ ନୌଭ୍ୟାସ। ଏହା ୫ ଦିନ ଧରି ଚାଲିବ। ମେ ୨୫ ତାରିଖରେ ଏହି ମିଳିତ ନୌଭ୍ୟାସ ଶେଷ ହେବ। ଏଥିରେ ଆଇଏନ୍‌ଏସ୍‌ କାମୋର୍ତ୍ତା, ଆଇଏନ୍‌ଏସ୍‌ ଶକ୍ତି, ଆଇଏନ୍‌ଏସ୍‌ ଶହାଦ୍ରୀ ସମେତ ସୁଖୋଇ-୩୦ ଯୁଦ୍ଧ ବିମାନ ଅଂଶଗ୍ରହଣ କରିବେ।

ଆମେରିକା ଡ୍ରୋନ୍‌ ଆକ୍ରମଣରେ ୨ ଆଇଏସ୍‌ ଆତଙ୍କବାଦୀ ମୃତ

ଆମେରିକା ଡ୍ରୋନ୍‌ ଆକ୍ରମଣରେ ୨ ଆଇଏସ୍‌ ଆତଙ୍କବାଦୀ ମୃତ

କାବୁଲ,୧୯।୫: ଆଫଗାନିସ୍ତାନର ପୂର୍ବ ନଙ୍ଗାହାର ଅଞ୍ଚଳରେ ଆମେରିକା କରିଥିବା ଡ୍ରୋନ୍‌ ଆକ୍ରମଣରେ ଇସ୍‌ଲାମିକ ଷ୍ଟେଟ(ଆଇଏସ୍‌)ର ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।

ସୌଦି ଆରବରେ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୯ ମୃତ

ସୌଦି ଆରବରେ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୯ ମୃତ

ମକ୍କା,୧୯।୫: ଆରବରେ ଏକ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଅନ୍ୟୁନ ୯ଜଣଙ୍କ ମୃତ୍ୟୁ ଘଟିଛି। ଉକ୍ତ ବସ୍‌ଟି ମକ୍କାରୁ ଅଲ୍‌ ହିଜ୍‌ରା ଦେଇ ମଦିନା ଅଭିମୁଖେ ଯାଉଥିଲା।

କ୍ରିକେଟ ଷ୍ଟାଡିୟମରେ ବିସ୍ଫୋରଣ: ୮ ମୃତ, ୪୫ ଆହତ

କ୍ରିକେଟ ଷ୍ଟାଡିୟମରେ ବିସ୍ଫୋରଣ: ୮ ମୃତ, ୪୫ ଆହତ

କାବୁଲ,୧୯।୫: ପୂର୍ବ ଆଫଗାନର ଜଲାଲାବାଦ ସହରରେ ଥିବା ଏକ କ୍ରିକେଟ ଷ୍ଟ୍ରାଡିୟମରେ ହୋଇଥିବା ବୋମା ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ହେବା ସହ ୪୫ ଆହତ ହୋଇଛନ୍ତି।

ଟେକ୍ସାସ୍‌ ପରେ ଜର୍ଜିଆରେ ଫୁଟିଲା ଗୁଳି

ଟେକ୍ସାସ୍‌ ପରେ ଜର୍ଜିଆରେ ଫୁଟିଲା ଗୁଳି

ଆଟଲାଣ୍ଟା,୧୯।୫: ଆମେରିକାର ଦକ୍ଷିଣାଞ୍ଚଳରେ ଥିବା ଜର୍ଜିଆର କ୍ଲେଟନ୍‌ କଣ୍ଟ୍ରିରେ ଥିବା ମାଉଣ୍ଟ ଜିଅନ୍‌ ହାଇସ୍କୁଲ ପରିସରରେ ଗ୍ରାଜୁଏଶନ୍‌ ସେରିମନିରେ ଶୁକ୍ରବାର ବିଳମ୍ବିତ ରାତିରେ ଫୁଟିଛି ଗୁଳି ।

କ୍ୟୁବାରେ ବିମାନ ଦୁର୍ଘଟଣା: ୧୦୧ ମୃତ୍ୟୁ ଆଶଙ୍କା

କ୍ୟୁବାରେ ବିମାନ ଦୁର୍ଘଟଣା: ୧୦୧ ମୃତ୍ୟୁ ଆଶଙ୍କା

ହାଭାନା,୧୯।୫: କ୍ୟୁବାନ୍‌ ଏୟାର୍‌ଓ୍ବେଜ୍‌ର ବୋଇଂ ୭୩୭ ବିମାନ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଶତାଧିକ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି। କ୍ୟୁବା ରାଜଧାନୀ ହାଭାନାର ଜୋସ୍‌ ମାର୍ଟି ବିମାନବନ୍ଦରରେ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ବିମାନଟି ଦୁର୍ଘଟଣାର ସମ୍ମୁଖୀନ ହୋଇଛି।

ଆମେରିକା ସ୍କୁଲରେ ଗୁଳିକାଣ୍ଡ: ୧୦ ମୃତ

ଆମେରିକା ସ୍କୁଲରେ ଗୁଳିକାଣ୍ଡ: ୧୦ ମୃତ

ହ୍ୟୁଷ୍ଟନ୍‌,୧୯।୫(ପି.ଟି.)- ଆମେରିକାରେ ପୁଣି ଏକ ସ୍କୁଲରେ ଗୁଳିକାଣ୍ଡ ଘଟିଛି। ଟେକ୍ସାସ୍‌ର ହ୍ୟୁଷ୍ଟନ୍‌ ନିକଟବର୍ତ୍ତୀ ସାଣ୍ଟା ଫେ ସହରସ୍ଥିତ ସାଣ୍ଟା ଫେ ହାଇସ୍କୁଲରେ ଶୁକ୍ରବାର ଜଣେ ଛାତ୍ରଙ୍କ ଆଖିବୁଜା ଗୁଳିଚାଳନାରେ ୧୦ ଜଣ ପ୍ରାଣ ହରାଇଛନ୍ତି।