ରାଜ୍ୟ |

ବୁଧବାର ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ

ବୁଧବାର ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ

ପୁରୀ ଅଫିସ, ୩୦।୧: ବୁଧବାର ମାଘ ପୂର୍ଣ୍ଣିମାରେ ରାହୁଗ୍ରସ୍ତ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ସଂଗଠିତ ହେବ। ସମଗ୍ର ଓଡ଼ିଶାକୁ ଗ୍ରସ୍ତୋଦୟ ଦୃଶ୍ୟ ହେତୁ ପାଳନୀୟ। ସକାଳ ୬ଟା ୨୩ ସୂଯ୍ୟୋଦୟଠାରୁ ରାତ୍ର ୮ଟା ୪୫ ମିନିଟ ପର୍ଯ୍ୟନ୍ତ ପାକତ୍ୟାଗ ଓ ଅନ୍ନଭୋଜନ ନିଷିଦ୍ଧ। ଏହି ନିୟମରୁ ବାଳକ, ରୋଗୀ, ବାଳବୃଦ୍ଧ ଛାଡ ପାଇବେ। ରାତ୍ର ୩ ଟା୨୦ରୁ ସୂର୍ଯ୍ୟୋଦୟ ମଧ୍ୟରେ ଦେବନୀତି ଅନୁଷ୍ଠିତ ହେବ। ଗ୍ରହଣ ମୋକ୍ଷ ପରେ ପୁଣି ଦେବନୀତି ଆରମ୍ଭ ହେବ। ଅପରାହ୍ନ ୫ଟା ୧୭ ମିନିଟ ୫୧ ସେକେଣ୍ଡରେ ଚନ୍ଦ୍ରଙ୍କୁ ଗ୍ରହଣ ସ୍ପର୍ଶ ହେବ। ରାତ୍ର ୭ଟା ୩୮ ମିନିଟ ୧୬ ସେକେଣ୍ଡରେ ଗ୍ରହଣ ପୂର୍ଣ୍ଣଗ୍ରାସ ହୋଇ ମୋକ୍ଷ ଆରମ୍ଭ ହେବ। ରାତ୍ର ୮ଟା ୪୧ମିନିଟ ୨୫ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ।

All Right Reserved By
Karnatak Exit Poll

Model This Week

ସନ୍ତୋଷ

ରାଜ୍ୟ |

କଂଗ୍ରେସ-ବିଜେଡି ମେଣ୍ଟ ହୋଇପାରେ: ଜୁଏଲ

କଂଗ୍ରେସ-ବିଜେଡି ମେଣ୍ଟ ହୋଇପାରେ: ଜୁଏଲ

ଭୁବନେଶ୍ୱର, ୨୨।୫(ବ୍ୟୁରୋ): ଭାଜପାକୁ ଅଟକାଇବା ପାଇଁ ରାଜ୍ୟରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଭିତିରିଆ ବୁଝାମଣା ହୋଇପାରେ। ତେବେ ଭାଜପା ଏଥିରେ ଭୟଭୀତ ନୁହେଁ, ଓଡ଼ିଶାରେ ଏକାକୀ ସରକାର ଗଠନ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ଜୁଏଲ ଓରାମ।

ପରଲୋକରେ ଶିଳ୍ପପତି ବଂଶୀଧର ପଣ୍ଡା

ପରଲୋକରେ ଶିଳ୍ପପତି ବଂଶୀଧର ପଣ୍ଡା

ଭୁବନେଶ୍ୱର, ୨୨।୫: ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କର ମଙ୍ଗଳବାର ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ ଶିଳ୍ପ ଜଗତରେ ଶୋକର ଛାୟା ଖେଳିଯାଇଛି।

ଭିଜିଲାନ୍ସ ଜାଲରେ ରେଞ୍ଜର

ଭିଜିଲାନ୍ସ ଜାଲରେ ରେଞ୍ଜର

ଭଦ୍ରକ ଅଫିସ,୨୨।୫: ଭଦ୍ରକ ବନ ବିଭାଗର ରେଞ୍ଜର ପ୍ରଫୁଲ କୁମାର ସାହୁ ମଙ୍ଗଳବାର ମଧ୍ୟହ୍ନରେ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଗୁଜୁରାଟ କଂଗ୍ରେସର ଦାୟିତ୍ୱ ନେଲେ ବିଶ୍ୱରଞ୍ଜନ

ଗୁଜୁରାଟ କଂଗ୍ରେସର ଦାୟିତ୍ୱ ନେଲେ ବିଶ୍ୱରଞ୍ଜନ

ଭୁବନେଶ୍ୱର, ୨୨।୫(ବ୍ୟୁରୋ): କଂଗ୍ରେସର ଯୁବ ନେତା ବିଶ୍ୱରଞ୍ଜନ ମହାନ୍ତିଙ୍କୁ ଏଆଇସିସି ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି। ଏଆଇସିସି ସଭାପତି ରାହୁଲ ଗାନ୍ଧୀ ମଙ୍ଗଳବାର ବିଶ୍ୱରଞ୍ଜନ ଓ ଜିତେନ୍ଦ୍ର ବାଘେଲଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି।

ସେଲ୍‌ଫି ନେଇ ଚାଲିଗଲେ ଦମକଳ ବାହିନୀ: ରାସ୍ତାରୁ ଗଛ ହଟାଇଲେ ଗ୍ରାମବାସୀ

ସେଲ୍‌ଫି ନେଇ ଚାଲିଗଲେ ଦମକଳ ବାହିନୀ: ରାସ୍ତାରୁ ଗଛ ହଟାଇଲେ ଗ୍ରାମବାସୀ

ମାଥିଲି,୨୨।୫ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଦଳପତିଗୁଡା ପଞ୍ଚାୟତ ଅଧୀନ ଡାଇଗୁଡା ଗ୍ରାମର ମୁଖ୍ୟରାସ୍ତାରେ କାଳବୈଶାଖୀ ଯୋଗୁ ପଡ଼ିରହିଥିବା ଗଛଗୁଡ଼ିକୁ ଶେଷରେ ମଙ୍ଗଳବାର ଉପାୟଶୂନ୍ୟ ହୋଇ ଗ୍ରାମବାସୀ ହଟାଇଛନ୍ତି।

ଅନ୍ୟ  ଯୁବତୀଙ୍କ ସହ ସ୍ବାମୀ ଫେରାର ହେବା ପରେ ଘରୁ ତଡିଲେ ଶାଶୁଘର ଲୋକେ, ମହିଳାଙ୍କ ସହ ୨ ବର୍ଷର ଶିଶୁକନ୍ୟା ଉଦ୍ଧାର

ଅନ୍ୟ ଯୁବତୀଙ୍କ ସହ ସ୍ବାମୀ ଫେରାର ହେବା ପରେ ଘରୁ ତଡିଲେ ଶାଶୁଘର ଲୋକେ, ମହିଳାଙ୍କ ସହ ୨ ବର୍ଷର ଶିଶୁକନ୍ୟା ଉଦ୍ଧାର

ବାରିପଦା ଅଫିସ,୨୨।୫: ବାରିପଦା ବିଜୁ ପଟ୍ଟନାୟକ ଗୋଲେଇ ନିକଟରୁ ଜଣେ ମହିଳା ଏବଂ ତାଙ୍କର ୨ ବର୍ଷର ଶିଶୁକନ୍ୟାଙ୍କୁ ସୋମବାର ବିଳମ୍ବିତ ରାତିରେ ଉଦ୍ଧାର କରାଯାଇଛି। ମହିଳାଜଣଙ୍କ ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧୀନ ଜଲଦା ଗ୍ରାମର ଶୁଭଦ୍ରା ବିନ୍ଧାଣୀ ବୋଲି ଜଣାପଡିଛି। ଉଭୟଙ୍କୁ ପାଲବଣି ସ୍ଥିତ ସ୍ବଧାର ଗୃହରେ ଥଇଥାନ କରିଯାଇଛି।

ଚିଲିକାରୁ ଘେରି ଉଚ୍ଛେଦକୁ ବିରୋଧ: ତହସିଲ ଅଫିସ ଘେରାଉ

ଚିଲିକାରୁ ଘେରି ଉଚ୍ଛେଦକୁ ବିରୋଧ: ତହସିଲ ଅଫିସ ଘେରାଉ

କୃଷ୍ଣପ୍ରସାଦ, ୨୨।୫(ଡି.ଏନ୍‌.ଏ.): ପୁରୀ ଜିଲା ଅନ୍ତର୍ଗତ ଚିଲିକାରୁ ଘେରି ଉଚ୍ଛେଦକୁ ବିରୋଧକରି ମଙ୍ଗଳବାର ହଜାର ହଜାର ଜନସଧାରଣ କୃଷ୍ଣପ୍ରସାଦ ତହସିଲ ଘେରାଉ କରିଛନ୍ତି। ସକାଳ ୮ଟାରେ ଦଶଦୋଳ ପଡ଼ିଆରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ତହସିଲ ଅଫିସରେ ପହଞ୍ଚିଥିଲେ।

ଘର ପାଇଁ ମିଳିଲାନି ଜାଗା: ଭିଟାମାଟିକୁ ଫେରିଲେ ବିସ୍ଥାପିତ

ଘର ପାଇଁ ମିଳିଲାନି ଜାଗା: ଭିଟାମାଟିକୁ ଫେରିଲେ ବିସ୍ଥାପିତ

ବନ୍ତଳା,୨୨।୫(ଡି.ଏନ୍‌.ଏ.): ବାଘ ପାଇଁ ଅଭୟାରଣ୍ୟରୁ ବିସ୍ଥାପିତ ହୋଇ ଆସିଥିବା ରାଇଗୁଡା ଗ୍ରାମର ୭୮ ପରିବାରକୁ ଅନୁଗୋଳ ଜିଲା ବନ୍ତଳା ଥାନା ବଡ଼କନ୍ତକୁଳ ପଞ୍ଚାୟତର ନୂଆଖେତା ସରୁଆଳି ଗ୍ରାମ ନିକଟରେ ଥଇଥାନ କରାଯାଇଥିଲା। ସେଠାରେ ଅସ୍ଥାୟୀ ଘର ନିର୍ମାଣ କରାଯିବା ସହ ନୂଆ ରାଇଗୁଡା ଗ୍ରାମ ନିର୍ମାଣ କରାଯାଇଥିଲା।

ଶ୍ରୀମନ୍ଦିରରେ ଅଘଟଣ: ବଟବୃକ୍ଷ ଡାଳ ଭାଙ୍ଗି ଭକ୍ତ ଗୁରୁତର

ଶ୍ରୀମନ୍ଦିରରେ ଅଘଟଣ: ବଟବୃକ୍ଷ ଡାଳ ଭାଙ୍ଗି ଭକ୍ତ ଗୁରୁତର

ପୁରୀ ଅଫିସ, ୨୨।୫: ଶ୍ରୀମନ୍ଦିର ପରିସରରେ ମଙ୍ଗଳବାର ଅଘଟଣ ଘଟିଛି। ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥିବା ପୁରୀ ବାସେଳି ସାହିର ଶତିଲତା ପଣ୍ଡା(୬୫)ଙ୍କ ମୁଣ୍ଡ ଫାଟିଛି। ଶତିଲତା ଅନ୍ୟ ଜଣେ ମହିଳାଙ୍କ ସହ ସକାଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ।

ତୁଣ୍ଡଲାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ତୁଣ୍ଡଲାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ତୁଣ୍ଡଲା ,୨୨। ୫ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ତୁଣ୍ଡଲାଠାରେ ଜଣେ ଯୁବକଙ୍କୁ ସୋମବାର ବିଳମ୍ବିତ ରାତିରେ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି l ମୃତକ ହେଲେ ତୁଣ୍ଡଲା ଗ୍ରାମର ଦୁର୍ଗେଶ୍ୱର ପଧାନ (୨୮)। ତାଙ୍କ ମୁଣ୍ଡରେ କ୍ଷତ ଚିହ୍ନ ସହ ତଣ୍ଟିରେ କଳାଦାଗ ରହିଥିବା ଦେଖିବାକୁ ମିଳିଛି।

ବିଜୁ ଯୁବ ବାହିନୀର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବିଜୁ ଯୁବ ବାହିନୀର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କାମାକ୍ଷାନଗର,୨୨।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ସଭାଗୃହ ପରିସରରେ ବିଜୁ ଯୁବ ବାହିନୀର ଏକ ପ୍ରଶିକ୍ଷଣ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।

ଆଖି ବୁଜିଲା ଚିକିତ୍ସାଧୀନ ଦନ୍ତା

ଆଖି ବୁଜିଲା ଚିକିତ୍ସାଧୀନ ଦନ୍ତା

ଝାରସଗୁଡ଼ା ଅଫିସ,୨୨।୫: ଝାରସୁଗୁଡା ଜିଲା କୋଲାବିରା ରେଞ୍ଜ୍‌ର ସୁନାମାଲ ଜଙ୍ଗଲରେ ଚିକିତ୍ସାଧୀନ ଥିବା ଦନ୍ତା ହାତୀର ମଙ୍ଗଳବାର ଭୋର ସମୟରେ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଗତ ୪ ମାସ ମଧ୍ୟରେ ଜିଲାରେ ହାତୀମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି।