ମେଟ୍ରୋ |

ନାଳରେ ପଡ଼ି ଷଣ୍ଢ ମୃତ

ନାଳରେ ପଡ଼ି ଷଣ୍ଢ ମୃତ

ପୁରୀ ଅଫିସ, ୩୦।୧: ପୁରୀ ସହରରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ପୁରୁଣା ସଦର ଥାନା ଛକରେ ଥିବା ନାଳରେ ପଡ଼ି ଏକ ଷଣ୍ଢର ମୃତ୍ୟୁ ଘଟିଛି। ପ୍ରକାଶ ଯେ, ସକାଳ ୯ଟାରେ ଷଣ୍ଢଟି ନାଳରେ ପଡିଯାଇଥିଲା। ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରିଥିଲେ। ଏହାର କିଛି ସମୟ ପରେ ଷଣ୍ଢର ମୃତ୍ୟୁ ଘଟିଥିଲା। ଏକ ଶୋଭାଯାତ୍ରାରେ ଷଣ୍ଢକୁ ନିଆଯାଇ ଭୁଦାନ ଛକ ମଶାଣୀରେ ପୋତାଯାଇଛି।

All Right Reserved By

ମେଟ୍ରୋ |

ଜୁଲାଇ ୧ରେ ଓଡ଼ିଶା ଆସିବେ ଅମିତ ଶାହା

ଜୁଲାଇ ୧ରେ ଓଡ଼ିଶା ଆସିବେ ଅମିତ ଶାହା

ଭୁବନେଶ୍ୱର,୧୮।୬(ବ୍ୟୁରୋ): ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ଜୁଲାଇ ୧ରେ ଓଡ଼ିଶା ଆସିବେ। ଓଡ଼ିଶା ଗସ୍ତକାଳରେ ସେ ଦଳୀୟ କର୍ମୀ ଓ ନେତାଙ୍କ ସହ ଆଲୋଚନା କରିବେ।

ଶୀତଳଷଷ୍ଠୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଶୀତଳଷଷ୍ଠୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର,୧୮।୬(ବ୍ୟୁରୋ): ପବିତ୍ର ଶୀତଳଷଷ୍ଠୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଟୁଇଟ୍‌ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି। ଏହି ଟୁଇଟ୍‌ ସମ୍ବଲପୁରୀ ଭାଷାରେ ଲେଖାଯାଇଛି। ସେ କହିଛନ୍ତି ଯେ,

ଶିଶୁ ସୁରକ୍ଷା ଅଧିକାରିଣୀଙ୍କଠାରୁ ଶିଶୁ ଶ୍ରମିକ ଉଦ୍ଧାର

ଶିଶୁ ସୁରକ୍ଷା ଅଧିକାରିଣୀଙ୍କଠାରୁ ଶିଶୁ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର,୧୮।୬(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନରୁ ଜଣେ ଶିଶୁ ସୁରକ୍ଷା ଅଧିକାରିଣୀଙ୍କଠାରୁ ରବିବାର ରାତିରେ ଚାଇଲ୍ଡଲାଇନ ଏବଂ ପୋଲିସ ଜଣେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି। ଅନୁଗୋଳ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌(ଡିସିପିୟୁ)ରେ କାର୍ଯ୍ୟରତ ଅନୁରାଧା ନାୟକ ନାମକ ଶିଶୁ ସୁରକ୍ଷା ଅଧିକାରିଣୀ ଉକ୍ତ ଶିଶୁଙ୍କୁ ତାଙ୍କ ଘରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିଥିବା ସୂଚନା ମିଳିଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ ସେବାୟତ ଦେଲେ ସହମତି

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ ସେବାୟତ ଦେଲେ ସହମତି

ପୁରୀ ଅଫିସ,୧୮।୬: ଶ୍ରୀମନ୍ଦିର ଉପରେ ସୁପ୍ରିମ୍‌କୋର୍ଟଙ୍କ ନଜର। ଏହାସହିତ ପ୍ରତି ମାସରେ ଜିଲା ଜଜ୍‌ଙ୍କ ନିକଟରେ ଦାଖଲ ହେବ ସିସିଟିଭି ଫୁଟେଜ। ଅଦାଲତଙ୍କ ରାୟ କେବଳ ସେବାୟତଙ୍କ ପାଇଁ ନୁହେଁ, ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ। ତେଣୁ ସମସ୍ତେ ମିଳିମିଶି ଶ୍ରୀମନ୍ଦିରର ପରିଚାଳନା, ନୀତିକାନ୍ତି ସବୁଥିରେ ସୁଧାର ଆଣିବାର ସମୟ ପହଞ୍ଚତ୍ଛି।

ରତ୍ନଭଣ୍ଡାର ଚାବି ପ୍ରସଙ୍ଗ

ପୁରୀ ଅଫିସ,୧୮।୬: ମହାପ୍ରଭୁଙ୍କ ରତ୍ନଭଣ୍ଡାର (ଭିତର) ଚାବି ପ୍ରସଙ୍ଗ ନେଇ ସରକାର ବିଚାର ବିଭାଗୀୟ ତଦନ୍ତ କମିଶନ ଗଠନ କରିଛନ୍ତି। ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସ ଏହି ତଦନ୍ତ କମିଶନ ଅଧ୍ୟକ୍ଷ ରହିଛନ୍ତି।

ମୁଖ୍ୟ ପ୍ରଶାସକ-ଦଇତାପତି ଆଲୋଚନା

ମୁଖ୍ୟ ପ୍ରଶାସକ-ଦଇତାପତି ଆଲୋଚନା

ପୁରୀ ଅଫିସ,୧୮।୬: ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ ବିଭିନ୍ନ ନିଯୋଗ ସହ ପର୍ଯ୍ୟାୟକ୍ରମେ ଆଲୋଚନା କରାଯାଉଛି। ରବିବାର ଦଇତାପତି ସେବକଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଆଲୋଚନା କରିଛନ୍ତି।

କାଳବୈଶାଖୀ: ଡେଲାଙ୍ଗ ଛାରଖାର

କାଳବୈଶାଖୀ: ଡେଲାଙ୍ଗ ଛାରଖାର

ପୁରୀ ଅଫିସ,୧୮।୬: ରବିବାର ଦିନସାରା ପୁରୀ ସହର ସମେତ ଜିଲାରେ ଡହ ଡହ ଖରା ଅନୁଭୂତ ହୋଇଥିଲା। ଗୁଳୁଗୁଳି ସାଙ୍ଗକୁ ପ୍ରବଳ ରୋଦ୍ରତାପ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ଭକ୍ତ, ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ଡହଳ ବିକଳ ଜୀବନ ବିତାଇଥିଲେ।

ଜୁଲାଇ ୧୪ରେ ପ୍ରସିଦ୍ଧ ଘୋଷଯାତ୍ରା

ପୁରୀ ଅଫିସ, ୧୮।୬: ଆସନ୍ତା ଜୁଲାଇ ୧୪ରେ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା (ଘୋଷଯାତ୍ରା)। ଏହାକୁ ସୁରୁଖୁରୁରେ ସମ୍ପନ୍ନ ଲାଗି ଚଳିତବର୍ଷ ଶ୍ରୀମନ୍ଦିର ପ୍ରଶାସନ ସଅଳ ନୀତି ନିର୍ଘଣ୍ଟ କରିଛି। ପ୍ରାତଃ ୬ଟାରେ ମଙ୍ଗଳ ଆଳତି କରାଯାଇ ଠାକୁରଙ୍କ ଅନ୍ୟାନ୍ୟ ନୀତି ଚାଲିବ।

ଓଡ଼ିଶା ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘର ଚେତାବନୀ

ପୁରୀ ଅଫିସ,୧୮।୬: ସରକାରଙ୍କ ନିକଟରେ ୭ଦଫା ଦାବି ଉପସ୍ଥାପନ କରିଛି ଓଡିଶା ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ। ଦାବି ପୂରଣ ନ ହେଲେ ଆସନ୍ତା ୧ ତାରିଖରୁ ସଂଘ ଆନ୍ଦୋଳନକୁ ଓହ୍ଲାଇବ। ରାଜ୍ୟରେ କାର୍ଯ୍ୟରତ ୬ ହଜାର ରାଜସ୍ବ ନିରୀକ୍ଷକ, ସହକାରୀ ରାଜସ୍ବ ନିରୀକ୍ଷକ ଏବଂ ରାଜସ୍ବ ସୁପରଭାଇଜର କାର୍ଯ୍ୟବନ୍ଦ କରି ଆନ୍ଦୋଳନରେ ସାମିଲ ହେବେ।

ମାପଚୁପ ହେଲା ଗୋବର୍ଦ୍ଧନ ପୀଠ ଜମି

ପୁରୀ ଅଫିସ,୧୮।୬ : ଗୋବର୍ଦ୍ଧନ ମଠର ବିଜେସ୍ଥଳୀ ସମେତ ପୀଠ ଅବସ୍ଥିତ ୫ଏକର ୭୨୦ ଡିସିମିଲ ଜମି ଗତବର୍ଷ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ରେକର୍ଡ ହୋଇଥିଲା। ଏହାକୁ ନେଇ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଗତମାସ ୩୦ ତାରିଖରେ କ୍ଷୋଭବ୍ୟକ୍ତ କରିଥିଲେ।

ଅଭିଯୋଗକାରୀଙ୍କୁ ପୋଲିସର ମାଡ଼ ଅଭିଯୋଗ

ଅଭିଯୋଗକାରୀଙ୍କୁ ପୋଲିସର ମାଡ଼ ଅଭିଯୋଗ

ପୁରୀ ଅଫିସ,୧୮।୬ : ଅଭିଯୋଗ କରିବାକୁ ଥାନାକୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ମାଡ଼। ନ୍ୟାୟ ଦେବା ବଦଳରେ ଜଣେ ପୋଲିସ ଏଏସ୍‌ଆଇ ନିସ୍ତୁକ ମାଡ଼ ମାରିଥିବା ରବିବାର ଅଭିଯୋଗ ହୋଇଛି। ବଳିଆପଣ୍ଡା ଥାନାରେ ଘଟିଛି ଏଭଳି ଅମାନବୀୟ ଘଟଣା।

ଦ୍ୱିତୀୟ ଭୂଇଁ ଛ କାଠ ଉଠିଲା

ପୁରୀ ଅଫିସ, ୧୮।୬: ପାଖେଇ ଆସୁଛି ରଥଯାତ୍ରା। ଚଳଚଞ୍ଚଳ ଏବେ ରଥଖଳା। ଦାରୁବିଗ୍ରହଙ୍କ ରଥ ନିର୍ମାଣରେ ବ୍ୟସ୍ତ ସମ୍ପୃକ୍ତ ସେବକ। ମୁଖ୍ୟ ବିଶ୍ୱକର୍ମାଙ୍କ ନିର୍ଦ୍ଦେଶାନୁସାରେ ଚାଲିଛି ରଥ ନିର୍ମାଣ। ଆନନ୍ଦ ମନରେ ମହାପ୍ରଭୁଙ୍କ ସେବାରେ ଲାଗିପଡିଛନ୍ତି ସମସ୍ତେ। ରବିବାର ପ୍ରଥମ ଭୂଇଁର ଚଉଦ ନାହାକା ବୁଲିସାରିବା ପରେ ପ୍ରଥମ ଭୂଇଁ ଟୁଙ୍ଗୁରା ଯାଇଥିଲା।

Model This Week

ପ୍ରଭାତ