ରାଜ୍ୟ |

ଏସସିବିରେ ପିଲା ବଦଳ ଘଟଣା: ସିସିଟିଭି ଫୁଟେଜ ଜବତକଲା ପୋଲିସ

ଏସସିବିରେ ପିଲା ବଦଳ ଘଟଣା:  ସିସିଟିଭି ଫୁଟେଜ ଜବତକଲା ପୋଲିସ
କଟକ ଅଫିସ, ୩୦ା୧- ଏସ୍‌ସିବି ମେଡିକାଲ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ପିଲା ବଦଳ ଘଟଣାର ତଦନ୍ତକୁ ତ୍ୱରାନ୍ବିତ କରିଛି ମଙ୍ଗଳାବାଗ ଥାନା ପୋଲିସ। ମଙ୍ଗଳବାର ଲେବର ରୁମରେ ଲାଗିଥିବା ସିସିଟିଭି ଫୁଟେଜକୁ ପୋଲିସ ଜବତ କରିଛି। ଜନ୍ମ ହେବା ପରେ ସେବିକା ଉକ୍ତ ନବଜାତ ଶିଶୁକୁ ଲେବର ରୁମ୍‌ରୁ ୱାର୍ଡକୁ ନେବା ସମୟରେ ପ୍ରସୂତିଙ୍କ ଶାଶୁ ସାଙ୍ଗରେ ଯାଉଥିବା ଦୃଶ୍ୟ ସିସିଟିଭି ଫୁଟେଜରେ ରହିଛି। ଏସ୍‌ସିବିରେ ପିଲା ବଦଳ ହୋଇ ନ ଥିବା ମଙ୍ଗଳାବାଗ ଥାନା ଆଇଆଇସି ଅରୁଣ କୁମାର ସ୍ବାଇଁ ଏକପ୍ରକାର ସ୍ପଷ୍ଟ କରିଥିବାବେଳେ ପ୍ରସୂତିଙ୍କ ସ୍ବାମୀ ପ୍ରହଲ୍ଲାଦ ମହାପାତ୍ର ତାଙ୍କ ଜିଦ୍‌ରେ ଅଟଳ ରହିଛନ୍ତି। ଶିଶୁଙ୍କ ଡିଏନଏ ପରୀକ୍ଷା ପାଇଁ ଆବେଦନ କରିବେ ବୋଲି ମହାପାତ୍ର କହିଛନ୍ତି। ଏସସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ଡ. ଶ୍ୟାମା କାନୁନ୍‌ଗୋ କୁହନ୍ତି, ଲେବର ରୁମରେ ଲାଗିଥିବା ସିସି ଟିଭି ଫୁଟେଜ ଦେଖିବା ପରେ ଅଭିଯୋଗରେ କୌଣସି ସତ୍ୟତା ନ ଥିବା ଜଣାପଡୁଛି। ସୂଚନାଯୋଗ୍ୟ, ଯାଜପୁର ଜିଲା ବାଲିଚନ୍ଦ୍ରପୁର ଅଞ୍ଚଳର ପ୍ରହଲ୍ଲାଦଙ୍କ ସ୍ତ୍ରୀ ମଧୁସ୍ମିତା ଏସ୍‌ସିବି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ପ୍ରସବ ନିମନ୍ତେ ଭର୍ତ୍ତି ହୋଇଥିଲେ। ଗତ ୨୬ ତାରିଖରେ ମଧୁସ୍ମିତାଙ୍କର ଅସ୍ତ୍ରୋପଚାର ମାଧ୍ୟମରେ ପ୍ରସବ କରାଯାଇଥିଲା। ଅପରାହ୍ନ ୩ଟାବେଳେ ପିଲା ଜନ୍ମ ହୋଇଥିବାବେଳେ ଡାକ୍ତର ତାଙ୍କୁ ସନ୍ଧ୍ୟା ୬ଟାରେ କନ୍ୟା ସନ୍ତାନ ହୋଇଥିବା ଜଣାଇଥିଲେ। ଏହା ତାଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା। ଲେବର ରୁମ୍‌ରେ ତାଙ୍କ ଶିଶୁଙ୍କୁ ବଦଳ କରାଯାଇଥିବା ନେଇ ପ୍ରହଲ୍ଲାଦ ମଙ୍ଗଳାବାଗ ଥାନାରେ ରବିବାର ଅଭିଯୋଗ କରିଥିଲେ।
All Right Reserved By

ରାଜ୍ୟ |

ପ୍ରେମିକ ଘର ଆଗରେ ଦେହରେ ନିଆଁ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା

ପ୍ରେମିକ ଘର ଆଗରେ ଦେହରେ ନିଆଁ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା

ରାଉରକେଲା ଅଫିସ, ୧୭।୮-ରାଉରକେଲା ମହାନଗର ଅନ୍ତର୍ଗତ ବନ୍ଧମୁଣ୍ଡା ସେକ୍ଟର ‘ବି’ଅଞ୍ଚଳରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକ ଘର ଆଗରେ ଜଣେ ଯୁବତୀ (୨୫) ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି। ଉଭୟ ଯୁବତୀ ଓ ତାଙ୍କ ପ୍ରେମିକଙ୍କ ଘର ନ୍ଧମୁଣ୍ଡା ସେକ୍ଟର ‘ବି’ଅଞ୍ଚଳରେ। ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଥିଲା। ମାତ୍ର ପ୍ରେମିକ ବିବାହ ପାଇଁ ମନା କରିବାରୁ ପ୍ରେମିକା ମାନସିକ ଭାରସାମ୍ୟ ହରାଇ ବସିଥିଲେ। 

ଶ୍ରୀମନ୍ଦିର ପ୍ରଶାସନ ନିର୍ମାଣ କରିବ ଗୋଦାମ ଘର: ଖର୍ଚ୍ଚ ହେବ ୨ କୋଟି ୭ ଲକ୍ଷ

ଶ୍ରୀମନ୍ଦିର ପ୍ରଶାସନ ନିର୍ମାଣ କରିବ ଗୋଦାମ ଘର: ଖର୍ଚ୍ଚ ହେବ ୨ କୋଟି ୭ ଲକ୍ଷ

ପୁରୀ ଅଫିସ,୧୭।୮: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଗୋଦାମ ଘର ନିର୍ମାଣ କରାଯିବ। ଏଥିଲାଗି ମାଟିତୋଟା ମୌଜାରେ ଜମି ଚିହ୍ନଟ ହୋଇଛି। 

ଯୁବ ମହୋତ୍ସବରେ ଭାଗନେବେ ବ୍ରହ୍ମପୁରର ସୁରଜ ସାହୁ

ଯୁବ ମହୋତ୍ସବରେ ଭାଗନେବେ ବ୍ରହ୍ମପୁରର ସୁରଜ ସାହୁ

ବ୍ରହ୍ମପୁର ଅଫିସ,୧୭।୮: ଅଗଷ୍ଟ ୨୫ରେ ବମ୍ବେଠାରେ ୧୫ତମ ସଂଯୁକ୍ତା ପାଣିଗ୍ରାହୀ ଯୁବ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀଙ୍କ ସ୍ମୃତିରେ ଆୟୋଜିତ ହେଉଥିବା ଏହି ଯୁବ ମହୋତ୍ସବରେ ବହୁ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରର କଳାକାରମାନେ ଭାଗନେବେ। 

ବନ୍ୟା ଉଜାଡ଼ିଦେଲା ଫସଲ, ଧୋଇଗଲା ପାଙ୍ଗାମ ବ୍ରିଜ ରାସ୍ତା: କ୍ଷତି ପରଖୁଛନ୍ତି ପ୍ରଶାସନିକ ଅଧିକାରୀ

ବନ୍ୟା ଉଜାଡ଼ିଦେଲା ଫସଲ, ଧୋଇଗଲା ପାଙ୍ଗାମ ବ୍ରିଜ ରାସ୍ତା: କ୍ଷତି ପରଖୁଛନ୍ତି ପ୍ରଶାସନିକ ଅଧିକାରୀ

ମାଥିଲି, ୧୭।୮(ଡି.ଏନ୍‌.ଏ.): ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲା ମାଥିଲି ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଦାଉ ସାଜିବାରୁ  ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଶତାଧିକ ଘର ଭୁଶୁଡି ପଡିବା ସହ ପାଣି ପଶି ସମୁଦାୟ ଅଞ୍ଚଳର ଫସଲ ନଷ୍ଟ ହୋଇଛି। ୨ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରା ଏକ ପ୍ରକାରର ଠପ ହୋଇଯାଇଛି। ଏପରିକି ୨ ଦିନ ଧରି ବ୍ଲକ ଅଞ୍ଚଳବାସୀ ଉଜାଗରରେ ରହିଛନ୍ତି। କ୍ଷତିଗ୍ରସ୍ତ ଅଞ୍ଚଳ ପରଖିବାକୁ ପ୍ରଶାସନ ଏବଂ ପୋଲିସ ପ୍ରଶାସନ ତରଫରୁ ଉଦ୍ୟମ ଆରମ୍ଭ ହୋଇଛି।

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲ ଓ୍ବାଡେନ ନିଲମ୍ବିତ

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲ ଓ୍ବାଡେନ ନିଲମ୍ବିତ

ତରଭା, ୧୭।୮(ଡି.ଏନ.ଏ.)
ତରଭା ବ୍ଲକ ଅତାସିଂହାସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲ ଓ୍ବାଡେନ ଜଗତ ଶିରୋମଣି ମେହେରଙ୍କୁଙ୍କୁ ଡିପିସି ନିଲମ୍ବନ କରିଛନ୍ତି। କିଛି ଦିନ ତଳେ ମେହେରଙ୍କୁ ଦେଖା କରିବା ପାଇଁ ଜଣେ ଯୁବକ ହଷ୍ଟେଲକୁ ଆସି ରାତ୍ରୀଯାପନ କରିଥିଲେ। ଏକଥା ଜଣାପଡ଼ିବା ପରେ ଗ୍ରାମବାସୀ ହୋହାଲ୍ଲା କରିଥିଲେ। 

ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ୫ମ ଦିନରେ: ଫାଟକ ତାଲା ଭାଙ୍ଗି କୋର୍ଟ କାର୍ଯ୍ୟ ଆରମ୍ଭ କଲା ପୋଲିସ,  ଖୋର୍ଦ୍ଧା ମୁଖ୍ୟ ରାସ୍ତା ଅବରୋଧ

ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ୫ମ ଦିନରେ: ଫାଟକ ତାଲା ଭାଙ୍ଗି କୋର୍ଟ କାର୍ଯ୍ୟ ଆରମ୍ଭ କଲା ପୋଲିସ, ଖୋର୍ଦ୍ଧା ମୁଖ୍ୟ ରାସ୍ତା ଅବରୋଧ

ଖୋର୍ଦ୍ଧା ଅଫସ,୧୭।୮: ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଶୁକ୍ରବାର ୫ମ ଦିନରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧା  କୋର୍ଟ ଫାଟକରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ପକାଯାଇଥିବା ତାଲାକୁ ପୋଲିସ ଭାଙ୍ଗିଦେଇଛି।

ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କା: ୫୩ନଂ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ

ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କା: ୫୩ନଂ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ

ପରଜଙ୍ଗ,୧୭।୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୫୩ନଂ ଜାତୀୟ ରାଜପଥର ହଟିଲୁଚାଣି ଛକ ନିକଟରେ  ଗୁରୁବାର ବିଳମ୍ବିତ ରାତିରେ ଦୁଇ ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି। 

ହୀରାକୁଦ ଡ୍ୟାମ୍‌ର ଜଳସ୍ତର ୬୧୫.୭୭ ଫୁଟ: ୨ଟି ଗେଟ୍‌ ଖୋଲା

ହୀରାକୁଦ ଡ୍ୟାମ୍‌ର ଜଳସ୍ତର ୬୧୫.୭୭ ଫୁଟ: ୨ଟି ଗେଟ୍‌ ଖୋଲା

ସମ୍ବଲପୁର,୧୭।୮(ବ୍ୟୁରୋ)- ହୀରାକୁଦ ଡ୍ୟାମ ଜଳସ୍ତର ଗୁରୁବାର ରାତି ୯ଟା ସୁଦ୍ଧା ୬୧୫.୭୭ ଫୁଟ ରହିଛି। ଡ୍ୟାମର ଉପର ମୁଣ୍ଡରେ ବର୍ଷା କମିଛି । ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୭୫,୪୭୪ କ୍ୟୁସେକ ଜଳ ପ୍ରବେଶ କରୁଛି। ତେଣୁ ଖୋଲାଥିବା ୫ଟି ସ୍ଳୁଇସ ଗେଟ୍‌ରୁ ୩ଟିକୁ ବନ୍ଦ କରାଯାଇଛି। ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ବାମ ପାର୍ଶ୍ୱର ଗୋଟିଏ ଓ ଡାହାଣ ପାର୍ଶ୍ୱର ଗୋଟିଏ ଗେଟ ଖୋଲା ରଖିଛନ୍ତି। 

ପୋଲିସ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ବବୁଲଙ୍କ ସମେତ ୩ ପୋଲିସ ଆହତ, ୨ ବୋମା, ବାଇକ ଜବତ

ପୋଲିସ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ବବୁଲଙ୍କ ସମେତ ୩ ପୋଲିସ ଆହତ, ୨ ବୋମା, ବାଇକ ଜବତ

ଖୋର୍ଦ୍ଧା ଅଫିସ/ନିରାକାରପୁର,୧୭।୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱରରେ ଗୁରୁବାର ରାତିରେ ଟାଙ୍ଗୀ ଓ ନିରାକାରପୁର ଥାନା ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତି ଅପରାଧୀ ଫିରୋଜ ଶାହ ଓରଫ ବବୁଲ(୨୫) ଆହତ ହୋଇଛନ୍ତି।  ୧୭।୮(ଡି.ଏନ୍‌.ଏ.):

ସରକାରୀ ହସ୍ପିଟାଲରୁ  ବନ୍ଦ ହେଲା ୟୁଜର୍ସ ଫି’

ସରକାରୀ ହସ୍ପିଟାଲରୁ ବନ୍ଦ ହେଲା ୟୁଜର୍ସ ଫି’

ଭୁବନେଶ୍ୱର, ୧୭ା୮(ବ୍ୟୁରୋ):ଜିଲା ମୁଖ୍ୟ ଚିକିତ୍ସାଳୟରୁ ଆରମ୍ଭ କରି ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ବାଧୀନତା ଦିବସରୁ ୟୁଜର୍ସ ଫି’ ବନ୍ଦ କରାଯାଇଛି। 

ଓଡ଼ିଶାକୁ ବାଜପେୟୀଙ୍କ ଅବଦାନ:ଏମ୍ସ, ତୈଳ ବିଶୋଧନାଗାର

ଓଡ଼ିଶାକୁ ବାଜପେୟୀଙ୍କ ଅବଦାନ:ଏମ୍ସ, ତୈଳ ବିଶୋଧନାଗାର

ଭୁବନେଶ୍ୱର,୧୭।୮(ବ୍ୟୁରୋ):ଓଡିଶା ପ୍ରତି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାର ବାଜପେୟୀଙ୍କର ଅନେକ ଅବଦାନ ରହିଛି। ବିଶେଷକରି ଭୁବନେଶ୍ୱର ସିଜୁଆଠାରେ ନିର୍ମିତ ଏମ୍ସ, ପାରାଦୀପଠାରେ ଥିବା ଭାରତୀୟ ତୈଳ ନିଗମ(ଆଇଓସିଏଲ)ର ବିଶୋଧନାଗାର ଏବଂ ଭୁବନେଶ୍ୱରଠାରେ ପୂର୍ବତଟ ରେଳର ମୁଖ୍ୟ କାର୍ଯ୍ୟାଳୟ ଆଦି ଥିଲା ବାଜପେୟୀଙ୍କର  ଓଡିଶା ପ୍ରତି ଅମୂଲ୍ୟ ଅବଦାନ। 

ଅସାମାନ୍ୟ ଅଟଳ

ଅସାମାନ୍ୟ ଅଟଳ

ସ୍ବାଧୀନ ଭାରତରେ ଦୀର୍ଘ ୪ ଦଶନ୍ଧିଯାଏ ଏକକ ରାଜନୈତିକ ଦଳରେ ସୀମିତ ରହିଥିଲା ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର। ଏହି ସମୟରେ ବିକଳ୍ପ ରାଜନୀତିର ଦିଗଦର୍ଶକ ସାଜିଥିଲେ ଭାରତୀୟ ଜନତା ପାର୍ଟିର ଭୀଷ୍ମ ପିତାମହ ଅଟଳ ବିହାରୀ ବାଜପେୟୀ। ଭାରତବାସୀଙ୍କୁ ଗଣତନ୍ତ୍ରର ପରିଭାଷା ବୁଝାଇଥିଲେ ସେ। କେତେବେଳେ ଶାନ୍ତିର କପୋତ ସାଜି ସୀମାନ୍ତରେ ବନ୍ଧୁତାର ଦ୍ୱାର ଖୋଲି ଦେଇଥିଲେ ତ ଆଉ କେତେବେଳେ ପଡ଼ୋଶୀର ଔଦ୍ଧତ୍ୟର ଜବାବ ଦେଇଥିଲେ ଯୁଦ୍ଧକ୍ଷେତ୍ରରେ।