ରାଜ୍ୟ |

ସକାଳ ୬ଟା ୨୦ରେ ମଧ୍ୟାହ୍ନ ଧୂପ ଶେଷ

ସକାଳ ୬ଟା ୨୦ରେ ମଧ୍ୟାହ୍ନ ଧୂପ ଶେଷ

ପୁରୀ ଅଫିସ, ୩୧।୧: ଆଜି ଅର୍ଥାତ୍‌ ବୁଧବାର ପବିତ୍ର ମାଘ ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜଉଦ୍ଧାରଣ ବେଶ ସାଙ୍ଗକୁ ରାହୁଗ୍ରସ୍ତ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ। ତେଣୁ ମହାପ୍ରଭୁଙ୍କ ନୀତିକାନ୍ତି ପୂର୍ବ ନିର୍ଦ୍ଧାରିତ ନିର୍ଘଣ୍ଟ ଅନୁଯାୟୀ ସମ୍ପନ୍ନ ହୋଇଛି। ଚନ୍ଦ୍ରଗ୍ରହଣ ଯୋଗୁ ମଧ୍ୟାହ୍ନ ଧୂପ ସୂର୍ଯ୍ୟୋଦୟ ପୂର୍ବରୁ ଶେଷ କରିବାକୁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ତଦନୁଯାୟୀ ମଙ୍ଗଳବାର ରାତି ୧୨ଟା ୧୦ରେ ଦ୍ୱାର ଫିଟି ଭିତର ଶୋଧ, ମଙ୍ଗଳ ଆଳତି ଆଦି ନୀତି ଶେଷ ହୋଇଥିଲା। ବୁଧବାର ସକାଳ ୬ଟା ୨୦ରେ ମଧ୍ୟାହ୍ନ ଧୂପ ଶେଷ ହୋଇ ନୀତି ଅଟକିଛି। ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ସ୍ନାନ ଓ ଗ୍ରହଣ ଭୋଗ ହେବ। ଗ୍ରହଣ ମୋକ୍ଷ ପରେ ପୁଣି ଅନ୍ୟାନ୍ୟ ନୀତି ଚାଲିବ ବୋଲି ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

All Right Reserved By
I&PR

Model This Week

ସନ୍ତୋଷ

ରାଜ୍ୟ |

ସଫଳତା ପାଇଁ ଶର୍ଟକଟ ରାସ୍ତା ନାହିଁ : ନୟାଗଡ଼ ଏସ୍‌ପି ଆଶିଷ କୁମାର ସିଂ

ସଫଳତା ପାଇଁ ଶର୍ଟକଟ ରାସ୍ତା ନାହିଁ : ନୟାଗଡ଼ ଏସ୍‌ପି ଆଶିଷ କୁମାର ସିଂ

ନୟାଗଡ଼ ଜିଲାରେ ଏସ୍‌ପି ଭାବେ ଆଶିଷ କୁମାର ସିଂ ୨୦୧୭ ମସିହା ଜୁଲାଇ ମାସରୁ ଦାୟିତ୍ୱ ତୁଲାଇ ଆସୁଛନ୍ତି। ୨୦୧୦ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଧିକାରୀଙ୍କ ଘର ଉତ୍ତରପ୍ରଦେଶରେ। ନୟାଗଡ଼ ଜିଲା ପୂର୍ବରୁ ବଲାଙ୍ଗୀର ଏସ୍‌ପି ଭାବେ ସେ କାର୍ଯ୍ୟ କରୁଥିଲେ। ସେ ଦେବଗଡ଼, ବରଗଡ଼ ଓ ବଲାଙ୍ଗୀର ଜିଲାରେ ଏସ୍‌ପି ଭାବେ କାର୍ଯ୍ୟ କରିଛନ୍ତି। ସ୍ବଳ୍ପ ସମୟ ମଧ୍ୟରେ ନୟାଗଡ଼ରେ ଦୁଇ ଦୁଇଟି ଏନ୍‌କାଉଣ୍ଟର କରି ଅପରାଧୀଙ୍କୁ ଧରିବା ଘଟଣା ଏସ୍‌ପିଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି। ଜିଲାରେ ଅପରାଧକୁ ନିୟନ୍ତ୍ରଣ କରିବା ଓ ଅପରାଧୀଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଲକ୍ଷ୍ୟ ରଖିଛନ୍ତି ଏସ୍‌ପି ସିଂ । ତାଙ୍କର ସାଧାରଣ ଜୀବନଶୈଳୀକୁ ନେଇ ଧରିତ୍ରୀ ପକ୍ଷରୁ କରାଯାଇଥିଲା ୫ଟି ପ୍ରଶ୍ନ।

ରେଳ ଷ୍ଟେଶନର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ରେଳ ଷ୍ଟେଶନର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର, ୨୨।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରସ୍ଥିତ ମୁଖ୍ୟ ରେଳ ଷ୍ଟେଶନର ବିକାଶ ପାଇଁ ବୁଝାମଣା ପାଇଁ କେନ୍ଦ୍ର ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବୋଲଗଡ଼ରେ ଗୋଷ୍ଠୀ ସଂଘର୍ଷ, ୩ ଆହତ: ମାମଲା ରୁଜୁ ପାଇଁ ଥାନା ସମ୍ମୁଖରେ ଧାରଣା

ବୋଲଗଡ଼ରେ ଗୋଷ୍ଠୀ ସଂଘର୍ଷ, ୩ ଆହତ: ମାମଲା ରୁଜୁ ପାଇଁ ଥାନା ସମ୍ମୁଖରେ ଧାରଣା

ଖୋର୍ଦ୍ଧା ଅଫିସ,୨୨।୫: ଖୋର୍ଦ୍ଧା ଜିଲା ବୋଲଗଡ଼ ଥାନା ଅନ୍ତର୍ଗତ ବୋଲଗଡ ଗଁାରେ ସୋମବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଉଭୟ ପକ୍ଷର ୩ ଜଣ ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ଜମିଜମା ବିବାଦକୁ ନେଇ ବୋଲଗଡ଼ର ପ୍ରଭାତ ପରିଡା ଓ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ରହିଥିଲା ।

ଭିଜିଲାନ୍ସ ଜାଲରେ ବେଗୁନିଆ ବ୍ଲକ ଜେଇ

ଭିଜିଲାନ୍ସ ଜାଲରେ ବେଗୁନିଆ ବ୍ଲକ ଜେଇ

ଖୋର୍ଦ୍ଧା ଅଫିସ,୨୨।୫: ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଜେଇ ସୁରେଶ ଚନ୍ଦ୍ର ଆଚାର୍ଯ୍ୟ ନିଜ କାର୍ଯ୍ୟାଳୟରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ବ୍ରହ୍ମଗିରିରେ ପହଞ୍ଚିଲା ମହାନଦୀ ମହାସଂଗ୍ରାମ ଶୋଭାଯାତ୍ରା

ବ୍ରହ୍ମଗିରିରେ ପହଞ୍ଚିଲା ମହାନଦୀ ମହାସଂଗ୍ରାମ ଶୋଭାଯାତ୍ରା

ବ୍ରହ୍ମଗିରି,୨୨।୫(ଡି.ଏନ୍‌.ଏ.): ମହାନଦୀ ପାଇଁ ମହାସଂଗ୍ରାମ ଶୋଭାଯାତ୍ରା ମଙ୍ଗଳବାର ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ପହଞ୍ଚିଛି। ବିଧାୟକ ସଞ୍ଜୟ ଦାସ ବର୍ମାଙ୍କ ସହ ନିର୍ବାଚିତ ସମସ୍ତ ଜନ ପ୍ରତିନିଧି ଏହାକୁ ସ୍ବାଗତ କରିଥିଲେ।

ଜୁଏଲଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ନିରଞ୍ଜନ, ସୌମ୍ୟ

ଜୁଏଲଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ନିରଞ୍ଜନ, ସୌମ୍ୟ

ଭୁବନେଶ୍ୱର, ୨୨।୫(ବ୍ୟୁରୋ): ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ଭିତିରିଆ ବୁଝାମଣା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବିବୃତିକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ଏ ନେଇ ଜୁଏଲଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ପୋଖରୀ ହୁଡ଼ାରୁ ବେଆଇନ ଜବରଦଖଲ ଉଚ୍ଛେଦ ନେଇ ରାସ୍ତାରୋକୋ

ପୋଖରୀ ହୁଡ଼ାରୁ ବେଆଇନ ଜବରଦଖଲ ଉଚ୍ଛେଦ ନେଇ ରାସ୍ତାରୋକୋ

ରଣପୁର, ୨୨।୫(ଡି.ଏନ୍‌.ଏ.): ନୟାଗଡ ଜିଲା ରଣପୁର ଏନ୍‌ଏସି ୨ ନଂ. ଓ୍ବାର୍ଡ ହାଟସାହିଠାରେ ମଙ୍ଗଳବାର ସକାଳେ ଓ୍ବାର୍ଡବାସୀ ସାନଫସି ପୋଖରୀ ହୁଡ଼ାରୁ ବେଆଇନ ଜବରଦଖଲ ଉଚ୍ଛେଦ ଦାବିନେଇ ରଣପୁର ନୟାଗଡ଼ ସୁନାଖେଲା ରାସ୍ତାକୁ ଅବରୋଧ କରିଥିଲେ।

କୋଇଲି ବୈକୁଣ୍ଠ ପରିଚାଳନା ଦାୟିତ୍ୱ ନେବ ଶ୍ରୀମନ୍ଦିର ପ୍ରଶାସନ

କୋଇଲି ବୈକୁଣ୍ଠ ପରିଚାଳନା ଦାୟିତ୍ୱ ନେବ ଶ୍ରୀମନ୍ଦିର ପ୍ରଶାସନ

ପୁରୀ ଅଫିସ,୨୨ା୫: କୋଇଲି ବୈକୁଣ୍ଠ ପରିଚାଳନା ଦାୟିତ୍ୱ ନିଜ ପାଖରେ ରଖିବ ଶ୍ରୀମନ୍ଦିର ପ୍ରାଶସନ । ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ନିଲାମ ମୂଲ୍ୟ ୪୪ ଲକ୍ଷ ଟଙ୍କା ରଖାଯାଇଥିଲା।

କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷା ଫଳ: ବିଜ୍ଞାନରେ ସୁଜିତ, କଳାରେ ଅନୁପମା, ବାଣିଜ୍ୟରେ ମନୋଜ ଟପ୍ପର

କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷା ଫଳ: ବିଜ୍ଞାନରେ ସୁଜିତ, କଳାରେ ଅନୁପମା, ବାଣିଜ୍ୟରେ ମନୋଜ ଟପ୍ପର

କେନ୍ଦ୍ରାପଡା ଅଫିସ, ୨୨।୫: କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏହି ଶ୍ରେଣୀର କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପାଇଁ ପ୍ରକାଶିତ ପରୀକ୍ଷା ଫଳରେ ମହାବିଦ୍ୟାଳୟର ମୋଟ ପାସହାର ୯୪ ପ୍ରତିଶତ ରହିଛି। କଳାରେ ୯୫ ପ୍ରତିଶତ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବାଣିଜ୍ୟରେ ୯୨ ପ୍ରତିଶତ ଛାତ୍ରୀଛାତ୍ର ସଫଳ ହୋଇଛନ୍ତି। ସେହିପରି ବିଜ୍ଞାନ ବିଭାଗରେ ପାସହାର ୯୪ ପ୍ରତିଶତ ରହିଛି।

ସ୍ବାମୀଙ୍କ ହତ୍ୟାକାରୀଙ୍କ ଗିରଫ ଦାବି: ଜିଲାପାଳଙ୍କ ଅଫିସ ସମ୍ମୁଖରେ ଅନଶନରେ ବସିଲେ ସ୍ତ୍ରୀ, ଝିଅ

ସ୍ବାମୀଙ୍କ ହତ୍ୟାକାରୀଙ୍କ ଗିରଫ ଦାବି: ଜିଲାପାଳଙ୍କ ଅଫିସ ସମ୍ମୁଖରେ ଅନଶନରେ ବସିଲେ ସ୍ତ୍ରୀ, ଝିଅ

କେନ୍ଦ୍ରାପଡା ଅଫିସ, ୨୨ା୫: କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ଷଣ୍ଡପଲ୍ଲୀ ଗ୍ରାମର ଗୋଲେଖ ସେଠୀଙ୍କ ହତ୍ୟାକାରୀଙ୍କ ଗିରଫ ଦାବିରେ ପରିବାରଲୋକେ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି। ସେମାନଙ୍କୁ ସମର୍ଥନ ଜଣାଇ ସ୍ଥାନୀୟ ଅଞ୍ଚଳର ବହୁ ମହିଳା ଏବଂ ପୁରୁଷ ଏଥିରେ ସାମିଲ ହୋଇଥିବା ଜଣାପଡିଛି।

ଜଗମୋହନରେ ଲାଗିବ ସିସିଟିଭି

ଜଗମୋହନରେ ଲାଗିବ ସିସିଟିଭି

ପୁରୀ ଅଫିସ,୨୨ା୫: ଶ୍ରୀମନ୍ଦିର ଜଗମୋହନରେ ଲାଗିବ ସିସିଟିଭି । ଦୈନନ୍ଦିନ ଜଗମୋହନରେ ଘଟୁଥିବା ପ୍ରତି ମୁହୂର୍ତ୍ତର ଘଟଣାକୁ କଏଦ କରାଯିବ। ଶ୍ରୀମନ୍ଦିରରେ ଶୃଙ୍ଖଳା ଆଣିବା କ୍ଷେତ୍ରରେ ଏମିତି ଏକ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ରବିବାର ଜଗମୋହନ ଭିତରକାଠ ନିକଟରେ ଦକ୍ଷିଣା ପାଇଁ ଅଣଓଡ଼ିଆ ଦମ୍ପତିଙ୍କୁ ଦୁର୍ବ୍ୟବହାର ଏବଂ ମାଡ଼ ମାରିବା ଘଟଣା ପରେ ମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି।

କଂଗ୍ରେସ-ବିଜେଡି ମେଣ୍ଟ ହୋଇପାରେ: ଜୁଏଲ

କଂଗ୍ରେସ-ବିଜେଡି ମେଣ୍ଟ ହୋଇପାରେ: ଜୁଏଲ

ଭୁବନେଶ୍ୱର, ୨୨।୫(ବ୍ୟୁରୋ): ଭାଜପାକୁ ଅଟକାଇବା ପାଇଁ ରାଜ୍ୟରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଭିତିରିଆ ବୁଝାମଣା ହୋଇପାରେ। ତେବେ ଭାଜପା ଏଥିରେ ଭୟଭୀତ ନୁହେଁ, ଓଡ଼ିଶାରେ ଏକାକୀ ସରକାର ଗଠନ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ଜୁଏଲ ଓରାମ।