ଜାତୀୟ |

ଆଶା-ଆଶଙ୍କାର ବାର୍ତ୍ତା

ଆଶା-ଆଶଙ୍କାର ବାର୍ତ୍ତା
ନୂଆଦିଲ୍ଲୀ,୨୯।୧(ପି.ଟି.): ୨୦୧୭ ଜୁଲାଇ ପହିଲାରୁ ସମଗ୍ର ଦେଶରେ ଏକକ ଟିକସ ବ୍ୟବସ୍ଥା ସାମଗ୍ରୀ ଏବଂ ସେବା କର(ଜି.ଏସ୍‌.ଟି.) ପ୍ରଚଳନ ଏବଂ ଏହାର ପୂର୍ବବର୍ଷ ୨୦୧୬ ନଭେମ୍ବରରେ ଦୁଇଟି ବଡ ଅଙ୍କର ନୋଟ୍‌ ଅଚଳ କରି ଦିଆଯିବା କାରଣରୁ ଚଳିତ ଆର୍ଥିକବର୍ଷ (୨୦୧୭-୧୮) ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି। ସୋମବାର ପାର୍ଲାମେଣ୍ଟ ବଜେଟ ଅଧିବେଶନର ଆରମ୍ଭ ଦିନରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଲୋକ ସଭାରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା ସ୍ବୀକାର କରିଛନ୍ତି। ଏହାସତ୍ତ୍ୱେ ଦେଶର ଅର୍ଥନୀତି କ୍ରମେ ଉପଯୁକ୍ତ ପଥକୁ ଫେରୁଛି। ୨୦୧୮-୧୯ ଆର୍ଥିକବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ଅଭିବୃଦ୍ଧି ୭ରୁ ୭.୫% ରହିବ ବୋଲି ସର୍ଭେ ରିପୋର୍ଟରେ ଆଶାବ୍ୟକ୍ତ କରାଯାଇଛି। ତେବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟବୃଦ୍ଧି ଅର୍ଥନୀତି ପାଇଁ ଚ୍ୟାଲେଞ୍ଜ୍‌ ହୋଇପାରେ ବୋଲି ମଧ୍ୟ ଆଶଙ୍କା ବ୍ୟକ୍ତ କରାଯାଇଛି। ଫେବୃୟାରୀ ୧ରେ ଅର୍ଥମନ୍ତ୍ରୀ ୨୦୧୮-୧୯ ଆର୍ଥିକବର୍ଷ ସକାଶେ ଏନ୍‌ଡିଏ ସରକାରଙ୍କର ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହାର ଦୁଇଦିନ ପୂର୍ବରୁ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଅର୍ଥମନ୍ତ୍ରୀ ଆଶା ଓ ଆଶଙ୍କାର ବାର୍ତ୍ତା ଦେଇଛନ୍ତି। ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା (ସିଇଏ) ଅରବିନ୍ଦ ସୁବ୍ରମଣ୍ୟନ୍‌ଙ୍କ ଦ୍ୱାରା ପ୍ରସ୍ତୁତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଆଶଙ୍କା କରାଯାଇଛି ଯେ, ଆଗକୁ ଅଶୋଧିତ ତୈଳ ଦର ଆହୁରି ବଢ଼ିପାରେ। ଚଳିତ ଆର୍ଥିକବର୍ଷ ଏଥିରେ ପାଖାପାଖି ୧୪% ବୃଦ୍ଧି ଘଟିଥିବାବେଳେ ୨୦୧୮-୧୯ରେ ଏଥିରେ ଆହୁରି ୧୦ରୁ ୧୫% ବୃଦ୍ଧି ଘଟିବ। ଅନ୍ୟପକ୍ଷରେ, ରପ୍ତାନି ଏବଂ ଘରୋଇ ନିବେଶରେ ଉନ୍ନତି ଘଟିଲେ ଅଭିବୃଦ୍ଧି ତ୍ୱରାନ୍ବିତ ହେବ ବୋଲି ରିପୋର୍ଟ ଉପସ୍ଥାପନ ପରେ ଏକ ଖବରଦାତା ସମ୍ମିଳନୀରେ ଉଦ୍‌ବୋଧନ ଦେଇ ସୁବ୍ରମଣ୍ୟନ୍‌ କହିଛନ୍ତି। ମାକ୍ରୋ-ଅର୍ଥନୈତିକ ସମସ୍ୟା ବଢ଼ୁଥିବାରୁ ନୀତି ପ୍ରସ୍ତୁତ କରିବାବେଳେ ସତର୍କ ରହିବାକୁ ପଡିବ ବୋଲି ସେ କହିଛନ୍ତି। ତେବେ ପରୋକ୍ଷ ଟିକସଦାତାଙ୍କ ସଂଖ୍ୟାରେ ୫୦% ବୃଦ୍ଧି କଥା ସର୍ଭେରେ ଉଲ୍ଲେଖ କରାଯାଇଛି। ସ୍ବଚ୍ଛ ଭାରତ ଅଭିଯାନ ଯୋଗୁ ଗ୍ରାମାଞ୍ଚଳରେ ପରିମଳ ସ୍ତର ୩୯%ରୁ ୭୬%କୁ ବୃଦ୍ଧି ହୋଇଥିବା ଏଥିରେ କୁହାଯାଇଛି। ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ପାଇଁ ୨୦୪୦ ପର୍ଯ୍ୟନ୍ତ ଭାରତର ଭିତ୍ତିଭୂମି ବିକାଶ ପାଇଁ ପାଖାପାଖି ୪.୫ ଟ୍ରିଲିୟନ ଡଲାର ଆବଶ୍ୟକ ହେବ। ୩.୯ ଟ୍ରିଲିୟନ ଡଲାର ଭାରତ ଯୋଗାଡ କରିପାରିବ। କିନ୍ତୁ ୫୨୬ ବିଲିୟନ ଡଲାରର ପ୍ରାର୍ଥକ୍ୟ ରହିବ। ଘରୋଇ ନିବେଶ ଦ୍ୱାରା ଏହି ପ୍ରାର୍ଥକ୍ୟ ଦୂର ହୋଇପାରିବ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ସର୍ଭେ ରିପୋର୍ଟ ଉନ୍ମୋଚନ ଅବସରରେ କହିଛନ୍ତି। ଅନ୍ୟ ଏକ ରୋଚକ ତଥ୍ୟ ସର୍ଭେରେ ଉଲ୍ଲେଖ କରାଯାଇଛି। ତାହା ହେଉଛି ଭାରତରେ ପୁତ୍ର ସନ୍ତାନ ପ୍ରୀତି ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହା ଏକ ପ୍ରଧାନ ପ୍ରସଙ୍ଗ ଭାବେ ଉଭା ହୋଇଥିବା କୁହାଯାଇଛି। କନ୍ୟା ସନ୍ତାନଙ୍କ ପ୍ରତି କେଉଁ କାଳରୁ ରହି ଆସିଥିବା ବୈମାତୃକ ମନୋଭାବକୁ ଦୂର କରିବାର ବାର୍ତ୍ତା ଦେବା ପୂର୍ବକ ଚଳିତ ବର୍ଷର ସର୍ଭେ ରିପୋର୍ଟକୁ ଗୋଲାପୀ ରଙ୍ଗର କଭରରେ ଉନ୍ମୋଚିତ କରାଯାଇଛି।
All Right Reserved By

ଜାତୀୟ |

ମୋଦିଙ୍କ ପ୍ରେରଣା: ୨୨ଥର ହାରି ପୁଣିଥରେ ନିର୍ବାଚନ ଲଢୁଛନ୍ତି ଏହି ଚା’ ଦୋକାନୀ

ମୋଦିଙ୍କ ପ୍ରେରଣା: ୨୨ଥର ହାରି ପୁଣିଥରେ ନିର୍ବାଚନ ଲଢୁଛନ୍ତି ଏହି ଚା’ ଦୋକାନୀ

ଗ୍ବାଲିୟର,୨୦।୪: ଚା’ବାଲା ହୋଇ ଯଦି ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହୋଇ ପାରିଲେ ତେବେ ସେ ବି ଦିନେ ନିର୍ବାଚନରେ ବିଜୟ ଲାଭ କରିବେ ବୋଲି ଆଶା ରଖିଛନ୍ତି ଗ୍ବାଲିୟର ଜଣେ ଚା’ ଦୋକାନୀ। 

ପତ୍ନୀଙ୍କୁ ସମର୍ଥନ କରିବା ମୋର କର୍ତ୍ତବ୍ୟ: ଶତ୍ରୁଘ୍ନ

ପତ୍ନୀଙ୍କୁ ସମର୍ଥନ କରିବା ମୋର କର୍ତ୍ତବ୍ୟ: ଶତ୍ରୁଘ୍ନ

ନୂଆଦିଲ୍ଲୀ,୨୦।୪: ନିକଟରେ ଭାଜପା ଛାଡି କଂଗ୍ରେସରେ ଯୋଗଦେଇଥିବା ବଲିଉଡ୍‌ ଅଭିନେତା ଶତ୍ରୁଘ୍ନ ସିହ୍ନା ତାଙ୍କ ପତ୍ନି ପୁନମ ସିହ୍ନାଙ୍କୁ ସହଯୋଗ କରିବା ନେଇ ପ୍ରଶ୍ନ ଉଠିଥିଲା। 

ପୁରୁଷଙ୍କ ବିନା ହଜ୍‌କୁ ଯାଉଥିବା ମହିଳାଙ୍କ ଭିତରେ ୮୬ ପ୍ରତିଶତ କେରଳବାସିନ୍ଦା: ରିପୋର୍ଟ

ପୁରୁଷଙ୍କ ବିନା ହଜ୍‌କୁ ଯାଉଥିବା ମହିଳାଙ୍କ ଭିତରେ ୮୬ ପ୍ରତିଶତ କେରଳବାସିନ୍ଦା: ରିପୋର୍ଟ

ଥିରୁଭାନନ୍ତପୁରମ୍‌,୨୦।୪: ନିକଟରେ ହଜ୍‌ ଯାଉଥିବା ମହିଳା ଓ ପୁରୁଷଙ୍କ ଭିତରେ କିଏ ଅଧିକ ସଂଖ୍ୟକ ରହିଛନ୍ତି ସେନେଇ ଏକ ସରକାରୀ ସର୍ଭେ କରାଯାଇଥିଲା। 

ବିବାହ ଉତ୍ସବରେ ୬ଶହ ଅତିଥି ନେତ୍ରଦାନର ଶପଥ ନେଲେ

ବିବାହ ଉତ୍ସବରେ ୬ଶହ ଅତିଥି ନେତ୍ରଦାନର ଶପଥ ନେଲେ

ଭିଲାଇ,୨୦।୪: ଅଙ୍ଗ ଦାନ ମହାପୂଣ୍ୟ। ତେବେ ଏନେଇ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି।

କଂଗ୍ରେସ ସହ ମେଣ୍ଟ କରିବନି ଏଏପି

କଂଗ୍ରେସ ସହ ମେଣ୍ଟ କରିବନି ଏଏପି

ନୂଆଦିଲ୍ଲୀ,୨୦।୪: ଦିଲ୍ଲୀରେ କଂଗ୍ରେସ ସହ ଆମ ଆଦମୀ ପାର୍ଟି(ଏଏପି)ର ମେଣ୍ଟ ସମ୍ଭବ ନୁହେଁ ବୋଲି ଶନିବାର ଏଏପି ସୂଚନା ଦେଇଛି।

ସାଧାରଣ ଜାଳେଣି ବ୍ୟବହାର ବନ୍ଦ ହେଲେ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ବଞ୍ଚିବ: ଆଇଆଇଟି ସର୍ଭେ ରିପୋର୍ଟ

ସାଧାରଣ ଜାଳେଣି ବ୍ୟବହାର ବନ୍ଦ ହେଲେ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ବଞ୍ଚିବ: ଆଇଆଇଟି ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ,୨୦।୪: ଭାରତରେ ରୋଷେଇ ପାଇଁ ବ୍ୟବହୃତ ହେଉଥିବା ସାଧାରଣ ଜାଳେଣି ବନ୍ଦ କରାଗଲେ ବର୍ଷରେ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ବଞ୍ଚିପାରିବ। 

ଯୌନ ଶୋଷଣ ଅଭିଯୋଗକୁ ଖଣ୍ଡନ କଲେ ପ୍ରଧାନ ବିଚାରପତି

ଯୌନ ଶୋଷଣ ଅଭିଯୋଗକୁ ଖଣ୍ଡନ କଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୨୦।୪: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନାଁରେ ଜଣେ ମହିଳା ଆଣିଥିବା ଯୌନ ଉତ୍ପୀଡନ ମାମଲକୁ ସେ ନିଜେ ଖାରଜ କରି ଦେଇଛନ୍ତି।

ଜମ୍‌ଶେଦ୍‌ପୁର ଲୋକ ସଭା ଆସନ: ୧୮୮୫ ପୋଲିଂ ବୁଥ୍‌ ମଧ୍ୟରୁ ୩୫୦ ମାଓବାଦୀ ଗଡ଼ରେ

ଜମ୍‌ଶେଦ୍‌ପୁର ଲୋକ ସଭା ଆସନ: ୧୮୮୫ ପୋଲିଂ ବୁଥ୍‌ ମଧ୍ୟରୁ ୩୫୦ ମାଓବାଦୀ ଗଡ଼ରେ

ଜମ୍‌ଶେଦ୍‌ପୁର,୨୦।୪: ଝାଡ଼ଖଣ୍ଡ ଜମ୍‌ଶେଦ୍‌ପୁର ଲୋକ ସଭା ଆସନରେ ୬ଷ୍ଠ ପର୍ଯ୍ୟାୟରେ ମେ ୧୨ରେ ମତଦାନ କରାଯିବ। ଏଠାରେ ଥିବା ୧୮୮୫ ପୋଲିଂ ବୁଥ୍‌ ମଧ୍ୟରୁ ୩୫୦ ମାଓବାଦୀଙ୍କ ଗଡ଼ରେ ରହିଛି।

ନିର୍ବାଚନ ଜିତିବା ପାଇଁ ଏକ ମାସ ଭିତରେ ଦେଶର ୭୫ ନେତା ଏହି ମନ୍ଦିରରେ କରିସାରିଲେଣି ପୂଜାର୍ଚ୍ଚନା

ନିର୍ବାଚନ ଜିତିବା ପାଇଁ ଏକ ମାସ ଭିତରେ ଦେଶର ୭୫ ନେତା ଏହି ମନ୍ଦିରରେ କରିସାରିଲେଣି ପୂଜାର୍ଚ୍ଚନା

ସିମ୍‌ଲା,୨୦।୪: ନିର୍ବାଚନ ପାଖେଇ ଆସିଲେ ଦେବାଳୟମାନଙ୍କରେ ରାଜନେତା ମାନଙ୍କର ଭିଡ଼ ଜମିଥାଏ। ଦେବଦେବୀଙ୍କ ଆଶୀର୍ବାଦ ଲାଭ କଲେ ସହଜରେ ନିର୍ବାଚନ ବୈତରଣୀ ଅବିଳମ୍ବେ ପାରି ହୋଇଯିବେ ବୋଲି ସେମାନଙ୍କର ବିଶ୍ୱାସ। 

ମୃତ୍ୟୁପରେ ରେଳଲାଇନ୍‌ରେ ମୃତଦେହ ରଖି ବୀମା କ୍ଷତି ପୂରଣ ପାଇଁ ଦିଆଯାଉଥିଲା ଦୁର୍ଘଟଣା ରୂପ

ମୃତ୍ୟୁପରେ ରେଳଲାଇନ୍‌ରେ ମୃତଦେହ ରଖି ବୀମା କ୍ଷତି ପୂରଣ ପାଇଁ ଦିଆଯାଉଥିଲା ଦୁର୍ଘଟଣା ରୂପ

ନୂଆଦିଲ୍ଲୀ,୨୦।୪: ମଣିଷର ଲୋଭ କେବେ ମରେନା। ବେଳେବେଳେ ଲୋଭ ଯୋଗୁ କେତେକ ଏଭଳି କାଣ୍ଡ କରିବସନ୍ତି ଯାହା ମଣିଷ ପଣିଆ ଉପରେ ସୃଷ୍ଟିକରେ ପ୍ରଶ୍ନ ଚିହ୍ନ। 

ଦିଦିଙ୍କ ମନରେ ନାହିଁ ମମତା; ଗରିବଙ୍କୁ ଅଧିକ ଗରିବ କରୁଛନ୍ତି: ମୋଦି

ଦିଦିଙ୍କ ମନରେ ନାହିଁ ମମତା; ଗରିବଙ୍କୁ ଅଧିକ ଗରିବ କରୁଛନ୍ତି: ମୋଦି

କୋଲକତା, ୨୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗରେ ଏକ ନିର୍ବାଚନୀ ସଭାରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍‌ କରିଛନ୍ତି। 

୧୦ କିଲୋ ଚାନ୍ଦିରେ ଝଟକିବ ଜ୍ୱାଳାମୁଖୀ ମନ୍ଦିରର ଦ୍ୱାର

୧୦ କିଲୋ ଚାନ୍ଦିରେ ଝଟକିବ ଜ୍ୱାଳାମୁଖୀ ମନ୍ଦିରର ଦ୍ୱାର

ଅହମ୍ମଦାବାଦ,୨୦।୪: ଶକ୍ତିପୀଠ ଜ୍ୱାଳାମୁଖୀ ମନ୍ଦିରର ଗର୍ଭ ଗୃହକୁ ଆହୁରି ଦର୍ଶନୀୟ କରିବାକୁ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଅହମ୍ମଦାବାଦର ଜଣେ ବ୍ୟବସାୟୀ ତଥା ଶ୍ରଦ୍ଧାଳୁ ମନୋହର ଅଗ୍ରଓ୍ବାଲ ୧୦ କିଲୋଗ୍ରାମ ଚାନ୍ଦି ଦାନ କରିଛନ୍ତି।


Model This Week

କ୍ରିଷ୍ଣା
Why Dharitri