ମେଟ୍ରୋ |

ସହପାଠୀଙ୍କ ଷଡ଼ଯନ୍ତ୍ର: ଛାତ୍ରୀଙ୍କୁ ନିଶା ଦେଇ ଅଶ୍ଳୀଳ ଭିଡିଓ ପ୍ରସ୍ତୁତି ଉଦ୍ୟମ

ସହପାଠୀଙ୍କ ଷଡ଼ଯନ୍ତ୍ର: ଛାତ୍ରୀଙ୍କୁ ନିଶା ଦେଇ ଅଶ୍ଳୀଳ ଭିଡିଓ ପ୍ରସ୍ତୁତି ଉଦ୍ୟମ
ଭୁବନେଶ୍ୱର, ୩୦।୧(ବ୍ୟୁରୋ)- ରାଜଧାନୀର ଏକ ସରକାରୀ କଲେଜରେ ଜଣେ ନାବାଳିକା ଛାତ୍ରୀଙ୍କୁ ନିଶା ଦେଇ ଅଶ୍ଳୀଳ ଭିଡିଓ ପ୍ରସ୍ତୁତି ପାଇଁ ଉଦ୍ୟମ କରାଯାଇଛି। ଏଭଳି ଷଡ଼ଯନ୍ତ୍ର ରଚିଛନ୍ତି ସମ୍ପୃକ୍ତ ଛାତ୍ରୀଙ୍କ ଜଣେ ସହପାଠୀ। ଏହାର ଶିକାର ହୋଇଥିବା ଛାତ୍ରୀଙ୍କ ବାପା ମଙ୍ଗଳବାର ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ଛାତ୍ରୀ ସୋମବାର ସକାଳ ୮ଟାରେ ପରୀକ୍ଷା ଦେବା ପାଇଁ କଲେଜକୁ ଯାଇଥିଲେ। ତାଙ୍କ ବାପା ତାଙ୍କୁ କଲେଜରେ ଛାଡ଼ି ଆସିଥିଲେ। ସାଢ଼େ ୧୨ଟା ସୁଦ୍ଧା ସେ ଘରକୁ ନ ଫେରିବାରୁ ତାଙ୍କ ବଡ଼ ଭଉଣୀ କଲେଜ ଯାଇ ତାଙ୍କୁ ଘରକୁ ଆଣିଥିଲେ। ସେତେବେଳେ ସେ କଲେଜ କ୍ଲାସରୁମରେ ନିସ୍ତେଜ ଅବସ୍ଥାରେ ବସିରହିଥିଲେ। ବଡ଼ ଭଉଣୀ ସହ ଘରକୁ ଆସିବା ପରେ ଅଚେତ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଚିକିତ୍ସା ପରେ ତାଙ୍କର ଚେତା ଫେରିଥିଲା। ଏହାପରେ ଛାତ୍ରୀ ଜଣକ ତାଙ୍କ ସହ ହୋଇଥିବା ଷଡ଼ଯନ୍ତ୍ର ବିଷୟରେ ତାଙ୍କ ବାପାଙ୍କୁ ପୋଲିସ ଏବଂ ଡାକ୍ତରଙ୍କ ଉପସ୍ଥିତିରେ କହିଥିଲେ। ବାପା ଥାନାରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅକୁ ତାଙ୍କର ଜଣେ ସହପାଠୀ ୨ଟି ଚକୋଲେଟ ଦେଇଥିଲେ। ଏହାପରେ ସେ ଦୁର୍ବଳ ଅନୁଭବ କରିବା ସହ ନିସ୍ତେଜ ହୋଇପଡ଼ିଥିଲେ। ପୂର୍ବରୁ ଝିଅ ଶୌଚାଳୟକୁ ଯାଇଥିବାବେଳେ ସମ୍ପୃକ୍ତ ସହପାଠୀ ଏବଂ ଜଣେ ବରିଷ୍ଠ ଛାତ୍ରୀ ତାଙ୍କର ଅଶ୍ଳୀଳ ଫଟୋ ଉଠାଇଥିଲେ। ଏହାକୁ ଦେଖାଇ ତାଙ୍କୁ ବ୍ଲାକମେଲ୍‌ କରିବା ସହ ଟଙ୍କା ପଇସା ମାଗିନେଉଥିଲେ। ଟଙ୍କା ନ ଦେଲେ ତାଙ୍କର ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ଭାଇରାଲ କରିବାକୁ ଧମକ ଦେଉଥିଲେ। ସୋମବାର ଘଟଣା ପରେ ତାଙ୍କ ଝିଅକୁ ନିଶା ଦେଇ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରିବାକୁ ଉଦ୍ୟମ କରାଯାଇଥିବା ଛାତ୍ରୀଙ୍କ ବାପା ଅଭିଯୋଗରେ ଦର୍ଶାଇଛନ୍ତି। ଅନ୍ୟପଟେ ଛାତ୍ରୀ ଜଣକ ପୋଲିସକୁ ବୟାନ ଦେଇଛନ୍ତି ଯେ, ସମୀର ନାମକ ଜଣେ ଯୁବକ କଲେଜର କେତେଜଣ ଛାତ୍ରୀଙ୍କ ଜରିଆରେ ଅନ୍ୟ ଝିଅମାନଙ୍କ ଅଶ୍ଳୀଳ ଫଟୋ ହାତେଇ ସେମାନଙ୍କୁ ବ୍ଲାକମେଲ୍‌ କରୁଛନ୍ତି। ଖାରବେଳନଗର ଥାନା ଅଧିକାରୀ ଅନୁପ କାନୁନ୍‌ଗୋ କହିଛନ୍ତି, ଛାତ୍ରୀଙ୍କ ପରିବାର ଲୋକ ଅଭିଯୋଗ କରିବା ପରେ ଅନୁସନ୍ଧାନ ଆରମ୍ଭ ହୋଇଛି। ଡାକ୍ତରଙ୍କ ଉପସ୍ଥିତିରେ ପୋଲିସ ଛାତୀଙ୍କ ବୟାନ ରେକର୍ଡ କରିଛି। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
All Right Reserved By

ମେଟ୍ରୋ |

ପଲିଥିନମୁକ୍ତ ଅଭିଯାନରେ ସାମିଲ ହେଲେ ସ୍ବେଚ୍ଛାସେବୀ

ପଲିଥିନମୁକ୍ତ ଅଭିଯାନରେ ସାମିଲ ହେଲେ ସ୍ବେଚ୍ଛାସେବୀ

ପୁରୀ ଅଫିସ,୧୯।୮: ଖବରକାଗଜ ‘ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆରମ୍ଭ ହୋଇଛି ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ଅଭିଯାନ। ଏବେ ଏହି ଅଭିଯାନ ପ୍ରତି ଯୁବ ସମାଜ, କଲେଜ ଛାତ୍ରୀଛାତ୍ର ଏବଂ ସ୍ବେଚ୍ଛାସେବୀଙ୍କ ଆଗ୍ରହ ବଢିବାରେ ଲାଗୁଥିବା ଦେଖିବାକୁ ମିଳୁଛି। 

ପ୍ଲାଷ୍ଟିକ ପଲିଥିନ ମୁକ୍ତ ଅଭିଯାନରେ ଆଦିତ୍ୟ ବାହିନୀ

ପ୍ଲାଷ୍ଟିକ ପଲିଥିନ ମୁକ୍ତ ଅଭିଯାନରେ ଆଦିତ୍ୟ ବାହିନୀ

ପୁରୀ ଅଫିସ,୧୯ା୮: ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ପରିବେଶକୁ ଅଧିକମାତ୍ରାରେ ପ୍ରଦ୍ୟୁଷିତ କରୁଛି। ଏହାର କୁପ୍ରଭାବରେ ସିଧାସଳଖଭାବେ ଶିକାର ହେଉଛନ୍ତି ମଣିଷ। 

ଫସିଲେ ହିତାଧିକାରୀ

ଫସିଲେ ହିତାଧିକାରୀ

ଭୁବନେଶ୍ୱର,୧୯।୮(ବ୍ୟୁରୋ)(ଅନିଲ ଦାସ) ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା (ଏନ୍‌ଏଫ୍‌ଏସ୍‌ଏ) ଏବଂ ଓଡ଼ିଶା ଖାଦ୍ୟ ସୁରକ୍ଷା ଯୋଜନା ମଝିରେ ଫସିଯାଇଛନ୍ତି ଗରିବ ହିତାଧିକାରୀ।  ଆସନ୍ତା ଅକ୍ଟୋବର ୨ ଯାଏ କେନ୍ଦ୍ରୀୟ ଯୋଜନା ଏନ୍‌ଏଫ୍‌ଏସ୍‌ଏରେ ଆଉ କୌଣସି ହିତାଧିକାରୀ ନୂତନ କାର୍ଡ ପାଇବେ ନାହିଁ। 

ସାର୍ବଜନୀନ ହେବ ବ୍ରହ୍ମ ବିଭ୍ରାଟ ଗୁମର

ସାର୍ବଜନୀନ ହେବ ବ୍ରହ୍ମ ବିଭ୍ରାଟ ଗୁମର

ପୁରୀ ଅଫିସ,୧୯ା୮: ଦୀର୍ଘ ୩ ବର୍ଷ ପରେ ଖୋଲିବ ବହୁଚର୍ଚ୍ଚିତ ବ୍ରହ୍ମ ବିଭ୍ରାଟ ଗୁମର। ଏଥିପାଇଁ ଗଠିତ ସବ୍‌ କମିଟି ଆସନ୍ତା ସେପ୍ଟେମ୍ବର ଶେଷ ସୁଦ୍ଧା ରିପୋର୍ଟ ଦେବ। ରିପୋର୍ଟ ମିଳିବା ପରେ ଏହାକୁ ପରିଚାଳନା କମିଟି ବୈଠକରେ ଉପସ୍ଥାପନ କରାଯିବ। 

ଚାକିରି ଜୀବନ, ଅବସର ପରେ ଲକ୍ଷ୍ୟ ଗୋଟିଏ

ଚାକିରି ଜୀବନ, ଅବସର ପରେ ଲକ୍ଷ୍ୟ ଗୋଟିଏ

ଖୋର୍ଦ୍ଧା ସହରର ଜଣେ ପରିଚିତ ବ୍ୟକ୍ତିତ୍ୱ ହେଉଛନ୍ତି ଦେବ ପ୍ରସାଦ ମଜୁମଦାର। ଘର ବିଡିଏ କଲୋନୀ ସନ୍ନିକଟ କଲ୍ୟାଣୀନଗର। ଢେଙ୍କାନାଳ ଜିଲାରେ ସବଇନ୍ସପେକ୍ଟର ଭାବେ ପ୍ରଥମେ ୧୯୭୫ ମସିହାରେ କାର୍ଯ୍ୟ ଆରମ୍ଭ କରିଥିଲେ। 

ଜନ୍ମ ମାଟିରେ ଶହୀଦ୍‌ ଅଲୋଡା

ଜନ୍ମ ମାଟିରେ ଶହୀଦ୍‌ ଅଲୋଡା

ଖୋର୍ଦ୍ଧା ଅଫିସ,୧୯।୮:
ଖୋର୍ଦ୍ଧା ଜିଲା ସଦର ମହକୁମାରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉତ୍ସବ ଶେଷ ହୋଇଛି। 

ଦର୍ଶକଙ୍କ ତାଳିରୁ ଆତ୍ମତୃପ୍ତି ମିଳେ

ଦର୍ଶକଙ୍କ ତାଳିରୁ ଆତ୍ମତୃପ୍ତି ମିଳେ

ଭୁବନେଶ୍ୱର, ୧୯।୮(ବ୍ୟୁରୋ)- ”ତାରେ ଜମିନ ପର୍‌’। ଅମିର ଖାନ୍‌ଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ସବୁ ବର୍ଗର ଦର୍ଶକଙ୍କ ପସନ୍ଦ ପାଲଟିଥିଲା। ଏଥିରେ ‘ଈଶାନ’ ଭୂମିକାରେ ଅଭିନୟ କରିଥିବା ଶିଶୁ କଳାକାରଙ୍କ ପାଇଁ ଫିଲ୍ମଟି ଉଚ୍ଚକୋଟୀର ହୋଇପାରିଥିଲା। 

ବିଏମ୍‌ସି କର୍ମଚାରୀଙ୍କ ଛୁଟି ବାତିଲ

ବିଏମ୍‌ସି କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର, ୧୯ା୮(ବ୍ୟୁରୋ)-  ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହାକୁ ଲକ୍ଷ୍ୟ କରି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ତା’ର କର୍ମଚାରୀଙ୍କ ଛୁଟିକୁ ବାତିଲ କରିଛି। ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ କମିଶନରଙ୍କ ବିନା ଅନୁମତିରେ କୌଣସି କର୍ମଚାରୀ ଛୁଟି ନେଇପାରିବେ ନାହିଁ। 

୧ରୁ ପ୍ଲାଷ୍ଟିକ ନିଷେଧ କରିବ ବିଡିଏ

୧ରୁ ପ୍ଲାଷ୍ଟିକ ନିଷେଧ କରିବ ବିଡିଏ

ଭୁବନେଶ୍ୱର, ୧୯ା୮(ବ୍ୟୁରୋ)- ରାଜ୍ୟ ସରକାର ଆଗାମୀ ଗାନ୍ଧୀ ଜୟନ୍ତୀରୁ ପଲିଥିନ ଏବଂ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ଉପରେ କଟକଣା ଲଗାଇବାକୁ ଘୋଷଣା କରିଥିବାବେଳେ ଏହାର ମାସକ ଆଗରୁ ପ୍ରସ୍ତୁତ ହେବାକୁ ଅଣ୍ଟା ଭିଡିଛି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)। ସେପ୍ଟେମ୍ବର ୧ରୁ ବିଡିଏ ଏହାର ୩୬ତମ ପ୍ରତିଷ୍ଠା ଦିବସ ପାଳନ କରିବ।

୩ ଦିନ ହେଲାଣି ପିଲାଙ୍କ ପଢ଼ାରେ ଡୋରି

୩ ଦିନ ହେଲାଣି ପିଲାଙ୍କ ପଢ଼ାରେ ଡୋରି

ଭୁବନେଶ୍ୱର, ୧୯ା୮(ବ୍ୟୁରୋ)- ଛାତ୍ରୀଛାତ୍ରଙ୍କ ପାଠପଢା ଛାଡି ପୁଣି ରାଜରାସ୍ତାରେ ବସିଛନ୍ତି ଶିକ୍ଷକ ଏବଂ ଅଧ୍ୟାପକ। ଗତ ୧୬ ତାରିଖରୁ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଧାରଣା ଦେଇଥିବାବେଳେ ଏଥିରେ ସାମିଲ ହୋଇଛନ୍ତି ହଜାର ହଜାର ଶିକ୍ଷକ ଏବଂ ଅଧ୍ୟାପକ। 

ବିନା ମାଷ୍ଟର ପ୍ଲାନରେ ଘର ତିଆରି: ନୋଟିସ୍‌ର ୧୨ବର୍ଷ ପରେ ୨ ମହଲା କୋଠାକୁ ଭାଙ୍ଗିଲା ବିଡିଏ

ବିନା ମାଷ୍ଟର ପ୍ଲାନରେ ଘର ତିଆରି: ନୋଟିସ୍‌ର ୧୨ବର୍ଷ ପରେ ୨ ମହଲା କୋଠାକୁ ଭାଙ୍ଗିଲା ବିଡିଏ

ଭୁବନେଶ୍ୱର, ୧୯ା୮(ବ୍ୟୁରୋ)- ଜୟଦେବବିହାରରେ ବିନା ମାଷ୍ଟରପ୍ଲାନରେ ନିର୍ମିତ ଏକ ୨ ମହଲା କୋଠାଘର(ଫ୍ଲାଟ ନଂ. ୨୨୯୦)କୁ ବିଡିଏ ଶନିବାର ଭାଙ୍ଗିଦେଇଛି। ୧୨ ବର୍ଷ ତଳେ ଉକ୍ତ ଘର ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇ ବିଡିଏ ପକ୍ଷରୁ ଘର ମାଲିକଙ୍କୁ ନୋଟିସ ଜାରି କରାଯାଇଥିଲା। 

କଳାଦିବସ ପାଳିଲେ ଆଇନିଜୀବୀ: ପାଟିରେ କଳା କପଡ଼ା ବାନ୍ଧି କଲେ ପ୍ରତିବାଦ

କଳାଦିବସ ପାଳିଲେ ଆଇନିଜୀବୀ: ପାଟିରେ କଳା କପଡ଼ା ବାନ୍ଧି କଲେ ପ୍ରତିବାଦ

ଖୋର୍ଦ୍ଧା ଅଫିସ,୧୮।୮: କୋର୍ଟ, ପୋଲିସ ଓ ଜିଲା ପ୍ରଶାସନ ଉପରେ ଅସନ୍ତୋଷ ବ୍ୟକ୍ତକରି ଖୋର୍ଦ୍ଧା ବାର ଆସୋସିଏଶନ ପକ୍ଷରୁ ଶନିବାର କଳାଦିବସ ପାଳନ କରାଯାଇଛି।