ଖେଳ |

ପାରା ଅଲିମ୍ପିକ୍ସରୁ ରୁଷିଆ ସସ୍‌ପେଣ୍ଡ

ପାରା ଅଲିମ୍ପିକ୍ସରୁ ରୁଷିଆ ସସ୍‌ପେଣ୍ଡ
ବନ୍‌,୨୯ା୧(ଏଏଫ୍‌ପି)- ପ୍ୟୋଙ୍ଗଚାଙ୍ଗଠାରେ ହୋବାକୁଥିବା ଓ୍ବିଣ୍ଟର ଅଲିମ୍ପିକ୍ସରୁ ରୁଷିଆକୁ ସସ୍‌ପେଣ୍ଡ କରାଯାଇଛି। କିନ୍ତୁ ଏହି ଦେଶର କେତେଜଣ ଆଥଲେଟ୍‌ଙ୍କୁ ନିରପେକ୍ଷ ପତାକା ଅଧୀନରେ ଅଂଶଗ୍ରହଣ ପାଇଁ ଅନୁମତି ମିଳିଥିବା ଇଣ୍ଟରନ୍ୟାଶନାଲ ପାରାଅଲିମ୍ପିକ କମିଟି (ଆଇପିସି) ସୋମବାର ପ୍ରକାଶ କରିଛି। ସୂଚନାଯୋଗ୍ୟ, ଓ୍ବାଲର୍‌ଡ ଆଣ୍ଟି ଡୋପିଙ୍ଗ ଏଜେନ୍ସି(ଓ୍ବାଡା) ତରଫରୁ ରିଚାର୍ଡ ମ୍ୟାକ୍‌ ଲାରେନଙ୍କ ଏକ ରିପୋର୍ଟରେ ରୁଷିଆରେ ରାଷ୍ଟ୍ର ପ୍ରାୟୋଜିତ ଡୋପିଂ ଅଭିଯୋଗ ପରେ ଆଇପିସି ଏହି ଦେଶକୁ ୨୦୧୬ ଅଗଷ୍ଟରେ ସସ୍‌ପେଣ୍ଡ କରିଥିଲା। ଏକ ସମୀକ୍ଷା ପରେ ଆଇପିସି କହିଛି ରୁଷିଆ ପାରାଅଲିମ୍ପିକ କମିଟି (ଆରପିସି) ଉପରେ ସସ୍‌ପେଣ୍ଡ ଆଦେଶ ବଳବତ୍ତର ରହିଛି। କିନ୍ତୁ ଆରପିସି ଇତିମଧ୍ୟରେ ଏହାର ଡୋପିଂ ନିବାରଣ କାର୍ଯ୍ୟକ୍ରମରେ ଅଗ୍ରଗତି କରିଛି। ଏହାକୁ ବିଚାରକୁ ନେଇ ଯୋଗ୍ୟତା ହାସଲ କରିଥିବା ରୁଷିଆ ପାରାଆଥ୍‌ଲେଟଙ୍କୁ ସର୍ତ୍ତମୂଳକ ଭାବେ ୫ଟି କ୍ରୀଡ଼ାରେ ନ୍ୟୁଟ୍ରାଲ ପାରାଅଲିମ୍ପିକ ଆଥଲେଟ (ଏନପିଏ) ଅଧୀନରେ ଭାଗ ନେବାକୁ ଅନୁମତି ଦିଆଯାଇଛି। ଏହି ଆଥଲେଟ୍‌ମାନେ ଆଲ୍‌ପିନ୍‌ ସ୍କିଙ୍ଗ୍‌, ସ୍ନୋ ବୋର୍ଡ ଓ ହ୍ବିଲଚେୟାର କର୍ଲିଂରେ ଭାଗ ନେଇପାରିବେ। ଓ୍ବେଷ୍ଟର୍ନ ଜର୍ମାନୀ ସହର ବନ୍‌ଠାରେ ଆଇପିସିର ଏକ ବୈଠକ ପରେ ଏହା କୁହାଯାଇଛି। ଓ୍ବିଣ୍ଟର ପାରା ଅଲିମ୍ପିକ୍ସ ମାର୍ଚ୍ଚ ୯ରୁ ୧୮ ପର୍ଯ୍ୟନ୍ତ ପ୍ୟୋଙ୍ଗଚାଙ୍ଗଠାରେ ଆୟୋଜିତ ହୋଇଛି।
All Right Reserved By

ଖେଳ |

ଆବୁଧାବି ଟେଷ୍ଟ ଜିତିଲା ପାକିସ୍ତାନ

ଆବୁଧାବି ଟେଷ୍ଟ ଜିତିଲା ପାକିସ୍ତାନ

ଆବୁଧାବି,୧୯।୧୦- ପେସର ମହମ୍ମଦ ଆବାସଙ୍କ ଘାତକ ବୋଲିଂ ଆଗରେ ଅଷ୍ଟ୍ରେଲିଆ ବ୍ୟାଟିଂ ଲାଇନ୍‌ ଅଫ୍‌ ଛତ୍ରଭଙ୍ଗ ଦେଇଛି। ଆବାସ ଏହି ମ୍ୟାଚ୍‌ର ଉଭୟ ଇନିଂସ୍‌ରେ ୫ ଉଇକେଟ ପାଇଛନ୍ତି। 

ସଚିନଙ୍କୁ ଚକିତ କଲେ ଲାରା

ସଚିନଙ୍କୁ ଚକିତ କଲେ ଲାରା

ମୁମ୍ବାଇ,୧୯।୧୦- କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ଓ୍ବେଷ୍ଟଇଣ୍ଡିଜ୍‌ ପୂର୍ବତନ ଅଧିନାୟକ ବ୍ରାୟନ ଲାରା ଚକିତ କରି ଦେଇଛନ୍ତି। ଲାରା ଶୁକ୍ରବାର ହଠାତ ମୁମ୍ବାଇ ଗସ୍ତ କରିବା ସହ ସଚିନଙ୍କୁ ଭେଟିଛନ୍ତି। 

ଅନ୍ତର୍ଜାତୀୟ କ୍ରିକେଟର ବୁକି ପ୍ରାୟତଃ ଭାରତୀୟ

ଅନ୍ତର୍ଜାତୀୟ କ୍ରିକେଟର ବୁକି ପ୍ରାୟତଃ ଭାରତୀୟ

ନୂଆଦିଲ୍ଲୀ,୧୯।୧୦- ଅନ୍ତର୍ଜାତୀୟ କ୍ରିକେଟର ବୁକିମାନେ ପ୍ରାୟତଃ ଭାରତୀୟ ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି)ର ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି। 

ମେଡିକାଲରେ ସର୍ଫରାଜ

ମେଡିକାଲରେ ସର୍ଫରାଜ

ଆବୁଧାବି,୧୯।୧୦- ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ୨ୟ ଟେଷ୍ଟରେ ପାକିସ୍ତାନ ଅଧିନାୟକ ଅହମ୍ମଦ ସର୍ଫାରାଜ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମ୍ୟାଚ୍‌ର ୩ୟ ଦିବସରେ ତାଙ୍କ ମୁଣ୍ଡରେ ବଲ ବାଜିଥିଲା। 

ପାକିସ୍ତାନ ଗସ୍ତରୁ ଗୁପଟିଲ ବାଦ୍‌

ପାକିସ୍ତାନ ଗସ୍ତରୁ ଗୁପଟିଲ ବାଦ୍‌

ଅକ୍‌ଲାଣ୍ଡ,୧୯।୧୦- ପାକିସ୍ତାନ ବିପକ୍ଷରେ ୟୁଏଇଠାରେ ହେବାକୁ ଥିବା ଦିନିକିଆ ସିରିଜ୍‌ରୁ ନ୍ୟୁଜିଲାଣ୍ଡର ଓପନର ମାର୍ଟିନ ଗୁପଟିଲ ବାଦ୍‌ ପଡ଼ିଛନ୍ତି। ପ୍ଲଙ୍କେଟ ଶିଲ୍ଡ ଘରୋଇ ପ୍ରତିଯୋଗିତାରେ ଖେଳୁଥିବାବେଳେ ତାଙ୍କ ମାଂସପେଶୀ ଟାଣି ହୋଇଯାଇଥିଲା।

ଲିଓନଙ୍କ ନାମରେ ବିରଳ ରେକର୍ଡ

ଲିଓନଙ୍କ ନାମରେ ବିରଳ ରେକର୍ଡ

ଆବୁଧାବି,୧୯।୧୦- ଅଷ୍ଟ୍ରେଲିଆ ସ୍ପିନର ନାଥନ ଲିଓନ ଶୁକ୍ରବାର ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସ୍ଥାନୀୟ ଶେଖ ଜାୟେଦ ଷ୍ଟାଡିୟମଠାରେ ଚାଲିଥିବା ପାକିସ୍ତାନ ବିପକ୍ଷ ୨ୟ ଟେଷ୍ଟରେ ସେ ବିନା ନୋ ବଲ ପକାଇ ୨୦ ହଜାର ବଲ ପକାଇଛନ୍ତି। 

ଦେଓଧର ଟ୍ରଫିରେ ଖେଳିବେ ପପୁ ରୟ

ଦେଓଧର ଟ୍ରଫିରେ ଖେଳିବେ ପପୁ ରୟ

ଭୁବନେଶ୍ୱର,୧୯।୧୦(ସ୍ପୋଟର୍‌ସ ବ୍ୟୁରୋ)- ଆଗାମୀ ଦେଓଧର ଟ୍ରଫି ଲାଗି ବିସିସିଆଇ ପକ୍ଷରୁ ଗୁରୁବାର ଭାରତ ଏ, ବି ଓ ସି’ ଦଳ ଘୋଷିତ ହୋଇଯାଇଛି। ଓଡ଼ିଆ ସ୍ପିନର ପପୁ ରୟ ଭାରତ ସି’ ଦଳରେ ସ୍ଥାନ ପାଇଛନ୍ତି।

ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି: ଓମାନକୁ ୧୧-୦ରେ ହରାଇଲା ଭାରତ

ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି: ଓମାନକୁ ୧୧-୦ରେ ହରାଇଲା ଭାରତ

ନୂଆଦିଲ୍ଲୀ,୧୯।୧୦- ଭାରତୀୟ ହକି ଦଳ ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ଟୁର୍ନାମେଣ୍ଟରେ ବୃହତ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ମୁସ୍କାଟଠାରେ ଖେଳାଯାଇଥିବା ମ୍ୟାଚ୍‌ରେ ଯୁବ ଖେଳାଳି ଦିଲପ୍ରିତ ସିଂ ହ୍ୟାଟ୍ରିକ ଗୋଲ କରିଛନ୍ତି।

ଆମ୍ରେଙ୍କ ସ୍ଥାନରେ କୈଫ ନିଯୁକ୍ତ

ଆମ୍ରେଙ୍କ ସ୍ଥାନରେ କୈଫ ନିଯୁକ୍ତ

ମୁମ୍ବାଇ,୧୯।୧୦- ଆଇପିଏଲ ଫ୍ରାଞ୍ଚାଇଜ୍‌ ଦିଲ୍ଲୀ ଡେୟାରଡେଭିଲ୍ସ(ଡିଡି)ରେ ଯୁବ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ତୁଲାଉଥିବା ପ୍ରବୀଣ ଆମ୍ରେଙ୍କ ସ୍ଥାନରେ ପୂର୍ବତନ ବ୍ୟାଟ୍ସମ୍ୟାନ ମହମ୍ମଦ କୈଫଙ୍କୁ ନିଯୁକ୍ତ କରାଯାଇଛି। ଆମ୍ରେ ଡିଡି ଦଳ ସହ ସହାୟକ କୋଚ୍‌ ଭାବେ କାର୍ଯ୍ୟ କରୁଥିଲେ।

ଡେନମାର୍କ ଓପନ:  ଲିନ ଡାନଙ୍କୁ ହରାଇ କ୍ୱାର୍ଟରରେ କିଡାମ୍ବି

ଡେନମାର୍କ ଓପନ: ଲିନ ଡାନଙ୍କୁ ହରାଇ କ୍ୱାର୍ଟରରେ କିଡାମ୍ବି

ଓଡେନ୍‌ସେ(ଡେନମାର୍କ),୧୯।୧୦(ପି.ଟି.)- କିଡାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଡେନମାର୍କ ଓପନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେ କିମ୍ବଦନ୍ତୀ ଶଟଲର ଲିନ ଡାନଙ୍କୁ ହରାଇଛନ୍ତି। 

ବିଜୟ ହଜାରେ ଟ୍ରଫି  ଫାଇନାଲରେ ମୁମ୍ବାଇ-ଦିଲ୍ଲୀ

ବିଜୟ ହଜାରେ ଟ୍ରଫି ଫାଇନାଲରେ ମୁମ୍ବାଇ-ଦିଲ୍ଲୀ

ବେଙ୍ଗାଲୁରୁ,୧୮।୧୦- ଚଳିତ ବିଜୟ ହଜାରେ ଟ୍ରଫି ଦିନିକିଆ ଟୁର୍ନାମେଣ୍ଟର ଟାଇଟଲ ମୁକାବିଲା ସ୍ପଷ୍ଟ ହୋଇଯାଇଛି। ଏଥିରେ ଗରୋଇ କ୍ରିକେଟର ଦୁଇ ଶକ୍ତିଶାଳୀ ଦଳ ଭେଟାଭେଟି ହେବେ। 

ମୁମ୍ବାଇ ସିଟି ଦଳରୁ ଦାବିନ୍ଦର ବାଦ୍‌

ମୁମ୍ବାଇ,୧୮।୧୦(ପି.ଟି.)- ମୁମ୍ବାଇ ସିଟି ଏଫ୍‌ସି ଡିଫେଣ୍ଡର ଦାବିନ୍ଦର ସିଂ ଚଳିତ ଇଣ୍ଡିଆନ ସୁପର ସିଜନରେ ଆହତ ହୋଇଛନ୍ତି। ଫଳରେ ସେ ଚଳିତ ସିଜନର ଅବଶିଷ୍ଟାଂଶ ମ୍ୟାଚ୍‌ରୁ ବାଦ୍‌ ପଡ଼ଛନ୍ତି।