

ମେଟ୍ରୋ |

କାବୁ ହେଲା କଲରାପତରିଆ ବାଘ, କୁକୁଡ଼ା ଖାଇବାକୁ ଆସି ଯନ୍ତାରେ ଫଶିଲା
ଭୁବନେଶ୍ୱର,୨୦।୨(ବ୍ୟୁରୋ): ଦୁଇ ଦିନ ଧରି ଭୁବନେଶ୍ୱରରେ ଆତଙ୍କ ଖେଳାଇଥିବା କଲରାପତରିଆ ବାଘ ଶେଷରେ ଧରାପଡ଼ିଛି। ମଙ୍ଗଳବାର ରାତି ପ୍ରାୟ୨.୩୦ମିନିଟ୍ରେ ବାଘଟିକୁ ବିମାନବନ୍ଦର କାର୍ଗୋ ଗେଟ୍ ପାଖରୁ ଧରାଯାଇଥିବା ଜଣାପଡ଼ିଛି। ପ୍ରଥମେ ତାକୁ ନନ୍ଦନକାନନ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ତାକୁ ଚନ୍ଦକା ଗୋଡ଼ିବାରି ଜଙ୍ଗଲରେ ଛାଡ଼ି ଦିଆଯାଇଛି।

ବଢ଼ିଲା ତାତି, ମାଲକାନଗିରିରେ ୩୭ ଡିଗ୍ରୀ
ଭୁବନେଶ୍ୱର, ୨୦।୨(ବ୍ୟୁରୋ)-ରାଜ୍ୟରେ ତାତି ବୃଦ୍ଧି ପାଇଛି। ମଙ୍ଗଳବାର ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ୯ଟି ସ୍ଥାନରେ ପାରଦ ୩୩ ଡିଗ୍ରୀ ଉପରେ ରହିଛି।

କାଳିଆ ସ୍କଲାରଶିପ୍ ଓ୍ବେବ୍ ପୋର୍ଟାଲ ଉନ୍ମୋଚିତ: ସରକାରୀ ବୈଷୟିକ ଅନୁଷ୍ଠାନରେ ପଢ଼ୁଥିବା ପିଲାଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ ସରକାର
ଭୁବନେଶ୍ୱର, ୨୦।୨(ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସଚିବାଳୟଠାରେ କାଳିଆ ସ୍କଲାରଶିପ ଯୋଜନାର ଓ୍ବେବ୍ ପୋର୍ଟାଲ ଓ ଲୋଗୋ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନା ଦ୍ୱାରା ଚାଷୀ ପରିବାରର ପିଲମାନେ ଡାକ୍ତର, ଇଞ୍ଜିନିୟର, କୃଷି ବୈଜ୍ଞାନିକ ଏବଂ ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ଲାଭ କରିପାରିବେ।

ଅଧ୍ୟାପକ, ଶିକ୍ଷକଙ୍କ ଆନ୍ଦୋଳନ ଚେତାବନୀ: ପରୀକ୍ଷା ସମୟରେ ଛୁଟି ବାତିଲ କଲା ଉଚ୍ଚଶିକ୍ଷା ବିଭାଗ
ଭୁବନେଶ୍ୱର,୨୦।୨(ବ୍ୟୁରୋ)- ଆଉ ଦିନକ ପରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ଯୁକ୍ତ୨ ପରୀକ୍ଷା। ପରୀକ୍ଷା ସୁପରିଚାଳନା ପାଇଁ ରାଜ୍ୟ ସରକାର ଚିନ୍ତା କରୁଥିବା ବେଳେ ବୁଧବାର ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି।

୯ମ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବ ଉଦ୍ଘାଟିତ: ଜୁନ୍ ୧୪ ହେବ ଲୋକକଳା ଦିବସ
ଭୁବନେଶ୍ୱର,୨୦।୨(ବ୍ୟୁରୋ)- ଲୋକକଳାକୁ ଅଧିକ ଋଦ୍ଧିମନ୍ତ କରିବା ସହ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏହାର ପ୍ରଚାର ପ୍ରସାର ପାଇଁ ଏଣିକି ପାଳନ ହେବ ଲୋକକଳା ଦିବସ। ପ୍ରତିବର୍ଷ ଜୁନ୍ ୧୪ ତାରିଖକୁ ରାଜ୍ୟ ସରକାର ସ୍ବତନ୍ତ୍ର ଲୋକକଳା ଦିବସ ଭାବେ ପାଳନ କରିବେ। ଏ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିଷ୍ପତ୍ତି ନେଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୧ ତାରିଖରେ ଏହାକୁ ବିଧିବଦ୍ଧ ଭାବେ ଘୋଷଣା କରିବେ।

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି: ଆର୍ଟିଷ୍ଟ୍ କମ୍ୟୁନିଟି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା
ଭୁବନେଶ୍ୱର,୨୦।୨(ବ୍ୟୁରୋ)- ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆର୍ପିଏଫ୍ ଯବାନମାନଙ୍କ ପାଇଁ ସାରା ଦେଶ ଏକତ୍ରିତ ହୋଇଥିବା ବେଳେ ଏଥିରେ ସାମିଲ ହୋଇଛି ଆର୍ଟିଷ୍ଟ୍ କମ୍ୟୁନିଟି ଅଫ୍ ଭୁବନେଶ୍ୱର।

କିସ୍କୁ ‘ଲିଡର୍ଶିପ ପୁରସ୍କାର’
ଭୁବନେଶ୍ୱର,୨୦।୨(ବ୍ୟୁରୋ)- ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆୟୋଗ ପକ୍ଷରୁ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସେସ୍(କିସ୍)କୁ ସମ୍ମାନଜନକ ‘ଲିଡର୍ଶିପ ପୁରସ୍କାର’ ପ୍ରଦାନ କରାଯାଇଛି। ମଙ୍ଗଳବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କଠାରୁ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଡକାୟତ ଗ୍ୟାଙ୍ଗର ୮ ଗିରଫ: ୬ ବାଇକ୍, ୭୬ ହଜାର ଟଙ୍କା, ସୁନା ଅଳଙ୍କାର, ୧୦ ମୋବାଇଲ ଜବତ
କଟକ ଅଫିସ, ୨୦।୨- କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଜାନୁୟାରୀ ୧ ତାରିଖରେ ଏକ ଲୁଟ୍ ଘଟଣାର ତଦନ୍ତ କରିବାକୁ ଯାଇ ମଙ୍ଗଳବାର ଡକାୟତ ଗ୍ୟାଙ୍ଗକୁ କାବୁ କରିଛି। ପୋଲିସ ଗ୍ୟାଙ୍ଗର ୮ ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୬ ବାଇକ୍, ସୁନା ଅଳଙ୍କାର, ୧୦ ମୋବାଇଲ, ନଗଦ ୭୬ ହଜାର ଟଙ୍କା ସହ ଅନ୍ୟ ଜିନିଷ ଜବତ କରିଛି।

ସାଇଡ୍ ମାରିବାରୁ ଉତ୍ତେଜନା: ସଂଖ୍ୟାଲଘୁଙ୍କ ମାଡ଼ରେ ୬ ଆହତ
ଖୋର୍ଦ୍ଧା ଅଫିସ, ୨୦।୨- ଖୋର୍ଦ୍ଧା ଟାଉନ ଥାନା ବାଘମାରୀ ଫାଣ୍ଡି ସାରୁଅ ଗ୍ରାମରେ ମଙ୍ଗଳବାର ରାତି ପ୍ରାୟ ସାଢେ ୮ଟାରେ ମାଛ ବୋଝେଇ ଟାଟା ଏସିଇ ସାଇଡ୍ ମାରିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ବଚସାରୁ ମାରପିଟ୍ ହୋଇଥିଲା। ପରେ ୧୦୦ରୁ ଊର୍ଦ୍ଧ୍ୱ ସଂଖ୍ୟାଲଘୁ ଲୋକ ସାରୁଅରେ ପଶି ୩୦ରୁ ଅଧିକ ଲୋକଙ୍କ ଘର, ଦୋକାନ ଭଙ୍ଗାରୁଜା କରିଛନ୍ତି।

ଶ୍ରୀମନ୍ଦିର ସଂସ୍କାର ମାମଲା: ୨୩ରେ ଆସିବେ ଆମିକସ୍ କ୍ୟୁରି
ପୁରୀ ଅଫିସ,୨୦ା୨: ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ନିଯୁକ୍ତ ନୂତନ ଆମିକସ୍ କ୍ୟୁରି ରଞ୍ଜିତ କୁମାର ଆସନ୍ତା ୨୩ ତାରିଖରେ ପୁରୀ ଆସିବେ। ସେହିଦିନ ସେ ଶ୍ରୀମନ୍ଦିର ପ୍ରଶାସନ, ପରିଚାଳନା କମିଟି ଏବଂ ସେବାୟତ ନିଯୋଗଙ୍କ ସହ ଆଲୋଚନା କରିବେ। ବୋଲି ଶ୍ରୀମନ୍ଦିରର ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା ସୂଚନା ଦେଇଛନ୍ତି।

ଗଜ ଉଦ୍ଧାରଣ ବେଶରେ ଦର୍ଶନ ଦେଲେ ମହାପ୍ରଭୁ
ପୁରୀ ଅଫିସ,୨୦ା୨: ମାଘ ପୂର୍ଣ୍ଣମୀ ତିଥି ମଙ୍ଗଳବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଛି। ରତ୍ନବେଦିରେ ଦାରୁବିଗ୍ରହଙ୍କ ଏହି ଦିବ୍ୟ ବେଶ ଦର୍ଶନ କରିଛନ୍ତି ହଜାର ହଜାର ଭକ୍ତ। ଦ୍ୱିପ୍ରହର ଧୂପ ପରେ ତିନିବାଡ଼ରେ ଗଜ ଉଦ୍ଧାରଣ ବେଶ ହୋଇଥିଲା। ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କୁ ଏହି ବେଶ କରାଇଥିଲେ।

ଶହୀଦଙ୍କ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର ଘଟଣା: କ୍ଷମା ମାଗିଲେ ବିଧାୟକ ଦେବାଶିଷ
କଟକ ଅଫିସ, ୨୦।୨-ଶହୀଦଙ୍କ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର ଘଟଣାରେ ବାରବାଟୀ-କଟକ ବିଧାୟକ ତଥା ଜିଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ କ୍ଷମା ପ୍ରାର୍ଥନା କରିଛନ୍ତି। ଜମ୍ମୁ-କଶ୍ମୀରର ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣରେ କଟକ ଜିଲା ନିଆଳି ବ୍ଲକ ରତନପୁର ପଞ୍ଚାୟତ ଗଜାବର ଗଁାର ମନୋଜ ବେହେରା(୩୬) ଶହୀଦ ହୋଇଥିଲେ।