Dharitri News
ଜାତୀୟ |

ଦିଲ୍ଲୀ-ଏନ୍‌ସିଆରରେ ଭୂକମ୍ପ

ଦିଲ୍ଲୀ-ଏନ୍‌ସିଆରରେ ଭୂକମ୍ପ ନୂଆଦିଲ୍ଲୀ, ୩୧।୧: ଦିଲ୍ଲୀ ଏନ୍‌ସିଆର୍‌ରେ ବୁଧବାର ମଧ୍ୟାହ୍ନ ୧୨ଟା ୪୦ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚିତ କରାଯାଇଛି। ଭୂକମ୍ପର କେନ୍ଦ୍ର ଆଫଗାନୀସ୍ତାନ ହିନ୍ଦୁକୁଶ୍‌ ପର୍ବତଠାରେ ଥିବାର ଅନୁମାନ କରାଯାଉଛି। ଏହାର ପ୍ରଭାବରେ ଆଫଗାନୀସ୍ତାନ ଓ ପାକିସ୍ତାନର କେତେକ ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୁତ ହୋଇଛି। ଭୂକମ୍ପ ହେବାରୁ ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳର ଲୋକମାନେ ଭୟଭୀତ ହୋଇ ଘରୁ ତଥା କାର୍ଯ୍ୟାଳୟରୁ ବାହାରକୁ ପଳାଇ ଆସିଥିବାର ଦେଖିବାକୁ ମିଳିଥିଲା।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ସ୍ୱପ୍ନା

ଜାତୀୟ |

ଶ୍ରୀଦେବୀଙ୍କୁ ନେଇ ଟୁଇଟ୍‌ କରି ବିବାଦରେ କଂଗ୍ରେସ

ଶ୍ରୀଦେବୀଙ୍କୁ ନେଇ ଟୁଇଟ୍‌ କରି ବିବାଦରେ କଂଗ୍ରେସ

ନୂଆଦିଲ୍ଲୀ,୨୫।୨: ବଲିଉଡ୍‌ ଦିଭା ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ମହଲରୁ ଶୋକ ବ୍ୟକ୍ତ କରାଯାଇଛି। ଏହି ଖବରକୁ ନେଇ କଂଗ୍ରେସ କରିଥିବା ଟୁଇଟ୍‌ ଏବେ ବିବାଦ ଘେରକୁ ଚାଲିଯାଇଛି।

ସାଥୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଜୀବନ ହାରିଲେ ନାବାଳିକା

ସାଥୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଜୀବନ ହାରିଲେ ନାବାଳିକା

ବାରଣାସୀ,୨୫।୨: ବାରଣାସୀର ରୋହଣିଆ ଥାନା ଅଞ୍ଚଳରେ ଥିବା ପନିଅର ଗାଁରେ ସ୍କୁଲ ସାଥୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଜଣେ ନାବାଳିକା ଜୀବନ ହାରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ପିତାଙ୍କ ଭାଇରାଲ ଭିଡିଓ ଦେଖି ଝିଅ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ

ପିତାଙ୍କ ଭାଇରାଲ ଭିଡିଓ ଦେଖି ଝିଅ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ

ଜବଲପୁର,୨୫।୨: ମଧ୍ୟପ୍ରଦେଶ ଜବଲପୁରର ଭାଜପା ନେତା ଜଣେ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ କରିବା ପରେ ପୀଡିତ ବ୍ୟକ୍ତିଙ୍କ ଝିଅ ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଭାରତର ଧନୀ ଭିକାରୀ: ୨ମହଲା ଘର, ସ୍ମାର୍ଟଫୋନ, ଦିନକୁ ରୋଜଗାର ୧ହଜାର

ଭାରତର ଧନୀ ଭିକାରୀ: ୨ମହଲା ଘର, ସ୍ମାର୍ଟଫୋନ, ଦିନକୁ ରୋଜଗାର ୧ହଜାର

ଭିଲାଇ,୨୫।୨: ଭିକାରୀମାନଙ୍କୁ କୌଶଳ ବିକାଶ ଯୋଜନାରେ ସାମିଲ କରି ସ୍ବାବଲମ୍ବୀ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ହେଲେ ଏବେ ଏହି ଭିକାରୀମାନଙ୍କୁ ନେଇ ଆସିଥିବା ଖବର ଶୁଣିଲେ ଆପଣଙ୍କ ହୋସ୍‌ ଉଡିଯିବ।

ନିଆରା ଭାଲେଣ୍ଟାଇନ୍ସ ଡେ’ଉପହାର

ନିଆରା ଭାଲେଣ୍ଟାଇନ୍ସ ଡେ’ଉପହାର

କୋଏମ୍ବାଟୁର,୨୫।୨: ଅସୁସ୍ଥ ପତିଙ୍କୁ ସୁସ୍ଥ କରିବାକୁ ଯାଇ ପତ୍ନୀ ଶରୀରର ଏକ ଅଙ୍ଗ ପ୍ରଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି। ୩୬ ବର୍ଷୀୟ ଜାଗିର ହୁସେନ ନାମକ ଜଣେ ବ୍ୟକ୍ତି ଯକୃତ ଜନିତ ସମସ୍ୟାରେ ପୀଡିତ ଥିବା ବେଳେ କୋଏମ୍ବାଟୁରର ଜେମ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଆର୍‌ଏସ୍‌ଏସ୍‌ର ମହାସମାଗମ

ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଆର୍‌ଏସ୍‌ଏସ୍‌ର ମହାସମାଗମ

ମିରଟ,୨୫।୨: ଉତ୍ତରପ୍ରଦେଶର ମିରଟରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ(ଆର୍‌ଏସ୍‌ଏସ୍‌)ର ଏକ ବିଶାଳ ସମାବେଶ ରବିବାର ସକାଳୁ ଆରମ୍ଭ ହୋଇଛି। ଆର୍‌ଏସ୍‌ଏସ୍‌ ଇତିହାସରେ ଏହା ସବୁଠାରୁ ବଡ ସମାବେଶ ବୋଲି କୁହାଯାଉଛି।

୫ ବର୍ଷ ବୟସ ମଧ୍ୟରେ ୫୦ ଲକ୍ଷ ଶିଶୁ କୁପୋଷଣର ଶିକାର

୫ ବର୍ଷ ବୟସ ମଧ୍ୟରେ ୫୦ ଲକ୍ଷ ଶିଶୁ କୁପୋଷଣର ଶିକାର

ଲକ୍ଷ୍ନୌ,୨୫।୨: ଉତ୍ତର ପ୍ରଦେଶରେ ୫ ବର୍ଷ ମଧ୍ୟରେ ପ୍ରାୟ ୫୦ ଲକ୍ଷରୁ ଅଧିକ ଶିଶୁ କୁପୋଷଣର ଶିକାର ହୋଇଥିବା ଜଣାପଡିବା ପରେ ଏବେ ଉତ୍ତର ପ୍ରଦେଶ ସରକାରଙ୍କ ମୁଣ୍ଡ ବିଗିଡି ଯାଇଛି। ରାଜ୍ୟ ପୋଷଣ ମିଶନର ଏକ ରିପୋର୍ଟ ଏହି ତଥ୍ୟ ପ୍ରଦାନ କରିଛି।

ପରପାରିରେ ଶ୍ରୀଦେବୀ

ପରପାରିରେ ଶ୍ରୀଦେବୀ

ବମ୍ବେ,୨୫।୨: ପରଦାରେ ଦିନେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେଉଥିବା ବଲିଉଡ ନାୟିକା ଶ୍ରୀଦେବୀଙ୍କ ପରଲୋକ ଘଟିଛି। ଦୁବାଇରେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିବା ଏହି ନାୟିକାଙ୍କର ହୃଦଘାତରେ ପରଲୋକ ହୋଇଥିବା ସୂଚନା ମିଳିଛି।

ହ୍ରାସ ହେବ ପାଠ ବୋଝ

ହ୍ରାସ ହେବ ପାଠ ବୋଝ

ନୂଆଦିଲ୍ଲୀ, ୨୪।୨(ପି.ଟି)-ଛାତ୍ରୀଛାତ୍ରଙ୍କ ଉପରୁ ପାଠର ବୋଝ କମାଇବା ପାଇଁ ସରକାର ଚିନ୍ତା କରୁଛନ୍ତି। ଏଥି ସକାଶେ ଏନ୍‌ସିଇଆରଟି ସିଲାବସ୍‌କୁ ଅଧା ହ୍ରାସ କରି ଦିଆଯିବ। ୨୦୧୯ ଶିକ୍ଷାବର୍ଷରୁ ଏହା ଲାଗୁ ହେବ। କେନ୍ଦ୍ର ମାନବ ସମ୍ବଳ ବିକାଶ (ଏଚ୍‌ଆରଡି) ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ସୂଚନା ଦେଇଛନ୍ତି।

ମେଘାଳୟର ମୋଷ୍ଟ ଓ୍ବାଣ୍ଟେଡ ଉଗ୍ରବାଦୀ ନିହତ

ମେଘାଳୟର ମୋଷ୍ଟ ଓ୍ବାଣ୍ଟେଡ ଉଗ୍ରବାଦୀ ନିହତ

ନୂଆଦିଲ୍ଲୀ,୨୪।୨: ମେଘାଳୟରେ ସକ୍ରିୟ ଥିବା ଗାରୋ ନ୍ୟାଶନାଲ ଲିବରେଶନ ଆର୍ମି ଉଗ୍ରବାଦୀ ସଙ୍ଗଠନ(ଜିଏନ୍‌ଏଲ୍‌ଏ)ର ମୁଖ୍ୟ ସୋହନ ଡି ସାଇରା ଶନିବାର ସୁରକ୍ଷା କର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି।

ମର୍ମନ୍ତୁଦ ଦୁର୍ଘଟଣା: ୭ ସ୍କୁଲ ଛାତ୍ରଙ୍କ ସମେତ ୯ ମୃତ, ୩ ଗୁରୁତର

ମର୍ମନ୍ତୁଦ ଦୁର୍ଘଟଣା: ୭ ସ୍କୁଲ ଛାତ୍ରଙ୍କ ସମେତ ୯ ମୃତ, ୩ ଗୁରୁତର

ପାଟନା,୨୪।୨: ବିହାରର ମୁଜାଫରପୁର ଜିଲାରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ସ୍କୁଲ ଛାତ୍ରଙ୍କ ସମେତ ମୋଟ ୯ ଜଣ ପ୍ରାଣ ହରାଇଥିବାବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସ୍କୁଲରୁ ଛୁଟି ହୋଇ ଛାତ୍ରମାନେ ଘରକୁ ଫେରିବାକୁ ରାସ୍ତାପାରି ହେଉଥିବାବେଳେ ଏକ ବୋଲେରୋ ଭାରସାମ୍ୟ ହରାଇ ସେମାନଙ୍କ ଉପରେ ମାଡ଼ିଯାଇଥିଲା।

ପିଏନ୍‌ବି ଘୋଟାଲା: ନୀରବ ମୋଦିଙ୍କ ଆଉ ୫୨୩ କୋଟି ଟଙ୍କାର ସମ୍ପତ୍ତି ଜବତ

ପିଏନ୍‌ବି ଘୋଟାଲା: ନୀରବ ମୋଦିଙ୍କ ଆଉ ୫୨୩ କୋଟି ଟଙ୍କାର ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୨୪।୨: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ହୋଇଥିବା ୧୧ହଜାର ୨୫୬କୋଟି ଟଙ୍କାର ଘୋଟାଲା ମାମଲାରେ ୧୧ ଦିନ ପାଇଁ ଏନ୍‌ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍‌(ଇଡି) ଚଢ଼ାଉ ଜାରି ରଖିଛି। ଆଣ୍ଟି ମନି ଲଣ୍ଡରିଂ ଲ’ ଅନୁଯାୟୀ ଶନିବାର ନୀରବ ମୋଦି ଗ୍ରୁପ୍‌ସର ୨୧ଟି ସମ୍ପତ୍ତିକୁ ଜବତ କରାଯାଇଛି।