ରାଜ୍ୟ |

ନିର୍ବାଚନ ଅନିୟମିତତା ମାମଲା: ସୁନ୍ଦରଗଡ଼ ବିଧାୟକଙ୍କ ସଭ୍ୟପଦ ରଦ୍ଦ

ନିର୍ବାଚନ ଅନିୟମିତତା ମାମଲା: ସୁନ୍ଦରଗଡ଼ ବିଧାୟକଙ୍କ ସଭ୍ୟପଦ ରଦ୍ଦ

କଟକ ଅଫିସ, ୩୦।୧- ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କୁ ଝଟ୍‌କା। ନିର୍ବାଚନ ଅନିୟମିତତା ମାମଲାରେ ତାଙ୍କ ସଭ୍ୟପଦକୁ ମଙ୍ଗଳବାର ହାଇକୋର୍ଟ ରଦ୍ଦ କରିଦେଇଛନ୍ତି। ଏଥିସହ ତାଙ୍କ ନିର୍ବାଚନକୁ ମଧ୍ୟ ଅସିଦ୍ଧ ଘୋଷଣା କରିଛନ୍ତି। ପରାଜିତ ପ୍ରାର୍ଥୀ ସହଦେବ ଖାକା ଓ ଜଣେ ଭୋଟର ଅଜୟ ପଟେଲଙ୍କ ପକ୍ଷରୁ ଆଗତ ଦୁଇଟି ମାମଲାର ଏକତ୍ର ଶୁଣାଣି କରି ବିଚାରପତି ବି.କେ. ନାୟକ ଏହି ରାୟ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଉକ୍ତ ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ରହିଥିବା ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା ପାଇଁ କରାଯାଇଥିବା ନିବେଦନକୁ ଖଣ୍ଡପୀଠ ଅଗ୍ରାହ୍ୟ କରିଦେଇଛନ୍ତି। ହାଇକୋର୍ଟଙ୍କ ଏହି ରାୟ ପରେ ବିଧାୟକ ସିଂ ତାଙ୍କ ପଦ ହରାଇଛନ୍ତି। ୨୦୧୪ ବିଧାନସଭା ନିର୍ବାଚନରେ ଯୋଗେଶ ସିଂ ସୁନ୍ଦରଗଡ଼ ସଂରକ୍ଷିତ ନିର୍ବାଚନମଣ୍ଡଳୀରୁ କଂଗ୍ରେସରୁ ଟିକେଟ ପାଇ ଲଢିଥିଲେ। ସେ ୬୬ ହଜାର ୧୩୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ବିଜେଡିର କୁସୁମ ଟେଟେ ୫୩ ହଜାର ୫୫୪ ଖଣ୍ଡ ଭୋଟ ପାଇ ଦ୍ୱିତୀୟରେ ଓ ଭାଜପାର ସହଦେବ ଖାକା ୨୭ ହଜାର ୯୩୫ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ମାତ୍ର ଏହି ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ପରାଜିତ ଭାଜପା ପ୍ରାର୍ଥୀ ଖାକା ଓ ଭୋଟର ପଟେଲଙ୍କ ପକ୍ଷରୁ ହାଇକୋର୍ଟରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଥିଲା। ବିଧାୟକ ସିଂ ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେଇଥିବା ଅଭିଯୋଗ ଆଣି ତାଙ୍କ ନିର୍ବାଚନକୁ ରଦ୍ଦ କରିବା ପାଇଁ ପିଟିଶନରେ ପ୍ରାର୍ଥନା କରାଯାଇଥିଲା। ଏଥିସହ ଦ୍ୱିତୀୟସ୍ଥାନରେ ରହିଥିବା ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରିବାକୁ ଆବେଦନକାରୀ ପଟେଲ ନିବେଦନ କରିଥିଲେ। ଅପରପକ୍ଷରେ ବିଧାୟକ ସିଂ ଉକ୍ତ ମୂଳ ମାମଲାକୁ ରଦ୍ଦ କରିବା ପାଇଁ ହାଇକୋର୍ଟରେ ମିସ୍‌କେସ କରିଥିଲେ। ମାତ୍ର ୨୦୧୬ ଅକ୍ଟୋବର ୨୮ରେ ହାଇକୋର୍ଟ ଉକ୍ତ ମିସ୍‌କେସ୍‌କୁ ରଦ୍ଦ କରିଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ବିଧାୟକ ସିଂ ସୁପ୍ରିମକୋର୍ଟରେ ଏକ ସ୍ପେଶାଲ ରିଭ୍ୟୁ ପିଟିଶନ ଦାଏର କରିଥିଲେ। ସୁପ୍ରିମକୋର୍ଟ ବିଧାୟକଙ୍କ ପିଟିଶନକୁ ଅଗ୍ରାହ୍ୟ କରିଦେବା ସହ ତୁରନ୍ତ ମାମଲାର ବିଚାର ଶେଷ କରିବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶୁଣାଣିବେଳେ ଆବେଦନକାରୀ ଖାକାଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ଯୋଗେଶ ସିଂ ଖଣ୍ଡୟାତ ଭୂୟଁା ଜାତିର ହୋଇଥିବାବେଳେ ଭୂୟଁା ଅନୁସୂଚିତ ଜନଜାତିର ଜାତିଗତ ପ୍ରମାଣପତ୍ର ହାସଲ କରିଥିଲେ। ଯେଉଁ ଜମିପଟ୍ଟା ଦେଖାଇ ସେ ଲେଫ୍ରିପଡ଼ା ତହସିଲ କାର୍ଯ୍ୟାଳୟରୁ ଜାତିଗତ ପ୍ରମାଣପତ୍ର ହାସଲ କରିଥିଲେ ସେହି ଜମି ୧୯୮୮ରୁ ବିକ୍ରି ହୋଇସାରିଥିଲା। ଏଥିସହିତ ସେ ବିଧାୟକ ପଦ ପାଇଁ ନାମାଙ୍କନପତ୍ର ଦାଖଲ ସମୟରେ ପ୍ରଦାନ କରିଥିବା ସତ୍ୟପାଠରେ ମିଥ୍ୟା ତଥ୍ୟ ଦେଇଥିଲେ ବୋଲି ଖାକାଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା। ସ୍ତ୍ରୀ, ପିଲା ଓ ସମ୍ପତ୍ତି ସମ୍ପର୍କରେ ସତ୍ୟପାଠରେ ଠିକ୍‌ ତଥ୍ୟ ଉପସ୍ଥାପନ କରାଯାଇ ନ ଥିଲା। ଆବେଦନକାରୀମାନେ ମଧ୍ୟ ଅଭିଯୋଗ ସଂକ୍ରାନ୍ତ ସମସ୍ତ ପ୍ରମାଣପତ୍ର ଦାଖଲ କରିଥିଲେ। ଏହି ମାମଲାରେ ନିର୍ବାଚନ ରିଟର୍ନିଂ ଅଫିସର, ପୋଲିସ ଅଫିସର, ବିଧାୟକଙ୍କ ସମେତ ୪୦ରୁ ଅଧିକ ବ୍ୟକ୍ତି ହାଇକୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଥିଲେ। ୭୦ରୁ ଅଧିକ ନଥିପତ୍ର ହାଇକୋର୍ଟରେ ଦାଖଲ କରାଯାଇଥିଲା। ଆବେଦନକାରୀ ଖାକାଙ୍କ ପକ୍ଷରୁ ଆଡ୍‌ଭୋକେଟ ଗୋପାଳ ଅଗ୍ରୱାଲ ଓ ପଟେଲଙ୍କ ତରଫରୁ ଆଡ୍‌ଭୋକେଟ ଦୟାନନ୍ଦ ମହାପାତ୍ର ମାମଲା ପରିଚାଳନା କରୁଥିଲେ।

All Right Reserved By

ରାଜ୍ୟ |

ଜଟଣୀ ଅଞ୍ଚଳର ଗହଣା ଦୋକାନରୁ ସୁଡଙ୍ଗ ଖୋଳି ଲୁଟ ଘଟଣା: ୨ ଡକାୟତଙ୍କ ସମେତ ୪ ଗିରଫ

ଜଟଣୀ ଅଞ୍ଚଳର ଗହଣା ଦୋକାନରୁ ସୁଡଙ୍ଗ ଖୋଳି ଲୁଟ ଘଟଣା: ୨ ଡକାୟତଙ୍କ ସମେତ ୪ ଗିରଫ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ଜଟଣୀ ଥାନା ଅଞ୍ଚଳରେ ଥିବା ଏକ ଜୁଏଲାରୀରୁ ସୁନାଗହଣା ଲୁଟ କରିବା ଘଟଣାରେ କମିଶନରେଟ ପୋଲିସକୁ ସଫଳତା ମିଳିଛି। ଏହି ଘଟଣାରେ ପୋଲିସ ୨ ଡକାୟତ, ୨ ସୁନା ଦୋକାନୀକୁ ଗିରଫ କରିଛି। 

ରେଭେନ୍‌ଶାରେ ର଼୍ୟାଗିଂ

ରେଭେନ୍‌ଶାରେ ର଼୍ୟାଗିଂ

କଟକ ଅଫିସ,୧୬।୮: ରେଭେନ୍‌ଶା କଲେଜରେ ର଼୍ୟାଗିଂ ହେଉଥିବା ନେଇ ଯୁକ୍ତ ୩ ଦ୍ବିତୀୟ ବର୍ଷ ସଂସ୍କୃତ ବିଭାଗର ଛାତ୍ର ସୂର୍ଯ୍ୟକାନ୍ତ ମହାପାତ୍ର ଗୁରୁବାର ଅଭିଯୋଗ କରିଛନ୍ତି। ସିନିଅର ଛାତ୍ର ତାଙ୍କୁ ମାଡ଼ ମାରିବା, ଧମକ ଦେବା, ଗାଳିଗୁଲଜ କରିଥିବା ନେଇ ସେ ମାଲଗୋଦାମ ଥାନାରେ ଅଭିଯୋଗ କରିଛନ୍ତି। 

ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀଙ୍କ ଆତ୍ମହତ୍ୟା

ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀଙ୍କ ଆତ୍ମହତ୍ୟା

ଢେଙ୍କାନାଳ ଅଫିସ,୧୬।୮: ଢେଙ୍କାନାଳ ଜିଲା ବାଲିମି ଥାନା ଖାଲପାଳ ଗ୍ରାମରେ ଗୁରୁବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ସିଲି ବାଡିଆ(୪୫)ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ସ୍ବାମୀ  ସୁଧାକର ବାଡ଼ିଆ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। 

ବାଜପେୟୀଙ୍କ ସ୍ବାସ୍ଥାବସ୍ଥା ଜଟିଳ: ଅପରାହ୍ନରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ବାଜପେୟୀଙ୍କ ସ୍ବାସ୍ଥାବସ୍ଥା ଜଟିଳ: ଅପରାହ୍ନରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦିଲ୍ଲୀ ଏମ୍ସରେ ତାଙ୍କ ଚିକିତ୍ସା କରାଯାଉଥିବା ବେଳେ ସେ ଏବେ ଲାଇଫ୍‌ ସପୋର୍ଟ ସିଷ୍ଟମରେ ଅଛନ୍ତି। ବାଜପେୟୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବାକୁ ହସ୍ପିଟାଲରେ ବହୁ ନେତା ତଥା ରାଜନେତାଙ୍କ ଭିଡ଼ ଲାଗିଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅପରାହ୍ନରେ ଦିଲ୍ଲୀ ଗସ୍ତ କରିବେ।

କେରଳରେ ବନ୍ୟା: ଓଡ଼ିଶା ତରଫରୁ ୫ କୋଟିର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେରଳରେ ବନ୍ୟା: ଓଡ଼ିଶା ତରଫରୁ ୫ କୋଟିର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

 ଭୁବନେଶ୍ୱର,୧୬।୮(ବ୍ୟୁରୋ): କେରଳରେ ବନ୍ୟା ପରିସ୍ଥିତି ଦିନକୁଦିନ ଜଟିଳ ହେବାରେ ଲାଗିଛି। ଏପରିସ୍ଥଳେ ସାରା ଦେଶ କେରଳକୁ ସହାୟତାର ହାତ ବଢ଼ାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୫ କୋଟିର ସହାୟତା ରାଶି ଘୋଷଣା କରିଛନ୍ତି। 

ଟ୍ରେଡ୍‌ ୟୁନିୟନ ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଟ୍ରେଡ୍‌ ୟୁନିୟନ ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ତାଳଚେର,୧୬।୮(ନି.ପ୍ର.): ଏମ୍‌ସିଏଲ୍‌ ବଳରାମ ଓସିପିରେ କାର୍ଯ୍ୟରତ ୩ଟି ଟ୍ରେଡ୍‌ ୟୁନିୟନ ପକ୍ଷରୁ ଗୁରୁବାର ତାଳଚେର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏହି ଅବସରରେ ଏଚ୍‌ଏମ୍‌ଏସ୍‌, ବିଏମ୍‌ଏସ୍‌ ଏବଂ ଆଇଏନ୍‌ଟିସିୟୁ ପକ୍ଷରୁ ଏକ ଦାବିପତ୍ର ମଧ୍ୟ ତାଳଚେର ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଛି। 

ଅଜଗର ଉଦ୍ଧାର

ଅଜଗର ଉଦ୍ଧାର

ଭୁବନ,୧୬।୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ବାଉଁଶକଣ ଗ୍ରାମର ଶିବମନ୍ଦିର ନିକଟରୁ ବୁଧବାର ରାତିରେ ଏକ ଅଜଗର ସାପକୁ ବନବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। 

ଗାଁ ମଝିରେ ଫାଇନାନ୍ସ କର୍ମଚାରୀଙ୍କୁ ହାଣି ୫୦ ହଜାର ଲୁଟ୍‌, ଜଣଙ୍କୁ କାବୁ କଲେ ଗ୍ରାମବାସୀ

ଗାଁ ମଝିରେ ଫାଇନାନ୍ସ କର୍ମଚାରୀଙ୍କୁ ହାଣି ୫୦ ହଜାର ଲୁଟ୍‌, ଜଣଙ୍କୁ କାବୁ କଲେ ଗ୍ରାମବାସୀ

ପୁରୀ ଅଫିସ,୧୬ା୮: ପୁରୀ ଜିଲା ତାଳବଣିଆ ଥାନା ଅଧୀନ ଭାରତୀପୁର ଗ୍ରାମରେ ଜଣେ କଲେକ୍ସନ୍‌ ଏଜେଣ୍ଟଙ୍କଠାରୁ ୫୦ ହଜାର ଲୁଟ୍‌ ହୋଇଛି। ଗୁରୁବାର ଦୁଇଜଣ ଯୁବକ ଏଜେଣ୍ଟଙ୍କୁ କଟୁରିରେ ହାଣି ଏହି ଲୁଟ୍‌ କରିଛନ୍ତି। 

ଚମ୍ପୁଆ ରେଞ୍ଜ ଅଞ୍ଚଳରେ ଲାଗି ରହିଛି ହାତୀ ଉପଦ୍ରବ: ବାଲିବନ୍ଧ ଫରେଷ୍ଟ ବିଟ୍‌କୁ ଘେରିଲେ ଚାଷୀ

ଚମ୍ପୁଆ ରେଞ୍ଜ ଅଞ୍ଚଳରେ ଲାଗି ରହିଛି ହାତୀ ଉପଦ୍ରବ: ବାଲିବନ୍ଧ ଫରେଷ୍ଟ ବିଟ୍‌କୁ ଘେରିଲେ ଚାଷୀ

କେନ୍ଦୁଝର,୧୬।୮(ସ୍ବ.ପ୍ର.):  କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଜୟପୁର ଓ ସାନଯୋଡା ଗ୍ରାମରେ ଗତ କିଛିଦିନ ଧରି ହାତୀ ଉପଦ୍ରବ ଲାଗି ରହିଛି। ଦୁଇଟି ଦଳରେ ମୋଟ ୩୨ଟି ହାତୀ ଅଞ୍ଚଳରେ ରହି ବ୍ୟାପକ କ୍ଷୟକ୍ଷତି କରୁଥିବାରୁ ଲୋକମାନେ ଆତଙ୍କିତ ହୋଇ ରହିଛନ୍ତି। 

ବାଜପେୟୀଙ୍କ ପାଇଁ ସମୂହ ଦୀପଦାନ

ବାଜପେୟୀଙ୍କ ପାଇଁ ସମୂହ ଦୀପଦାନ

ଆରଡ଼ି,୧୬।୮( ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି କାମନା କରି ଓଳଗ, ସୁନ୍ଦରପୁର ଓ ଆରଡିର ଭାଜପା କର୍ମୀମାନେ ଗୁରୁବାର ସମୂହ ଦୀପଦାନ କରିଛନ୍ତି।

ବୋରିଗୁମ୍ମାକୁ ଏନ୍‌ଏସି ମାନ୍ୟତା ଦାବି: ଭାଜପା ପକ୍ଷରୁ ୮ ଘଣ୍ଟିଆ ବନ୍ଦ ଡାକରା

ବୋରିଗୁମ୍ମାକୁ ଏନ୍‌ଏସି ମାନ୍ୟତା ଦାବି: ଭାଜପା ପକ୍ଷରୁ ୮ ଘଣ୍ଟିଆ ବନ୍ଦ ଡାକରା

ଜୟପୁର,୧୬।୮(ଡି.ଏନ୍‌.ଏ.): କୋରାପୁଟ ଜିଲା ବୋରିଗୁମ୍ମାକୁ ଏନ୍‌ଏସି ମାନ୍ୟତା ଦାବି ସହ ଜୟପୁରରେ ଜିଲା ମୁଖ୍ୟ ଚିକିତ୍ସାଳୟ ତୁରନ୍ତ କାର୍ଯ୍ୟକାରୀ କରିବା, ଜାଲ ଜମି ପଟ୍ଟାର ସିଆଇ ତଦନ୍ତ ଆଦିି ୪ ଦଫା ଦାବି ନେଇ ଭାଜପା ପକ୍ଷରୁ ଜୟପୁର ନିର୍ବାଚନ ମଣ୍ଡଳୀରେ ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। 

ଶ୍ରୀମୁଖ ଛକରେ ଦୁର୍ଘଟଣା: ବାଇକ୍‌ ଧକ୍କାରେ ଜଣେ ମୃତ, ୨ ବାଇକ୍‌ ଆରୋହୀ ଗୁରୁତର

ଶ୍ରୀମୁଖ ଛକରେ ଦୁର୍ଘଟଣା: ବାଇକ୍‌ ଧକ୍କାରେ ଜଣେ ମୃତ, ୨ ବାଇକ୍‌ ଆରୋହୀ ଗୁରୁତର

ନିମାପଡ଼ା,୧୬।୮(ଡି.ଏନ୍‌.ଏ.): ପିପିଲି-ନିମାପଡ଼ା ରାସ୍ତା ଶ୍ରୀମୁଖ ଛକ ନିକଟରେ ଗୁରୁବାର ସକାଳେ ଏକ ବାଇକ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏଥିରେ ୨ ବାଇକ୍‌ ଆରୋହୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି। ମୃତକ ହେଲେ ନିମାପଡ଼ା ଥାନା ଅଧୀନ ଶ୍ରୀମୁଖ ଗ୍ରାମର ଶିବ ଚରଣ ସେଠୀ(୫୦)।

Model This Week

ଯସ୍ମିନ୍