ରାଜ୍ୟ |

ବିଜେପୁର ଉପନିର୍ବାଚନ: ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ

ବିଜେପୁର ଉପନିର୍ବାଚନ: ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ୱର,୩୦।୧(ବ୍ୟୁରୋ): ବିଜେପୁର ଉପନିର୍ବାଚନ ନେଇ ମଙ୍ଗଳବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟାର ଶେଷ ତାରିଖ ଫେବୃୟାରୀ ୬କୁ ଧାର୍ଯ୍ୟ ହୋଇଛି। ଫେବୃୟାରୀ ୭ରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ୯ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ବୋଲି ଘୋଷଣା କରାଯାଇଛି। ଫେବୃୟାରୀ ୨୪ରେ ଉପନିର୍ବାଚନ ଏବଂ ୨୮ରେ ଗଣତି ସହ ଫଳାଫଳ ଘୋଷଣା କରାଯିବ। ଏ ନେଇ ସବୁଦଳ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଥିବାବେଳେ ଭାଜପା ଓ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଏହି ଦୌଡ଼ରେ ପଛରେ ଥିବା କଂଗ୍ରେସ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛି। ଏଆଇସିସିର ୬ ଜଣିଆ ଟିମ୍‌ ବିଜେପୁରରେ ପହଞ୍ଚି ସ୍ଥାନୀୟ ନେତାଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି।
All Right Reserved By

ରାଜ୍ୟ |

ଭିଜିଲାନ୍ସ ଜାଲରେ ରଙ୍ଗମାଟିଆ ଡାକ୍ତରଖାନା ଫାର୍ମାଶିଷ୍ଟ ସଞ୍ଜିବ କୁମାର ପତି

ଭିଜିଲାନ୍ସ ଜାଲରେ ରଙ୍ଗମାଟିଆ ଡାକ୍ତରଖାନା ଫାର୍ମାଶିଷ୍ଟ ସଞ୍ଜିବ କୁମାର ପତି

ବାରିପଦା ଅଫିସ, ୧୬।୧୧: ବାରିପଦା ସହର ତୁଳସିଚଉରା ନିବାସି ସନ୍ଦିପ ପତିଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସନ୍ଦିପ ମୟୂରଭଞ୍ଜ ଜିଲା ରଙ୍ଗମାଟିଆ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଫାର୍ମାଶିଷ୍ଟ ଭାବେ କାର୍ଯ୍ୟ କରନ୍ତି। 

ଛେଣ୍ଡିପଦା ଅଞ୍ଚଳରେ ବେଆଇନ କୋଇଲା ଖଣି ଖନନ: ୩ ଜେସିବି ଜବତ କଲା ପୋଲିସ, ଜଣେ ଗିରଫ

ଛେଣ୍ଡିପଦା ଅଞ୍ଚଳରେ ବେଆଇନ କୋଇଲା ଖଣି ଖନନ: ୩ ଜେସିବି ଜବତ କଲା ପୋଲିସ, ଜଣେ ଗିରଫ

ଛେଣ୍ଡିପଦା,୧୬।୧୧(ଡି.ଏନ୍‌.ଏ.)-ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବ୍ରାହ୍ମଣବିଲ ଗ୍ରାମ ଅଞ୍ଚଳରେ କେତେକ ବ୍ୟକ୍ତି ବେଆଇନ ଭାବେ କୋଇଲା ଖଣି ଖନନ କାର୍ଯ୍ୟ କରୁଛନ୍ତି । ଏଥିରୁ ବିଭିନ୍ନ ସ୍ଥାନକୁ କୋଇଲା ଚୋରା ଚାଲାଣ କରାଯାଉଛି। ତେବେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ସନ୍ଧ୍ୟାରେ ଅନୁଗୋଳ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ କିଛି ସ୍ଥାନରେ ଚଢ଼ାଉ କରିଥିଲେ

ଶୁଣ୍ଢରେ ଟେକି କଚାଡ଼ିଲା ଦନ୍ତା, ଚାଷୀ ମୃତ

ଶୁଣ୍ଢରେ ଟେକି କଚାଡ଼ିଲା ଦନ୍ତା, ଚାଷୀ ମୃତ

ପରଜଙ୍ଗ,୧୬।୧୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଲୋଧଣୀ ପଞ୍ଚାୟତ ପାଳସାହି ଗ୍ରାମର ଜଣେ ଚାଷୀଙ୍କର ଶୁକ୍ରବାର ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ସେ ହେଲେ ବାଉରୀ ସାହୁ। 

ଆଜିଠାରୁ ବିଧାନସଭା

ଆଜିଠାରୁ ବିଧାନସଭା

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ପଞ୍ଚଦଶ ବିଧାନସଭାର ଶୀତ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ଏହା ଆସନ୍ତା ଡିସେମ୍ବର ୧୫ ତାରିଖ ଯାଏ ଚାଲିବ। ଏଥିରେ ମୋଟ ୨୩ଟି କାର୍ଯ୍ୟଦିବସ ରହିଛି। 

ମହାନଦୀ, ପୋଲାଭରମ ପ୍ରସଙ୍ଗକୁ ଢାଲ କରିବ ବିଜେଡି

ମହାନଦୀ, ପୋଲାଭରମ ପ୍ରସଙ୍ଗକୁ ଢାଲ କରିବ ବିଜେଡି

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ପଞ୍ଚଦଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେବ। ଏଥିପାଇଁ ଗୃହକୁ ଯିବା ପୂର୍ବରୁ ଉଭୟ ଶାସକ ଏବଂ ବିରୋଧୀ ନିଜ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହେବ ବୋଲି କୁହାଯାଉଛି। 

ଓଆର୍‌ଏସ୍‌ପି ରୁଲ୍ସ-୨୦୦୮: କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଲା

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ଓଡ଼ିଶା ରିଭାଇଜ୍‌ଡ ପେ’ ସ୍କେଲ୍‌-୨୦୦୮ରେ କାର୍ଯ୍ୟ କରୁଥିବା ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୧୪୨%ରୁ ୧୪୮% ପ୍ରତିଶତକୁ ବୃଦ୍ଧି ପାଇଛି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଏଣିକି ରାଜ୍ୟ ସରକାରଙ୍କ ଅଧୀନସ୍ଥ କର୍ମଚାରୀ ଓଡ଼ିଶା ରିଭାଇଜ୍‌ଡ ପେ’ ସ୍କେଲ୍‌-୨୦୦୮ ଅନୁସାରେ ସେମାନଙ୍କ ମହଙ୍ଗା ଭତ୍ତା ୬ ପ୍ରତିଶତ ବୃଦ୍ଧି କରାଯାଇଛି। 

ରାଧା ପାଦ ଦର୍ଶନ ପାଇଁ ବ୍ୟବସ୍ଥାବଳୀ ଜାରି

ରାଧା ପାଦ ଦର୍ଶନ ପାଇଁ ବ୍ୟବସ୍ଥାବଳୀ ଜାରି

ପୁରୀ ଅଫିସ,୧୬|୧୧: ଆସନ୍ତା ୧୭ ତାରିଖ ପବିତ୍ର ଅଁଳା ନବମୀରେ ସତ୍ୟବାଦୀ ବ୍ଲକ୍‌ ସାକ୍ଷୀଗୋପାଳସ୍ଥିତ ଗୋପୀନାଥ ଦେବ ମନ୍ଦିରରେ ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ରାଧାରାଣୀ। 

ରୋକାଯିବ ମାତୃ, ଶିଶୁ ମୃତ୍ୟୁ ହାର: ଏସ୍‌ସିବିରେ ‘ଆକ୍ସନ ଟ୍ରାଏଲ୍‌’ ପ୍ରକଳ୍ପ

ରୋକାଯିବ ମାତୃ, ଶିଶୁ ମୃତ୍ୟୁ ହାର: ଏସ୍‌ସିବିରେ ‘ଆକ୍ସନ ଟ୍ରାଏଲ୍‌’ ପ୍ରକଳ୍ପ

କଟକ ଅଫିସ, ୧୬।୧୧- ଭାରତରେ ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଅଣ୍ଟା ଭିଡ଼ିଛି। ଓଡ଼ିଶାର ଏସ୍‌ସିବି ମେଡିକାଲ କଲେଜ ସମେତ ଦେଶର ୪ଟି ମେଡିକାଲ କଲେଜରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ‘ଆକ୍ସନ ଟ୍ରାଏଲ’ ନାମରେ ଏକ ପ୍ରକଳ୍ପ ଆରମ୍ଭ କରିଛି।

ରେଭେନ୍‌ଶାରେ ସ୍ଥାପିତ ହେଲା ବୁଦ୍ଧଙ୍କ ପ୍ରତିମୂର୍ତ୍ତି

ରେଭେନ୍‌ଶାରେ ସ୍ଥାପିତ ହେଲା ବୁଦ୍ଧଙ୍କ ପ୍ରତିମୂର୍ତ୍ତି

କଟକ ଅଫିସ,୧୬|୧୧- ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ୱେଷ୍ଟ ହଷ୍ଟେଲ ସମ୍ମୁଖ ଅଶ୍ୱସ୍ତ ଗଛ ମୂଳରେ ଗୁରୁବାର ପୂର୍ବାହ୍ନରେ ସ୍ଥାପିତ ହୋଇଛି ଗୌତମ ବୁଦ୍ଧଙ୍କର  ସାଢ଼େ ୭ ଫୁଟର ପ୍ରତିମୂର୍ତ୍ତି। 

ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲା ହାଇକୋର୍ଟ

ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲା ହାଇକୋର୍ଟ

କଟକ ଅଫିସ,୧୬|୧୧- ହାଇକୋର୍ଟ ଚାଲୁଥିଲା। ବିଚାରପତିମାନେ ଆସୁଥିଲେ। ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ୭୮ ଦିନ ଧରି କୋର୍ଟ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହୋଇପାରୁ ନ ଥିଲା କିମ୍ବା ମାମଲା ବିଚାର ହୋଇପାରୁ ନ ଥିଲା। ଓକିଲ-ପୋଲିସ ବିବାଦକୁ ନେଇ ଏପରି ଅଚଳାବସ୍ଥା ଲାଗି ରହିଥିଲା।

୩୬ ଘଣ୍ଟିଆ ‘ସ୍ମାର୍ଟ ଓଡ଼ିଶା ହାକାଥନ୍‌’ ଉଦ୍‌ଯାପିତ: ବିଜେତାଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

୩୬ ଘଣ୍ଟିଆ ‘ସ୍ମାର୍ଟ ଓଡ଼ିଶା ହାକାଥନ୍‌’ ଉଦ୍‌ଯାପିତ: ବିଜେତାଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ)- ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌’ ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ସ୍ମାର୍ଟ ଓଡ଼ିଶା ହାକାଥନ୍‌’ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। 

ଜାଗା ମିଶନର ଶୁଭାରମ୍ଭ, ଭୂମିହୀନ ବସ୍ତିବାସିନ୍ଦାଙ୍କୁ ପଟ୍ଟା ବଣ୍ଟନ

ଜାଗା ମିଶନର ଶୁଭାରମ୍ଭ, ଭୂମିହୀନ ବସ୍ତିବାସିନ୍ଦାଙ୍କୁ ପଟ୍ଟା ବଣ୍ଟନ

ପୁରୀ ଅଫିସ,୧୬ା୧୧: ସହରାଞ୍ଚଳରେ ବସବାସ କରୁଥିବା ଭୂମିହୀନ ବସ୍ତିବାସିନ୍ଦାଙ୍କ ପାଇଁ ରାଜ୍ୟ ସରକାର ଶ୍ରୀକ୍ଷେତ୍ର ମାଟିରୁ ଶୁଭାରମ୍ଭ କରିଛନ୍ତି ଜାଗା ମିଶନ୍‌। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ଏବଂ ଗୃହ ନିର୍ମାଣ ନିମନ୍ତେ ଅନୁମୋଦନ ପ୍ରମାଣପତ୍ର ପ୍ରଦାନ କରିଛନ୍ତି।