ଜାତୀୟ |

ଖିଲାପି ଲିଜ୍‌ଧାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ

ଖିଲାପି ଲିଜ୍‌ଧାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ
ନୂଆଦିଲ୍ଲୀ,୩୦ ।୧(ସ୍ବ.ପ୍ର.): ଖଣି ଜରିମାନା ଅର୍ଥ ପୈଠରେ ବିଳମ୍ବ କରିଥିବା କାରଣରୁ ସୁପ୍ରିମକୋର୍ଟ ମଙ୍ଗଳବାର ଓଡିଶା ସରକାରଙ୍କ ଅଧୀନସ୍ଥ ସଂସ୍ଥା ଇଡ୍‌କଲ୍‌ ଉପରେ ସୁଧ ଧାର୍ଯ୍ୟ କରିଛନ୍ତି । ଇଡକଲ୍‌ ଏହି ସଂଗୃହୀତ ଜରିମାନା ଅର୍ଥ ଚୂଡାନ୍ତ ସମୟସୀମା ଡିସେମ୍ବର ୩୧ରେ ପୈଠ ନ କରି ଜାନୁୟାରୀ ୧୨ରେ ଜମା ଦେଇଥିଲା। ଏଥିଯୋଗୁ ଯେଉଁ ୧୧ ଦିନ ବିଳମ୍ବ ହେଲା ସେଥିପାଇଁ ମୋଟ ଆଦାୟ ଜରିମାନା ରାଶି ୧୨ ପ୍ରତିଶତ ସୁଧ ସହ ଜମା ଦେବାକୁ ସୁପ୍ରିମକୋର୍ଟ ଇଡ୍‌କଲ୍‌କୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଏହି ନିର୍ଦ୍ଦେଶ ପାଳନ ନ ହୁଏ ତେବେ ଇଡକଲ୍‌ ବିରୋଧରେ ଆଇନ୍‌ ଅନୁଯାୟୀ କାଯର୍‌ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ଖଣ୍ଡପୀଠ କହିଛନ୍ତି । ଏଥିସହିତ ଜରିମାନା ଅର୍ଥ ଜମା କରି ନ ଥିବା ବେଆଇନ ଖଣି ଲିଜଧାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସକାଶେ ପଦକ୍ଷେପ ନେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ସ୍ଥଳେ ସେମାନଙ୍କର ସମ୍ପତ୍ତି ବାଜ୍ୟାପ୍ତ କରିବାକୁ ମଧ୍ୟ କୁହାଯାଇଛି । ସୁପ୍ରିମକୋର୍ଟରେ ମଙ୍ଗଳବାର ଖଣି ମାମଲାର ଶୁଣାଣି ହୋଇଥିଲା। ବିଚାରପତି ମଦନ ବି. ଲକୁର ଏବଂ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ବେଆଇନ ଖଣି ଉତ୍ତୋଳନ କରିଥିବା କମ୍ପାନୀମାନଙ୍କଠାରୁ ଶତକଡ଼ା ୧୦୦ ଭାଗ ଜରିମାନା ଡିସେମ୍ବର ୩୧ ତାରିଖ ସୁଦ୍ଧା ଆଦାୟ କରାଯିବା ଆଦେଶର କେତେଦୂର ପାଳନ ହୋଇଛି ଏବଂ କେତେ ପରିମାଣର ଜରିମାନା ଏ ପର୍ଯ୍ୟନ୍ତ ଆଦାୟ ହୋଇଛି ସେ ସମ୍ପର୍କରେ ଓଡ଼ିଶା ସରକାର ମଙ୍ଗଳବାର ଖଣ୍ଡପୀଠଙ୍କୁ ଅବଗତ କରାଇଛନ୍ତି। ଓଡିଶା ସରକାର କହିଛନ୍ତି ଯେ, ଜରିମାନା ବାବଦରେ ଏ ପର୍ଯ୍ୟନ୍ତ ୧୦,୧୮୯ କୋଟି ଟଙ୍କା ଆଦାୟ ହୋଇଛି । ଏହି ଅର୍ଥ ନିର୍ଦ୍ଧାରିତ ସମୟରେ ଜମା କରାଯାଇଛି । ତନ୍ମଧ୍ୟରୁ ଇଡ୍‌କଲ୍‌ ୧୦୫ କୋଟି ଟଙ୍କା ଜରିମାନା ଆଦାୟ କରିଛି । ଇଡ୍‌କଲ୍‌ ଓଡିଶା ଖଣି ନିଗମ (ଓଏମ୍‌ସି)ର ଏକ ସହଯୋଗୀ ସଂସ୍ଥା ଭାବେ କାର୍ଯ୍ୟ କରୁଛି । ଓଏମ୍‌ସିର କୋଇଡାସ୍ଥିତ ଏକ ଖଣିରୁ ବେଆଇନ ଭାବେ ଖଣିଜ ଉତ୍ତୋଳନ ହୋଇଥିବା ତଦନ୍ତ ବେଳେ ଜଣାପଡିଥିଲା । ଏହି ଖଣି ଉପରେ ଜରିମାନା କରାଯାଇଥିଲା। ସେହି ଜରିମାନା ରାଶି ୧୦୫ କୋଟି ଟଙ୍କା ଓଏମ୍‌ସିଠାରୁ ଇଡ୍‌କଲ୍‌ ଆଦାୟ କରିଥିଲେ ମଧ୍ୟ ତାହା ସରକାରଙ୍କ ନିକଟରେ ୨୦୧୮ ଜାନୁୟାରୀ ୧୧ ତାରିଖ ସୁଦ୍ଧା ପୈଠ କରିପାରି ନ ଥିଲା । ଏହା ବ୍ୟତୀତ ଉଲିବୁରୁ ଖଣି ଉତ୍ତୋଳନର ଆକଳନ ଠିକ୍‌ ହୋଇ ନ ଥିବା ଦର୍ଶାଇ ଏହାର ପୁନଃ ଆକଳନ କରିବାକୁ ବି.କେ. ମହାନ୍ତି କମ୍ପାନୀ ପକ୍ଷରୁ ଆବେଦନ କରାଯାଇଥିଲା । ଏହାକୁ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ସେହିଭଳି ବନ୍ଦ ପଡିଥିବା ୩ଟି ଖଣିକୁ କାର୍ଯ୍ୟକ୍ଷମ କରିବା ପାଇଁ ଏସ୍‌.ଏଲ୍‌.ମାଇନିଂର ଆବେଦନ ଉପରେ ଖଣ୍ଡପୀଠ କହିଥିଲେ ଯେ, କ୍ଷମତାସମ୍ପନ୍ନ କମିଟି (ସିଇସି)ରିପୋର୍ଟ ଆଧାରରେ ୧୦ ଦିନ ପରେ ଏହା ଉପରେ ନିଷ୍ପତ୍ତି ନିଆଯିବ। କିନ୍ତୁ ୩ଟି ଖଣିକୁ କାର୍ଯ୍ୟକ୍ଷମ କରିବା ପାଇଁ ଅନୁମତି ଦେବାକୁ ଭାରତୀୟ ଇସ୍ପାତ କର୍ତ୍ତୃପକ୍ଷ ଲିମିଟେଡ ‘ସେଲ’ର ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି।
All Right Reserved By

ଜାତୀୟ |

ପାକିସ୍ତାନ ଗଲେ ସିଦ୍ଧୁ

ପାକିସ୍ତାନ ଗଲେ ସିଦ୍ଧୁ

ଅଟାରି-ଓ୍ବାଘା,୧୭।୮: କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ଶୁକ୍ରବାର ପାକିସ୍ତାନ ଗସ୍ତ କରିଛନ୍ତି। ସେଠାରେ ସେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ବାଜପେୟୀଙ୍କ ସମ୍ମାନରେ ଅର୍ଦ୍ଧ ନମିତ ହେଲା ୟୁନିୟନ ଜାକ୍‌

ବାଜପେୟୀଙ୍କ ସମ୍ମାନରେ ଅର୍ଦ୍ଧ ନମିତ ହେଲା ୟୁନିୟନ ଜାକ୍‌

ନୂଆଦିଲ୍ଲୀ,୧୭।୮: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ କେବଳ ଭାରତ ନୁହେଁ ଅନ୍ୟ କିଛି ଦେଶର ଜାତୀୟ ପତାକାକୁ ମଧ୍ୟ ଅର୍ଦ୍ଧ ନମିତ କରାଯାଇଛି। 

ବାଜପେୟୀଙ୍କ ଶେଷ ଯାତ୍ରାରେ ସାମିଲ ହେଲେ ବିଦେଶୀ ନେତା

ବାଜପେୟୀଙ୍କ ଶେଷ ଯାତ୍ରାରେ ସାମିଲ ହେଲେ ବିଦେଶୀ ନେତା

ନୂଆଦିଲ୍ଲୀ,୧୭।୮: ବିଦାୟ ନେଲେ ମହାନ୍‌ ଜନନାୟକ ଅଟଳ ବିହାରୀ ବାଜପେୟୀ। ଦେଶର କୋଟି କୋଟି ଜନତାଙ୍କ ସହ ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ବିଦେଶ ମାଟିରୁ ବି ଆସିଥିଲେ

୧୦ ଦିନରେ ଦେଶ ହରାଇଲା ୫ ବିଶିଷ୍ଟ ବ୍ୟକ୍ତି

୧୦ ଦିନରେ ଦେଶ ହରାଇଲା ୫ ବିଶିଷ୍ଟ ବ୍ୟକ୍ତି

ନୂଆଦିଲ୍ଲୀ,୧୭।୮: ଗତ ୧୦ ଦିନ ମଧ୍ୟରେ ଭାରତ ୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ହରାଇଥିବା ବେଳେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଯଦିଓ ଅସମୟରେ ଏମାନଙ୍କର ମୃତ୍ୟୁ ହୋଇନାହିଁ ତଥାପି ଅନେକେ ଏହାକୁ ନେଇ ଶଙ୍କା ପ୍ରକାଶ କରୁଛନ୍ତି। 

ପଞ୍ଚଭୂତରେ ଲୀନ ହେଲେ ଅଟଳ ବିହାରୀ

ପଞ୍ଚଭୂତରେ ଲୀନ ହେଲେ ଅଟଳ ବିହାରୀ

ନୂଆଦିଲ୍ଲୀ,୧୭।୮: ପୂର୍ବତନ ପ୍ରଧାନମନ୍ତ୍ରୀ, କାଳଜୟୀ ରାଜନେତା,ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ଶୁକ୍ରବାର ଦିଲ୍ଲୀର ସ୍ମୁତିସ୍ଥଳଠାରେ ଏହି ମହାନ୍‌ ବ୍ୟକ୍ତିତ୍ୱଙ୍କୁ ରାଜକୀୟ ସମ୍ମାନ ସହ ବିଦାୟ ଦେଇଛି ଦେଶ। ତିନି ସେନାମୁଖ୍ୟଙ୍କ ସହ ତୋପ ସଲାମି ଦିଆଯାଇଥିଲା ଭାରତର ଏହି ସୁଯୋଗ୍ୟ ସନ୍ତାନଙ୍କୁ।

ବନ୍ୟାରୁ ଉଦ୍ଧାର ହୋଇଥିବା ମହିଳା ଜନ୍ମ ଦେଲେ ପୁତ୍ର ସନ୍ତାନ

ବନ୍ୟାରୁ ଉଦ୍ଧାର ହୋଇଥିବା ମହିଳା ଜନ୍ମ ଦେଲେ ପୁତ୍ର ସନ୍ତାନ

କୋଚି,୧୭।୮: କେରଳର ବନ୍ୟା ପରିସ୍ଥିତି ବେଳକୁ ବେଳ ଭୟଙ୍କର ହେଉଛି। ହେଲେ ଏହି ବନ୍ୟାରୁ ଉଦ୍ଧାର ହୋଇଥିବା ଜଣେ ଗର୍ଭବତୀ ମହିଳା ଶୁକ୍ରବାର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି।

ବାଜପେୟୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି

ବାଜପେୟୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୭।୮: ଭାରତ ମା’ର ସୁଯୋଗ୍ୟ ସନ୍ତାନ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଅପରାହ୍ନରେ ସ୍ମୁତିସ୍ଥଳଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ସ୍ମୁତିସ୍ଥଳ ପହଞ୍ଚିଲା ବାଜପେୟୀଙ୍କ ପାର୍ଥିବ ଶରୀର

ସ୍ମୁତିସ୍ଥଳ ପହଞ୍ଚିଲା ବାଜପେୟୀଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ,୧୭।୮: ଭାଜପା କାର୍ଯ୍ୟାଳୟଠାରୁ ପ୍ରାୟ ୪ କିଲୋମିଟର ଦୂର ସ୍ମୁତିସ୍ଥଳ ପହଞ୍ଚିଛି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପାର୍ଥିବ ଶରୀର। ଦୀର୍ଘ ୪ କିଲୋମିଟର ରାସ୍ତାକୁ ଚାଲି ଚାଲି ଅତିକ୍ରମ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି। 

ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇଥିବା ସ୍ବାମୀ ଅଗ୍ନିବେଶଙ୍କ ଉପରକୁ ଆକ୍ରମଣ

ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇଥିବା ସ୍ବାମୀ ଅଗ୍ନିବେଶଙ୍କ ଉପରକୁ ଆକ୍ରମଣ

ନୂଆଦିଲ୍ଲୀ,୧୭।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇଥିବା ୭୯ ବର୍ଷୀୟ ସ୍ବାମୀ ଅଗ୍ନିବେଶଙ୍କ ଉପରକୁ ଆକ୍ରମଣ ହୋଇଛି। ଭାଜପା କାର୍ଯ୍ୟାଳୟ ନିକଟରେ କେତେଜଣ ଭାଜପା କର୍ମୀ ତାଙ୍କୁ ଆକ୍ରମଣ କରିଥିବା ସେ କହିଛନ୍ତି।

ଦୁର୍ଘଟଣାର ଶିକାର ହେଲେ ଟିଏମ୍‌ସି ଏମ୍‌ପି

ଦୁର୍ଘଟଣାର ଶିକାର ହେଲେ ଟିଏମ୍‌ସି ଏମ୍‌ପି

କୋଲକାତା,୧୭।୮: ତ୍ରୁଣମୂଳ କଂଗ୍ରେସ ଏମ୍‌ପି କଲ୍ୟାଣ ବାନାର୍ଜୀ ଶୁକ୍ରବାର ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଦକ୍ଷିଣ କୋଲକାତା ଯାଉଥିବା ସମୟରେ ଟ୍ରାଫିକ୍‌ ସିଗନାଲ ନ ମାନି ଏକ ଟ୍ୟାକ୍ସି ତାଙ୍କ କାର୍‌କୁ ଧକ୍କା ଦେବା ଫଳରେ ସେ ଆହତ ହୋଇଥିଲେ। 

ବାଜପେୟୀଙ୍କ ଶେଷ ଯାତ୍ରାରେ ଚାଲି ଚାଲି ଗଲେ ମୋଦି, ଶାହ

ବାଜପେୟୀଙ୍କ ଶେଷ ଯାତ୍ରାରେ ଚାଲି ଚାଲି ଗଲେ ମୋଦି, ଶାହ

ନୂଆଦିଲ୍ଲୀ,୧୭।୮: ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅନ୍ତିମ ଯାତ୍ରାରେ ବହୁ ରାଜନେତା ତଥା ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ସାଧାରଣ ଜନତା ମଧ୍ୟ ସାମିଲ ହୋଇଛନ୍ତି। 

ଅଟଳଙ୍କ ଶେଷ ଯାତ୍ରା: ଲୋକାରଣ୍ୟ ହେଲା ରାଜପଥ

ଅଟଳଙ୍କ ଶେଷ ଯାତ୍ରା: ଲୋକାରଣ୍ୟ ହେଲା ରାଜପଥ

ନୂଆଦିଲ୍ଲୀ,୧୭।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଭାଜପା ମୁଖ୍ୟ କାର୍ଯ୍ୟାଳୟରୁ ଶେଷ ଆଶ୍ରୟ ସ୍ମୃତିସ୍ଥଳକୁ ନିଆଯାଉଛି। ପ୍ରିୟ ନେତାଙ୍କ  ଶେଷଯାତ୍ରାରେ ଦେଶର ଅସଂଖ୍ୟ ଜନସାଧାରଣ ସାମିଲ୍‌ ହୋଇଛନ୍ତି।