Dharitri News
ଜୀବନଚର୍ଯ୍ୟା |

ଜୀବନର ଏକ ତୃତୀୟାଂଶ ସମୟ ନିଦ୍ରାରେ ବିତେ

 ଜୀବନର ଏକ ତୃତୀୟାଂଶ ସମୟ ନିଦ୍ରାରେ ବିତେ ଓ୍ବାଶିଂଟନ: ମଣିଷର ଜୀବନର ଏକ ତୃତୀୟାଂଶ ସମୟ ନିଦ୍ରାରେ ବିତିଥାଏ ବୋଲି ଗବେଷକ ସୂଚିତ କରିଛନ୍ତି। ନିଦ୍ରା ଗଲେ ମସ୍ତିଷ୍କରୁ ଚିନ୍ତା ଦୂର ହୋଇଥାଏ ଓ ମନ ଫୂର୍ତ୍ତି ରହିଥାଏ। ତେବେ ନିଦ୍ରାଗଲେ କିପରି ଚିନ୍ତା ଦୂରେଇ ଯାଉଛି ତାହା ନେଇ ଗବେଷକ ଦୀର୍ଘଦିନ ଧରି ଗବେଷଣା ଜାରି ରଖିଥିଲେ। ଜଣାପଡିଥିଲା ଯେ, ମସ୍ତିଷ୍କରେ ଏକ ପ୍ରକାର ରହସ୍ୟମୟ କୋଷିକା ଅଛି। ଏହି କୋଷିକା ଖରାପ ଚିନ୍ତାର ପ୍ରଭାବ ଯେପରି ଅଧିକ ମସ୍ତିଷ୍କ ଉପରେ ନ ପଡେ ସେ ନେଇ ପ୍ରଯତ୍ନ କରିଥାଏ। ଏହା ଅଲୌକିକ ବୋଧ ହେଉଥିଲେ ମଧ୍ୟ ସତ୍ୟ। କାହାଣୀରେ ପରୀ ଯାଦୁ ବାଡ଼ି ସ୍ପର୍ଶ କରି ଚିନ୍ତା ଦୂର କରୁଥିବା ଭଳି ଏହି ରହସ୍ୟମୟ କୋଷିକା ଅନୁରୂପ କାର୍ଯ୍ୟ କରିଥାଏ ବୋଲି ଗବେଷକ ସୂଚିତ କରିଛନ୍ତି। ପ୍ରତି ଦିନ ଜାଗ୍ରତ ସମୟରେ ମଣିଷ ଅନେକ ପ୍ରକାର ପରିସ୍ଥିତିର ସାମନା କରେ ଏହାର ପ୍ରଭାବରେ ମସ୍ତିଷ୍କ ଭାରାକ୍ରାନ୍ତ ହୋଇଥାଏ। ମାତ୍ର କିଛି ସମୟ ନିଦ୍ରା ଗଲାପରେ ମୁଣ୍ଡ ହାଲକା ଲାଗେ। ଏହାଦ୍ୱାରା ପରବର୍ତ୍ତୀ ସମୟରେ ମଣିଷ ଭବିଷ୍ୟତ କାର୍ଯ୍ୟପନ୍ଥା ସହଜରେ କରିବା ପାଇଁ ପ୍ରସ୍ତୁତ ହୋଇପାରିଥାଏ ବୋଲି ମନୋସ୍ତତ୍ତ୍ୱବିତ୍‌ କହିଥାନ୍ତି। ସେଥିପାଇଁ ହୁଏତ ପ୍ରକୃତି ମଣିଷକୁ ସୃଷ୍ଟି କରିବା ସହିତ ଜୀବନର ଏକ ତୃତୀୟାଂଶ ସମୟ ନିଦ୍ରା ଯିବାର ପ୍ରବୃତ୍ତି ଅନ୍ତର୍ଭୁକ୍ତ କରିଛି ବୋଲି ଗବେଷକ ସୂଚିତ କରିଛନ୍ତି। ଯାହାଦ୍ୱାରା ଜୀବନ ଯାପନ ଧାରା ସହଜ ହୋଇପାରିଥାଏ। ଗବେଷକ ଏହା ଉପରେ ଅଧିକ ଗବେଷଣା ଜାରି ରଖିଛନ୍ତି। ଏଥିରେ ସଫଳତା ମିଳିଲେ ଚିକିତ୍ସା ବିଜ୍ଞାନରେ ଅନେକ ସୁଧାର ହୋଇ ପାରିବ ବୋଲି ଗବେଷକ ଆଶା ବ୍ୟକ୍ତ କରିଛନ୍ତି।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ସ୍ୱପ୍ନା

ଜୀବନଚର୍ଯ୍ୟା |

ଖରାଦିନିଆ ସର୍ବତ

ଖରାଦିନିଆ ସର୍ବତ

ଦିନକୁ ଦିନ ପାରଦ ବଢିବାରେ ଲାଗିଛି। ଏହି ସମୟରେ ସୁସ୍ଥ ରହିବାକୁ ହେଲେ ଆମେ କିଛି ପାନୀୟ ନିତିଦିନ ପିଇଲେ ଗ୍ରୀଷ୍ମକୁ ଏକ ପ୍ରକାର ଦୂରେଇ ଦେଇ ପାରିବା।

ଟିପ୍ସ: କିପରି ଲଗାଇବେ ‘ମୁଲତାନୀ ମାଟି’

ଟିପ୍ସ: କିପରି ଲଗାଇବେ ‘ମୁଲତାନୀ ମାଟି’

ମୁଲତାନୀ ମାଟି ସବୁଠାରୁ ଶସ୍ତା ଓ ଲାଭଦାୟକ ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀ ଭାବେ ପରିଚିତ। ଏହା ବଜାରରେ ଖୁବ୍‌ ସହଜରେ ମଧ୍ୟ ଉପଲବ୍ଧ ହୋଇଥାଏ। ଯଦି ଏହାକୁ ଠିକ୍‌ ଭାବେ ବ୍ୟବହାର କରାଯାଏ ତେବେ ଆପଣଙ୍କର ତ୍ୱଚା ଅଧିକ କୋମଳ ଓ ସୁନ୍ଦର ହୋଇପାରିବ। ଏପରି କିଛି ଉପାୟ ବିଷୟରେ ଆସନ୍ତୁ ଆଲୋଚନା କରିବା।

ମାଛ ଖାଇଲେ ବୃଦ୍ଧି ପାଏ ସ୍ମୃତିଶକ୍ତି

ମାଛ ଖାଇଲେ ବୃଦ୍ଧି ପାଏ ସ୍ମୃତିଶକ୍ତି

ପ୍ୟାରିସ୍‌: ଶିଶୁଙ୍କ ସ୍ମୃତିଶକ୍ତି ପାଇଁ ମାଛ ବିଶେଷ ଉପକାରୀ ବୋଲି ବୈଜ୍ଞାନିକ ଜାଣିପାରିଛନ୍ତି। ଖାଦ୍ୟରେ ସପ୍ତାହରେ ୨ କିମ୍ବା ୩ ଥର ମାଛ ଖାଉଥିବା ଶିଶୁଙ୍କ ସ୍ବୃତିଶକ୍ତି ପ୍ରଖର ହୋଇଥାଏ। ମାଛରେ ଥିବା ଓମେଗା-୩-ଏସ୍‌ ଫ୍ୟାଟି ଏସିଡ୍‌ ବୌଦ୍ଧିକ ବିକାଶରେ ସହାୟକ ହୋଇଥାଏ। ମାତ୍ର ସାଧାରଣତଃ ମାଛରେ କଣ୍ଟା ରହିଥିବାରୁ ଏହାକୁ ଖାଇବା ପାଇଁ ଶିଶୁ ଆଗ୍ରହ ପ୍ରକାଶ କରି ନ ଥାନ୍ତି। ଶିଶୁଙ୍କ ବୌଦ୍ଧିକ ବିକାଶରେ ମାଛ କିଭଳି ସହାୟକ ହୋଇଥାଏ ସେ ନେଇ ଗବେଷକ ୯ରୁ ୧୧ ବର୍ଷ ବୟସ୍କ ଅନେକ ପିଲାଙ୍କ ଉପରେ ଅନୁଧ୍ୟାନ କରିଥିଲେ।

ସବୁବେଳେ ଥକ୍କା ଲାଗୁଛି କି, କରନ୍ତୁ ନାହିଁ ଅଣଦେଖା

ସବୁବେଳେ ଥକ୍କା ଲାଗୁଛି କି, କରନ୍ତୁ ନାହିଁ ଅଣଦେଖା

କାମ କଲେ ଥକ୍କା ଲାଗିବା ସ୍ବାଭାବିକ। ଯଦି ଥକ୍କା ଲାଗିବା ଏକ ଅଭ୍ୟାସରେ ପରିଣତ ହୁଏ ଅର୍ଥାତ ସବୁବେଳେ ଥକ୍କା ଲାଗେ ତେବେ ଏହା ଏକ ବଡ ସମସ୍ୟା ହୋଇପାରେ। ଆପଣ ଏପରି ସମସ୍ୟା ଦେଇ ଗତି କରୁଥିଲେ ଅଣଦେଖା କରନ୍ତୁ ନାହିଁ। ଏପରି କିଛି କାରଣକୁ ନେଇ ବିଶେଷ ଆଲୋଚନା କରିବା

ଖରାଦିନେ ସ୍ବାସ୍ଥ୍ୟପଯୋଗୀ ଫଳ

ଖରାଦିନେ ସ୍ବାସ୍ଥ୍ୟପଯୋଗୀ ଫଳ

ଗ୍ରୀଷ୍ମ ଆସିଲେ ଗାଁରୁ ସହର ସବୁଠାରେ ମିଳେ ଭିନ୍ନ ଭିନ୍ନ ରକମର ଫଳ। ଏହିସବୁ ଫଳରେ ଥାଏ ପ୍ରଚୁର ପରିମାଣରେ ଜଳୀୟ ଅଂଶ। ଯାହା ଆମ ଶରୀର ପାଇଁ ନିତାନ୍ତ ଆବଶ୍ୟକ। ତେବେ କେଉଁସବୁ ଫଳ ଖରାଦିନେ ଆପଣଙ୍କ ଶରୀର ପାଇଁ ଲାଭଦାୟକ ତାହା ଜାଣି ରଖିବା ଜରୁରୀ।

ପ୍ରତିଦିନ ଏଭଳି ୫ ମିନିଟ ମୁହଁରେ ଲଗାନ୍ତୁ ଟମାଟୋ, ଫେରିବ ଚମକ

ପ୍ରତିଦିନ ଏଭଳି ୫ ମିନିଟ ମୁହଁରେ ଲଗାନ୍ତୁ ଟମାଟୋ, ଫେରିବ ଚମକ

କେବଳ ସ୍ବାସ୍ଥ୍ୟଗତ କାରଣକୁ ନେଇ ନୁହେଁ ବରଂ ସୌନ୍ଦର୍ଯ୍ୟ ପାଇଁ ଆମେ ଅନେକ ପ୍ରକାର ପନିପରିବା ଓ ଫଳର ବ୍ୟବହାର କରିଥାଉ। ଏଗୁଡିକୁ ସେବନ କରିବା ସହ ତ୍ୱଚାରେ ଲଗାଇବା ଦ୍ୱାରା ଅନେକ ଲାଭ ମିଳିଥାଏ। ଏହାଦ୍ୱାରା ତ୍ୱଚାରେ ଚମକ ଆସିବା ସହ ଏହାର ରୁକ୍ଷତା ଦୂର ହୋଇଥାଏ। ପ୍ରାକୃତିକ ହୋଇଥିବାରୁ ଏହାର କୌଣସି କୁପ୍ରଭାବ ମଧ୍ୟ ତ୍ୱଚା ଉପରେ ପଡି ନ ଥାଏ। ଏପରି ଏକ ପରିବା ହେଉଛି ଟମାଟୋ। ଏହାକୁ ମୁହଁରେ ଲଗାଇବା ଦ୍ୱାରା ଆପଣ ଆପଣଙ୍କର ଚେହେରା ଚମକାଇପାରିବେ। କିପରି ଆସନ୍ତୁ ଜାଣିବା

ଶିଶୁଙ୍କ ସ୍ମୃତିଶକ୍ତି ବୃଦ୍ଧି କରେ ବ୍ୟାୟାମ

ଶିଶୁଙ୍କ ସ୍ମୃତିଶକ୍ତି ବୃଦ୍ଧି କରେ ବ୍ୟାୟାମ

ଓ୍ବାଶିଂଟନ: ଶାରିରୀକ ବ୍ୟାୟାମ ପ୍ରତି ଶିଶୁଙ୍କୁ ଉତ୍ସାହିତ କରିବା ଉଚିତ୍‌। ଏହା ଦ୍ୱାରା ସେମାନଙ୍କର ସ୍ମୃତି ଶକ୍ତି ବୃଦ୍ଧି ହୋଇଥାଏ ବୋଲି ଗବେଷଣାରୁ ଜଣାପଡିଛି। ବ୍ୟାୟାମ ଶିଶୁଙ୍କ ଏକାଗ୍ରତା ଶକ୍ତି ବଢ଼ାଇଥାଏ। ଏନେଇ ଗବେଷକ ବ୍ୟାୟାମ ପରେ ୧୧ ହଜାର ଶିଶୁଙ୍କୁ ପାଠ ସମ୍ପର୍କିତ ପ୍ରଶ୍ନ କରିଥିଲେ। ଦେଖାଯାଇଥିଲା ସେମାନେ ପ୍ରାୟ ୯୦ ପ୍ରତିଶତ ପର୍ଯ୍ୟନ୍ତ ଠିକ୍‌ ଉତ୍ତର ଦେଇପାରିଛନ୍ତି।

ଖାଲିପେଟରେ ଖାଆନ୍ତୁ ନାହିଁ ଏଭଳି ଖାଦ୍ୟ

ଖାଲିପେଟରେ ଖାଆନ୍ତୁ ନାହିଁ ଏଭଳି ଖାଦ୍ୟ

ସୁସ୍ଥ ଶରୀର ପାଇଁ ଭୋଜନର ଆବଶ୍ୟକତା ରହିଛି। ଏଥିପାଇଁ ଠିକ୍‌ ସମୟରେ ଖାଦ୍ୟ ଗ୍ରହଣ କରିବା ନିହାତି ଆବଶ୍ୟକ। ଏପରିକି କେଉଁ ସମୟରେ କି ପ୍ରକାର ଖାଦ୍ୟ ଖାଉଛନ୍ତି, ସେଥିପାଇଁ ମଧ୍ୟ ସତର୍କ ରହିବା ଉଚିତ। ବିଶେଷକରି ଖାଲିପେଟରେ କିଛି ଖାଦ୍ୟ ଖାଉଥିଲେ ଯତ୍ନବାନ ରୁହନ୍ତୁ। ନଚେତ ଗ୍ୟାସ, ବଦହଜମୀ ପରି ସମସ୍ୟା ଦେଖାଦେଇପାରେ।

ଏକ ତୃତୀୟାଂଶ ମଧୁମେହ ରୋଗୀ ଔଷଧ ସେବନ ପ୍ରତି ବିମୁଖ

ଏକ ତୃତୀୟାଂଶ ମଧୁମେହ ରୋଗୀ ଔଷଧ ସେବନ ପ୍ରତି ବିମୁଖ

ଓ୍ବାଶିଂଟନ: ବିଶ୍ୱରେ ମଧୁମେହ ରୋଗ ଏହାର କାୟା ବିସ୍ତାର ଜାରି ରଖିଛି। ଗବେଷକମାନଙ୍କ ଦ୍ୱାରା ସମ୍ପନ୍ନ ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, ଏକ ତୃତୀୟାଂଶ ମଧୁମେହ ରୋଗୀ ଡାକ୍ତର ଦ୍ୱାରା ପରାମର୍ଶ ଦିଆଯାଇଥିବା ଔଷଧ ସେବନ କରି ନ ଥାନ୍ତି। ଟାଇପ୍‌-୨ ମଧୁମେହ ରୋଗୀଙ୍କୁ ଡାକ୍ତର ପ୍ରାୟତଃ ମେଟାଫର୍ମିନ୍‌,ଗ୍ଲାଇକ୍ଲାଜାଇଡ୍‌ ଓ ପିଓଗ୍ଲିଟାଜୋନ୍‌ ସଂରଚନା ଥିବା ଔଷଧ ସେବନ ପାଇଁ ପରାମର୍ଶ ଦେଇଥାନ୍ତି।

ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ତରଭୁଜ

ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ତରଭୁଜ

ତରଭୁଜରେ ରହିଛି ଅନେକ ଉପକାରୀ ଗୁଣ। ଖରାଦିନରେ ପ୍ରଚୁର ପରିମାଣରେ ମିଳୁଥିବା ଏହି ଫଳ ଆମକୁ ସୁସ୍ଥ ରଖିବାରେ ବେଶ୍‌ ସହାୟକ ହୋଇଥାଏ।

ସ୍ମାର୍ଟଫୋନ୍‌ ଯୋଗୁ ବଢ଼ୁଛି ଗର୍ଭପାତ ସମସ୍ୟା

ସ୍ମାର୍ଟଫୋନ୍‌ ଯୋଗୁ ବଢ଼ୁଛି ଗର୍ଭପାତ ସମସ୍ୟା

ଟୋକିଓ : ସ୍ମାର୍ଟଫୋନ୍‌ର ବହୁଳ ବ୍ୟବହାର ଯୋଗୁ ଗର୍ଭପାତ ସମସ୍ୟା ବଢ଼ୁଛି ବୋଲି ଗବେଷକ ସୂଚିତ କରିଛନ୍ତି। ସ୍ମାର୍ଟଫୋନ୍‌, ଲ୍ୟାପଟପ୍‌, ବ୍ଲୁଟୁଥ୍‌ ଆଦି ସୂଚନାପ୍ରଯୁକ୍ତି ଉତ୍ପାଦରୁ ବିକିରଣ ହେଉଥିବା ତରଙ୍ଗ ଗର୍ଭ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ।

ବୈବାହିକ ଜୀବନରେ ତ୍ୟାଗ ଗୁରୁତ୍ୱପୂର୍ଣ୍ଣ

ବୈବାହିକ ଜୀବନରେ ତ୍ୟାଗ ଗୁରୁତ୍ୱପୂର୍ଣ୍ଣ

ଓ୍ବାଶିଂଟନ: ବୈବାହିକ ଜୀବନର ସଫଳତା ପାଇଁ ପରସ୍ପର ତଥା ପରିବାର ସକାଶେ ତ୍ୟାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗହଣ କରିଥାଏ ବୋଲି ଗବେଷକ ସୂଚିତ କରିଛନ୍ତି। ଲଭ୍‌ ଗ୍ୟାରେଜ୍‌ ଓ ଆରେଞ୍ଜ୍‌ ମ୍ୟାରେଜ୍‌ ମଧ୍ୟରେ କେଉଁଟି ଅଧିକ ସଫଳ ରହିଥାଏ ସେ ନେଇ ଗବେଷକ ସର୍ଭେ କରିଥିଲେ।