ରାଜ୍ୟ |

ଅଟଳ ଚୌଧୁରୀ ଭିସୁଟ୍‌ର ନୂଆ କୁଳପତି

ଅଟଳ ଚୌଧୁରୀ ଭିସୁଟ୍‌ର ନୂଆ କୁଳପତି

ଭୁବନେଶ୍ୱର, ୨୯।୧(ବ୍ୟୁରୋ)- ପ୍ରଫେସର ଅଟଳ ଚୌଧୁରୀ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌)ର ନୂତନ କୁଳପତି ଭାବେ ନିଯୁକ୍ତି ପାଇଛନ୍ତି। ସୋମବାର ରାଜ୍ୟପାଳ ଡ. ଏସ୍‌. ସି. ଜମିର ପ୍ର୍ରଫେସର ଚୌଧୁରୀଙ୍କୁ ରାଜଭବନଠାରେ ଏହି ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ପ୍ରଫେସର ଚୌଧୁରୀ ବର୍ତ୍ତମାନ କଲିକତାସ୍ଥିତ ଯାଦବପୁର ବିଶ୍ୱବିଦ୍ୟାଳୟ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂ ବିଭାଗର ପ୍ରାଧ୍ୟାପକ ଅଛନ୍ତି। ୧୯୫୭ ସେପ୍ଟେମ୍ବର ୨୩ରେ ଜନ୍ମଗ୍ରହଣ କରିଥିବା ପ୍ରଫେସର ଚୌଧୁରୀ ଉକ୍ତ ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ଓ ପିଏଚ୍‌ଡି କରିଥିଲେ। ତାଙ୍କର ୩୨ବର୍ଷର ଅଧ୍ୟାପନା ଅଭିଜ୍ଞତା ରହିଛି। ସେଥିମଧ୍ୟରେ ୨୦ବର୍ଷ ଧରି ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରିଛନ୍ତି। ସେହିଭଳି ଯାଦବପୁର ବିଶ୍ୱବିଦ୍ୟାଳୟ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂ ବିଭାଗ ମୁଖ୍ୟ ଭାବେ ତାଙ୍କର ଉଭୟ ପ୍ରଶାସନିକ ତଥା ପରିଚାଳନାଗତ ଦକ୍ଷତା ମଧ୍ୟ ରହିଛି।
ନୂତନ ନିଯୁକ୍ତିକୁ ନେଇ ପ୍ରଫେସର ଚୌଧୁରୀ ଖୁସିବ୍ୟକ୍ତ କରିବା ସହ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶା ସହିତ ମୋର ସମ୍ପର୍କ ପୁରୁଣା। ପୂର୍ବରୁ ଅନେକ ଥର ଓଡ଼ିଶା ଆସିଛି। ଏବେ କୁଳପତି ଭଳି ଏକ ବଡ଼ ଦାୟିତ୍ୱ ମିଳିଥିବାରୁ ଏହା ମୋ ପାଇଁ ସୌଭାଗ୍ୟ ବୋଲି ଭାବୁଛି। ନିଜର ୩୨ବର୍ଷର ଅଭିଜ୍ଞତାକୁ ଏଠାରେ ପ୍ରୟୋଗ କରି ଭିସୁଟ୍‌ ଛାତ୍ରୀଛାତ୍ରଙ୍କ ନିମନ୍ତେ କିଛି କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିବି।

All Right Reserved By
Karnatak Exit Poll

Model This Week

ସନ୍ତୋଷ

ରାଜ୍ୟ |

ଦର୍ପଦଳନ ରଥ ତୁମ୍ବରେ ଫାଟ ପ୍ରସଙ୍ଗ ମୁଖ୍ୟ ପ୍ରଶାସକ ଶୁଣିଲେ, ନିଷ୍ପତ୍ତି ଝୁଲି ରହିଲା

ପୁରୀ ଅଫିସ, ୨୧ା୫: ଦର୍ପଦଳନ ରଥ ଚକ ତୁମ୍ବରେ ହୋଇଥିବା ଫାଟକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇ ପାରିନାହିଁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଏହି ତୁମ୍ବ ବିଷୟରେ ଜାଣିବା ଲାଗି ସୋମବାର ଅପରାହ୍ନରେ ତିନିରଥର ମୁଖ୍ୟ ବିଶ୍ୱକର୍ମାଙ୍କୁ ଡାକିଥିଲେ।

ମୂଷାନଈ ପୁନରୁଦ୍ଧାର ସ୍ବପ୍ନ ଆରମ୍ଭ ହୋଇପାରୁନି କାମ

ମୂଷାନଈ ପୁନରୁଦ୍ଧାର ସ୍ବପ୍ନ ଆରମ୍ଭ ହୋଇପାରୁନି କାମ

ପୁରୀ ଅଫିସ, ୨୨ା୫: ଶ୍ରୀକ୍ଷେତ୍ରର ପ୍ରବେଶ ପଥରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ମୂଷାନଈ। ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ଲାଗି ଯୋଜନା ପରେ ଯୋଜନା ହେଉଥିଲେ ହେଁ ସଫଳ ରୂପାୟନ ଅଭାବରୁ ଶେଷରେ ଫେଲ୍‌ ମାରୁଛି। ଏବେ ପୁଣି ମୂଷାନଈ ପୁନରୁଦ୍ଧାର ଲାଗି କସରତ ଚାଲିଛି। ପ୍ରାୟ ୨୬ କୋଟି ଟଙ୍କାର ଅଟକଳ ମଧ୍ୟ ପ୍ରସ୍ତୁତ ହୋଇଛି। ନେତା ଓ ପ୍ରଶାସନିକ ଅଧିକାରୀଙ୍କ ବିଲୁଆ ବିଚାର ଲାଗି କାର୍ଯ୍ୟ ଆଗେଇ ପାରୁନି। ଜମି ଅଧିଗ୍ରହଣ ପାଇଁ ଆରମ୍ଭ ହୋଇଥିବା ପ୍ରକ୍ରିୟା ବାତିଲ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ହୁଳୁହୁଳିଆଠାରୁ ଅଠରନଳା ପର୍ଯ୍ୟନ୍ତ ପୁନରୁଦ୍ଧାର ଲାଗି ୩ମାସ ତଳୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲ ଏ ପର୍ଯ୍ୟନ୍ତ ଚୂଡାନ୍ତ ହୋଇପାରୁନାହିଁ। ମୂଷାନଈକୁ ନେଇ ନେତା ଓ ଅଧିକାରୀ ନୂଆ ନୂଆ ସ୍ବପ୍ନ ଦେଖୁଛନ୍ତି। ବର୍ତ୍ତମାନ ପୁଣି ନିର୍ଦ୍ଧାରିତ ଜମିଠାରୁ ଅଧିକ ଜମି ଅଧିଗ୍ରହଣ କରାଯିବା ସହିତ ସମୁଦାୟ ମୂଷାନଈ ଦୁଇ ପାର୍ଶ୍ୱରେ ପଥର ପ୍ୟାକିଂ ଦିଆଯିବାକୁ ଚିନ୍ତା ଚାଲିଛି। ଯଦି ଏହି କାର୍ଯ୍ୟ କରାଯାଏ ତେବେ ଅଟକଳ ଆହୁରି ୯କୋଟି ଟଙ୍କା ବୃଦ୍ଧି ପାଇବ ବୋଲି ଜଣାପଡିଛି।

ମୁହଁାଟ, ଚଉତା ବିନ୍ଧ ଅନୁକୂଳ

ମୁହଁାଟ, ଚଉତା ବିନ୍ଧ ଅନୁକୂଳ

ପୁରୀ ଅଫିସ, ୨୧ା୫: ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ରଥ ନିର୍ମାଣକୁ ଇତିମଧ୍ୟରେ ୩୩ ଦିନ ବିତିଲାଣି। ରଥଖଳାରେ ନିର୍ମାଣ କାମକୁ ଆଗେଇ ନେଉଛନ୍ତି ମହାରଣା, ଭୋଇ ଓ ରୂପକାର ସେବକ। ସୋମବାର ରଥଖଳାରେ ତିନିରଥର ମୁହଁାଟ ଓ ଚଉତା ବିନ୍ଧ ଅନୁକୂଳ ହୋଇଛି। ମୁଖ୍ୟ ବିଶ୍ୱକର୍ମା ଏହାକୁ ଅନୁକୂଳ କରିବା ପରେ ମହାରଣା ସେବକମାନେ ମୁହଁାଟ ଏବଂ ଚଉତାରେ ବିନ୍ଧ କରୁଛନ୍ତି। ତିନିରଥର ଚାରିନାହାକା ଶେଷ ହୋଇଥିବା ବେଳେ ରଥଖଳାରେ ପ୍ରତି ରଥ ପାଇଁ ପଡିଥିବା ୨ଟି ଲେଖାଏ ଗରଗରା କାଠକୁ ହଣାଯାଇ ସାଇଜ କରାଯାଉଛି।

ମହେଶ୍ୱର ହତ୍ୟା ମାମଲା

ମହେଶ୍ୱର ହତ୍ୟା ମାମଲା

ପୁରୀ ଅଫିସ, ୨୨ା୫: ପାଣି ପାଇପ୍‌ ମିସ୍ତ୍ରି ମହେଶ୍ୱର ମାର୍ଥା ହତ୍ୟା ମାମଲାରେ ଟାଉନ ଥାନା ପୋଲିସ ସୋମବାର ଜଣଙ୍କୁ ଗିରଫ କରିଛନ୍ତି। ସେ ହେଲେ ବଳିଆପଣ୍ଡା ମହାରଣା ସାହିର ଗଜାନନ ଓରଫ ନିରଞ୍ଜନ ମହାରଣା(୨୩)। ଅଭିଯୁକ୍ତଙ୍କଠାରୁ ହତ୍ୟାରେ ବ୍ୟବହୃତ ରକ୍ତଭିଜା ଖଣ୍ଡା ଜବତ ହୋଇଛି। ହତ୍ୟାକାଣ୍ଡରେ ୪ଜଣଙ୍କ ସମ୍ପୃକ୍ତି ରହିଛି। ଅନ୍ୟ ତିନିଜଣ ଫେରାର ଅଛନ୍ତି। ଅଭିଯୁକ୍ତଙ୍କଠାରୁ ହସ୍ତଗତ ହୋଇଥିବା ତଥ୍ୟ ଆଧାରରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ବୋଲି ଥାନା ଅଧିକାରୀ ଉମାଶଙ୍କର ସିଂ କହିଛନ୍ତି।

ବନ୍ଧା ପଡିଛି ଭତ୍ତା ଓ ରାସନ କାର୍ଡ ଘଟଣା

ନବରଙ୍ଗପୁର,୨୨ା୫(ବି.ପ୍ର.)-ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡା ପଞ୍ଚାୟତ ଅଧିନ ଜବାଗୁଡା ଗାଁର ଦୈମନ୍ତି ନାଗ (୭୦ ) ଅଭାବରେ ପଡି ନିଜ ବିଧବା ଭତ୍ତା କାର୍ଡ ଓ ରାଶନ କାର୍ଡ ବନ୍ଧା ପକାଇଛନ୍ତି।

ମାଝିଗୁଡା ପଞ୍ଚାୟତରେ ଚାଉଳ ବଣ୍ଟନରେ ଦୁର୍ନ୍ନୀତି

ନବରଙ୍ଗପୁର,୨୨ା୫(ଡି.ଏନ.ଏ.)- ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମାଝିଗୁଡା ପଞ୍ଚାାୟତରେ ଚାଉଳ ବଣ୍ଟନରେ ବ୍ୟାପକ ଦୁର୍ନ୍ନୀତି ହେଉଥିବା ୱାର୍ଡମେମ୍ବର ଓ ନାଏବ ସରପଞ୍ଚ ପ୍ରମୁଖ ଅତିରିକ୍ତ ଜିଲାପାଳ ପରିକ୍ଷୀତ ସେଠୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ା

ଜବରଦଖଲରେ ମଶାଣୀ ଜମି

ନବରଙ୍ଗପୁର,୨୨ା୫(ବି.ପ୍ର.)- ନବରଙ୍ଗପୁର ଜିଲା ରାଇଘର ଠାରେ ମଶାଣୀକୁ ନେଇ ବିବାଦ ଲାଗି ରହିଛି ା ଛତିଶଗଡ ରାଜ୍ୟରୁ କିଛି ଲୋକ ଆସି ମଶାଣୀ ଜବର ଦଖଲ କରି ରଖିଛନ୍ତି। ପୋଲିସ ଓ ତହସିଲକୁ ଅଭିଯୋଗ କଲେ କୌଣସି ସୁଫଳ ମିଳୁନାହିଁ ।

ପଥର ଖାଦାନରେ ବାଜି ଲାଗୁଛି ଜୀବନ

ପଥର ଖାଦାନରେ ବାଜି ଲାଗୁଛି ଜୀବନ

ରାୟଗଡା ଅଫିସ୍‌, ୨୨ା୫- ନାହିଁ ନାହିଁର ଜୀବନ ା ଶିକ୍ଷା ନାହିଁ, ସ୍ବାସ୍ଥ୍ୟ ନାହିଁ ସାଙ୍ଗକୁ ରୋଜଗାର ମଧ୍ୟ ନାହିଁ ା ତଥାପି ଜୀବନକୁ ନେଇ ଚାଲିଛି ସଂଗ୍ରାମ ା ପଥର ଖାଦାନରେ ବାଜି ଲାଗୁଛି ସେମାନଙ୍କ ଜୀବନ ା ସେମାନେ ଜାଣନ୍ତି ନାହିଁ ଅଧିକାରର ଅର୍ଥ ା ପେଟର ଭୋକ ଆଗରେ ହଜିଯାଇଛି ସେମାନଙ୍କର ଶିକ୍ଷା ା ଅଧିକାର ସାବ୍ୟସ୍ତ କରିବାକୁ ଏଯାଏଁ କୌଣସି ପ୍ରଶାସନିକ ଅଧିକାରୀଙ୍କ ଶୁଭ ଦୃଷ୍ଟି ପଡିନି ା ଏ ହେଉଛି ରାୟଗଡା ଜିଲା ରାମନାଗୁଡା ବ୍ଲକ୍‌ ଅନ୍ତର୍ଗତ ତଥା ରାମନାଗୁଡା ସଦର ଠାରୁ ରାୟଗଡା ଯିବା ମୁଖ୍ୟରାସ୍ତାର ପ୍ରାୟ ୧କି.ମି ଦୂର ରାସ୍ତାପାର୍ଶ୍ୱରେ ଥିବା ଏକ ବେସରକାରୀ ପଥର କୁଅଁାରିରେ କାମ କରୁଥିବା ଲୋକଙ୍କ କଥା ା

ନାବାଳିକା  ଅପହରଣ, ବଳାତ୍କାର ମାମଲା ସମ୍ପର୍କୀୟ ଅଜା ଗିରଫ

ନାବାଳିକା ଅପହରଣ, ବଳାତ୍କାର ମାମଲା ସମ୍ପର୍କୀୟ ଅଜା ଗିରଫ

ଦିଗପହଣ୍ଡି,୨୨ା୫(ଡି.ଏନ.ଏ.): ଦିଗପହଣ୍ଡି ଅଞ୍ଚଳର ଜଣେ ଅନୁସୂଚିତ ଜାତି ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ସମ୍ପର୍କୀୟ ଅଜାଙ୍କୁ କେ.ନୂଆଗାଁ ପୋଲିସ ଗିରଫ କରିଛି। ସେ ହେଲେ ହିଞ୍ଜିଳିକାଟୁ ଅଞ୍ଚଳର ଦିଲୀପ ସେଠୀ। ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କୁ ସୋମବାର ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଡ଼ାକ୍ତରୀ ମାଇନା କରାଯାଇଛି। ମଙ୍ଗଳବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ। ତଦନ୍ତକାରୀ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ଗତ ୨ ତାରିଖରେ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅଭିଯୁକ୍ତ ଅପହରଣ କରିଥିଲେ।

ମହିଳାଙ୍କୁ ଆକ୍ରମଣ କରି ସୁନାଚେନ୍‌ ଲୁଟ୍‌

ମହିଳାଙ୍କୁ ଆକ୍ରମଣ କରି ସୁନାଚେନ୍‌ ଲୁଟ୍‌

ହିଞ୍ଜିଳିକାଟୁ,୨୨ା୫(ଡି.ଏନ୍‌.ଏ.): ହିଞ୍ଜିଳିକାଟୁ ବ୍ଲକ ତଥା ପୁରୁଷୋତ୍ତମପୁର ଥାନା ପୁଟିଆପଦର ଗ୍ରାମରେ ସୋମବାର ରାତି ପ୍ରାୟ ୯ଟାରେ ରାସ୍ତା କଡରେ ଶୌଚପାଇଁ ଯାଇଥିବା ଜଣେ ମହିଳାଙ୍କୁ କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ସୁନାଚେନ୍‌ ଲୁଟି ନେଇଛନ୍ତି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ପରିବାର ଲୋକେ ଉଦ୍ଧାର କରି ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ମହିଳା ଜଣକ ହେଲେ ବର୍ଷା ସେଠୀ (୨୦)।

ମହିଳାଙ୍କୁ ଆକ୍ରମଣ କରି ସୁନାଚେନ୍‌ ଲୁଟ୍‌

ହିଞ୍ଜିଳିକାଟୁ,୨୨ା୫(ଡି.ଏନ୍‌.ଏ.): ହିଞ୍ଜିଳିକାଟୁ ବ୍ଲକ ତଥା ପୁରୁଷୋତ୍ତମପୁର ଥାନା ପୁଟିଆପଦର ଗ୍ରାମରେ ସୋମବାର ରାତି ପ୍ରାୟ ୯ଟାରେ ରାସ୍ତା କଡରେ ଶୌଚପାଇଁ ଯାଇଥିବା ଜଣେ ମହିଳାଙ୍କୁ କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ସୁନାଚେନ୍‌ ଲୁଟି ନେଇଛନ୍ତି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ପରିବାର ଲୋକେ ଉଦ୍ଧାର କରି ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ମହିଳା ଜଣକ ହେଲେ ବର୍ଷା ସେଠୀ (୨୦)।

ଭାଜପା ମହିଳା ମୋର୍ଚ୍ଚାର ମହିଳା ସୁରକ୍ଷା ଯାତ୍ରା

ଭାଜପା ମହିଳା ମୋର୍ଚ୍ଚାର ମହିଳା ସୁରକ୍ଷା ଯାତ୍ରା

ବ୍ରହ୍ମପୁର ଅଫିସ,୨୧ା୫ ଗଞ୍ଜାମ ଜିଲା ଭାଜପା ମହିଳା ମୋର୍ଚ୍ଚାର ମହିଳା ସୁରକ୍ଷା ସମାବେଶ ସୋମବାର ସ୍ଥାନୀୟ ରାମଲିଙ୍ଗମ ପୋଖରୀ ରୋଡରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ନାବାଳିକା ଓ ମହିଳାଙ୍କୁ ନିର୍ଯାତନା ଏବଂ ବଳାକତ୍ାର ଘଟଣା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏହାକୁ ରୋକିବାରେ ସରକାରଙ୍କ ବିଫଳତା ପ୍ରତିବାଦରେ ଏହା କରାଯାଇଥିଲା।