ଖେଳ |

ନବି ମୁମ୍ବାଇ ବାଳକଙ୍କ ଅପରାଜିତ ୧,୦୪୫ରନ

 ନବି ମୁମ୍ବାଇ ବାଳକଙ୍କ ଅପରାଜିତ ୧,୦୪୫ରନ
ବମ୍ବେ, ୩୦ା୧(ପି.ଟି.)-ନବି ମୁମ୍ବାଇ ନିକଟରେ ଖେଳାଯାଇଥିବା ଏକ ସ୍ଥାନୀୟ କ୍ରିକେଟ ଟୁର୍ନାମେଣ୍ଟରେ ଜଣେ ୧୪ ବର୍ଷୀୟ ଛାତ୍ର ୧,୦୪୫ ରନ କରି ଅପରାଜିତ ରହିଥିଲେ। ଯଶବନ୍ତରାଓ ଇଂଲିଶ ମିଡିୟମ ଗ୍ରାଉଣ୍ଡରେ ଖେଳାଯାଇଥିବା ଟୁର୍ନାମେଣ୍ଟର ସେମିଫାଇନାଲରେ ତାନିସ୍କ ଗାଭାଟେ ନାମଧାରୀ ଏହି ବାଳକ ଦୁଇ ଦିନରୁ ଅଧିକ ସମୟ ଧରି ବ୍ୟାଟିଂ କରିଥିଲେ। ତାଙ୍କ କୋଚ୍‌ ମନିଷ ମଙ୍ଗଳବାର ଏହା ପ୍ରକାଶ କରିଛନ୍ତି। ଗାଭାଟେ ଯେଉଁ ଗ୍ରାଉଣ୍ଡରେ ଖେଳୁଥିଲେ ତାହାର ଲେଗ୍‌ ସାଇଡ୍‌ ବାଉଣ୍ଡ୍ରି ୬୦-୬୫ ୟାର୍ଡ ଏବଂ ଅଫ୍‌ ସାଇଡ୍‌ ବାଉଣ୍ଡ୍ରି ୫୦ ୟାର୍ଡ ରହିଥିଲା। ଏହି ବିଶାଳ ଇନିଂସରେ ସେ ୧୪୯ଟି ବ୍ରାଉଣ୍ଡ୍ରି ଓ ୬୭ ଛକା ମାରିଥିଲେ। ମନିଷଙ୍କ କହିବା ଅନୁସାରେ ଗାଭାଟେ ଯଶବନ୍ତରାଓ ଚଭନ ଟିମ୍‌ ତରଫରୁ ଖେଳୁଥିଲେ। ଆୟୋଜକଙ୍କ ତରଫରୁ ଏହି ଦଳ ଗଠନ କରାଯାଇଥିଲା। ମ୍ୟାଚଟି ଯଶବନ୍ତରାଓ ଇଂଲିଶ ମିଡିୟମ ସ୍କୁଲ ବିପକ୍ଷରେ ଖେଳାଯାଇଥିଲା। ଅନ୍ୟପକ୍ଷରେ ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମସିଏ) ର ଜଣେ ସିନିୟର ଅଫିସିଆଲ କହିଛନ୍ତି ଏହି ୧୪ ବର୍ଷରୁ କମ୍‌ ନବି ମୁମ୍ବାଇ ଶିଲ୍‌ଡ ଟୁର୍ନାମେଣ୍ଟ ଏମସିଏର ସ୍ବୀକୃତି ଲାଭ କରିନାହିଁ। ଏଣେ କୋଚ୍‌ ମନିଷ କହିଛନ୍ତି, ଟୁର୍ନାମେଣ୍ଟରେ ଲେଦର ବଲ୍‌ ବ୍ୟବହାର କରାଯାଉଥିଲା। ବୋଲରମାନେ ଓଭର ଆର୍ମ ବୋଲିଂ କରୁଥିଲେ।
All Right Reserved By

ଖେଳ |

ଏସିଆ ମିକ୍ସଡ୍‌ ଟିମ୍‌ ବ୍ୟାଡମିଣ୍ଟନ୍‌ ଚାମ୍ପିୟନଶିପ୍‌:  ସିଙ୍ଗାପୁରଠାରୁ ହାରିଲା ଭାରତ

ଏସିଆ ମିକ୍ସଡ୍‌ ଟିମ୍‌ ବ୍ୟାଡମିଣ୍ଟନ୍‌ ଚାମ୍ପିୟନଶିପ୍‌: ସିଙ୍ଗାପୁରଠାରୁ ହାରିଲା ଭାରତ

ହଂକଂ, ୨୦।୩(ପି.ଟି.)- ଏଠାରେ ଚାଲିଥିବା ଏସିଆ ମିକ୍ସଡ୍‌ ବ୍ୟାଡମିଣ୍ଟନ୍‌ ଟିମ୍‌ ଚାମ୍ପିୟନଶିପ୍‌ର ଗ୍ରୁପ୍‌-ବି’ର ଏକ ମ୍ୟାଚ୍‌ରେ ଭାରତ ୨-୩ ଗେମ୍‌ରେ ସିଙ୍ଗାପୁର ନିକଟରୁ ପରାସ୍ତ ହୋଇଛି। ଏଚ୍‌.ଏସ୍‌. ପ୍ରଣୟ, ଏମ୍‌.ଆର୍‌. ଅର୍ଜୁନ ଓ ଶ୍ଲୋକ ରାମଚନ୍ଦ୍ରନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ୱେ ଭାରତ ଏହି ମ୍ୟାଚ୍‌ ହାରିଯାଇଛି। ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ୨ଟି ମ୍ୟାଚ୍‌ ଖେଳିଥିଲେ ମଧ୍ୟ ଉଭୟଥିରେ ପରାଜୟ ସାମ୍ନା କରିଥିଲେ।

ପଡିଆରେ ମୃତ୍ୟୁବରଣ କଲେ ଯୁବ କ୍ରିକେଟର

ପଡିଆରେ ମୃତ୍ୟୁବରଣ କଲେ ଯୁବ କ୍ରିକେଟର

କୋଲକାତା,୨୦।୩ (ପି.ଟି.)-ସ୍ଥାନୀୟ ବାଟା କ୍ଲବ୍‌ ଗ୍ରାଉଣ୍ଡରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ପଡିଆରେ ହିଁ ଜଣେ ଯୁବ କ୍ରିକେଟରଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ବୁଧବାର ଏହି ଗ୍ରାଉଣ୍ଡରେ କ୍ରିକେଟ ଆସୋସିଏଶନ ଅଫ୍‌ ବେଙ୍ଗଲର ସେକେଣ୍ଡ ଡିଭିଜନ ଲିଗ୍‌ର ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବା ଅବସରରେ ବାଲିଗଞ୍ଜ ସ୍ପୋର୍ଟିଂ କ୍ଲବ୍‌ର ୨୨ ବର୍ଷୀୟ ଖେଳାଳି ସୋନୁ ଯାଦବ ମୃତ୍ୟୁବରଣ କରିଛନ୍ତି।

ଶୀଘ୍ର ଯୋଗଦେବେ ଓ୍ବିଲିୟମ୍‌ସନ

ଶୀଘ୍ର ଯୋଗଦେବେ ଓ୍ବିଲିୟମ୍‌ସନ

ନୂଆଦିଲ୍ଲୀ,୨୦।୩(ପିଟି)- ନ୍ୟୁଜିଲାଣ୍ଡ ଦଳର ଅଧିନାୟକ କେନ୍‌ ଓ୍ବିଲିୟମ୍‌ସନ ନିକଟରେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍‌ ବେଳେ ଆହତ ହୋଇଥିଲେ।

ଆଇପିଏଲ୍‌ରୁ ଆନରିଚ ନର୍ଟଜେ ବାଦ୍‌

ଆଇପିଏଲ୍‌ରୁ ଆନରିଚ ନର୍ଟଜେ ବାଦ୍‌

ନୂଆଦିଲ୍ଲୀ,୨୦।୩(ପି.ଟି.)- ଆଇପିଏଲ ଆରମ୍ଭ ହେବା ଆଗରୁ ଦୁଇଥର ଚାମ୍ପିୟନ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଦଳକୁ ଶକ୍ତ ଧକ୍କା ଲାଗିଛି। 

ମାଲେସିଆ ଓପନ୍‌ରୁ ଓହରିଲେ ଲି’

ମାଲେସିଆ ଓପନ୍‌ରୁ ଓହରିଲେ ଲି’

କୁଆଲାଲମ୍ପୁର, ୨୦।୩(ଏଏଫ୍‌ପି)- କିମ୍ବଦନ୍ତୀ ବ୍ୟାଡ୍‌ମିଣ୍ଟନ ଖେଳାଳି ଲି ଚୋଙ୍ଗ ଓ୍ବେଇ ଆସନ୍ତା ମାସରେ ଖେଳାଯିବାକୁ ଥିବା ମାଲେସିଆ ଓପନ୍‌ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। 

 ସୁପର ଓଭରରେ ଜିତିଲା ଦକ୍ଷିଣ ଆଫ୍ରିକା

ସୁପର ଓଭରରେ ଜିତିଲା ଦକ୍ଷିଣ ଆଫ୍ରିକା

କେପ୍‌ଟାଉନ, ୨୦।୩(ଏଏଫ୍‌ପି)- ଡେଭିଡ୍‌ ମିଲରଙ୍କ ଉଇକେଟ ପଛରେ ଓ ଆଗରେ ଜବରଦସ୍ତ ପ୍ରଦର୍ଶନ ବଳରେ ଦକ୍ଷିଣ ଆଫ୍ରିକା ଏଠାରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ର ସୁପର ଓଭରରେ ଶ୍ରୀଲଙ୍କାକୁ ହରାଇ ଦେଇଛି। 

ସାମିଙ୍କୁ ମିଳିବ ବହୁତ ବିଶ୍ରାମ: କିଙ୍ଗ୍ସ ଇଲେଭେନ୍‌

ସାମିଙ୍କୁ ମିଳିବ ବହୁତ ବିଶ୍ରାମ: କିଙ୍ଗ୍ସ ଇଲେଭେନ୍‌

ନୂଆଦିଲ୍ଲୀ,୨୦।୩(ପି.ଟି.)- ଆଗାମୀ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଭାରତୀୟ ବିଶ୍ୱକପ୍‌ ଦଳର କୋର ସଦସ୍ୟ ମହମ୍ମଦ ସାମିଙ୍କୁ ବହୁତ ବିଶ୍ରାମ ଦିଆଯିବ। 

ଓପ୍‌ନିଂ କରିବେ ରୋହିତ

ଓପ୍‌ନିଂ କରିବେ ରୋହିତ

ମୁମ୍ବାଇ, ୨୦।୩- ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ)ର ଅଧିନାୟକ ରୋହିତ ଶର୍ମା ଆସନ୍ତା ସିଜନର ସମସ୍ତ ମ୍ୟାଚ୍‌ରେ ଓପ୍‌ନିଂ ବ୍ୟାଟିଂ କରିବେ।

ମେଲ୍‌ବୋର୍ନ ଷ୍ଟାର୍ସ କୋଚ୍‌ ପଦ ତ୍ୟାଗ କଲେ ଫ୍ଲେମିଂ

ମେଲ୍‌ବୋର୍ନ ଷ୍ଟାର୍ସ କୋଚ୍‌ ପଦ ତ୍ୟାଗ କଲେ ଫ୍ଲେମିଂ

ମେଲ୍‌ବୋର୍ନ, ୨୦।୩- ନ୍ୟୁଜିଲାଣ୍ଡ ଦଳର ପୂର୍ବତନ ଅଧିନାୟକ ଷ୍ଟିଫେନ ଫ୍ଲେମିଂ ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ) ଫ୍ରାଞ୍ଚାଇଜ ମେଲବୋର୍ନ ଷ୍ଟାର୍ସ ମୁଖ୍ୟ କୋଚ୍‌ ପଦରୁ ଇସ୍ତଫା ଦେଇଛନ୍ତି। 

୮ ଛକା ମାରିଲେ ଇତିହାସ ସୃଷ୍ଟି କରିବେ ଗେଲ୍‌

୮ ଛକା ମାରିଲେ ଇତିହାସ ସୃଷ୍ଟି କରିବେ ଗେଲ୍‌

ମାର୍ଚ୍ଚ ୨୩ରୁ ଆଇପିଏଲ ମ୍ୟାଚ୍‌ର ୧୨ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଆଇପିଏଲର ଏହି ମ୍ୟାଚରେ ଆଉ ୮ଟି ଛକା ମାରିଲେ ଆଜିପର୍ଯ୍ୟନ୍ତ ୨୯୨ ଟି ଛକା ମାରିଥିବା ଗେଲ୍‌ ୩୦୦ ପୂରଣ କରି ସର୍ବାଧିକ ରେକର୍ଡ ସୃଷ୍ଟି କରିବେ।

ଖେଳ ପରେ ଏବେ ରାଜନୀତି: ୨୦୧୯ ନିର୍ବାଚନକୁ ଓହ୍ଲାଇପାରନ୍ତି ଗମ୍ଭୀର, ହରଭଜନ, ଯୋଗେଶ୍ୱର, ବାଇଚୁଙ୍ଗ..

ଖେଳ ପରେ ଏବେ ରାଜନୀତି: ୨୦୧୯ ନିର୍ବାଚନକୁ ଓହ୍ଲାଇପାରନ୍ତି ଗମ୍ଭୀର, ହରଭଜନ, ଯୋଗେଶ୍ୱର, ବାଇଚୁଙ୍ଗ..

ରାଜନୀତିରେ ଅଭିନେତା କି ଖେଳାଳିଙ୍କ ଚେହେରା କିଛି ନୂଆ କଥା ନୁହେଁ। ନିଜ ନିଜ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବା ପରେ ଏମାନେ ରାଜନୀତିମୁହାଁ ହୋଇଥାନ୍ତି।

ସିଏସ୍‌କେ ଅଧିନାୟକ ଧୋନୀଙ୍କ ଜବ୍‌ରା ଫ୍ୟାନ୍‌

ସିଏସ୍‌କେ ଅଧିନାୟକ ଧୋନୀଙ୍କ ଜବ୍‌ରା ଫ୍ୟାନ୍‌

ଭାରତରେ କ୍ରିକେଟର ଭିନ୍ନ କ୍ରେଜ୍‌ ରହିଛି। ଏହାକୁ  ଦୃଷ୍ଟିରେ ରଖି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସୃଷ୍ଟି। ଏହାର ସମସ୍ତ ଲୋକପ୍ରିୟ ଟିମ୍‌ ମଧ୍ୟରୁ ଚେନ୍ନାଇ ସୁପରକିଙ୍ଗ(ସିଏସ୍‌କେ) ଅନ୍ୟତମ। ଟିମ୍‌ର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ବଡ଼ ଫ୍ୟାନ୍‌ ଫଲୋଇଙ୍ଗ ରହିଛି। ମାତ୍ର ସେମାନଙ୍କ ମଧ୍ୟରୁ ଆଇପିଏଲ୍‌ ସମୟରେ ନଜର ଆସୁଥିବା ଏନ୍‌. ସାର୍ବନନ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା