ମେଟ୍ରୋ |

ଚନ୍ଦ୍ରଭାଗା ବେଳାଭୂମିରେ କୁଢ଼କୁଢ଼ ମଲା ମାଛ

ଚନ୍ଦ୍ରଭାଗା ବେଳାଭୂମିରେ କୁଢ଼କୁଢ଼ ମଲା ମାଛ
ପୁରୀ ଅଫିସ, ୩୦।୧: ଗତ ଏକ ମାସ ଧରି ଓଡ଼ିଶା ଉପକୂଳରେ ପ୍ରତ୍ୟହ କୌଣସି ବେଳାଭୂମିରେ କଢ଼କୁଢ଼ ବୋରେଇ ମାଛ ମରି ଲାଗୁଛନ୍ତି। ଏହି ମାଛଙ୍କ ଅସ୍ବାଭାବିକ ମୃତ୍ୟୁକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପୁରୀ ଜିଲା ଅସ୍ତରଙ୍ଗ ଉପକୂଳରେ ଗତ କିଛି ଦିନ ତଳେ ଏହି ମଲାମାଛ ଦେଖିବାକୁ ମିଳିଥିବା ବେଳେ ମଙ୍ଗଳବାର ଚନ୍ଦ୍ରଭାଗା ବେଳାଭୂମିରେ କୁଢକୁଢ ବୋରେଇ ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି। ମୃତ ମାଛଗୁଡିକର ଇଂଲିଶ ନାମ କ୍ରୋକର ବୋଲି କୁହାଯାଉଛି। ଏହା ସ୍ବାଦିଷ୍ଟ ସାମୁଦ୍ରିକ ମାଛ। ଏହି ମାଛ ଦେଖିବାକୁ ପଥରମୁଣ୍ଡି ମାଛ ଭଳି। ତେବେ ଏତେ ସଂଖ୍ୟାରେ ମାଛ ମରିବାର କାରଣ ଅସ୍ପଷ୍ଟ ରହିଛି। କିନ୍ତୁ ମାଛ ମୃତ୍ୟୁର କାରଣ ପ୍ରଦୂଷଣ ଜନିତ ନୁହଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ରୀୟ ସାମୁଦ୍ରିକ ମତ୍ସ୍ୟ ଗବେଷଣା ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ରୀତା ଜୟଶଙ୍କର। ସେ କହିଛନ୍ତି, ଏକ ମାସ ହେଲା ଓଡ଼ିଶା ଉପକୂଳରେ ଏଭଳି ସ୍ଥିତି ଲାଗି ରହିଛି। ପ୍ରଥମେ ପାରାଦୀପ ଓ ଗୋପାଳପୁର ଉପୂକଳରେ ଏହି ମାଛ ମରି ଭାସୁଥିବା ଜଣାପଡିଥିଲା। ପରେ ଧାମରା ଏବଂ ଅସ୍ତରଙ୍ଗ ଉପକୂଳରେ ମାଛ ମରିଥିଲେ। ପ୍ରଦୂଷଣ ଯୋଗୁ ଯଦି ମାଛ ମରିଥାନ୍ତେ ତେବେ ସବୁ ପ୍ରଜାତିର ମାଛ ମରିଥାନ୍ତେ। ନିର୍ଦ୍ଦିଷ୍ଟ ଏକ ପ୍ରଜାତିର ମାଛ ମରି ନ ଥାନ୍ତେ। ଏହି ମାଛ ମୃତ୍ୟୁ ପଛରେ ୪ଟି କାରଣ ରହିଥିବା ଅନୁମାନ କରାଯାଉଛି। ମତ୍ସ୍ୟଜୀବୀମାନେ ମାଛ ଧରୁଥିବା ସମୟରେ ମୂଲ୍ୟବାନ ମାଛକୁ ନେଇ ଛୋଟ ମାଛକୁ ଛାଡି ଦେଇଥାନ୍ତି। ସେଗୁଡିକ ଆସି କୂଳରେ ଲାଗି ଥାଇପାରେ। ଦ୍ୱିତୀୟରେ ମତ୍ସ୍ୟଜୀବୀମାନେ ସମୁଦ୍ରରେ ଟ୍ରଲରରେ ମାଛ ଧରିବା ବେଳେ ଟ୍ରଲର ଶବ୍ଦ ଏବଂ ଜାଲରେ ବାଜି ମୃତ୍ୟୁବରଣ କରିଥାଇପାରନ୍ତି। ସେହିପରି ଆଉ ଏକ ଭୟଙ୍କର ଦିଗ ହେଉଛି ଡିନାମାଇଟ ଫିଶିଙ୍ଗ। ସମୁଦ୍ରରେ ଡିନାମାଇଟ ବିସ୍ଫୋରଣ କରି ମାଛ ମରାଯାଉଥିବା ଅଭିଯୋଗ ଆସୁଛି। କିନ୍ତୁ ଆମେ ନିର୍ଦ୍ଦିଷ୍ଟ ପ୍ରମାଣ ପାଇନାହୁଁ। ଆଉ ଏକ କାରଣ ହେଉଛି ଇଣ୍ଟର-ଷ୍ଟେଟ ଫିଶିଙ୍ଗ। ବାହାର ରାଜ୍ୟର ଟ୍ରଲର ଯଦି ଓଡ଼ିଶା ଉପୂକଳରେ ମାଛ ମାରୁଥିବେ ଏବଂ ଏହି ଛୋଟ ମାଛଗୁଡିକ ଜାଲରେ ପଡିବା ପରେ ସମୁଦ୍ରକୁ ଫୋପାଡି ଦେଇପାରିଥାନ୍ତି ବୋଲି ରୀତା କହିଛନ୍ତି। ଏହା ଉପରେ ଅଧିକ ଅନୁଧ୍ୟାନ ଆବଶ୍ୟକ ବୋଲି ସେ ମତ ରଖିଛନ୍ତି।
All Right Reserved By

ମେଟ୍ରୋ |

ଅସାମାନ୍ୟ ଅଟଳ

ଅସାମାନ୍ୟ ଅଟଳ


ନୂଆଦିଲ୍ଲୀ, ୧୬ା୮(ପି.ଟି)-ସ୍ବାଧୀନ ଭାରତରେ ଦୀର୍ଘ ୪ ଦଶନ୍ଧିଯାଏ ଏକକ ରାଜନୈତିକ ଦଳରେ ସୀମିତ ରହିଥିଲା ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର। ଏହି ସମୟରେ ବିକଳ୍ପ ରାଜନୀତିର ଦିଗଦର୍ଶକ ସାଜିଥିଲେ ଭାରତୀୟ ଜନତା ପାର୍ଟିର ଭୀଷ୍ମ ପିତାମହ ଅଟଳ ବିହାରୀ ବାଜପେୟୀ। 

ବାଜପେୟୀ: କର୍ମରେ ରାଜନେତା, ହୃଦୟରେ କବି

ବାଜପେୟୀ: କର୍ମରେ ରାଜନେତା, ହୃଦୟରେ କବି

ନୂଆଦିଲ୍ଲୀ,୧୬। ୮-  
ହାର୍‌ ନେହିଁ ମାନୁଙ୍ଗା, ରାର୍‌ ନେହିଁ ଠାନୁଙ୍ଗା,
କାଲ୍‌ କେ କପାଲ ପେ ଲିଖ୍‌ତା, ମିଟାତା ହୁଁ
ଗୀତ୍‌ ନୟା ଗାତା ହୁଁ, ଗୀତ୍‌ ନୟା ଗାତା ହୁଁ। 

ବାଜପେୟୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି

ବାଜପେୟୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,୧୬।୮(ବ୍ୟୁରୋ)-ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଗଭୀର ଶ୍ରଦ୍ଧାଞ୍ଜଳି ବ୍ୟକ୍ତ କରିଛନ୍ତି। ପୁଣ୍ୟଶ୍ଳୋକ ବାଜପେୟୀଙ୍କ ଉଦ୍ଦେଶ୍ୟରେ ନବୀନ  କହିଛନ୍ତି  ଯେ, ତାଙ୍କ ମୃତ୍ୟୁରେ ସେ ଗଭୀର ମର୍ମାହତ। ଭାରତବର୍ଷ ତା’ର ଗୋଟିଏ ମହାନ୍‌ ନେତାଙ୍କୁ ହରାଇଛି।

ଶୁକ୍ରବାର ସରକାରୀ ଛୁଟି: ବନ୍ଦ ରହିବ ସ୍କୁଲ,କଲେଜ, ବ୍ୟାଙ୍କ

ଶୁକ୍ରବାର ସରକାରୀ ଛୁଟି: ବନ୍ଦ ରହିବ ସ୍କୁଲ,କଲେଜ, ବ୍ୟାଙ୍କ

ଭୁବନେଶ୍ୱର,୧୬।୮(ବ୍ୟୁରୋ)-ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ  ବିୟୋଗରେ ରାଜ୍ୟ ସରକାର ଶୁକ୍ରବାର ସରକାରୀ ଛୁଟି ଘୋଷଣା କରିଛନ୍ତି। ଏଥିସହିତ ଗୁରୁବାରଠାରୁ ରାଜ୍ୟରେ ୭ ଦିନ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। 

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଉ ନାହାନ୍ତି

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଉ ନାହାନ୍ତି

ନୂଆଦିଲୀ, ୧୬।୮:  ନୂଆଦିଲ୍ଲୀସ୍ଥିତ ଏମ୍‌ସ୍‌ରେ ସନ୍ଧ୍ୟା ୫ଟା ୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗ ହୋଇଛି। ବାଜପେୟୀଙ୍କ ବିୟୋଗରେ ଦେଶର ସମସ୍ତ ରାଜନେତା, ଜନସାଧାରଣ ଶୋକବ୍ୟକ୍ତ କରିଛନ୍ତି। ବାଜପେୟୀ ୩ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୦୨ ପଞ୍ଚାୟତ ପାଇଁ ୧୭.୫୮ କୋଟି ମଞ୍ଜୁରୀ

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୦୨ ପଞ୍ଚାୟତ ପାଇଁ ୧୭.୫୮ କୋଟି ମଞ୍ଜୁରୀ

ଭୁବନେଶ୍ୱର, ୧୬।୮(ବ୍ୟୁରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୬ଟି  ଜିଲା ୬ଟି ବ୍ଲକ ପାଇଁ ୧୭.୫୮ କୋଟି ଟଙ୍କାର ପ୍ରଳକ୍ପ ମଞ୍ଜୁର କରିଛନ୍ତି। 

ଗୋଳବାଇରେ ଡେଙ୍ଗୁ ରୋଗୀ ଚିହ୍ନଟ

ଗୋଳବାଇରେ ଡେଙ୍ଗୁ ରୋଗୀ ଚିହ୍ନଟ

ନିରାକାରପୁର,୧୬।୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଗୋଳବାଇ ପଞ୍ଚାୟତସ୍ଥିତ ଗୋଡ଼ି ସାହିରେ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛି। ସେ ହେଲେ ସୁଲଚନା ସ୍ବାଇଁ(୩୬)। ସେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଫେରାର ହେବାକୁ ଉଦ୍ୟମ ବେଳେ ଅଭିଯୁକ୍ତଙ୍କ ଆକ୍ରମଣ: ଫାଣ୍ଡି ଅଧିକାରୀ ଆହତ

ଫେରାର ହେବାକୁ ଉଦ୍ୟମ ବେଳେ ଅଭିଯୁକ୍ତଙ୍କ ଆକ୍ରମଣ: ଫାଣ୍ଡି ଅଧିକାରୀ ଆହତ

କଟକ ସଦର,୧୬।୮(ଡି.ଏନ୍‌.ଏ.): ସ୍ବାଧୀନତା ଦିବସରେ ଜଣେ ଫେରାର ଅଭିଯୁକ୍ତଙ୍କୁ କଳପଡ଼ା ବଜାରରୁ କାବୁ କଲାବେଳେ ୪୨ ମୌଜା ଫାଣ୍ଡି ଅଧିକାରୀ ନୃସିଂହ ଚରଣ ସ୍ବାଇଁ ଆକ୍ରମଣର ଶିକାର ହେବା ଘଟଣା କଟକ ସଦର ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଘୋଡ଼ାବଜାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନବିଜ୍ଞାନ ମେଳା

ଘୋଡ଼ାବଜାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନବିଜ୍ଞାନ ମେଳା

ପୁରୀ ଅଫିସ, ୧୬।୮: ପୁରୀ ଜିଲା ଘୋଡ଼ାବଜାରସ୍ଥିତି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁବାର ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। 

ଜଟଣୀ ଅଞ୍ଚଳର ଗହଣା ଦୋକାନରୁ ସୁଡଙ୍ଗ ଖୋଳି ଲୁଟ ଘଟଣା: ୨ ଡକାୟତଙ୍କ ସମେତ ୪ ଗିରଫ

ଜଟଣୀ ଅଞ୍ଚଳର ଗହଣା ଦୋକାନରୁ ସୁଡଙ୍ଗ ଖୋଳି ଲୁଟ ଘଟଣା: ୨ ଡକାୟତଙ୍କ ସମେତ ୪ ଗିରଫ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ଜଟଣୀ ଥାନା ଅଞ୍ଚଳରେ ଥିବା ଏକ ଜୁଏଲାରୀରୁ ସୁନାଗହଣା ଲୁଟ କରିବା ଘଟଣାରେ କମିଶନରେଟ ପୋଲିସକୁ ସଫଳତା ମିଳିଛି। ଏହି ଘଟଣାରେ ପୋଲିସ ୨ ଡକାୟତ, ୨ ସୁନା ଦୋକାନୀକୁ ଗିରଫ କରିଛି। 

ରେଭେନ୍‌ଶାରେ ର଼୍ୟାଗିଂ

ରେଭେନ୍‌ଶାରେ ର଼୍ୟାଗିଂ

କଟକ ଅଫିସ,୧୬।୮: ରେଭେନ୍‌ଶା କଲେଜରେ ର଼୍ୟାଗିଂ ହେଉଥିବା ନେଇ ଯୁକ୍ତ ୩ ଦ୍ବିତୀୟ ବର୍ଷ ସଂସ୍କୃତ ବିଭାଗର ଛାତ୍ର ସୂର୍ଯ୍ୟକାନ୍ତ ମହାପାତ୍ର ଗୁରୁବାର ଅଭିଯୋଗ କରିଛନ୍ତି। ସିନିଅର ଛାତ୍ର ତାଙ୍କୁ ମାଡ଼ ମାରିବା, ଧମକ ଦେବା, ଗାଳିଗୁଲଜ କରିଥିବା ନେଇ ସେ ମାଲଗୋଦାମ ଥାନାରେ ଅଭିଯୋଗ କରିଛନ୍ତି। 

ବାଜପେୟୀଙ୍କ ସ୍ବାସ୍ଥାବସ୍ଥା ଜଟିଳ: ଅପରାହ୍ନରେ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ

ବାଜପେୟୀଙ୍କ ସ୍ବାସ୍ଥାବସ୍ଥା ଜଟିଳ: ଅପରାହ୍ନରେ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦିଲ୍ଲୀ ଏମ୍ସରେ ତାଙ୍କ ଚିକିତ୍ସା କରାଯାଉଥିବା ବେଳେ ସେ ଏବେ ଲାଇଫ୍‌ ସପୋର୍ଟ ସିଷ୍ଟମରେ ଅଛନ୍ତି। ବାଜପେୟୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବାକୁ ହସ୍ପିଟାଲରେ ବହୁ ନେତା ତଥା ରାଜନେତାଙ୍କ ଭିଡ଼ ଲାଗିଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅପରାହ୍ନରେ ଦିଲ୍ଲୀ ଗସ୍ତ କରିବେ।