Dharitri News
ରାଜ୍ୟ | ବ୍ରହ୍ମପୁର

ଆନ୍ଧ୍ରକୁ ଯାଉଛି ଗଞ୍ଜାମ ଜିଲାର ଖରିଫ ଧାନ

ବ୍ରହ୍ମପୁର ଅଫିସ,୨୯।୧ କୃଷିପ୍ରଧାନ ଗଞ୍ଜାମ ଜିଲାରେ ଖରିଫ ଧାନ ସଂଗ୍ରହ ଧିମା ହୋଇଛି। ପ୍ରତିଦିନ ଶତାଧିକ ଟ୍ରକ ଧାନ ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବାରୁ ଏଭଳି ସମସ୍ୟା ଦେଖାଦେଇଛି। ଏହି ବେଆଇନ କାରବାରକୁ ରୋକ୍‌ ଲଗାଇବାରେ ସମ୍ପୃକ୍ତ ଯୋଗାଣ ବିଭାଗ ବିଫଳ ହୋଇଥିବା ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି। ଅପରପକ୍ଷରେ ଚଳିତ ବର୍ଷ ଲାଗୁ କରାଯାଇଥିବା କଟକଣା ଆଉ ଏକ ସମସ୍ୟା ସୃଷ୍ଟି କରିଥିବା ଜିଲା ମିଲର (ଚାଉଳ କଳ ମାଲିକ) ସଂଘ ସୂତ୍ରରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ ଅକ୍ଟୋବର ଓ ନଭେମ୍ବର ମାସରେ ଘଟିଥିବା ଅଦିନିଆ ଲଗାଣ ବର୍ଷାରେ ପ୍ରଚୁର ପରିମାଣର ଧାନ ପାଣିରେ ବୁଡ଼ି ନଷ୍ଟ ହେବା ସହ ରଙ୍ଗ ବଦଳିଯିବାରୁ ତାହାର ମାନ ହ୍ରାସ ପାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ୩୫%ରୁ ଅଧିକ ଧାନ କ୍ଷତି ଘଟିଥିବା ଚାଷୀଙ୍କୁ କ୍ଷତିପୂରଣ ସରକାର ଦେବେ ବୋଲି ଘୋଷଣା କରାଗଲା। ତେଣୁ ମଣ୍ଡିରେ ବିକ୍ରୟ କଲେ ଧରା ପଡ଼ିବା ଏବଂ କ୍ଷତି ପୂରଣ ସହାୟତା ନ ମିଳିବାର ଆଶଙ୍କା କରି ଚାଷୀମାନେ ଆନ୍ଧ୍ର ଦଲାଲମାନଙ୍କୁ ବିକ୍ରି କରୁଥିବା ଆଉ ଏକ ଖବର ମିଳିଛି। ଏହି ଜିଲାରେ ଆସିକା ଓ ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ ଅଧୀନ ସମୁଦାୟ ୩୮୮ କୃଷି ସମବାୟ ସମିତି (ପ୍ୟାକ୍ସ)ରେ ମଣ୍ଡି ଖୋଲାଯାଇଛି। ଗତବର୍ଷ ୧.୦୩ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ଧାନ ବିକ୍ରି ପାଇଁ ସୋସାଇଟିମାନଙ୍କରେ ଅନଲାଇନ ଦ୍ୱାରା ନାମ ପଞ୍ଜୀକରଣ କରିଥିଲେ। ଚଳିତ ବର୍ଷର ଜାନୁୟାରୀ ୨୯ ତାରିଖ ସୁଦ୍ଧା ୧ ଲକ୍ଷ ୧୦ ହଜାର ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ସୋମବାର ସୁଦ୍ଧା ୨୩ ଲକ୍ଷ ୮୪୨ ଚାଷୀ ୩୭୮ ସୋସାଇଟି ମଣ୍ଡିରେ ୧୦ ଲକ୍ଷ ୭୦ ହଜାର କୁଇଣ୍ଟାଲ ଧାନ ବିକ୍ରି କରିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଚାଷୀଙ୍କ ପ୍ରାପ୍ୟ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପୈଠ କରାଯିବାର ବ୍ୟବସ୍ଥା ହୋଇଛି। ପଞ୍ଜିକରଣ ଓ ଧାନକ୍ରୟ ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ଚାଲିବ ବୋଲି କୁହାଯାଇଛି। ତେବେ କୃଷି ବହୁଳ ଏହି ବୃହତ୍ତମ ଜିଲାରୁ କେତେ ଧାନ ସଂଗ୍ରହ ହେବ ସେନେଇ ସରକାରୀ ଟାର୍ଗେଟ ଆସି ନ ଥିବା ଜଣାପଡ଼ିଛି। ଜିଲା ମିଲର ସଂଘର ଜଣେ କର୍ମକର୍ତ୍ତା କହିଛନ୍ତି, ଗତବର୍ଷ ମଣ୍ଡିମାନଙ୍କରୁ ଚାଷୀଙ୍କ ଧାନ କିଣିବାକୁ ୩୭୬ ଚାଉଳ କଳ ମାଲିକ ସରକାରଙ୍କ ଯୋଗାଣ ବିଭାଗ ସହ ଚୁକ୍ତିବଦ୍ଧ (ଏଗ୍ରିମେଣ୍ଟ) କରିଥିଲେ। ତେବେ ଚଳିତ ବର୍ଷ ଜାନୁୟାରୀ ଚତୁର୍ଥ ସପ୍ତାହ ସୁଦ୍ଧା ୩୪୬ ମିଲର ଏଗ୍ରିମେଣ୍ଟ କରିଛନ୍ତି। ଗଞ୍ଜାମରେ ସମୁଦାୟ ୪୫୦ ଚାଉଳ କଳ ରହିଛି। ସଂଖ୍ୟାଧିକ ମିଲର ନାନା କାରଣରୁ ଧାନ ସଂଗ୍ରହ ପାଇଁ ଅନାଗ୍ରହ ପ୍ରକାଶ କରୁଥିବା କର୍ମକର୍ତ୍ତା ଜଣକ ସୂଚନା ଦେଇଛନ୍ତି। ଗତବର୍ଷ ଧାନ ସଂଗ୍ରହ କରିଥିବା କେତେକ ମିଲର ଏଯାବତ ସରକାରଙ୍କୁ ଚାଉଳ ଦେଇ ନ ଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଆଉ ଏକ ଖବର ମିଳିଛି। ସେମାନେ କଳା ତାଲିକାଭୁକ୍ତ ହୋଇଛନ୍ତି। ଏହି ସବୁ କାରଣରୁ ଚଳିତ ବର୍ଷ ଧାନ ସଂଗ୍ରହ ଧିମା ପଡ଼ିଥିବା ସ୍ପଷ୍ଟ ହୋଇଛି। ଏହାର ସୁଯୋଗରେ ଆନ୍ଧ୍ର ବେପାରୀ ଧାନ ବୋହି ନେଉଛନ୍ତି ଏବଂ ଖଳାରେ ହିଁ ଟଙ୍କା ପୈଠ କରୁଛନ୍ତି। ଓଡ଼ିଶା ଚାଷୀ ସୁରକ୍ଷା ଅଭିଯାନ ଗଞ୍ଜାମ ଜିଲା ଶାଖା ପକ୍ଷରୁ ଭିନ୍ନ ଅଭିଯୋଗ କରାଯାଇଛି। ସରକାରୀ କଳ ନିଜ ଅପାରଗତାକୁ ଘୋଡ଼ାଇବା ପାଇଁ ଚାଷୀ ଓ ମିଲରଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି କରୁଥିବା ସମାଲୋଚନା କରାଯାଇଛି।

ରାଜ୍ୟ | ବ୍ରହ୍ମପୁର

ଓଡ଼ିଶାରେ ପ୍ରଥମଥର ପାଇଁ ପ୍ରଦର୍ଶିତ ହେବ ଥିଏଟର ଅଲିମ୍ପିକ୍ସ

ଓଡ଼ିଶାରେ ପ୍ରଥମଥର ପାଇଁ ପ୍ରଦର୍ଶିତ ହେବ ଥିଏଟର ଅଲିମ୍ପିକ୍ସ

ଭୁବନେଶ୍ୱର, ୨୦।୨(ବ୍ୟୁରୋ): ଫେବୃୟାରୀ ୨୪ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ବୃହତ ଅନ୍ତର୍ଜାତୟ ଥିଏଟର ଉତ୍ସବ ଅଷ୍ଟମ ଥିଏଟର ଅଲିମ୍ପିକ୍ସ। ପ୍ରଥମଥର ପାଇଁ ଏହା ଭାରତରେ ତାହା ପୁଣି ଓଡ଼ିଶାରେ ପ୍ରଦର୍ଶିତ ହେବ। ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଓଡ଼ିଶାରେ ଏହା ଚାଲିବ।

ବିଜେପୁର ଉପନିର୍ବାଚନ: ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ-ସ୍ମୃତି ଇରାନୀ

ବିଜେପୁର ଉପନିର୍ବାଚନ: ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ-ସ୍ମୃତି ଇରାନୀ

ବରଗଡ଼ ଅଫିସ,୨୦।୨: ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି କ୍ରମରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ରୀତା ସାହୁଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ବରପାଲି ବ୍ଲକ ବଡ଼ଗାଁ ପଡିଆରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବା ପାଇଁ ମଙ୍ଗଳବାର ମଧ୍ୟାହ୍ନରେ ପହଞ୍ଚିଛନ୍ତି।

ହସ୍ପିଟାଲରେ ନିଆଁ ଘଟଣା: ଆଖି ବୁଜିଲେ ଗୁରୁତର ଶିଶୁ

ହସ୍ପିଟାଲରେ ନିଆଁ ଘଟଣା: ଆଖି ବୁଜିଲେ ଗୁରୁତର ଶିଶୁ

ରାଉରକେଲା ଅଫିସ, ୨୦।୨: ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ଗୁରୁତର ହୋଇଥିବା ୭ ଦିନର ଶିଶୁପୁତ୍ର ସୋମବାର ବିଳମ୍ବିତ ରାତିରେ ଆଖି ବୁଜିଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି ହୋଇଛି। ପ୍ରକାଶ ଯେ, ଗତ ୧୭ ତାରିଖ ଭୋର ୫ଟାରେ ସିଭିଲ୍‌ ଟାଉନ୍‌ରେ ଥିବା ଓମ୍‌ ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା।

ବନଦୁର୍ଗା ମନ୍ଦିରରୁ ଚୋରି, ଜଣେ ଅଟକ

ବନଦୁର୍ଗା ମନ୍ଦିରରୁ ଚୋରି, ଜଣେ ଅଟକ

ପୁରୀ ଅଫିସ, ୨୦।୨: ପୁରୀ ବାସେଳି ସାହି ଥାନା ଅଧୀନ ମଙ୍ଗଳାଘାଟସ୍ଥିତ ବନଦୁର୍ଗା ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ସମେତ ସୁନାଗହଣା ଚୋରିକରି ନେଇଛନ୍ତି।

ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପାଇଁ ବିଶାଖାପାଟଣା ଯାତ୍ରା କଲା ଓଡ଼ିଶା ଦଳ

ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପାଇଁ ବିଶାଖାପାଟଣା ଯାତ୍ରା କଲା ଓଡ଼ିଶା ଦଳ

ବ୍ରହ୍ମପୁର ଅଫିସ, ୨୦।୨: ଆସନ୍ତା ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାଠାରେ ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଭାଗ ନେବା ପାଇଁ ଓଡ଼ିଶା ଦଳ ମଙ୍ଗଳବାର ସକାଳେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରିଛି।

ଗଞ୍ଜାମରେ ଏନ୍‌କାଉଣ୍ଟର: ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଚି ଗୁରୁତର

ଗଞ୍ଜାମରେ ଏନ୍‌କାଉଣ୍ଟର: ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଚି ଗୁରୁତର

ବ୍ରହ୍ମପୁର ଅଫିସ, ୨୦।୨: ଗଞ୍ଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ ମଥୁରା ନିକଟସ୍ଥ କାକୁଡିଆ ଜଙ୍ଗଲରେ ମଙ୍ଗଳବାର ସକାଳ ୬.୧୦ ମିନିଟରେ ଏନ୍‌କାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଚି ପାତ୍ର ଗୁରୁତର ହୋଇଛନ୍ତି।

ସବୁ ସାମଗ୍ରୀରୁ ସୃଷ୍ଟି କରିପାରନ୍ତି ମ୍ୟୁଜିକ

ସବୁ ସାମଗ୍ରୀରୁ ସୃଷ୍ଟି କରିପାରନ୍ତି ମ୍ୟୁଜିକ

ଭୁବନେଶ୍ୱର, ୧୯।୨(ବ୍ୟୁରୋ)- ମ୍ୟୁଜିକ୍‌ ତାଙ୍କର ପ୍ୟାସନ। ମ୍ୟୁଜିକ୍‌ ପାଇଁ ସେ କୌଣସି ଇଲେକ୍ଟ୍ରୋନିକ ବାଦ୍ୟଯନ୍ତ୍ର ବ୍ୟବହାର କରନ୍ତି ନାହିଁ। ତକିଆଠାରୁ ଆରମ୍ଭ କରି, ସୁଟ୍‌କେସ୍‌, ରୋଷେଇ ବାସନକୁସନରୁ ସେ ସୃଷ୍ଟି କରନ୍ତି ମ୍ୟୁଜିକ୍‌।

ଅଗ୍ନିଶମ କେନ୍ଦ୍ରରେ ନିଯୁକ୍ତ ହେବେ ହୋମଗାର୍ଡ

ଭୁବନେଶ୍ୱର, ୧୯।୨(ବ୍ୟୁରୋ)- ହୋମଗାର୍ଡମାନେ ପ୍ରତ୍ୟେକ କ୍ଷେତ୍ରରେ ପୋଲିସକୁ ସହଯୋଗ କରୁଛନ୍ତି। ଏବେ ହୋମଗାର୍ଡମାନଙ୍କୁ ଅଧିକ ପ୍ରଶିକ୍ଷଣ ଦେବାର ସମୟ ଆସିଛି। ହୋମଗାର୍ଡମାନଙ୍କୁ ଅଧିକ ପ୍ରଶିକ୍ଷିତ କରିବା ସହ ସେମାନଙ୍କ ପାଇଁ ନୂତନ ଡ୍ରେସ୍‌କୋଡ୍‌ ବ୍ୟବସ୍ଥା କରାଯାଇଛି, ଯାହା ଖୁବ୍‌ଶୀଘ୍ର ଲାଗୁ କରାଯିବ।

ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରଚାର

ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରଚାର

ଭୁବନେଶ୍ୱର, ୧୯।୨(ବ୍ୟୁରୋ) : ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ଚୂଡାନ୍ତ ପର୍ଯ୍ୟାୟରେ ପହ଼ଞ୍ଚିଛି। ବିଜେଡିରୁ ପ୍ରାର୍ଥୀ ହୋଇଥିବା ରୀତା ସାହୁଙ୍କ ପାଇଁ ମଙ୍ଗଳବାର ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଡାକ୍ତର ଦମ୍ପତିଙ୍କୁ ତାଲା ପକାଇଲେ ଲୋକେ

ଡାକ୍ତର ଦମ୍ପତିଙ୍କୁ ତାଲା ପକାଇଲେ ଲୋକେ

ଭଞ୍ଜନଗର,୧୯।୨(ଡି.ଏନ.ଏ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାଲେରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦିନକୁ ଦିନ ଅବ୍ୟବସ୍ଥା ଦେଖାଦେଉଛି। ଏଠାରେ ଥିବା ଜଣେ ଡାକ୍ତର ସ୍ତ୍ରୀଙ୍କ ଦୁର୍ବ୍ୟବହାରରେ ଲୋକେ ଅତିଷ୍ଠ ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକେ ସୋମବାର ଡାକ୍ତର ଦମ୍ପତିଙ୍କୁ ତାଲା ପକାଇ ଧାରଣା ଦେଇଥିଲେ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ଶାନ୍ତ ପଡିଛି।

ବଢୁଛି ପାରଦ: କେତେକ ସ୍ଥାନରେ ଘନ କୁହୁଡ଼ି

ବଢୁଛି ପାରଦ: କେତେକ ସ୍ଥାନରେ ଘନ କୁହୁଡ଼ି

ଭୁବନେଶ୍ୱର,୧୯।୨(ବ୍ୟୁରୋ): ତାତି ବଢ଼ିବା ସହିତ ରାଜ୍ୟର କେତେକ ଭାଗକୁ ଘନ କୁହୁଡ଼ି ଆଚ୍ଛାଦିତ କରିବ। ଆସନ୍ତା ୨୪ ତାରିଖ ଯାଏ ଉପକୂଳ ସମେତ ରାଜ୍ୟର କେତେକ ସ୍ଥାନରେ ଘନକୁହୁଡି ଘେରି ରହିବ। ପାହାନ୍ତାରୁ ସକାଳ ୯ ଯାଏ କୁହୁଡ଼ିର ପ୍ରକୋପ ରହିବ। ୨୦୦ ମିଟରରୁ ଅଧିକ ଦୂର ଦେଖିବା ସମ୍ଭବ ହେବ ନାହିଁ।

ଟୋଲ୍‌ ଟିକସ ନେଇ ଦ୍ୱନ୍ଦ୍ୱ

ଟୋଲ୍‌ ଟିକସ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର,୧୯।୨(ବ୍ୟୁରୋ): ଟୋଲ୍‌ ଟିକସ କିଏ ଦେବେ । ବସ୍‌ ମାଲିକ ନା ରାଜ୍ୟ ସରକାର ଏ ନେଇ ଏବେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ବସ୍‌ ମାଲିକମାନେ ଟିକସ ବୋଝ ବୋହିବାକୁ ରାଜି ନ ଥିବା ବେଳେ ରାଜ୍ୟ ସରକାର ଏହି ବୋଝ ଯାତ୍ରୀଙ୍କ ଉପରେ ଲଦିବାକୁ ଯୋଜନା କରିଛନ୍ତି।