ଖେଳ |

ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ

ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ
ଖ୍ରୀଷ୍ଟଚର୍ଚ୍ଚ, ୩୦।୧(ପି.ଟି.)- ଚଳିତ ଆଇସିସି ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପର ଫାଇନାଲର ଭାରତ ପ୍ରବେଶ କରିଛି। ମଙ୍ଗଳବାର ଅନୁଷ୍ଠିତ ସେମିଫାଇନାଲରେ ଭାରତ ୨୦୩ ରନରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରିଛି। ଭାରତ ଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ। ଫେବୃୟାରୀ ୩ରେ ହେବାକୁଥିବା ଫାଇନାଲ ୨୦୧୨ ସଂସ୍କରଣର ରି ମ୍ୟାଚ ସଦୃଶ ହେବ। ସେତେବେଳେ ଅଷ୍ଟ୍ରେଲିଆକୁ ହରାଇ ଭାରତ ଚାମ୍ପିୟନ ହୋଇଥିଲା। ରାହୁଲ ଡ୍ର୍ରାଭିଡଙ୍କ ପ୍ରଶିକ୍ଷଣରେ ଭାରତ କ୍ରମାଗତ ଦ୍ୱିତୀୟଥରପାଇଁ ଫାଇନାଲ ଖେଳିବାକୁ ଯାଉଛି। ଓଭରଅଲ୍‌ ଦେଖିବାକୁ ଗଲେ ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପରେ ଭାରତର ଏହା ୬ଷ୍ଠ ଫାଇନାଲ ପ୍ରବେଶ। ଜୁନିୟର ବର୍ଗରେ ପାକିସ୍ତାନ ବିପକ୍ଷରେ ଏହାଥିଲା ଭାରତର ସର୍ବବୃହତ୍‌ ବିଜୟ। ଭାରତ ୨୦୦୦ରେ ମହମ୍ମଦ କୈଫ, ୨୦୦୮ରେ ବିରାଟ କୋହଲି ଓ ୨୦୧୨ରେ ଉନ୍ମୁକ୍ତ ଚାନ୍ଦଙ୍କ ନେତୃତ୍ୱରେ ଚାମ୍ପିୟନ ହୋଇଥିବାବେଳେ ୨୦୦୬ରେ ଚେତେଶ୍ୱର ପୂଜାରା ଓ ୨୦୧୬ରେ ଇଷାନ କିଶାନଙ୍କ ଅଧିନାୟକତ୍ୱରେ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲା। ଏଠାରେ ଭାରତ ପକ୍ଷରୁ ଧାର୍ଯ୍ୟ ୨୭୩ ରନ ବିଜୟ ଲକ୍ଷ୍ୟର ପିଛା କରିଥିବା ପାକିସ୍ତାନ ୨୯.୩ ଓଭରରେ ୬୯ ରନରେ ଅଲଆଉଟ ହୋଇ ଯାଇଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ଶୁଭମ୍‌ ଗିଲ୍‌ଙ୍କ ଦ୍ରୁତ ଶତକ ସହାୟତାରେ ୫୦ ଓଭରରେ ୯ ଉଇକେଟ ହରାଇ ୨୭୨ ରନ କରିଥିଲା। ଅଧିନାୟକ ପୃଥ୍ବୀ ଶ’ ଓ ମନୋଜ କାଲ୍‌ରା ଓପନିଂ ଯୋଡ଼ିରେ ୮୯ ରନ କରି ବଡ଼ ସ୍କୋର ପାଇଁ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲେ। ପରେ ଗିଲ୍‌ ୯୪ ବଲ୍‌ରୁ ୧୦୨ ରନ(୭ ଚୌକା)ରେ ଅପରାଜିତ ରହି ଭାରତକୁ ଦୃଢ଼ ସ୍ଥିତିରେ ପହଞ୍ଚାଇ ଦେଇଥିଲେ। ପୃଥ୍ବୀ ୪୨ ବଲ୍‌ରୁ ୪୧, କାଲ୍‌ରା ୫୯ ବଲ୍‌ରୁ ୪୭ ଓ ଲୋୟର ଅର୍ଡରରେ ଅନୁକୂଳ ରୟ ୩୩ ରନର ଉପଯୋଗୀ ଇନିଂସ ଖେଳିଥିଲେ। ପାକିସ୍ତାନ ପକ୍ଷରୁ ମହମ୍ମଦ ମୁସା ୪ଟି, ଅର୍ଶଦ ଇକବାଲ ୩ଟି ଓ ଶାହିନ ଆଫ୍ରିଦୀ ଗୋଟିଏ ଉଇକେଟ ନେଇଥିଲେ। ଇଶାନ ପୋରେଲ ଘାତକ ବୋଲିଂ କରି ପାକିସ୍ତାନର ଟପ୍‌ ଅର୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଫଳରେ ଶେଷ ପର୍ଯ୍ୟନ୍ତ ପାକିସ୍ତାନ ଚାପସ୍ଥିତିରୁ ମୁକୁଳି ପାରି ନ ଥିଲା। ବ୍ୟାଟିଂ ଅର୍ଡରର ୩ ନମ୍ବରରେ ଆସିଥିବା ରୋହାଲି ନାଜିର ସର୍ବାଧିକ ୧୮ ରନ କରିଥିବାବେଳେ ୮ ଜଣ ଦୁଇଅଙ୍କ ଛୁଇଁପାରି ନ ଥିଲେ। ପୋରେଲ ନିଜ ୬ ଓଭର ସ୍ପେଲରେ ୨ଟି ମେଡେନ ନେବା ସହ ମାତ୍ର ୧୭ ରନ ଦେଇ ୪ଟି ଉଇକେଟ ଅକ୍ତିଆର କରିଥିଲେ। ଶିବା ସିଂ ୮-୦-୨୦-୨ ଓ ରିୟାନ ପାରଗ ୪-୧-୬-୨ ମଧ୍ୟ ଭଲ ବୋଲିଂ ଫିଗର ପାଇଥିଲେ। ଅନୁକୂଳ ରୟ ଓ ଅଭିଷେକ ଶର୍ମାଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଥିଲା। ଶୁଭମ୍‌ ଗିଲ୍‌ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ସଂକ୍ଷିପ୍ତ ସ୍କୋର ଭାରତ ୫୦ ଓଭରରେ ୨୭୨/୯(ଗିଲ୍‌-୧୦୨*, କାଲ୍‌ରା-୪୭, ପୃଥ୍ବୀ-୪୧, ମୁସା-୪/୬୭, ଇକବାଲ-୩/୫୧, ଶାହିନ-୧/୬୨)। ପାକିସ୍ତାନ ୨୯.୩ ଓଭରରେ ୬୯/ଅଲଆଉଟ(ରୋହାଲି-୧୮, ପୋରେଲ-୪/୧୭, ଶିବା-୨/୨୦, ପାରଗ-୨/୬, ଅନୁକୂଳ-୧/୧୧, ଅଭିଷେକ-୧/୦)।
All Right Reserved By

ଖେଳ |

 ଆନନ୍ଦ ମିଳିତ ଅଗ୍ରଣୀ

ଆନନ୍ଦ ମିଳିତ ଅଗ୍ରଣୀ

ଓ୍ବିଜ୍‌ ଆନ୍‌ ଜୀ (ନେଦରଲାଣ୍ଡ୍ସ), ୨୧ା୧ (ପି.ଟି.)-ଏଠାରେ ଚାଲିଥିବା ଟାଟା ଷ୍ଟିଲ ଚେସ୍‌ ଟୁର୍ନାମେଣ୍ଟରେ ୫ଥର ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦ ଆଜରବୈଜାନର ଶାଖ୍ରିୟାର ମାମେଦୟାରୋଭଙ୍କୁ ହରାଇ ଦେଇଛନ୍ତି। ଏହି ବିଜୟ ଦ୍ୱାରା  ୮ମ ରାଉଣ୍ଡ ଖେଳ ପରେ ଆନନ୍ଦ ନରଓ୍ବେର ମାଗ୍ନସ କାର୍ଲସେନଙ୍କ ସହିତ ମିଳିତ ଅଗ୍ରଣୀ ଲାଭ କରିଛନ୍ତି। ଭାରତୀୟ ଖେଳାଳି ବର୍ତ୍ତମାନ ସମ୍ଭାବ୍ୟ ୮ରୁ ୫.୫ ପଏଣ୍ଟ ଅର୍ଜନ କରିପାରିଛନ୍ତି। ଅନ୍ୟପକ୍ଷରେ ବିଶ୍ୱ ଚାମ୍ପିୟନ କାର୍ଲସେନ ୮ମ ରାଉଣ୍ଡରେ ହଙ୍ଗେରୀର ରିଚାର୍ଡ ରାପୋର୍ଟଙ୍କୁ ପରାସ୍ତ କରିଛନ୍ତି।

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍:  ଶୀର୍ଷ ସ୍ଥାନ ବଜାୟ ରଖିଲେ କୋହଲି

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍: ଶୀର୍ଷ ସ୍ଥାନ ବଜାୟ ରଖିଲେ କୋହଲି

ଦୁବାଇ, ୨୧।୧(ପି.ଟି.)- ସୋମବାର ପ୍ରକାଶିତ ହୋଇଥିବା ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତ ଓ ତା’ର ଅଧିନାୟକ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ବିଜୟ ପରେ ଭାରତ ୧୧୬ ପଏଣ୍ଟ ହାସଲ କରି ଦଳୀୟ ର଼୍ୟାଙ୍କିଙ୍ଗ୍‌ରେ ତା’ର ଶୀର୍ଷ ସ୍ଥାନକୁ ଆହୁରି ଦୃଢ କରିଛି।

ବିଶ୍ୱ ନମ୍ବର ଓ୍ବାନ୍‌ ହାଲେପ୍‌ଙ୍କୁ ହରାଇ କ୍ୱାର୍ଟରରେ ସେରେନା

ବିଶ୍ୱ ନମ୍ବର ଓ୍ବାନ୍‌ ହାଲେପ୍‌ଙ୍କୁ ହରାଇ କ୍ୱାର୍ଟରରେ ସେରେନା

ମେଲବୋର୍ନ, ୨୧।୧- ବିଶ୍ୱର ଏକ ନମ୍ବର ମହିଳା ସିଙ୍ଗଲ୍ସ ଖେଳାଳି ସିମୋନା ହାଲେପ୍‌ଙ୍କୁ ପରାସ୍ତ କରି ସେରେନା ଓ୍ବିଲିୟମ୍ସ ଏଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍‌ ଓପନ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ଓ୍ବାର୍ନରଙ୍କ କହୁଣିରେ ହେବ ଅସ୍ତ୍ରୋପଚାର

ଓ୍ବାର୍ନରଙ୍କ କହୁଣିରେ ହେବ ଅସ୍ତ୍ରୋପଚାର

ସିଡ୍‌ନୀ, ୨୧।୧(ଏଏଫ୍‌ପି)- ବହୁଚର୍ଚ୍ଚିତ ବଲ୍‌ ଟ୍ୟାମ୍ପରିଂ ମାମଲାରେ ବାସନ୍ଦ ହୋଇଥିବା ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ୍‌ ଓ୍ବାର୍ନରଙ୍କ କହୁଣିରେ ମଙ୍ଗଳବାର ଅସ୍ତ୍ରୋପଚାର ହେବ। ଆଘାତଜନିତ ସମସ୍ୟା ଲାଗି ଓ୍ବାର୍ନର ନିକଟରେ ବାଂଲାଦେଶ ପ୍ରିମିୟର ଲିଗ୍‌ (ବିପିଏଲ୍‌) ଅଧାରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ।

ଏଟିପି ମାନ୍ୟତାରେ ଟପ୍‌-୫ରୁ ଖସିଲେ ଫେଡରର

ଏଟିପି ମାନ୍ୟତାରେ ଟପ୍‌-୫ରୁ ଖସିଲେ ଫେଡରର

ମେଲବୋର୍ନ, ୨୧।୧- ଅଷ୍ଟ୍ରେଲିଆନ ଓପନ୍‌ର ରାଉଣ୍ଡ-୧୬ରେ ପରାଜୟବରଣ କରିବା ସୁଇଜରଲାଣ୍ଡ ଟେନିସ ତାରକା ରୋଜର ଫେଡରର ପାଇଁ ମହଙ୍ଗା ପଡ଼ିଛି। ରବିବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଫେଡରର ଗ୍ରୀକର ଷ୍ଟିଫାନୋସ ସିତ୍‌ସିପାସଙ୍କଠାରୁ ହାରିଯାଇଥିଲେ।

ଅତୁଟ ରହିବ ସଚିନଙ୍କ ୪ ବିଶ୍ୱକପ୍‌ ରେକର୍ଡ

ଅତୁଟ ରହିବ ସଚିନଙ୍କ ୪ ବିଶ୍ୱକପ୍‌ ରେକର୍ଡ

ନୂଆଦିଲ୍ଲୀ, ୨୧।୧- ଆଇସିସି କ୍ରିକେଟ ବିଶ୍ୱକପ୍‌ (ଏକଦିବସୀୟ) ଚଳିତ ବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ହେବାକୁ ଯାଉଛି। ବିଶ୍ୱକପ୍‌ ସମୟରେ ଅନେକ ରେକର୍ଡ ଭାଙ୍ଗିବା ସହ ନୂତନ ରେକର୍ଡମାନ ସୃଷ୍ଟି ହୋଇଥାଏ। ତେବେ କ୍ରିକେଟରୁ ଅବସର ନେଇସାରିଥିଲେ ମଧ୍ୟ ବ୍ୟାଟିଂ ମହାରଥୀ ସଚିନ ତେନ୍ଦୁଲକରଙ୍କ ୪ଟି ବିଶ୍ୱକପ୍‌ ରେକର୍ଡ ଭାଙ୍ଗିବା ବର୍ତ୍ତମାନର କ୍ରିକେଟରଙ୍କ ପକ୍ଷେ ସମ୍ଭବପର ନୁହେଁ।

ପ୍ରେମରେ ବିଫଳ ଏହିସବୁ କ୍ରିକେଟ୍‌ର

ପ୍ରେମରେ ବିଫଳ ଏହିସବୁ କ୍ରିକେଟ୍‌ର

ନୂଆଦିଲ୍ଲୀ, ୨୧।୧: ଭାରତୀୟ କ୍ରିକେଟ ଦଳର ଷ୍ଟାର କ୍ରିକେଟରମାନେ ପଡିଆରେ ଯେତିକି ଲୋକପ୍ରିୟତା ଅର୍ଜନ କରିଛନ୍ତି ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥାନ୍ତି। ଖାସ୍‌ ଭାବେ ପ୍ରେମ ସମ୍ପର୍କକୁ ନେଇ ଅତୀତରେ କିଛି କ୍ରିକେଟର ବେଶ୍‌ ଚର୍ଚ୍ଚାରେ ଥିଲେ।  

ଅଷ୍ଟ୍ରେଲିଆନ୍‌ ଓପନ୍‌: ନାଓମି-ସ୍ବେତଲିନା କ୍ୱାର୍ଟର ମୁକାବିଲା

ଅଷ୍ଟ୍ରେଲିଆନ୍‌ ଓପନ୍‌: ନାଓମି-ସ୍ବେତଲିନା କ୍ୱାର୍ଟର ମୁକାବିଲା

ମେଲବୋର୍ନ, ୨୧।୧(ଏଏଫ୍‌ପି)- ଜାପାନ ଟେନିସ ତାରକା ନାଓମି ଓସାକା ଏଠାରେ ଚାଲିଥିବା ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍‌ ଓପନ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। 

ଉଭୟ ଓ୍ବାର୍ମରେ ବୋର୍ଡ ସଭାପତି ଏକାଦଶ ବିଜୟୀ

ଉଭୟ ଓ୍ବାର୍ମରେ ବୋର୍ଡ ସଭାପତି ଏକାଦଶ ବିଜୟୀ

ତ୍ରିଭେନ୍ଦ୍ରମ, ୨୧।୧- ଭାରତ ଗସ୍ତରେ ଆସିଥିବା ଇଂଲଣ୍ଡ ଲାୟନ୍ସ କ୍ରିକେଟ ଦଳ ବିପକ୍ଷ ଉଭୟ ଓ୍ବାର୍ମଅପ୍‌ ମ୍ୟାଚ୍‌ (ଏକଦିବସୀୟ)କୁ ବୋର୍ଡ ସଭାପତି ଏକାଦଶ ଦଳ ଜିତିନେଇଛି। ରବିବାର ଖେଳାଯାଇଥିବା ୨ୟ ଦିନିକିଆ ମ୍ୟାଚ୍‌କୁ ଇଶାନ କିଶାନଙ୍କ ନେତୃତ୍ୱାଧୀନ ବୋର୍ଡ ସଭାପତି ଏକାଦଶ ଦଳ ୫ ଉଇକେଟ୍‌ରେ ଜିତିଥିଲା। 

ଅଷ୍ଟ୍ରେଲିଆ ଟିମ୍‌ରେ ପାଟରେଶନ ସାମିଲ

ଅଷ୍ଟ୍ରେଲିଆ ଟିମ୍‌ରେ ପାଟରେଶନ ସାମିଲ

ସିଡ୍‌ନୀ, ୨୧।୧(ଏଏଫ୍‌ପି)- ଭ୍ରମଣକାରୀ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ମଧ୍ୟରେ ୨ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ ଗୁରୁବାରଠାରୁ ବ୍ରିସବେନଠାରେ ଆରମ୍ଭ ହେବ। ଏଥିଲାଗି ଘରୋଇ ଅଷ୍ଟ୍ରେଲିଆ ଦଳରେ ଇନ୍‌ଫର୍ମ ବ୍ୟାଟ୍ସମ୍ୟାନ କର୍ଟିସ ପାଟରେଶନଙ୍କୁ ସାମିଲ କରାଯାଇଛି। 

ଓଡ଼ିଶା ପ୍ରିମିୟର ଲିଗ୍‌ ଜିତିଲା ଚିଲିକା

ଓଡ଼ିଶା ପ୍ରିମିୟର ଲିଗ୍‌ ଜିତିଲା ଚିଲିକା

ଭୁବନେଶ୍ୱର, ୨୧।୧(ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା ୟୁଥ୍‌ ଆନୁକୂଲ୍ୟରେ ବାଙ୍ଗାଲୋର ସମ୍ପ୍ରସିଦ୍ଧି ସ୍ପୋଟର୍‌ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଓଡ଼ିଶା ପ୍ରିମିୟର ଲିଗ୍‌ (ଓପିଏଲ୍‌) ରବିବାର ଉଦ୍‌ଯାପିତ ହୋଇଯାଇଛି। 

ବାଙ୍କୀ ଜିତିଲା ହରିଶ୍ଚନ୍ଦ୍ର ମିଶ୍ର କ୍ରିକେଟ

ବାଙ୍କୀ ଜିତିଲା ହରିଶ୍ଚନ୍ଦ୍ର ମିଶ୍ର କ୍ରିକେଟ

ବାଙ୍କୀ, ୨୧ା୧ (ସ୍ବ.ପ୍ର)- ବାଙ୍କୀ ବ୍ଲକ ଅନ୍ତର୍ଗତ ପଥୁରୀପଡ଼ା ମହାବେରଣା କ୍ଳବ ଆନୁକୂଲ୍ୟରେ ଚାଲିଥିବା ରାଜ୍ୟସ୍ତରୀୟ ହରିଶ୍ଚନ୍ଦ୍ର ମିଶ୍ର କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ରବିବାର ପ୍ରତିଯୋଗିତାର ଫାଇନାଲ ଖେଳ ରବିବାର ବାଙ୍କୀ ଆଥଲେଟିକ ଆସୋସିଏଶନ୍‌ ଓ ବୈଦେଶ୍ୱର ଦିଶା କ୍ଲବ  ମଧ୍ୟରେ ହୋଇଥିଲା।