ଖେଳ |

ୟର୍କଶାୟାର ସହ ପୂଜାରାଙ୍କ ଚୁକ୍ତି

ୟର୍କଶାୟାର ସହ ପୂଜାରାଙ୍କ ଚୁକ୍ତି
ଲଣ୍ଡନ, ୩୦।୧(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଖେଳାଳି ନିଲାମରେ ଅଲୋଡ଼ା ହୋଇଥିବା ଚେତେଶ୍ୱର ପୂଜାରା ଆଗାମୀ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡରେ ନିଜକୁ ପ୍ରସ୍ତୁତ କରିବେ। କାଉଣ୍ଟି କ୍ଲବ ୟର୍କଶାୟାର ଦ୍ୱିତୀୟଥରପାଇଁ ପୂଜାରାଙ୍କୁ ଚୁକ୍ତିବଦ୍ଧ କରିଛି। ୨୯ ବର୍ଷୀୟ ପୂଜାରା ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନଙ୍କ ସହ ୟର୍କଶାୟାର ପକ୍ଷରୁ ଖେଳିବେ। ପୂର୍ବରୁ ସେ ଏହି କ୍ଲବ ପକ୍ଷରୁ ୨୦୧୫ରେ ପ୍ରତିନିଧିତ୍ୱ କରିଥିଲେ। ପୂଜାରାଙ୍କ ସହ ୟର୍କଶାୟାର କିଛିସପ୍ତାହ ପୂର୍ବରୁ ଚୁକ୍ତି କରିଥିଲେ ହେଁ ଆଇପିଏଲ ଖେଳାଳି ନିଲାମ ପାଇଁ ଘୋଷଣାରେ ବିଳମ୍ବ କରିଥିଲା।
All Right Reserved By

ଖେଳ |

ଦେଓଧର ଟ୍ରଫିରେ ଖେଳିବେ ପପୁ ରୟ

ଦେଓଧର ଟ୍ରଫିରେ ଖେଳିବେ ପପୁ ରୟ

ଭୁବନେଶ୍ୱର,୧୯।୧୦(ସ୍ପୋଟର୍‌ସ ବ୍ୟୁରୋ)- ଆଗାମୀ ଦେଓଧର ଟ୍ରଫି ଲାଗି ବିସିସିଆଇ ପକ୍ଷରୁ ଗୁରୁବାର ଭାରତ ଏ, ବି ଓ ସି’ ଦଳ ଘୋଷିତ ହୋଇଯାଇଛି। ଓଡ଼ିଆ ସ୍ପିନର ପପୁ ରୟ ଭାରତ ସି’ ଦଳରେ ସ୍ଥାନ ପାଇଛନ୍ତି।

ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି: ଓମାନକୁ ୧୧-୦ରେ ହରାଇଲା ଭାରତ

ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି: ଓମାନକୁ ୧୧-୦ରେ ହରାଇଲା ଭାରତ

ନୂଆଦିଲ୍ଲୀ,୧୯।୧୦- ଭାରତୀୟ ହକି ଦଳ ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ଟୁର୍ନାମେଣ୍ଟରେ ବୃହତ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ମୁସ୍କାଟଠାରେ ଖେଳାଯାଇଥିବା ମ୍ୟାଚ୍‌ରେ ଯୁବ ଖେଳାଳି ଦିଲପ୍ରିତ ସିଂ ହ୍ୟାଟ୍ରିକ ଗୋଲ କରିଛନ୍ତି।

ଆମ୍ରେଙ୍କ ସ୍ଥାନରେ କୈଫ ନିଯୁକ୍ତ

ଆମ୍ରେଙ୍କ ସ୍ଥାନରେ କୈଫ ନିଯୁକ୍ତ

ମୁମ୍ବାଇ,୧୯।୧୦- ଆଇପିଏଲ ଫ୍ରାଞ୍ଚାଇଜ୍‌ ଦିଲ୍ଲୀ ଡେୟାରଡେଭିଲ୍ସ(ଡିଡି)ରେ ଯୁବ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ତୁଲାଉଥିବା ପ୍ରବୀଣ ଆମ୍ରେଙ୍କ ସ୍ଥାନରେ ପୂର୍ବତନ ବ୍ୟାଟ୍ସମ୍ୟାନ ମହମ୍ମଦ କୈଫଙ୍କୁ ନିଯୁକ୍ତ କରାଯାଇଛି। ଆମ୍ରେ ଡିଡି ଦଳ ସହ ସହାୟକ କୋଚ୍‌ ଭାବେ କାର୍ଯ୍ୟ କରୁଥିଲେ।

ଆମ୍ରେଙ୍କ ସ୍ଥାନରେ କୈଫ ନିଯୁକ୍ତ

ମୁମ୍ବାଇ,୧୯।୧୦- ଆଇପିଏଲ ଫ୍ରାଞ୍ଚାଇଜ୍‌ ଦିଲ୍ଲୀ ଡେୟାରଡେଭିଲ୍ସ(ଡିଡି)ରେ ଯୁବ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ତୁଲାଉଥିବା ପ୍ରବୀଣ ଆମ୍ରେଙ୍କ ସ୍ଥାନରେ ପୂର୍ବତନ ବ୍ୟାଟ୍ସମ୍ୟାନ ମହମ୍ମଦ କୈଫଙ୍କୁ ନିଯୁକ୍ତ  କରାଯାଇଛି।

ଡେନମାର୍କ ଓପନ:  ଲିନ ଡାନଙ୍କୁ ହରାଇ କ୍ୱାର୍ଟରରେ କିଡାମ୍ବି

ଡେନମାର୍କ ଓପନ: ଲିନ ଡାନଙ୍କୁ ହରାଇ କ୍ୱାର୍ଟରରେ କିଡାମ୍ବି

ଓଡେନ୍‌ସେ(ଡେନମାର୍କ),୧୯।୧୦(ପି.ଟି.)- କିଡାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଡେନମାର୍କ ଓପନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେ କିମ୍ବଦନ୍ତୀ ଶଟଲର ଲିନ ଡାନଙ୍କୁ ହରାଇଛନ୍ତି। 

ବିଜୟ ହଜାରେ ଟ୍ରଫି  ଫାଇନାଲରେ ମୁମ୍ବାଇ-ଦିଲ୍ଲୀ

ବିଜୟ ହଜାରେ ଟ୍ରଫି ଫାଇନାଲରେ ମୁମ୍ବାଇ-ଦିଲ୍ଲୀ

ବେଙ୍ଗାଲୁରୁ,୧୮।୧୦- ଚଳିତ ବିଜୟ ହଜାରେ ଟ୍ରଫି ଦିନିକିଆ ଟୁର୍ନାମେଣ୍ଟର ଟାଇଟଲ ମୁକାବିଲା ସ୍ପଷ୍ଟ ହୋଇଯାଇଛି। ଏଥିରେ ଗରୋଇ କ୍ରିକେଟର ଦୁଇ ଶକ୍ତିଶାଳୀ ଦଳ ଭେଟାଭେଟି ହେବେ। 

ମୁମ୍ବାଇ ସିଟି ଦଳରୁ ଦାବିନ୍ଦର ବାଦ୍‌

ମୁମ୍ବାଇ,୧୮।୧୦(ପି.ଟି.)- ମୁମ୍ବାଇ ସିଟି ଏଫ୍‌ସି ଡିଫେଣ୍ଡର ଦାବିନ୍ଦର ସିଂ ଚଳିତ ଇଣ୍ଡିଆନ ସୁପର ସିଜନରେ ଆହତ ହୋଇଛନ୍ତି। ଫଳରେ ସେ ଚଳିତ ସିଜନର ଅବଶିଷ୍ଟାଂଶ ମ୍ୟାଚ୍‌ରୁ ବାଦ୍‌ ପଡ଼ଛନ୍ତି।

ଦେଓଧର ଟ୍ରଫିରେ ଖେଳିବେ ଅଶ୍ୱିନ ଓ ରାହାନେ

ଦେଓଧର ଟ୍ରଫିରେ ଖେଳିବେ ଅଶ୍ୱିନ ଓ ରାହାନେ

ନୂଆଦିଲ୍ଲୀ,୧୮।୧୦(ପି.ଟି.)- ରବିଚନ୍ଦ୍ରନ ଅଶ୍ୱିନ ଓ ଅଜିଙ୍କ୍ୟ ରାହାନେ ଦେଓଧର ଟ୍ରଫି ପାଇଁ ଘୋଷିତ ଦଳରେ ସ୍ଥାନ ପାଇଛନ୍ତି। ଆସନ୍ତା ୨୩ ତାରିଖଠାରୁ ଆରମ୍ଭ ହେବାକୁ ଥିବା ଟୁର୍ନାମେଣ୍ଟ ଫର୍ମାଟରେ ପରିବର୍ତ୍ତନ କରାଯାଇଛି। 

ଫିକ୍ସିଂ କରିଥିବା ସ୍ବୀକାର କଲେ କାନେରିଆ

ଫିକ୍ସିଂ କରିଥିବା ସ୍ବୀକାର କଲେ କାନେରିଆ

କରାଚୀ,୧୮।୧୦(ପି.ଟି.)- ଦୀର୍ଘ ୬ ବର୍ଷ ପରେ ପାକିସ୍ତାନର ପୂବତନ ସ୍ପିନର ଦାନେଶ କାନେରିଆ ଶେଷରେ ମ୍ୟାଚ୍‌ ଫିକ୍ସିଂ କରିଥିବା ସ୍ବୀକାର କରିଛନ୍ତି। 

୪ ବର୍ଷ ପରେ ୟାମାଗୁଚିଙ୍କୁ ହରାଇଲେ ସାଇନା

୪ ବର୍ଷ ପରେ ୟାମାଗୁଚିଙ୍କୁ ହରାଇଲେ ସାଇନା

ଓଡେନ୍‌ସେ(ଡନମାର୍କ),୧୮।୧୦(ପି.ଟି.)- ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ସାଇନା ନେହ୍ବାଲ ଦୀର୍ଘ ୪ ବର୍ଷ ପରେ ଜାପାନର ଆକାନେ ୟାମାଗୁଚିଙ୍କୁ ହରାଇଛନ୍ତି। ଏହି ବିଜୟ ଯୋଗୁ ଚଳିତ ଡେନମାର୍କ ଓପନରେ ସେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। 

କଂଗ୍ରେସରେ ଯୋଗଦଲେ ସାମିଙ୍କ ପତ୍ନୀ ଜାହାନ

କଂଗ୍ରେସରେ ଯୋଗଦଲେ ସାମିଙ୍କ ପତ୍ନୀ ଜାହାନ

ମୁମ୍ବାଇ,୧୮।୧୦- ଭାରତୀୟ ପେସର ମହମ୍ମଦ ସାମିଙ୍କ ପତ୍ନୀ ହସିନ ଜାହାନ ଏବେ ରାଜନୀତିରେ ପାଦ ଦେଇଛନ୍ତି। ସେ ଇଣ୍ଡିଆନ ନ୍ୟାଶନାଲ କଂଗ୍ରେସ (ଆଇଏନ୍‌ସି) ପାର୍ଟିରେ ଯୋଗଦେଇଛନ୍ତି। 

ବିସିସିଆଇ ମାଗିଲା ବିଦା ହେବାକୁ ଥିବା ଖେଳାଳିଙ୍କ ତାଲିକା

ବିସିସିଆଇ ମାଗିଲା ବିଦା ହେବାକୁ ଥିବା ଖେଳାଳିଙ୍କ ତାଲିକା

ମୁମ୍ବାଇ,୧୮।୧୦- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଫ୍ରାଞ୍ଚାଇଜ୍‌ମାନଙ୍କୁ ଦଳରୁ ବିଦା ହେବାକୁ ଥିବା ଖେଳାଳିଙ୍କ ତାଲିକା ମାଗିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)।