ରାଜ୍ୟ | ସମ୍ବଲପୁର

ବାପାଙ୍କୁ ହତ୍ୟାକରି ଘରେ ପୋତିଥିଲା ପୁଅ

ବାପାଙ୍କୁ ହତ୍ୟାକରି ଘରେ ପୋତିଥିଲା ପୁଅ

ନର୍ଲା,୨୯।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ ଗାଡ଼େବନ୍ଧ ପଞ୍ଚାୟତ ବଡ଼ଗୁଣ୍ଡୁରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ୍ୟପ ପୁଅ ବୃଦ୍ଧ ବାପାଙ୍କୁ ହତ୍ୟା କରି ଘର ଭିତରେ ଗାତ ଖୋଳି ପୋତିଦେବାର ପ୍ରାୟ ମାସକ ପରେ ସୋମବାର ଘଟଣାଟି ପଦାକୁ ଆସିଛି। ପୋଲିସ ବୃଦ୍ଧଙ୍କ କଙ୍କାଳ ଜବତ କରି ତଦନ୍ତ ଆରମ୍ଭ କରିଛି। ବଡ଼ଗୁଣ୍ଡୁରି ଗ୍ରାମର ଜଗନ୍ନାଥ ବାଗ (୭୦) ଝିଅ ବାହାଘର ପରେ ପୁଅ ନାଭିଦତ୍ୟ ବାଗ (୩୫)ଙ୍କ ସହ ରହୁଥିଲେ। ଜଗନ୍ନାଥ ଭିକ୍ଷାବୃତ୍ତି କରୁଥିବାବେଳେ ନାଭିଦତ୍ୟ ଜଙ୍ଗଲରୁ କାଠ ସଂଗ୍ରହ କରି ବଜାରରେ ବିକି ଚଳୁଥିଲେ। ନାଭିଦତ୍ୟ ପ୍ରତିଦିନ ସନ୍ଧ୍ୟାରେ ମଦ ପିଇ ଘରକୁ ଆସି ବାପାଙ୍କ ସହ ଝଗଡ଼ା କରୁଥିବା ଗ୍ରାମବାସୀ କହିଛନ୍ତି। ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ ଜାନୁୟାରୀ ୨ ସନ୍ଧ୍ୟାରେ ବାପ-ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ୩ ସକାଳୁ ଗ୍ରାମବାସୀ ଜଗନ୍ନାଥଙ୍କୁ ଆଉ ଦେଖିବାକୁ ପାଇ ନ ଥିଲେ। ଏ ସମ୍ପର୍କରେ ଗ୍ରାମର କେତେଜଣ ବ୍ୟକ୍ତି ନାଭିଦତ୍ୟଙ୍କୁ ଜଗନ୍ନାଥଙ୍କ ସମ୍ପର୍କରେ ପଚାରିବାରୁ ସେ ଝଗଡ଼ା କରି କେଉଁଆଡ଼େ ପଳାଇ ଯାଇଥିବା କହିଥିଲେ। ହେଲେ ସୋମବାର ଘର ଭିତରୁ ଦୁର୍ଗନ୍ଧ ବାହାରିଥିଲା। ପଡ଼ୋଶୀ ଲୋକେ ସନ୍ଦେହ କରି ଘର ଭିତରକୁ ଯାଇଥିଲେ। ଏତିକିବେଳେ ନାଭିଦତ୍ୟ ଘରୁ ବାହାରି ଫେରାର ହୋଇଯାଇଥିଲେ। ଏ ନେଇ ଗ୍ରାମବାସୀ ନର୍ଲା ପୋଲିସକୁ ଖବର ଦେଇଥିଲେ। ଆଇଆଇସି ରମଣୀ ରଞ୍ଜନ ଦଳେଇ ପୋଲିସ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। କେସିଙ୍ଗା ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇଙ୍କ ଉପସ୍ଥିତିରେ ଘର ଭିତରୁ ମାଟି ଖୋଳାଯାଇ ଜଗନ୍ନାଥଙ୍କ କଙ୍କାଳ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରେ ନର୍ଲା ଡାକ୍ତରୀ ଟିମ୍‌ ପହଞ୍ଚି କଙ୍କାଳ ବ୍ୟବଚ୍ଛେଦ କରିବା ପରେ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା। ଏ ନେଇ ପୋଲିସ ଏକ ମାମଲା (ନଂ.୨୦/୧୮) ରୁଜୁ କରି ତଦନ୍ତ ଚଳାଇଛି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡବିଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

All Right Reserved By

ରାଜ୍ୟ | ସମ୍ବଲପୁର

ତପୋଖରୀରେ ବୁଡି ବାଳିକା ମୃତ

ଢେଙ୍କାନାଳଜିଲା କାମାକ୍ଷାନଗର ଥାନା ବାଲିଗୋରଡ ପଞ୍ଚାୟତ କନ୍ତାରିପାଟ ଗ୍ରାମର ସୁରେଶ ସାମଲଙ୍କ ଝିଅ ପ୍ରିୟଙ୍କା ସାମଲ(10) ବୁଧବାର ଅପରାହ୍ନରେ ଗ୍ରାମ ପୋଖରୀରେ ବୁଡି ମୃତ୍ୟୁ ହୋଇଯାଇଛି।ସେଖେଳିବାକୁଯାଇ ଘରକୁ ଫେରିନଥିଲେ।ପରେ ଗ୍ରାମବାସୀ ଓ ଅଗ୍ନିଶ୍ରମ ବିଭାଗର ର୍କମଚାରିମାନେ ପୋଖରୀରେ ଖୋଜାଖୋଜିକରି ତାଙ୍କର ମୃତ ଶରିର ଉଦ୍ଧାର କରିଥିଲେ।ସେ କାମାକ୍ଷାନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୪ର୍ଥଶ୍ରେଣୀର ଛାତ୍ରୀଥିଲେ।

ନିରଞ୍ଜନଙ୍କ ନୂଆ ଟିମ୍‌

ନିରଞ୍ଜନଙ୍କ ନୂଆ ଟିମ୍‌

ଭୁବନେଶ୍ୱର,୧୫।୮(ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ବୁଧବାର କଂଗ୍ରେସର ନୂତନ ଟିମ୍‌ ଘୋଷଣା କରାଯାଇଛି। ଏଥିରେ ୧୪ ଉପସଭାପତି ରହିଥିବାବେଳେ ୨୪ ସାଧାରଣ ସମ୍ପାଦକ ଏବଂ ୯୯ ସମ୍ପାଦକ ରହିଛନ୍ତି।

ବନ୍ୟା ପାଣିରେ ଫସିଛି ୧୭ ଜୀବନ

ବନ୍ୟା ପାଣିରେ ଫସିଛି ୧୭ ଜୀବନ

ଟିଟିଲାଗଡ,୧୫।୮ (ଡି.ଏନ.ଏ.)-ବଲାଙ୍ଗୀର ଜିଲା ଟିଟିଲାଗଡ ବ୍ଲକ୍‌ ବାଞ୍ଜିପଦର ନିକଟ ତେଲନଦୀର ଏକ ଟାପୁରେ ୧୭ ଜଣଙ୍କ ଜୀବନ ବାଜି ଲାଗିଛି। ହଠାତ୍‌ ନଦୀରେ ବନ୍ୟାପାଣି ପ୍ରବଳ ଜୋରରେ ମାଡି ଆସିବାରୁ ଏଭଳି ଭୟଙ୍କର ପରିସ୍ଥିତି ଉପୁଜିଛି। ସେଠାରେ ଏକ ପମ୍ପ ହାଉସ ରହିଛି। ଉକ୍ତ ପମ୍ପ ହାଉସରୁ ୧୦ କି.ମି. ଦୂର ଟିଟିଲାଗଡ଼ ସହରକୁ ପାଣି ଯୋଗାଣ ହୋଇଥାଏ। 

ପୋଖରୀରେ ବୁଡ଼ି ୨ ସାଙ୍ଗ ମୃତ

ପୋଖରୀରେ ବୁଡ଼ି ୨ ସାଙ୍ଗ ମୃତ

ରେମୁଣା,୧୫।୮(ଡି.ଏନ.ଏ.)- ବୁଧବାର ପୂର୍ବାହ୍ନରେ ଏକ ବଡ଼ ଅଘଟଣ ଘଟିଯାଇଛି। ସବୁଆଡ଼େ ସ୍ବାଧୀନତା ଦିବସ ପାଇଁ ଖୁସିର ମାହୋଲ ଚାଲିଥିବାବେଳେ ଦୁଇ ସାଙ୍ଗ ହାତ ଧରାଧରି ହୋଇ ପାଣିରେ ବୁଡ଼ି ଯାଇଛନ୍ତି। ଏହିପରି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲା ରେମୁଣା ବ୍ଲକ ପତ୍ରପାଳ ପଞ୍ଚାୟତ ଅନ୍ତର୍ଗତ ଚକୁଳିଆ ଗ୍ରାମରେ। ଲଷ୍ମୀଧର ବିନ୍ଧାଣୀଙ୍କ ଝିଅ ରାଇମଣୀ ବିନ୍ଧାଣୀ (୮), ବରଜୁ ମୁର୍ମୁ (୯) ନାମକ ୨ ନାବାଳିକା ବୁଧବାର ପୂର୍ବାହ୍ନ ୧୧ଟାବେଳେ ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି।

ତଳି ରୁଆବେଳେ ବଜ୍ରପାତ: ୨ ମୃତ

ତଳି ରୁଆବେଳେ ବଜ୍ରପାତ: ୨ ମୃତ

ବନ୍ତଳା, ୧୫।୮(ଡି.ଏନ୍‌.ଏ.)-ଅନୁଗୋଳ ଜିଲା ବଅଁରପାଳ ବ୍ଳକ ଡେରଜାଙ୍ଗ ଗ୍ରାମରେ ବୁଧବାର ଅପରାହ୍ନ ୩ଟାରେ ବଜ୍ରପାତ ଘଟି ୨ଜଣ ପ୍ରାଣ ହରାଇଛନ୍ତି। ମୃତକ ହେଲେ ଶାନ୍ତିଲତା ପ୍ରଧାନ (୪୮) ଏବଂ ତାଙ୍କ ଝିଆରୀ ବୈଶାଖୀ ପ୍ରଧାନ (୧୭)।

ଭୁଲ୍‌ ଟୁଇଟ୍‌ କରି ମେୟର ହଟହଟା

ଭୁଲ୍‌ ଟୁଇଟ୍‌ କରି ମେୟର ହଟହଟା

ଭୁବନେଶ୍ୱର, ୧୫।୮(ବ୍ୟୁରୋ)-୭୨ତମ ସ୍ବତନ୍ତ୍ରତା ଦିବସ ପାଇଁ ସାରା ଦେଶ ଉତ୍ସବ ମୁଖର ହୋଇ ପଡ଼ିଛି। ମାତ୍ର ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଭୁଲ୍‌ ଟୁଇଟ୍‌ କରି ହଟ ହଟା ହୋଇଛନ୍ତି। 

ଫୁଲିଲା ସପ୍ତଧାରା:   ବାରି ଗେଟ ବନ୍ୟା ଜଳରେ ଭାଙ୍ଗିଲା

ଫୁଲିଲା ସପ୍ତଧାରା: ବାରି ଗେଟ ବନ୍ୟା ଜଳରେ ଭାଙ୍ଗିଲା

ମାଥିଲି/ଗୋବିନ୍ଦପାଲି , ୧୫।୮ (ଡି.ଏନ.ଏ) - ଲଗାଣ ବର୍ଷାରେ ଫୁଲି ଉଠିଛି ସପ୍ତଧାରା ନଦୀ । ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ସପ୍ତଧାରା ନଦୀରେ ବନ୍ୟା ଜଳ ପ୍ରବାହିତ ହୋଇଛି । ଏଥିଯୋଗୁ ମାଲକାନଗିରି - ଜୟପୁରର ମୁଖ୍ୟରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଛି ।

ଉପୁଡ଼ି ପଡ଼ିଲା ଜାତୀୟ ପତାକା: ୩ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ଉପୁଡ଼ି ପଡ଼ିଲା ଜାତୀୟ ପତାକା: ୩ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

କାମାକ୍ଷାନଗର, ୧୫।୮(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କାଦୁଆ ପଞ୍ଚାୟତ ଅଧୀନ ଭାଗିରଥୀପୁର ନୂଆସାହି ପ୍ରାଥମିକ ସ୍କୁଲରେ ସ୍ବାଧୀନତା ଦିବସରେ ଅଭାବନୀୟ ଘଟଣା ଘଟିଛି। ପୋତାଯାଇଥିବା ତ୍ରିରଙ୍ଗା ପତାକା ଉପୁଡ଼ି ପଡ଼ିଛି।

ଘର ଭିତରେ ପଶିଲା ଡ୍ରେନ ପାଣି: ୨୬ ନମ୍ବର ଜାତୀୟ ରାଜପଥରେ ଯୋଗାଯୋଗ ବିଚ୍ଛିନ୍ନ

ଘର ଭିତରେ ପଶିଲା ଡ୍ରେନ ପାଣି: ୨୬ ନମ୍ବର ଜାତୀୟ ରାଜପଥରେ ଯୋଗାଯୋଗ ବିଚ୍ଛିନ୍ନ

ନବରଙ୍ଗପୁର,୧୫।୮(ବି.ପ୍ର.)- ଲଗାଣ ବର୍ଷାରେ ନବରଙ୍ଗପୁର ଜିଲାର ଇନ୍ଦ୍ରାବତୀ, ଅଙ୍ଗୀ, ଟୁରୀ, ଚିକିଲି ନଦୀର ଗର୍ଭ ଫୁଲି ଉଠିଛି । ବୁଧବାର ଲଗାଣ ବର୍ଷା ହେଲେ ଜିଲାର କୋଷାଗୁମୁଡା ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଯଥେଷ୍ଟ ସମ୍ଭାବନା ରହିଛି । ତେନ୍ତୁଳିଖୁଣ୍ଟି ବ୍ଲକର ଅଞ୍ଚଳଗୁମ୍ମା-ପାତ୍ରପୁଟ ପୋଲ ଉପରେ ତିନି ଫୁଟ ପାଣି ଚାଲିଛି ।

ଗଛ ପଡ଼ି ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁ ରାସ୍ତା ଅବରୋଧ

ଗଛ ପଡ଼ି ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁ ରାସ୍ତା ଅବରୋଧ

ଦାରିଙ୍ଗବାଡ଼ି,୧୫।୮(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ବୁଧବାର ସକାଳେ ପୂର୍ତ୍ତବିଭାଗ ରାସ୍ତାର  ବ୍ରାହ୍ମଣୀଗାଁ ନିକଟ ବଙ୍ଗରଦୁଆ ଘାଟିରେ ବିରାଟ ବରଗଛ ପଡ଼ି ରାସ୍ତା ଅବରୋଧ ହୋଇଛି ା

ଖୋଲିଲା ହେଲ୍ପ ଡେସ୍କ-ଉନ୍ମୋଚିତ ହେଲା ଲୋଗୋ

ଖୋଲିଲା ହେଲ୍ପ ଡେସ୍କ-ଉନ୍ମୋଚିତ ହେଲା ଲୋଗୋ

ଭୁବନେଶ୍ୱର, ୧୫।୮(ବ୍ୟୁରୋ)-ସ୍ବାଧୀନତା ଦିବସ ଅବସରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହୋଇଛି। କ୍ୟାପିଟାଲ ହସ୍ପିିଟାଲ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। 

ବୌଦ୍ଧରେ ପୋଲିସର ମାତ୍ର ୩ଟି ଦଳ ପରେଡରେ ଭାଗ ନେଲା

ବୌଦ୍ଧରେ ପୋଲିସର ମାତ୍ର ୩ଟି ଦଳ ପରେଡରେ ଭାଗ ନେଲା

ବୌଦ୍ଧ,୧୫ା୮(ସ୍ବ.ପ୍ର.)-ବୌଦ୍ଧ କେଚେରି ପଡିଆରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହେଇଛି। ଏଥିରେ ମୁଖ୍ୟଅତିଥି ଭାବେ ଭାବେ ଅନୁସୂଚିତ ଜନଜାତି ବିଭାଗ ମନ୍ତ୍ରୀ ରମେଶ ମାଝି ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

Model This Week

ଯସ୍ମିନ୍