ମେଟ୍ରୋ |

ଖଣ୍ଡଗିରି ମେଳାରୁ ୨ ଭାଇଙ୍କୁ ଅପହରଣ, ହାତଗୋଡ଼ ବାନ୍ଧି ଲୁଟିଲେ, ଲହୁଲୁହାଣ ଅବସ୍ଥାରେ ଉଦ୍ଧାର

ଖଣ୍ଡଗିରି ମେଳାରୁ ୨ ଭାଇଙ୍କୁ ଅପହରଣ, ହାତଗୋଡ଼ ବାନ୍ଧି ଲୁଟିଲେ, ଲହୁଲୁହାଣ ଅବସ୍ଥାରେ ଉଦ୍ଧାର

ଭୁବନେଶ୍ୱର, ୩୦।୧(ବ୍ୟୁରୋ)- କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଖଣ୍ଡଗିରି ମେଳାରେ ଅପରାଧୀଙ୍କୁ ରୋକିବାରେ କମିଶନରେଟ ପୋଲିସ ବିଫଳ ହୋଇଛି। ଯେଉଁଥିପାଇଁ ସୋମବାର ରାତିରେ ମେଳା ବୁଲିବାକୁ ଆସିଥିବା ୨ ଭାଇଙ୍କୁ ଅପହରଣ ପରେ ଲୁଟ୍‌ କରାଯାଇଛି। ଦୁର୍ବୃତ୍ତମାନେ ଉଭୟଙ୍କୁ ଅଟୋରେ ଉଠାଇନେଇ ଗୋଡ଼ହାତ ବାନ୍ଧି ଆକ୍ରମଣ କରି ଲୁଟ୍‌ କରିଛନ୍ତି। ପୋଲିସ ଲହୁଲୁହାଣ ଅବସ୍ଥାରେ ଅପହୃତଦ୍ୱୟଙ୍କୁ ଉଦ୍ଧାର କରିଛି।
ଖଣ୍ଡିଗିରିରେ କୁମ୍ଭ ମେଳା ପଡିଥିବାରୁ ପ୍ରତିଦିନ ହଜାର ହଜାର ଲୋକଙ୍କ ଭିଡ ଜମୁଛି। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ପୋଲିସ ମୁତୟନ ହୋଇଛନ୍ତି। ତଥାପି ଅପରାଧ ଘଟୁଛି। ସୋମବାର ରାତିରେ ନୟାଗଡ ଜିଲାର ମନୋରଞ୍ଜନ ମହାପାତ୍ର ଓ ତାଙ୍କ ମାଉସୀ ପୁଅ ଭାଇ ଜୟପ୍ରକାଶ ପଣ୍ଡା ଯାତ୍ରା ଦେଖିବାକୁ ଆସିଥିଲେ। ଯାତ୍ରା ଦେଖିବା ପୂର୍ବରୁ ରାତି ପ୍ରାୟ ୧୨ଟା ବେଳକୁ ସ୍ଥାନୀୟ ସ୍ଥାନୀୟ କେତେଜଣ ଅଟୋ ଚାଳକଙ୍କୁ ମଦଦୋକାନ ଠିକଣା ପଚାରିଥିଲେ। ବେଶଭୂଷାରୁ ୨ଭାଇ ସମ୍ଭ୍ରାନ୍ତ ଶ୍ରେଣୀର ଲାଗୁଥିବାରୁ କେତେଜଣ ଯୁବକ ମଦ ଦୋକାନ ଦେଖାଇଦେବା ଆଳରେ ସେମାନଙ୍କୁ ଏକ ଅଟୋରେ ଖଣ୍ଡଗିରି ଛକକୁ ନେଇଥିଲେ। ଦୁଇ ଭାଇ ସେଠାକୁ ଯିବା ପରେ ଅଭିଯୁକ୍ତମାନେ ଏକ ଅଟୋ(ଓଡି-୦୨ଏଚ୍‌-୭୧୪୪୬)ରେ ଉଭୟଙ୍କୁ ଅପହରଣ କରି ଡୁମୁଡୁମା ଅଞ୍ଚଳକୁ ନେଇଯାଇଥିଲେ। ସେଠାରେ ଅଭିଯୁକ୍ତମାନେ ଉଭୟଙ୍କ ହାତଗୋଡ଼ ବାନ୍ଧି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ପାଖରେ ଥିବା ୩ ହଜାର ଟଙ୍କା ଏବଂ ମୋବାଇଲ୍‌ ଫୋନ ଛଡ଼ାଇ ନେଇଥିଲେ। ହେଲେ କୌଶଳ କ୍ରମେ ସାନ ଭାଇ ଜୟପ୍ରକାଶ ଅଭିଯୁକ୍ତଙ୍କ କବଳରୁ ଖସି ଆସିଥିଲେ। ପ୍ରାଣ ବିକଳରେ ଦୀର୍ଘ ୩କି.ମି. ରାସ୍ତା ଦୌଡ଼ି ଦୌଡ଼ି ଆସି ଖଣ୍ଡଗିରି ଥାନାରେ ପହଞ୍ଚତ୍ଥିଲେ। ପୋଲିସ ତାଙ୍କଠାରୁ ସମସ୍ତ କଥା ଶୁଣିବା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ପିସିଆର ଭ୍ୟାନରେ ପୋଲିସ ଡୁମଡୁମା ଅଞ୍ଚଳରେ ଚଢ଼ାଉ କରିଥିଲା। ଏକ ଅଟୋରୁ ମନୋରଞ୍ଜନଙ୍କୁ ଉଦ୍ଧାର କରିବା ସହିତ ୨ ଅପହର୍ତ୍ତାଙ୍କୁ ଧରିଥିଲା। ଅନ୍ୟମାନେ ଫେରାର ହୋଇଯାଇଥିଲେ। ଏହି ଘଟଣାରେ କେତେଜଣ ଅଟୋ ଚାଳକଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି।

All Right Reserved By
Karnatak Exit Poll

Model This Week

ସନ୍ତୋଷ

ମେଟ୍ରୋ |

କଂଗ୍ରେସ-ବିଜେଡି ମେଣ୍ଟ ହୋଇପାରେ: ଜୁଏଲ

କଂଗ୍ରେସ-ବିଜେଡି ମେଣ୍ଟ ହୋଇପାରେ: ଜୁଏଲ

ଭୁବନେଶ୍ୱର, ୨୨।୫(ବ୍ୟୁରୋ): ଭାଜପାକୁ ଅଟକାଇବା ପାଇଁ ରାଜ୍ୟରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଭିତିରିଆ ବୁଝାମଣା ହୋଇପାରେ। ତେବେ ଭାଜପା ଏଥିରେ ଭୟଭୀତ ନୁହେଁ, ଓଡ଼ିଶାରେ ଏକାକୀ ସରକାର ଗଠନ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ଜୁଏଲ ଓରାମ।

ପରଲୋକରେ ଶିଳ୍ପପତି ବଂଶୀଧର ପଣ୍ଡା

ପରଲୋକରେ ଶିଳ୍ପପତି ବଂଶୀଧର ପଣ୍ଡା

ଭୁବନେଶ୍ୱର, ୨୨।୫: ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କର ମଙ୍ଗଳବାର ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ ଶିଳ୍ପ ଜଗତରେ ଶୋକର ଛାୟା ଖେଳିଯାଇଛି।

ଗୁଜୁରାଟ କଂଗ୍ରେସର ଦାୟିତ୍ୱ ନେଲେ ବିଶ୍ୱରଞ୍ଜନ

ଗୁଜୁରାଟ କଂଗ୍ରେସର ଦାୟିତ୍ୱ ନେଲେ ବିଶ୍ୱରଞ୍ଜନ

ଭୁବନେଶ୍ୱର, ୨୨।୫(ବ୍ୟୁରୋ): କଂଗ୍ରେସର ଯୁବ ନେତା ବିଶ୍ୱରଞ୍ଜନ ମହାନ୍ତିଙ୍କୁ ଏଆଇସିସି ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି। ଏଆଇସିସି ସଭାପତି ରାହୁଲ ଗାନ୍ଧୀ ମଙ୍ଗଳବାର ବିଶ୍ୱରଞ୍ଜନ ଓ ଜିତେନ୍ଦ୍ର ବାଘେଲଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି।

ବାଇକ୍‌-ବାଇକ୍‌ ମୁହାଁମୁହି: ୨ ଗୁରୁତର

ବାଇକ୍‌-ବାଇକ୍‌ ମୁହାଁମୁହି: ୨ ଗୁରୁତର

ପୁରୀ ଅଫିସ, ୨୨।୫: ଚନ୍ଦନପୁର ଥାନା ଅଧୀନ ବୀର ବଳଭଦ୍ରପୁର ଛକରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୨ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ବୀର ବଳଭଦ୍ରପୁରର ପ୍ରକାଶ ମିଶ୍ର(୫୦) ଓ ସାକ୍ଷୀଗୋପାଳର ବିଶ୍ୱଜିତ୍‌ ଜେନା।

ଚିଲିକାରୁ ଘେରି ଉଚ୍ଛେଦକୁ ବିରୋଧ: ତହସିଲ ଅଫିସ ଘେରାଉ

ଚିଲିକାରୁ ଘେରି ଉଚ୍ଛେଦକୁ ବିରୋଧ: ତହସିଲ ଅଫିସ ଘେରାଉ

କୃଷ୍ଣପ୍ରସାଦ, ୨୨।୫(ଡି.ଏନ୍‌.ଏ.): ପୁରୀ ଜିଲା ଅନ୍ତର୍ଗତ ଚିଲିକାରୁ ଘେରି ଉଚ୍ଛେଦକୁ ବିରୋଧକରି ମଙ୍ଗଳବାର ହଜାର ହଜାର ଜନସଧାରଣ କୃଷ୍ଣପ୍ରସାଦ ତହସିଲ ଘେରାଉ କରିଛନ୍ତି। ସକାଳ ୮ଟାରେ ଦଶଦୋଳ ପଡ଼ିଆରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ତହସିଲ ଅଫିସରେ ପହଞ୍ଚିଥିଲେ।

ଶ୍ରୀମନ୍ଦିରରେ ଅଘଟଣ: ବଟବୃକ୍ଷ ଡାଳ ଭାଙ୍ଗି ଭକ୍ତ ଗୁରୁତର

ଶ୍ରୀମନ୍ଦିରରେ ଅଘଟଣ: ବଟବୃକ୍ଷ ଡାଳ ଭାଙ୍ଗି ଭକ୍ତ ଗୁରୁତର

ପୁରୀ ଅଫିସ, ୨୨।୫: ଶ୍ରୀମନ୍ଦିର ପରିସରରେ ମଙ୍ଗଳବାର ଅଘଟଣ ଘଟିଛି। ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥିବା ପୁରୀ ବାସେଳି ସାହିର ଶତିଲତା ପଣ୍ଡା(୬୫)ଙ୍କ ମୁଣ୍ଡ ଫାଟିଛି। ଶତିଲତା ଅନ୍ୟ ଜଣେ ମହିଳାଙ୍କ ସହ ସକାଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ।

ମଣ୍ଡଳସ୍ତରିୟ ମୋ ସ୍କୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ

ମଣ୍ଡଳସ୍ତରିୟ ମୋ ସ୍କୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମଗିରି,୨୨।୫(ଡି.ଏନ୍‌.ଏ.): ବ୍ରହ୍ମଗିରି ବ୍ଲକରେ ମଙ୍ଗଳବାର ସମସ୍ତ ସିଆର୍‌ସିସ ଏବଂ ଶିକ୍ଷକମାନଙ୍କୁ ନେଇ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଶିକ୍ଷା ଅଧିକାରୀ ଉଲ୍ଲାସ ଚନ୍ଦ୍ର ଜେନା, ସହ ଶିକ୍ଷା ଅଧିକାରୀ ଜତିନ୍ଦ୍ର ନାୟକ, କବିରାଜ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ମନ୍ତ୍ରୀଙ୍କୁ ଥ୍ରୀ ‘ଡି’ ମନ୍ତ୍ର

ମନ୍ତ୍ରୀଙ୍କୁ ଥ୍ରୀ ‘ଡି’ ମନ୍ତ୍ର

ଭୁବନେଶ୍ୱର,୨୨।୫(ବ୍ୟୁରୋ): ବିଜେଡି ସରକାରର ୪ର୍ଥ ପାଳିର ୪ର୍ଥ ବର୍ଷ ପୂରିଯାଇଛି। ଗତ ସାଧାରଣ ନିର୍ବାଚନ ବେଳେ ବିଜେଡି ଦେଇଥିବା ପ୍ରତିଶ୍ରୁତି କେତେ ପାଳନ କରିଛି ଓ କେତେ ଅଧା ରହିଯାଇଛି ସେ ନେଇ ସୋମବାର ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ହୋଇଥିଲା ମାନସମନ୍ଥନ।

କଟକ ସଦରରେ ପୁଣି ଏନ୍‌କାଉଣ୍ଟର: ଯୁଗ ଗୁରୁତର

କଟକ ସଦରରେ ପୁଣି ଏନ୍‌କାଉଣ୍ଟର: ଯୁଗ ଗୁରୁତର

କଟକ ଅଫିସ,୨୨।୫: କଟକ ସଦର ଥାନା ଅଞ୍ଚଳରେ ୨୪ ଘଣ୍ଟା ମଧ୍ୟରେ ପୁଣି ଶୁଭିଛି ପୋଲିସ ଗୁଳିର ଶବ୍ଦ। ଏହି ଏନ୍‌କାଉଣ୍ଟରରେ ଶିକାର ହୋଇଛନ୍ତି ଯୁଗ ଓରଫ ବାସିର ଖାଁ। ତାଙ୍କୁ ଏସ୍‌ସିବି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ପୁରୀରୁ ରାଜସ୍ଥାନ ଚାଲାଣ ହେଉଛନ୍ତି ଯୁବତୀ

ପୁରୀରୁ ରାଜସ୍ଥାନ ଚାଲାଣ ହେଉଛନ୍ତି ଯୁବତୀ

ପୁରୀ ଅଫିସ, ୨୨।୫ ପୁରୀରୁ ରାଜସ୍ଥାନକୁ ଯୁବତୀ ଚାଲାଣ ହେଉଥିବା ଜଣାପଡିଛି। ଗତ ୫ମାସ ମଧ୍ୟରେ ପୁରୀ ସହର ସମେତ ଆଖପାଖ ଅଞ୍ଚଳରୁ ପ୍ରାୟ ୪୦ଜଣ ଯୁବତୀ ଚାଲାଣ ହୋଇଥିବା ଜଣାପଡିଛି। କେବଳ ବାସେଳିସାହି ଥାନା ଅଧୀନ ପାର୍ବତୀପୁର ଅଞ୍ଚଳରୁ ଗତ କିଛିଦିନ ମଧ୍ୟରେ ୭ ଜଣ ଯୁବତୀ ଚାଲାଣ ହୋଇଥିବା ସ୍ଥାନୀୟ ଲୋକଙ୍କଠାରୁ ଜଣାପଡିଛି।

ରାଜ୍ୟର ଜେଲରେ ୪୬ ନିରୀହ ଶିଶୁ

ରାଜ୍ୟର ଜେଲରେ ୪୬ ନିରୀହ ଶିଶୁ

କଟକ ଅଫିସ, ୨୨ା୫ ଜେଲ୍‌ରେ ମହିଳା ବନ୍ଦୀଙ୍କ ସହିତ ରହୁଥିବା ସେମାନଙ୍କ ଶିଶୁ ନ୍ୟାଯ୍ୟ ଅଧିକାରରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ଅବହେଳିତ ଅବସ୍ଥାରେ ରହୁଛନ୍ତି। ଓଡ଼ିଶାର ଜେଲ ଗୁଡ଼ିକରେ ଏହିଭଳି ୪୬ ଶିଶୁ ରହିଛନ୍ତି। ଏ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ପାଳନ କରାଯାଉ ନାହିଁ। ଏ ସମ୍ପର୍କିତ ପ୍ରକାଶିତ ଖବରକୁ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଗୁରୁତ୍ୱ ଦେବାସହ ନିଜ ଆଡୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକର ସରକାରଙ୍କୁ ଜବାବ ଦାଖଲ ପାଇଁ ନୋଟିସ ଜାରି କରିଛନ୍ତି। ଜେଲ୍‌ଗୁଡ଼ିକରେ କେତେଜଣ ମହିଳା ବନ୍ଦୀ ଅଛନ୍ତି ଓ ସେମାନଙ୍କ ପାଖରେ କେତେଜଣ ପିଲା ରହୁଛନ୍ତି, ଉକ୍ତ ପିଲାମାନଙ୍କ ପାଇଁ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ସବିଶେଷ ତଥ୍ୟ ୬ ସପ୍ତାହ ମଧ୍ୟରେ ପ୍ରଦାନ କରିବାକୁ ଏନ୍‌ଏଚ୍‌ଆର୍‌ସି ତାଙ୍କ ଆଦେଶରେ ସ୍ପଷ୍ଟ କରିଦେଇଛନ୍ତି।

ନ୍ୟାୟ ମିଳିବା ପର୍ଯ୍ୟନ୍ତ ଲଢ଼େଇ

ନ୍ୟାୟ ମିଳିବା ପର୍ଯ୍ୟନ୍ତ ଲଢ଼େଇ

ଭୁବନେଶ୍ୱର,୨୨ା୫(ବ୍ୟୁରୋ)ମହାନଦୀ ମହାସଂଗ୍ରାମ ଶୋଭାଯାତ୍ରା ସୋମବାର ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛି। ଖୋର୍ଦ୍ଧା ଜିଲା ବିଜେଡିର ନିର୍ବାଚିତ ପ୍ରତିନିଧି ଏବଂ ଛାମୁଆ ସଙ୍ଗଠନର ନେତୃବୃନ୍ଦ ସେମାନଙ୍କୁ ସ୍ବାଗତ କରିଥିଲେ। ଭୁବନେଶ୍ୱର(ଉତ୍ତର) ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାହାଳଠାରେ ସୁରକ୍ଷା ଅଭିଯାନର ଅଂଶଗ୍ରହଣକାରୀଙ୍କୁ ସ୍ବାଗତ କରାଯିବା ପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।