ଖେଳ |

ଆଇପିଏଲ୍‌: ୫ବର୍ଷ ହେଲା ଓଡ଼ିଶା ଖେଳାଳିଙ୍କୁ ସୁଯୋଗ ନାହିଁ

ଆଇପିଏଲ୍‌: ୫ବର୍ଷ ହେଲା ଓଡ଼ିଶା ଖେଳାଳିଙ୍କୁ ସୁଯୋଗ ନାହିଁ
କଟକ ଅଫିସ,୨୯ା୧- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)୨୦୧୮ ସିଜନ୍‌ ନିମନ୍ତେ ଖେଳାଳି ନିଲାମ ପ୍ରକ୍ରିୟା ରବିବାର ଶେଷ ହୋଇଛି। ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଆଗାମୀ ସଂସ୍କରଣ ନିମନ୍ତେ ୭ଜଣ ଖେଳାଳିଙ୍କ ନାମ ନିଲାମୀ ପ୍ରକ୍ରିୟାକୁ ସୁପାରିସ କରିଥିବା ବେଳେ କେହି ଜଣେ ବି କିଣା ହୋଇ ପାରିନାହାନ୍ତି। କେବଳ ଚଳିତ ସଂସ୍କରଣ ନୁହେଁ ଗତ ୪ଟି ସଂସ୍କରଣକୁ ମିଶାଇ ମୋଟ୍‌ ୫ଟି ସଂସ୍କରଣରେ ଓଡ଼ିଶା ଖେଳାଳି ଆଇପିଏଲ୍‌ ଖେଳିବାକୁ ଯୋଗ୍ୟ ହୋଇପାରି ନାହାନ୍ତି। ଦେଶର ବିଭିନ୍ନ ରାଜ୍ୟର ଖେଳାଳି ଏପରିକି ୧୯ବର୍ଷରୁ କମ୍‌ ବର୍ଗର ଯୁବ ପ୍ରତିଭା ଆଇପିଏଲ ଦଳର ମାଲିକ ତଥା ମେଣ୍ଟରଙ୍କ ଦୃଷ୍ଟି ଆକର୍ଷଣ କରି ପାରୁଥିବା ବେଳେ ଓଡ଼ିଶାର କୌଣସି ପ୍ରତିଭା ଆଇପିଏଲ୍‌ରେ ସ୍ଥାନ ନ ପାଇବା ଦୁର୍ଭାଗ୍ୟଜନକ। ଗତ ଜାନୁୟାରୀ ୧୨ ତାରିଖରେ ଓସିଏ ୭ଜଣ ଖେଳାଳିଙ୍କ ନାମ ଆଇପିଏଲ ନିଲାମ ପ୍ରକ୍ରିୟା ନିମନ୍ତେ ସୁପାରିସ କରିଥିଲା। ଏମାନେ ହେଲେ ଗୋବିନ୍ଦ ପୋଦ୍ଦାର, ବିପ୍ଳବ ସାମନ୍ତରାୟ, ସୂର୍ଯ୍ୟକାନ୍ତ ପ୍ରଧାନ, ରାଜେଶ ଧୂପର, ଅଭିଷେକ ରାଉତ, ଶୁଭମ ନାୟକ ଓ ଶୁଭ୍ରାଂଶୁ ସେନାପତି। ଏମାନଙ୍କ ମଧ୍ୟରୁ ରାଜ୍ୟ ରଣ୍‌ଜୀ ଅଧିନାୟକ ଗୋବିନ୍ଦ ପୋଦ୍ଦାରଙ୍କ ନାମ ଚୂଡ଼ାନ୍ତ ନିଲାମ ତାଲିକାରେ ସାମିଲ ହୋଇଥିଲା। ମାତ୍ର ଶନିବାର ଓ ରବିବାର ୨ ଦିନ ଧରି ନିଲାମୀ ଚାଲିଥିଲେ ସୁଦ୍ଧା ଗୋବିନ୍ଦ ଏଥିରୁ ବଞ୍ଚିତ ହୋଇଥିଲେ। ଗତ ବର୍ଷ ମଧ୍ୟ ଓସିଏ ୧୦ଜଣ ଖେଳାଳିଙ୍କ ନାମ ଏହି ପ୍ରକ୍ରିୟା ନିମନ୍ତେ ପଠାଇଥିଲା। ଯାହାର ଫଳ ମଧ୍ୟ ସମାନ ରହିଥିଲା। କେହି ହେଲେ ବି କିଣା ହୋଇ ନ ଥିଲେ। ଆଇପିଏଲ୍‌ରେ ଅଦ୍ୟାବଧି ୩ଜଣ ଓଡ଼ିଆ ସମ୍ମୁଖକୁ ଆସିଛନ୍ତି। ସେମାନେ ହେଲେ ବିପ୍ଳବ ସାମନ୍ତରାୟ, ହଳଧର ଦାସ ଏବଂ ନଟରାଜ ବେହେରା। ତେବେ ଏମାନଙ୍କ ମଧ୍ୟରେ ସବୁଠାରୁ ସଫଳ ଓଡ଼ିଆ ଭାବେ ଆଇପିଏଲ୍‌ରେ ଅଂଶ ଗ୍ରହଣ କରିଥିବା ଖେଳାଳି ହେଉଛନ୍ତି ବିପ୍ଳବ। ବିପ୍ଳବ ୨୦୧୨ ସିଜନ୍‌ରେ ଡେକାନ୍‌ ଚାଜର୍ସ ଏବଂ ୨୦୧୩ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଦଳ ପକ୍ଷରୁ ଖେଳିଥିଲେ। ସେ ମୋଟ୍‌ ୯ଟି ମ୍ୟାଚ୍‌ ଖେଳି ୮ଟି ଇନିଂସ୍‌ରୁ ମୋଟ୍‌ ୧୨୫ ରନ୍‌ କରିଥିଲେ। ଡେକାନ ଚାଜର୍ସ ପକ୍ଷରୁ ଗୋଟିଏ ମ୍ୟାଚ୍‌ ଖେଳିଥିବା ବେଳେ ସନ୍‌ରାଇଜର୍ସ ପକ୍ଷରୁ ବିପ୍ଳବ ୮ଟି ମ୍ୟାଚ୍‌ ଖେଳିଛନ୍ତି। ଏହା ମଧ୍ୟରେ ବିପ୍ଳବଙ୍କ ସର୍ବାଧିକ ସ୍କୋର ୫୫ ରନ୍‌ ରହିଛି। ରାଜସ୍ଥାନ ରୟାଲ୍ସ ବିପକ୍ଷରେ ବିପ୍ଳବ ଏହି ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳିଥିଲେ। ବର୍ତ୍ତମାନ ସୁଦ୍ଧା ବିପ୍ଳବଙ୍କୁ ଅନ୍ତିମ ଓଡ଼ିଆ ଆଇପିଏଲ ଖେଳାଳି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। ପ୍ରଥମ ଓଡ଼ିଆ ଭାବେ ହଳଧର ଦାସ ଓଡ଼ିଶାରୁ ଆଇପିଏଲ୍‌ ଖେଳିଛନ୍ତି। ହଳଧର ୨୦୦୮ ମସିହାରେ ଡେକାନ୍‌ ଚାର୍ଜର୍ସ ପକ୍ଷରୁ ଗୋଟିଏ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇବା ସହ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳି ୫ଟି ବଲ୍‌ରୁ ୩ ରନ୍‌ କରିଥିଲେ। ପୂର୍ବତନ ରଣଜୀ ଅଧିନାୟକ ନଟରାଜ ବେହେରା କଲିକତା ନାଇଟ୍‌ ରାଇଡର୍ସର ଶିବିରରେ ଯୋଗ ଦେଇଥିଲେ ମଧ୍ୟ କୌଣସି ମ୍ୟାଚ୍‌ ଖେଳିବାର ସୁଯୋଗ ପାଇ ନ ଥିଲେ। ଅନ୍ୟପକ୍ଷରେ ଆଇପିଏଲରେ ୨ଜଣ ଖେଳାଳିଙ୍କୁ ଦେଖି ଓଡ଼ିଶା କ୍ରିକେଟପ୍ରେମୀ ଆତ୍ମ ସନ୍ତୋଷ ଲାଭ କରନ୍ତି, ସେମାନେ ହେଲେ ପ୍ରଜ୍ଞାନ ଓଝା ଓ ଅଭିଷେକ ରାଉତ। ପ୍ରଜ୍ଞାନ ଏ ପର୍ଯ୍ୟନ୍ତ ଓଡ଼ିଶା କ୍ରିକେଟ ଆସୋସିଏଶନ ଅଧିନରେ ଗୋଟିଏ ବି ମ୍ୟାଚ୍‌ ଖେଳି ନ ଥିବା ବେଳେ ଅଭିଷେକ ଗତ ସିଜନ୍‌ ସୟଦ ମୁସ୍ତାକ ଅଲ୍ଲୀ ଟି୨୦ ଟୁର୍ନାମେଣ୍ଟରେ ପ୍ରଥମ ଥର ପାଇଁ ଓଡ଼ିଶାରୁ ଖେଳିଥିଲେ। ଏ ନେଇ ଓସିଏ କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ଧୀରେନ ପଲାଇ ନିଜ ପ୍ରତିକ୍ରିୟାରେ କହିଛନ୍ତି, ରଣ୍‌ଜୀ କିମ୍ବା ଟି୨୦ ମ୍ୟାଚ୍‌ ଗୁଡ଼ିକରେ ଓଡ଼ିଶା ଖେଳାଳିଙ୍କ ପ୍ରଦର୍ଶନ କିପରି ରହିଛି ତାହା ସମନ୍ତେ ଜାଣନ୍ତି। ନବାଗତ କିଛି ଖେଳାଳି ବହୁତ ଭଲ ପ୍ରଦର୍ଶନ କରିଥିଲେ। ତଥାପି ଆଇପିଏଲ୍‌ରେ କାହିଁିକି କିଣା ହୋଇ ପାରୁନାହାନ୍ତି ତାହାକୁ ନେଇ ମତ ଦେବା କଷ୍ଟକର। ଭଲ ଖେଳୁଥିଲେ ସୁଦ୍ଧା ଓଡ଼ିଶାର ଖେଳାଳି ଚର୍ଚ୍ଚାକୁ ଆସୁ ନଥିବାରୁ ଏହିଭଳି ସମସ୍ୟା ହେଉଛି ବୋଲି ଧୀରେନ କହିଛନ୍ତି।
All Right Reserved By

ଖେଳ |

ଏସିଆନ୍‌ ଗେମ୍ସ ଟେନିସ୍‌:  ଡବଲ୍ସ ଖେଳିବେ ରାମକୁମାର-ନାଗଲ

ଏସିଆନ୍‌ ଗେମ୍ସ ଟେନିସ୍‌: ଡବଲ୍ସ ଖେଳିବେ ରାମକୁମାର-ନାଗଲ

ପାଲେମ୍ବାଙ୍ଗ,୧୮।୮(ପି.ଟି.)- ଏସିଆନ୍‌ ଗେମ୍ସ ଇଭେଣ୍ଟ ଆରମ୍ଭ ହେବାକୁ ଗୋଟିଏ ଦିନ ପୂର୍ବରୁ ଭାରତୀୟ ଟେନିସ୍‌ ଦଳ ସ୍ପଷ୍ଟ ହୋଇଯାଇଛି। ପୂର୍ବରୁ ଘୋଷିତ ଦଳରେ ଖୁସି ନ ଥିବା ଭେଟେରାନ ଲିଆଣ୍ଡର ପେସ ପ୍ରତିଯୋଗିତାରୁ ଓହରି ଯିବାରୁ ଦଳରେ ପରିବର୍ତ୍ତନ କରାଯାଇଛି। ସିଙ୍ଗଲ୍ସ ବର୍ଗର ଖେଳାଳି ପୂର୍ବରୁ ଧାର୍ଯ୍ୟ ହୋଇସାରିଥିଲା। 

କଳାଦିବସ ପାଳିଲେ ଆଇନିଜୀବୀ: ପାଟିରେ କଳା କପଡ଼ା ବାନ୍ଧି କଲେ ପ୍ରତିବାଦ

କଳାଦିବସ ପାଳିଲେ ଆଇନିଜୀବୀ: ପାଟିରେ କଳା କପଡ଼ା ବାନ୍ଧି କଲେ ପ୍ରତିବାଦ

ଖୋର୍ଦ୍ଧା ଅଫିସ,୧୮।୮: କୋର୍ଟ, ପୋଲିସ ଓ ଜିଲା ପ୍ରଶାସନ ଉପରେ ଅସନ୍ତୋଷ ବ୍ୟକ୍ତକରି ଖୋର୍ଦ୍ଧା ବାର ଆସୋସିଏଶନ ପକ୍ଷରୁ ଶନିବାର କଳାଦିବସ ପାଳନ କରାଯାଇଛି।

୩ ବର୍ଷୀୟ ବାଳିକାଙ୍କ ଲକ୍ଷ୍ୟ ତୀରନ୍ଦାଜୀରେ ଗିନିଜ ଓ୍ବାଲର୍‌ଡ ରେକର୍ଡ

୩ ବର୍ଷୀୟ ବାଳିକାଙ୍କ ଲକ୍ଷ୍ୟ ତୀରନ୍ଦାଜୀରେ ଗିନିଜ ଓ୍ବାଲର୍‌ଡ ରେକର୍ଡ

ଚେନ୍ନାଇ, ୧୮।୮- ସ୍ଥାନୀୟ ୩ ବର୍ଷୀୟ ବାଳିକା ତୀରନ୍ଦାଜୀରେ ଏକ ଗିନିଜ ଓ୍ବାଲର୍‌ଡ ରେକର୍ଡ ଭାଙ୍ଗିବାକୁ ପ୍ରୟାସ କରିଥିଲେ। ସେ ୮ ମିଟର ଦୂରରେ ଥିବା ଲକ୍ଷ୍ୟକୁ ୧,୧୧୧ ଥର ତୀର ମାରିଥିଲେ। ସ୍ଥାନୀୟ କିଣ୍ଡରଗାର୍ଟେନ ସ୍କୁଲ ଛାତ୍ରୀ ପି. ସାଞ୍ଜନା ସାଢ଼େ ତିନି ଘଣ୍ଟା ମଧ୍ୟରେ ଏତେ ସଂଖ୍ୟକ ତୀର ମାରିଥିଲେ।

ଭାରତର ପ୍ରଥମେ ବ୍ୟାଟିଂ

ନଟ୍ଟିଂହାମ,୧୮।୮(ପି.ଟି.)-  ଇଂଲଣ୍ଡ ଓ ଭାରତ ମଧ୍ୟରେ ଶନିବାରଠାରୁ ୩ୟ ଟେଷ୍ଟ ଆରମ୍ଭ ହୋଇଯାଇଛି। ଘରୋଇ ଦଳ ଅଧିନାୟକ ଜୋ ରୁଟ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି କି, ଦିଲ୍ଲୀର ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଶବ ପନ୍ତଙ୍କୁ ଏହି ମ୍ୟାଚ୍‌ରେ ପଦାର୍ପଣର ସୁଯୋଗ ମିଳିଛି। 

ପୋଲାର୍ଡଙ୍କ ବିସ୍ଫୋରକ ଶତକ

ପୋଲାର୍ଡଙ୍କ ବିସ୍ଫୋରକ ଶତକ

ସେଣ୍ଟ କିଟ୍ସ,୧୮।୮- ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର କିରୋନ ପୋଲାର୍ଡ ବିସ୍ଫୋରକ ଶତକ ବଳରେ ସେଣ୍ଟ ଲୁସିଆ ଷ୍ଟାର୍ସ ଦଳ କ୍ରମାଗତ ପରାଜୟ ଧାରା ଭଙ୍ଗ କରିଛି। ଲଗାତର ୧୫ଟି ପରାଜୟ ପରେ ଏହା ଦଳର ପ୍ରଥମ ବିଜୟ। ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ପୋଲାର୍ଡ ୫୪ ବଲରୁ ୧୦୪ ରନ୍‌ କରିଥିଲେ।

‘୨୦୦୪ରେ ପାକିସ୍ତାନ ଗସ୍ତ  ବାଜପେୟୀଙ୍କ ଯୋଗୁ ସମ୍ଭବ ହୋଇଥିଲା’

‘୨୦୦୪ରେ ପାକିସ୍ତାନ ଗସ୍ତ ବାଜପେୟୀଙ୍କ ଯୋଗୁ ସମ୍ଭବ ହୋଇଥିଲା’

ନୂଆଦିଲ୍ଲୀ,୧୮।୮- ଦୀର୍ଘ ୧୭ ବର୍ଷର ବ୍ୟବଧାନ ପରେ  ଭାରତୀୟ ଦଳ ୨୦୦୪ରେ ପାକିସ୍ତାନ ଗସ୍ତ କରିଥିଲା। କେବଳ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଯୋଗୁ ଏହି ଗସ୍ତ ସମ୍ଭବ ହୋଇଥିଲା। ଭାରତୀୟ ଦଳର ପୂର୍ବତନ ମ୍ୟାନେଜର ରତ୍ନାକର ସେଠୀ ଭାରତରତ୍ନ ବାଜପେୟୀଙ୍କୁ ମନେ ପକାଇ ଏହା କହିଛନ୍ତି।

ଇଂଲଣ୍ଡ ଦଳରେ ପରିବର୍ତ୍ତନ

ଇଂଲଣ୍ଡ ଦଳରେ ପରିବର୍ତ୍ତନ

ଟ୍ରେଣ୍ଟ ବ୍ରିଜ,୧୮।୮- ଭାରତ ବିପକ୍ଷ ଲଡର୍‌ସ ଟେଷ୍ଟରେ ବୃହତ ବିଜୟ ହାସଲ କରିଥିବା ଇଂଲଣ୍ଡ ଦଳରେ ପରିବର୍ତ୍ତନ କରାଯାଇଛି। ବେନ ଷ୍ଟୋକ୍ସଙ୍କ ନାମରେ ଆସିଥିବା ଅଭିଯୋଗରୁ ମୁକ୍ତ ହେବା ପରେ ତାଙ୍କୁ ଜାତୀୟ ଦଳକୁ ଡାକରା ଦିଆଯାଇଛି। 

ସିନସିନାଟି ମାଷ୍ଟର୍ସ: ସେମିରେ ଜୋକୋଭିଚ୍‌

ସିନସିନାଟି ମାଷ୍ଟର୍ସ: ସେମିରେ ଜୋକୋଭିଚ୍‌

ସିନସିନାଟି,୧୮।୮(ଏଏଫ୍‌ପି)- ପୁରୁଷ ସିଙ୍ଗଲ୍ସ ଟେନିସ ବର୍ଗର ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ଖେଳାଳି ନୋଭାକ ଜୋକୋଭିଚ୍‌ ଚଳିତ ଏଟିପି ସିନସିନାଟି ମାଷ୍ଟର୍ସ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। 

ବରିଷ୍ଠ ନାଗରିକ ଚେସ୍‌: ନୁରୁଦ୍ଦିନ ଚାମ୍ପିୟନ

ବରିଷ୍ଠ ନାଗରିକ ଚେସ୍‌: ନୁରୁଦ୍ଦିନ ଚାମ୍ପିୟନ

କଟକ ଅଫିସ,୧୭୮- ପୋଷ୍ଟାଲ ରିକ୍ରିଏଶନ କ୍ଲବ (ଆର୍‌ଏମ୍‌ଏସ୍‌ଏନ୍‌ ଡିଭିଜନ) ପରିସରରେ ପ୍ରଥମ ଥର ନିମନ୍ତେ ବରିଷ୍ଠ ନାଗରିକ(୬୦ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି) ମାନଙ୍କୁ ନେଇ ଆମନ୍ତ୍ରଣୀୟ ଚେସ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । 

‘ଅଧିକ ପଦକ ଜିତିଲେ ବାଜପେୟୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି’

‘ଅଧିକ ପଦକ ଜିତିଲେ ବାଜପେୟୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି’

ଜାକର୍ତ୍ତା, ୧୮ା୮ (ପି.ଟି.)-ପୂର୍ବତନ ପ୍ରଧାନମନ୍ତ୍ରୀ  ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ସମଗ୍ର ଦେଶ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଥିବାବେଳେ ଏସିଆନ ଗେମ୍ସ ପାଇଁ ଭାରତର ଚିଫ୍‌ ଡି’ ମିଶନ (ସିଡିଏମ୍‌) ବ୍ରିଜ ଭୂଷଣ ଶରନ ସିଂ ଏଥିରେ ସାମିଲ ହୋଇଛନ୍ତି। 

ବ୍ୟାଡ୍‌ମିଣ୍ଟନ: କଠିନ ଡ୍ର’ରେ ମହିଳା ଦଳ

ବ୍ୟାଡ୍‌ମିଣ୍ଟନ: କଠିନ ଡ୍ର’ରେ ମହିଳା ଦଳ

ଜାକର୍ତ୍ତା, ୧୮ା୮ (ପି.ଟି.)-ଶନିବାରଠାରୁ ଆରମ୍ଭ ହେବାକୁଥିବା ଏସିଆନ ଗେମ୍ସର ମହିଳା ବ୍ୟାଡ୍‌ମିଣ୍ଟନ ଟିମ୍‌ ଇଭେଣ୍ଟ ଲାଗି ଡ୍ର ଅନୁଷ୍ଠିତ ହୋଇଯାଇଛି। ତଦନୁସାରେ ଅଲିମ୍ପିକ ରୌପ୍ୟ ବିଜୟିନୀ ପି. ଭି. ସିନ୍ଧୁଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆରମ୍ଭରେ ଶକ୍ତିଶାଳୀ ଦଳଗୁଡ଼ିକୁ ସାମ୍ନା କରିବ। 

ଏସିଆ କପ୍‌:ୟୁଏଇକୁ ଆୟୋଜନ ଅଧିକାର ହସ୍ତାନ୍ତର କଲା ବିସିସିଆଇ

ଏସିଆ କପ୍‌:ୟୁଏଇକୁ ଆୟୋଜନ ଅଧିକାର ହସ୍ତାନ୍ତର କଲା ବିସିସିଆଇ

ଦୁବାଇ, ୧୮ା୮ (ପି.ଟି.)- ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)  ଏସିଆକପ୍‌ ୨୦୧୮ ସଂସ୍କରଣ ଆୟୋଜନ କରିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ), ବିଧିବଦ୍ଧ ଭାବେ ପ୍ରତିଯୋଗିତାର ଆୟୋଜନ ଅଧିକାର ଏମିରେଟ୍ସ  କ୍ରିକେଟ ବୋର୍ଡ (ଇସିବି)କୁ ହସ୍ତାନ୍ତର କରିଛି।