ଅନ୍ତର୍ଜାତୀୟ |

ଆଫଗାନିସ୍ତାନରେ ୩ ଆତଙ୍କବାଦୀ ମୃତ

ଆଫଗାନିସ୍ତାନରେ ୩ ଆତଙ୍କବାଦୀ ମୃତ
କାବୁଲ,୩୦।୧: ପୂର୍ବ ଆଫଗାନିସ୍ତାନରେ ୨ଟି ଭିନ୍ନ ଭିନ୍ନ ଅପରେସନ୍‌ ସମୟରେ ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌) ଓ ତାଲିବାନ ଆତଙ୍କବାଦୀ ସଙ୍ଗଠନର ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଚିନ୍‌ ଜିଲାରେ ଆମେରିକା ସେନାର ଡ୍ରୋନ୍‌ ଆକ୍ରମଣରେ ୨ ଜଣ ଆଇଏସ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଲହମାନ ଅଞ୍ଚଳରେ ଆଫଗାନ୍‌ ସେନାଙ୍କ ସହ ଲଢେଇ ବେଳେ ଜଣେ ତାଲିବାନ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।
All Right Reserved By

ଅନ୍ତର୍ଜାତୀୟ |

ସ୍କାର୍ପ ପିନ୍ଧି ଅଫିସ ଆସିବାରୁ ଇସ୍ତଫା ଦେବାକୁ କହିଲେ ବସ୍‌

ସ୍କାର୍ପ ପିନ୍ଧି ଅଫିସ ଆସିବାରୁ ଇସ୍ତଫା ଦେବାକୁ କହିଲେ ବସ୍‌

ଇସ୍‌ଲାମାବାଦ,୨୦।୧୦: ପାକିସ୍ତାନର ଏକ ସପ୍ଟଓ୍ବେୟାର କମ୍ପାନୀରେ କାମ କରୁଥିବା ଜଣେ ଯୁବତୀ ସ୍କାର୍ପ ପିନ୍ଧିବାରୁ ତାଙ୍କ ଚାକିରି ପ୍ରତି ବିପଦ ସୃଷ୍ଟି ହୋଇଛି। ସେ ଅଫିସ ଭିତରକୁ ସ୍କାର୍ପ ପିନ୍ଧି ପଶି ଆସିବାରୁ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି। 

ତିବ୍ବତରେ ଭୂସ୍ଖଳନ: ଅରୁଣାଚଳ ପ୍ରଦେଶରେ ବନ୍ୟା ସତର୍କ ସୂଚନା

ତିବ୍ବତରେ ଭୂସ୍ଖଳନ: ଅରୁଣାଚଳ ପ୍ରଦେଶରେ ବନ୍ୟା ସତର୍କ ସୂଚନା

ନୂଆଦିଲ୍ଲୀ/ବେଜିଂ, ୨୦।୧୦: ତିବ୍ବତରେ ହୋଇଥିବା ଭୂସ୍ଖଳନ ଫଳରେ ଏକ ନଦୀର ଗତିପଥରେ ଅବରୋଧ ଉପୁଜିଛି। ଫଳରେ ଏକ କୃତ୍ରିମ ହ୍ରଦ ମଧ୍ୟ ସୃଷ୍ଟି ହୋଇଛି। ଏହା ଅରୁଣାଚଳ ପ୍ରଦେଶକୁ ଲାଗି ରହିଥିବା ବ୍ରହ୍ମପୁତ୍ର ନଦୀର ଅବବାହିକାରେ ଥିବା ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି। 

ଜମାଲ ଖଶୋଗୀ ମୃତ: ସୌଦି ଆରବ

ଜମାଲ ଖଶୋଗୀ ମୃତ: ସୌଦି ଆରବ

ରିୟାଦ,୨୦।୧୦: କିଛିଦିନ ତଳେ ନିଖୋଜ ଥିବା ଆମେରିକା ଖବରଦାତା  ଜମାଲ ଖଶୋଗୀଙ୍କ ମୃତ୍ୟୁ ହୋଇଥିବା ସୌଦି ଆରବ ସ୍ପଷ୍ଟ କରିଛି। ତୁର୍କୀର ରାଜଧାନୀ ଇସ୍ତାନବୁଲସ୍ଥିତ ସୌଦି ଆରବ ଦୂତାବାସରେ ଖଶୋଗୀଙ୍କ ମୃତ୍ୟୁ ହୋଇଥିବା କହିଛି ସୌଦି ଆରବ।

ଚାଇନାରେ ଦେଖାଯିବ ୩ଟି ଚନ୍ଦ୍ରମା

ଚାଇନାରେ ଦେଖାଯିବ ୩ଟି ଚନ୍ଦ୍ରମା

ବେଜିଂ,୧୯।୧୦: ଆଗାମୀ ଦିନରେ ଚାଇନା ଆକାଶରେ ଗୋଟିଏ ନୁହେଁ ୩ଟି ଚାନ୍ଦ ଦେଖାଯିବ ବୋଲି ସୂଚନା ମିଳିଛି। ବିଜ୍ଞାନ କ୍ଷେତ୍ରରେ ଚାଇନା ଆଉ ୨ ପାଦ ଆଗକୁ ଯାଇ ଏମିତି ସଫଳତା ହାସଲ କରିବ ବୋଲି କହିଛି। 

ସଂସଦରେ ରିପୋର୍ଟ ଉପସ୍ଥାପନ କଲା ରୋବର୍ଟ

ସଂସଦରେ ରିପୋର୍ଟ ଉପସ୍ଥାପନ କଲା ରୋବର୍ଟ

ଲଣ୍ଡନ,୧୯।୧୦: ସାଧାରଣତଃ ସଂସଦରେ ରାଜନେତାମାନେ ରିପୋର୍ଟ ଉପସ୍ଥାପନ କରିଥାଆନ୍ତି। ହେଲେ ବ୍ରିଟେନ୍‌ ସଂସଦରେ ଦେଖିବାକୁ ମିଳିଛି ଏକ ଭିନ୍ନ ଚିତ୍ର। ଯାହାକୁ ଦେଖି ଲୋକେ ପ୍ରଧାନମନ୍ତ୍ରୀଙ୍କୁ ପରିହାସ କରିଛନ୍ତି। 

ବ୍ରହ୍ମପୁତ୍ର ପାଣି ରୋକିଲା ଚାଇନା

ବ୍ରହ୍ମପୁତ୍ର ପାଣି ରୋକିଲା ଚାଇନା

ନୂଆଦିଲ୍ଲୀ/ବେଜିଂ,୧୯।୧୦: ଚାଇନା ଭାରତ ସୀମା ଭିତରକୁ ପଶିବା ଜାରି ରଖିଛି। ଏବେ ଜାଣିଶୁଣି ବ୍ରହ୍ମପୁତ୍ର ନଦୀର ପାଣି ଭାରତକୁ ଚାଇନା ନ ଛାଡିବା ପାଇଁ ଆରମ୍ଭ କରିଛି ନୂଆ ଯୋଜନା। 

ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚାଳନା ମାମଲା: ୧୧୬ ପୋଲିସ କର୍ମଚାରୀ ନିଲମ୍ବିତ

ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚାଳନା ମାମଲା: ୧୧୬ ପୋଲିସ କର୍ମଚାରୀ ନିଲମ୍ବିତ

ଇସଲାମାବାଦ୍‌,୧୮।୧୦: ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚାଳନା ମାମଲାରେ ପାକିସ୍ତାନରେ ୧୧୬ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ୨୦୧୪ରେ ବିରୋଧ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ ପୋଲିସ ଆଖିବୁଜା ଗୁଳି ଚଳାଇଥିଲା। 

୧୧ ଭାରତୀୟ ଧୀବରଙ୍କୁ ଗିରଫ କଲା ପାକିସ୍ତାନ

୧୧ ଭାରତୀୟ ଧୀବରଙ୍କୁ ଗିରଫ କଲା ପାକିସ୍ତାନ

ଅହମ୍ମଦାବାଦ୍‌/ଇସଲାମାବାଦ୍‌, ୧୮।୧୦: ଭାରତୀୟ ସାମୁଦ୍ରିକ ସୀମା ବାହାରେ ମାଛ ଧରୁଥିବା ଅଭିଯୋଗରେ ପାକିସ୍ତାନ ୧୧ ଭାରତୀୟ ଧୀବରଙ୍କୁ ଗିରଫ କରିଛି। 

ଆମେରିକା ବାୟୁସେନା ପକ୍ଷରୁ ଆତଙ୍କବାଦୀ ଶିବିରକୁ ଆକ୍ରମଣ: ୬୦ ଆତଙ୍କବାଦୀ ମୃତ

ଆମେରିକା ବାୟୁସେନା ପକ୍ଷରୁ ଆତଙ୍କବାଦୀ ଶିବିରକୁ ଆକ୍ରମଣ: ୬୦ ଆତଙ୍କବାଦୀ ମୃତ

ନ୍ୟୁୟର୍କ, ୧୭।୧୦: ଆମେରିକା ବାୟୁସେନା ପକ୍ଷରୁ ସୋମାଲିଆରେ ଥିବା କୁଖ୍ୟାତ ଅଲ-ଶବାରର ଶିବିର ପକ୍ଷରୁ ଆକ୍ରମଣ କରାଯାଇଛି।

 ୭ ବର୍ଷ ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତ ଇମ୍ରାନ୍‌ଙ୍କୁ ଫାଶୀ

୭ ବର୍ଷ ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତ ଇମ୍ରାନ୍‌ଙ୍କୁ ଫାଶୀ

ଇସଲାମାବାଦ,୧୭।୧୦: ପାକିସ୍ତାନରେ ଜଣେ ୭ ବର୍ଷ ବୟସ୍କା ନାବାଳିକା ଜୈନାବ୍‌ ଅନସାରୀଙ୍କୁ ବଳାତ୍କାର ଏବଂ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ଇମ୍ରାନ୍‌ ଅଲ୍ଲୀଙ୍କୁ ବୁଧବାର ଫାଶୀ ଦିଆଯାଇଛି।

ଆନ୍ନା ବର୍ନସ୍‌ଙ୍କୁ ବୁକର ପୁରସ୍କାର

ଆନ୍ନା ବର୍ନସ୍‌ଙ୍କୁ ବୁକର ପୁରସ୍କାର

ନୂଆଦିଲ୍ଲୀ/ଡବଲିନ୍‌,୧୭।୧୦: ଉତ୍ତର ଅୟାରଲାଣ୍ଡ ଲେଖିକା ଆନ୍ନା ବର୍ନସ୍‌ଙ୍କୁ ୨୦୧୮ ପାଇଁ ମିଳିଛି ବୁକର ପୁରସ୍କାର। ତାଙ୍କ ରଚିତ ପୁସ୍ତକ ‘ମିଲ୍କମ୍ୟାନ୍‌’ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। 

ୟୁଟ୍ୟୁବ୍‌ ସର୍ଭର ଡାଉନ୍‌

ୟୁଟ୍ୟୁବ୍‌ ସର୍ଭର ଡାଉନ୍‌

ନୂଆଦିଲ୍ଲୀ/ ଓ୍ବାଶିଂଟନ,୧୭।୧୦: ସାରା ପୃଥିବୀରେ ବୁଧବାର ସକାଳ ୬ଟା ୩୦ରୁ ସୋସିଆଲ୍‌ ମିଡ଼ିଆ ୟୁଟ୍ୟୁବ୍‌ର ସର୍ଭର ଡାଉନ୍‌ ରହିଛି। ଏହାକୁ ଠିକ୍‌ କରାଯାଇଥିବା ନେଇ ୟୁଟ୍ୟୁବ୍‌ ପକ୍ଷରୁ  କୁହାଯାଇଥିଲେ ମଧ୍ୟ ଏହା ସ୍ବାଭାବିକ ଭାବେ କାମ କରୁ ନ ଥିବା କୁହାଯାଉଛି।