Dharitri News
ଖେଳ |

ସନ୍ତୋଷ ଟ୍ରଫି: ଓଡ଼ିଶାର ବିଜୟ ଅଭିଯାନ

ସନ୍ତୋଷ ଟ୍ରଫି: ଓଡ଼ିଶାର ବିଜୟ ଅଭିଯାନ କଟକ ଅଫିସ,୩୦ା୧- ବିହାରର ବେଗୁସରାଇ ଠାରେ ଅନୁଷ୍ଠିତ ୭୨ ତମ ଜାତୀୟ ଫୁଟବଲ ଚାମ୍ପିୟନଶିପ୍‌ ସନ୍ତୋଷ ଟ୍ରଫିର ପୂର୍ବାଞ୍ଚଳ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ଓଡ଼ିଶା ବିଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚରେ ଓଡ଼ିଶା ୨-୦ ଗୋଲରେ ସିକିମ୍‌କୁ ପରାସ୍ତ କରିଛି। ୩୭ତମ ମିନିଟ୍‌ରେ ଦଳ ପକ୍ଷରୁ ଭାବଗ୍ରାହୀ ପଢ଼ିହାରୀ ଗୋଲ ଦେଇ ପ୍ରଥମାର୍ଦ୍ଧରେ ଦଳକୁ ୧-୦ରେ ଅଗ୍ରଣୀ ରଖିଥିଲେ। ଦ୍ୱିତୀୟାର୍ଦ୍ଧର ୮୬ତମ ମିନିଟ୍‌ରେ ଅର୍ଜୁନ ନାୟକ ଅନ୍ୟ ଏକ ଗୋଲ ଦେବା ସହ ଦଳକୁ ୨-୦ ଗୋଲରେ ବିଜୟୀ କରାଇଥିଲେ। ଆସନ୍ତା ୧ ତାରିଖରେ ଓଡ଼ିଶା ଦ୍ୱିତୀୟ ମ୍ୟାଚ ବିହାର ବିପକ୍ଷରେ ଖେଳିବ। ବିହାର ବିପକ୍ଷରେ ବିଜୟ ହାସଲ କଲେ ଦଳ କ୍ବାର୍ଟରଫାଇନାଲରେ ପ୍ରବେଶ କରିବା ନିଶ୍ଚିତ ହୋଇଯିବ।

ଖେଳ |

ବରୋଦା ଦଳରୁ ୟୁସୁଫ୍‌ ପଠାନ ବାଦ୍‌

ବରୋଦା ଦଳରୁ ୟୁସୁଫ୍‌ ପଠାନ ବାଦ୍‌

ନୂଆଦିଲ୍ଲୀ, ୨୦।୨- ବିଜୟ ହଜାରେ ଟ୍ରଫିର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। ଫେବୃୟାରୀ ୨୨ରେ ଅନ୍ତିମ ତଥା ୪ର୍ଥ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ବରୋଦା ଓ ସୌରାଷ୍ଟ୍ର ମଧ୍ୟରେ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ବରୋଦା ଦଳରୁ ଅଭିଜ୍ଞ ଅଲ୍‌ରାଉଣ୍ଡର ୟୁସୁଫ୍‌ ପଠାନଙ୍କୁ ବାଦ୍‌ ଦିଆଯାଇଛି।

ଡେଲରେ ବିଚ୍‌ ଓପନରୁ ରାମକୁମାରଙ୍କ ବିଦାୟ

ଡେଲରେ ବିଚ୍‌ ଓପନରୁ ରାମକୁମାରଙ୍କ ବିଦାୟ

ନୂଆଦିଲ୍ଲୀ, ୨୦।୨(ପି.ଟି.)- ବିଶ୍ୱ ମାନ୍ୟତାର ୧୪୦ତମ ସ୍ଥାନରେ ଥିବା ଭାରତୀୟ ଟେନିସ ଖେଳାଳି ରାମକୁମାର ରମାନାଥନ ଡେଲରେ ବିଚ୍‌ ଓପନ୍‌ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି।

ସୁଲତାନ ଆଜଲାନ ଶାହ କପ୍‌ ହକି: ଭାରତୀୟ ଦଳରେ ୪ ଓଡ଼ିଆ

ସୁଲତାନ ଆଜଲାନ ଶାହ କପ୍‌ ହକି: ଭାରତୀୟ ଦଳରେ ୪ ଓଡ଼ିଆ

ନୂଆଦିଲ୍ଲୀ, ୨୦।୨(ପି.ଟି.)- ମାର୍ଚ୍ଚ ୩ରୁ ୧୧ ତାରିଖ ପର୍ଯ୍ୟନ୍ତ ମାଲେସିଆର ଇଫୋଠାରେ ୨୭ତମ ସୁଲତାନ ଆଜଲାନ ଶାହ କପ୍‌ ହକି ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଏଥିଲାଗି ହକି ଇଣ୍ଡିଆ ପକ୍ଷରୁ ମଙ୍ଗଳବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି।

ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପାଇଁ ବିଶାଖାପାଟଣା ଯାତ୍ରା କଲା ଓଡ଼ିଶା ଦଳ

ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପାଇଁ ବିଶାଖାପାଟଣା ଯାତ୍ରା କଲା ଓଡ଼ିଶା ଦଳ

ବ୍ରହ୍ମପୁର ଅଫିସ, ୨୦।୨: ଆସନ୍ତା ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାଠାରେ ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଭାଗ ନେବା ପାଇଁ ଓଡ଼ିଶା ଦଳ ମଙ୍ଗଳବାର ସକାଳେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରିଛି।

ଆଇସିସିକୁ ଋଣ ପାଇଁ ନିବେଦନ କଲା ଜିମ୍ବାଓ୍ବେ

କରାଚୀ, ୧୯।୨(ପି.ଟି.)-ଜିମ୍ବାଓ୍ବେ କ୍ରିକେଟ ୟୁନିୟନ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ଋଣ ପାଇଁ ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି)କୁ ନିବେଦନ କରିଛି। ଫଳରେ ଏହି ଦେଶକୁ ପାକିସ୍ତାନ ଦଳର ଟୁର୍‌କୁ ନେଇ ସନ୍ଦେହ ଦେଖାଦେଇଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ନଜାମ ସେଠୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଜିମ୍ବାଓ୍ବେ ଟୁର୍‌ ବାତିଲ କରାଯାଇ ନାହିଁ।

ଅଶ୍ୱିନ-ଗିବ୍ସ ଟୁଇଟ ଝଡ଼

ଅଶ୍ୱିନ-ଗିବ୍ସ ଟୁଇଟ ଝଡ଼

ନୂଆଦିଲ୍ଲୀ, ୧୯।୨(ପି.ଟି.)- ପ୍ରମୁଖ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ପ୍ରାକ୍ତନ ଦକ୍ଷିଣ ଆଫ୍ରିକା କ୍ରିକେଟର ହର୍ସେଲ ଗିବ୍ସଙ୍କ ମଧ୍ୟରେ ସୋମବାର ଟୁଇଟରରେ ବାକ୍‌ ଯୁଦ୍ଧ ଦେଖିବାକୁ ମିଳିଛି। ଏଥିରେ ଅଶ୍ୱିନ ନିଜକୁ ନିୟନ୍ତ୍ରଣରେ ରଖି ନ ପାରି ବହୁଚର୍ଚ୍ଚିତ ମ୍ୟାଚ୍‌ ଫିକ୍ସିଂ ଘଟଣାକୁ ଗିବ୍ସଙ୍କୁ ମନେ ପକାଇ ଦେଇଛନ୍ତି।

ଅଷ୍ଟ୍ରେଲିଆ ମହିଳା କ୍ରିକେଟର ଆଲେକ୍ସଙ୍କ ଅବସର

ଅଷ୍ଟ୍ରେଲିଆ ମହିଳା କ୍ରିକେଟର ଆଲେକ୍ସଙ୍କ ଅବସର

ସିଡ୍‌ନୀ, ୧୯।୨(ଏଏଫ୍‌ପି)- ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଉପଅଧିନାୟିକା ତଥା ସର୍ବାଧିକ ମ୍ୟାଚ୍‌ ଖେଳିବାର ରେକର୍ଡ କରିଥିବା ଆଲେକ୍ସ ବ୍ଲାକଓ୍ବେଲ ସୋମବାର ଅନ୍ତର୍ଜାତୀୟ ଓ ଷ୍ଟେଟ୍‌ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩୪ ବର୍ଷୀୟା ଏହି ଡାହାଣହାତୀ ବ୍ୟାଟ୍ସଓମ୍ୟାନ ୨୦୦୩ରେ ଇଂଲଣ୍ଡ ବିପକ୍ଷରେ ଖେଳି ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ।

୪-୧ରେ ସିରିଜ ଜିତିଲା ଆଫଗାନିସ୍ତାନ

୪-୧ରେ ସିରିଜ ଜିତିଲା ଆଫଗାନିସ୍ତାନ

ଶାରଜା, ୧୯।୨(ଏଏଫ୍‌ପି)- ଯୁବ ଲେଗ୍‌-ସ୍ପିନର ରଶିଦ ଖାଁଙ୍କ ଦମ୍‌ଦାର ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ଆଫଗାନିସ୍ତାନ ଏଠାରେ ଅନୁଷ୍ଠିତ ଅନ୍ତିମ ତଥା ୫ମ ଦିନିକିଆ ମ୍ୟାଚ୍‌ରେ ଜିମ୍ବାଓ୍ବେକୁ ୧୪୬ ରନର ବୃହତ ରନ ବ୍ୟବଧାନରେ ପରାସ୍ତ କରିଛି।

ଜାମସେଦପୁର ଏଫ୍‌ସି ପହଞ୍ଚିଲା

ଜାମସେଦପୁର ଏଫ୍‌ସି ପହଞ୍ଚିଲା

ଭୁବନେଶ୍ୱର, ୧୯।୨(କ୍ରୀଡ଼ା ପ୍ରତିନିଧି) ହକି, ଆଥଲେଟିକ୍ସ ପରେ ଏବେ ଭୁବନେଶ୍ୱରରେ ଫୁଟବଲ ପାଇଁ ଉଷ୍ମତା ବଢ଼ିଛି। ଚଳିତ ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ) ସିଜନରେ ଜାମସେଦପୁର ଏଫସି କଳିଙ୍ଗ ଷ୍ଟାଡିୟମକୁ ଏହାର ଦ୍ୱିତୀୟ ହୋମ୍‌ ଭେନ୍ୟୁ କରିଛି। ଫଳସ୍ବରୂପ ଦଳ ଆଗାମୀ ୨୫ ତାରିଖରେ ଏଠାରେ ବେଙ୍ଗାଲୁରୁ ଏଫସି ସହିତ ଏକ ମ୍ୟାଚ ଖେଳିବ ଜାମସେଦପୁର ଏଫ୍‌ସି। ଲିଗ୍‌ କ୍ରମେ ଅନ୍ତିମ ପର୍ଯ୍ୟାୟ ଆଡ଼କୁ ଗତି କରୁଥିବାରୁ ଏହି ମ୍ୟାଚ ଜାମସେଦପୁର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।

ପଦକ ନିଶ୍ଚିତ କଲେ ବକ୍ସର ସୀମା

ସୋଫିଆ, ୧୯।୨(ପି.ଟି.): ସୋମବାରଠାରୁ ଏଠାରେ ଆରମ୍ଭ ହୋଇଥିବା ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ଟୁର୍ନାମେଣ୍ଟରେ ଭାରତର ସୀମା ପୁନିଆ ଦେଶ ପାଇଁ ଏକ ପଦକ ନିଶ୍ଚିତ କରିଛନ୍ତି। ପୁନିଆ ୮୧ କିଗ୍ରାରୁ ଊର୍ଦ୍ଧ୍ୱ ବର୍ଗରେ ଅଂଶଗ୍ରହଣ କରୁଛନ୍ତି। ଏହି ବର୍ଗରେ କେବଳ ୩ ଜଣ ବକ୍ସର ଅଂଶଗ୍ରହଣ କରୁଥିବାରୁ ପୁନିଆ କୌଣସି ଫାଇଟ୍‌ ନ କରି ପଦକ ଜିତିବାର ସୌଭାଗ୍ୟ ଲାଭ କରିଛନ୍ତି।

ଏଟିପି ର଼୍ୟାଙ୍କିଙ୍ଗ୍‌: ୟୁକି ୧୦୧

ଏଟିପି ର଼୍ୟାଙ୍କିଙ୍ଗ୍‌: ୟୁକି ୧୦୧

ନୂଆଦିଲ୍ଲୀ, ୧୯।୨(ପି.ଟି.)- ଚେନ୍ନାଇ ଓପନ ଟେନିସ ଟୁର୍ନାମେଣ୍ଟରେ ରନର୍ସଅପ୍‌ ହେବାର ସୁଫଳ ଭାରତର ୟୁକି ଭାମ୍ବ୍ରିଙ୍କୁ ମିଳିଛି। ସେ ସୋମବାର ପ୍ରକାଶି ଏଟିପି ସିଙ୍ଗଲ୍ସ ର଼୍ୟାଙ୍କିଙ୍ଗ୍‌ରେ ୧୪ଟି ସ୍ଥାନ ଉପରକୁ ଉଠି ୧୦୧ରେ ପହଞ୍ଚତ୍ ଯାଇଛନ୍ତି।

ଆଣ୍ଡରସନ ଜିତିଲେ ନ୍ୟୁୟର୍କ ଓପନ ଟାଇଟଲ

ଆଣ୍ଡରସନ ଜିତିଲେ ନ୍ୟୁୟର୍କ ଓପନ ଟାଇଟଲ

ନ୍ୟୁୟର୍କ, ୧୯।୨(ଏଏଫପି)- ଦକ୍ଷିଣ ଆଫ୍ରିକାର କେଭିନ ଆଣ୍ଡରସନ ନ୍ୟୁୟର୍କ ଓପନ ଟେନିସ ଟାଇଟଲ ଜିତିଛନ୍ତି। ୩ ସେଟ୍‌ ବିଶିଷ୍ଟ ସଂଘର୍ଷପୂର୍ଣ୍ଣ ଫାଇନାଲରେ ସେ ସାମ୍‌ କ୍ୱେରିଙ୍କୁ ୪-୬, ୬-୩, ୭-୬(୭/୧) ସେଟ୍‌ରେ ପରାସ୍ତ କରିଛନ୍ତି।