

ମେଟ୍ରୋ |

ମହିଳା ପୋଲିଂ ଅଫିସରଙ୍କ ପାଇଁ ସ୍ବତନ୍ତ୍ର ସୁବିଧା
କଟକ ସଦର,୨୪।୨(ଡି.ଏନ.ଏ.): ଚଳିତ ନିର୍ବାଚନରେ ମହିଳା କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା। ସେମାନଙ୍କ ପାଇଁ ନିର୍ବାଚନ ଆୟୋଗ ସ୍ବତନ୍ତ୍ର ନିୟାମବଳୀ ପ୍ରସ୍ତୃତ କରିଛନ୍ତି।

ଧର୍ମେନ୍ଦ୍ରଙ୍କୁ ବିଜେଡିର ୨୦ ପ୍ରଶ୍ନ
ଭୁବନେଶ୍ୱର,୨୪ା୨(ବ୍ୟୁରୋ):ରାଜ୍ୟର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହାର ଜବାବରେ ବିଜେଡି ପକ୍ଷରୁ ଖବରଦାତା ସମ୍ମିଳନୀ କରାଯାଇ କେନ୍ଦ୍ରମନ୍ତ୍ରୀଙ୍କୁ ୨୦ଟି ପ୍ରଶ୍ନ ପଚରାଯାଇଛି।

ଚୌଦ୍ୱାର-କଟକ ବିଧାନସଭା ନିର୍ବାଚନମଣ୍ଡଳୀ:ସବୁ ଦଳରୁ ଏକାଧିକ ଆଶାୟୀ
କଟକ ଅଫିସ, ୨୪।୨:୨୦୦୯ରେ ନିର୍ବାଚନମଣ୍ଡଳୀ ସୀମା ପୁନର୍ଗଠନ ପରେ ରାଜ୍ୟ ରାଜନୈତିକ ମାନଚିତ୍ରରୁ ଟାଙ୍ଗୀ-ଚୌଦ୍ୱାର ନିର୍ବାଚନମଣ୍ଡଳୀ ଲିଭି ଯାଇଥିଲା।

୬୦ରୁ ଊର୍ଦ୍ଧ୍ୱ ଓ୍ବେବ୍ସାଇଟ୍ ହ୍ୟାକ୍:ବାଂଲାଦେଶୀ ହ୍ୟାକରଙ୍କ ହାତ ସନ୍ଦେହ
ଭୁବନେଶ୍ୱର,୨୪ା୨ (ବ୍ୟୁରୋ):ରାଜ୍ୟର ୬୦ରୁ ଊର୍ଦ୍ଧ୍ୱ ଓ୍ବେବ୍ସାଇଟ୍ ଶନିବାର ହ୍ୟାକ୍ ହୋଇଛି। ହ୍ୟାକର ସମସ୍ତ ଓ୍ବେବ୍ସାଇଟ୍ ହ୍ୟାକ୍ କରିବା ପରେ ହୋମ୍ ପେଜ୍ରେ ‘ମ୍ୟାଡ୍ ଟାଇଗର’ ଲେଖିଛନ୍ତି। ଏହିସବୁ ଓ୍ବେବ୍ସାଇଟ୍ ଖୋଲିବା ମାତ୍ରେ ସେଥିରେ ମ୍ୟାଡ୍ ଟାଇଗର ଲେଖା ଆସୁଛି। ଓଡ଼ିଶା ପ୍ରଶାସନିକ ସେବା ଆସୋସିଏଶନ, ଶ୍ରୀମନ୍ଦିର ଦଇତାପତି ନିଯୋଗ ସମେତ ଏକାଧିକ ସରକାରୀ କଲେଜର ଓ୍ବେବ୍ସାଇଟ୍ ଏବଂ ଅନେକ ସରକାରୀ ଅଫିସ ଓ୍ବେବ୍ସାଇଟ୍ ହ୍ୟାକ୍ ହୋଇଛି।

ଶ୍ରୀମନ୍ଦିର ସଂସ୍କାର ମାମଲା: ଆମିକସ୍ କ୍ୟୁରିଙ୍କ ସହ ଆଲୋଚନା ପରେ ସେବାୟତ ଆଶ୍ୱସ୍ତ
ପୁରୀ ଅଫିସ,୨୪ା୨: ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ସେବାକୁ ମିଳିପାରେ ସୁରକ୍ଷା। ହେଲେ ଏଥିରେ କିଛିଟା ସଂସ୍କାର ଅଣାଯିବ। ଏପରି କି ସଂଖ୍ୟା ମଧ୍ୟ ସୀମିତ କରାଯାଇପାରେ। ଶ୍ରୀମନ୍ଦିର ସଂସ୍କାର ମାମଲାର ଆମିକସ୍ କ୍ୟୁରି ରଞ୍ଜିତ କୁମାର ବିଭିନ୍ନ ପକ୍ଷଙ୍କ ସହ ବୈଠକ ପରେ ଏଭଳି ସୂଚନା ମିଳିଛି।

ପାରାଦୀପରେ ହେବ ବିମାନବନ୍ଦର: ଖର୍ଚ୍ଚ ହେବ ୯୦୦କୋଟି ଟଙ୍କା
ଭୁବନେଶ୍ୱର, ୨୪।୨(ବ୍ୟୁରୋ)- ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ରାଜ୍ୟରେ ହେବ ଆଉ ଏକ ବିମାନବନ୍ଦର। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଛାଡ଼ିଦେଲେ ଝାରସୁଗୁଡ଼ା ବିମାନବନ୍ଦର ମାର୍ଚ୍ଚରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ଏବଂ ରାଉରକେଲା, ଉତ୍କେଲା, ଜୟପୁର ବିମାନବନ୍ଦର କିଛିମାସ ପରେ ପୂର୍ଣ୍ଣାଙ୍ଗ ରୂପ ନେବ।

ଶ୍ରୀମନ୍ଦିର ସମସ୍ୟାକୁ ଧ୍ୟାନ ଦେଇନାହାନ୍ତି ସରକାର: ଗଜପତି
ପୁରୀ ଅଫିସ,୨୪ା୨: ଶ୍ରୀମନ୍ଦିର ଏକ ମହାନ୍ ସଂସ୍ଥା। ମହାପ୍ରଭୁଙ୍କର ସବୁ ମହାନ୍, ତାଙ୍କ ସମସ୍ୟା ବି ମହାନ୍। ତେଣୁ ଶ୍ରୀମନ୍ଦିରରେ କିଛି ପରିବର୍ତ୍ତନ ଆଣିବାକୁ ହେଲେ ପ୍ରଥମେ ସବୁକିଛି ବୁଝିବାକୁ ହେବ।

ସାବାସ୍ ସାହସୀ ଅଭିଜିତା: ଲୁଟେରାଙ୍କ ସହ ଲଢ଼ି ଜଣଙ୍କୁ କାବୁକଲେ
ଭୁବନେଶ୍ୱର, ୨୪।୨(ବ୍ୟୁରୋ): ଅସ୍ତ୍ରଶସ୍ତ୍ରଧାରୀ ଦୁଇଜଣ ଲୁଟେରାଙ୍କ ସହ ଲଢ଼ି ଚର୍ଚ୍ଚାକୁ ଆସିଛନ୍ତି ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଜିଜିପି କଲୋନୀ ମଳୟବିହାରରେ ରହୁଥିବା ମହିଳା ଅଭିଜିତା ମହାପାତ୍ର। ତାଙ୍କ ସାହାସିକତାକୁ ନେଇ ଏବେ ସବୁଠି ମିଳିଛି ସାବାସି।

ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ସତ୍ୟାନନ୍ଦ ଆଚାର୍ଯ୍ୟଙ୍କ ପରଲୋକ
ଭୁବନେଶ୍ୱର, ୨୪।୨(ବ୍ୟୁରୋ)- ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସତ୍ୟାନନ୍ଦ ଆଚାର୍ଯ୍ୟ (୮୪)ଙ୍କ ଶୁକ୍ରବାର ପରଲୋକ ହୋଇଛି। ରାତି ୯ଟା ୪୫ରେ ନୟାପଲ୍ଲୀସ୍ଥିତ ବାସଭବନରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।

ବେହତର୍ ଇଣ୍ଡିଆ ଅଭିଯାନ: ଗୌରବ ଆଣିଲେ ଓଡ଼ିଆ ଛାତ୍ର ରିଷଭ
ଭୁବନେଶ୍ୱର, ୨୪।୨(ବ୍ୟୁରୋ)- ପୁଣି ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ପୁଅ ରିଷଭ। ଭୁବନେଶ୍ୱରର କିଟ୍ ଇଣ୍ଟରନ୍ୟାଶନାଲ୍ ସ୍କୁଲର ଛାତ୍ର ରିଷଭ ସୁଆର ବେହତର ଇଣ୍ଡିଆ ଅଭିଯାନରେ ବାତାବରଣ ବର୍ଗରେ ତୃତୀୟ ସ୍ଥାନ ହାସଲ କରିଛନ୍ତି।

ଏସ୍ସିବି ମେଡିକାଲ: ୬ ବିଭାଗରେ ଯନ୍ତ୍ରପାତି ଅଭାବ: ଠିକ୍ ଚିକିତ୍ସା ନ ପାଇ ଫେରୁଛନ୍ତି ରୋଗୀ
କଟକ ଅଫିସ,୨୪।୨- ଫେବୃୟାରୀ ପହିଲାରୁ ରାଜ୍ୟରେ ଚିକିତ୍ସା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ମାଗଣା କରାଯାଇଛି। କେବଳ କ୍ୟାବିନ୍କୁ ଛାଡିଦେଲେ ଅନ୍ୟ କୌଣସି ବାବଦରେ ରୋଗୀଙ୍କୁ ଗୋଟିଏ ଟଙ୍କା ଦେବାକୁ ପଡିବ ନାହିଁ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ବୋର୍ଡର କଡା ଆଭିମୁଖ୍ୟ : ୧୧ ନିଲମ୍ବିତ, ୫ ଗିରଫ
କଟକ ଅଫିସ/ ନୂଆପଡ଼ା ଅଫିସ, ୨୪।୨- ମାଟ୍ରିକ ପରୀକ୍ଷା ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କର୍ତ୍ତୃପକ୍ଷ। ଶୁକ୍ରବାର ୪ଜଣ ସୁପରିଣ୍ଟେଣ୍ଡେଣ୍ଟ୍ଙ୍କ ସମେତ ୭ଜଣ ନିଲମ୍ବିତ ହୋଇଥିଲାବେଳେ ଶନିବାର ଆଉ ୪ଜଣଙ୍କୁ ନିଲମ୍ବିତ କରାଯାଇଛି।